Union Minister Tudu - The Sakala

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଦାବି, ଆଜିଠୁ ସରକାରୀ ଅଧିକାରୀ ଓ କର୍ମଚାରୀ ପିନ୍ଧିବେ କଳାବ୍ୟାଜ୍‌
ବାରିପଦା : ମୟୂରଭଞ୍ଜର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ ମାଡ ମାରିବା ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଜିଲ୍ଲା ଯୋଜନା ବିଭାଗର ଦୁଇ ଅଧିକାରୀ ଦେବାଶିଷ ମହାପାତ୍ର ଓ ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ଜୋରଜବରଦସ୍ତ ବାରିପଦା ତକତପୁରସ୍ଥିତ ବିଜେପି କାର୍ଯ୍ୟାଳୟକୁ ଡକାଇ ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କ ହାତଭାଙ୍ଗି ଯାଇଥିବା ବେଳେ ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଗୁରୁତର ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାର ଅଭିଯୋଗ ବଳରେ ବାରିପଦା ଟାଉନ ଥାନାରେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କେନ୍ଦ୍ର ସରକାରଙ୍କ ଜଣେ ଦାୟିତ୍ୱ ସମ୍ପନ୍ନ ମନ୍ତ୍ରୀ ଭାବେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ଏବଂ ତାଙ୍କ ହାତ ଭାଙ୍ଗି ଦେବା ଓଡ଼ିଶା ରାଜନୀତିରେ କେବେ ଦେଖା ଦେଇ ନ ଥିଲା। କେନ୍ଦ୍ରମନ୍ତ୍ରୀ ମୟୂରଭଞ୍ଜ ତଥା ଅନ୍ୟାନ୍ୟ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ବାରମ୍ବାର ନିନ୍ଦିତ ମଧ୍ୟ ହୋଇଛନ୍ତି। ଏଭଳି ଘଟଣାକୁ ଶାନ୍ତ, ସରଳପ୍ରିୟ ମୟରଭଞ୍ଜବାସୀ ତୀବ୍ର ନିନ୍ଦା କରିବା ସହିତ ମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସରକାରୀ କର୍ମଚାରୀଙ୍କ ପ୍ରତି ମନ୍ତ୍ରୀଙ୍କ ଅଶ୍ଳୀଳ ଉଚ୍ଚାରଣ, ଅଭଦ୍ର ବ୍ୟବହାର ତଥା ଆକ୍ରମଣ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଶୋଭନୀୟ ନୁହେଁ।

ଜିଲ୍ଲା ବିଜୁ ଜନତା ଦଳ ଏହାକୁ ତୀବ୍ର ନିନ୍ଦା କରିବା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ତୁରନ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି କରୁଛି। ଯଦି ଆସନ୍ତା ୩ ଦିନ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବହିଷ୍କାର କରା ନ ଯାଏ ତେବେ ବାଧ୍ୟ ହୋଇ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବା ସହିତ ଏହା ବିରୋଧରେ ତୀବ୍ର ଆନ୍ଦୋଳନ କରିବ ବୋଲି ଚରମ ନିଷ୍ପତ୍ତି ନେବ ବୋଲି ଦଳର ସଭାପତି ତଥା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ରବିବାର ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ଆଜିଠୁ ସରକାରୀ ଅଧିକାରୀ ଓ କର୍ମଚାରୀ ପିନ୍ଧିବେ କଳାବ୍ୟାଜ୍‌

ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣାର ପ୍ରତିବାଦରେ ସୋମବାରଠାରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରତିବାଦ ସ୍ୱରୂପ ୩ଦିନ ଧରି କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିବେ ବୋଲି ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତି ଜରିଆରେ ଜଣାଇଛନ୍ତି। ବାରମ୍ବାର ମନ୍ତ୍ରୀ ତାଙ୍କର ଆଚରଣ ଓ ଉଚ୍ଚାରଣରେ ଶାଳୀନତା ଭୁଲି ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ମାଡ଼ମାରି ହାତ ଭାଙ୍ଗିଦେବା ଏକ ଦୁଃଖ ଦାୟକ ଘଟଣା ବୋଲି ଜିଲ୍ଲାର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ଦର୍ଶାଯାଇଛି।