Guidelines for celebrating Republic Day - The Sakala

ସାଧାରଣତନ୍ତ୍ର ଦିବସ ପାଇଁ ନୂଆ ଗାଇଡଲାଇନ: ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ, ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ବାରଣ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ। ଏହି କାର୍ଯ୍ଯକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକାର ଦୁଇଟି ଯାକ ଡୋଜ୍‌ ବାଧ୍ୟତାମୂଳକ କରାଯାଇଛି। ୧୫ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଉତ୍ସବସ୍ଥଳୀକୁ ଆସିବା ଲାଗି ଅନୁମତି ଦିଆଯିବ ନାହିଁ  ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ଜାନୁଆରୀ ୨୬ ତାରିଖ ଦିନ ଜନପଥରେ ହେବାକୁ ଥିବା ଏହି କାର୍ଯ୍ଯକ୍ରମରେ ଲୋକେ ମାସ୍କ୍‌ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ସହ କୋଭିଡ ଗାଇଡଲାଇନକୁ ପାଳନ କରିବାକୁ କୁହାଯାଇଛି।

ସକାଳ ୭ଟାରୁ ଦର୍ଶକମାନଙ୍କ ପାଇଁ ସିଟିଙ୍ଗ୍‌ ବ୍ଲକ୍‌ ଖୋଲିଯିବ। ପାର୍କିଙ୍ଗ୍‌ ବ୍ୟବସ୍ଥା ସୀମିତ ଥିବାରୁ ଦର୍ଶକମାନଙ୍କୁ କାର୍‌ପୁଲ୍‌ ଅଥବା ଟ୍ୟାକ୍ସି ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ପାର୍କିଙ୍ଗ୍‌ ଅଞ୍ଚଳରେ ‘ରିମୋଟ୍‌-କଣ୍ଟ୍ରୋଲ୍‌ଡ୍‌ କାର୍‌ ଲକ୍‌ କି’ ଡିପୋଜିଟ୍‌ କରିବା ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ସାଥିରେ ବୈଧ୍ୟ ପରିଚୟ ପତ୍ର ଧରି ଆସିବା ସହ ସୁରକ୍ଷା ଯାଞ୍ଚ ବେଳେ ସହଯୋଗ କରିବାକୁ ପୁଲିସ ଅନୁରୋଧ କରିଛି।

ଜାତୀୟ ରାଜଧାନୀରେ ସୁରକ୍ଷା ଡିୟୁଟିରେ ୨୭,୦୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ଏବଂ ସାଧାରଣତନ୍ତ୍ର ଦିବସ ଦୃଷ୍ଟିରୁ ଆତଙ୍କବାଦୀ ନିରୋଧୀ ପଦକ୍ଷେପ ତୀବ୍ରତର କରାଯାଇଛି। ସୁରକ୍ଷାକର୍ମୀମାନେ ବିଭିନ୍ନ ହୋଟେଲ, ଲଜ ଓ ଧର୍ମଶାଳାରେ ମଧ୍ୟ ଯାଞ୍ଚ କରୁଛନ୍ତି। ଡ୍ରୋନ ଜନିତ ଅଘଟଣକୁ ରୋକିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ମାର୍ଗଦର୍ଶିକା: ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏବଂ ଏହି ସମୟ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପଡ଼ୁଥିବାରୁ ନିର୍ବାଚନ ଅବଧି ମଧ୍ୟରେ ସାଧାରଣତନ୍ତ୍ର କିପରି ଭାବେ ପାଳନ କରାଯିବ ସେନେଇ ଏକ ମାର୍ଗଦର୍ଶିକା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଅତିଥିଭାବେ ଯୋଗ ଦେଉଥିବା ବେଳେ ତାଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରହିବ। କୌଣସି ପ୍ରକାର ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ। କ୍ୟାବିନେଟ୍‍ ତଥା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ଭାବେ ଯୋଗଦେଇ ପାରିବେ ନାହିଁ। ସରକାର କିମ୍ବା ବିଭିନ୍ନ ବିଭାଗ ଦ୍ୱାରା ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। ଏହାସହିତ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ରାଜନୈତିକ କର୍ମକର୍ତ୍ତା କୌଣସି ପ୍ରକାର ସରକାରୀ ସଫଳତା ସଂକ୍ରାନ୍ତ ଭାଷଣ ଦେଇପାରିବେ ନାହିଁ। ତେବେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ପାଳନ ଯଥାରୀତି ଅନୁଷ୍ଠିତ ହୋଇପାରିବ। ଏ ସମ୍ପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍‍, ରାଷ୍ଟ୍ରପାହ୍ୟାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆର୍‍ଡିସି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।