Aishwarya Dhanush - The Sakala

୧୮ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ; ଅଲଗା ହେଲେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ
ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ଉଭୟ ପରସ୍ପରଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ ମଧ୍ୟରେ ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଧନୁଷ ଟ୍ୱିଟ କରି ସୂଚନା ଦେଇଛନ୍ତି । ଧନୁଷ-ଐଶ୍ବର୍ଯ୍ୟାଙ୍କର ଯାତ୍ରା ଏବଂ ଲିଙ୍ଗା ନାମରେ ଦୁଇ ପୁଅ ଅଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସାଉଥ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ସୃଷ୍ଟି ହୋଇଛି । ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା, କିନ୍ତୁ ଏହି ଦମ୍ପତି ପ୍ରତ୍ୟେକ ଥର ଏଭଳି ଗୁଜବକୁ ଖଣ୍ଡନ କରିଥିଲେ | ତେବେ ଏଥର ସେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କଠାରୁ ଅଲଗା ହେଉଥିବା କଥା ଧନୂଷ ନିଜେ ସ୍ପଷ୍ଟ କରିଛନ୍ତି ।

ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ । ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ‌ଏହା ସହ ଐଶ୍ଵର୍ଯ୍ୟାଙ୍କ ଭଲ ଭବିଷ୍ୟତ ପାଇଁ ମଧ୍ୟ ଶୁଭ କାମନା କରୁଛି । ସେ ଭଲରେ ରୁହନ୍ତୁ ଏବଂ ଆଗକୁ ବଢନ୍ତୁ । ମୁଁ ଆଶା କରୁଛି ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସମ୍ମାନ କରିବେ ବୋଲି କହିଛନ୍ତି ଧନୁଷ ।

ସେହିଭଳି ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ । ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ଧନୁଷଙ୍କ ପୂର୍ବରୁ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଓ ସମନ୍ଥା ଉଭୟ ମଧ୍ୟ ପରସ୍ପରଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ ।