SCB Medical College and Hospital - The Sakala

ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ: କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଦୁଇ ଦିବସୀୟ ନିରନ୍ତର ବୃତ୍ତିଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟେଲିମାନସର ପରାମର୍ଶଦାତାମାନଙ୍କୁ ଦକ୍ଷତା ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଉତ୍କୃଷ୍ଟ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମୁଖ୍ୟ ତଥା ନିର୍ଦ୍ଦେଶକ ପ୍ରଫେସର ଡ଼ା. ଶାରଦା ପ୍ରସନ୍ନ ସ୍ୱାଇଁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ମାନସିକ ସ୍ୱାସ୍ଥ୍ୟ ) ଡ଼ା.ପ୍ରମିଳା ବରାଳ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଡ଼ା. ସ୍ୱାଇଁ ମାନସିକ ସ୍ୱାସ୍ଥ୍ୟ ସେବାର ପରିସର ତଥା ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ସେବା ସମ୍ପର୍କିତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଡ଼ା. ବରାଳ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲି ମାନସର ଅଭୁତପୂର୍ବ ଅଗ୍ରଗତି ତଥା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ପ୍ରମୁଖ ସହକାରୀ ପ୍ରାଧ୍ୟାପିକା ଡ଼ା. ପଲ୍ଲବୀ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପରାମର୍ଶଦାତାମାନେ ସେମାନଙ୍କର ବ୍ୟାବହାରିକ ଅଭିଜ୍ଞତା ବିଷୟରେ ମତ ବିନିମୟ କରିଥିଲେ । ପରିଶେଷରେ ପ୍ରଶିକ୍ଷଣପ୍ରାପ୍ତ ପରାମର୍ଶଦାତାମାନଙ୍କୁ ପ୍ରତିଷ୍ଠାନର ମୁଖ୍ୟ ପ୍ରଫେସର ଡ଼ା. ସ୍ୱାଇଁ ପ୍ରମାଣପତ୍ର ସହ ସମ୍ମାନିତ କରିଥିଲେ । ସୂଚନାଯୋଗ୍ୟ ସମ୍ପ୍ରତି ରାଜ୍ୟରେ ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟେଲି ମାନସ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଛି । ଏହି ସେବା ନିଃଶୁଳ୍କ ନମ୍ବର 14416 ସହ ସବୁ ସମୟରେ ( 24 ଘଣ୍ଟା ) ଉପଲବ୍ଧ ରହିଛି ।

ଏସ୍‌‌ସିବି ମେଡିକାଲର ଚାଲିଛି ନବକଳେବର; ୧୩୮ ଏକର ପରିମିତ ଜମିରେ ନିର୍ମାଣ ହେଉଛି ସ୍ୱାସ୍ଥ୍ୟସେବାର ସର୍ବୋଚ୍ଚ ଇମାରତ୍‌‌
ଆକାଶକୁ ଧୀରେ ଧୀରେ ମୁଣ୍ଡ ଟେକୁଛି ସୁଉଚ୍ଚ ଅଟ୍ଟାଳିକା। ମହାନଦୀ କୂଳ ଯାଏ ଲମ୍ବି ସାରିଲାଣି ପରିସୀମା। ଏକ ବୃହତ୍‌‌ ପ୍ରକଳ୍ପର ପରିକଳ୍ପନା କ୍ରମଶଃ ବାସ୍ତବତାର ରୂପ ନେଉଛି। ବଡ଼ ମେଡିକାଲ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଉଦ୍ୟମରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ନବକଳେବର ଚାଲିଛି। ରାଜ୍ୟର ଏହି ସର୍ବବୃହତ୍‌‌ ସରକାରୀ ହସ୍ପିଟାଲ ଯେପରି ତା’ର କାୟା ମେଲାଉଛି। ‘ଏମ୍ସ ପ୍ଲସ୍‌‌’ର ସ୍ୱପ୍ନ ଆଉ ଅଳ୍ପ ଦିନ। ୧୩୮ ଏକର ପରିମିତ ଜମିରେ ନିର୍ମାଣ ଚାଲିଛି ସ୍ୱାସ୍ଥ୍ୟସେବାର ସର୍ବୋଚ୍ଚ ଇମାରତ୍‌‌….

ନୂଆ ରୂପ ଦେବ ୪ କ୍ଲିନିକାଲ୍‌‌ କୋଠା

ବଡ଼ ମେଡିକାଲର ରୂପ ବଦଳାଇ ଦେବ ୪ଟି ନୂତନ କ୍ଲିନିକାଲ୍‌‌ କୋଠା। ଏହି କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ୪ଟି ଯାକ କୋଠା ତାଳଦଣ୍ଡା କେନାଲକୁ ମୁହଁ କରି ଛିଡ଼ା ହେବ। ଏହାର ପ୍ରବେଶ ପଥ ମଧ୍ୟ ତାଳଦଣ୍ଡା ପାର୍ଶ୍ବରେ ରହିବ। ସମ୍ଭବତଃ ଆସନ୍ତା ଜୁଲାଇ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଓବିସିସି ପକ୍ଷରୁ କୁହାଯାଇଛି। କ୍ଲିନିକାଲ କୋଠା ନିର୍ମାଣ ଦାୟିତ୍ୱ ଏଲ୍‌‌ଆଣ୍ଡଟିକୁ ପ୍ରଦାନ କରାଯାଇଛି। ପ୍ରାୟ ୪୫ ଏକର ଜାଗାରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି।

୪ଟି ଯାକ କୋଠାକୁ ଗୋଟିଏ ଢାଞ୍ଚାରେ ନିର୍ମାଣ କରାଯାଉଛି। ପ୍ରତ୍ୟେକ କୋଠା ୧୦ମହଲା ବିଶିଷ୍ଟ ହେବ। ବି+ଜି+୯ ଢାଞ୍ଚାରେ ନିର୍ମିତ କୋଠାର ‘ବି’ ଅର୍ଥାତ୍‌‌ ବେସ୍‌‌ମେଣ୍ଟକୁ ପାର୍କିଂ ରୂପେ ବ୍ୟବହାର କରାଯିବ। ‘ଜି’ ଅର୍ଥାତ୍‌‌ ଗ୍ରାଉଣ୍ଡ ଫ୍ଲୋର୍‌‌ ଆଉଟ୍‌‌ଡୋର୍‌‌ ଭାବେ ବ୍ୟବହୃତ ହେବ। କ୍ଲିନିକାଲ କୋଠା-୧ ହେଉଛି ଜେନେରାଲ ମେଡିସିନ୍‌‌। ଭେଷଜ ବିଭାଗ ସମେତ ଏହାର ଉପବିଭାଗଗୁଡ଼ିକ ଏହି କୋଠାରେ କାର୍ଯ୍ୟ କରିବ। କେଉଁ କେଉଁ ବିଭାଗ ଏଠାକୁ ସ୍ଥାନାନ୍ତର ହେବ ତାହା ଚୂଡ଼ାନ୍ତ ହୋଇନାହିଁ। ସେହିପରି କ୍ଲିନିକାଲ କୋଠା-୨ ହେଉଛି ସ୍ପେସିଆଲାଇଜ୍‌‌ଡ ମେଡିସିନ। ଏହି କୋଠାରେ ନ୍ୟୁରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, ନେଫ୍ରୋଲୋଜି, ହେମାଟୋଲୋଜି ଆଦି ବିଭାଗ କାର୍ଯ୍ୟ କରିବ। କ୍ଲିନିକାଲ କୋଠା-୩ ସ୍ପେସିଆଲାଇଜ୍‌‌ଡ ସର୍ଜରୀ ଭାବେ ନାମିତ ହୋଇଛି। ଏଠାରେ ମୁଖ୍ୟତଃ ସୁପରସ୍ପେସିଆଲିଟି ସର୍ଜରୀ ବିଭାଗଗୁଡ଼ିକ ଖୋଲିବ। ଯେପରିକି କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌), ନ୍ୟୁରୋସର୍ଜରୀ, ୟୁରୋଲୋଜି, ପ୍ଲାଷ୍ଟିକ୍‌‌ ସର୍ଜରୀ ଓ ବର୍ଣ୍ଣ ୱାର୍ଡ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଭଳି ବିଭାଗ ରହିବ। କ୍ଲିନିକାଲ କୋଠା-୪ରେ ରହିବ ଟ୍ରମା ୟୁନିଟ୍‌‌, ଟ୍ରମା କେୟାର ଏବଂ ଜେନେରାଲ ସର୍ଜରୀ ବିଭାଗ। ଏତଦ୍‌‌ବ୍ୟତୀତ ପ୍ରତ୍ୟେକ କ୍ଲିନିକାଲ କୋଠାରେ ପାରାମେଡିକାଲ ୱିଙ୍ଗ୍‌‌ ଖୋଲାଯିବ। ରେଡିଓଲୋଜି, ସିଟି ସ୍କାନ, ଏମ୍‌‌ଆର୍‌‌ଆଇ କେନ୍ଦ୍ର, ପାଥୋଲୋଜି, ମାଇକ୍ରୋବାୟୋଲୋଜି, ନିଶ୍ଚେତକ ଗୃହ ମଧ୍ୟ ପୃଥକ୍‌‌ ପୃଥକ୍‌‌ ଭାବେ ରଖାଯିବ।

ଅତ୍ୟାଧୁନିକ ନିର୍ମାଣ ଶୈଳୀ ‘ମିଭାନ୍‌‌’

ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ (ଓବିସିସି) ଲିମିଟେଡର ଜନୈକ ଯନ୍ତ୍ରୀଙ୍କ କହିବା ମୁତାବକ, ଆବାସିକ କୋଠା ନିର୍ମାଣରେ ‘ମିଭାନ’ ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ଯାହା ସମ୍ପୂର୍ଣ୍ଣ ନୂଆ ଓ ଅତ୍ୟାଧୁନିକ ନିର୍ମାଣ ଶୈଳୀ। ପୂର୍ବରୁ ଓଡ଼ିଶାରେ ଏହି ନୂଆ ପଦ୍ଧତ୍ତିରେ କୌଣସି କୋଠା ନିର୍ମାଣ କରାଯାଇନାହିଁ। ଏହି ପଦ୍ଧତ୍ତି ସମୟସାପେକ୍ଷ। କମ୍‌‌ ସମୟରେ ଦୀର୍ଘସ୍ଥାୟୀ କୋଠା ନିର୍ମାଣ ସମ୍ଭବ। ଆବାସିକ କୋଠା ନିର୍ମାଣ ପାଇଁ ଏହି ନୂତନ ପଦ୍ଧତ୍ତି ଗ୍ରହଣ କରାଯାଇଛି ବୋଲି ଓବିସିସି ପକ୍ଷରୁ କୁହାଯାଇଛି।

ପାରମ୍ପରିକ ଶୈଳୀ କୋଠା ନିର୍ମାଣ ଠାରୁ ‘ମିଭାନ’ ହେଉଛି ଭିନ୍ନ। ଏଥିରେ ବିମ୍‌‌, କଲମ୍‌‌ ଏବଂ ଇଟ୍ଟା ଯୋଡେଇର ଆବଶ୍ୟକତା ନଥାଏ। ଆଲୁମିନିୟମ ଓ ଆରସିସି ବ୍ୟବହାର ଦ୍ୱାରା କାନ୍ଥ ଏବଂ ସ୍ଲାବ ପ୍ରସ୍ତୁତ କରାଯାଏ। ଯାହା ଦ୍ୱାରା ସିଧାସଳଖ ଗୃହ ନିର୍ମାଣ ସମ୍ଭବ, ଯାହା ଶକ୍ତ ଓ ଦୀର୍ଘସ୍ଥାୟୀ ମଧ୍ୟ।

‘୫ ହଜାର ଶଯ୍ୟା ହିଁ ବିଶ୍ୱସ୍ତରୀୟ ପରିଚୟ’

ଆଗାମୀ ଦିନରେ ଏସ୍‌‌ସିବି ମେଡିକାଲ ଏମ୍ସ ପ୍ଲସ ଭାବେ ପରିଗଣିତ ହେବ। ବଡ଼ ମେଡିକାଲକୁ ମିଳିବ ବିଶ୍ୱସ୍ତରୀୟ ପରିଚୟ। କେବଳ କାଗଜ କଲମରେ ନୁହେଁ, ବିଶ୍ୱସ୍ତରୀୟ ପରିଚୟ ପାଇବା ପାଇଁ ସେହିଭଳି ବ୍ୟବସ୍ଥାମାନ ଏଠାରେ କରାଯାଉଛି। ଏଯାବତ୍‌‌ ୫ ହଜାର ଶଯ୍ୟା କୌଣସି ସରକାରୀ ହସ୍ପିଟାଲରେ ନାହିଁ। କୌଣସି ଘରୋଇ ହସ୍ପିଟାଲରେ ମଧ୍ୟ ଏତେ ସଂଖ୍ୟକ ଶଯ୍ୟା ରହିଥିବାର ତଥ୍ୟ ଦେଖିବାକୁ ମିଳୁନି। ହେଲେ ଏସ୍‌‌ସିବି ମେଡିକାଲରେ ରୋଗୀଙ୍କ ପାଇଁ ଉପଲବ୍ଧ କରାଯିବ ୫ ହଜାର ଶଯ୍ୟା। ଏହା ହିଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟ।

ସମ୍ପ୍ରତି ଏସ୍‌‌ସିବି ମେଡିକାଲରେ ରହିଛି ୨୧୭୦ ସାଧାରଣ ଶଯ୍ୟା। ଯେଉଁ ୪ଟି ନୂତନ କ୍ଲିନିକାଲ କୋଠା ନିର୍ମାଣ ହେଉଛି ସେଠାରେ ୨୦୫୮ଟି ସାଧାରଣ ଶଯ୍ୟା ରହିବ। କ୍ଲିନିକାଲ କୋଠା-୧ରୁ ୪ ମଧ୍ୟରେ ଯଥାକ୍ରମେ ୬୦୦, ୪୯୬, ୪୫୬ ଓ ୫୦୬ଟି ଲେଖାଏଁ ସାଧାରଣ ଶଯ୍ୟା ରଖାଯିବ। ତେବେ କେତେକ ବିଭାଗ ପୁରୁଣା କୋଠାରୁ ସ୍ଥାନାନ୍ତର ହୋଇ ନୂତନ କୋଠାକୁ ଚାଲିଯିବ। ପୁରୁଣା କୋଠାର ଶଯ୍ୟା ଫାଙ୍କା ପଡ଼ିବ, ଯାହାକି ପରବର୍ତ୍ତୀ ସମୟରେ ସ୍ଥାନାନ୍ତରିତ ହେଉ ନ ଥିବା ବିଭାଗଗୁଡ଼ିକୁ ପ୍ରଦାନ କରାଯିବ। ସେହିପରି ନୂତନ କ୍ଲିନିକାଲ କୋଠାରେ ୨୬୬ଟି ଆଇସିୟୁ ଶଯ୍ୟା ଉପଲବ୍ଧ ହେବ। ମିଳିଥିବା ସୂଚନା ମୁତାବକ, ଏବେ ଏସ୍‌‌ସିବିରେ ରହିଛି ୨୧୩ଟି ଆଇସିୟୁ ଶଯ୍ୟା। ସେଣ୍ଟ୍ରାଲ ଆଇସିୟୁରେ ୨୪ଟି, ଭେଷଜ ବିଭାଗ ଅଧୀନରେ ୬୦ଟି, ସିଟିଭିଏସ୍‌‌ରେ ୬ଟି, ନ୍ୟୁରୋସର୍ଜରୀରେ ୧୦ଟି, ଶିଶୁ ରୋଗ ବିଭାଗରେ ୬ଟି, ହୃଦ୍‌‌ରୋଗ ବିଭାଗରେ ୨୦ଟି, ଟ୍ରମା ୟୁନିଟରେ ୧୪ଟି, ପଲମୋନାରୀ ବିଭାଗରେ ୧୫ଟି, ୟୁରୋଲୋଜି ବିଭାଗରେ ୩ଟି, ପଲମୋନାରୀ ମେଡିସିନରେ ୪୧ଟି, ବର୍ଣ୍ଣ ଆଇସିୟୁରେ ୯ଟି, କିଡ୍‌‌ନୀ ଟ୍ରାନ୍ସପ୍ଲାଣ୍ଟ ୟୁନିଟରେ ୫ଟି ଆଇସିୟୁ ଶଯ୍ୟା ଅଛି। ଉକ୍ତ ବିଭାଗଗୁଡ଼ିକ ଭିତରୁ କିଛି ବିଭାଗର ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟା ନୂତନ କ୍ଲିନିକାଲ କୋଠାକୁ ଚାଲିଯିବ। ସମ୍ପ୍ରସାରଣ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି। ଏଣୁ ଦ୍ୱିତୀୟ ପର୍ଯ୍ୟାୟରେ ଏଠାରେ ଶଯ୍ୟା ସଂଖ୍ୟା ୫ହଜାର ଛୁଇଁବା ନିଶ୍ଚିତ ବୋଲି ଏସସିବି କର୍ତ୍ତୃପକ୍ଷ କହିଛନ୍ତି।

ନୂତନ କୋଠାରେ ରେଡ୍‌କ୍ରସ୍‌ ରକ୍ତ ଭଣ୍ଡାର

ଏସ୍‌‌ସିବି ମେଡ଼ିକାଲ ସମ୍ପ୍ରସାରଣ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ମେଡ଼ିକାଲ ଆଖପାଖ ଅଞ୍ଚଳର ରୂପରେଖ ବଦଳୁଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବ ବୋଲି ଜଣାପଡ଼ିଛି। ଏଥି ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ପୁରୁଣା ବୋଷ କଲେଜ କ୍ୟାମ୍ପସ ପରିସରରେ ରେଡକ୍ରସର ନୂତନ କୋଠା ନିର୍ମାଣ କରାଯାଇଛି। ୩ ହଜାର ୩୦୦ବର୍ଗଫୁଟ ଅଞ୍ଚଳରେ ଏହି କୋଠା ତିଆରି ହୋଇଛି। ଦୁଇ ମହଲା ବିଶିଷ୍ଟ କେନ୍ଦ୍ରୀୟ ରେଡକ୍ରସର ନୂତନ କୋଠାରେ ଥାଲାସେମିଆ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଡେ କେୟାର ସେଣ୍ଟର ଖୋଲିଛି। ଏତଦବ୍ୟତୀତ ଏଠାକୁ କିଛି ନୂତନ ମେସିନ ଅଣାଯିବା ପାଇଁ ମଧ୍ୟ ଯୋଜନା ରହିଛି। ରେଡକ୍ରସ କାର୍ଯ୍ୟାଳୟର ଅଧିକାରୀଙ୍କ ସୂଚନା ଅନୁସାରେ, ୬୦୦ରୁ ଅଧିକ ଥାଲାସେମିଆ ରୋଗୀ ଏଠାରେ ପଞ୍ଜୀକରଣ କରିଛନ୍ତି। ପ୍ରତ୍ୟେକ ରୋଗୀ ଅତିକମ୍‌‌ରେ ମାସକୁ ୩ଥର ଏଠାକୁ ଆସି ରକ୍ତ ସଂଗ୍ରହ କରୁଛନ୍ତି। ଥାଲାସେମିଆ ରୋଗୀଙ୍କୁ ନିଃଶୁଳ୍କରେ ରକ୍ତ ୟୁନିଟ ପ୍ରଦାନ କରାଯାଉଛି। ଥାଲାସେମିଆ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏକ ଡେ କେୟାର ୟୁନିଟ ଖୋଲାଯିବ ବୋଲି ସେ ଜଣାଇଛନ୍ତି। ବ୍ଲଡ ଗ୍ରୁପିଂ ପାରମ୍ପରିକ ପଦ୍ଧତ୍ତିରେ କରାଯିବା ବନ୍ଦ ହେଲାଣି। ବ୍ଲଡ ଗ୍ରୁପିଂ ନିମନ୍ତେ ଏକ ଅତ୍ୟାଧୁନିକ ମେସିନ ଅଣାଯିବ। ଯାହା ସମ୍ପୂର୍ଣ୍ଣ ଭାବେ ଅଟୋମେଟିକ। ଗ୍ରୁପିଂ କରିବା ପାଇଁ ଲୋକଙ୍କ ଆବଶ୍ୟକତା ପଡ଼ିବ ନାହିଁ। ସେହିପରି ଗୋଟିଏ ୟୁନିଟ ରକ୍ତରୁ ପ୍ଲାଜମା, ପ୍ଲେଟଲେଟ, ଶ୍ୱେତ ରକ୍ତ କଣିକା ଏବଂ ଲୋହିତ ରକ୍ତ କଣିକା ପୃଥକ କରିବା ପାଇଁ ମଧ୍ୟ ଅତ୍ୟାଧୁନିକ ଆଫେରେସିସ ମେସିନ ଅଣାଯିବ। ରକ୍ତାଭାବ ପ୍ରାୟ ସମୟରେ ଦେଖା ଯାଉଛି। ଏହାକୁ ଦୂର କରିବା ଉଦ୍ଦେଶ୍ୟରେ ନୂତନ ରେଡ୍‌‌କ୍ରସ କୋଠାରେ ରକ୍ତ ଗଚ୍ଛିତ ପାଇଁ ବୃହତ୍‌‌ ଷ୍ଟୋରେଜ ବ୍ୟବସ୍ଥା ହେବ।

କ୍ୟୁରିଂ କମ୍ପାଉଣ୍ଡ ମିଶ୍ରଣ କାନ୍ଥ, ପାଣି ଦେବାକୁ ପଡୁନାହିଁ

କ୍ଲିନିକାଲ କୋଠାଗୁଡ଼ିକର ନିର୍ମାଣ ମଧ୍ୟ ଅତ୍ୟାଧୁନିକ ଶୈଳୀରେ ହେଉଛି। ପ୍ରାୟ ୩ ହଜାର ଶ୍ରମିକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଓବିସିସିର ଜନୈକ ଯନ୍ତ୍ରୀଙ୍କ କହିବା ଅନୁସାରେ, କାନ୍ଥଗୁଡ଼ିକ କମ୍ପୋଜିଟ୍‌‌ କରାଯାଉଛି। ଆର୍‌‌ସିସି(ରେନ୍‌‌ଫୋର୍ସ ସିମେଣ୍ଟ କଂକ୍ରିଟ୍‌‌) ସହିତ କ୍ୟୁରିଂ କମ୍ପାଉଣ୍ଡ ମିଶ୍ରଣ ହେଉଛି। ଏହା କାନ୍ଥକୁ ଦୀର୍ଘସ୍ଥାୟୀ ଏବଂ ଶକ୍ତ ରଖିବ। ଏହି କାନ୍ଥଗୁଡ଼ିକରେ ପାଣି ଦେବାକୁ ପଡ଼ିବ ନାହିଁ। କମ୍‌‌ ସମୟ ମଧ୍ୟରେ କୋଠା ନିର୍ମାଣର ଏହା ହେଉଛି ନୂତନ ଫର୍ମୁଲା।

ଡାକ୍ତର, କର୍ମଚାରୀଙ୍କ ପାଇଁ ୧୩ କୋଠା

ସମ୍ପ୍ରସାରଣ ପ୍ରକଳ୍ପ ଭିତରେ ବଡ ମେଡିକାଲର ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ଷ୍ଟାଫ ନର୍ସ, ପାରାମେଡିକାଲ ଷ୍ଟାଫ, ଫାର୍ମାସିଷ୍ଟ ଓ ବିଭିନ୍ନ ଶ୍ରେଣୀର କର୍ମଚାରୀଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ସେମାନଙ୍କ ରହଣୀ ନିମନ୍ତେ ନିର୍ମାଣ ଚାଲିଛି ଆବାସିକ କୋଠା। ଏହି କୋଠା ଗୁଡିକ ପୁରୁଣା ବୋଷ କଲେଜ କ୍ୟାମ୍ପସ ପାର୍ଶ୍ବରେ ତିଆରି କରାଯାଉଛି। ନିର୍ମାଣଧିନ ୧୩ଟି ଯାକ କୋଠା ୧୩ ମହଲା ବିଶିଷ୍ଟ ହେବ। ୨୦୨୪ ଜାନୁୟାରୀ ମାସରେ ସମସ୍ତ ଆବାସିକ କୋଠାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦିନ ଧାର୍ଯ୍ୟ ହୋଇଛି। ୧୩ କୋଠାରୁ ୮ଟି କ୍ୱାର୍ଟର ଏବଂ ୫ଟି ହଷ୍ଟେଲ ଭାବେ ବ୍ୟବହୃତ ହେବ।

ଆବାସିକ କୋଠା ନିର୍ମାଣ ପାଇଁ ୫୦ ଏକର ପରିମିତ ଜାଗା ସ୍ଥିରିକୃତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ସ୍ଥାନ ଅଧିଗ୍ରହଣ କରାଯାଇଛି। ଆବଶ୍ୟକସ୍ଥଳେ ତଥା ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ଆଉ ଅଧିକ ସ୍ଥାନ ବ୍ୟବହାର ହୋଇପାରେ। ପ୍ରତ୍ୟେକ କୋଠା ‘ବି+ଏସ୍‌‌+୧୨’ ଢ଼ାଞ୍ଚାରେ ନିର୍ମାଣ ହେଉଛି। ‘ବି’ ଅର୍ଥାତ୍‌‌ ବେସ୍‌‌ମେଣ୍ଟ, ଯାହା ପାର୍କିଂ ନିମନ୍ତେ ବ୍ୟବହାର ହେବ। ‘ଏସ୍‌‌’ ଅର୍ଥାତ୍‌‌ ଷ୍ଟିଲ୍‌‌ଡ ଫ୍ଲୋର। ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ନିମନ୍ତେ ଉକ୍ତ ମହଲାକୁ ବ୍ୟବହାର କରାଯାଇ ପାରିବ। ଏହାକୁ ମିଶାଇ ଆଉ ୧୨ ମହଲା କୋଠା ରହିବ। ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ରହଣୀ ନିମନ୍ତେ ଯେଉଁ କୋଠା ନିର୍ମାଣ ହେଉଛି ସେଥିରେ ବିଭିନ୍ନ ଆସବାବପତ୍ର ଯୋଗାଇ ଦିଆଯିବା ସହ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଆବାସିକ କୋଠା ନିର୍ମାଣର ମୋଟ୍‌‌ ବଜେଟ ହେଉଛି ୮୮୮ କୋଟି ଟଙ୍କା। ନାଗାର୍ଜୁନ କନଷ୍ଟ୍ରକସନ କମ୍ପାନୀ ଲିମିଟେଡକୁ ଏହି କୋଠା ନିର୍ମାଣର ଦାୟିତ୍ୱ ପ୍ରଦାନ କରାଯାଇଛି।

ଏକ ଉଜ୍ଜ୍ୱଳ ଭବିଷ୍ୟତର ଅୟମାରମ୍ଭ

ବଡ଼ ମେଡିକାଲରେ ଜନ୍ମ ଗ୍ରହଣ କରିଥିଲି। ଏଠାରେ ଡାକ୍ତରୀ ପଢ଼଼ା ଶେଷ କରି ଡାକ୍ତର ହେବା ପରେ ଏହିଠାରେ ହିଁ ଅଧୀକ୍ଷକ ଭାବେ ଦାୟିତ୍ୱ ତୁଲାଉଛି। ଏଭଳି ସୌଭାଗ୍ୟଟିଏ ମିଳିଛି। ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ଜୀବନ ବଞ୍ଚିବାରେ ପ୍ରତ୍ୟେକ ଡାକ୍ତର ଆନନ୍ଦ ପାଆନ୍ତି। ଏସ୍‌‌ସିବିରେ ଏଭଳି ଅନେକ ଡାକ୍ତର ରହିଛନ୍ତି। ରାଜ୍ୟ ସରକାର ଭିତ୍ତିଭୂମିର ଯେଉଁଭଳି ଭାବେ ବିକାଶ କରୁଛନ୍ତି ତାହା ପ୍ରଶଂସନୀୟ। ସୁଦୃଢ଼ ଭିତ୍ତିଭୂମି ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାକୁ ବି ଆହୁରି ସୁଦୃଢ଼ କରିବ। ଏକ ଉଜ୍ଜଳମୟ ଭବିଷ୍ୟତର ଏହା ଅୟମାରମ୍ଭ। (ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଅଧୀକ୍ଷକ)

ଅନ୍ୟମାନେ ଲୋକଙ୍କ ସେବା କରିପାରିବେ, କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ: ରାଷ୍ଟ୍ରପତି
କଟକ: ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ଏସ୍‌ସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଟକକୁ ବିଶ୍ୱପ୍ରସିଦ୍ଧ ପାଇଁ ଏସ୍‌ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। ନିଜ ଅଭିଭାଷଣରେ ସେ ଆହୁରି ମଧ୍ୟ କହିଥିଲେ ଯେ,ଏସ୍‌ସିବି ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ । ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି । ଆଜି ଏସ୍‌ସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ । ମୋ ବିଚାରରେ ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ । ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି । ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ। ଅନ୍ୟମାନେ ଲୋକଙ୍କ ସେବା କରିପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରିପାରିବେନି । କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ । ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢ଼ିଛି। ମାତୃଶିଶୁ ମୃତ୍ୟୁହାର କମିଛି । ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ। ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ ସାଇନ୍ସରେ ଜରୁରୀ।ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ୱପୂର୍ଣ୍ଣ। ଔଷଧ ବାହାର କରି ନୋବେଲ ପୁରସ୍କାର ପାଇବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।

ଏହାପରେ ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ ରାଷ୍ଟ୍ରପତି। କମିସନରେଟ ପୁଲିସ ପକ୍ଷରୁ କଟକ ଓ ଭୁବନେଶ୍ବରରେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯିବା ସହ ସହରକୁ ପୂରା ସୁରକ୍ଷାବଳୟରେ ରଖାଯାଇଛି।

ସେହିପରି ୨୭ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆରେ ପ୍ରଜାପିତା ବ୍ରହ୍ମକୁମାରୀ ସଙ୍ଗଠନର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ ଓ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପୁଣି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏସସିବିରେ ସମୀକ୍ଷା କରୁଛନ୍ତି 5T ସଚିବ, ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାମ ଶେଷ କରିବାକୁ ଗୁରୁତ୍ବ
ଭୁବନେଶ୍ବର: କଟକରେ ୫ଟି ସଚିବ ଭିକେ ପାଣ୍ତିଆନ । SCB ମେଡିକାଲ ସଂପ୍ରସାରଣ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଏଥିସହ  କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଏହି  ସମୟରେ ଜିଲ୍ଲାପାଳ ଓ ଅନ୍ୟଅଧିକାରୀମାନେ ଉପସ୍ଥିତ ଥିଲେ। SCB କୁ ବିଶ୍ବସ୍ତରୀୟ କରିବା ଲକ୍ଷ୍ୟରେ ଚାଲିଛି ବିକାଶ କାମ । ବଡ଼ ମେଡିକାଲକୁ ଶିକ୍ଷା , ଚକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଯୋଜନା ବାସ୍ତବରୂପ ନେବାକୁ ଯାଉଛି । ୧୭୫ ଏକର ଜମିରେ ୩ ହଜାର ୫ଶହ କୋଟି ଟଙ୍କାରେ ଏହି ମର୍ଯ୍ୟାଦାଜନକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜର ୫ଟି ଉପକ୍ରମରେ ରୂପାନ୍ତରଣ କରି ଏମ୍ସ ପ୍ଲସ୍ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ୩୧ଡିସେମ୍ବର ୨୦୨୩ ସୁଦ୍ଧା ଏସସିବି ସମ୍ପ୍ରସାରଣ କାର୍ଯ୍ୟ ସରିବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି।

ଇତିହାସ ରଚିଲା ଏସ୍‌‌ସିବି : ଗୋଟିଏ ରାତିରେ ଦୁଇ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ
କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ନୂତନ ଫର୍ଦ୍ଦ ଯୋଡ଼ିଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଦୁଇ କିଡ୍‌‌ନୀ ରୋଗୀଙ୍କୁ ମିଳିଛି ନୂଆ ଜୀବନ। କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌) ବିଭାଗରେ ବ୍ରେନ୍‌‌ ଡେଡ୍‌‌ ଘୋଷିତ ମହିଳାଙ୍କ ଠାରୁ କିଡ୍‌‌ନୀ କଢ଼ାଯାଇ ଦୁଇ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁଙ୍କ ନେତୃତ୍ବରେ ଏସ୍‌‌ସିବି ଡାକ୍ତରୀ ଦଳକୁ ମିଳିଛି ଏହି ବିରଳ ସଫଳତା। ପ୍ରଥମଥର ପାଇଁ ରାଜ୍ୟର ସର୍ବପୁରାତନ ସରକାରୀ ହସ୍ପିଟାଲ ଏଭଳି ପ୍ରତିରୋପଣ କରି ରଚିଛି ଇତିହାସ। ପ୍ରକାଶ ଯୋଗ୍ୟ, ଏସ୍‌‌ସିବି ମେଡିକାଲରେ ଏହା ପାଲଟିଛି ୫ମ ଏବଂ ୬ଷ୍ଠ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ।

ଜଗତପୁର ଅଞ୍ଚଳର ୫୭ବର୍ଷୀୟ ତନୁଜା କର ସିଟିଭିଏସ୍‌‌ ବିଭାଗରେ ଚିକିତ୍ସିତ ହେଉଥିଲେ। ସେ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଙ୍କ ଶତପ୍ରତିଶତ ଚେଷ୍ଟା ସତ୍ତ୍ବେ ତାଙ୍କ ଜୀବନ ରକ୍ଷା ସମ୍ଭବ ନୁହେଁ ବୋଲି ଜଣାପଡ଼ିଥିଲା। ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍‌‌ ଘୋଷଣା କରିଥିଲେ। ତନୁଜାଙ୍କ ପରିବାର ଲୋକଙ୍କ ସହମତି କ୍ରମେ ଅଙ୍ଗଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଷ୍ଟେଟ୍‌‌ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ(ସୋଟୋ) ସହ ମେଡିକାଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଆଲୋଚନା କରିବା ପରେ ଏସ୍‌‌ସିବି ମେଡ଼ିକାଲର ସ୍ୱତନ୍ତ୍ର ଡାକ୍ତରୀ ଦଳ ସିଟିଭିଏସ୍‌‌ ବିଭାଗରେ ପହଞ୍ଚିଥିଲେ।

ସେଠାରୁ ତନୁଜାଙ୍କ ଶରୀରରୁ ଦୁଇ କିଡନୀ ମଙ୍ଗଳବାର ରାତିରେ ସଫଳତାର ସହ କଢ଼ାଯାଇଥିଲା। ଇତି ମଧ୍ୟରେ ୟୁରୋଲୋଜି ବିଭାଗରେ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀଙ୍କୁ ତୁରନ୍ତ ଡକାଯାଇଥିଲା। ପ୍ରଥମ ତାଲିକାଅନୁସାରେ ବଡ଼ ମେଡିକାଲରେ ପହଞ୍ଚିଥିଲେ ୨୨ବର୍ଷୀୟ ଆଲୋକ। ତାଙ୍କ ଘର କଟକରେ ବୋଲି ପ୍ରାଥମିକ ସୂଚନା ମିଳିଛି। ଆଲୋକଙ୍କ ଦେହରେ ତନୁଜାଙ୍କ କିଡ୍‌‌ନୀ ପ୍ରତିରୋପଣ ହୋଇଛି। ସେହିପରି ଅନ୍ୟ ଏକ କିଡ୍‌‌ନୀ ସୂର୍ଯ୍ୟ ରଞ୍ଜନ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କରର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି। ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ବିରଳ ଅପରେସନରେ ଡାକ୍ତର ଅରୁଣାଙ୍କ ସହିତ ୧୭ଜଣ ମେଡିକାଲ ଟିମ ସହଯୋଗ କରିଥିଲେ।  ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଏକ କାଡାଭରିକ ପ୍ରତିରୋପଣ ନିମନ୍ତେ ଏସ୍‌‌ସିବି ମେଡିକାଲରେ ଉଦ୍ୟମ କରାଯାଇଥିଲା। ହେଲେ କିଡ୍‌‌ନୀ ମେଳ ନ ଖାଇବାରୁ ଏହା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ପ୍ରତିରୋପଣ କରାଯାଇଥିଲା।

କରୋନା ଆକ୍ରାନ୍ତ ହେଉଥିବା ରୋଗୀ କେଉଁ ସମୟରେ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ଡାକ୍ତର ଜ୍ୟୋତି ପଟ୍ଟନାୟକ
ଭୁବନେଶ୍ବର : ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଦେଶ ତଥା ରାଜ୍ୟ ସବୁଠି ଏବେ କରୋନା କାୟା ମେଲାଇ ଚାଲିଛି। କରୋନାର ପ୍ରକୋପ ଦେଖି ଟିକାକରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି  ହେଲେ ଏହାରି ମଧ୍ୟରେ କରୋନା ସଂକ୍ରମଣରେ କିନ୍ତୁ ରୋକ୍‌ ଲାଗୁନି। ଯଦିଓ ବର୍ତ୍ତମାନ ସଂକ୍ରମିତ ହେଉଥିବା ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକ ପଡୁନି। କିନ୍ତୁ କେତେକାଶଂରେ ରୋଗୀ ଅଜଣାତରେ ଗୁରୁତର ହୋଇଯାଉଛନ୍ତି। ଏପରି ସ୍ଥିତିରେ ପୂର୍ବରୁ ଛାତି ରୋଗ କିମ୍ବା ଅନ୍ୟାନ୍ୟ ରୋଗ ଥିବା ଲୋକମାନେ କରୋନା ଆକ୍ରାନ୍ତ ହେଲେ ଭୟଭୀତ ହୋଇଯାଆନ୍ତି। ଏପରି ସ୍ଥିତିରେ କରୋନା ହେଲେ ରୋଗୀ କେଉଁ ସମୟରେ ମେଡିକାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି ଏବଂ ପୂର୍ବରୁ ଏକାଧିକ ରୋଗରେ ପିଡିତ ଥିବା ରୋଗୀ କଣ କରିବେ ସେନେଇ ସୂଚନା ଦେଇଛନ୍ତି ବରିଷ୍ଠ ଡାକ୍ତର ଜ୍ୟୋତି ପଟ୍ଟନାୟକ। ଗୁରୁବାର ରାଜ୍ୟ ସରକାରଙ୍କ କୋଭିଡ୍ ସଚେତନତା ସମ୍ପର୍କୀତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଏସସିବି ମେଡିକାଲର ବରିଷ୍ଠ ଛାତିରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପଟ୍ଟନାୟକ।

କରୋନା ନେଇ ଛାତିରୋଗ ବିଶେଷଜ୍ଞ ଡାକ୍ତର ଜ୍ୟୋତି ପଟ୍ଟନାୟକ ପରାମର୍ଶ ଦେଇ କହିଛନ୍ତି,ଏବେ ବି ରାଜ୍ୟରେ ଦ୍ବିତୀୟ ଲହରର ପ୍ରଭାବ ରହିଛି।ରାଜ୍ୟରେ ଏବେ ବି ଅନେକ ଲୋକ ଡେଲଟାରେ ଆକ୍ରାନ୍ତ ହେଉଛନ୍ତି ।ତୃତୀୟ ଲହରରେ ତଣ୍ଟି କାଟିବା ସହ ଛିଙ୍କ ହେଉଛି, ସାମାନ୍ୟ ଲକ୍ଷଣ ଥିଲେ ଘରେ ରହି ଚିକିତ୍ସିତ ହୁଅନ୍ତୁ । ଓମିକ୍ରନର ଲକ୍ଷଣରେ ମଧ୍ୟ ପରିବର୍ତ୍ତନ ଆସିପାରେ। କିନ୍ତୁ ବର୍ତ୍ତମାନ ଆସିନାହିଁ। ଭୟଭୀତ ହୁଅନ୍ତୁ ନାହିଁ। ଭୟକରି ତରବରିଆ ଭାବେ ମେଡିକାଲ ଆସିବା ଆବଶ୍ୟକ ନାହିଁ। ଅକ୍ସିଜେନ ସ୍ତର ୯୩ ପ୍ରତିଶତ ତଳକୁ ଖସିଲେ ଆମେ ହସ୍ପିଟାଲରେ ଆଡମିଶନ କରୁଛୁ । ଓମ୍ରିକନ ତଣ୍ଟିରେ ରହୁଛି, ଛାତିକୁ ଯାଉନି । ତେଣୁ ରୋଗୀ ଗୁରୁତର ହେଉନି । ଲକ୍ଷଣ ଥିଲେ ବି ଯଦି ଅକ୍ସିଜେନ ସ୍ତର ଠିକ ଅଛି, ଘରେ ରହି ଚିକିତ୍ସା ଚାଲିପାରିବ । କୌଣସି ଟିକା ଏମିତି ନାହିଁ, ଯାହା ଶତପ୍ରତିଶତ ସୁରକ୍ଷା ଦେବ । ଯାହାର ବହୁବିଧ ରୋଗ ଥିବ, ସେମାନଙ୍କ ଇମ୍ୟୁନିଟି ବହୁତ କମ ଥାଏ । ସେହି ଲୋକମାନଙ୍କ କ୍ଷେତ୍ରରେ ଟିକା ନେଲେ ବି ସଂକ୍ରମଣ ସମ୍ଭାବନା ବେଶି ରହିବ । ତେଣୁ ଟିକା ନେଲା ପରେ ବି ମାସ୍କ, ସାନିଟାଇଜେସନ ନିହାତି ମାନିବା ଉଚିତ ।