Republic Day - The Sakala
କୃଷ୍ଣପ୍ରସାଦରେ ଉତ୍ସାହର ସହ ସାଧାରଣତନ୍ତ୍ର ଦିବସ ପାଳିତ: ବିଭିନ୍ନ ଅନୁଷ୍ଠାନରେ ଉଡିଲା ତ୍ରିରଙ୍ଗା
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା।
ବୁଦ୍ଧିବର ପଞ୍ଚାୟତର ବୁଦ୍ଧିବର ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ଏବଂ ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳନା କମିଟିର ସଦସ୍ୟମାନେ ଏକତ୍ରିତ ହୋଇ ପ୍ରାତଃ ସମୟରୁ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ବୁଦ୍ଧିବର ଉନ୍ନିତ ପ୍ରାଥମିକ ବିଦ୍ୟାଳୟରେ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସହକାରୀ ଶିକ୍ଷକ ବୁଦ୍ଧଦେବ ତରେଇ, ଶୁଶାନ୍ତ କୁମାର ପ୍ରଧାନ, ପ୍ରିୟଦର୍ଶିନୀ ଜେନା ଏବଂ ସ୍କୁଲ ସଭାପତି ରମେଶ ଚନ୍ଦ୍ର ତରେଇ ସହଯୋଗ କରିଥିଲେ।
ସେହିପରି ବୁଦ୍ଧିବର ଡିଆକୁଦା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ସଭାପତି ଅଭିମନ୍ୟୁ ତରେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ବିଦ୍ୟାଧର ସ୍ୱାଇଁ, କ୍ରୀଡା ଶିକ୍ଷକ ପଞ୍ଚାନନ ଜେନା ଓ ଦୈତାରି ବିଶ୍ବାଳଙ୍କ ସମେତ ପରିଚାଳନା କମିଟି ସହଯୋଗ କରିଥିଲେ। ବୁଦ୍ଧିବର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ସରପଞ୍ଚ ସଞ୍ଜୁକ୍ତା ବିଶ୍ବାଳ ପତାକା ଉତ୍ତୋଳନ କରିଥିବାବେଳେ ସରପଞ୍ଚଙ୍କ ପ୍ରତିନିଧି ବୁଦ୍ଧଦେବ ବିଶ୍ବାଳ, ସମସ୍ତ ଏସ.ଜି ଗ୍ରୁପ ଓ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ।
ସିଆଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ବାବୁଲା ନାୟକ, ସମିତି ସଭ୍ୟ ଲଳିତ କୁମାର ତରେଇ, ରାମଚନ୍ଦ୍ର ବିଶ୍ବାଳ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଏ.ଡି.ଓ ରଘୁନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ, ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ
ଭୁବନେଶ୍ବର: ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ ।  ତ୍ରିରଙ୍ଗା ରଙ୍ଗରେ ରଂଗୀନ ସାରା ଦେଶ ।  ଆଜି ଦୁନିଆ ଦେଖିବ ଭାରତର ଶକ୍ତି ।  କର୍ତ୍ତବ୍ୟ ପଥରେ ହେବ ଦମଦାର ଶକ୍ତିପ୍ରଦର୍ଶନ। ଝଲସୁଛି ଦିଲ୍ଲୀ କର୍ତ୍ତବ୍ୟ ପଥ ।  ବହୁ ଆଡ଼ମ୍ବରରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ ।  ସାମରିକ ଶକ୍ତି ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ‘ଫ୍ଲାଇପାଷ୍ଟ୍’ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିବ ।
ଚଳିତ ବର୍ଷ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ସକାଳ ୭ଟାରୁ ଦର୍ଶକ ଏବଂ ଅତିଥିମାନଙ୍କ ପାଇଁ ଗେଟ୍ ଖୋଲିବ ।  କଡ଼ା ସୁରକ୍ଷା ଯାଞ୍ଚ ପରେ ଲୋକଙ୍କୁ କର୍ତ୍ତବ୍ୟ ପଥରେ ନିଜ ନିଜ ଆସନକୁ ଯିବାକୁ ଅନୁମତି ମିଳିବ ।
ସକାଳ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପରେଡ ।  ସେନା ବାହିନୀର ବିଭିନ୍ନ ବ୍ରିଗେଡ୍, ଯୁଦ୍ଧ ଟ୍ୟାଙ୍କ ଏବଂ ଓଟ ବାହିନୀ ଦ୍ୱାରା ମାର୍ଚ୍ଚ-ପାଷ୍ଟ୍ ।  ସାଂସ୍କୃତିକ ଝଲକରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟ ପକ୍ଷରୁ ସୁନ୍ଦର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ।  ଏଥର ମୁଖ୍ୟ ଥିମ୍ ରହିଛି “ବନ୍ଦେ ମାତରମ୍ ର ୧୫୦ ବର୍ଷ” ଏବଂ “ଜନ ଭାଗିଦାରୀ”।  ବାୟୁସେନାର ଯୁଦ୍ଧ ବିମାନ ଓ ହେଲିକପ୍ଟର ଦ୍ୱାରା ଆକାଶରେ ଆକର୍ଷଣୀୟ ‘ଫ୍ଲାଇପାଷ୍ଟ୍’ ପ୍ରଦର୍ଶନ ହେବ ।  ଚିତ୍ତାକର୍ଷକ ହେବ ମୋଟରସାଇକେଲରେ ଯବାନମାନଙ୍କ ଦ୍ୱାରା ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ।
ସାଧାରଣତନ୍ତ୍ର ଦିବସ ୨୦୨୬: ଜାଣନ୍ତୁ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ...
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୭ତମ ସାଧାରଣତନ୍ତ୍ର ଦିବସ । ଆଉ ମାତ୍ର ୫ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସାଧାରଣତନ୍ତ୍ର ଦିବସ ପାଳନ କରିବ। ତେବେ ଓଡ଼ିଶାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିବେ। କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।
ସେହିପରି ପୁରୀରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ରାୟଗଡ଼ାରେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ,କେନ୍ଦୁଝରରେ କୃଷ୍ଣଚନ୍ଦ୍ର ପାତ୍ର, ଢ଼େଙ୍କାନାଳରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, କନ୍ଧମାଳରେ ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମାଲକାନଗିରିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭଦ୍ରକରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କଳାହାଣ୍ଡିରେ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ନୟାଗଡ଼ରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମ୍ବଲପରରେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବାଲେଶ୍ବରରେ ମତ୍ସ୍ୟସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବୌଦ୍ଧରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଆଗାମୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଭୁବନେଶ୍ବର: ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’ ବିଷୟବସ୍ତୁ ଆଧାରରେ ହେବାକୁ ଥିବା ଏହି ପ୍ରଜ୍ଞାପନ ମେଢ଼ରେ ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ର (କୃଷିରୁ ସେମିକଣ୍ଡକ୍ଟର୍‌ ପର୍ଯ୍ୟନ୍ତ)ରେ ଓଡ଼ିଶାର ଅବଦାନ ଦେଖିବାକୁ ମିଳିବ। ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆରମ୍ଭ କରି ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଏହି ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇବ।
ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନକୁ ଇନ୍ଧନ ପ୍ରଦାନ କରୁଛି, ତାହା ପ୍ରଦର୍ଶିତ ହେବ। ମେଢ଼ର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ଆରମ୍ଭ କରି ସିଲିକନ୍‌ ସେମିକଣ୍ଡକ୍ଟର୍‌ ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯିବ। ସମ୍ବଲପୁରୀ ବସ୍ତ୍ର ଦ୍ବାରା ଆଚ୍ଛାଦିତ ମେଢ଼ର ଉଭୟ ପାର୍ଶ୍ବରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୁପା ତାରକସୀ କାରୁକାର୍ଯ୍ୟ, ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରାଯିବ। ଏହାର ଲାଇଭ ଡେମୋନଷ୍ଟ୍ରେସନ୍‌ ମଧ୍ୟ ଦେଖିବାକୁ ମିଳିବ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ନେଇ ଗତ ୨୦୨୪ରେ ପ୍ରଦର୍ଶିତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ କର୍ତ୍ତବ୍ୟପଥରେ ପରାକାଷ୍ଠା ପ୍ରଦର୍ଶନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା।
ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼, ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ଯର ଐତିହ୍ଯ ଓ ବିକାଶ
ଭୁବନେଶ୍ବର:  ଆସନ୍ତା ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ। ଏଥିରେ ରାଜ୍ଯର ଐତିହ୍ଯ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ ମେଢ଼ ଗୁଡ଼ିକ ପ୍ରଦଶିର୍ତ ହେବ । ପ୍ଯାରେଡ୍ ପ୍ରଦର୍ଶନ ସହ ପ୍ରଜ୍ଞାପନ ମେଢ଼ ଉକ୍ତ ଉତ୍ସବର ସ୍ବତନ୍ତ୍ର ଆକର୍ଷଣ ହେବ ।
ଏଥି ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଗ୍ରାମ୍ଯ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଚଳିତ ବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ଏଥି ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ଯର ଐତିହ୍ଯ ଓ ବିକାଶ ଉପରେ ମୁଖ୍ଯତଃ ଏହି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିବାକୁ ଶ୍ରୀ ସିଂହ ବିଭାଗଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଏହାକୁ ଅଧିକ ଆକର୍ଷଣ ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରିବାକୁ ସେ କହିଛନ୍ତି ।
ଆସନ୍ତା ୨୪ ତାରିଖ ସୁଦ୍ଧା ସଂପୃକ୍ତ ବିଭାଗଗୁଡ଼ିକ ସେମାନଙ୍କ ବିଷୟବସ୍ତୁ ସମ୍ପର୍କିତ ପ୍ରଜ୍ଞାପନ ମେଢ଼ର ସଂରଚନା ପ୍ରଦାନ କରିବେ। ଏହାକୁ ଯାଞ୍ଚ କରାଯାଇ ଶ୍ରେଷ୍ଠ ନମୁନାଗୁଡ଼ିକୁ ଚୟନ କରାଯିବ। ଆଜିର ଏହି ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦେଶକ ସରୋଜ କୁମାର ସାମଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଦେଶ ପାଳୁଛି ୭୫ତମ ଗଣଣତନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
ନୂଆଦିଲ୍ଲୀ: ଭାରତ ଆଜି ପାଳୁଛି  ୭୫ତମ ଗଣଣତନ୍ତ୍ର ଦିବସ । ଆଜିର ଏହି ପବିତ୍ର ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ ସହ ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ପ୍ରଧାମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ଏଥିସହ ଦେଶର ବହୁ ବରିଷ୍ଠ ନେତା ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଛନ୍ତି।
କର୍ତ୍ତବ୍ୟ ପଥରେ ଭାରତୀୟ ସେନାର ଶୈର୍ଯ୍ୟ ପ୍ରଦର୍ଶନ। ରଙ୍ଗାରଙ୍ଗ ପରେଡ୍‌ରେ ବୀରତ୍ୱ ପ୍ରଦର୍ଶନ ଚାଲିଛି। ପରେଡ୍‌ରେ ଭାଗ ନେଲେ ଫ୍ରାନ୍ସରୁ ଆସିଥିବା ରେଜିମେଣ୍ଟ । ଏଥିସହ ଭାରତ- ଫ୍ରାନ୍ସ ଦ୍ବିପାଖିକ ସୁସମ୍ପର୍କ ପ୍ରମାଣ ଦେଇଛନ୍ତି। ସାମରିକ ଶକ୍ତି ପ୍ରଦର୍ଶନ କରୁଛନ୍ତି ଭାରତୀୟ ଯବାନ । ପ୍ରଥମ କରି ସାମିଲ୍ ହୋଇଛି BSF ମହିଳା ବ୍ରାସବ୍ୟାଣ୍ଡ । ନାରୀ ଶକ୍ତି ନାଁରେ ସାମିଲ୍ ହେଲା ମହିଳା ସୀମା ସୁରକ୍ଷା ବଳ ।  କର୍ତ୍ତବ୍ୟ ପଥରେ ପ୍ରଥମ କରି ଅଲ୍ ୱିମେନ ରେଜିମେଣ୍ଟ ସାମିଲ ହୋଇଛି। ୩ ବାହିନୀର ମହିଳା ଅଫିସରଙ୍କ ବୀରତ୍ୱ ପ୍ରଦର୍ଶନ କରିଛନ୍ତି।
ଏହା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ବାହିନୀର ମୁଖ୍ୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ମୋଦୀ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବର୍ତ୍ତା ଦେଇଛନ୍ତି। ଏଥିସହ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଆମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି ଅହିଂସା ନ୍ୟାୟ ,ସମତା ଓ ବିକାଶର ରାସ୍ତାରେ ଆମେ ଚାଲୁଛୁ। ଆଜି ବିଭିନ୍ନ କ୍ଷେତ୍ରରେ ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି। ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଆମ ଓଡ଼ିଶାର ମଧ୍ୟ ଗୁରୁତ୍ବପୁର୍ଣ ଭୂମିକା ରହିଛି। ଗତ ୨୦ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତର ପଥରେ ଆଗେଇ ଚାଲିଛି। ଓଡ଼ିଶାର ବିକାଶ ଅନ୍ୟ ମାନଙ୍କ ଆଦର୍ଶ ହୋଇଛି।
ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ । ତାଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ସମଲେଇ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି । ଆମର କୀର୍ତ୍ତି ହେଉଛି ଆମ ସ୍ୱାଭିମାନ ଓ ଅସ୍ମିତାର ପରିଚୟ। ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ଲୋକାର୍ପିତ ହୋଇଛି। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଓଡ଼ିଶାର ଅର୍ଥନୈତିକ ବିକାଶ ଖୁବ୍ impressive ଅଛି। National average ଠାରୁ ଅଧିକ ଅଛି। ଗରିବୀ କମ କରିବାରେ ଓଡ଼ିଶା ଏକ ଟପ୍ performer । ନୀତି ଆୟୋଗ ରିପୋର୍ଟ କହୁଛି ଗତ ନଅ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଲୋକ ଗରିବିରୁ ମୁକ୍ତ ହୋଇଛନ୍ତି।
ଆମର 5T ନୀତି ଯୋଗୁ governance effective ହେଉଛି। ଆମର ସବୁ ଯୋଜନାର ସୁଫଳ ଲୋକ ଠିକ୍ ଭାବେ ପାଉଛନ୍ତି। ଶିକ୍ଷା ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଯୋଗାଯୋଗ ଜଳସେଚନ ପରିବହନ sports ସବୁ କ୍ଷେତ୍ରରେ ରୂପାନ୍ତର ଓଡ଼ିଶାର ବିକାଶକୁ ଉଜ୍ଜ୍ବଳ କରିଛି ।
ମୋ ସରକାର ଗାଁ କୁ ବିକାଶର କେନ୍ଦ୍ର କରିଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର କରାଯାଉଛି। ଗାଁରେ ଡିଜିଟାଲ infrastructureର ବିକାଶ କରାଯାଉଛି। ଲକ୍ଷ୍ମୀ ବସ ଯୋଜନା ଗାଁ ରେ ଯୋଗାଯୋଗ କ୍ଷେତ୍ରରେ ରୂପାନ୍ତର ଆଣିଛି। ଗାଁ ର socio economic system କୁ ଏହା ନୂଆ ଜୀବନ ଦେଇଛି।
ଚାଷ ଓ ଚାଷୀ ର ଉନ୍ନତି ପାଇଁ ମୁଁ ସବୁବେଳେ ଗୁରୁତ୍ଵ ଦେଇ ଆସିଛି। ମାଆ ମାନେ କେବଳ ପରିବାର ନୂହେଁ ଆମ ସମାଜର ଶକ୍ତି। ମିଶନ ଶକ୍ତି ଆଜି ୭୦ ଲକ୍ଷ ମାଆ ମାନଙ୍କୁ ବିକାଶର ଭାଗିଦାର କରିଛି। ମାଆ ମାନଙ୍କ ଉପରେ ମୋର ଖୁବ୍ ଭରସା ଅଛି।
ଷ୍ଟାର୍ଟଅପ କ୍ଷେତ୍ରରେ ଆଜି ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରେ ଶୀର୍ଷରେ। ଭାରତ ସରକାରଙ୍କ ଠାରୁ ଏଥିପାଇଁ ଆମେ ପୁରସ୍କାର ପାଇଛୁ। ଶିଳ୍ପ, ସୂଚନା ପ୍ରଯୁକ୍ତି, ଷ୍ଟାର୍ଟଅପ ସବୁଥିରେ ଓଡ଼ିଶା ଏବେ ଆଗରେ ରହିଛି।
ଆମର ନୀତି ଓ ଯୁବ ସମାଜର ପାରଦର୍ଶିତା ଯୋଗୁ IBM, Deloitte, Accenture, Cognizant ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସେମାନଙ୍କର ସଂସ୍ଥାଗୁଡିକ ପ୍ରତିଷ୍ଠା ପାଇଁ ଓଡିଶାକୁ ପସନ୍ଦ କରୁଛନ୍ତି।
ସବୁ ଜୀବନ ମୂଲ୍ୟବାନ। ଏହି ନୀତିରେ ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ୍ ଭଲ କାମ କରୁଛି। ଏହାକୁ ଆଗକୁ ନେଇ ଆମେ BSKY ନବୀନ କାର୍ଡ ଆରମ୍ଭ କରିଛୁ। ଏହାଦ୍ବାରା ରାଜ୍ୟର ଚାରି କୋଟିରୁ ଅଧିକ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇଛି ।
ଆମର ବିକାଶ ମଡ଼େଲ ସମସ୍ତଙ୍କ ପାଇଁ ସୁଯୋଗ ଆଣିଛି। ସମସ୍ତେ ବିକାଶର ଭାଗିଦାର ହୋଇଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗକୁ ବଢୁଛି। ସମସ୍ତଙ୍କ ସହଯୋଗରେ ଆମେ ନୂଆ ଓଡ଼ିଶା ଗଢ଼ିବା । ଆମ ଓଡିଶା ହେବ ଶ୍ରେଷ୍ଠ ଓଡ଼ିଶା । ସଶକ୍ତ ଓଡିଶା ।
କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଆଜି ଭାରତ ପାଳନ କରୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ସୃଷ୍ଟି ହୋଇଛି ନୂଆ ଇତିହାସ। ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି । ପରମ୍ପରା ଅନୁସାରେ, ଜାତୀୟ ପତାକା ଉତ୍ତୋଳନା ସହ ୨୧ ତୋପର ସଲାମୀ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଳା ପରେଡ। ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲ୍‌ ସିସି। ଏଥିସହ ପରେଡ୍‌ରେ ଇଜିପ୍ଟ ସୈନ୍ୟବାହିନୀର ଏକ ଅଂଶ ମଧ୍ୟ ଭାଗ ନେଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ ଦେଇଛନ୍ତି।
ପରେଡ୍‌ରେ ‘ନ୍ୟୁ ଇଣ୍ଡିଆର’ର ଝଲକ ଦେଖିବାକୁ ମିଳିଛି। ଦିଲ୍ଲୀ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି ନାରୀ ଶକ୍ତି । ବିଏସଏଫ କଣ୍ଟିଜେଣ୍ଟରେ ସାମିଲ ହୋଇଛନ୍ତି ମହିଳା ଯବାନ। ନାଭାଲ କଣ୍ଟିଜେଣ୍ଟରକୁ ଲିଡ୍ ନେଇଛନ୍ତି ମହିଳା ଅଫିସର। ଆତ୍ମନିର୍ଭର ଭାରତକୁ ଫୋକସ କରାଯାଇଛି। ରାଜ୍ୟ ଗୁଡିକର ପ୍ରଜ୍ଞାପନ ମେଢରେ ସଂସ୍କୃତିର ବିବିଧତା ଦେଖିବାକୁ ମିଳିଛି।
ଆଜିର ଦିନରେ ଦେଶକୁ ମିଳିଥିଲା ବିଶ୍ୱ ସବୁଠାର ବଡ଼ ସମ୍ବିଧାନ । ବ୍ରିଟିଶ ସମ୍ବିଧାନିକ ବ୍ୟବସ୍ଥା ଅପସାରଣ ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରାରେ ପରିଣତ ହୋଇଥିଲା ଭାରତ । ଏହା ସହିତ ଦେଶରେ ଆରମ୍ଭ ହୋଇଥିଲା ଲିଖିତ ସାମ୍ବିଧାନିକ ବ୍ୟବସ୍ଥା ।
ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ହେଲା ଫୁଲ ଡ୍ରେସ୍ ରିହର୍ସାଲ, ପୋଲିସ ଡିଜିଙ୍କ ଉପସ୍ଥିତିରେ ଅଭ୍ୟାସ
ଭୁବନେଶ୍ୱର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆଜି ଭୁବନେଶ୍ୱର ଗାନ୍ଧୀମାର୍ଗରେ ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ଫାଇନାଲ ପ୍ରାକ୍ଟିସ୍ । ଦୁଇ ବର୍ଷ ପରେ ବିନା କଟକଣାରେ ପାଳନ ହେବ ଉତ୍ସବ । ସାଧାରଣତନ୍ତ୍ର ଦିବସରେ ଭାଗନେବେ ୫୦ଟି ଟ୍ରୁପ୍ ।
ଆଜି ଗାନ୍ଧୀ ମାର୍ଗରେ ୪୩ରୁ ଉର୍ଦ୍ଧ୍ବ ଟ୍ରୁପ କରିଛନ୍ତି ଅଭ୍ୟାସ । ପୋଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ, ସିଭିଲିଆନ ଅଂଶ ଗ୍ରହଣ କରିଛନ୍ତି ଆଜିର ଅଭ୍ୟାସରେ । ଏହା ବ୍ୟତୀତ ବାଇକରେ ଡେୟାରଡେଭିଲ ଦୁଃଶାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ରିହାରସେଲ କରାଯାଇଛି ।
ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ବାଘନାଚ, ଭାଲୁ ନାଚ ପ୍ରଦର୍ଶନ ହୋଇଛି । ତ୍ରୀସ୍ତରୀୟ ସୁର୭ା ବ୍ୟାବସ୍ଥାରେ ରହିବ ଗାନ୍ଧିମାର୍ଗ । ସୁରକ୍ଷା ଦାୟିତ୍ବରେ ରହିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୨ଶହ ବଛାବଛା ଅଧିକାରୀ ଓ ବନ୍ଧୁକଧାରୀ ପୋଲିସ ନିୟୋଜିତ ହେବେ । ଚଳିତ ବର୍ଷ ପରେଡ କମାଣ୍ଡିଂ କରୁଛନ୍ତି କେସିଙ୍ଗା ଏସଡିପିଓ ୟସପ୍ରତାପ ଶ୍ରୀମାଲ ।
ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅ ସୋନାଲି ସାହୁଙ୍କ କମାଣ୍ଡ୍
ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅର କମାଣ୍ଡ୍ । ଦେଶର ଭବିଷ୍ୟତ ଯୋଦ୍ଧାର ଗର୍ଜନ ଶୁଣିବ ଶତ୍ରୁ ଦେଶ । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ପାଇକ ମାଟିର ଝିଅ ସୋନାଲି ସାହୁ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଏନସିସି ବାଳିକା ବିଭାଗର ନେତୃତ୍ବ ନେଉଛନ୍ତି ଖୋର୍ଦ୍ଧାର ସୋନାଲି। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼େଟ୍ ସୋନାଲି ସାହୁ । ଚଳିତବର୍ଷ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡ଼ରେ ସର୍ବଭାରତୀୟ ଏନସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି।
୧୪୮ଜଣିଆ ଏନସିସିର ବାଳିକା କଣ୍ଟିଜେଣ୍ଟର କମାଣ୍ଡିଂ ଭୂମିକାରେ ସେ ଦାୟିତ୍ୱ ତୁଲାଉଛନ୍ତି । କର୍ତ୍ତବ୍ୟପଥରେ ବାଳିକା ଏନସିସି କଣ୍ଟିଜେଣ୍ଟର ନେତୃତ୍ୱ ନେବାର ସ୍ୱପ୍ନସାକାର ହୋଇଥିବାରୁ ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସୋନାଲି କହିଛନ୍ତି । ଅତ୍ୟନ୍ତ କଠିନ ଏବଂ କଷ୍ଟସାଧ୍ୟ ଚୟନ ପ୍ରକ୍ରିୟାରେ କର୍ତ୍ତବ୍ୟପଥ ପରେଡ ପାଇଁ ୧୪୮ଜଣ ବାଳିକା କ୍ୟାଡେଟଙ୍କୁ ଚୟନ କରାଯାଇଛି । ଏଥିରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟରୁ ସୋନାଲି ସାହୁଙ୍କ ସମେତ ୯ଜଣ ବାଳିକା ସାମିଲ ହୋଇଛନ୍ତି ।
ଜାନୁଆରୀ ୫ ତାରିଖରୁ ସୋନାଲିଙ୍କ ନେତୃତ୍ୱରେ ୧୪୮ ଜଣ ବାଳିକା କ୍ୟାଡେଟ୍ କର୍ତ୍ତବ୍ୟପଥରେ ଅଭ୍ୟାସ ଜାରି ରଖିଛନ୍ତି । ଖୋର୍ଦ୍ଧା ପ୍ରାଣନାଥ କଲେଜରେ ସାଇକୋଲୋଜି ଅନର୍ସରେ ଅଧ୍ୟୟନ କରୁଥିବା ଗୁରୁଜଙ୍ଗ ଗାଁର ସୋନାଲି କର୍ତ୍ତବ୍ୟପଥରେ ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ତାଙ୍କର ଏକ ବିଶେଷ ଅଭିଜ୍ଞତା ହେବ ବୋଲି କହିଛନ୍ତି । ଏହାର ଶ୍ରେୟ ସେ ବାପା, ମାଆ, ସାଂଗସାଥୀ, ପରିବାରବର୍ଗ ଓ ବିଶେଷ କରି କଲେଜର ଏନସିସି ଶିକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ ମଣ୍ଡଳଙ୍କୁ ଦେଇଛନ୍ତି।
ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ ଜାରି କଲେ ଏସଆରସି
ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ଯକ୍ରମ ୧୦ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ପାଳନ କରାଯିବ । ସୀମିତ ଲୋକ ଚାହିଁଲେ ଘରେ ପତାକା ଉତ୍ତୋଳନ କରିପାରିବେ । ଏହି ସମୟରେ ୫ଜଣ ହିଁ ରହିପାରିବେ । ବେସରକାରୀ ଅନୁଷ୍ଠାନ ଓ କ୍ଲବ୍‌ରେ ଗଣତନ୍ତ୍ର ଦିବସ ପାଳନ ବେଳେ ୧୦ରୁ ଅଧିକ ଲୋକ ଉପସ୍ଥିତ ରହିବେନି । ପତାକା ଉତ୍ତୋଳନ ସମୟରେ ସାମାଜିକ ଦୂରତା ରଖିବା ସହ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
ଉତ୍ତମ କାର୍ଯ୍ଯ ଓ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ହେବେ ୯୩୯ ପୁଲିସ ଅଧିକାରୀ, ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପ୍ରଦାନ କରାଯିବ ପୁଲିସ ପଦକ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ଯ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି। ସେମାନଙ୍କ ମଧ୍ଯରୁ ୬୬୨ ଜଣଙ୍କୁ ଉତ୍କୃଷ୍ଟ ସେବା, ୮୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ କରାଯାଇଛି। ସେପହପରି ୧୮୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ। ଏ ସଂକ୍ରାନ୍ତରେ ଆଜି ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନା ଅନୁସାରେ, ଚଳିତବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୁଲିସ ପଦକ ମିଳିବ। ପ୍ରତିଷ୍ଠିତ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ୯ ଜଣଙ୍କୁ ସାହାସିକତା ମେଡାଲ ଏବଂ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ପଦକ ପ୍ରଦାନ କରାଯିବ।
ଭୁବନେଶ୍ବରର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଏବଂ କନେଷ୍ଟବଲ ପ୍ରଦୀପ କୁମାର ମହାନ୍ତିଙ୍କୁ ପ୍ରତିଷ୍ଠିତ ସେବା ପାଇଁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ। ଏହା ସହ ସାହାସିକତା ପାଇଁ ଓଏପିଏଫର ସ୍ବର୍ଗତ ଜୟରାମ କାବାସୀ, ଏସପି ରିଷିକେଶ ଧ୍ୟାନଦେଓ ଖିଲାରୀ, ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଲ ବନ୍ଧୁ ହନ୍ତାଲ, କନେଷ୍ଟବଲ ଘିନୁ ହାନ୍ତାଲ,ହାବିଲଦାର ପ୍ରବୀଣ ଥାପା,ହାବିଲଦାର ରାଜେଶ ବିଶ୍ବକର୍ମା,କନେଷ୍ଟବଲ ବିଜୟ ସାହୀ ଏବଂ କନେଷ୍ଟବଲ ଔଷଧିନାଥ ବେହେରାଙ୍କୁ ‌ପୁଲିସ ପଦକ ପ୍ରଦାନ କରାଯିବ।
ସେହିପରି ଭିଜିଲାନ୍ସ ନିର୍ଦ୍ଦେଶାଳୟର ଆଇଜି ସଂଜୟ କୁମାର କୌଶଳ, ଡିଏସପି (ଡିଆଇବି) କମଲ ଲୋଚନ ଭୂୟାଁ, ଭିଜିଲାନ୍ସ ଡିଏସପି ସୁଜାତା ଖାଣ୍ଡୱାଲ, ସ୍ପେସାଲ ବ୍ରାଂଚ ଡିଏସପି ରଘୁନାଥ ପ୍ରସାଦ ନାୟକ,ଭୁବନେଶ୍ବର ଏସିପି ଅରୁଣ କୁମାର ସ୍ବାଇଁ,ଡ୍ରାଇଭର ହାବିଲଦାର ସେଖ୍ ଅତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା,ଏସଆଇ ମଧୂସୁଦନ ବେହେରା,ଡେପୁଟି କମାଣ୍ଡାଣ୍ଟ ଏସଓଜି ପୱଲ ଦୟ‌ାଲ ବା, ଡିଏସପି ଅଜୟ କୁମାର ମିଶ୍ର ଏବଂ କନେଷ୍ଟବଲ ମୌଲି ମୋହନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ।