Money in Tips - The Sakala
ଯେତେବେଳେ ଆମେ ହୋଟେଲ କିମ୍ବା ରେସ୍ତୋରାଁକୁ ଖାଦ୍ୟ ଖାଇବାକୁ ଯାଇଥାଉ ସେତେବେଳେ ବିଲ୍‌ ପଇଠ କରିବା ସମୟରେ ଆମେ କିଛି ଟିପ୍‌ସ୍‌ ମଧ୍ୟ ଦେଇଥାଉ। ଏହି ଟିପ୍‌ସ୍‌ ସାଧାରଣତଃ ଏଠାରେ କାମ କରୁଥିବା ୱେଟର୍‌ମାନଙ୍କ ଲାଗି ଉଦ୍ଦିଷ୍ଟ ହୋଇଥାଏ। ଏଭଳି ଟିପ୍‌ସ୍‌ ଦେବା ପରମ୍ପରା କେବେଠୁ ଆରମ୍ଭ ହେଲା ଓ କ’ଣ ପାଇଁ ଏହା ଦିଆଯାଉଛି ତାହା ବେଳେବେଳେ ମନକୁ ପ୍ରଶ୍ନ ଆସିଥାଏ। କୁହାଯାଏ, ୧୬୦୦ ଶତାବ୍ଦୀରେ ଇଂରେଜମାନେ ଏଭଳି ପରମ୍ପରାର ଆରମ୍ଭ କରିଥିଲେ। ସେତେବେେଳ ଇଂରେଜମାନେ ସେମାନଙ୍କ ହଭେଲିରେ କାମ କରୁଥିବା ତଳସ୍ତରର କର୍ମଚାରୀଙ୍କ ଭଲ କାମକୁ ପ୍ରଶଂସା କରିବାକୁ ଯାଇ କିଛି ଧନ ରାଶି ବା ବକ୍‌ସିସ୍‌ ଦେଉଥିଲେ। ସେବଠୋରୁ ଏହି ଟିପ୍‌ସ୍‌ ଦେବା ଆରମ୍ଭ ହୋଇଛି ବୋଲି କୁହାଯାଏ।
ନ୍ୟୁୟର୍କର ‘କର୍ଣ୍ଣେଲ୍‌ ୟୁନିଭରସିଟି ସ୍କୁଲ୍‌ ଅଫ୍‌ ହୋଟେଲ ଆଡମିନିଷ୍ଟ୍ରେସନ୍‌’ର ପ୍ରଫେସର ମାଇକେଲ ଲିନ୍‌ଙ୍କ କହିବା ଅନୁଯାୟୀ, ୧୮୦୦ ଶତାବ୍ଦୀରୁ ଆମେରିକାରୁ ଟିପ୍‌ସ୍‌ ଦେବା ପରମ୍ପରା ଆରମ୍ଭ ହୋଇଥିଲା। ସେତେବେଳେ ଆମେରିକାର ଧନିକ ଶ୍ରେଣୀର ଲୋକେ ନିଜର ଖାନଦାନି ଦେଖାଇବା ପାଇଁ ଏହି ଟିପ୍‌ସ୍‌ ଦେବା ପରମ୍ପରା ଆରମ୍ଭ କରିଥିଲେ। ବ୍ରିଟେନରେ ଏହି ପରମ୍ପରା ୧୭୦୦ ଶତାବ୍ଦୀରୁ ଆରମ୍ଭ ହୋଇଯାଇଥିଲା। ବ୍ରିଟେନର ମଦ୍ୟପାନ କରୁଥିବା ଲୋକେ ଏଥିପାଇଁ ୱେଟର୍‌ମାନଙ୍କୁ ଶୀଘ୍ର ମଦ ପରଷିବା ପାଇଁ ଟିପ୍‌ସ୍‌ ଦେଉଥିଲେ। ଅକ୍ସଫୋର୍ଡ ଡିକ୍ସନାରୀରେ ଏହି ଶବ୍ଦର ପ୍ରୟୋଗ ପ୍ରଥମ ଥର ପାଇଁ ୧୭୦୬ରେ ହୋଇଥିଲା।
TIP ଶବ୍ଦର ଫୁଲ ଫର୍ମ ହେଲା (To Insure Promptitude)। ୧୭୬୪ ମସିହା ବେଳକୁ ଯେତେବେଳେ ବ୍ରିଟେନ୍‌ରେ ଥିବା ହୋଟେଲ, ରେସ୍ତୋରାଁରେ କାମ କରୁଥିବା କର୍ମଚାରୀମାନଙ୍କୁ ଦରମା ଦେବା ଆରମ୍ଭ ହେଲା ଧନାଢ୍ୟ ଶ୍ରେଣୀର ଲୋକେ ଟିପ୍‌ସ୍‌ ଦେବା ପରମ୍ପରାକୁ ଶେଷ କରିଦେବା ପାଇଁ ଚାହିଁଲେ। ଏହାକୁ ନେଇ ଲଣ୍ଡନରେ ହୋ ହାଲ୍ଲା ହୋଇଥିଲା। ୧୯୦୪ ମସିହାରେ ଆମେରିକାର ସାମ୍ବାଦିକମାନେ ଏହି ଟିପ୍‌ସ୍‌ ଦେବା ପରମ୍ପରାକୁ ନିନ୍ଦା କଲେ। ଆମେରିକା ସଂସ୍କୃତିରେ ଗୋଲାମି ଭଳି ପରମ୍ପରା ସାମିଲ ନାହିଁ। ଟିପ୍‌ସ୍‌ ଦେବା ଏକ ପ୍ରକାରର ଗୋଲାମି ପ୍ରଥା ବୋଲି ସେମାନେ କହିଥିଲେ। ଆଜିର ସମୟରେ ଆମେରିକା ଓ କିଛି ୟୁରୋପୀୟ ରାଷ୍ଟ୍ରଙ୍କୁ ଛାଡି ବିଶ୍ବର ଅଥିକାଂଶ ଦେଶରେ ଟିପ୍‌ସ୍‌ ଦେବା ପ୍ରଥା ପ୍ରଚଳିତ ଅଛି। କେବଳ ହୋଟେଲ ନୁହେଁ, ଟ୍ୟାକ୍ସି ସର୍ଭିସ୍‌, ରୁମ୍‌ ସର୍ଭିସ୍‌, ହୋମ୍‌ ଡେଲିଭରିରେ ମଧ୍ୟ ଟିପ୍‌ସ୍‌ ବା ବକ୍‌ସିସ୍‌ ପରମ୍ପରା ରହିଛି।