ICC Awards 2021 - The Sakala

୨୦୨୧ର ଶ୍ରେଷ୍ଠ ପୁରୁଷ ଟେଷ୍ଟ ଟିମ୍‌ ଘୋଷଣା କଲା ଆଇସିସି : ସ୍ଥାନ ପାଇଲେ ଏହି ୩ ଭାରତୀୟ ଖେଳାଳି
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୧ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ ଟିମ୍‌ ଘୋଷଣା କରିଛି। ଯେଉଁଥିରେ ୩ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି। କେନ ୱିଲିୟମସନଙ୍କୁ ଆଇସିସି ଟେଷ୍ଟ ଟିମ ୨୦୨୧ର ଅଧିନାୟକ ଭାବେ ଚୟନ କରାଯାଇଛି। ଏହି ଟିମ୍‌ରେ ୩ ଭାରତୀୟ ଖେଳାଳି ରୋହିତ ଶର୍ମା, ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ମିଳିଛି। ଏହି ଦଳରେ ସର୍ବାଧିକ ତିନି ଖେଳାଳି ଭାରତ ଏବଂ ପାକିସ୍ଥାନର ଖେଳାଳି ସ୍ଥାନ ପାଇଛନ୍ତି।

କେନ ୱିଲିୟମସନ ନେତୃତ୍ବରେ ଗତବର୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ବିଜେତା ହୋଇଥିଲା ନ୍ୟୁଜିଲାଣ୍ଡ। ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ କେନ ୱିଲିୟମସନ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ବିଜୟ ସହ ବିଶ୍ବ ଟେଷ୍ଟ ଚାମ୍ପିଅନ ହୋଇଥିଲା। ଏଥି ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୧ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟର ଅଧିନାୟକ ପଦ କେନ ୱିଲିୟମସନଙ୍କୁ ଦିଆଯାଇଛି। ଏଥି ସହିତ ଆଇସିସି ଟେଷ୍ଟ ଟିମ ୨୦୨୧ରେ ୩ ଭାରତୀୟଙ୍କ ବ୍ୟତୀତ ୩ଜଣ ପାକିସ୍ତାନୀ ଖେଳାଳି, ଜଣେ ଅଷ୍ଟ୍ରେଲୀୟ, ଜଣେ ଶ୍ରୀଲଙ୍କା ଓ ଜଣେ ଇଂଲଣ୍ଡ ଖେଳାଳି ସ୍ଥାନ ପାଇଛନ୍ତି ।

Here's your 2021 ICC Men's Test Team of the Year 📝

Are your favourite players a part of the XI? 🤔 pic.twitter.com/GrfiaNDkpx

— ICC (@ICC) January 20, 2022

ଅନ୍ୟପଟେ ଆଇସିସି ଟେଷ୍ଟ ଟିମ ୨୦୨୧ରେ ସ୍ଥାନ ପାଇଥିାବ ୩ ଭାରତୀୟ ଖେଳାଳି ଗତବର୍ଷ ମଧ୍ୟ ଭଲ ପଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ଓପନର ରୋହିତ ଶର୍ମା ଗତ କ୍ୟାଲେଣ୍ଡର ବର୍ଷରେ ୧୧ଟି ଟେଷ୍ଟ ମ୍ୟାଚ ଖେଳି ୪୭.୬୮ ଆଭରେଜରେ ଦୁଇଟି ଶତକ ସହାୟତାରେ ୯୦୬ ରନ୍‌ ସଂଗ୍ରହ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଆହ୍ବାନପୂର୍ଣ୍ଣ ପରିବେଶରେ ରୋହିତଙ୍କ ଦୁଇଟିଯାକ ଶତକୀୟ ଇଂନିସ ରହିଛି । ଗୋଟିଏ ଚେନ୍ନାଇରେ ଓ ଅନ୍ୟଟି ପ୍ରତିକୂଳ ପାଗରେ ଓଭାଲରେ ଶତକ ହାସଲ କରିଥିଲେ । ସେହିପରି ଗତ କ୍ୟାଲେଣ୍ଡର ବର୍ଷରେ ଋଷଭ ପନ୍ତଙ୍କ ପଦର୍ଶନ ମଧ୍ୟ ଉନ୍ନତ ରହିଛି। ଟେଷ୍ଟ କ୍ରିକେଟରେ ଗତବର୍ଷ ୧୨ଟି ମ୍ୟାଚ୍‌ରୁ ୩୯.୩୬ ଆଭରେଜରେ ୭୪୮ ରନ୍‌ ସଂଗ୍ରହ କରିଛନ୍ତି ଋଷଭ ପନ୍ତ। ଏଥିସହ ୱିକେଟ କିପିଂରେ ମଧ୍ୟ ବେଶ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଗତ କ୍ୟାଲେଣ୍ଡର ବର୍ଷରେ ୧୨ଟି ମ୍ୟାଚ୍‌ରୁ ୨୩ ଇଂନିସରେ ପନ୍ତ ୩୯ ଟି ଷ୍ଟମ୍ପିଂ କରିଛନ୍ତି। ଅନ୍ୟପେଟ ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଗତ କ୍ୟାଲେଣ୍ଡର ବର୍ଷରେ ୯ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୨୫.୩୫ ଆଭରେଜରେ ୩୫୫ ରନ୍‌ ସଂଗ୍ରହ କରିବା ସହ ୯ଟି ମ୍ୟାଚ୍‌ରୁ ୫୪ ୱିକେଟ ଅକ୍ତିଆର କରିଛନ୍ତି।

ଆଇସିସି ପୁରୁଷ ଟେଷ୍ଟ ଟିମ ୨୦୨୧: ଦିମୁଖ କରୁଣାରତ୍ନେ(ଶ୍ରୀଲଙ୍କା), ରୋହିତ ଶର୍ମା(ଭାରତ), କେନ୍‌ ୱିଲିୟମସନ(କ୍ୟାପଟେନ, ନ୍ୟୁଜିଲାଣ୍ଡ), ମାର୍ନସ ଲାବୁସେନ(ଅଷ୍ଟ୍ରେଲିଆ), ଜୋ ରୁଟ୍‌(ଇଂଲଣ୍ଡ), ଫୱାଦ ଆଲାମ(ପାକିସ୍ତାନ), ଋଷଭ ପନ୍ତ(ଭାରତ), ରବିଚନ୍ଦ୍ରନ ଅଶ୍ବିନ(ଭାରତ), କେଏଲ ଜେମିସଏସନ(ନ୍ୟୁଜିଲାଣ୍ଡ), ସାହିନ ଶାହ ଆଫ୍ରିଦୀ(ପାକିସ୍ତାନ), ଓ ହସନ ଅଲୀ(ପାକିସ୍ତାନ) ।