Local Issues - The Sakala

ନ୍ୟାୟ ଅପେକ୍ଷାରେ ୨ ବର୍ଷ ହେଲା ସାଇତି ରଖାଯାଇଛି ଶବ
ମାଲକାନଗିରି: ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା କିରନଦୁଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଦୁଇବର୍ଷ ଧରି ଗାଁରେ ସାଇତି ରଖାଯାଇଛି। କଥାଟି ଆଶ୍ଚର୍ଯ ଲାଗୁଥିଲେ ମଧ୍ୟ ସତ୍ୟ । ମୃତବ୍ୟକ୍ତି ଜଣକ ହେଉଛନ୍ତି କିରନଦୁଲ ଗ୍ରାମର ବଦରୁ ମାଡ଼ବି, ସେ ନ୍ୟାୟ ପାଇବେ ବୋଲି ଅପେକ୍ଷାକରି ଗ୍ରାମବାସୀ ଓ ପରିବାର ଲୋକେ ଏଭଳି ଶବକୁ ଦୁଇବର୍ଷ ହେବ ସାଇତି ରଖିଛନ୍ତି। ମୃତ ବଦରୁଙ୍କ ମୁଣ୍ଡରୁ ମାଓବାଦୀ ହେବାର ଦାଗ ଦୂରକରିବା ଲାଗି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବଦରୁଙ୍କ ପରିବାର ଲୋକେ କହିଛନ୍ତି ଯେ, ସୁରକ୍ଷା ବାହିନୀ ତାଙ୍କୁ ବାଓବାଦୀ ବୋଲି କହି ହତ୍ୟା କରିଥିଲେ। ସୂଚନା ଅନୁଯାୟୀ ୧୯ ମାର୍ଚ୍ଚ ୨୦୨୦ରେ ଗଙ୍ଗାଲୁରୁ ଜଙ୍ଗଲରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟରେ ୨ ଲକ୍ଷ ଇନାମୀ କୁଖ୍ୟାତ ମାଓବାଦୀ ବଦରୁ ମାଡ଼ବି ନିହତ ହୋଇଥିବା ଯବାନଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି ବଦରୁଙ୍କ ପରିବାର ଲୋକେ। ବଦରୁଙ୍କୁ ଯବାନମାନେ ମାରିବା ସମୟରେ ତାଙ୍କ ସାନଭାଇ ସାନୁ ତାଙ୍କ ନିକଟରେ ଥିଲେ। ସେ କହିଛନ୍ତି ଯେ, ବଦରୁ ଏବଂ ସେ ମହୁଲ ଫୁଲ ତୋଳିବା ବେଳେ ପ୍ରଥମେ ଯବାନମାନେ ଘେରିଯାଇ ବିନା କାରଣରେ ବଦରୁଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହାପରେ ସାନୁ ସେଠାରୁ ଖସି ଦୌଡ଼ି ପଳାଇଥିଲେ । ତେବେ ଏହାପରେ ପରିବାର ଲୋକେ ବଦରୁଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଶବକୁ ବିଭିନ୍ନ ଜଡ଼ିବୁଟି , ତେଲ ଓ ଲୁଣର ପ୍ରଲେପ ଦେଇ ଏକ ଗର୍ତ୍ତ ଖୋଳି ସୁରକ୍ଷିତ ରଖିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବଦରୁ କେବେ ବି ମାଓ ସଙ୍ଗଠନରେ କାର୍ଯ୍ୟ କରିନାହିଁ। ତାକୁ ବିନା କାରଣରେ ମାରିଦିଆଯାଇଛି । ତେବେ ନ୍ୟାୟ ନ ପାଇବା ଯାଏଁ ତାଙ୍କ ମରଶରୀରକୁ ଏଭଳି ରୂପେ ସାଇତି ରଖିବୁ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ପ୍ରକାଶ କରିଛନ୍ତି । ତେବେ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରି ବଦରୁକୁ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ବଦରୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପଦୁଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ବଦରୁ ହତ୍ୟାକାଣ୍ଡ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ତାଙ୍କ ମରଶରୀରର ଆବଶ୍ୟକତା ହୋଇପାରେ। ତେଣୁ ସେମାନେ ତାଙ୍କ ଶବକୁ ସାଇତି ରଖିବା ସହ ତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ୟୁକ୍ରେନରେ ଫସି ରହିଛନ୍ତି ଆହୁରି ଅନେକ ଓଡ଼ିଆ ଛାତ୍ରଛାତ୍ରୀ: ଭିଡିଓ କଲରେ କହିଲେ ପରିସ୍ଥିତି ଭୟଙ୍କର, ବଙ୍କରରେ କଟୁଛି ଜୀବନ
ବ୍ରହ୍ମପୁର: ୟୁକ୍ରେନ୍‍ ଉପରେ ଋଷର ଯୁଦ୍ଧ ଘୋଷଣା ପରେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଭାରତୀୟ ଡାକ୍ତରୀ ଛାତ୍ରମାନେ। ସେଠାରେ ଡାକ୍ତରୀ ପାଠ ପଢ଼ିବାକୁ ଯାଇଥିବା ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ଏବେ ଜୀବନ ଏବଂ ମୃତ୍ୟୁ ସହ ପ୍ରତି ମିନଟରେ ସଂଘର୍ଷ କରୁଛନ୍ତି। ଯୁଦ୍ଧକୁ ଇତି ମଧ୍ୟରେ ସପ୍ତାହ ପୁରିବାକୁ ପାଉଛି। ଏଭଳି ପରିସ୍ଥିତିରେ ଆଜି ଭାରତର ଜଣେ ଡାକ୍ତରୀ ଛାତ୍ରଙ୍କ ଖାରକିଭରେ ମୃତ୍ୟୁ ଘଟଣା ଏବେ ସେଠାରେ ଥିବା ଅନ୍ୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କୁ ଭୟଭୀତ କରିଦେଇଛି। ବ୍ରହ୍ମପୁର ସହରରୁ ଯାଇଥିବା ୧୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୨ ଜଣ ତିନି ଦିନ ପୂର୍ବେ ଫେରି ଆସିଥିଲେ। ବର୍ତମାନ ସେଠାରେ ଅନ୍ୟମାନେ ଫସି ରହିଛନ୍ତି। ଦିନକୁ ଦିନ ପରିସ୍ଥିତି ଅଣାୟତ ହେଉଥିବା ବେଳେ କେତେବେଳେ କଣ ଘଟିବ ସେ ନେଇ ମଧ୍ୟ ଭୟରେ ସେଠାରେ ରହୁଛନ୍ତି ଭାରତୀୟ ଛାତ୍ରଛାତ୍ରୀମାନେ। କର୍ଣ୍ଣାଟକ ଅଞ୍ଚଳର ଜଣେ ଡାକ୍ତରୀ ଛାତ୍ର ନଭିନ୍‍ ଶେଖରପ୍ପା ସେଠାରେ ଚତୁର୍ଥ ବର୍ଷ ଡାକ୍ତରୀ ଶିକ୍ଷା ନେଉଥିବା ବେଳେ ଆଜି ଋଷ ସେନାର ଗୁଳି ଏବଂ ବୋମା ମାଡରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ୟୁକ୍ରେନ୍‍ର ଖାରକିଭ ସହରରେ ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ବ୍ରହ୍ମପୁର ସହରର ଛାତ୍ରଛାତ୍ରୀମାନେ ପୂର୍ବପେକ୍ଷା ଅଧିକ ଭୟଭୀତ ହୋଇଯାଇଛନ୍ତି।

ଖାରକିଭରେ ରହୁଥିବା ବ୍ରହ୍ମପୁର ହିଲପାଟଣା ଅଞ୍ଚଳର ଡାକ୍ତର ନଳିନିକାନ୍ତ ପାଢୀଙ୍କ ପୁଅ ଅର୍ପଣ କୁମାର ପାଢୀଙ୍କ ସହ ଦିନ ରାତି ଯୋଗାଯୋଗରେ ରହିଛନ୍ତି ତାଙ୍କ ମାଆ ଏବଂ ପରିବାର ଲୋକେ। ଏ ନେଇ ଆଜି ଆମ ପ୍ରତିନିଧି ୟୁୂକ୍ରେନ୍‍ର ଖାରକିଭରେ ରହୁଥିବା ଅର୍ପଣ ପାଢୀଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ। ମୋବାଇଲ୍‍ ରିଙ୍ଗ ହେବା କ୍ଷଣି ଅର୍ପଣ ଫୋନ୍‍ ଉଠାଇଥିଲେ। ସାର ୫ ମିନଟ ପାଇଁ ମୋ ରୁମ୍‍କୁ ଆସିଛି। ଯାହା ପଚାରିବା କଥା ତୁରନ୍ତ ପଚାରନ୍ତୁ ପୁଣି ବଙ୍କର ଭିତରକୁ ଚାଲିଯିବୁ ବୋଲି କହିଥିଲେ। ପରିସ୍ଥିତି ନିହାତି ଭାବେ ଭୟଙ୍କର କେତେବେଳେ କଣ ଘଟିବ କିଛି କହି ହେବନି ବୋଲି ଅତି ଭୟଭୀତ ଚେହେରାରେ କହିଥିଲେ। ଅର୍ପଣ ପରିବାର ଲୋକଙ୍କ ସହ ସୁବିଧା ଦେଖି କଥା ହେଉଛି। ଖାଇବା ପିଇବା ଧିରେ ଧିରେ ସରିବାକୁ ଗଲାଣି। ବୋମା ମାଡ ଶବ୍‍ଦ ପ୍ରତି ମୁହୁର୍ତରେ ଶୁଭାଯାଉଛି। ଏକ ବୋମା ମାଡରେ ଚତୁର୍ଥ ବର୍ଷ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ କଥା କହିିଥିଲେ ଅର୍ପଣ। ଭାରତୀୟ ଦୁତାବାସ ପକ୍ଷରୁ ଆମକୁ ସେଠାରୁ ନେବା ପାଇଁ ଚେଷ୍ଟା କରାଯାଉଛି। କିନ୍ତୁ କୌଣସି ସୁଫଳ ବର୍ତମାନ ଯାଏଁ ମିଳିନଥିବା ସେ କହିଥିଲେ। ୟୁକ୍ରେନ୍‍ ବୋର୍ଡର ଦେଇ ଯାଉଥିବା ରାସ୍ତା ଖଚାଖଚ ଭର୍ତି ହୋଇଥିବା ଯୋଗୁଁ ସେଠାରେ ମଧ୍ୟ ଛାତ୍ରଛାତ୍ରୀମାନେ ଫସି ରହିଛନ୍ତି। କେବଳ ଭଗବାନଙ୍କୁ ଡାକିବା ଛଡା ଆଉ କିଛି ନାହିଁ ବୋଲି କହିଥିଲେ ଅର୍ପଣ। କିଛି ସମୟ କଥା ହେବା ପରେ ଫୋନ୍‍ ରଖିବା କଥା କହି ପୁଣି ବଙ୍କରକୁ ଚାଲିଯିବି ବୋଲି କହିଥିଲେ। ପରିବାର ଲୋକେ ଭୟଭୀତ ହୋଇ ରହିଛନ୍ତି। କିନ୍ତୁ ମୋ ଭଳି ଅନ୍ୟ ସହପାଠୀ ମଧ୍ୟ ସେହିପରି ରହିଛନ୍ତି ତେଣୁ ଭୟଭୀତ ହେଲେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ଛଡା ଆଉ କିଛି ବିକଳ୍ପ ନାହିଁ ବୋଲି ଅର୍ପଣ କହିଛନ୍ତି। ପ୍ରଥମ ଦିନରୁ ବର୍ତମାନ ଋଷ ଆହୁରି ଅଧିକ ଭୟାନକ ହୋଇ ବୋମା ମାଡ ଜାରି ରହିଛି।

ପରଲୋକଗତ ପୁଅର ଇଚ୍ଛା ପୂରଣ କଲେ ମା’: ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଦାନକଲେ ସମସ୍ତ ସମ୍ପତ୍ତି
ବାଲେଶ୍ୱର: ସନ୍ତାନ ବଡ଼ ହୋଇ ବାପାମାଆଙ୍କ ସ୍ୱପ୍ନ ପୂରଣ କରି ସେମାନଙ୍କୁ ଗୌରବାନ୍ୱିତ କରିଥାନ୍ତି। କିନ୍ତୁ ପରଲୋକଗତ ପୁଅର ପୂର୍ବରୁ ରହି ଯାଇଥିବା ଇଚ୍ଛା ଓ ସ୍ୱପ୍ନ ପୂରଣ କରିବା ପାଇଁ ଜଣେ ମା’ ଯେ କିଛି ବି କରିପାରେ ତାହା ମଧ୍ୟ ପ୍ରମାଣିତ। ପୁଅର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମାଆ ନିଜର ଶରୀର ଦାନ ନିମନ୍ତେ ଇଛାପତ୍ର ସ୍ୱାକ୍ଷର କରିଛନ୍ତି। କେବଳ ସେତିକି ନୁହେଁ ପୁଅ ନାମରେ ଅର୍ଥାତ ଦୀପ୍ତିବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ନାମକ ଏକ ଟ୍ରଷ୍ଟ ଗଢି ଏକ ବୃଦ୍ଧାଶ୍ରମ କରିବା ପାଇଁ ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି। ଏପରି ଏକ ଉଦାହରଣୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅଇଁରି ଗ୍ରାମରେ।

୨୦୨୦ ଫେବୃଆରୀ ୧୮ ରେ ଯୁବ ସମାଜସେବୀ ତଥା ଜଗନ୍ନାଥପ୍ରେମୀ ଦୀପ୍ତିକାନ୍ତ ପାଢ଼ୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦୀପ୍ତିକାନ୍ତ ଅନେକ ସାମାଜିକ ସଂଗଠନ ସହ ଯୋଡି ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ନେହରୁ ଯୁବକେନ୍ଦ୍ର ସଂଗଠନ, ଜାତୀୟ ଯୁବ ପ୍ରକଳ୍ପ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଦି ସହ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲେ। ସେ ‘ପ୍ରକୃତି ବନ୍ଧୁ’ ପୁରସ୍କାର ସହ ବିଭିନ୍ନ ସଙ୍ଗଠନ ଦ୍ୱାରା ସମ୍ମାନିତ ହୋଇଥିଲେ। ସ୍ୱାମୀ ପରିତ୍ୟକ୍ତା ସୁଷମା ପାଢ଼ୀ ତାଙ୍କର ଏକମାତ୍ର ପୁତ୍ର ଦୀପ୍ତିକାନ୍ତର ବିୟୋଗରେ ସମ୍ପୂର୍ଣ୍ଣ ଏକାକୀ ହୋଇପଡ଼ିଲେ। ପୁଅର ଶୋକରେ ଦିନରାତି ବୁଡି ରହିଲେ। ଜୀବନ ବଞ୍ଚିବାର ସ୍ପୃହା ମଧ୍ୟ ହରାଇଲେ। ଏମିତି ସମୟରେ ଦୀପ୍ତିକାନ୍ତଙ୍କ ମାମୁଁ ଓ ସାଙ୍ଗମାନେ ତାଙ୍କ ପାଖରେ ଛିଡା ହେଲେ। ସମୟ ଗଡ଼଼ିବା ସହ ସେ ପୁଅର ସାମାଜିକ କାର୍ଯ୍ୟପ୍ରତି ଆଗ୍ରହ ଓ ଶେଷ ଇଛାଗୁଡିକ ବିଷୟରେ ଚିନ୍ତା କଲେ ଆଉ ସେସବୁକୁ ପୂରଣ କରିବା ପାଇଁ ନିଷ୍ପତ୍ତି କଲେ। ଦୀପ୍ତିକାନ୍ତ ନାଁରେ ଦୀପ୍ତିବନ୍ଧୁ ସ୍ୱେଛାସେବୀ ସଙ୍ଗଠନଟିଏ ଗଢି ସଂଗଠନ ମାଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଲେ। ଏପରିକି ତାଙ୍କର ସମସ୍ତ ସମ୍ପତ୍ତିକୁ ସେହି ଟ୍ରଷ୍ଟକୁ ଦାନ କରି ତାଙ୍କର ନିଜ ବାସଭବନରେ ଗୋଟିଏ ବୃଦ୍ଧାଶ୍ରମ ଗଢିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଦୀପ୍ତିକାନ୍ତର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସେ ନିଜ ଶରୀର ଦାନ କରିବା ପାଇଁ ଇଚ୍ଛାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏ ସମ୍ପର୍କରେ ସୁଷମା କହନ୍ତି, ମୋ ପୁଅ ସବୁବେଳେ ମୋତେ କହୁଥିଲା ଶରୀର ସେ ଦାନ କରିଦେବ। ତେଣୁ ସମାଜର କଲ୍ୟାଣରେ ମୋ ଶରୀର ଲାଗିପାରିଲେ ମୋ ପୁଅ ଖୁସି ହେବ। ପୁଅ ତ ରହିଲା ନାହିଁ। ଆଉ ମୋର ଏ ସମ୍ପତ୍ତି କ’ଣ ହେବ। ଦୁଃଖୀ ଅସହାୟ ଲୋକଙ୍କ ସେବାରେ ମୋ ପୁଅ ସବୁବେଳେ ତତ୍ପର ଥିଲା। ସେଥିପାଇଁ ଲୋକଙ୍କ ସେବା କରି ମୁଁ ମୋ ପୁଅର ସ୍ୱପ୍ନ ପୂରଣ କରିପାରିବି।

ଦୀପ୍ତିକାନ୍ତଙ୍କ ମାମୁଁ ମନୋରଞ୍ଜନ ମହାପାତ୍ର କହିଛନ୍ତି, ବୟସରେ ଛୋଟ ହେଲେବି ମୋ ଭଣଜା ଆମ ସମସ୍ତଙ୍କର ଆଦର୍ଶ। ତା’ର ଇଛା ପୂରଣ ପାଇଁ ମୋ ଭଉଣୀ ଯେଉଁ ମହତ କାମ କରିଛି ମୁଁ ସେଥିପାଇଁ ଗର୍ବିତ ଓ ମୁଁ ସେଥିରେ ସବୁପ୍ରକାର ସହଯୋଗ କରିବି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମାନସ କୁମାର ପଣ୍ଡା, ସମାଜସେବୀ ବିକ୍ରମ ନାୟକ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ସାଧୁବାଦ ଜଣାଇଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସେ ଏମିତି ଜଣେ ମାଆ ଯିଏକି କୋଟିଏ ମାଆଙ୍କ ମନ ଜିଣି ସମାଜ ପାଇଁ ସେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ବିଦ୍ୟାଳୟ ଉଚ୍ଛେଦ ପ୍ରତିବାଦରେ ଜଡ଼ାମୁଣ୍ଡା ଗାଁରେ ଭୋଟ ବର୍ଜନ: ଖାଲି ଭୋଟ ବାକ୍ସ ସହ ଫେରିଲେ ପୋଲିଙ୍ଗ ପାର୍ଟି
ଗାଇସିଲେଟ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗାଇସିଲେଟ ବ୍ଲକରେ ସରି ଥିବା ବେଲେ ଗାଇସିଲେଟ ବ୍ଲକ ସନ୍ଧିବାହାଲ ଗ୍ରାମ ପଞ୍ଚାୟତ ଜଡ଼ାମୁଣ୍ଡା ଗ୍ରାମବାସୀ ୧୯୭୨ ମସିହା ପ୍ରାଥମିକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ଚଳି ଆସୁଥିବା ବେଳେ ଓଡିଶା ସରକାର ସ୍କୁଲକୁ ଉଚ୍ଛେଦ କରି ଜାମୁଟବାହାଲକୁ ସ୍ଥାନାନ୍ତର କରି ସାରିଛନ୍ତି । ଆଦିବାସୀ ବହୁଳ ଗ୍ରାମ ରେ ସମସ୍ତେ ଖଟିଖୁଆ ଦିନ ମଜୁରିଆ ଅଟନ୍ତି। ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଅଟେ ଯେଉଁଠାରେ କି ଜଙ୍ଗଲରୁ ବିଭିନ୍ନ ପ୍ରକାର ଜୀବ ଜନ୍ତୁ ଚାଲି ଆସିଥାନ୍ତି। ଏ ପରିକି ଏହା ହାତୀ ଚଲାପଥ ରାସ୍ତା ମଧ୍ୟ ଅଟେ। ଏପରି ପରିସ୍ଥିତିରେ ଲୋକେ ଦିନ ମଜୁରୀ କରିଯିବେ ନା ପିଲାଛୁଆଙ୍କୁ ପାଠ ପଢିଯିବାକୁ ଜଗିବେ। ଏଣୁ  ଗଣଶିକ୍ଷା ବିଭାଗ ତାଙ୍କ ପୂର୍ବ ନିଷ୍ପତିର ପରିବର୍ତନ କରି ପୂର୍ବବତ ସ୍କୁଲକୁ ଚାଲୁ ରଖିବା ପାଇଁ ଗ୍ରାମବାସୀ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦ୍ମପୁର ଉପ ଜିଲ୍ଲାପାଳଓ ବରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁ ଗରିବ ଆଦିବାସୀ ଛାତ୍ରମାନେ ସମସ୍ତଙ୍କୁ ଶିକ୍ଷା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ । ମାତ୍ର  ତାଙ୍କର ଦାବି ଗ୍ରହଣ କରାଯାଇ ନ ଥିବାରୁ ତହିଁର ପ୍ରତିବାଦରେ ଜଡ଼ାମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ ଘୋଷଣା କରିଥିଲେ। ଏପରି ଗ୍ରାମବାସୀ ନିୟମିତ ରୂପେ ଗାଁର ଉଭୟ ମୁଣ୍ଡରେ ଜଗି ରହି କୌଣସି ପ୍ରାର୍ଥୀଙ୍କୁ ନିପର୍ବାଚନ ପ୍ରଚାର ପାଇଁ ଗାଁକୁ ପ୍ରବେଶ କରିବାକୁ ଦେଇ ନ ଥିଲେ । ଜଡ଼ାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ନିଷ୍ପତି ନେଇଥିବାରୁ ନିର୍ବାଚନ କରାଇବା ପାଇଁ ଗାଁକୁ ପୋଲିଙ୍ଗ ପାର୍ଟି ପହଞ୍ଚିବା ପରେ ସମସ୍ୟା ଦେଖା ଯାଇଥିଲା । ପଦ୍ମପୁର ଉପଜିଲ୍ଲାପାଳଙ୍କ ବୁଝାସୁଝା ପରେ ପୋଲିଙ୍ଗ ପାର୍ଟି ମତଦାନ ପାଇଁ ବୁଥ ଖୋଲିଥିଲେ ମଧ୍ୟ ଆଜି କେହି ଭୋଟ ଦେବାକୁ ବୁଥରେ ପ୍ରବେଶ କରି ନଥିଲେ ।

ସୂଚନା ଯୋଗ୍ୟ ଯେ ଜଡ଼ାମୁଣ୍ଡା ଗାଁର ୬ ନମ୍ବର ବୁଥରେ ୧୧୦ ଜଣ ପୁରୁଷ ଭୋଟର ୧୦୨ ଜଣ ମହିଲା ଭୋଟର ଅଛନ୍ତି । ତନ୍ମଧ୍ୟରୁ କେହି ଭୋଟ ଦେଇ ନଥିବାରୁ ପୋଲିଙ୍ଗ ପାର୍ଟି ଶୂନ୍ୟ ମତଦାନରେ ଖାଲି ବାକ୍ସ ଧରି ପ୍ରତ୍ୟାବର୍ତନ କରିଥିବା ଜଣାପଡ଼ିଛି । ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି ।

