Ramadevi University - The Sakala

ଅଣଛାତ୍ରଛାତ୍ରୀ ପ୍ରବେଶକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟରେ ଉତ୍ତେଜନା
ଭୁବନେଶ୍ୱର: ଅଣଛାତ୍ରଛାତ୍ରୀ ପ୍ରବେଶକୁ ବିରୋଧ କରି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଉତ୍ତେଜନା। କ୍ୟାମ୍ପସ୍‌ ଭିତରକୁ ଅଣଛାତ୍ରଛାତ୍ରୀ ପ୍ରବେଶକୁ ନେଇ ଛାତ୍ରୀ ଖପ୍ପା । ସମସ୍ତ ଗେଟ୍ ରେ ତାଲା ପକାଇ ଛାତ୍ରୀଙ୍କ ପ୍ରତିବାଦ । ଦିର୍ଘସମୟ ହେବ କେହି ବିଶ୍ଵବିଦ୍ୟାଳୟ ଭିତରୁ ବାହାରକୁ ଆସିପରୁ ନଥିବା ସୂଚନା । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ । ସହିଦନଗର ଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ।

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ମଙ୍ଗଳବାର ଦିନ ଏକ ଫଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ଓଡ଼ିଶାର ଖ୍ୟାତନାମା ତସ୍ୱିଁରେ (tasvirein) ଟିମ୍ – ନିରଜା ରାଉତ, ସାହିଲ ମେହେତା, ଗୌତମ ପ୍ୟାରୀମୋହନ ଯୋଗଦେଇଥିଲେ। ସାଂପ୍ରତିକ ସମୟରେ ଫଟୋଗ୍ରାଫିର କୌଶଳ ଏବଂ ପ୍ରୟୋଗର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ଛାତ୍ରୀମାନଙ୍କୁ ଏହାର ବ୍ୟବହାର ଓ ଉପଯୋଗୀତା ଶିଖାଇଥିଲେ। ଏହି କର୍ମଶାଳାରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ଼ ଅମ୍ବିକା ଶଙ୍କର ମିଶ୍ରଙ୍କ ସହ ଡ଼ ସନ୍ତୋଷ କୁମାର ବିଶ୍ବାଳ, ନରସିଂହ ମାଝୀ,ଅଧ୍ୟାପିକା ନୀତି ପାଣ୍ଡେ ଓ ଅଧ୍ୟାପିକା ଆହାନା ମନ୍ସାଇ ଉପସ୍ଥିତ ରହିଥିଲେ। ଉକ୍ତ କର୍ମଶାଳାରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରୀମାନେ ଅଂଶଗ୍ରହଣ କରିବା ସହ କର୍ମଶାଳାଟି ସ୍ବାଗତଯୋଗ୍ୟ ଏବଂ ଉପାଦେୟ ବୋଲି ଛାତ୍ରୀ ମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

‘ରମାଦେବୀ’ ହତାରୁ ଅଲଗା ହେବ +୨ କଲେଜ
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ହତାରୁ ଅଲଗା ହେବ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଧାନସଭା ଷ୍ଟାଣ୍ଡିଂ କମିଟିର ପରାମର୍ଶ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଥିବା ସ୍ଥାୟୀ କମିଟି ରିପୋର୍ଟରେ ଦର୍ଶାଯାଇଛି। ତେବେ ୟୁନିଟ୍‍ ୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଥିବା ଖାଲି ସ୍ଥାନରେ ଏହି +୨ କଲେଜ ନିର୍ମାଣ କରାଯିବ। ଏ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବଶୀଘ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଗଣଶିକ୍ଷା ବିଭାଗ ଦର୍ଶାଇଛି। ରାଜ୍ୟର ଚାରୋଟି +୨ କଲେଜକୁ କମ୍ପୋଜିଟ୍‍ କଲେଜରୁ ପୃଥକୀକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ପ୍ରଥମେ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସାମିଲ୍‍ କରାଯାଇଛି।

‘ମୋ କଲେଜ’ ଅଭିଯାନ ଅଧୀନରେ ‘ରମାଦେବୀ’ରେ କ୍ୟାରିଅର୍‌ କାଉନ୍‌ସେଲିଂ କାର୍ଯ୍ଯକ୍ରମ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ କ୍ୟାରିଅର୍‌ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଜୀବନ ବଡ଼ ଭୂମିକା ଗ୍ରହଣ କରିଥାଏ। ତେଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ନିଜ ଭବିଷ୍ୟତର କ୍ୟାରିଅର ଗଠନ ପାଇଁ ଏବେଠୁ ଅଗ୍ରସର ହୁଅନ୍ତୁ ବୋଲି ଶ୍ରୀ ଦାସନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଯୋଗ ଦେଇଥିଲେ ‘ଦ ଇଣ୍ଟେଲେକ୍ଟ’ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ। ଲେଖକ ଭଗବାନ ପ୍ରକାଶ ଓ କ୍ୟାରିୟର କାଉନସେଲିଂ ଏକ୍ସପର୍ଟ ଡ. ସୁଶାନ୍ତ କୁମାର ଦାଶ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଗାୟିକା ସୁସ୍ମିତା ଦାସ ରୋଲ ମଡେଲ ଭାବେ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ପିଜି କାଉନସିଲ୍‍ ଅଧ୍ୟକ୍ଷା ପ୍ରଫେସର ଡ. ସସ୍ମିତା ମହାନ୍ତି, ରେଜିଷ୍ଟ୍ରାର ଶ୍ୟାମଳୀ ମହାପାତ୍ର, କ୍ୟାରିଅର କାଉନସେଲିଂ ସେଲର ଡ. ଦେବବାଳା ସ୍ୱାଇଁ, ଡ. ସୟାନ୍ତିଣୀ ବେହୁରା ଉପସ୍ଥିତ ଥିଲେ। ଶେଷରେ ଡ. ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଗୋଟିଏ କ୍ୟାମ୍ପସରେ ଚାଲିଛି +୨ ରୁ ପିଏଚ୍‍ଡି, ୭ ବର୍ଷ ପରେ ବି ହୋଇ ପାରିଲାନି ଦ୍ୱିତୀୟ କ୍ୟାମ୍ପସ୍‍ ପାଇଁ ଜମି ଚିହ୍ନଟ
ଭୁବନେଶ୍ୱର : ୨୦୧୫ ମସିହାରେ ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଲା। ତତ୍କାଳୀନ ରାଷ୍ଟ୍ରପତି ଡ. ପ୍ରଣବ ମୁଖାର୍ଜୀ ମହିଳାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଲେ। ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମଧ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ତେବେ ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ୭ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ବଞ୍ଚିତ ହୋଇ ରହିଛି। ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା ରମାଦେବୀ। ହେଲେ ଆଜି ମଧ୍ୟ ଅନେକ ମୌଳିକ ଆବଶ୍ୟକତା ବିଶ୍ୱବିଦ୍ୟାଳୟକୁ ମିଳି ପାରିନି। ପ୍ରାୟ ୨୩ ଏକର ସୀମିତ ଜମିରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିବାବେଳେ ଖେଳ ପଡ଼ିଆ, ଷ୍ଟାଫ କ୍ୱାର୍ଟର୍ସ, ସାଇକଲ ଷ୍ଟାଣ୍ଡ, ସ୍ପୋର୍ଟସ କମ୍ପେ୍ଲକ୍ସ, ଉନ୍ନତମାନର ଗବେଷଣାଗାର, ସେଣ୍ଟର୍‍ ଅଫ୍‍ ଏକ୍ସିଲେନ୍ସ ଆଦିର ଅଭାବ ରହିଛି।

ଦ୍ୱିତୀୟ କ୍ୟାମ୍ପସ ପାଇଁ ଦୀର୍ଘଦିନ ହେବ ଦାବି ହେଉଥିଲା ମଧ୍ୟ ଏହା କେବଳ ପ୍ରସ୍ତାବରେ ଅଟକି ରହିଛି। ଆଜି ପର୍ଯ୍ୟନ୍ତ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ମଧ୍ୟ ହୋଇ ପାରିନାହିଁ। ବିଶ୍ୱବିଦ୍ୟାଳୟର ଅନ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ପ୍ରମୁଖ ସମସ୍ୟା ହେଉଛି କ୍ୟାମ୍ପସରେ ପର୍ଯର୍୍ୟାପ୍ତ ଜାଗାର ଅଭାବ। ଯେଉଁଥିପାଇଁ କ୍ୟାମ୍ପସ୍‍ ପରିସରରେ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ସ ନାହିଁ। ସମସ୍ତ କର୍ମଚାରୀ କ୍ୟାମ୍ପସ ବାହାରେ ଭଡ଼ାଘରେ ରହୁଛନ୍ତି। ଏପରିକି କ୍ୟାମ୍ପସ ପରିସରରେ ୮ ଶହରୁ ଅଧିକ ଛାତ୍ରୀ ହଷ୍ଟେଲ ପରିସରରେ ରହୁଛନ୍ତି ହଷ୍ଟେଲ ସୁପରିନ୍‍ଟେଣ୍ଡେଣ୍ଟଙ୍କ ପାଇଁ ମଧ୍ୟ ହଷ୍ଟେଲ ପରିସରରେ ରହିବା ପାଇଁ କ୍ୱାର୍ଟର୍ସ ନାହିଁ। ହଷ୍ଟେଲ ପରିସରରେ ଅନେକ ଦିବ୍ୟାଙ୍ଗ ଛାତ୍ରୀ ରହୁଥିଲେ ମଧ୍ୟ କୌଣସି ଜରୁରିକାଳୀନ ସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନାନା ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ବିଭାଗରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆସୁଥିବାବେଳେ ୪୮ଟି କଲେଜ ଏହାସହ ଅନୁବନ୍ଧିତ ରହିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ ପରିସରରେ ମଧ୍ୟ +୨ ଜୁନିଅର କଲେଜ ଚାଲୁଛି। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଗୋଟିଏ ଲ୍ୟାବକୁ ମଧ୍ୟ ବ୍ୟବହାର କରୁଛନ୍ତି। ନିକଟରେ ମଧ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୧ଟି ବିଭାଗରେ ପିଏଚ୍‍ଡି ଖୋଲିଛି।

ସେହିପରି ବିଇଡି ଓ ଏମ୍‍ଜେଏମ୍‍ସି ସହିତ ଆହୁରି ୪ ନୂଆ ବିଭାଗ ମଧ୍ୟ ଖୋଲିଛି। ତେବେ ବିଶ୍ୱବିଦ୍ୟାଳୟର ବିଭାଗ ସଂଖ୍ୟା ବଢ଼଼ୁଥିବାବେଳେ କ୍ୟାମ୍ପସ ପରିସରରେ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟାପ୍ତ ଜାଗାର ଅଭାବ ରହୁଛି। ଛାତ୍ରୀମାନଙ୍କ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଭଲ ଖେଳପଡ଼ିଆ ମଧ୍ୟ ନାହିଁ। ପୂର୍ବରୁ ଥିବା ଖେଳପଡ଼ିଆର କିଛି ଅଂଶରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ତିଆରି ହୋଇଥିବାରୁ ଏହା ସଂକୀର୍ଣ୍ଣ ହୋଇଯାଇଛି। ଦ୍ୱିତୀୟ କ୍ୟାମ୍ପସ ଚିହ୍ନଟ ଓ କାର୍ଯ୍ୟକ୍ଷମ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ବହୁି ଦାବି ପରେ ୨୦୧୬ ମସିହାରେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଭୁବନେଶ୍ୱର ଆଇଆଇଆଇଟି କ୍ୟାମ୍ପସ ନିକଟରେ ଜାଗା ଦେଇଥିଲେ। ମାତ୍ର ଏହା ପୁରୁଣା କ୍ୟାମ୍ପସ ଠାରୁ ଅନେକ ଦୂର ତଥା ଯାତୟାତ ସମସ୍ୟା ଓ ଅନ୍ୟାନ୍ୟ ଆନୁସଙ୍ଗିକ କାରଣ ଦର୍ଶାଇ ଏହି ସ୍ଥାନରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପ୍ରସ୍ତାବ ସ୍ଥଗିତ ରଖାଗଲା। ତେବେ ଏଥି ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ତତ୍କାଳୀନ କୁଳପତିଙ୍କ ସମେତ, ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ତଥା ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏହି କମିଟିର ସଦସ୍ୟ ଥିଲେ। ପରବର୍ତ୍ତୀ ସମୟରେ ନାନା ସମସ୍ୟା ଉପୁଜିବାରୁ ଏହି ସ୍ଥାନରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ହୋଇ ପାରିଲାନି। ଆଜି ପର୍ଯ୍ୟନ୍ତ ମଧ୍ୟ ଦ୍ୱିତୀୟ କ୍ୟାମ୍ପସ ପାଇଁ ସ୍ଥାନ ନିରୂପଣ ହୋଇପାରିନି। ତେବେ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରାଜଧାନୀରେ ଥାଇ ମଧ୍ୟ ଏହାର ବିକାଶ ପରିପ୍ରେକ୍ଷୀ ତତ୍ପରତା ଦେଖା ନ ଯିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେହିପରି ଦ୍ୱିତୀୟ କ୍ୟାମ୍ପସ ସମ୍ପର୍କରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍ର ଆବଶ୍ୟକତା ଥିଲେ ମଧ୍ୟ ଆମେ ପ୍ରଥମ କ୍ୟାମ୍ପସକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବୁ। ପ୍ରଥମ କ୍ୟାମ୍ପସରେ ସମସ୍ତ ବିଭାଗକୁ ସୁପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ବିଶ୍ୱବିଦ୍ୟାଳୟର ଆନୁସଙ୍ଗିକ ବିକାଶ ପାଇଁ ଦ୍ୱିତୀୟ କ୍ୟାମ୍ପସର ଆବଶ୍ୟକତା ରହିଛି। ଏଦିଗରେ ମଧ୍ୟ ବିଶ୍ୱବିଦ୍ୟାଳୟ ଧ୍ୟାନ ଦେଉଥିବା ସେ କହିଛନ୍ତି।