worm treatment for baby - The Sakala
ଅପରିଷ୍କାର ଖାଦ୍ୟ, ପାଣି ଓ ପରିବେଶ ସହିତ ହାତ ନଧୋଇ ଖାଇବା ଓ ତଳେ ପଡ଼ିଥିବା କୌଣସି ଜିନିଷକୁ ଗୋଟାଇ ଖାଇଦେବା ଯୋଗୁଁ ଶିଶୁଙ୍କଠାରେ କୃମି ସମସ୍ୟା ଦେଖାଯାଏ। ଏହି ସମସ୍ୟା ଦେଖାଦେଲେ, ପେଟକାଟିବା, ବାନ୍ତି ଲାଗିବା, ଭୋକ ନହେବା, ଓଜନ କମିଯିବା, ମଳଦ୍ବାର କୁଣ୍ଡାଇ ହେବା, ଚିଡ଼ଚିଡ଼ା ଲାଗିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଶିଶୁଙ୍କ ବ୍ୟତୀତ ଅନେକ ସମୟରେ ବଡ଼ମାନଙ୍କ କ୍ଷେତ୍ରରେ ମଧ୍ୟ କୃମି ସମସ୍ୟା ଦେଖାଯାଏ। ତେବେ ଶିଶୁଙ୍କ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଏହାର ଉପଚାର କରାଇନେବା ଉଚିତ। କୃମିନାଶ ପାଇଁ କଲରା ରସ ପିଇବା, ହଳଦୀଯୁକ୍ତ କ୍ଷୀର ପିଇବା ଓ ଡାଳିମ୍ବ ରସ ପିଇବା ଭଳି ଅନେକ ଘରୋଇ ଉପଚାର ରହିଛି। ଏହା ସହିତ ଆଉ ତିନୋଟି ପଦ୍ଧତିରେ ଏହାର ଚିକିତ୍ସା କରିହେବ।
ଏଲୋପାଥି
ସାଧାରଣତଃ ୩ରୁ ୧୦ ବର୍ଷ ପିଲାଙ୍କ ମଧ୍ୟରେ କୃମି ସମସ୍ୟା ଅଧିକ ଦେଖାଯାଏ। ଦଶିପୋକ ବା କୃମି ହେଲେ, ଭୋକ ନଲାଗିବା, ପେଟ ଦରଜ ଓ ବାନ୍ତି ହେବା ଭଳି କିଛି ଲକ୍ଷଣ ଦେଖାଯାଏ। ଏହି ଲକ୍ଷଣ ଦେଖାଗଲେ ତୁରନ୍ତ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ କରି ‘ଆଣ୍ଟି ପାରାସିଷ୍ଟିକ୍‌ ଟାବଲେଟ୍’ ନେବା ସହ ନିୟମିତ ମଳ ପରୀକ୍ଷା କରାଇ ନିଅନ୍ତୁ। ଏହା ସହିତ ନଖ କାଟିବା, ପରିଷ୍କାର ପରିଚ୍ଛନ୍ନ ରହିବା, ସଫା ପୋଷାକ ପିନ୍ଧିବା, ଖାଇବା ପୂର୍ବରୁ ଭଲ ଭାବେ ସାବୁନ୍‌ରେ ହାତ ଧୋଇବା ଏବଂ ଭଲ ଭାବେ ଶୌଚ ହେବା ପ୍ରତି ଧ୍ୟାନ ଦେବା ଉଚିତ। ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ମଧ୍ୟ ଭଲ।
ଆୟୁର୍ବେଦ
ଭାରତୀୟ ଚିକିତ୍ସା ପଦ୍ଧତି ଅନୁସାରେ ହଳଦୀ, ନଡ଼ିଆ, ବିଡ଼ଙ୍ଗ, ତୁଳସୀ, ବୋଇତାଳୁ ମଞ୍ଜି ଓ ରସୁଣ ଆଦି କୃମିନାଶକ ଭାବେ ବ୍ୟବହାର କରାଯାଏ। ଏହା ସହିତ ରୋଗୀର ଲକ୍ଷଣ ଅନୁସାରେ କୃମିହର ସିରପ୍‌, ବିଡ଼ଙ୍ଗାସବ, ହରିଦ୍ରାଖଣ୍ଡ ମୋଦକ ଆଦି ଔଷଧ ରହିଛି। ଡାକ୍ତରଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏହିସବୁ ଔଷଧ ଦିଆଯାଏ। ଔଷଧ ସହିତ ବାହାରକୁ ଯିବା ସମୟରେ ଚପଲ ପିନ୍ଧିବା, ହାତ ଧୋଇବା ଓ ପରିଷ୍କାର ଖାଦ୍ୟ ଖାଇବା ଦ୍ବାରା କୃମି ସମସ୍ୟା ଦୂର ହୁଏ। ପ୍ରତି ୫-୬ ମାସ ଅନ୍ତରରେ ଶିଶୁମାନଙ୍କ କୃମି ପରୀକ୍ଷା କରାଇନେବା ଉଚିତ।
ହୋମିଓପାଥି
ହୋମିଓପାଥି ହେଉଛି ଲକ୍ଷଣଭିତ୍ତିକ ଚିକିତ୍ସା। ଲକ୍ଷଣକୁ ଦେଖି ଔଷଧ ଦିଆଗଲେ ଚିକିତ୍ସା ଫଳପ୍ରଦ ହୁଏ। ତେବେ କୃମିର ମଧ୍ୟ ବିଭିନ୍ନ ଲକ୍ଷଣ ରହିଛି। ଏହାକୁ ଦୃଷ୍ଟିରେ ରଖି ଔଷଧ ଦିଆଯାଏ। କିନ୍ତୁ କ୍ଲିନିକାଲ୍‌ ଭାବେ ବହୁ ପରୀକ୍ଷିତ ଏମିତି ୪ଟି ଔଷଧ ରହିଛି, ଯାହାକୁ କୃମିନାଶକ ଭାବେ ବ୍ୟବହାର କରାଯାଏ। ସିନା ୨୦୦ ନାମକ ଔଷଧକୁ ଗୁଲିରେ କିମ୍ବା ଲିକ୍ବିଡ୍‌ରେ ଖାଇପାରିବେ। ସକାଳୁ ଖାଲିପେଟରେ ୩ରୁ ୫ଗୋଲି ଖାଇବାକୁ ହୋଇଥାଏ। ଟ୍ୟୁକ୍ରିୟମ୍‌ ମେରମ୍‌ଭେରମ୍‌ ୨୦୦ ନାମକ ଔଷଧ ସନ୍ଧ୍ୟାରେ ଗୋଟିଏ କିମ୍ବା ୨ଟି ବୁନ୍ଦା ଓ ଗୋଲିରେ ନେଲେ ୩ଟି ଗୋଲି ଖାଇପାରିବେ। ଏମ୍ବେଲିଆ ରାଇସ୍‌ କ୍ୟୁ ୩୦ ଏମ୍‌ଏଲ୍‌ ଆଣି ଦିନକୁ ୧୦ ଟୋପା ତିନିଥରରେ ଖାଇବାକୁ ହୁଏ। ଲକ୍ଷଣ ଭିନ୍ନ ହେଲେ ଔଷଧ ମଧ୍ୟ ଭିନ୍ନ ହୋଇଥାଏ। କିନ୍ତୁ ଉପରୋକ୍ତ ସମସ୍ତ ଔଷଧ ରୋଗୀର ବୟସ ଓ ଲକ୍ଷଣ ଅନୁଯାୟୀ ଦିଆଯାଏ। ତେଣୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ।