Neuralink - The Sakala

ଏଲନ ମକ୍ସଙ୍କ ନିଆରା ଚିନ୍ତାଧାରା: ଏଣିକି ମଣିଷର ମୃତ୍ୟୁ ପରେ ମଧ୍ୟ ଶେଷ ହେବ ନାହିଁ ତାଙ୍କ ସ୍ମୃତି, ମସ୍ତିଷ୍କରେ ଲାଗିବ ଚିପ୍ସ
ପେଟୋରିଆ: ମନୁଷ୍ୟର ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ବିଶ୍ୱର ଏକ ନମ୍ବର ଧନୀ ଏଲୋନ ମକ୍ସଙ୍କ ନିଆରା ଚିନ୍ତାଧାରା । ଏଣିକି ମଣିଷର ମୃତ୍ୟୁ ପରେ ମଧ୍ୟ ଜୀବନ୍ତ ରହିବ ସେମାନଙ୍କ ସ୍ମୃତି । ମଣିଷ ମସ୍ତିଷ୍କରେ ଏପରି ଏକ ଚିପ୍ସ ଲାଗିବ ଯାହାଦ୍ବାରା ଜଣେ ଅନ୍ୟ ଜଣଙ୍କ ପାଖକୁ ନିଜର ପୁରୁଣା ସ୍ମୃତିକୁ ସ୍ଥାନାନ୍ତର କରିପାରିବ । ଏମିତି ଟେକ୍ନୋଲଜିର ଟ୍ରାଏଲ୍ ଏଲନ ମକ୍ସଙ୍କ ‘ବ୍ରେନ୍ କମ୍ପ୍ୟୁଟର ଟେକ୍ନୋଲଜି’ ମଣିଷ ଶରୀରରେ ପରୀକ୍ଷା ହେବାକୁ ପ୍ରସ୍ତୁତ ହୋଇସାରିଛି । ଏଥିପାଇଁ ଏଲୋନ ମକ୍ସଙ୍କ ନ୍ୟୁରୋଟେକ୍ ଷ୍ଟାର୍ଟଅପ୍ ନ୍ୟୁରାଲିଙ୍କ ‘କ୍ଲିନିକାଲ ଟ୍ରାଏଲ ଡାଇରେକ୍ଟର’ ପାଇଁ ଚାକିରି ଅଫର ବାହାର କରିଛି । ଅର୍ଥାତ ନ୍ୟୁରାଲିଙ୍କ ବ୍ରେନ୍ ଚିପ୍ସ ରିସର୍ଚ୍ଚକୁ ଆଉ ପାଦେ ଆଗକୁ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଏହା ପୂର୍ବରୁ ଘୁଷୁରୁ ଓ ମାଙ୍କଡ଼ଙ୍କ ଉପରେ ଏହାର ଟ୍ରାଏଲ କରାସରିଛି । ଏକ ୯ ବର୍ଷର ମାଙ୍କଡ଼ଠାରେ ଏହି ଚିପ୍ସ ଲଗାଯାଇଥିଲା । ଏହାଦ୍ବାରା ମାଙ୍କଡ଼ଟି ମସ୍ତିଷ୍କକୁ ବ୍ୟବହାର କରି ଡିଭିଓ ଗେମ୍ ଖେଳି ପାରୁଥିଲା ।

ଏହି ଷ୍ଟାର୍ଟଅପ୍ ଟେକ୍ନୋଲଜି ବ୍ୟବହାର କରି ହ୍ୟୁମାନ-ଏଆଇ ସିମବାୟୋସିକ ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଛି । ଏଲନ ମକ୍ସ ଗତମାସ କହିଥିଲେ, ‘ମଣିଷଙ୍କଠାରେ ଏହାର ଟ୍ରାଏଲ ୨୦୨୦ରେ ଆରମ୍ଭ ହେବ । ଏଥିରେ ପାରାଲିସିସ ପୀଡ଼ିତ ରୋଗୀଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ଏହାଦ୍ବାରା କମ୍ପ୍ୟୁଟର କ୍ରସରରୁ ସିଧା ମଣିଷ ଶରୀରର ସ୍ନାୟୁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ ।’

ଯେଉଁମାନେ ଏହି ମିଶନକୁ ବୁଝୁଛନ୍ତି ଓ ଆଗକୁ ଏଥିରେ ରହିବାକୁ ଇଚ୍ଛୁକ ତଥା ଉତ୍ସାହିତ ଥିବେ ସେମାନଙ୍କୁ ଏହି କ୍ଲିନିକାଲ ଟ୍ରାଏଲ ଡାଇରେକ୍ଟର ପଦବୀରେ ନିଯୁକ୍ତି ଦିଆଯିବ । କ୍ଲିନିକାଲ ଟ୍ରାଏଲ ଡାଇରେକ୍ଟରଙ୍କୁ ବିଶେଷଜ୍ଞ ଡାକ୍ତରୀ ଟିମ ଓ ଟପ୍ ଇଞ୍ଜିନିୟରଙ୍କ ସହ କାମ କରିବାକୁ ପଡିବ । ଏହାସହ ନ୍ୟୁରାଲିଙ୍କର ପ୍ରଥମ କ୍ଲିନିକାଲ ଟ୍ରାଏଲରେ ସଦସ୍ୟ ଭାବେ କାମ କରିବାର ସୁଯୋଗ ମିଳିବ ।

ମକ୍ସଙ୍କ ଅନୁସାରେ ନ୍ୟୁରାଲିଙ୍କ ଡିଭାଇସ୍ ଏକ ମୁଦ୍ରା ସାଇଜର ହେବ ଓ ଏହାକୁ ମଣିଷ ଖପୁରୀରେ ଲଗାଯାଇପାରିବ । ନ୍ୟୁରାଲିଙ୍କର ଏହି ଟେକ୍ନୋଲଜିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମସ୍ତିଷ୍କ ବିକୃତ ଓ ଅନ୍ୟ ରୋଗରେ ଆକ୍ରାନ୍ତ ମଣିଷଙ୍କୁ ଠିକ କରିବା । ଏହାଦ୍ବାରା ମସ୍ତିଷ୍କ ଓ ମେରୁଦଣ୍ଡ ସମସ୍ୟାର ସମାଧାନ ବାଟ ଗୋଟିଏ ଡିଭାଇସ୍ କରିହେବ । ପାରାଲିସିସ, ଶୁଣିବା ଓ ଦେଖିବା ସମସ୍ୟା ଏହାଦ୍ବାରା ଦୂର ହୋପାରିବ ।

ଏଲନ ଆହୁରି କହିଛନ୍ତି, ‘ଭବିଷ୍ୟତରେ ଏହି ଟେକ୍ନୋଲଜି ମାଧ୍ୟମରେ ପୁରୁଣା ସ୍ମୃତିକୁ ସେଭ କିମ୍ବା ରିପ୍ଲେ କରିପାରିବେ । ଏହାକୁ ଆପଣ ଅନ୍ୟ କୌଣସି ଶରୀର କିମ୍ବା ରୋବୋଟକୁ ଡାଉନଲୋଡ କରିପାରିବେ । ଯାହାଦ୍ବାରା ଆପଣଙ୍କ ସ୍ମୃତି ସେଠାକୁ ଚାଲିଯିବ ।’