Corona Alert - The Sakala
ଭୁବନେଶ୍ବର: ଦେଶରେ ବଢୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ରେ ପହଞ୍ଚିଛି। କେରଳରେ ସର୍ବାଧିକ ୧୧୪୭, ମହାରାଷ୍ଟ୍ର ୪୨୪, ଦିଲ୍ଲୀରେ ୨୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ କୋରୋନାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାରା ଦେଶରେ ୫୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପହଞ୍ଚିଛି। କଟକ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କୋଭିଡ୍ ଯୋଗୁଁ ଲକ୍‌ଡାଉନ, ୱାର୍କଫ୍ରମ୍‌ ହୋମ ଦୁଃଖକୁ ଲୋକେ ଭୁଲି ନଥିବାବେଳେ ଏବେ ପୁଣି କରୋନାର ନୂଆ ପ୍ରଜାତି ଚିନ୍ତା ବଢ଼ାଇଛି। ହଙ୍ଗକଙ୍ଗ, ଚୀନ୍, ଥାଇଲ୍ୟାଣ୍ଡ ପରେ ପ୍ରଥମେ ମୁମ୍ବାଇ ବର୍ତ୍ତମାନ ପୁରା ଦେଶରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ନୂତନ ଉପ ପ୍ରଜାତିର ଲକ୍ଷଣ କ’ଣ ଓ କେଉଁମାନଙ୍କ ପାଇଁ ଏହା ବିପଦ ସେ ବିଷୟରେ ଜାଣିବା..
କରୋନାର ଓମିକ୍ରନ ଉପ ପ୍ରଜାତି ଜେଏନ୍‌.୧ ପ୍ରଥମ ଥର ପାଇଁ ୨୦୨୩ରେ ଚିହ୍ନଟ ହୋଇଥିଲା। ଓମିକ୍ରନ ଉପ ପ୍ରଜାତି ବିଏ.୨.୬୮ରୁ ସୃଷ୍ଟି। ଏହି ପ୍ରଜାତିରେ ଅଧିକ ମ୍ୟୁଟେଶନ୍‌ ଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ତେଣୁ ଏହା ଦ୍ରୁତ ଗତିରେ ବ୍ୟାପିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ସିଡିସି ଅନୁସାରେ, ଏହାର ପ୍ରାରମ୍ଭିକ ଲକ୍ଷଣ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ସହିତ ପ୍ରାୟତଃ ସମାନ। ଯେପରିକି ଭୂତାଣୁ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ନାକରୁ ପାଣି ଗଡ଼ିବା, ଶୁଖିଲା କାଶ, ଜ୍ବର, ଗଳା ଦରଜ, ନିଃଶ୍ବାସ ନେବାରେ ସମସ୍ୟା, ମୁଣ୍ଡବିନ୍ଧା, ତରଳ ଝାଡ଼ା, ବାନ୍ତି, ଥଣ୍ଡା ଅନୁଭବ ଇତ୍ୟାଦି ହୋଇଥାଏ। ତେଣୁ ଉପରୋକ୍ତ ଲକ୍ଷଣ ଦେଖିଲାମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଚିକିତ୍ସାରେ ରହିବା ଆବଶ୍ୟକ ।
ଏମାନଙ୍କୁ ଅଧିକ ବିପଦ: ଏହି ପ୍ରଜାତି ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ତେବେ ରୋଗପ୍ରତିରୋଧକ ଶକ୍ତି କମ୍‌ଥିବା ବ୍ୟକ୍ତି, ଟିକା ନ ନେଇଥିବା ଲୋକ, ବୟସ୍କ ନାଗରିକ, ଅଣନିୟନ୍ତ୍ରିତ ଉଚ୍ଚ ରକ୍ତଚାପ, ମଧୁମେହ, ବୃକ୍‌କ କିମ୍ବା ଯକୃତ ଜନିତ ସମସ୍ୟା, ଶ୍ବସନ ସଂକ୍ରମଣ, ବିଭିନ୍ନ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହି ନୂତନ ପ୍ରଜାତି ଅଧିକ ବିପଦ।
ସତର୍କତାରୁ ସୁରକ୍ଷା: ସତର୍କତା ଅବଲମ୍ବନ କରି ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିହେବ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ, ଭିଟାମିନ୍‌ -ସି,ଏ,ଡି ଏବଂ ଇ ଜରୁରି। ଭିଡସ୍ଥାନକୁ ଯିବା ଅନୁଚିତ। ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ଆବଶ୍ୟକ। ସେହିପରି ନିଦ ପୂରା କରିବା ସହ ଶରୀରକୁ ଆବଶ୍ୟକତା ଅନୁଯାୟୀ ପାଣି ପିଇବା ଆବଶ୍ୟକ।
ପୁଣି ଡରାଇଲାଣି କରୋନା: ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବସିବ ସବୁ ରାଜ୍ୟର ବୈଠକ
ଭୁବନେଶ୍ବର: ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ। କୋଭିଡ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନେଚୁରାଲ। କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନାରେ ଅଛି। ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରି ପାରେ ଗାଇଡଲାଇନ। ତେବେ ଏବେ ବି ସର୍ଭେଲାନ୍ସ ଜାରି ରହିଛି।
ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ଯେପରି ଆଗରୁ କୋଭିଡ ଟେଷ୍ଟ କରାଯାଉଥିଲା ସେହିପରି ଟେଷ୍ଟ କରାଯିବ। ଏବେ ବି କରାଯାଉଛି। ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ। ଯଦି ଆସେ, ଆମେ ଜିନୋମ ସିକ୍ୱେନ୍ସ ପାଇଁ ପଠାଇବୁ। ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଏଣ୍ଟରେ ସିଭିଆରିଟିର କୌଣସି ସୂଚନା ନାହିଁ। ତଥାପି ସର୍ଭେଲାନ୍ସ ଜାରି ରହିଛି।
କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଚି। ଏଣୁ ଯେଉଁ ଲୋକଙ୍କ ପାଖରେ କୌଣସି ସିମଟମ୍ ରହୁଛି, ସେମାନେ ଆସନ୍ତୁ ଟେଷ୍ଟ କରନ୍ତୁ ବୋଲି ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ। ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଆଗରୁ ସ୍ୱାସ୍ଥ୍ୟ ବିଭାଗ କରିଥିଲା ଏବେ ବି କରିଛୁ । ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଚି ସେମାନେ ପ୍ରିକସନ୍ ନେବା ସହ କୋଭିଡ୍ ନିୟମ ଅନୂପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି. ତେବେ ଥଣ୍ଡା, ଜ୍ୱର ହେଲେ, ଘରୁ ବାହାରନ୍ତୁ ନାହିଁ. ଲକ୍ଷଣ ଥିଲେ, ପିକନିକ ଯାଆନ୍ତୁ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଜୟ ମହାପାତ୍ର କହିଛନ୍ତି।
ପୁଣି ଡରାଇଲାଣି କରୋନା: ରାଜ୍ଯରେ ୩୦୦ ଟପିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ବର: ପୁଣି ଡରାଇବା ଆରମ୍ଭ କଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୩୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୧୫୦୫ କୁ ବୃଦ୍ଧି ପାଇଛି।
ସେହିପରି ଦେଶରେ ଆଜି ୧୦ ହଜାର ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦଶରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭, ୫୪୨ କୁ ବୃଦ୍ଧି ହୋଇଛି।
ପୁଣି ଡରାଇଲାଣି କରୋନା: ରାଜ୍ଯରୁ ଚିହ୍ନଟ ହେଲେ ଆଉ ୧୪୧ ନୂଆ ଆକ୍ରାନ୍ତ
ଭୁବନେଶ୍ବର: ପୁଣି ଡରାଇବା ଆରମ୍ଭ କଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୭୩୧ କୁ ବୃଦ୍ଧି ପାଇଛି।
ସେହିପରି ଦେଶରେ ଆଜି ୫ ହଜାର ୬୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦଶରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ଯା ୩୭, ୦୯୩ କୁ ବୃଦ୍ଧି ହୋଇଛି।
ରାଜ୍ଯରେ ବଢିଲା କରୋନା ମାମଲା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪ ଆକ୍ରାନ୍ତ
ଭୁବନେଶ୍ୱର: ପୁଣି ଡରାଇବା ଆରମ୍ଭ କଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ୧୮ ବର୍ଷ ବୟସ ମଧ୍ୟରେ ରହିଥିବା ଜଣାପଡ଼ିଛି । ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୪୨୯କୁ ବୃଦ୍ଧି ପାଇଛି।
ବଢୁଛି କରୋନା ସଂକ୍ରମଣ: ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡ଼ିଚାଲିଛି କରୋନା । ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ ହେବେ । ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଉପରମୁହାଁ ହୋଇଛି କରୋନା ଗ୍ରାଫ । ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଦୈନିକ ସଂକ୍ରମଣ ୫ହଜାର ପାର ହେବା ପରେ ଆଲର୍ଟରେ ରହିଛନ୍ତି ସରକାର । ଦେଶରେ ଏବେ କରୋନା ଆକ୍ଟିଭ ମାମଲା ୨୫ ହଜାର ଉପରେ ରହିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ୩ ଅଙ୍କ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ସ୍ଥିତିକୁ ଦୃଷ୍ଟିରେ ରଖି ଟେଷ୍ଟିଂ ସହିତ ସର୍ଭେଲାନ୍ସକୁ ବଢାଇଛି ସ୍ବାସ୍ଥ୍ୟ ବିଭାଗ ।
ସଂକ୍ରମଣ ବଢୁଥିଲେ ମଧ୍ୟ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁନାହିଁ । ଆସନ୍ତା ୧୦ ଓ ୧୧ ତାରିଖରେ କୋଭିଡ୍ ମକଡ୍ରିଲ କରାଯିବ । ଜନସାଧାରଣ ଭୟଭୀତ ନହୋଇ ସର୍ତକ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ବଢୁଛି କରୋନା ସଂକ୍ରମଣ : ବିଶ୍ବର ୫ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଭାରତ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତିଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ କରୋନା ମାମଲାରେ ୩ ହଜାର ଉପରେ ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,0୩୮ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୧,୧୭୯ କୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଅନୁଯାୟୀ ସୋମବାର ଦିନ କରୋନା କାରଣରୁ ଦିଲ୍ଲୀ ଓ ପଞ୍ଜାବରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜାମ୍ମୁ-କାଶ୍ମୀର, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଜଣେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୦,୯୦୧ କୁ ବୃଦ୍ଧି ପାଇଛି।
ଅନ୍ୟପଟେ ରବିବାର ଦେଶରୁ ୩, ୬୪୧ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। ଏଥି ସହିତ  ୧୧ ଜଣ ସଂକ୍ରମିତ ମଧ୍ୟ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ମାମଲା ବଢିବା ସହ  ବିଶ୍ବର ୫ ସର୍ବାଧିକ କରୋନା ସଂକ୍ରମିତ ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ ହୋଇଯାଇଛି। ୱାର୍ଲ୍ଡୋମିଟର ଅନୁଯାୟୀ ରବିବାର ଦକ୍ଷିଣ କୋରିଆରୁ ସର୍ବାଧିକ ୯, ୭୨୪ ରୋଗୀ ଚିହ୍ନଟ ହୋଇଥିଲେ। ଏହା ପଛରେ ୯,୫୯୧ ରୋଗୀଙ୍କ ସହ ରୁଷ୍‌ ଦ୍ବିତୀୟ, ଜାପାନ (୬୨୯୦) ତୃତୀୟ, ଫ୍ରାନ୍ସ (୬,୦୨୭) ଚତୁର୍ଥ ଏବଂ ଭାରତ ପଞ୍ଚମ ସ୍ଥାନରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରବିବାର କେରଳରୁ ୪ ଜଣ, ମହାରାଷ୍ଟ୍ର ଏବଂ ଦିଲ୍ଲୀରୁ ୩ ଜଣ ଲେଖାଏଁ, କର୍ଣ୍ଣାଟକ ଏବଂ ରାଜସ୍ଥାନରୁ ଜଣେ ଲେଖାଏଁ କରୋନା ରୋଗୀ ପ୍ରାଣ ହରାଇ ଥିଲେ। ଏହା ସହିତ ମୋଟ କରୋନା ମୃତ୍ୟୁସଂଖ୍ୟା ୫, ୩୦, ୮୯୨ରେ ପହଞ୍ଚି ଯାଇଛି। ଦୈନିକ ଏବଂ ସାପ୍ତାହିକ ସଂକ୍ରମଣ ହାର ଯଥାକ୍ରମେ ୬.୧୨ ପ୍ରତିଶତ ଏବଂ ୨.୪୫ ପ୍ରତିଶତ ରହିଛି।
୩ରାଜ୍ୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ
କରୋନା ମାମଲା ବଢିବା ସହ ଦେଶର ବିଭିନ୍ନ ରାଜ୍ୟ କଟକଣା ଲଗାଇବା ଆରମ୍ଭ କରିଦେଲେଣି। ହରିୟାଣାର ମନୋହର ଲାଲ ଖଟ୍ଟର ସରକାର ରାଜ୍ୟରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଯେଉଁଠାରେ ୧୦୦ ରୁ ଅଧିକ ଲୋକଙ୍କ ସମାବେଶ ହେବ ସେହି ସ୍ଥାନରେ ମାସ୍କ ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହା ବ୍ୟତୀତ ରାଜ୍ୟର ମେଡିକାଲ କ୍ଷେତ୍ର ସହ ଜଡିତ ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡିବ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜୟ ଏହି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଥଣ୍ଡା ଓ କାଶ ରୋଗୀଙ୍କ ବାଧ୍ୟତାମୂଳକ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
ସେହିଭଳି ମହାରାଷ୍ଟ୍ରରେ ସତାରା ସରକାରୀ କାର୍ୟ୍ୟାଳୟ ଓ ଟ୍ରଷ୍ଟ ଅଫିସରେ ତଥା ସାତାରା ଜିଲ୍ଲାର କଲେଜ ଏବଂ ବ୍ୟାଙ୍କରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ମହାରାଷ୍ଟ୍ରର ସମସ୍ତ ସରକାରୀ ଅଫିସ ଗୁଡିକରେ ମଧ୍ୟ ମାସ୍କ ପରିଧାନ ଜରୁରୀ ବୋଲି କହିଛନ୍ତି।ଦିନକୁ ଦିନ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏପ୍ରିଲ ୨ ତାରିଖରୁ ରାଜ୍ୟ ଡାକ୍ତରଖାନାରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ତେବେ କୋଭିଡ ସଂକ୍ରମଣକୁ ଦେଖି ଅନେକ କମ୍ପାନୀ ୱାର୍କ ଫ୍ରମ ହୋମ ଲାଗୁ କରିସାରିଲେଣି । ଆଉ ଯେଉଁ ଅଫିସ୍ ଖୋଲା ହୋଇଛି, ସେଠାରେ ଟେମ୍ପ୍ରେଚର ଚେକିଂ ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି ।
କରୋନା ସଂକ୍ରମଣକୁ ନେଇ ୬ଟି ରାଜ୍ୟକୁ ସତର୍କ କଲା କେନ୍ଦ୍ର
ନୂଆଦିଲ୍ଲୀ: ବର୍ତ୍ତମାନ ଇନଫ୍ଳୁଏଞ୍ଜାର ବିଭିନ୍ନ ଭୂତାଣୁ ଦେଶର ବିଭିନ୍ନ ଭାଗରେ ବିପଦ ସୃଷ୍ଟି କରିଥିଲା ବେଳେ ଏଚ୩ଏନ୨ ଭୂତାଣୁ ଆକ୍ରାନ୍ତ ପ୍ରାୟ ୯ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ଟି ରାଜ୍ୟକୁ ସତର୍କ କରାଇଛନ୍ତି। ବିଶେଷକରି କରୋନାର ସ୍ଥାନୀୟ ସଂକ୍ରମଣର ଭୟକୁ ନେଇ ଏହି ସତର୍କତା ଜାରି କରାଯାଇଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମହାରାଷ୍ଟ୍ର, ଗୁଜରାଟ ,ତେଲଙ୍ଗାନା,କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ଆଦି ରାଜ୍ୟକୁ ସତର୍କ କରାଇ କହିଛନ୍ତି ଯେ, ଇନଫ୍ଳୁଏଞ୍ଜା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପରୀକ୍ଷା ଠିକଣା ଭାବେ କରାାଯିବା ଦରକାର। ମାଇକ୍ରୋ ସ୍ତରରେ ଯେଭଳି କରୋନା ଭୂତାଣୁ ନ ବ୍ୟାପେ ସେଥିନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଉପରୋକ୍ତ ୬ଟି ରାଜ୍ୟକୁ କହିଛନ୍ତି।
ପିଲାଙ୍କ ଉପରେ ବେଶି ପ୍ରଭାବୀ ହେଉଛି ତୃତୀୟ ଲହର, ଦେଶର ୧.୩୯ ଲକ୍ଷ ଆଇସିୟୁ ବେଡ୍‌ ମଧ୍ୟରୁ ମାତ୍ର ୫ ପ୍ରତିଶତ ରହିଛି ଶିଶୁଙ୍କ ପାଇଁ ସଂରକ୍ଷିତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ କରୋନାର ଗ୍ରାଫ୍ ଦ୍ରୁତ ଗତିରେ ବଢୁଛି।  ଏଥର କରୋନା ପ୍ରତି ବିପଦ ମଧ୍ୟ ଅଧିକ ଦୃଶ୍ୟମାନ ହେଉଛି କାରଣ ଏଥର ପିଲାମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପୂର୍ବ ଦୁଇଟି ଲହର ତୁଳନାରେ ଏଥର ବହୁ ସଂଖ୍ୟକ ଶିଶୁ ସଂକ୍ରମିତ ହେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ସଂକ୍ରମଣ ଅତ୍ୟନ୍ତ କମ୍ ରହୁଛି, କିନ୍ତୁ ଦୁଇ ବର୍ଷରୁ କମ୍ ପିଲାମାନେ ଏହି ରୋଗର ଭୟଙ୍କର ଲକ୍ଷଣ ଦେଖାଉଛନ୍ତି । ଯାହା ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ। ଛୋଟ ପିଲାମନାଙ୍କ କ୍ଷେତ୍ରରେ ଡେଲ୍ଟା ଭାରିଏଣ୍ଟ ଅପେକ୍ଷା ଓମିକ୍ରନ ଅଧିକ ବିପଜ୍ଜନକ। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।
ବିଶେଷଜ୍ଞମାନଙ୍କ ମୁତାବକ,  ଓମିକ୍ରନ୍ ମୁଖ୍ୟତଃ ଉପରର ଶ୍ୱାସକ୍ରିୟା ଟ୍ରାକ୍ଟ ଉପରେ ପ୍ରଭାବ ପକାