corona-positive-after-taking-vaccine - The Sakala

କୋଭିଡ୍ ଟିକା ନେବା ପରେ ଡାକ୍ତରଙ୍କୁ କରୋନା : ଆଇଜିଏଚରେ ପଜିଟିଭ୍, ଆରଏମଆରସିରେ ନେଗେଟିଭ୍
ରାଉରକେଲା : ଦୁଇ ଦୁଇଥର ଟିକା ନେଇସାରିଥିବା ରାଉରକେଲାର ଜଣେ ବରିଷ୍ଠ ଡାକ୍ତରଙ୍କ ଆଇଜିଏଚରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଆରଏମଆରସିରୁ ଆରଟି ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।  ରାଉରକେଲା ଆଇଜିଏଚରେ ପଜିଟିଭ୍ , ଭୁବନେଶ୍ୱର ଆରଏମଆରସିରେ ନେଗେଟିଭ୍ । ରାଉରକେଲାର ଅବସରପ୍ରାପ୍ତ ଡାକ୍ତର ଏସ୍ ସୁଲେମାନଙ୍କ କୋଭିଡ ରିପୋର୍ଟ ଏବେ ନେଗେଟିଭ ଆସିଛି । ପୂର୍ବରୁ ଆଇଜିଏଚରେ ଡାକ୍ତର ସୁଲେମାନଙ୍କ ହୋଇଥିବା କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

ଗତ ଜାନୁଆରି ୧୬ ତାରିଖରେ ପ୍ରଥମ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏହି କ୍ରମରେ  ଡାକ୍ତର ଏସ୍ ସୁଲେମାନ ଜାନୁଆରି ୧୬ରେ ପ୍ରଥମ ଡୋଜ୍ ଓ ଫେବ୍ରୁଆରି ୧୫ ତାରିଖରେ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଟିକା ନେବାର ବେଶ୍ କିଛି ଦିନ ଯାଏଁ ସବୁ ଠିକଠାକ୍ ଚାଲିଥିଲା। ମାତ୍ର ମାର୍ଚ୍ଚ ପହିଲାରେ ସେ ସାମାନ୍ୟ ଅସୁସ୍ଥ ହୋଇପଡ଼ିଥିଲେ। କାଶ ଓ କଫ ଆଦି କୋଭିଡ୍ ଲକ୍ଷଣ ଦେଖିବାକୁ ମିଳିଥିଲା।

ତେବେ ଆଣ୍ଟିଜେନରେ କୋଭିଡ୍ ଟେଷ୍ଟ୍ କରିବାରୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ମାତ୍ର ଲକ୍ଷଣ ଦୂର ନ ହେବାରୁ ଗତ ୪ ତାରିଖରେ ଆର୍ଟିପିସିଆର୍ ଟେଷ୍ଟ୍ ହୋଇଥିଲା। ଏଥର କିନ୍ତୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଦ୍ବିତୀୟ ଡୋଜ୍ ଟିକା ନେବାପରେ ମଧ୍ୟ ଆକ୍ରାନ୍ତ ହେବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଦେଇଥିଲା। ତେବେ ପୁନର୍ବାର ପରୀକ୍ଷା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଥିଲା। ତାଙ୍କଠାରୁ ପୁଣିଥରେ ସ୍ବାବ୍ ଓ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ବର ଆସିଏମ୍ଆର୍କୁ ପଠାଯାଇଥିଲା। ଆସିଏମ୍ଆର୍ର ଆରଟି ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଛି।