Bomb Blast - The Sakala

ଭୁବନେଶ୍ୱର ସୁନ୍ଦରପଦା ବିସ୍ଫୋରଣ: ସାମ୍ନାକୁ ଆସିଲା ଭୟଙ୍କର CCTV ଫୁଟେଜ୍‌, ତଦନ୍ତ କରୁଛି NIA
ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣ ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣର ଏକ CCTV ଫୁଟେଜ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିସ୍ଫୋରଣର ଭୟାବହତା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏହାର ତଦନ୍ତ ଭାର ଗ୍ରହଣ କରିଛି ଏବଂ ତଦନ୍ତକୁ ଜୋରଦାର କରିଛି।

ସାମ୍ନାକୁ ଆସିଲା ବିସ୍ଫୋରଣର ଦୃଶ୍ୟ

ଜାରି ହୋଇଥିବା CCTV ଫୁଟେଜରେ ଦେଖିବାକୁ ମିଳିଛି ଯେ, ସୁନ୍ଦରପଦା ଆଜାଦ ନଗର ସ୍ଥିତ ଏକ କୋଠା ଉପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ସହ ନିଆଁର ବଡ଼ ଝଲକ ଦେଖାଯାଉଛି। ବିସ୍ଫୋରଣ ପରେ କଳା ଧୂଆଁରେ ସମ୍ପୂର୍ଣ୍ଣ ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା। ଏହି ଶବ୍ଦ ଏତେ ଜୋରଦାର ଥିଲା ଯେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଏହି ଭିଡିଓରୁ ବିସ୍ଫୋରଣର ତୀବ୍ରତା ଅନୁମାନ କରାଯାଇପାରେ।

भुवनेश्वर ब्लास्ट का CCTV फुटेज

27 जनवरी को ओडिशा के भुनेश्वर में हिस्ट्रीशीटर इस्लामी जेहादी शाहनवाज़ मलिक अपने घर की छत पर देसी बम बना रहा था परिवार वाले भी मौजूद थे, तभी भयंकर ब्लास्ट हो गया. ब्लास्ट में 4 लोग बुरी तरह घायल हो गए. pic.twitter.com/EjfPRsST2g

— Dilip Kumar Singh (@DilipKu24388061) February 16, 2026

ବୋମା ତିଆରି ବେଳେ ଘଟିଥିଲା ଅଘଟଣ

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖରେ ଏକ ଘରର ଛାତ ଉପରେ ବେଆଇନ ଭାବେ ବୋମା ପ୍ରସ୍ତୁତ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଶାହନୱାଜ ମଲ୍ଲିକ ଏବଂ ତାଙ୍କ ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିସାରିଛି। ଅନ୍ୟ ଦୁଇଜଣ ସହଯୋଗୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାସ୍ଥଳରୁ ବାରୁଦ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା।

NIA ଦ୍ୱାରା ତଦନ୍ତ ଜାରି

ଏହି ଘଟଣା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ବା ଆତଙ୍କବାଦୀ ଲିଙ୍କ୍ ଥିବା ସନ୍ଦେହ କରି NIA ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ CCTV ଫୁଟେଜକୁ ଟିକିନିଖି ବିଶ୍ଳେଷଣ କରୁଛନ୍ତି। ଏହି ବିସ୍ଫୋରଣ କେବଳ ସ୍ଥାନୀୟ ଅପରାଧ ନା ଏହା ପଛରେ କୌଣସି ସଂଗଠିତ ଅପରାଧର ହାତ ରହିଛି, ସେ ନେଇ ତଦନ୍ତ ଜାରି ରହିଛି।

ଭାରତରେ ବିସ୍ଫୋରଣ ପାଇଁ ମାସୁଦ ଆଝାରର ଷଡ଼ଯନ୍ତ୍ର, ଅନୁପ୍ରବେଶ ଅପେକ୍ଷାରେ ହଜାରେରୁ ଉର୍ଦ୍ଧ୍ୱ ଆତ୍ମଘାତୀ
ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ) ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଝାର ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଚଳାଇଛି ।  ଭାରତର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ସେ ଆତ୍ମଘାତୀ ଆତଙ୍କବାଦୀଙ୍କ ସେନା ପ୍ରସ୍ତୁତ କରିଛି।  ବଡ଼ଧରଣର ବିସ୍ଫୋରଣ ପାଇଁ ଜଣେ କି ଦୁଇ ଜଣ ନୁହେଁ, ହଜାରରୁ ଅଧିକ ଆତ୍ମଘାତୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚାହିଁ ବସିଛି । ବିଶ୍ବ ଆତଙ୍କବାଦୀ ମାସୁଦ ଆଝାରର ଏକ ଭାଇରାଲ ଅଡିଓରୁ ଏହି ସୂଚନା ମିଳିଛି । ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହି ଆତଙ୍କବାଦୀକୁ ପାକିସ୍ତାନ ସରକାର ଏବଂ ସେନା ମଧ୍ୟ ସହାୟତା କରୁଛି । ଦୀର୍ଘ ଦିନ ହେଲା ସେ ଭାରତ ବିରୋଧରେ ଛାମୁଆ ଯୁଦ୍ଧ ଚଳାଇଛି ।

ମାସୁଦର ଭାଇରାଲ ରେକର୍ଡିଂରୁ ଶୁଣିବାକୁ ମିଳୁଛି ଯେ ହଜାରେରୁ ଅଧିକ ଆତ୍ମଘାତୀ ଅପେକ୍ଷା କରି ବସିଛନ୍ତି। ସେମାନେ ଭାରତରେ ଅନୁପ୍ରେବଶ ପାଇଁ ଚାପ ପକାଉଛନ୍ତି। ଯଦି ଏହି ଆତ୍ମଘାତୀଙ୍କ ପ୍ରକୃତ ସଂଖ୍ୟା ସାର୍ବଜନୀନ କରି ଦିଆଯିବ ତେବେ ବିଶ୍ବର ହଇଚଇ ସୃଷ୍ଟି ହେବ ବୋଲି ଆଝାର କହୁଛି। ସେ ଦାବି କରିଛି ଯେ ଏହି ଆତଙ୍କବାଦୀ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରଶିକ୍ଷଣ ପାଇଛନ୍ତି। ନିଜ ଲକ୍ଷ୍ୟ ହାସଲ ପାଇଁ ଜୀବନ ଦେବାକୁ ଏହି ଆତଙ୍କବାଦୀ ଚାହିଁ ବସିଛନ୍ତି। ମାତ୍ର ଏହି ଅଡିଓର ସତ୍ୟାସତ୍ୟ ଏବଂ କେବେ ଏହା ରେକର୍ଡିଂ ହୋଇଥିଲା ତାହା ଜଣାପଡ଼ିନାହିଁ । ଏହାକୁ ନେଇ ସୁରକ୍ଷାବାହିନୀ ଗୁଡ଼ିକ ସତର୍କ ହୋଇଯାଇଛନ୍ତି । ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି । ତୁଷାରପାତର ସୁଯୋଗ ନେଇ ଆତଙ୍କବାଦୀ ସୀମାରେ ଅନୁପ୍ରବେଶ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି ।

୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ମାସୁଦ ଆଝାର ଦୀର୍ଘ ବର୍ଷ ହେଲା ଭାରତ ବିରୋଧୀ ବୟାନ ଦେଇଚାଲିଛି। ସେ ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ରହିଛି। ପହଲଗାମ ଆକ୍ରମଣର ଜବାବରେ ଭାରତ ଚଳାଇଥିବା ‘ଅପରେସନ ସିନ୍ଦୂର’ରେ ଜେଇଏମର ବାହାବଲପୁର ସ୍ଥିତ ଠିକଣାକୁ ଧ୍ବଂସ କରିଦିଆଯାଇଥିଲା । ଏଥିରେ ମାସୁଦ ଆଝାର ପରିବାରର ଅନେକ ବ୍ୟକ୍ତି ନିହତ ହୋଇଥିଲେ ।  ଅନ୍ୟପଟେ ମାସୁଦ ପାକିସ୍ତାନ ସେନାର ଛତ୍ରଛାୟାରେ ରହି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି । ତେବେ ୨୦୧୯ରୁ ତାକୁ ସାର୍ବଜନୀନ ସ୍ଥାନରେ ଦେଖାଯାଇ ନାହିଁ। ବାହାବଲପୁର ଆକ୍ରମଣରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା ।

ଅଶାନ୍ତ ରାଜଧାନୀ: ଦୁଇ ଗୋଷ୍ଠୀ ମଧରେ ଝଗଡ଼ା ବେଳେ ହାତରୁ ବୋମା ଖସି ଛିଣ୍ଡିଗଲା ପାପୁଲି
ଭୁବନେଶ୍ୱର: ଦିନକୁଦିନ ଅଶାନ୍ତ ହେଉଛି ରାଜଧାନୀ। ସହରରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢ଼଼ିବାରେ ଲାଗିଛି। ଝଗଡ଼ା ବେଳେ ହାତରୁ ବୋମା ଖସି ବିସ୍ଫୋରଣ ହେବା ସହ ଯୁବକଙ୍କ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।  ବୋମା ବିସ୍ଫୋରଣରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର କହ୍ନେଇ ନାୟକଙ୍କ ପାପୁଲି ଛିଣ୍ଡି ଯାଇଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ପୂର୍ବଶତ୍ରୁତାକୁ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ପୂର୍ବରୁ ମଧ୍ୟ ଦୁଇ ଗୋଷ୍ଠୀ ଏକାଧିକ ଥର ହାତାହାତି ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ପୁରୁଣା ବିଏମସି ଅଫିସ ନିକଟରେ କହ୍‌‌ନେଇ, ତାର ସହଯୋଗୀ ଓ ବିପରୀତ ଗୋଷ୍ଠୀର ୩ ଜଣଙ୍କ ମୁହାଁମୁହିଁ ହୋଇଥିଲେ। କହ୍ନେଇ ହାତରେ ବୋମା ଧରି ଛିଡ଼ା ହୋଇଥିବା ବେଳେ ବିପରୀତ ଗୋଷ୍ଠୀର ଜଣେ ଯୁବକ ତାକୁ ଠେଲି ଦେଇଥିଲା। ଫଳରେ କହ୍‌‌ନେଇ ତଳେ ପଡ଼ିଯିବା ସହ ବୋମା ଫୁଟି ଯାଇଥିଲା। ବୋମା ବିସ୍ଫୋରଣରେ କହ୍‌‌ନେଇର ଡାହାଣ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ ବାମ ହାତର ଦୁଇଟା ଆଙ୍ଗୁଠି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁଁଁ ଅଭିଯୁକ୍ତମାନେ ଦୌଡ଼ି ପଳାଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆମ୍ବୁଲାନ୍ସ ଯୋଗେ ଗୁରୁତର କହ୍ନେଇକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ଏସ୍‌‌ସିବିକୁ ସ୍ଥାନାନ୍ତର କରାଯାଇଛି। ବୋମା ବିସ୍ଫୋରଣରେ ଅନ୍ୟମାନେ ମଧ୍ୟ ଆହତ ହୋଇଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ଜଣଙ୍କୁ ଉଠାଇ ଆଣିଛି। ତେବେ ହେଲେ ଏବେବି ଅନ୍ୟ ଅଭିଯୁକ୍ତମାନେ ଫେରାର ରହିଛନ୍ତି।

ଭୁବନେଶ୍ୱରରେ ବୋମାମାଡ଼; କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ଦୁର୍ବୃତ୍ତଙ୍କ ବୋମାମାଡ଼
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର କେନ୍ଦ୍ରିୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ । ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ କିଛି ଦୁର୍ବୃତ୍ତଙ୍କ ଦ୍ବାରା ଆଜି ସକାଳ ୮ଟାରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।  ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା । ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର। ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସର ଛାନଭିନ୍ ଆରମ୍ଭ। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ଥିବା ବେଳେ ବୋମା ଫୁଟିବାର କାରଣ ଯାଞ୍ଚ କରୁଛି ପୋଲିସ। ତେବେ ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

ବୋମାମାଡ ହୋଇଥିବା ଘଟଣାସ୍ଥଳରେ NIA ଟିମ ପହଞ୍ଚି ତଦନ୍ତ କରୁଛି । ନିକଟରେ ରେଳ ଡବା ମରାମତି କାରଖାନା ଥିବାରୁ ଘଟଣାରେ ଛାନଭିନ ଆରମ୍ଭ କରିଛି NIA  ବା ନ୍ୟାସନ୍ୟାଲ ଇଂଭେସ୍ଟିଗେସନ ଏଜେନ୍ସି । ଘଟଣାସ୍ଥଳରେ ପାରିପାର୍ଶ୍ବିକ ଯାଞ୍ଚ କଲା ଟିମ୍ । ଶିକ୍ଷାନୁଷ୍ଠାନ ଗେଟ ପାଖରେ ଘଟଣା ହୋଇଥିବାରୁ ବ୍ୟାପକ ହେଲା ତଦନ୍ତ ।

ଦିଲ୍ଲୀରେ ସିରିଜ୍‌ ବିସ୍ଫୋରଣ ପାଇଁ ଚାଲିଥିଲା ଷଡ଼ଯନ୍ତ୍ର; ୪ ସ୍ଥାନ ୩୨ଟି କାରରେ ହୋଇଥାନ୍ତା ବିସ୍ଫୋରଣ...
ନୂଆଦିଲ୍ଲୀ: ଗତ ୧୦ ତାରିଖରେ ଦିଲ୍ଲୀ ଲାଲ୍‌‌କିଲ୍ଲା ହୋଇଥିବା କାର ବିସ୍ଫୋରଣର ତନାଘନା ଚଳାଇଛନ୍ତି ତଦନ୍ତକାରୀ ସଂସ୍ଥା। ଦିଲ୍ଲୀ, ହରିଆଣା ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।  ଦିଲ୍ଲୀ ବିସ୍ଫୋରଣ ସହ ସଂପର୍କ ସନ୍ଦେହରେ ଗିରଫ ଓ ଅଟକ ଲୋକଙ୍କୁ ପଚରାଉଚରା କରାଯାଉଛି। ଜେରା ଓ ଯାଞ୍ଚ ବେଳେ ତଦନ୍ତକାରୀ ସଂସ୍ଥା ହାତରେ ଲାଗି ଭୟଙ୍କର ତଥ୍ୟ। ଡିସେମ୍ବର ୬ରେ ବାବରୀ ମସ୍‌‌ଜିଦ୍‌‌ ଭଙ୍ଗାଯିବା ଘଟଣାର ବାର୍ଷିକୀରେ ସେମାନେ ଦିଲ୍ଲୀ ଓ ଆଖାପାଖ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ। ତୁର୍କୀରେ ଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ କର୍ମକର୍ତ୍ତାର ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରୁଥିଲେ।  ଏହି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ ଥିବା ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରାଯାଇଛି। ସୀମା ଏବଂ ବିମାନବନ୍ଦରଗୁଡ଼ିକୁ ସତର୍କ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ,  ଡିସେମ୍ବର ୬ରେ ବାବରୀ ମସ୍‌‌ଜିଦ୍‌‌ ଭଙ୍ଗାଯିବା ଘଟଣାର ବାର୍ଷିକୀରେ ଆତଙ୍କବାଦୀମାନେ ପ୍ରତିଶୋଧ ନେବାକୁ ଯୋଜନା ରଖିଥିଲେ।  ଏହି ଅବସରରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଯୋଜନା ହୋଇଥିଲା।  ଏଥିପାଇଁ ୪ଟି ସ୍ଥାନ ଚୟନ କରାଯାଇଥିଲା। ଏହି ୪ଟି ସ୍ଥାନରେ ୩୨ଟି କାର ବିସ୍ଫୋରଣ ହୋଇଥାଆନ୍ତା। ଏହିସବୁ ସ୍ଥାନର ଦାୟିତ୍ବ ଆଠ ଜଣଙ୍କୁ ଦିଆଯାଇଥିଲା। ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରିବା ଲାଗି ସେମାନେ ଜୋରସୋରରେ ପ୍ରସ୍ତୁତ ଚଳାଇଥିଲେ। ସେମାନେ ୩୨ଟି ଗାଡ଼ି ପ୍ରସ୍ତୁତ କରିଥିଲେ  ବୋଲି ପୁଲିସ ସୂତ୍ରର ଜଣାପଡ଼ିଛି। ଏହି କାର୍‌‌ଗୁଡିକ ମଧ୍ୟରେ ବ୍ରେଜା, ସ୍ୱିଫ୍‌‌ଟ ଡିଜାୟାର, ଇକୋସ୍ପୋର୍ଟ୍ସ ଓ ଆଇ-୨୦ ଭଳି କାର ସାମିଲ ଥିଲା। ସେଥିମଧ୍ୟରେୁ ଗୋଟିଏ ଆଇ୨୦ କାର ଲାଲକିଲ୍ଲାରେ ବିସ୍ଫୋରଣ ହୋଇଥିବା ବେଳେ ଆଉ ୪ଟି କାର୍‌‌କୁ ତଦନ୍ତକାରୀ ସଂସ୍ଥା ଜବତ କରିଛି। ତେବେ  ଆଉ ୨୭ଟି କାର କେଉଁଠି ରହିଛି, ତାହାର ଖୋଜା ଚାଲିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଏହି ଗାଡ଼ିଗୁଡିକରେ ବିସ୍ଫୋରକ ଲଗାଇ ବଡ଼ ଧରଣର ବିପର୍ଯ୍ୟୟ ଘଟାଇବାକୁ ଯୋଜନା କରାଯାଉଥିଲା। ଏଥିପାଇଁ ସେମାନେ ୩୨ଟି ପୁରୁଣା ଗାଡ଼ି ବ୍ୟବହାର କରିବାକୁ ଯୋଜନା କରୁଥିଲେ। ପୁରୁଣା ଗାଡ଼ିଗୁଡ଼ିକ ଏକାଧିକ ବାର ବିକ୍ରି ହୋଇଥିବାରୁ ପ୍ରକୃତ ମାଲିକଙ୍କୁ ଧରିବା ତଦନ୍ତକାରୀ ସଂସ୍ଥା ପାଇଁ ସହଜ ହେବନାହିଁ ବୋଲି ସେମାନେ ଭାବିଥିଲେ। ପୁଣି ଏହି ପୁରୁଣା ଗାଡ଼ିର ରଙ୍ଗ ଓ ଚେହେରା ବଦଳାଇବାକୁ ମଧ୍ୟ ଉଦ୍ୟମ ଚାଲିଥିଲା। ଗୋଟିଏ ସମୟରେ ବିସ୍ଫୋରଣ ଘଟାଇବା ପାଇଁ ଅଭିଯୁକ୍ତମାନେ ବିସ୍ଫାରକ ନେଇ ଯିବାକୁ ଯୋଜନା କରିଥିଲେ ।  ଏହି ୮ ସନ୍ଦିଗ୍ଧଙ୍କ ମଧ୍ୟରେ ଅଛନ୍ତି ଡା. ମୁଜାମ୍ମିଲ, ଡା. ଆଦିଲ, ଡା. ଉମର ଓ ଡା. ଶାହିନ।

ଦିଲ୍ଲୀ ବିସ୍ଫୋରଣର ଯୋଜନା ଗତ ଜାନୁଆରୀରୁ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଲଇ ଫୋନ୍‌‌ରୁ ମିଳିଥିବା ବିଭିନ୍ନ ତଥ୍ୟ ଜଣାପଡ଼ିଛି। ଗତ ଜାନୁଆରୀରେ ଏମାନେ ଲାଲ୍‌‌କିଲ୍ଳାର ରେକି କରିଥିଲେ। ଡା. ମୁଜାମ୍ମିଲ ଗନି ଓ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡା. ଉମର ନବୀ ଏକାଧିକବାର ଲାଲ୍‌‌ କିଲ୍ଳାରେ ରେକି କରିଥିଲେ ଓ ଦୁଇଜଣ ସେଠାରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଓ ଭିଡ଼କୁ ବୁଝିବାକୁ ପ୍ରୟାସ କରିଥିଲେ ବୋଲି ପୁଲିସ କହିଛି। ଜାନୁଆରୀ ୨୬ରେ ଲାଲକିଲ୍ଳା ଉପରେ ଆକ୍ରମଣ କରିବାକୁ ଏମାନେ ଲକ୍ଷ୍ୟ ରଖିଥିଲେ ମଧ୍ୟ ବିଫଳ ହୋଇଥିଲେ ବୋଲି କୁହାଯାଇଛି।

ଏହିସବୁ ହିଂସା ପାଇଁ ତୁର୍କୀରେ ଥିବା ପାକିସ୍ତାନୀ ଆତଙ୍କୀ ନିର୍ଦ୍ଦେଶ ଦେଉଥିଲା।  ଦିଲ୍ଲୀ ବି॥ସ୍ଫୋରଣରେ ମୃତ ଡ. ଉମର ନବୀ ତୁର୍କୀ ରାଜଧାନୀ ଆଙ୍କାରାରେ ରୟସ୍ୟଜନକ ଭାବେ ଜଣେ ପାକ୍‌‌ ହ୍ୟାଣ୍ଡଲରଙ୍କୁ ଭେଟିଥିଲେ। ତାର ନାମ ‘ଉକାସା’ ଥିଲା। ଏହା ତା’ର କୋଡ୍‌‌ ନାମ ହୋଇପାରେ ବୋଲି କୁହାଯାଉଛି। ଉମର ଓ ଫରିଦାବାଦ୍‌‌ ଟେରର ମଡ୍ୟୁଲ୍‌‌ରେ ଗିରଫ୍‌‌ ହୋଇଥିବା ଅନ୍ୟ ସଂଦିଗ୍ଧ ସେସନ ଆପ୍‌‌ (ଏକ ଏନ୍‌‌କ୍ରିଫ୍‌‌ଟେଡ ମେସେଜିଂ ପ୍ଲାଟଫର୍ମ) ଜରିଆରେ ଏହି ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିଲେ। ଏହି ହ୍ୟାଣ୍ଡଲର ଓ ସଂଦୀଗ୍ଧଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ନେଇ ଯାଞ୍ଚ୍‌‌ ଏଜେନ୍ସିଗୁଡିକ ତଦନ୍ତ କରୁଛନ୍ତି। ୨୦୨୨ ମାର୍ଚ୍ଚରେ ଉମର ଓ ଆଉ କେତେକ ସଂଦିଗ୍ଧ ତୁର୍କୀ ଯାଇଥିଲେ। ଏହା ଦ୍ୱାରା ତା’ର ବ୍ରେନ୍‌‌ ୱାସ୍ ହୋଇଥିଲା ବୋଲି କୁହାଯାଉଛି।

ଆତଙ୍କର ଜାଲ ବିଛାଉଥିଲା ଅହମ୍ମଦ ମହିଉଦ୍ଦିନ ସୟଦ

ଗୁଜରାଟ ଏଟିଏସ୍‌‌ ଡା ଅହମ୍ମଦ ମହିଉଦ୍ଦିନ ସୟଦଙ୍କୁ ଗିରଫ୍‌‌ କରିବା ପରେ ପୁଣିଥରେ ହାଇଦରାବାଦ ଆତଙ୍କବାଦ କାରଣରୁ ନଜରକୁ ଆସିଛି। ସେ ଦେଶ ବିରୋଧୀ ଗତିବିଧି ପାଇଁ ଷଡ଼ଯନ୍ତ୍ର ରଚୁଥିଲା। ସେ ସୋସିଆଲ ମିଡିଆରେ କଠୋରପନ୍ଥୀର ପରିଚୟ ହାସଲ କରିଥିଲା ଓ ଆତଙ୍କବାଦ ସହିତ ଜଡିତ ସାମଗ୍ରୀ ପୋଷ୍ଟ କରୁଥିଲା। ୨୦୦୭ରେ ଚୀନ୍‌‌ ଯାଇ ସେ ଏମ୍‌‌ବିବିଏସ୍‌‌ କରିଥିଲା। ୨୦୧୩ରେ ହାଇଦରାବାଦର ବିଭିନ୍ନ ହସ୍ପିଟାଲରେ ସେ ପ୍ରାକ୍ଟିସ କରୁଥିଲା। ଏହାପରେ କୋଭିଡ ପରେ ସେ ଛୋଟ ବିବ୍ୟସାୟ କରିଥିଲା। ଅନଲାଇନ ପ୍ଲାଟଫର୍ମରେ ସେ ଅବୁ ଖାଦିଜା ନାମକ ଏକ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲା। ସେ ରିସିନ ଭଳି ବିଷାକ୍ତ ପଦାର୍ଥ ନେଇ ରାସାୟନିକର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା। ଗୁଜରାଟ ଏଟିସ ମହିଉଦ୍ଦିନ ସହ ଉତ୍ତରପ୍ରଦେଶର ଆଜାଦ ସୁଲେମାନ ଶେଖ ଓ ମହମ୍ମଦ ସୁହେଲ ସଲିମ ଖାନଙ୍କୁ ଗିରଫ କରିବା ପରେ ତଦନ୍ତ ନୂଆ ମୋଡ ନେଇଥିଲା। ବିଦେଶୀ ହ୍ୟାଣ୍ଡଲର ଅବୁ ଖାଦିଜାର ନିର୍ଦ୍ଦେଶ କ୍ରମେ ଏମାନେ କାର୍ଯ୍ୟ କରୁଥିଲେ। ଏବେ ତେଲଙ୍ଗାନା କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍‌ଫ ଓ ଗୁଜରାଟ ଏଟିଏସ୍‌‌ ମିଳିତ ଭାବେ ଯାଞ୍ଚ କରୁଛନ୍ତି ଓ ଏହାପରେ ଆତଙ୍କବାଦ ନେଟ୍‌‌ୱର୍କରେ ଏମାନଙ୍କ ଭୂମିକା ନେଇ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଦାଦାବଟିକୁ ନେଇ ସେତୁ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ବୋମାମାଡ଼
ବାଙ୍କୀ: ଦାଦାବଟିକୁ ନେଇ ବୋମାମାଡ଼ । ଦାଦାବଟିକୁ ନେଇ ସେତୁ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ବୋମାମାଡ଼ । କଇମୁଣ୍ଡି ଛକରେ ୨ଟି ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡ଼ରେ ସେତୁ କାମରେ ନିୟୋଜିତ ଥିବା ମେସିନ୍ ନଷ୍ଟ ହୋଇଯାଇଛି । କଟକ-ବାଙ୍କୀ ମୁଖ୍ୟ ରାସ୍ତାର କଇଁମୁଣ୍ଡି ଗାଆଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ମେସିନ୍ ଉପରେ ବୋମାମାଡ଼ ହୋଇଛି । ଠିକା ସଂସ୍ଥାକୁ ଭୟଭିତ କରିବାକୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଙ୍କୀରେ ବୋମାମାଡ଼, ୬ରୁ ଉର୍ଦ୍ଧ୍ବ ଗୁରୁତର
ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବୋମାମାଡ଼। ବୋମାମାଡ଼ରେ ୬ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୨ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆଜି ସଂଧ୍ୟା ସମୟରେ ବୋମା ମାଡ଼ ହୋଇଥିବାବେଳେ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି  ତଦନ୍ତ  ଆରମ୍ଭ କରିଛି ।

ସୂଚନା ଅନୁସାରେ, ଦୁଇ ସାହି ମଧ୍ୟରେ ଅନେକ ଦିନ ଧରି ଗୋଷ୍ଠୀ ସଂଘର୍ଷ ଲାଗି ରହିଥିଲା। ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତ ମାନେ ବୋମାଡ଼ କରି ଘଟଣା ସ୍ଥଳରୁ ଫେରାର ଅଛନ୍ତି।

ଜମିଜମା ବିବାଦକୁ ନେଇ ବ୍ୟବସାୟୀଙ୍କ ଭାଇଙ୍କୁ ବୋମାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆରେ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବ୍ୟବସାୟୀ ଭାଇଙ୍କ ଉପରକୁ ବୋମାମାଡ଼ ହୋଇଛି । ବୋମାମାଡରେ ବ୍ୟବସାୟୀ ରଚିତ୍ରାନନ୍ଦ ସାମନ୍ତରାୟ ଆହତ ହୋଇଛନ୍ତି। ରଚିତ୍ରାଙ୍କ ଗୋଡ଼ ଉପରକୁ ବୋମା ମାଡ଼ ହୋଇଛି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରଚିତ୍ରାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି ।

ବ୍ୟବସାୟୀ ଭାଲୁ ସାମନ୍ତରାୟଙ୍କ ସାନଭାଇ ହେଉଛନ୍ତି ରଚିତ୍ରାନନ୍ଦ । ଲଗାତର ୩ରୁ ଅଧିକ ବୋମାମାଡ଼ ହୋଇଥିବା ବେଳେ, ଏକାଧିକ ଅଫୁଟା ବୋମା ଜବତ କରିଛି ପୁଲିସ । ତେବେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଦୁର୍ବୃତ୍ତ ବୋମା ଧରି ଗାଁରେ ଧମକାଉଥିଲେ । ଘଟଣାକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି ।

ଭୟଙ୍କର ବୋମା ବିସ୍ଫୋରଣରେ ଥରିଲା ନାଇଜେରିଆ; ୫୦ରୁ ଉର୍ଦ୍ଧ୍ବ ମୃତ, ଅନେକ ଆହତ
ନୂଆଦିଲ୍ଲୀ: ନାଇଜେରିଆରେ ଭୟଙ୍କର ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ୫୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ନସାରାଓ୍ବାରୁ ବେନ୍ୟୁକୁ କିଛି ଗୋ-ପାଳକ ଗୋରୁ ନେଇ ଯାଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇ ପଚରାଉଚରା କରିଥିଲେ । ସେହି ସମୟରେ ହଠାତ୍ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଆଉ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା । ବିସ୍ଫାରଣ ପରେ ୫୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତରଙ୍କ ପରିଚୟ ମିଳିନାହିଁ । ଏପରି ଭୟଙ୍କର ବିସ୍ଫୋରଣ ପଛରେ କାହାର ହାତ ଅଛି ତାହାର ସୂଚନା ମିଳିନାହିଁ । ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରି ଛାନବିନ୍ କରୁଛି ସୁରକ୍ଷା ଏଜେନ୍ସି ।

ଏହି ଘଟଣାକୁ ନେଇ ନସାରାଓ୍ବା ରାଜ୍ୟପାଳ ଗଭୀର ଦଃଖ ପ୍ରକାଶ କରିଛନ୍ତି । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରକୃତ ମୃତ୍ୟୁସଂଖ୍ୟା ଜଣାପଡି ନାହିଁ । ବିସ୍ଫାରଣ କିପରି ଏବଂ କାହିଁକି ହୋଇଛି ତାହା ତଦନ୍ତ କରାଯାଉଛି ଏବଂ ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ଖୋଜି ବାହାର କରାଯିବ ।

ରାଜଧାନୀରେ ବୋମାମାଡ଼, ସିସିଟିଭିରେ କଏଦ ହେଲା ବୋମାମାଡ଼ର ଦୃଶ୍ୟ
ଭୁବନେଶ୍ବର: ରାଜଧାନୀରେ ବୋମାମାଡ଼। ସହୀଦ ନଗର ରୂପାଲି ଛକ ନିକଟରେ ଥିବା ଡ଼ଲଫିନ ଜୋତା ସୋରୁମରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। କେହି ଦୁର୍ବୃତ୍ତ ବୋମା ଫିଙ୍ଗି ଫେରାର ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସିସିଟିଭିରେ ବୋମାମାଡ଼ ବେଳର ଦୃଶ୍ୟ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଜାରି ରହିଛି।

ଆଫଗାନିସ୍ତାନର ଏକ ଧାର୍ମିକ ସ୍କୁଲରେ ଭୟଙ୍କର ବୋମା ବିସ୍ଫୋରଣ; ୧୬ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର
କାବୁଲ: ଆଫଗାନିସ୍ତାନର ଏକ ମଦରାସା ବା ଧାର୍ମିକ ସ୍କୁଲ ଭିତରେ ଭୟଙ୍କର ବୋମା ବିସ୍ଫୋରଣ ଘଟି ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳର ମଧ୍ୟଭାଗରେ ଅବସ୍ଥିତ ଆଇବାକ ସହରରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଇ ଦିଆଯାଇଛି ।

ତାଲିବାନର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଉତ୍ତର ଆଫଗାନିସ୍ତାନର ଏକ ମଦରାସାରେ ନମାଜ ପାଠ ବେଳେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ଛାତ୍ର ଅଛନ୍ତି। ତାଲିବାନର ଗୃହ ମନ୍ତ୍ରାଳୟ ମୁଖପାତ୍ର ଅବଦୁଲ ନଫି ଟାକୋର ମଧ୍ୟ ଏହି ବିସ୍ଫୋରଣକୁ ସ୍ବୀକାର କରିଛନ୍ତି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଷ୍ଠୀ କିମ୍ବା ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି । ଗତବର୍ଷ ଆଫଗାନିସ୍ତାନରୁ ଆମେରିକା ସମର୍ଥିତ ସରକାର ହଟିବା ପରେ ତାଲିବାନ ଏହାକୁ ଦଖଲ କରିନେଇଥିଲା । ଏହାପରେ ଲଗାତର ଭାବେ ଆଫଗାନିସ୍ତାନରେ ବିସ୍ଫୋରଣ ଭଳି ଘଟଣା ଦେଖିବାକୁ ମିଳୁଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼, ଜଣେ ଅଟକ
ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଢ଼େଇ କେରା ଗ୍ରାମରେ ଆଜି ବୋମା ମାଡ଼ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି। ତିନଟି ବୋମା ମାଡ଼ ହୋଇଥିବା ବେଳେ ଦୁଇଟି ଅଫୁଟା ବୋମା ଜବତ କରିଛି ପୁଲିସ। ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ ।