IPL-15 - The Sakala
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଚଳିତ ଆଇପିଏଲ୍‍ର ୭୦ତମ ତଥା ଅନ୍ତିମ ଲିଗ୍‍ ମ୍ୟାଚ ଶେଷ ହୋଇଛି। ଏବେ କେବଳ ପ୍ଲେ ଅଫକୁ ଅପେକ୍ଷା କାରଣ ଏହାପରେ ଆଇପିଏଲ ୨୦୨୨ର ଫାଇନାଲ ଖେଳିବା ପାଇଁ ଦୁଇ ଦଳ ସ୍ତିର ହୋଇଯିବ। ମେ ୨୪ରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଆଗାମୀ ୪ଟି ମ୍ୟାଚ କୋଲକାତା ଓ ଅହମ୍ମଦାବାଦରେ ଖେଳାଯିବ । ତେବେ ପ୍ଲେ ଅଫ ମ୍ୟାଚ ସମୟରେ ଯଦି ବର୍ଷା ହୁଏ କିମ୍ବା ଅନ୍ୟ କୌଣସି କାରଣରୁ ଖେଳ ନହୁଏ ତେବେ ଏହାର ଫଳାଫଳ କିପରି ବାହାରିବ, ଆସନ୍ତୁ ଜାଣିବା ଏନେଇ କଣ ରହିଛି ନିୟମ ।
ଆଇପିଏଲ୍‌ ୨୦୨୨ ପ୍ଲେ-ଅଫ୍‌ ମ୍ୟାଚ୍‌ ପାଇଁ ରହିଥିବା ନିୟମ ଅନୁସାରେ ମେ ୨୪ ତାରିଖରେ ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲରେ ପହଞ୍ଚିଯିବ ଓ ପରାଜିତ ଟିମ ପାଖରେ ଆଉ ଏକ ସୁଯୋଗ ରହିବ । ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ମଧ୍ୟରେ ଏଲିମିନେଟର ମ୍ୟାଚ୍‌ ଖେଳାଯିବ । ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବ ଓ ବିଜେତା ଟିିମ ପ୍ରଥମ କ୍ବାଲିଫାୟାର ମ୍ୟାଚ୍‌ରେ ପରାଜିତ ଟିମ ସହିତ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ଖେଳିବ ।
ତେବେ ଯଦି ଏହି ଗୁରୁତ୍ବପୂର୍ଣ୍ଣ ନକଆଉଟ୍‌ ମ୍ୟାଚ୍‌ରେ ବର୍ଷା ବାଧକ ସାଜେ ତେବେ ୨୦୦ ମିନିଟ୍‌ ରିଜର୍ଭ ଟାଇମ୍‌ ରଖାଯାଇଛି । ଯାହାଦ୍ବାରା ସମ୍ପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇ ପାରିବ । ମ୍ୟାଚ୍‌ ମଝିରେ ବର୍ଷା ହେଲେ ସୁପର ଓଭର ଖେଳାଯିବାକୁ ମଧ୍ୟ ନିୟମ ରହିଛି । ମ୍ୟାଚ୍‌ ସମୟରେ ବର୍ଷା ହେଲେ ଇନିଂସ ବ୍ରେକ୍‌ ସମୟ ଅବଧିକୁ କମାଇ ଦିଆଯିବ । ଖାଲି ସେତିକି ନୁହେଁ, ମାତ୍ରାଧିକ ବର୍ଷା ହେଲେ ପ୍ରତ୍ୟେକ ଦଳ ଯେଭଳି କମ୍‌ ସେ କମ୍‌ ୫ ଓଭର ଖେଳିବେ ସେଥିପ୍ରତି ଧ୍ୟାନ ଦିଆଯିବ । ସୁପରଓଭର ସମ୍ଭବ ନହେଲେ,  ଲିଗ୍‌ ମ୍ୟାଚ୍‌ର ରନ୍‌ରେଟ୍‌ ଅନୁଯାୟୀ ଦଳକୁ ଫାଇନାଲ୍‌ କିମ୍ବା ଦ୍ବିତୀୟ କ୍ବାଲିଫାୟାର ଟିକେଟ ମିଳିବ ।କାରଣ ଏହି ମ୍ୟାଚ ଗୁଡିକ ପାଇଁ କୌଣସି ରିଜର୍ଭ ଡେ ରହିବ ନାହିଁ।
ଅନ୍ୟପଟେ ଆଇପିଏଲ୍ ଫାଇନାଲ୍ ମେ ୨୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରଖାଯାଇଛି। ଅର୍ଥାତ୍ ଯଦି ମ୍ୟାଚ୍ ମେ ୨୯ରେ କୌଣସି କାରଣରୁ ନ ହୁଏ, ତେବେ ଏହା ତା’ ପରଦିନ (ମେ ୩୦) ଖେଳାଯିବ । ଫାଇନାଲ ମ୍ୟାଚ୍ ସନ୍ଧ୍ୟା ୭.୩୦ ପରିବର୍ତ୍ତେ ୮ ରୁ ଆରମ୍ଭ ହେବ। ଯଦି ମେ ୨୯ରେ ଫାଇନାଲ୍ କୌଣସି କାରଣରୁ ଅଧାରୁ ସ୍ଥଗିତ ରୁହେ, ତେବେ ପରଦିନ ମ୍ୟାଚ୍ ଯେଉଁଠାରୁ ଅଟକିଥିଲା ସେଇଠୁ ଆରମ୍ଭ ହେବ । ଯଦି ବର୍ଷା ବାଧକ ସାଜେ ବା ନିୟମିତ ସମୟରେ ଖେଳ ସମ୍ଭବ ହେଇନପାରୁଛି, ତେବେ ଆଇପିଏଲର ୧୫ ତମ ସିଜନର ବିଜେତା ସୁପର ଓଭର ଦ୍ୱାରା ସ୍ଥିର କରାଯିବ।
କଟକ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍ (ଆଇପିଏଲ୍‍)ର ଆଗାମୀ ୧୫ତମ ସଂସ୍କରଣ ଭାରତରେ ଆୟୋଜିତ ହେବ। ଶନିବାର ବିଭିନ୍ନ ଫ୍ରାଞ୍ଚାଇଜର ମାଲିକ ଓ ଆଇପିଏଲ୍‍ ଗଭର୍ଣ୍ଣିଂ କାଉନସିଲ୍‍ ସଦସ୍ୟଙ୍କ ସହ ଭର୍ଚୁଆଲ୍‍ ଆଲୋଚନା ପରେ ଭାରତୀୟ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ୨୭ରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି ବୋଲି ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି।
ଆଇପିଏଲ୍‍ର ଆଗାମୀ ପଞ୍ଚଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିଲାଗି ୧୨୧୪ ଜଣ ଖେଳାଳିଙ୍କ ନାମ ରେଜିଷ୍ଟ୍ରର କରିଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁଥିରେ ୮୯୬ ଜଣ ଭାରତୀୟ ଏବଂ ୩୧୮ ଜଣ ବିଦେଶୀ ଖେଳାଳି ରହିଛନ୍ତି।
ଆଇପିଏଲର ଆଗାମୀ ୧୫ତମ ସଂସ୍କରଣର ମେଗା ଖେଳାଳି ନିଲାମୀରେ ୫ ଓଡ଼ିଆ କ୍ରିକେଟର୍‍ ରହିଛନ୍ତି ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସେମାନେ ହେଲେ ଶୁଭ୍ରାଂଶୁ ଶେଖର ସେନାପତି, ବିକାଶ ରାଉତ, ରାଜେଶ ମହାନ୍ତି, ଜୟନ୍ତ ବେହେରା ଓ ଅଭିଶେକ ରାଉତ। ଏହି ୫ ଖେଳାଳି ନାମ ପଞ୍ଜୀକରଣ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଆଉ କିଛି ଦିନ ଭିତରେ ନିଲାମ ନିମନ୍ତେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅନ୍ୟପକ୍ଷରେ ଶୁଭ୍ରାଂଶୁ ଚେନ୍ନଇ ସୁପର କିଙ୍ଗସ ଦଳର ଟ୍ରାଏଲ୍ସରେ ଅଂଶଗ୍ରହଣ କରି ଫେରିଛନ୍ତି। ଶିବିରରେ ଶୁଭ୍ରାଂଶୁ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ମଧ୍ୟ କୁହାଯାଉଛି।