Dara Singh Chouhan - The Sakala

ଯୁପି ବିଜେପିକୁ ଝଟକା : ଅଖିଳେଶଙ୍କ ସାଇକେଲ୍‌ ଚଢିଲେ ପଦ୍ମ ଛାଡିଥିବା କ୍ୟାବିନେଟ୍‌ ମନ୍ତ୍ରୀ ଦାରା ସିଂ ଚୌହାନ
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କ ହାତ ଛାଡିଥିବା କ୍ୟାବିନେଟ ମନ୍ତ୍ରୀ ଦାରା ସିଂ ଚୌହାନ ଆଜି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନ ରବିବାର ଦିନ ସମାଜବାଦୀ ପାର୍ଟିରେ ଏହାର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧର୍ମ ସିଂ ସାଇନିଙ୍କ ପରେ ଦାରା ସିଂ ଚୌହାନ ହେଉଛନ୍ତି ତୃତୀୟ ମନ୍ତ୍ରୀ ଅଟନ୍ତି; ଯିଏକି ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଛାଡି ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି (ସପା)ରେ ଯୋଗ ଦେଇଛନ୍ତି।

ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟିରେ ଯୋଗ ଦେବା ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ଦାରା ସିଂ ଚୌହାନ କହିଛନ୍ତି ଯେ ଅଖିଳେଶଙ୍କୁ ଅଟକାଇବା ପାଇଁ ବିଜେପି ପ୍ଲାନ କରୁଛି। ଯେପରି ମହାଭାରତରେ ଅଭିମନ୍ୟୁଙ୍କୁ ଅଟକାଇବା ପାଇଁ ବଡ ବଡ ରଥୀମହାରଥି ଲାଗିପଡିଥିଲେ। ସେହିପରି ଚଳିତ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କୁ ଅଟକାଇବା ପାଇଁ ବିଜେପି ଉଦ୍ୟମ କରୁଛି, କିନ୍ତୁ ବିଜେପି ତାର ଉଦ୍ୟମରେ କେବେ ସଫଳ ହେବ ନାହିଁ। କାରଣ ଅଖିଳେଶ  ସେ ସବୁକୁ ଅତିକ୍ରମ କରିସାରିଛନ୍ତି। ଏଥର ନିର୍ବାଚନରେ ବିଜେପିର ସବୁ ପ୍ଲାନ ଫେଲ ମାରିବ ଆଉ ସମାଜବାଦୀ ପାର୍ଟିର ବିଜୟ ହେବ।

ବିଜେପିକୁ ଟାର୍ଗେଟ କରି ଦାରା ସିଂ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ପଛୁଆବର୍ଗଙ୍କ ଅଧିକାରକୁ ହତ୍ୟା କରୁଛି। ସଂରକ୍ଷଣଗୁଡିକ ରଦ୍ଦ କରାଯାଉଛି । ପଛୁଆ ସମାଜର ପିଲାମାନଙ୍କୁ ସେମାନଙ୍କ ସଂରକ୍ଷଣ ସମାପ୍ତ କରି ଶିକ୍ଷାରୁ ବଞ୍ଚିତ କରିବା ପାଇଁ ଏକ ଷଡଯନ୍ତ୍ର ରଚିଛି ବିଜେପି। ଦାରା ସିଂ କହିଛନ୍ତି ଯେ ସେ ଘରକୁ ଫେରିଛନ୍ତି। ସମାଜବାଦୀ ପାର୍ଟି ହେଉଛି ତାଙ୍କର ପୁରୁଣା ଘର । ସମସ୍ତ ଦଳିତ ଏବଂ ପଛୁଆ ସମାଜର ଲୋକମାନେ ବର୍ତ୍ତମାନ ଏକତ୍ରିତ ହୋଇଛନ୍ତି। ଏହି ସୁନାମି ଆରମ୍ଭ ହୋଇଛି ଯାହା ବିଜେପିକୁ ୟୁପିରେ ବୁଡାଇବ। ଏଥର ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ସରକାର ଗଠନ କରିବ।

୨୦୧୭ରେ ବିଜେପି ସରକାର ‘ସବକା ସାଥ, ସବକା ବିକାଶ’ର ସ୍ଲୋଗାନ ଦେଇ ସମସ୍ତଙ୍କ ଠାରୁ ସମର୍ଥନ ନେଇଥିଲା। କିନ୍ତୁ ଦଳ କେବଳ ମାତ୍ର ଅଳ୍ପ କିଛି ଲୋକଙ୍କ ବିକାଶ ପାଇଁ କାମ କରିଥିଲା ବୋଲି ଚୌହାନ ଏସପିରେ ଯୋଗଦେବା ପରେ କହିଛନ୍ତି। ଲକ୍ଷ୍ନୌର ମଧୁବନ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଆହୁରି ଦାବି କରିଛନ୍ତି ଯେ କେବଳ ପଛୁଆ ବର୍ଗ ଏବଂ ଦଳିତମାନେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ନୁହଁନ୍ତି, ବ୍ରାହ୍ମଣମାନେ ମଧ୍ୟ ଏଠାରେ ବିଜେପି ସରକାରରେ ସନ୍ତୁଷ୍ଟ ନୁହଁନ୍ତି। ଅନ୍ୟପକ୍ଷରେ ଏସପି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ମୁଁ ଦାରା ସିଂ ଚୌହାନ ଏବଂ ତାଙ୍କ ସମର୍ଥକମାନଙ୍କୁ ସ୍ୱାଗତ କରୁଛି ଯେଉଁମାନେ ବହୁ ସଂଖ୍ୟାରେ ଆସିଛନ୍ତି। ସେ କହିଛନ୍ତି ଯେ ବିଜେପି ଶାସନ ଅଧୀନରେ ଦଲିତ ଏବଂ ପଛୁଆ ଲୋକମାନେ ରୋଜଗାର ପାଇନାହାଁନ୍ତି। ରାଜ୍ୟର ଯୁବକ ଓ କୃଷକମାନେ ଏକଦା ବିଜେପିକୁ ସମର୍ଥନ କରିଥିଲେ, କିନ୍ତୁ ବିଜେପି ପ୍ରତାରଣା କରିଛି। ଏଥିପାଇଁ ବିଜେପି ଏହାର ମୂଲ୍ୟ ଦେବାକୁ ପଡିବ। ବର୍ତ୍ତମାନ ପ୍ରତ୍ୟେକ ସମାଜର ଲୋକମାନେ ଏସପିଙ୍କ ସହ ଅଛନ୍ତି ବୋଲି ଅଖିଳେଶ ଯାଦବ କହିଛନ୍ତି।