venezuela - The Sakala

ରୁଷିଆ ପରେ ଏବେ ଭେନେଜୁଏଲାରୁ ଅଶୋଧିତ ତୈଳ ଆମଦାନୀ କରୁଛି ଭାରତ: ଚଳିତ ମାସରେ ଆସିବ ପ୍ରଥମ ସିପମେଣ୍ଟ
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ନିଜର ଅଶୋଧିତ ତୈଳ ଆମଦାନୀ ରଣନୀତିରେ ଏକ ବଡ଼ ପରିବର୍ତ୍ତନ କରୁଛି। ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ରୁଷିଆ ଉପରେ ନିର୍ଭରଶୀଳତା କମାଇବା ଉଦ୍ଦେଶ୍ୟରେ ଭାରତ ଏବେ ଭେନେଜୁଏଲାରୁ ତୈଳ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ମାସରେ ହିଁ ଭେନେଜୁଏଲାରୁ ପ୍ରଥମ ତୈଳ ଜାହାଜ ଭାରତରେ ପହଞ୍ଚିବାକୁ ଯାଉଛି।

ଆମେରିକା ସହ ଚୁକ୍ତି ଓ ବାଣିଜ୍ୟିକ ସୁବିଧା

ଚଳିତ ବର୍ଷ ଆରମ୍ଭରେ ଆମେରିକା ଭେନେଜୁଏଲାର ତୈଳ ଶିଳ୍ପ ଉପରେ ନିୟନ୍ତ୍ରଣ ହାସଲ କରିବା ପରେ ଏହି ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକା ଏବଂ ଭାରତ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାରକୁ ୫୦ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଦେଇଛି। ଏହା ବଦଳରେ ଭାରତକୁ ରୁଷିଆ ପରିବର୍ତ୍ତେ ଆମେରିକା ଏବଂ ଭେନେଜୁଏଲାରୁ ଅଶୋଧିତ ତୈଳ କିଣିବାକୁ ସର୍ତ୍ତ ରଖାଯାଇଛି। ବିଶେଷ କରି ରୁଷିଆର ରୋସନେଫ୍ଟ (Rosneft) ଏବଂ ଲୁକୋଏଲ୍ (Lukoil) ଭଳି ବୃହତ୍ତ କମ୍ପାନୀ ଉପରେ ଆମେରିକାର କଟକଣା ପରେ ଭାରତୀୟ କମ୍ପାନୀଗୁଡ଼ିକ ଏହି ନୂଆ ବିକଳ୍ପକୁ ବାଛିଛନ୍ତି।

ରିଲାଏନ୍ସର ପ୍ରଥମ ପଦକ୍ଷେପ

ଦେଶର ପ୍ରମୁଖ ତୈଳ ବିଶୋଧନାଗାର କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries) ସିଧାସଳଖ ଭେନେଜୁଏଲାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ପିଡିଭିଏସଏ (PDVSA) ରୁ କ୍ରୁଡ୍ ଅଏଲ୍ କିଣିବା ଆରମ୍ଭ କରିଛି। ନୂତନ ତଥ୍ୟ ଅନୁଯାୟୀ, ରିଲାଏନ୍ସ ପ୍ରାୟ ୨ ନିୟୁତ ବ୍ୟାରେଲ୍ (2 Million Barrels) ଭେନେଜୁଏଲାନ୍ ହେଭି କ୍ରୁଡ୍ ଅଏଲ୍ ଲୋଡ୍ କରିସାରିଛି। ହେଲିଓସ୍ (Helios) ନାମକ ଏକ ବିଶାଳ ସୁପରଟ୍ୟାଙ୍କର୍ ମାଧ୍ୟମରେ ଏହି ତୈଳ ଆସୁଥିବା ବେଳେ ଏହା ଗୁଜରାଟର ସିକ୍କା ବନ୍ଦରରେ ପହଞ୍ଚିବ। ଏଥିସହ ଭାରତର ରାଷ୍ଟ୍ରାୟତ୍ତ କମ୍ପାନୀ ଏମଆରପିଏଲ୍ (MRPL) ମଧ୍ୟ ଭେନେଜୁଏଲାରୁ ତୈଳ କିଣିବା ନେଇ ବର୍ତ୍ତମାନ ବିଚାର କରୁଛି।

ତୈଳ ଆମଦାନୀରେ ବୃଦ୍ଧି

ଗତ କିଛି ମାସ ମଧ୍ୟରେ ଭାରତକୁ ଭେନେଜୁଏଲାର ତୈଳ ରପ୍ତାନି ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ଜାହାଜ ଟ୍ରାକିଂ ରିପୋର୍ଟ ଅନୁଯାୟୀ, ଫେବୃଆରୀ ମାସରେ ଭାରତକୁ ଭେନେଜୁଏଲାରୁ ଦୈନିକ ମାତ୍ର ୩୫,୦୦୦ ବ୍ୟାରେଲ୍ ତୈଳ ଆସୁଥିବା ବେଳେ ମାର୍ଚ୍ଚ ମାସରେ ଏହା ଦୈନିକ ୩,୪୨,୦୦୦ ବ୍ୟାରେଲ୍ (342,000 bpd) କୁ ବୃଦ୍ଧି ପାଇଛି। ଯୁଦ୍ଧ ପରିସ୍ଥିତିରେ ରୁଷିଆ ଉପରେ ଚାପ ବଢ଼ୁଥିବା ବେଳେ ଭେନେଜୁଏଲା ସହ ଏହି ନୂତନ ଚୁକ୍ତି ବିଶ୍ୱ ତୈଳ ବଜାରରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ନିଜକୁ ଭେନେଜୁଏଲାର 'କାର୍ଯ୍ୟକାରୀ ରାଷ୍ଟ୍ରପତି' ବୋଲି ଦାବି କଲେ ଡୋନାଲ୍ଡ ଟ୍ରମ୍ପ; ସୋସିଆଲ ମିଡିଆରେ ପୋଷ୍ଟ କଲେ ଫଟୋ
ନୂଆଦିଲ୍ଲୀ: ନିଜକୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି କହିଲେ ଟ୍ରମ୍ପ । ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ Truth Social ରେ ଏକ ଏଡିଟ୍ ହୋଇଥିବା ଫଟୋ ସେୟାର କରି ଟ୍ରମ୍ପ ନିଜକୁ ଭେନେଜୁଏଲାର "କାର୍ଯ୍ୟକାରୀ ରାଷ୍ଟ୍ରପତି" (Acting President) ବୋଲି ଘୋଷଣା କରିଛନ୍ତି। ନିକଟରେ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ନିକୋଲାସ୍ ମାଦୁରୋଙ୍କ ଗିରଫଦାରୀ ଏବଂ କ୍ଷମତାଚ୍ୟୁତ ହେବା ପୃଷ୍ଠଭୂମିରେ ଏହି ଘଟଣା ସାମ୍ନାକୁ ଆସିଛି।

ମାଦୁରୋଙ୍କ ବିଦାୟ ପରେ ଭେନେଜୁଏଲାର ନୂତନ ନେତୃତ୍ୱ ସହ ଆମେରିକାର ସମ୍ପର୍କ ଭଲ ରହିଛି ବୋଲି ଟ୍ରମ୍ପ କହିଛନ୍ତି। ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଖୁଲାସା କରିଛନ୍ତି ଯେ, ଭେନେଜୁଏଲା ପକ୍ଷରୁ ଆମେରିକାକୁ ଏକ ବଡ଼ ଧରଣର ତୈଳ ପଠାଯାଉଛି। ଟ୍ରମ୍ପ କହିଛନ୍ତି, "ସେମାନେ ଆମକୁ ୫୦ ନିୟୁତ ବ୍ୟାରେଲ ତୈଳ ନେବାକୁ ଅନୁରୋଧ କରିଥିଲେ ଏବଂ ଆମେ ରାଜି ହୋଇଛୁ।" ଏହି ତୈଳର ମୂଲ୍ୟ ପ୍ରାୟ $୪.୨ ବିଲିୟନ ହେବ ଏବଂ ଏହା ବର୍ତ୍ତମାନ ଆମେରିକା ଅଭିମୁଖେ ଆସୁଛି ବୋଲି ସେ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ଭେନେଜୁଏଲାରୁ ଆଉ କୌଣସି ତୈଳ କିମ୍ବା ଅର୍ଥ କ୍ୟୁବାକୁ ଯିବ ନାହିଁ। ଦୁଇ ଦେଶ ମଧ୍ୟରେ ଦୂରତା ବଜାୟ ରଖିବା ପାଇଁ ଆମେରିକା ସେନା ନିୟୋଜିତ ହେବେ। ଟ୍ରମ୍ପ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, "ଭେନେଜୁଏଲାକୁ ବର୍ଷ ବର୍ଷ ଧରି ବନ୍ଧକ ରଖିଥିବା ଅପରାଧୀମାନଙ୍କଠାରୁ ଆଉ ସୁରକ୍ଷା ଲୋଡ଼ା ନାହିଁ। ବର୍ତ୍ତମାନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ତଥା ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଅଛି।"

ଭେନେଜୁଏଲା ପରେ ଗ୍ରୀନଲାଣ୍ଡ ଉପରେ ଆମେରିକାର ଆଖି ! ଗ୍ରୀନଲ୍ୟାଣ୍ଡକୁ ‘ଷ୍ଟ୍ରାଟେଜିକ୍ ଗେଟୱେ’ ଭାବେ ବ୍ୟବହାର କରିବାକୁ ଯୋଜନା
ୱାସିଂଟନ: ଭେନେଜୁଏଲା ପରେ ଗ୍ରୀନଲାଣ୍ଡ ଉପରେ ଆମେରିକାର ଆଖି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପୁଣିଥରେ ଗ୍ରୀନ୍‌‌ଲାଣ୍ଡକୁ ଅକ୍ତିଆର କରିବା ନେଇ କଥା ଉଠାଇଛନ୍ତି। ଗ୍ରୀନଲାଣ୍ଡ ଆମେରିକାର ସୁରକ୍ଷା ପାଇଁ ବେଶ୍‌‌ ମହତ୍ତ୍ୱପୂର୍ଣ୍ଣ ଓ ଏହି ଭୂଖଣ୍ଡକୁ ଅକ୍ତିଆର କରିବା ନିହାତି ଜରୁରୀ ବୋଲି ହ୍ୱାଇଟ୍‌‌ ହାଉସ୍‌‌ ମୁଖପାତ୍ର କାରୋଲିନ ଲେଭିଟ୍‌‌ କହିଛନ୍ତି। ଗ୍ରୀନଲାଣ୍ଡକୁ ଅକ୍ତିଆର କରିବା ନେଇ ବିଭିନ୍ନ ଉପାୟ ସନ୍ଧାନ କରାଯାଉଛି। ଆର୍କିଟିକ କ୍ଷେତ୍ରରେ ରୁଷ ଓ ଚୀନ୍‌‌ ସୈନ୍ୟଙ୍କ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହାକୁ ରୋକିବାର ଆବଶ୍ୟକତା ଉପୁଜିଛି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ମଧ୍ୟ ଏକାଧିକ ବାର ଗ୍ରୀନଲାଣ୍ଡକୁ ଅକ୍ତିଆର କରିବା କଥା ଖୋଲାଖୋଲି କହିସାରିଛନ୍ତି। ଟ୍ରମ୍ପ ସୋମବାର କହିଥିଲେ ଯେ, ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗ୍ରୀନଲାଣ୍ଡ ବହୁତ ଜରୁରୀ। ଗ୍ରୀନ୍‌‌ଲାଣ୍ଡରେ ରୁଷି ଓ ଚୀନ୍‌‌ ସୈନିକଙ୍କ ଉପସ୍ଥିତି ଚିନ୍ତା ସୃଷ୍ଟି କରିଛି। ଆଗାମୀ ୨୦ ଦିନ ମଧ୍ୟରେ ସେ ଗ୍ରୀନ୍‌‌ଲାଣ୍ଡ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି। ଉଲ୍ଲେଖଥାଉ କି, ଗ୍ରୀନ୍‌‌ଲାଣ୍ଡ ହେଉଛି ସ୍କାଣ୍ଡିନାଭିଆନ ଦେଶ ଡେନ୍‌‌ମାର୍କରେ ଏକ ସ୍ୱୟଂ ଶାସିତ ଅଞ୍ଚଳ ଓ ଏହା ମଧ୍ୟ ସାମାରିକ ମେଣ୍ଟର ନାଟୋର ଏକ ଅଂଶ ବିଶେଷ। ଗ୍ରୀନଲାଣ୍ଡରେ ଡେନମାର୍କର ୨୦୦ ସୈନ ମୁତୟନ ଅଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ ଅକ୍ତିଆର କରିବାର ଇଛା ପଛରେ ରହିଛି ଏକ ବଡ଼ ସାମରିକ ଅଭିଯାନ । ୟୁରୋପୀୟ ଦେଶଗୁଡ଼ିକ ଏହାକୁ ବିରୋଧ କରୁଥିବା ବେଳେ ଟ୍ରମ୍ପ ପ୍ରଶାସନ ଏହି ଦ୍ୱୀପକୁ ଆମେରିକାର ପ୍ରତିରକ୍ଷା କବଚ ଭାବେ ଗଢ଼ିବାକୁ ଯୋଜନା କରୁଛି । ଟ୍ରମ୍ପ ଗ୍ରୀନଲ୍ୟାଣ୍ଡରେ ଆମେରିକାର ସାମରିକ ଉପସ୍ଥିତିକୁ ବହୁଗୁଣିତ କରିବାକୁ ଚାହୁଁଛନ୍ତି । ଏଠାରେ ନୂତନ ଏୟାରବେସ୍ ଏବଂ ନୌସେନା ବନ୍ଦର ନିର୍ମାଣ କରି ଆର୍କଟିକ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବା ଟ୍ରମ୍ପଙ୍କ ମୁଖ୍ୟ ଲକ୍ଷ୍ୟ । ଆର୍କଟିକ ଅଞ୍ଚଳରେ ରୁଷର ବଢ଼ୁଥିବା ସାମରିକ ଶକ୍ତି ଏବଂ ଚୀନ୍ ର “ପୋଲାର ସିଲ୍କ ରୋଡ୍ ” ଯୋଜନାକୁ ରୋକିବା ପାଇଁ ଗ୍ରୀନଲ୍ୟାଣ୍ଡକୁ ଏକ ‘ଷ୍ଟ୍ରାଟେଜିକ୍ ଗେଟୱେ’ ଭାବେ ବ୍ୟବହାର କରିବାକୁ ଆମେରିକା ଯୋଜନା କରିଛି ।

ଗ୍ରୀନଲ୍ୟାଣ୍ଡରେ ଥିବା ଆମେରିକାର ‘ଥୁଲେ ଏୟାର ବେସ୍ ‘ (Thule Air Base) ର ଆଧୁନିକୀକରଣ କରି ସେଠାରେ ଶକ୍ତିଶାଳୀ ରାଡାର ଏବଂ ମିସାଇଲ୍ ଇଣ୍ଟରସେପ୍ଟର ଲଗାଇବାକୁ ଟ୍ରମ୍ପ ଚାହୁଁଛନ୍ତି । ଯାହା ଦ୍ୱାରା ଉତ୍ତର ଗୋଲାର୍ଦ୍ଧରୁ ଆସୁଥିବା ଯେକୌଣସି ଆକ୍ରମଣକୁ ରୋକାଯାଇପାରିବ । ବରଫ ତରଳିବା ଯୋଗୁଁ ଆର୍କଟିକରେ ସୃଷ୍ଟି ହେଉଥିବା ନୂଆ ବାଣିଜ୍ୟିକ ଜଳପଥ ଉପରେ ସାମରିକ ନିୟନ୍ତ୍ରଣ ରଖିବାକୁ ଟ୍ରମ୍ପ ଏହି ଦ୍ୱୀପକୁ ନିଜ ଅଧୀନକୁ ଆଣିବାକୁ ଜିଦ୍ ଧରିଛନ୍ତି ।

ଗ୍ରୀନ୍‌‌ଲାଣ୍ଡକୁ ଅକ୍ତିଆର କରିବାକୁ ଆମେରିକା ସାମରିକ ପଦକ୍ଷେପ ନେବ ବୋଲି ଆଲୋଚନା ହେଉଥିବା ବେଳେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କେ ରୁବିଆ ଭିନ୍ନ କଥା କହିଛନ୍ତି। ଆମେରିକା ଗ୍ରୀନ୍‌‌ଲାଣ୍ଡ ଉପରେ ଆକ୍ରମଣ କରିବନାହିଁ। ବରଂ ଆମେରିକା ଏହାକୁ ଡେନମାର୍କଠାରୁ କ୍ରୟ କରିବ। ତେବେ ଏନେଇ ବିଭିନ୍ନ ବିକଳ୍ପର ସନ୍ଧାନ କରାଯାଉଛି। ଆମେରିକା ସରକାର ଚାହୁଁଛନ୍ତି ଗ୍ରୀନ୍‌‌ଲାଣ୍ଡ ତା’ର ଏକ ଅଂଶ ହେଉ ଓ ଭବିଷ୍ୟତରେ ଗ୍ରୀନ୍‌‌ଲାଣ୍ଡ ନେଇ ଆମେରିକା ସହ କାହାର ସଂଘର୍ଷ ନ ହେଉ ବୋଲି ସେ କହିଛନ୍ତି। ଗ୍ରୀନ୍‌‌ଲାଣ୍ଡର ନିଜର ସେନା ନାହିଁ। ଏଠାରେ ଆମେରିକାର ଓ ଡେନମାର୍କର ସୈନ ମୁତୟନ ଅଛନ୍ତି।

ଏମିତି ଏକ ଦେଶ ଯେଉଁଠି ୧୦ ଲକ୍ଷ ଟଙ୍କାରେ ମିଳୁଛି ମାତ୍ର ଅଧ କିଲୋ ଚାଉଳ
ଦକ୍ଷିଣ ଆମେରିକୀୟ ଦେଶ ଭେନିଜୁଏଲାର ଆର୍ଥିକ ସ୍ଥିତି ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ଓ ଆର୍ଥିକ ସଂକଟର ମୁକାବିଲା କରିବା ଲାଗି ଦେଶ ପ୍ରଥମ ଥର ପାଇଁ ୧୦ ଲକ୍ଷ ବୋଲିଭରର ନୂଆ କରେନ୍ସି ନୋଟ୍‌ ଜାରି କରିଛି। ଏଭଳି ବଡ ମୂଲ୍ୟର ନୋଟ୍ ଜାରି କରିବାରେ ଭେନିଜୁଏଲା ହୋଇଛି ବିଶ୍ୱର ପ୍ରଥମ ରାଷ୍ଟ୍ର। ଏପର୍ଯ୍ୟନ୍ତ କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଏତେ ବଡ ମୂଲ୍ୟବର୍ଗର କରେନ୍ସି ଜାରି ନୋଟ୍‌ ଜାରି କରିନାହାନ୍ତି।

ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଗାମୀ ସପ୍ତାହରେ ଦେଶରେ ୨ ଓ ୫ ଲକ୍ଷ ବଳିଭର ନୋଟ ଛପାଯିବ ବୋଲି ସରକାରଙ୍କ ନିୟନ୍ତ୍ରଣାଧୀନ କେନ୍ଦ୍ରୀୟ ବ୍ୟାଙ୍କ କହିଛି। ପୂର୍ବରୁ ଭେନିଜୁଏଲାରେ ୧୦, ୨୦ ଓ ୫୦ ହଜାର ବଲିଭର ନୋଟ ପ୍ରଚଳିତ ହୋଇ ଆସୁଥିଲା। ଭାରତୀୟ ମୁଦ୍ରା ଏକ ଟଙ୍କା ଭେନିଜୁଏଲାର ୨୫,୫୮୫ ବଳିଭର ସହ ସମାନ। ଏତେ ବଡ଼ ନୋଟ ଛାପିବା ପାଇଁ ଭେନେଜୁଏଲା ସରକାର ଇଟାଲୀର ଏକ କମ୍ପାନୀରୁ ୭୧ ଟନ ସୁରକ୍ଷା କାଗଜ ଆମଦାନୀ କରିଥିଲେ। ଭେନିଜୁଏଲାର ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ, ଦେଶର ସବୁଠାରୁ ବଡ଼ ନୋଟ ୧୦ ଲକ୍ଷ ବଲିଭର ମୂଲ୍ୟରେ ମାତ୍ର ଅଧ କିଲୋ ଚାଉଳ ଅଥବା ଦୁଇ କିଲୋ ଆଳୁ କିଣାଯାଇ ପାରିବ। ମହାମାରୀ କରୋନା ଓ ପେଟ୍ରୋଲଜାତ ସାମଗ୍ରୀରୁ ଆୟ ହୋଇଥିବା ଅର୍ଥ ଶେଷ ହୋଇ ଯିବାରୁ ସେଠାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ସେଠାକାର ସରକାର ଗଚ୍ଛିତ ଥିବା ସୁନା ବିକି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରୁଛନ୍ତି।

ଭେନିଜୁଏଲାର ବର୍ତ୍ତମାନ ମୁଦ୍ରାସ୍ଫୀତି ହାର ଅନୁସାରେ ୧୦ଲକ୍ଷ ବୋଲିଭରର ମୂଲ୍ୟ ଆମେରିକୀୟ ଡଲାରର ଅଧା ଅର୍ଥାତ ଭାରତୀୟ ମୁଦ୍ରାରେ ୩୬ଟଙ୍କା। ଏଥିରେ ଭାରତରେ ଅଧଲିଟର ପେଟ୍ରୋଲ କ୍ରୟ କରିବା ମଧ୍ୟ ଅସମ୍ଭବ। ପ୍ରଚୁର ତୈଳ ସମ୍ପଦ ଯୋଗୁ ଏକଦା ସୁଖ ଓ ସ୍ୱାଚ୍ଛନ୍ଦ୍ୟରେ ଭରପୁର ଭେନଜୁଏଲା ଏବେ ଉତ୍କଟ ଗରିବିର ଶିକାର ହୋଇଛି। ଲୋକେ ବ୍ୟାଗବ୍ୟାଗ୍‌ ଟଙ୍କା ନେଇ ପଲିଥିନ ପ୍ୟାକେଟରେ ଖାଦ୍ୟ କିଣୁଛନ୍ତି। ଏଣୁ ସରକାର  ବଡ ଅଙ୍କର ନୋଟ୍‌ ଜାରି କରିଛନ୍ତି। ଭେନିଜୁଏଲ କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଆର୍ଥିକ ଅବସ୍ଥାକୁ ଦେଖି ଏତେବଡ କରେନ୍ସି ନୋଟ ଜାରି କରିବାକୁ ପଡୁଥିବା କହିଛି। ଆଗାମୀ ସପ୍ତାହରେ ବ୍ୟାଙ୍କ ୨ଲକ୍ଷ ଓ ୫ଲକ୍ଷ ଟଙ୍କାର ବୋଲିଭିୟର ଜାରି କରିବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି।

ଏବେ ବଜାର ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଭେନିଜୁଏଲାରେ ୧୦ ,୨୦ ଓ ୫୦ ହଜାର ବୋଲିଭିୟର ପ୍ରଚଳନ ହେଉଛି। ଗୋଟିଏ ଭାରତୀୟ ଟଙ୍କାର ମୂଲ୍ୟ ଭେନେଜୁଏଲା ମୁଦ୍ରାରେ ଏବେ ୨୫,୫୮୪ .୬୬ ବୋଲିଭିୟର ରହିଛି। ତେବେ ପରିସ୍ଥିତି ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେବା ଯୋଗୁ ଉଚ୍ଚ ମୁଦ୍ରାର କରେନ୍ସିନୋଟ୍‌ ଛାପିବାକୁ ବାଧ୍ୟ ହୋଇଛନ୍ତି। ଏହି ନୋଟର ମୁଦ୍ରଣ ଲାଗି ଇଟାଲୀରୁ ସ୍ୱତନ୍ତ୍ର ସିକ୍ୟୁରିଟି ପେପର କିଣା ହୋଇଆସିଛି। ଇଟାଲୀର ବ୍ୟାନ କ୍ୟାପିଟାଲ ଭେନିଜୁଏଲାକୁ ୭୧ ଟନ ସିକ୍ୟୁରିଟି ପେପର୍ସ ଦେଇଥିବା ଜଣାପଡିଛି। ୮ ବର୍ଷ ହେବ ଆର୍ଥିକ ମାନ୍ଦାବସ୍ଥା ସହ ଯୁଝୁଥିବାବେଳେ କରୋନା ମହାମାରୀ ଜନିତ ଲକଡାଉନ୍‌ ଦେଶର ଅବସ୍ଥାକୁ ଅହୁରି ଜଟିଳ କରିଦେଇଛି। ତୈଳ ବିକ୍ରିରୁ ମିଳୁଥିବା ଆୟ ବନ୍ଦ ହେବା ପରଠାରୁ ଦେଶ କ୍ରମାଗତ ଆର୍ଥିକ ଦୁଃସ୍ଥିତି ଦେଇ ଗତିକରିଆସୁଛି।

ଏକଦା ପେଟ୍ରୋଲିୟମ ଜାତ ସାମଗ୍ରୀ ରପ୍ତାନି କରି ବିତ୍ତଶାଳୀ ହୋଇଥିବା ଏହି ଦେଶ ଏବେ ଘୋର ଆର୍ଥିକ ଦୁର୍ଗତିର ସମ୍ମୁଖୀନ। ସେଠାକାର ଦେଶବାସୀ ଏବେ ଖାଇବାକୁ ପାଉନାହାନ୍ତି। ସମସ୍ତଙ୍କ ଘରେ ବିଡ଼ାବିଡ଼ା ନୋଟ ଥିଲେ ହେଁ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି। ଦାରିଦ୍ର୍ୟ ଓ ଅନାହାର ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତି ଏପରି ହୋଇଛି ଯେ ସେଠାକାର ବାସିନ୍ଦା ବ୍ୟାଗ୍‌ ଓ ପଲିଥିନ୍‌ରେ ନୋଟ୍‌ ନେଇ ସାମଗ୍ରୀ କିଣିବାକୁ ବଜାର ଯାଉଛନ୍ତି।