Nato - The Sakala

"ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ
ଇରାନ (Iran) ପକ୍ଷରୁ ବ୍ୟବସାୟିକ ଜାହାଜ ଚଳାଚଳ ପାଇଁ ହୋରମୁଜ୍ ପ୍ରଣାଳୀ (Strait of Hormuz) ପୁଣିଥରେ ଖୋଲାଯିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଏକ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ଦିନ 'ଏୟାର ଫୋର୍ସ ୱାନ'ରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଇରାନ ପ୍ରସଙ୍ଗରେ ତାଙ୍କ ପାଖରେ "ବେଶ୍ ଭଲ ଖବର" ଅଛି। ତେବେ ଉଭୟ ଦେଶ ମଧ୍ୟରେ ଶତପ୍ରତିଶତ ଚୁକ୍ତି ନହେବା ପର୍ଯ୍ୟନ୍ତ ଇରାନ ଉପରେ ଆମେରିକାର ନୌସେନା ଅବରୋଧ ବଳବତ୍ତର ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ନାଟୋ ଏକ 'ପେପର୍ ଟାଇଗର'

ଏହି ଅବସରରେ ଟ୍ରମ୍ପ ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ ରେ ଏକ ପୋଷ୍ଟ କରି ନାଟୋ (NATO) କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ନାଟୋକୁ ଏକ "ପେପର୍ ଟାଇଗର" (କାଗଜ ବାଘ) ବୋଲି ଆଖ୍ୟା ଦେବା ସହ ସେମାନଙ୍କ ସାହାଯ୍ୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପ ଲେଖିଛନ୍ତି, "ବର୍ତ୍ତମାନ ହୋରମୁଜ୍ ପ୍ରଣାଳୀ ସ୍ଥିତି ସ୍ୱାଭାବିକ ହୋଇଯିବା ପରେ ନାଟୋ ପକ୍ଷରୁ ସାହାଯ୍ୟ ପାଇଁ ଫୋନ୍ ଆସିଥିଲା। କିନ୍ତୁ ମୁଁ ସେମାନଙ୍କୁ ଦୂରେଇ ରହିବାକୁ କହିଛି। ଯେତେବେଳେ ଆବଶ୍ୟକତା ଥିଲା, ସେତେବେଳେ ସେମାନେ କୌଣସି କାମରେ ଆସିନଥିଲେ।"

ସମ୍ପୂର୍ଣ୍ଣ ଚୁକ୍ତି ନହେବା ଯାଏଁ ଜାରି ରହିବ ନୌସେନା ଅବରୋଧ

ଇରାନ ବ୍ୟବସାୟ ପାଇଁ ହୋରମୁଜ୍ ପ୍ରଣାଳୀ ଖୋଲିଥିଲେ ମଧ୍ୟ ଆମେରିକା ନିଜର ସାମରିକ କାର୍ଯ୍ୟାନୁଷ୍ଠାନରୁ ପଛକୁ ହଟିବ ନାହିଁ। ଟ୍ରମ୍ପ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇରାନ ସହ ଆମେରିକାର ଚୁକ୍ତି ୧୦୦% ସମ୍ପୂର୍ଣ୍ଣ ହୋଇନାହିଁ, ସେପର୍ଯ୍ୟନ୍ତ ଇରାନର ଜାହାଜ ଏବଂ ବନ୍ଦରଗୁଡ଼ିକ ଉପରେ ଅବରୋଧ ଜାରି ରହିବ। ଏହା ସହିତ ଇରାନ ଆଉ କେବେବି ହୋରମୁଜ୍ ପ୍ରଣାଳୀ ବନ୍ଦ ନକରିବାକୁ ରାଜି ହୋଇଛି ଏବଂ ଏହାକୁ ବିଶ୍ୱ ବିରୋଧରେ ଅସ୍ତ୍ର ଭାବରେ ବ୍ୟବହାର କରାଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆର୍ଥିକ ବିନିମୟ ବିନା ମିଳିବ ଆଣବିକ ସାମଗ୍ରୀ

ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ନୂଆ ଚୁକ୍ତି ସମ୍ପର୍କରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବ କାରଣ ଅଧିକାଂଶ ପ୍ରସଙ୍ଗରେ ଆଲୋଚନା ସରିଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେରିକା ଇରାନଠାରୁ ଆଣବିକ ସାମଗ୍ରୀ ହାସଲ କରିବ କିନ୍ତୁ ଏଥିପାଇଁ କୌଣସି ପ୍ରକାର ଆର୍ଥିକ ବିନିମୟ କରାଯିବ ନାହିଁ। ଏହି ଚୁକ୍ତି ଲେବାନନ୍ (Lebanon) ଏବଂ ଇସ୍ରାଏଲ୍ (Israel) ମଧ୍ୟରେ ହୋଇଥିବା ଯୁଦ୍ଧବିରତି ସହ କୌଣସି ପ୍ରକାରେ ଜଡ଼ିତ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।

ପୁଣି ବଢ଼ିଲା ପୁତିନଙ୍କ ଚିନ୍ତା: ନାଟୋରେ ସାମିଲ ହେବ ଫିନଲାଣ୍ଡ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ପରିବର୍ତ୍ତିିତ ପରିସ୍ଥିତ ପୁଣିଥରେ ରୁଷ ରାଷ୍ଟ୍ରପତି ପୁତିନଙ୍କ ଚିନ୍ତା ବଢାଇଛି। ରୁଷର ଉତ୍ତର ପଶ୍ଚିମ ସୀମାକୁ ଲାଗି ରହିଥିବା ଫିନଲାଣ୍ଡ ଯଥାଶୀଘ୍ର ସମ୍ଭବ ନାଟୋ ମେଣ୍ଟରେ ଯୋଗ ଦେବାକୁ ଗୁରୁବାର ଘୋଷଣା କରିଛି। କେବଳ ଫିନଲାଣ୍ଡ ନୁହେଁ , ଏହା ପରେ ପରେ ସ୍ବିଡେନ ମଧ୍ୟ ଏହି ମେଣ୍ଟରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ପୁତିନଙ୍କ କ୍ଷୋଭ ଦ୍ବିଗୁଣିତ ହୋଇଛି। ଏଭଳି ସ୍ଥିତିରେ ରୁଷ ପକ୍ଷରୁ କଡ଼ା ଜବାବ ଦିଆଯିବ ବୋଲି ପୁତିନ ଗୁରୁବାର ଘୋଷଣା କରିଛନ୍ତି। ୟୁକ୍ରେନ ଭଳି ଫିନଲାଣ୍ଡ ନାଟୋ ମେଣ୍ଟରେ ସାମିଲ ହେବା ରୁଷର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସିଧାସଳଖ ବିପଦ ବୋଲି କହି ଏଥିପାଇଁ ଆମେ ଠିକଣା ଜବାବ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏପରିକି ଫିନଲାଣ୍ଡ ବିରୋଧରେ ସାମରିକ ଏବଂ ବୈଷୟିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁତିନ ପରୋକ୍ଷ ଧମକ ଦେଇଛନ୍ତି।

ଏଭଳି ସ୍ଥତି କେବଳ ୟୁକ୍ରେନ ଯୁଦ୍ଧ ନୁହେଁ, ବରଂ ବିଶ୍ବ ଯୁଦ୍ଧ ପାଇଁ ବାଟ କଢାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ସାମିଲ ହେଲେ ପୂରା ପୂର୍ବ ୟୁରୋପ ସହ ରୁଷିଆର ତିକ୍ତତା ବଢିବ ଏବଂ ଏହା ପରବର୍ତ୍ତୀ ସମୟରେ ମହାଯୁଦ୍ଧରେ ପରିଣତ ହେବାର ଆଶଙ୍କା ରହିଛି। ରୁଷିଆର ପଶ୍ଚିମ ସୀମାକୁ ଲାଗି ରହିଥିବା କିମ୍ବା ଏହାର ନିକଟବର୍ତ୍ତୀ ପଡୋଶୀ ପ୍ରାୟ ସମସ୍ତ ରାଷ୍ଟ୍ର ପୂର୍ବରୁ ନାଟୋ ମେଣ୍ଟରେ ସାମିଲ ହୋଇସାରିଛନ୍ତି। ଏହାର ପଶ୍ଚିମ ସୀମାରେ ଥିବା ଏକମାତ୍ର ରାଷ୍ଟ୍ର ବେଲାରୁଷକୁ ବାଦ୍‌ଦେଲେ ପୂର୍ବରୁ ଇସ୍ତୋନିଆ, ଲାଟିଭିଆ ,ଲିଥୁଆନିଆ ଏବଂ ପୋଲାଣ୍ଡ ଆଦି ରାଷ୍ଟ୍ର ନାଟୋ ମେଣ୍ଟରେ ରହିଛନ୍ତି। ୟୁକ୍ରେନ ଏହିକ୍ରମରେ ସାମିଲ ହେବାକୁ ଉଦ୍ୟମ କରିବା ପରେ ଯୁଦ୍ଧର ସୂତ୍ରପାତ ହୋଇଥିଲା। କିନ୍ତୁ ଶୀତଳ ଯୁଦ୍ଧ ସମୟରୁ ନିରପେକ୍ଷତା ଅବଲମ୍ବନ କରି ଆସିଥିବା ଦୁଇ ନର୍‌ଡିକ ରାଷ୍ଟ୍ର ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ସାମିଲ ହେବାର ପ୍ରସ୍ତୁତି ରୁଷ ପାଇଁ ଆହୁରି ଚିନ୍ତା ବଢାଇଛି। କାରଣ ୟୁକ୍ରେନ ସମେତ ଏହି ଦୁଇ ରାଷ୍ଟ୍ର ଯଦି ନାଟୋରେ ସାମିଲ ହୁଅନ୍ତି ତେବେ ରୁଷିଆର ପଶ୍ଚିମ ସୀମାରେ ନାଟୋ ଶକ୍ତି ସଶକ୍ତ ହୋଇପଡ଼ିବ। ପୂର୍ବରୁ ୟୁକ୍ରେନକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ରାଷ୍ଟ୍ରପତି ପୁତିନ କ୍ଷୁବ୍ଧ ରହିଥିଲା ବେଳେ ୟୁକ୍ରେନ ଉପରେ ଶେଷ ଅସ୍ତ୍ର ଭାବେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପୁତିନ ସଙ୍କେତ ଦେଇସାରିଛନ୍ତି। ତେବେ ଆଜିର ଘଟଣା ପରେ ପୁତିନ ପୁଣି ମୁହଁ ଖୋଲିବା ସହିତ ଏହା ଆମ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ଆସିଛି ବୋଲି କହିଛନ୍ତି। ତେଣୁ କେଉଁ ମୁହୂର୍ତ୍ତରେ ସେ କଠିନ ପଦକ୍ଷେପ ଉଠାଇପାରନ୍ତି ବୋଲି କୁହାଯାଉଛି। ଏହିକ୍ରମରେ ଗୁରୁବାର ରୁଷ ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଜୋରଦାର କରିଛି। ଲୁହାନସ୍କ ସହରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ବୋମାମାଡ଼ କରାଯାଇଥÒଲା ବେଳେ ଚେର୍ନୋହିବସ୍ଥିତ ୟୁକ୍ରେନର ଦୁଇଟି ପ୍ରମୁଖ ଅସ୍ତ୍ର ଡିପୋ ଉପରେ ମଧ୍ୟ ଆକ୍ରମଣ କରାଯାଇଥÒବା ଜଣାପଡ଼ିଛି।

ଋଷକୁ ଡରୁଛି ନାଟୋ- ଜେଲେନସ୍କି
କିଭ୍: ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ମହାଯୁଦ୍ଧ। ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ଯୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ ଉପରେ ବର୍ଷିଛନ୍ତି ଜେଲେନସ୍କି। ନାଟୋ ସ୍ପଷ୍ଟ କରିବା ଦରକାର ଯେ ସେ ରୁଷକୁ ଡରୁଛି । ଏବେ ସମୟ ଆସିଛି ନାଟୋ ଆମକୁ ସ୍ୱୀକାର କରୁଛି ବୋଲି କହିବାକୁ ପଡ଼ିବ । ନହେଲେ ଖୋଲାଖୋଲି କହୁ ଯେ ଆମକୁ ନାଟୋରେ ସାମିଲ କରିବ ନାହିଁ । କାରଣ ରୁଷକୁ ଭୟ କରୁଛି ନାଟୋ । ଏକଥା ସ୍ପଷ୍ଟ କଲେ ୟୁକ୍ରେନ୍ ନିଶ୍ଚିତ ହୋଇ କହିପାରିବ ଯେ, ନାଟୋର କିଛି ସଦସ୍ୟ ରାଷ୍ଟ୍ର ଅଛନ୍ତି ଯେଉଁମାନେ ବିନା ସଦସ୍ୟତାରେ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିପାରିବେ ।

ସେହିପରି ଜେଲେନସ୍କି କହିଛନ୍ତି, ରୁଷର ଅୱଟିମେଟମକୁ ସ୍ୱୀକାର କରିବେ ନାହିଁ । ଏମିତି କେବେ ହେବନି । ଆମ ଦେଶର ଲୋକଙ୍କୁ ରୁଷ୍ ହତ୍ୟା କରିବା ପରେ ତାର ଅଲଟିମେଟର୍ କେବେ ସ୍ୱୀକାର କରାଯାଇ ପାରିବ ନାହିଁ । ପୁଟିନଙ୍କ ସହ କଥାବାର୍ତ୍ତା କରିବା ଉପରେ ଜୋର ଦେଇଛନ୍ତି ଜେଲେନସ୍କି । ରୁଷ୍ କିଭ୍, ଖାରକିଭ୍ ଓ ମାରିୟୁପୋଲକୁ ମାଗୁଛନ୍ତି । କିନ୍ତୁ ସେଠାକାର ଲୋକ ସେମିତି କରିବାକୁ ଦେବେ ନାହିଁ । ରୁଷ ଏସବୁ ସହରର ଲୋକଙ୍କୁ ହତ୍ୟା କରିବା ପରେ କବଜା କରିପାରିବ ।

ନାଟୋ ପ୍ରତି ରୁଷ୍‌ର କଠୋର ଆଭିମୁଖ୍ୟ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ୧୪ ଦିନ ଅତିକ୍ରମ କରିଥିବା ବେଳେ ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଯୁଦ୍ଧ ବିରତି ପାଇଁ ବିଶ୍ବର ବହୁ ତୁଙ୍ଗ ନେତାଙ୍କ ଉଦ୍ୟମ ଜାରି ରହିଛି। ହେଲେ ଏବେ ଯୁଦ୍ଧକୁ ନେଇ ବିଶ୍ବ ରାଜନୀତି ଯେଉଁ  ଦିଗକୁ ଗତି କରୁଛି ତଦ୍ବାରା କେବଳ  ୟୁକ୍ରେନ ନୁହେଁ, ବରଂ ସାରା ବିଶ୍ବ ପାଇଁ ସଙ୍କଟ ସୃଷ୍ଟି ହେବାର ଆଶଙ୍କ ଉପୁଜିଛି।  ୟୁକ୍ରେନ ଏବଂ ରୁଷ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ସମେତ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ରଖୀଥିବା ୪ଟି ସର୍ତ୍ତକୁ ୟୁକ୍ରେନ ଗ୍ରହଣ କରିବାକୁ  ଏକ ପ୍ରକାର ପ୍ରସ୍ତୁତ ରହିଛି ବୋଲି ରାଷ୍ଟ୍ରପତି ଜେଲେଁସ୍କି ସୂଚନା ଦେବା ପରେ ରାଷ୍ଟ୍ରପତି ପୁତିନ ୟୁକ୍ରେନ ପ୍ରତି କିଛିଟା ସହଜ ମନୋଭାବ ଗ୍ରହଣ କରିଛନ୍ତି। ହେଲେ ଏବେ ନାଟୋର ଆଭିମୁଖ୍ୟକୁ ନେଇ ପୁତିନ ଆହୁରି କଠୋର ହେବା ଘଟଣା ପୁଣି ବିଶ୍ବ ପାଇଁ ବିପଦ ଆଣିପାରେ ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି।

ପୂର୍ବରୁ ରୁଷିଆ ବିରୋଧରେ ଆମେରିକା ସମେତ ବ୍ରିଟେନ ଏବଂ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଆର୍ଥିକ କଟକଣା ଜାରି କରିଥିଲେ। ହେଲେ ବୁଧବାର ରୁଷିଆ ଉପରେ ଆହୁରି କଠୋର କଟକଣା ଲାଗୁ କରିବାକୁ ୟୁରୋପୀୟ ସଂଘ ନିଷ୍ପତ୍ତି ନେଇଛି। କେବଳ ସେତିକି ନୁହେଁ, ବିଶ୍ବ ଆର୍ଥିକ ମଞ୍ଚ ମଧ୍ୟ ରୁଷିଆର ସମସ୍ତ ବ୍ୟାବସାୟିକ ସଂସ୍ଥା କିମ୍ବା ଉଦ୍ୟୋଗ କ୍ଷେତ୍ର ସହ ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି ରୁଷକୁ ନିଜ ମଞ୍ଚରେ ସାମିଲ ନକରିବାକୁ ଡବ୍ଲୁଇଏଫ କହିଛି। ଏଥିସହିତ ବିଭିନ୍ନ ରାଷ୍ଟ୍ର ସେମାନଙ୍କ ଆକାଶମାର୍ଗ ରୁଷିଆ ପାଇଁ ବନ୍ଦ କରିଦେଇଥିବାରୁ ପୂର୍ବ ୟୁରୋପ ସମେତ ଅନ୍ୟ ରାଷ୍ଟ୍ରମାନଙ୍କୁ ରୁଷିଆର ବିମାନ ଯୋଗାଯୋଗ ବନ୍ଦ ହୋଇଛି। ଏହାଦ୍ବାରା ରୁଷିଆ ଏବେ ଆର୍ଥିକ ଦିଗରୁ ଏକଘରିକିଆ ହୋଇଛି। ଏହାକୁ ନେଇ ରାଷ୍ଟ୍ରପତି ପୁତିନ ରକ୍ତ ଚାଉଳ ଚୋବାଉଥିବା ବେଳେ ନାଟୋ ରାଷ୍ଟ୍ର ସଂଘକୁ ଜବାବ ଦେବାକୁ କହିଛନ୍ତି।

ରୁଷିଆ ବିପକ୍ଷରେ ନାଟୋ’ର ଅସଲ ଉଦ୍ଦେଶ୍ୟକୁ ରୋକାଯିବା ସହିତ ଆମେ ଶକ୍ତ ଜବାବ ଦେବୁ ବୋଲି ପୁତିନ ବୁଧବାର ଦୃଢୋକ୍ତି କରିଛନ୍ତି। ଫଳରେ ଆଗକୁ ରୁଷ ସହିତ ଆମେରିକା ଏବଂ ବ୍ରିଟେନ ସମେତ ଅନ୍ୟାନ୍ୟ ନାଟୋ ସଦସ୍ୟ ରାଷ୍ଟ୍ରମାନଙ୍କ ତିକ୍ତତା ବଢିବାର ଆଶଙ୍କା ବଢିଛି। ୟୁକ୍ରେନ୍‌ ସରକାରଙ୍କୁ ବରଖାସ୍ତ କରିବାର ଆମର ଲକ୍ଷ୍ୟ ନାହିଁ, କିନ୍ତୁ ଏଠାରେ ନିରପେକ୍ଷତା ରହିବା ଦରକାର। ଏଥିପାଇଁ ଆମେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାରେ ସମାଧାନର ବାଟ କାଢ଼ିବୁ ବୋଲି ରୁଷ୍‌ ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ ପୁତିନ୍‌ଙ୍କ ଆଭିମୁଖ୍ୟ ପୁଣି ସଙ୍କଟ ଆଣିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରୁଷ ନିକଟରେ କଦାଚିତ ଆତ୍ମସମର୍ପଣ କରିବୁ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କି କହିଛନ୍ତି। ବରଂ ରୁଷିଆକୁ ଚାଲେଞ୍ଜ ଦେବା ପାଇଁ ସେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରମାନଙ୍କ ଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ନିବେଦନ କରିଛନ୍ତି।

ଏହିକ୍ରମରେ ବୁଧବାର ପୋଲାଣ୍ଡ ୟୁକ୍ରେନକୁ ବହୁ ସଂଖ୍ୟକ ଲଢୁଆ ଯୁଦ୍ଧ ବିମାନ ଦେବାକୁ ଘୋଷଣା କରିଛି। ଏହାଦ୍ବାରା ରୁଷକୁ ଘେରିବାକୁ ନାଟୋ ପ୍ରସ୍ତୁତ ହେଉଥିବା ପୁତିନ ବୁଝିଯିବା ପରେ ନାଟୋ ବିପକ୍ଷରେ ଏଭଳି ବୟାନ ଜାରି କରିଛନ୍ତି। ତେଣୁ ଆଗକୁ ରୁଷ-ୟୁକ୍ରେନ ଯୁଦ୍ଧର ଭୟବହତା କମିବା ପରିବର୍ତ୍ତେ ଆହୁରି ସଙ୍କଟଜନକ ହୋଇପଡ଼ିବ ବୋଲି ଆଶଙ୍କା ଦେଖାଯାଇଛି। ଅନ୍ୟପକ୍ଷରେ  ରୁଷ ଆକ୍ରମଣରେ ୟୁକ୍ରେନର ଚେର୍ନୋବିଲସ୍ଥିତ ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରୁ  କୌଣସି ମୁହୂର୍ତ୍ତରେ ତେଜସ୍କ୍ରିୟ ବିକିରଣ ଆରମ୍ଭ ହୋଇପାରେ ବୋଲି ରାଷ୍ଟ୍ରପତି ଜେଲେଁସ୍କି କହିଛନ୍ତି।

ବର୍ତ୍ତମାନ ଏହି ଆଣବିକ କେନ୍ଦ୍ରରେ ଯେତିକି ଇନ୍ଧନ ରହିଛି ତାହା ମାତ୍ର ଦୁଇଦିନ ଚାଲିବ। ଇନ୍ଧନ ଶେଷ ହୋଇଯିବା ପରେ ଏହାର ‘କୁଲିଂ ସିଷ୍ଟମ ’ବନ୍ଦ ହୋଇଯିବାର ସମ୍ଭାବନା ଅଧିକ। ଏହା ଯଦି ବନ୍ଦ ହୋଇଯାଏ ତେବେ ତେଜସ୍କ୍ରିିୟ ବିକିରଣ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତିି। ଏଭଳି ସ୍ଥିତି ଉପୁଜିଲେ ତାହା ସାରା ବିଶ୍ବ ପାଇଁ ଭୟାନକ ସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟପକ୍ଷରେ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ବୁଝାମଣା ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଋଷ ଏବଂ ନାଟୋ ମଧ୍ୟରେ ପୁଣି ଆରମ୍ଭ ହୋଇପାରେ ଶୀତଳ ଯୁଦ୍ଧ
ନୂଆଦିଲ୍ଲୀ: ସୋଭିଏତ ସଂଘ ୧୯୯୨ରେ ଭାଙ୍ଗିଯିବା ପରେ ଆମେରିକା ଏବଂ ତାହାର ୟୁରୋପୀୟ ସହଯୋଗୀଙ୍କ ସାମିରକ ମେଣ୍ଟ ନାଟୋର ଗୁରୁତ୍ବ ହ୍ରାସ ପାଇଥିଲା। ଆଗାମୀ ଦିନରେ ୟୁରୋପ ବାହାରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏହି ସଂଗଠନ ଅସ୍ତିତ୍ବ ହରାଇବ ବୋଲି ଭୂ-ରାଜନୈତିକ ବିଶେଷଜ୍ଞମାନେ ଦାବି କରିଛନ୍ତି। ଏହା ମଧ୍ୟରେ ୨୦୧୪ରେ ଋଷ କ୍ରିମିଆକୁ କବ୍‌ଜା କରିଥିଲା। ଏହି ସମୟରେ କ୍ଷମତା ସନ୍ତୁଳନ ଲାଗି ନାଟୋର ଆବଶ୍ୟକତା ଅନୁଭୂତ ହୋଇଥିଲା। ଏବେ ୟୁକ୍ରେନ ସୀମାରେ ଋଷ ୧.୫ ଲକ୍ଷ ସୈନ୍ୟ ମୁତୟନ କରିଥିବାରୁ ନାଟୋର ଭୂମିକା ଅଧିକ ବୃଦ୍ଧି ପାଇଛି। ଏଥିସହିତ ନୂଆ ଶୀତଳ ଯୁଦ୍ଧ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି।

ଆମେରିକାର ବରିଷ୍ଠ ଗୁଇନ୍ଦା ଅଧିକାରୀ ଆଣ୍ଡ୍ରିଆ କେଣ୍ଡଲ-ଟେଲର କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ କବ୍‌ଜା ଏବଂ ଅଷ୍ଟ୍ରେଲିଆ ବୁଡାଜାହଜ ଚୁକ୍ତିରେ ଫ୍ରାନ୍ସର ଅପମାନ ଯୋଗୁଁ ସ୍ଥିତି ବଦଳି ଯାଇଛି। ନାଟୋର ଅନେକ ଦୋଷ ଦୁର୍ବଳତା ରହିଥିବା ଅନୁଭବ କରାଯାଇଥିଲା। ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। କିନ୍ତୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆକ୍ରାମକ ନୀତି ଏବଂ ଧମକ ଯୋଗୁଁ ନାଟୋ ୧୯୯୨ର ସ୍ଥିତିକୁ ପୁଣିଥରେ ଫେରିଆସିଛି। ଚଳିତ ସପ୍ତାହରେ ସଂଗଠନର ୩୦ ସଦସ୍ୟ ରାଷ୍ଟ୍ର ଏକାଠି ବୈଠକ କରି ନାଟୋକୁ ନୂଆ ଜୀବନ ଦେଇଛନ୍ତି। ସେମାନେ ଋଷ୍‌ ମୁକବିଲା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ସ୍ବିଡେନର ସିକ୍ୟୁରିଟି ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନର ମୁଖ୍ୟ ଅନ୍ନା ୱିଜଲ୍ୟାଣ୍ଡରଙ୍କ ଅନୁଯାୟୀ ଋଷକୁ ଅଟକାଇବା ନାଟୋର ଡିଏନଏରେ ରହିଛି। କାରଣ ଏହି ଦେଶ ୟୁରୋପୀୟ ରାଷ୍ଟ୍ରର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ। ସେଣ୍ଟର ଫର ୟୁରୋପିଆନ ରିଫର୍ମର ସୁରକ୍ଷା ବିଶେଷଜ୍ଞ ସୋଫିଆ ବେସ୍ଚ କହିଛନ୍ତି ଯେ ନାଟୋର ସହଯୋଗୀମାନେ ମିଶି ଏହାକୁ ସୃଷ୍ଟି କରିଛନ୍ତି। ଏହି ସଂଗଠନର ମହତ୍ତ୍ବ କେବେ କମ୍‌ ହୋଇନାହିଁ। କାରଣ ଏପରି ହେବାକୁ ଦିଆଯାଇ ନାହିଁ।

ବିଶେଷଜ୍ଞଙ୍କ ଅନୁଯାୟୀ ୟୁରୋପୀୟ ଦେଶ ମଧ୍ୟରେ କଳି, ବିଭାଜିତ ଆମେରିକା ଏବଂ କମଜୋର ରାଷ୍ରପତିଙ୍କୁ ପୁତିନ ଏକ ସୁଯୋଗ ଭାବେ ଦେଖୁଛନ୍ତି। ସେ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି। ଏ ପର୍ଯ୍ୟନ୍ତ ନାଟୋ ରାଷ୍ଟ୍ର ଏକାଠି ଥିଲେ ମଧ୍ୟ ସେମାନଙ୍କ ଏକତାକୁ ପରୀକ୍ଷା କରାଯାଇନାହିଁ। କଠିନ ସମୟରେ ଏହି ସବୁ ଦେଶ ଏକାଠି ରହିବେ କି ନାହିଁ ସନ୍ଦେହ। ଏ ନେଇ କିଛି କହିହେବ ନାହିଁ। ତେବେ ଋଷ ସୀମାକୁ ଲାଗିଥିବା ବାଲ୍‌ଟିକ ଦେଶ ଏବଂ ପାଲୋଣ୍ଡ ପାଇଁ ନାଟୋ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ପୁତିନ ବାରମ୍ବାର ଆମେରିକାକୁ ଚେତାବନୀ ଦେଇ ଚାଲିଛନ୍ତି। ବଦନାମ କରିବା ପାଇଁ ଆମେରିକା ମିଥ୍ୟା ଖବର ପ୍ରଚାରପ୍ରସାର କରୁଛି ବୋଲି ଋଷ ଅଭିଯୋଗ କରିଛି। ଆମେରିକା ନାଟୋକୁ ବିସ୍ତାର କରିବା ପାଇଁ ଚାହୁଁଛି। ଋଷ ସହ ଲାଗିଥିବା ଦେଶଗୁଡିକର ସୀମାରୁ ଆମେରିକା ନାଟୋ ସେନାକୁ ପ୍ରତ୍ୟାହାର କରିବା ଉଚିତ। ୨୦୧୪ରେ ଋଷ କ୍ରିମିଆକୁ କବ୍‌ଜା କରିବା ପରଠାରୁ ନାଟୋ ଦୁର୍ବଳ ହୋଇଯାଇଛି। ଏହାର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏକତା ନାହିଁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ହସର ପାତ୍ର ବନାଇଥିଲେ। ସେ ସଂଗଠନ ଛାଡିବେ ବୋଲି କହିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ନାଟୋର ବ୍ରେନ ଡେଡ ହୋଇଯାଇଛି ବୋଲି କହିଥିଲେ।