second phase of the budget session - The Sakala

ସୋମବାରରୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । କୋରୋନା ସଂକ୍ରମଣକୁ ଦେଖି ଚଳିତ ବର୍ଷର ବଜେଟ ଅଧିବେଶନକୁ ଦୁଇଟି ପର୍ଯ୍ୟାୟରେ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ ରୁ ଆରମ୍ଭ ହୋଇ ଫେବୃୟାରୀ ୨୯ ଯାଏ ବସିଥିଲା । ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏଁ ଚାଲିବ । ଏହି ସମୟରେ କୋଭିଡର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ।

ଚଳିତ ବର୍ଷ ବଜେଟ ଅଧିବେଶନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା । ଫେବୃୟାରୀ ୧ ତାରିଖରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦ୍ବିତୀୟ ପର୍ଯ୍ୟାୟରେ ଅଧିବେଶନରେ ରାଜ୍ୟସଭା ସକାଳ ୯ଟାରୁ ଆରମ୍ଭ ହୋଇ ୨ରେ ଶେଷ ହେବ । ଲୋକସଭା ଅପରାହ୍ନ ୪ ଟାରୁ ୧୦ ଯାଏ ବସିବ । ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଲୋକସଭା ତାର ୫୦ ଘଣ୍ଟାର ଧାର୍ଯ୍ୟ ସମୟରୁ ୪୯ ଘଣ୍ଟା ୧୭ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ।

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଲାଗି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ୧୬ ଘଣ୍ଟା ଚର୍ଚ୍ଚା ହୋଇଥିଲା । ଏଥିରେ ୧୩୦ ସଦସ୍ୟ ଭାଗ ନେଇଥିବାବେଳେ ୧୬ ଘଣ୍ଟା ୩୯ ମିନିଟ ପର୍ଯ୍ୟନ୍ତ ଆଲୋଚନା କରାଯାଇଥିଲା । ଅନ୍ୟ ୧୦ ଘଣ୍ଟା ସାଧାରଣ ବଜେଟ ଉପରେ ଆଲୋଚନା ହୋଇଥିଲା । ୧୪ ଘଣ୍ଟା ୪୦ ମିନିଟ ଗୃହରେ ଅନ୍ୟ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା । ସାଧାରଣ ବଜେଟ ୨୦୨୧-୨୨ରେ ମୋଟ ୧୧୭ ଜଣ ସଦସ୍ୟ ସାମିଲ ହୋଇଥିଲେ ।