Maruti Car Price - The Sakala

କାର୍‌ ମୂଲ୍ୟରେ ୪.୩% ବୃଦ୍ଧି କଲା ମାରୁତି
ନୂଆଦିଲ୍ଲୀ: ଦେଶର ସର୍ବବୃହତ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଏହାର ସବୁ ମଡେଲର କାର୍‌ ମୂଲ୍ୟରେ ବୃଦ୍ଧି କରିଥିବା ଶନିବାର ଘୋଷଣା କରିଛି। ବର୍ତ୍ତମାନ ବିଭିନ୍ନ କ୍ଷେତ୍ରକୁ ନେଇ ‘ଇନପୁଟ କଷ୍ଟ’ ବୃଦ୍ଧି ପାଇଥିବାରୁ କମ୍ପାନୀ ଏହାର ବିଭିନ୍ନ ମଡେଲରେ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ବୋଲି ଶନିବାର କମ୍ପାନୀ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଛୋଟ ଶ୍ରେଣୀର କାର୍‌ ଠାରୁ ଆରମ୍ଭ କରି ପ୍ରିମିୟମ ଶ୍ରେଣୀ ଯାଏଁ କମ୍ପାନୀ ୦.୧ ପ୍ରତିଶତରୁ ସର୍ବାଧିକ ୪.୩ ପ୍ରତିଶତ ଯାଏଁ ମୂଲ୍ୟ ବୃଦ୍ଧି କରିଛି। ଏହି ମୂଲ୍ୟ ବୃଦ୍ଧି ତୁରନ୍ତ ଲାଗୁ ହୋଇଛି। ଏହାଦ୍ବାରା ଦିଲ୍ଲୀରେ ହାରାହାରି ଭାବେ ମାରୁତି କାର ମୂଲ୍ୟରେ ୧.୭ ପ୍ରତିଶତ ବୃଦ୍ଧି ଘଟିଥିବା କୁହାଯାଇଛି। ୩.୧୫ ଲକ୍ଷ ଟଙ୍କାର ଅଲ୍ଟୋ ଠାରୁ ୧୨.୫୬ ଲକ୍ଷ ଟଙ୍କାର ଏସ କ୍ରସ୍‌ ମଡେଲ ଯାଏଁ ସବୁଥିରେ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ମଧ୍ୟ କମ୍ପାନୀ ତିନିଥର କାର୍‌ ମୂଲ୍ୟ ବୃଦ୍ଧି କରିଥିଲା। ୨୦୨୧ ଜାନୁଆରୀରେ ମାରୁତି ୧.୪ ହାରରେ ମୂଲ୍ୟ ବୃଦ୍ଧି କରିଥିଲା ବେଳେ ଏପ୍ରିଲରେ ୧.୬ ଏବଂ ସେପ୍ଟେମ୍ବରରେ ୧.୯ ହାରରେ ମୂଲ୍ୟ ବୃଦ୍ଧି କରିଥିଲା। ବିଶେଷକରି ଷ୍ଟିଲ,ଆଲୁମିନିୟମ, ତମ୍ବା, ପ୍ଲାଷ୍ଟିକ ଏବଂ ଅନ୍ୟାନ୍ୟ ଧାତୁ ମୂଲ୍ୟରେ ଏବେ ବୃଦ୍ଧି ଘଟିଥିବାରୁ କମ୍ପାନୀ ଏଭଳି ମୂଲ୍ୟ ବୃଦ୍ଧି ପାଇଁ ବାଧ୍ୟ ହୋଇଥିବା କହିଛି।