ମଙ୍ଗ ଧରିଛନ୍ତି ୧୪ ବର୍ଷୀୟ କେ. ରାଜୁ: ନିଜର ସଙ୍ଘର୍ଷ ମୟ ଜୀବନ ମଧ୍ଯରେ ବି ବସ୍ତିପିଲାଙ୍କୁ ଶିଖାଉଛନ୍ତି ବିଦେଶୀ ପାଠ
ସହରର ଭିଡ଼ ଭିତରେ ରହିଛନ୍ତି ଅନେକ ବିଶେଷ ବ୍ୟକ୍ତି ଓ ସଂଗଠନ। ଯେଉଁମାନଙ୍କ ପ୍ରତିଭା, ନିଷ୍ଠା ଓ କାର୍ଯ୍ୟଦକ୍ଷତା ସମାଜର ଏକ ନିର୍ଦ୍ଦିଷ୍ଟ ପରିସୀମାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେମାନେ ହୁଏ ତ କେଉଁ ଅନାମଧ୍ୟେୟ ପରିଧି ଭିତରେ ସୀମିତ ରହିପାରନ୍ତି; କିନ୍ତୁ ସେମାନଙ୍କ ଅବଦାନ ସମାଜ ପାଇଁ ସର୍ବଦା ମୂଲ୍ୟବାନ। ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟାପକ କରିବା ତଥା କାର୍ଯ୍ୟଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ବିରଳ ଓ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱକୁ ନେଇ ‘ସକାଳ’ର ସ୍ୱତନ୍ତ୍ର ପ୍ରୟାସ।

ଭୁବନେଶ୍ବର:  ହୋଲା, ବୁଏନସ୍‍, କୋମୋ ଏଷ୍ଟାସ୍‍ ଆଦି ବିଦେଶୀ ଭାଷା ଶିଖିବା ଓ ବୁଝିବା ପାଇଁ ଆମକୁ ବର୍ଷ ବର୍ଷ ଲାଗିଯାଏ। କିନ୍ତୁ ବସ୍ତିର ଛୋଟଛୋଟ ପିଲାମାନେ ଏବେ ଅନର୍ଗଳ ସ୍ପାନିସ୍‍ ଭାଷାରେ କଥାବର୍ତ୍ତା କରିପାରୁଛନ୍ତି। ଏଭଳି ଏକ ଜଟିଳ କାର୍ଯ୍ୟର ଦାୟିତ୍ୱ ନେଇଛନ୍ତି ଜଣେ ୧୪ ବର୍ଷୀୟ ବାଳକ। ନାଁ ତାଙ୍କ କେ. ରାଜୁ। ରାଜୁ ବି ଦିନେ ରାସ୍ତାକଡ଼ରେ ଦିନ କାଟିଛନ୍ତି। ଆଉ ସେଥିରୁ ନିଜେ ମୁକୁଳି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ଆବୋରି ବସିଛନ୍ତି। ଯେଉଁ ବସ୍ତିର ପିଲାମାନେ ଦିନେ ନିଜ ନାଁ ଭଲରେ କହିପାରୁ ନ ଥିଲେ ରାଜୁଙ୍କ ପାଇଁ ସେମାନେ ଏବେ ବିଦେଶୀଙ୍କ ସହ ଭାବର ଆଦାନପ୍ରଦାନର ସୁଯୋଗ ପାଇପାରୁଛନ୍ତି।

ରାଜୁ ପିଲାଟି ବେଳୁ ମା’ଙ୍କ ସହ ବାବୁଘରେ କାମ କରିବା ସହ ଜରି, ପ୍ଲାଷ୍ଟିକ ବୋତଲ ଗୋଟାଇବାରେ ନିଜର ଭବିଷ୍ୟତ ପାଇଁ ସଂଘର୍ଷ ଜାରି ରଖିଥିଲେ। ପୂର୍ବରୁ ୮ବର୍ଷ ବୟସରେ ବାପାଙ୍କୁ ହରାଇଥିଲେ। ଆଉ ଏବେ ୧ବର୍ଷରୁ ଊର୍ଦ୍ଧ୍ବ ହେବ ମା’ ବି ଛାଡ଼ି ଆରପାରିକୁ ଚାଲିଗଲେ। ପରିବାରର ଆର୍ଥିକ ସଙ୍କଟ ଭିତରୁ ମୁକୁଳି ଏବେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ଜୀବନ ସଂଘର୍ଷରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିିଥିବା ବାଳକ ଜଣକ ହେଲେ କେ. ରାଜୁ। ରାଜୁଙ୍କ ଘର ବୁଦ୍ଧନଗର। ରାଜୁ ଦିନେ ଜରି ବୋତଲ ଗୋଟାଇବା ସହ ବାବୁଘର କାମ କରୁଥିଲେ। କିନ୍ତୁ ଗତ ଦୁଇବର୍ଷ ତଳେ ଆଶାଏଁ ଅନୁଷ୍ଠାନର ସହଯୋଗରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଲେ। ଲକ୍‍ଡାଉନ୍‍ ସମୟରେ ବସ୍ତି ପିଲାମାନେ ପଥଚ୍ୟୁତ ହେଉଥିବାବେଳେ ଅନ୍‍ଲାଇନ୍‍ ପାଠପଢ଼଼ା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଆଶାଏଁ ଓ ସାଂସଦ ଡ. ଅମର ପଟ୍ଟନାୟକଙ୍କ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିଲା। ଆଉ ସେଥିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କଠାରୁ ଜ୍ଞାନ ଆହରଣ କରିବା ସହ କାମରେ ଲଗାଇଥିଲେ। ଏବେ ୮ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ରାଜୁ। କିନ୍ତୁ ଅନର୍ଗଳ କରିପାରୁଛନ୍ତି ସ୍ପେନ୍‍ ଦେଶର ଭାଷା। ନିଜେ ଆନୁଷ୍ଠାନିକ ଶିକ୍ଷାଲାଭ କରିବା ସହ ବିଦେଶୀ ଭାଷା ଶିକ୍ଷାମଧ୍ୟ କଲେ। କେବଳ ନିଜେ ଶିକ୍ଷାଲାଭ କଲେ ନାହିଁ ବସ୍ତିର ପିଲାମାନଙ୍କୁ ଏହି ଭାଷା ଶିକ୍ଷା ଦେବାକୁ ଆଗେଇ ଆସିଲେ।

ଏକଦା ହାତରେ ଖାତା କଲମ ଧରିବା ସହ ପାଠପଢ଼଼ିବାର ସ୍ୱପ୍ନ ରଖି ନ ଥିବା ରାଜୁ ଏବେ ଅନ୍ୟ ପିଲାମାନଙ୍କୁ ଦେଖାଉଛନ୍ତି ବଞ୍ଚିବାର ରାହା। ନିଜର ଦୃଢ଼ଇଚ୍ଛା ଶକ୍ତି ଏବଂ ଆତ୍ମବିଶ୍ୱାସ ଯୋଗୁଁ ସେ ସଫଳତା ପାଇପାରିଛନ୍ତି। ନିଜେ ବେସାହାରା ଜୀବନ ବିତାଉଥିବା ଏହି କୁନି ପୁଅ ଏବେ ବସ୍ତିପିଲାମାନଙ୍କ ପାଇଁ ସାହାରା ପାଲଟିଛନ୍ତି। ଅନ୍‍ଲାଇନ୍‍ ମାଧ୍ୟମରେ ନିଜେ ଶିଖିଥିବା ସ୍ପାନିସ୍‍ ଭାଷାର ଦକ୍ଷତାକୁ ତାଙ୍କ ଭଳି ବସ୍ତିପିଲାମାନଙ୍କୁ ଶିଖାଇବାରେ ଲାଗିପଡ଼ିଛନ୍ତି। ଡମଣା ମଣ୍ଡପ ବସ୍ତି ଓ ନୀଳପଡ଼ିଆ ବସ୍ତିର ପ୍ରାୟ ୯୫ରୁ ଊର୍ଦ୍ଧ୍ବ ପିଲାମାନଙ୍କୁ ସେ ଏହି ସ୍ପାନିସ୍‍ ଭାଷାର ଶିକ୍ଷା ଦେଉଛନ୍ତି। ମାତ୍ର ୧ବର୍ଷ ମଧ୍ୟରେ ସେ ବେଶ୍‍ ଆଗକୁ ବଢ଼଼ିପାରିଛନ୍ତି। ଏହାବ୍ୟତୀତ ଶିଶୁ ସୁରକ୍ଷା ଅନୁଷ୍ଠାନରେ ମଧ୍ୟ ଏହି ଦକ୍ଷତା ବିକାଶର ବାର୍ତ୍ତା ଦେଉଛନ୍ତି। ଏହାସହ ଏହି ବିଦେଶୀ ଭାଷାର ଶିକ୍ଷା ଦେଉଛନ୍ତି। ଦିନକୁ ୨ଥର ସେ ଏହି କ୍ଲାସ୍‍ ନେବାର ମଙ୍ଗ ଧରିଛନ୍ତି। କେବଳ ସେତିକିରେ ସୀମିତ ନୁହେଁ ରାଜୁଙ୍କ ପ୍ରତିଭା। ପୁରା ବସ୍ତିପିଲାମାନଙ୍କ ଅନ୍ତନିର୍ହିତ ପ୍ରତିଭାକୁ ପ୍ରତିପାଦନ କରିବାରେ ସେ ଲାଗିପଡ଼ିଛନ୍ତି। ଏସବୁ ଭିତରେ ବି ରାଜୁ ହସ୍ତକଳା ମନସ୍କ। ନୃତ୍ୟ ସହିତ ଅଦରକାରୀ ଜିନିଷରୁ ପ୍ରସ୍ତୁତ କରୁଛନ୍ତି ହସ୍ତକଳା। ଏସମ୍ପର୍କରେ ରାଜୁ କୁହନ୍ତି, ଲକ୍‍ଡାଉନ୍‍ ସମୟରେ ଅନ୍‍ଲାଇନ୍‍ କ୍ଲାସ୍‍ରେ ବିଦେଶରେ ରହୁଥିବା ସାର୍‍ମାନଙ୍କଠାରୁ ବିଦେଶୀ ଭାଷା ଶିକ୍ଷାଲାଭ କରିଥିଲି। ପ୍ରଥମେ ଏହି ଭାଷା ଶିଖିବା ସମୟରେ ଅନେକ ସମସ୍ୟା ହେଉଥିଲା। ମାତ୍ର ଅଭ୍ୟାସ କରିବା ଯୋଗୁଁ ସହଜ ଏବଂ ସରଳଭାବେ କହିପାରୁଛି। ସେଥିରୁ ଅଶେଷ ଆନନ୍ଦ ମିଳୁଛି ବୋଲି କୁହନ୍ତି ରାଜୁ।

ସ୍ୱାମୀର ତଣ୍ଟିକାଟି ହତ୍ଯାକଲା ଦ୍ୱିତୀୟ ସ୍ତ୍ରୀ !
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ରୁ ଆସିଲା ଅଭାବନୀୟ ଘଟଣା । ସ୍ୱାମୀର ତଣ୍ଟିକାଟିଦେଲା ଦ୍ୱିତୀୟ ସ୍ତ୍ରୀ ।  ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ସ୍ବାମୀଙ୍କ ନାଁ ମଙ୍ଗୁଳି ନାୟକ  ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଦ୍ୱିତୀୟ ପତ୍ନୀ ରୀନାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ମଙ୍ଗୁଳି  ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ଼ରେ ବାସ କରନ୍ତି। ସେ ପ୍ରଥମେ ବାହା ହୋଇଥିଲେ। ତାଙ୍କର ଏବେ ଛୋଟିଆ ଝିଅଟିଏ ରହିଛି। ଏହା ସତ୍ତ୍ୱେ ମଙ୍ଗୁଳି ପ୍ରେମ କରି ରୀନାଙ୍କୁ ବିବାହ କରିଥିଲେ। ବିବାହ ପରେ ରୀନାଙ୍କୁ ନିଜ ଘରକୁ ଆଣିଥିଲା। ଯାହାକୁ ତାଙ୍କ ପ୍ରଥମ ସ୍ତ୍ରୀ ବିରୋଧ କରିଥିଲେ। ସେଥିପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା। ଆଜି ପୂର୍ବାହ୍ନ ସମୟରେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ହସ୍ତକ୍ଷେପ କରିଥିଲେ ମଙ୍ଗୁଳି। ଠିକ୍‌ ଏହି ସମୟରେ ରୀନା ଏକ ଧାରୁଆ ଛୁରୀରେ ମଙ୍ଗୁଳିଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏଣିକି ଆହୁରି ଜମିବ ପ୍ରଚାର, କୋହଳ ହେଲା କଟକଣା
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରଚାରରେ କୋହଳ ହେଲା କଟକଣା । ୫ ବଦଳରେ ୨୦ ଜଣଙ୍କୁ ନେଇ ହେବ ଡୋର-ଟୁ- ଡୋର  କ୍ଯାମ୍ପେନ୍ କରିପାରିବେ ପ୍ରାର୍ଥୀ । ୩୦୦ ଜଣଙ୍କୁ ନେଇ ରାଜନୈତିକ ସଭା ହୋଇପାରିବ। କିନ୍ତୁ ପୂର୍ବପରି ରାଲି, ପଦଯାତ୍ରା ଓ ବାଇକ ରାଲି ଉପରେ କଟକଣା ବଳବତ୍ତର ରହିବ ବୋଲି ରାଜ୍ୟ ନିର୍ବାଚନ କମିସନ ଘୋଷଣା କରିଛନ୍ତି। ତେବେ ପ୍ରଚାର ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଭଳି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୂର୍ବଭଳି କଟକଣା ଜାରି ରହିବ। ଆଜି ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ରାଜ୍ଯ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।

ଖବାର ଅନୁଯାୟୀ,  ନିର୍ବାଚନ ପ୍ରଚାର ଓ କୋଭିଡ କଟକଣା ନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନ । ଭିଡିଓ କନଫରେନ୍ସ ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ଯାୟ ମତଦାନ । ଏଥର ୫ଟି ପର୍ଯ୍ଯାୟରେ ହେବ ଭୋଟିଂ । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିଥିଲେ ।

ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ
ନୟାଗଡ଼/ଓଡ଼ଗାଁ: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବା ଉଦେଶ୍ୟରେ ଆଜି ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ଥାନାରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଓଡ଼ଗାଁ ଆଦର୍ଶଥାନା ତରଫରୁ କୁରାଳ ପଞ୍ଚାୟତରେ ଆଜି ଫ୍ଳାଗମାର୍ଚ୍ଚ କରାଯାଇଛି । ଓଡ଼ଗାଁ ବ୍ଲକ ଅଞ୍ଚଳରେ ଫେବୃଆରୀ ୧୬ ତାରିଖ ଦିନ ଭୋଟଗ୍ରହଣ କରାଯିବାକୁ ସ୍ଥିର ହୋଇଥିବା ବେଳେ ଏଥିରେ ୧ଲକ୍ଷ ୩୫ ହଜାର ଭୋଟର ମତଦାନ ସାବ୍ୟସ୍ତ କରିବେ । ୧୮ ପଞ୍ଚାୟତ ପାଇଁ ଘୋଷଣା କରାଯାଇଥିବା ୨୮୯ ଭୋଟ କେନ୍ଦ୍ର ମଧ୍ୟରୁ ୭୯ ସମ୍ବେଦନଶୀଳ ଏବଂ ୬୨ ଅତି ସମ୍ବେଦନଶୀଳ ଭୋଟ କେନ୍ଦ୍ର ଚିହ୍ନଟ ହୋଇଛି। ସମ୍ବେଦନଶୀଳ ବୁଥ ଗୁଡ଼ିକ ପାଇଁ ସଶସ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଥିବା ବେଳେ ଅତିସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଅର୍ଦ୍ଧସାମରିକ ବାହିନୀ ମୂତୟନ ବ୍ୟବସ୍ଥା କରାଯାଇଛି। ଏଥି ସହିତ ଭୋଟରମାନେ ଯେପରି ନିର୍ଭୟରେ ଭୋଟଦେବାକୁ ଯାଇପାରିବେ ସେନେଇ ଅସାମାଜିକ ବ୍ୟକ୍ତି ବିଶେଷଙ୍କୁ ପୁଲିସର ଉପସ୍ଥିତି ସମ୍ପର୍କରେ ସତର୍କ କରାଇ ଦେବା ପାଇଁ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନେତୃତ୍ବରେ ସମ୍ପୃକ୍ତ ପଞ୍ଚାୟତ ଗୁଡ଼ିକରେ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏସଆଇ ସ୍ନେହଲତା ପ୍ରଧାନ, ସଞ୍ଚୟ କୁମାର ପରିଡ଼ାଙ୍କ ସହିତ ଅନ୍ୟ ପୋଲିସ କର୍ମଚାରୀମାନେ ଆଜିର ଫ୍ଳାଗମାର୍ଚ୍ଚରେ ଅଂଶଗ୍ରହଣ କରିଥିଲେ । ସେହିଭଳି ଭାବେ ଚାନ୍ଦପୁର ପୁଲିସ ପକ୍ଷରୁ ଚାନ୍ଦପୁର ବଜାରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖାଯାଇଛି ।

ପଞ୍ଚାୟତ ନିର୍ବାଚନ : ସରପଞ୍ଚ ପଦ ପାଇଁ ଶାଶୁ ଓ ବୋହୂ ମଧ୍ୟରେ ଲଢେଇ
ଜଳେଶ୍ଵର : ଜଳେଶ୍ଵର ବ୍ଲକ ଅଧିନସ୍ଥ ଗୋପିମୋହନପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଶାଶୁ ଓ ବୋହୂ ମଧ୍ୟରେ ଲଢେଇ ହେଉଥିବା ଜଣାପଡ଼ିଛି।ଯାହା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅଧିକ ରୋଚକ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।୯ ନମ୍ବର ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ଏହି ପଞ୍ଚାୟତ ଅଧିନରେ ୧୩ ଟି ଓ୍ବାର୍ଡ ରହିଛି। ଏହାର ମୋଟ ଭୋଟର ସଙ୍ଖ୍ୟା ୪୪୦୦ ପାଖାପାଖି ହେବ ବୋଲି କୁହାଯାଇଛି। ଚଳିତ ନିର୍ବାଚନରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ କେବଳ ମହିଳା ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।

ବର୍ତମାନର ସରପଞ୍ଚ ରବିନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ସାଗରବାଳା,ଗତ ୨୦୧୭ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ହରିଶ୍ଚନ୍ଦ୍ର ପରିଡ଼ାଙ୍କ ପତ୍ନୀ ବୀଣାପାଣି ପରିଡ଼ା ଓ ସରପଞ୍ଚ ରବିନ୍ଦ୍ରଙ୍କ ପୁତୁରା ସୁରେଶ ଜେନାଙ୍କ ପତ୍ନୀ ଅଞ୍ଜଳି।ତେବେ ସାଗରବାଳାଙ୍କ ନିଜ ପୁତୁରା ବୋହୂ ଅଞ୍ଜଳି ହୋଇ ଥିବାବେଳେ ଉଭୟ ସମ୍ପର୍କରେ ଶାଶୁ ବୋହୂ ଅଟନ୍ତି।ଏହା ପଞ୍ଚାୟତର ନିର୍ବାଚନ ବାତାବରଣକୁ ଅଧିକ ଉଷ୍ମ କରିଛି।ଶାଶୁ ନାଁ ବୋହୂ ଅଥବା ତୃତୀୟ ପ୍ରାର୍ଥୀ ବୀଣାପାଣି ନିର୍ବାଚନରେ ଜିତାପଟ ମାରିବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ସମିତି ସଭ୍ୟ ପଦବୀ ପାଇଁ ମଧ୍ୟ ମୋଟ ପାଞ୍ଚ ଜଣ ପ୍ରାର୍ଥୀ ନିର୍ବାଚିତ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।ଗତ ଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ନିର୍ମଳ ରାଜ ଙ୍କ ପତ୍ନୀ ଆରତୀ,କଂଗ୍ରେସ ନେତା ଅନୁପ ପରିଡ଼ାଙ୍କ ପତ୍ନୀ ବିଷ୍ଣୁପ୍ରିୟା ପରିଡା,ବନ୍ଦିତା ଚନ୍ଦ,ସବିତାରାଣୀ ପାତ୍ର ଓ ସୁମିତ୍ରା ଦେ ପ୍ରାର୍ଥୀ ଭାବେ ଲଢୁଛନ୍ତି।କିଏ ଅଧିକ ଭୋଟରଙ୍କ ସମର୍ଥନ ପାଇ ନିର୍ବାଚନ ଜିତିବା ତାକୁ ନେଇ ସବୁ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା,ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାକୁ ସମସ୍ତ ପ୍ରାର୍ଥୀ ଅଗ୍ରାଧିକାର ଦେଉଥିବା କୁହାଯାଇଛି। ସାକ୍ଷରତା ଓ ସମ୍ବଦନଶୀଳତା ଦୃଷ୍ଟିରୁ ଏହି ପଞ୍ଚାୟତ ସମୁଦାୟ ଜଳେଶ୍ଵର ବ୍ଲକରେ ଏକ ସ୍ବତନ୍ତ୍ର ପରିଚୟ ଥିବାରୁ ଏଠାରୁ କିଏ ସରପଞ୍ଚ,କିଏ ସମିତି ସଭ୍ୟ ଭାବେ ବିଜୟୀ ହେବା ଓ କେଉଁ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଏଠାରୁ ଅଧିକ ଭୋଟ ପାଇବେ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି।

ସତ୍ୟବାଦୀର ୬ ଜୋନ୍‌ରେ ନାହାନ୍ତି କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ
ପୁରୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସବୁଠି ରାଜନୈତିକ ପାଣିପାଗ ବେଶ୍‍ ସରଗରମ ହେଲାଣି। ଗାଁ ଚାନ୍ଦିନୀଠାରୁ ସହରର ଚା’ ଖଟି ସବୁଠି ହାର୍‍ଜିତ୍‍ର ଅଙ୍କକଷା ଯାଉଛି। ରାଜନୀତିର ଧାର୍‍ ଧରୁ ନ ଥିବା ଲୋକଙ୍କ ମୁହଁରେ ଏବେ ନିର୍ବାଚନ ଚର୍ଚ୍ଚା। ରାଜନୈତିକ ଦଳଗୁଡ଼ିକ ମଧ୍ୟ ବେଶ୍‍ ସକ୍ରିୟ ହୋଇପଡ଼ିଛନ୍ତି। ନିଜ ସମର୍ଥିତ ପ୍ରାର୍ଥୀମାନେ କିପରି ସଫଳତା ପାଇବେ ସେଥିପାଇଁ ଗୋଟିଚାଳନା କରୁଛନ୍ତି। କୋଭିଡ଼ କଟକଣା ପାଇଁ ଯଦିଓ ପ୍ରଚାର ଶୋଭାଯାତ୍ରା ବାରଣ କରାଯାଇଛି କିନ୍ତୁ କିପରି ଭୋଟରଙ୍କୁ ମନେଇ ହେବ ସେ ନେଇ ଚାଲୁଛି ଗୁପ୍ତ ମନ୍ତ୍ରଣା। ହେଲେ ଏ ସବୁଥିରେ ପଛରେ ପଡ଼ିଛି ପୁରୀ ଜିଲ୍ଲା କଂଗ୍ରେସ। ଏଥର ପଞ୍ଚାୟତ ନିର୍ବାଚନ ଲାଗି ଦଳରେ ଏତେଟା ଉତ୍ସାହ ନାହିଁ। ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ସବୁଠି ଜିଲ୍ଲା କଂଗ୍ରେସରେ ନୀରବତା ବାରି ହୋଇପଡ଼ିଥିବା ବେଳେ ଏଥିରୁ ଫାଇଦା ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଜେଡି ଓ ବିଜେପି।

କଂଗ୍ରେସର ନେତୃତ୍ୱ ନେବା ଏବଂ ପ୍ରାର୍ଥୀ ହେବା ପାଇଁ ଏକଦା ପ୍ରତିଦ୍ୱନ୍ଦ୍ୱିତା ଲାଗୁଥିଲା। ପୁରୀ ଜିଲ୍ଲାରେ ବି ଏଭଳି ସ୍ଥିତି ରହିଥିଲା। ଏବେ ବି ଅନେକ କର୍ମୀ ଅଛନ୍ତି ଯେଉଁମାନେ ପୋଖତ କଂଗ୍ରେସିଆ ବୋଲି ନିଜକୁ ଗର୍ବ ଅନୁଭବ କରନ୍ତି। କିନ୍ତୁ ଦଳୀୟ ନେତୃତ୍ୱ ସଂକଟ ଏବେ ଜିଲ୍ଲା କଂଗ୍ରେସକୁ ଏକପ୍ରକାର ଦେବାଳିଆ କରିଦେଇଥିବା ଆଲୋଚନା ହେଉଛି। ପଞ୍ଚାୟତ ନିର୍ବାଚନକୁ ନେଇ ଜିଲ୍ଲା କଂଗ୍ରେସ ମଧ୍ୟରେ ସେମିତି ଉତ୍ସାହ ନାହିଁଁ। ପ୍ରାୟ ବର୍ଷେ ହେବ ଜିଲ୍ଲା ସଭାପତି ନାହାନ୍ତି। ଫଳରେ ମୁରବି ବିହୀନ ହୋଇପଡ଼ିଛି ଜିଲ୍ଲା କଂଗ୍ରେସ। କୌଣସି ନିଷ୍ପତ୍ତି ନେବା ପାଇଁ କେହି କାହାକୁ ପଚାରୁ ନାହାନ୍ତି କି ଦଳୀୟ ସଙ୍ଗଠନ କିପରି ମଜବୁତ୍‍ ହେବ ସେଥିପ୍ରତି କାହାର ଆଗ୍ରହ ଥିବା ଭଳି ଜଣାପଡୁନି। ପଞ୍ଚାୟତ ନିର୍ବାଚନ ଲାଗି ଏକାଧିକ ଜୋନରୁ କୌଣସି କଂଗ୍ରେସ ପ୍ରାର୍ଥୀ ଛିଡା ନ ହେବା ଏବଂ ଗୋଟିଏ ଜୋନରୁ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ଏ ସବୁକୁ ସ୍ପଷ୍ଟ କରୁଛି।

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କଣାସର ୩ଟି ଜୋନ ଏବଂ ସତ୍ୟବାଦୀର ୩ଟି ଜୋନ ରହିଛି। ହେଲେ ଏଥର ଏହି ନିର୍ବାଚନମଣ୍ଡଳୀର ୫ଟି ଜୋନରୁ କଂଗ୍ରେସ କେହି ପ୍ରାର୍ଥୀ ନାହାନ୍ତି। ୫ ନଂ. ଜୋନ (କଣାସ-୩)ରୁ ପ୍ରସନ୍ନ କୁମାର ପାଇକରାୟ ନାମାଙ୍କନର ଅନ୍ତିମ ଦିବସରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଦଳୀୟ ଟିକେଟ ଦେଇ ନ ଥିଲେ। ଶନିବାର ଯାଞ୍ଚ ଦିନ ଦଳୀୟ ଟିକେଟ ଦେଇଥିଲେ ମଧ୍ୟ ବିଳମ୍ବ ଯୋଗୁ ତାଙ୍କ ଟିକେଟ ଗ୍ରହଣ କରାଯାଇ ନାହିଁ। ତେଣୁ ପ୍ରସନ୍ନଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଗ୍ରହଣ କରିଛି ପ୍ରଶାସନ। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛନ୍ତି ପ୍ରସନ୍ନ। ସେହିପରି ଗୋପ ଜୋନ ନଂ.୪ରୁ ଦୁଇଜଣ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ଦଳ ଜଣଙ୍କୁ ଟିକଟ ଦେବା ପରେ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି।

ପୂର୍ବତନ ପିସିସି ସଭାପତିଙ୍କ ନିର୍ବାଚନମଣ୍ଡଳୀରେ ଯଦି ପ୍ରାର୍ଥୀ ଦିଆଯାଇ ପାରୁନାହିଁ ଏହା ନିଶ୍ଚିତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ବିନାୟକ ଦାସ ମହାପାତ୍ର। ସେହିପରି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବା ଦରକାର। ସଭାପତିଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ନିର୍ବାଚନରେ କିପରି ଦଳୀୟ ପ୍ରାର୍ଥୀ ଏବଂ ସମର୍ଥିତ ପ୍ରାର୍ଥୀ ଭଲ ଫଳାଫଳ କରିବେ ସେ ନେଇ ରୋଡ୍‍ମ୍ୟାପ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଛନ୍ତି ବିନାୟକ। ଅନ୍ୟପକ୍ଷରେ କଂଗ୍ରେସର ଏଭଳି ସ୍ଥିତିରୁ ଫାଇଦା ନେବା ପାଇଁ ଉଭୟ ବିଜେଡି ଏବଂ ବିଜେପି ଲକ୍ଷ୍ୟ ରଖିଛନ୍ତି।

ସରପଞ୍ଚ ପଦ ଲାଗି ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ
ଅନୁଗୋଳ: ବଅଁରପାଳ ବ୍ଲକ ଜାମୁନାଳି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ବିରୋଧରେ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହିପଞ୍ଚାୟତର ବସନ୍ତ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟଲତା ପ୍ରଧାନ ଶେଷଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ମଧ୍ୟ ସେମାନଙ୍କ ନାମାଙ୍କନପତ୍ର କାଏମ ରହିଛି। ଏହାପରେ ଉଭୟ ଅଲଗା ଅଲଗା ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କାହା ବିରୋଧରେ ପ୍ରଚାର କରିବେ ନାହିଁ, ତେବେ ସରପଞ୍ଚ ହେଲେ ନିଜେ କ’ଣ କରିବେ ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଘରେ ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। କିନ୍ତୁ ନିର୍ବାଚନ ମଇଦାନକୁ ଆସିଲେ ରାଜନୈତିକ ପ୍ରତିଦ୍ୱନ୍ଦୀ ପାଲଟି ଯାଉଛନ୍ତି। ଏଥିପାଇଁ ସେମାନଙ୍କର କୌଣସି ଅସୁବିଧା ହେଉ ନ ଥିବା କହିଛନ୍ତି।

ଅନ୍ୟ ପକ୍ଷରେ ଏହି ପଞ୍ଚାୟତରେ ଗୋଟିଏ ସରପଞ୍ଚ ପଦ ପାଇଁ ୧୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ସମସ୍ତଙ୍କର ନାମାଙ୍କନ ଯାଞ୍ଚ ବେଳେ କାଏମ ରହିଛି। ଅନୁରୂପ ଭାବରେ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୯ଜଣ ଓ ୧୨ଟି ୱାର୍ଡ ମେମ୍ୱର ପାଇଁ ୩୫ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ପଞ୍ଚାୟତରେ ସମସ୍ତ ୧୪ଟି ପଦ ପାଇଁ ମୋଟ ୫୭ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଯେ କୌଣସି ପଞ୍ଚାୟତଠାରୁ ଏହି ପଞ୍ଚାୟତରେ ପ୍ରାର୍ଥୀ ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି। ଏହି ପଞ୍ଚାୟତରେ ରାଜନୀତି ପ୍ରତି ଲୋକଙ୍କର ଆଗ୍ରହ ରହିଛି ବୋଲି ସ୍ପଷ୍ଟ ଜଣାପଡୁଛି।

ତେଣୁ ଏତେ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ଥିବାରୁ ପ୍ରଚାର ଖୁବ୍‍ ଜମିବ। ଏହି ପଞ୍ଚାୟତଟି ପୂର୍ବରୁ ସାକୋସିଂହା ପଞ୍ଚାୟତରେ ଥିଲା। ଗତ ୨୦୧୭ରେ ସ୍ୱତନ୍ତ୍ର ପଞ୍ଚାୟତ ହେଲା। ଜାମୁନାଲି, କୁଇଓ, କୁଇଓ ଜଙ୍ଗଲ ଓ କରଦାଟିକର ଏହି ୪ଟି ଗାଁକୁ ନେଇ ଗଠିତ ହେଲା ଜାମୁନାଳି ପଞ୍ଚାୟତ। ପଞ୍ଚାୟତର ଲୋକ ସଂଖ୍ୟା ୫୨୦୦। ଭୋଟର ସଂଖ୍ୟା ୪୦୪୮। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୧୯୦୮ ହୋଇଥିବା ବେଳେ ପୁରୁଷ ଭୋଟର ୨୧୪୦। ଏଥର ଦ୍ୱିତୀୟ ଥର ପାଇଁ ନିର୍ବାଚନ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ତେଣୁ ଏତେ ସଂଖ୍ୟାରେ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ପଞ୍ଚାୟତ ନିର୍ବାଚନ : ଯୁବ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର
ଖୋର୍ଦ୍ଧା : ଆଗକୁ ପଞ୍ଚାୟତ ନିର୍ବାଚନ। ଚାରିଆଡ଼େ ନିର୍ବାଚନୀ ମାହୋଲ। ତେବେ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ। ଏଥିରୁ ପାର୍‍ ହେବା ପାଇଁ ରଣନୀତି ତିଆରି ସରିଛି। ଜିଲ୍ଲାର ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀମାନେ ନିଜ ଆଭିମୁଖ୍ୟର ପ୍ରଚାର ପ୍ରସାର ପାଇଁ ଗ୍ରାମ ଓ ଛକମାନଙ୍କରେ ବ୍ୟାନର ପୋଷ୍ଟର ମାରିବା ଆରମ୍ଭ କରିଦେଇଛନ୍ତି। ସଂଗଠନକୁ ଦୃଢ଼ ରଖିବା ଲାଗି କେତେକ ସ୍ଥାନରେ ଲୁଚାଛପାରେ ଭୋଜିଭାତର ଆସର ଜମିଲାଣି। ଅନ୍ୟପକ୍ଷରେ କୋଭିଡ୍‍ କଟକଣା ଯୋଗୁଁ ଡିଜିଟାଲ ମାଧ୍ୟମରେ ପ୍ରଚାରକୁ ଜୋର୍‍ଦାର କରିବାକୁ ଆଶାୟୀ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସୋସିଆଲ ମିଡିଆରେ କିପରି ଲୋକଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିପାରିବେ, ତାହାକୁ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି।

କଟକଣା ଯୋଗୁଁ ଆଶାୟୀଙ୍କୁ ମିଶାଇ ମାତ୍ର ୫ଜଣ ଘରକୁ ଘର ବୁଲି ପ୍ରଚାର କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଏବେ ପ୍ରାର୍ଥୀଙ୍କ ପ୍ରଚାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ଏହାର ବହୁଳ ବ୍ୟବହାର ଜିଲ୍ଲାର ୧୯୦ ପଞ୍ଚାୟତରେ ଦେଖିବାକୁ ମିଳୁଛି। ୨୦୧୭ ନିର୍ବାଚନ ସମୟରେ ଜିଲ୍ଲାରେ ୯ଲକ୍ଷ ୬୧ହଜାର ୪୬୦ଜଣ ଭୋଟର ରହିଥିବାବେଳେ ୨୦୨୨ରେ ଏହା ବୃଦ୍ଧି ହୋଇ ୧୦ଲକ୍ଷ ୩୦ହଜାର ୬୦୯ରେ ପହଞ୍ଚିଛି। ଏହି ମତଦାତା ନିଜ ମତଦାନ ସାବ୍ୟସ୍ତ କରି ପ୍ରାର୍ଥୀ ଚୟନ କରିବେ। ସେଥିରୁ ଚଳିତବର୍ଷ ୬୯ ହଜାର ୧୯୦ ଜଣ ନୂତନ ଯୁବ ଭୋଟର ରହିଛନ୍ତି। ଫଳରେ ଯୁବ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଏମାନଙ୍କୁ ମନାଇବା ପାଇଁ ସବୁ ବର୍ଗର ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।

ତେବେ ପ୍ରତି ଗାଁ ଓ ୱାର୍ଡର ଯୁବଗୋଷ୍ଠୀଙ୍କ ନିକଟରେ ରହିଛି ଆଣ୍ଡ୍ରଏଡ୍‍ ମୋବାଇଲ୍‍। ଏହାକୁ ଉପଯୋଗ କରି ପ୍ରାର୍ଥୀ ପ୍ରଚାର କାର୍ଯ୍ୟକୁ ଜୋର୍‍ସୋର କରିବାକୁ ଯୋଜନା କରୁଥିବାବେଳେ ଏବେଠାରୁ କେହି କେହି ଏହା ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଦେଲେଣି। ଏହା ଦ୍ୱାରା ଖୁବ୍‍ ଶସ୍ତାରେ ପ୍ରଚାର ହୋଇପାରୁଛି ବୋଲି କହିଛନ୍ତି ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ୨ନଂ ଜୋନ୍‍ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ କୈଶରା ବେଗମ। ସେ କହିଛନ୍ତି ଚଳିତ ପଞ୍ଚାୟତ ନିର୍ବାଚନରେ ଖର୍ଚ୍ଚର ପରିମାଣକୁ ଦେଖିଲେ ଏ କରୋନା କାଳରେ ଏତେ ଖର୍ଚ୍ଚ କରିବା ଆବଶ୍ୟକତାଠାରୁ ଅଧିକା ଭଳି ମନେହେବ। ତେଣୁ ସୋସିଆଲ ମିଡିଆରେ ପ୍ରଚାର ସବୁଠାରୁ ଭଲ ହେବ। ସେହିପରି କେତେକ ପ୍ରାର୍ଥୀ ଭୋଟରଙ୍କୁ ଭୋଜିଭାତରେ ସନ୍ତୁଷ୍ଟ କରି ପ୍ରଭାବିତ କରିବା ଲାଗି ଆଗଭର ହେଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖିଲେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଆଭିମୁଖ୍ୟ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ନାହିଁ। ତେଣୁ ଫେସ୍‍ବୁକ୍‍, ୱାଟ୍‍ସଆପ୍‍, ଟୁଇଟର, ଇନ୍‍ଷ୍ଟାଗ୍ରାମ୍‍ ପ୍ରଭୃତିର ସାହାଯ୍ୟ ନେବାକୁ ପଡୁଛି।

ସେହିପରି ବେଗୁନିଆ ବୋଲଗଡ଼଼ ନିର୍ବାଚନମଣ୍ଡଳୀ ୨୩ନଂ ଜୋନ୍‍ର ଏସ୍‍ୟୁସିଆଇର ଜିଲ୍ଲା ପରିଷଦ ପ୍ରାର୍ଥୀ ଅବିନାଶ ପ୍ରଧାନ କୁହନ୍ତି ଚଳିତ ନିର୍ବାଚନରେ ଜିଲ୍ଲା ଏବଂ ଅଞ୍ଚଳର ବିକାଶ ଓ ବ୍ୟକ୍ତିତ୍ୱ ମୁଖ୍ୟ ପ୍ରସଙ୍ଗ ହୋଇଛି। ଜିଲ୍ଲାର ବିକାଶ ଓ ସମସ୍ୟାର ଚିତ୍ର କେବଳ ଗଣମାଧ୍ୟମର ପ୍ରଚାର ଏବଂ ପ୍ରସାର ପରେ ଜଣାପଡୁଛି। ସୋସିଆଲ ମିଡିଆ ଏବେ ଆଧୁନିକ ଯୁବପିଢ଼ିଙ୍କ ମାଧ୍ୟମ ପାଲଟିଛି। ଏହାଦ୍ୱାରା ଲୋକଙ୍କ ନିକଟରେ ପହଞ୍ଚିବା ସହଜ ଓ ଶସ୍ତା ହୋଇଛି। ଏଥିରେ ପ୍ରାର୍ଥୀଙ୍କର ବ୍ୟକ୍ତିତ୍ୱ ଓ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସମସ୍ୟା ସମ୍ବନ୍ଧରେ ବିଶ୍ଲେଷଣ କରାଯାଉଥିବା ଦେଖାଯାଇଛି। ପ୍ରାର୍ଥୀମାନେ ମଧ୍ୟ ଏହା ମାଧ୍ୟମରେ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟତର ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେହିପରି ରାଜନୈତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ତପନ ନାୟକ କୁହନ୍ତି ଜିଲ୍ଲାରେ ସାମାଜିକ ଗଣମାଧ୍ୟମ ଏକ ବଳିଷ୍ଠ ଭୂମିକା ଗ୍ରହଣ କରୁଛି। ଜିଲ୍ଲାର ବିଭିନ୍ନ ଚିତ୍ର ଓ ଚରିତ୍ରକୁ ଉପସ୍ଥାପନ କରି ନିର୍ବାଚନୀ ବାତାବରଣକୁ ସରଗରମ ରଖିବା ପାଇଁ ସମସ୍ତ ପ୍ରାର୍ଥୀ ଲାଗି ପଡ଼ିଛନ୍ତି। କରୋନା ସମୟରେ ଏହି ସାମାଜିକ ଗଣମାଧ୍ୟମ ଯୋଗେ ପ୍ରଚାର କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ଏହା ମାଧ୍ୟମରେ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରଭାବିତ କରାଯିବା ସମ୍ଭବ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।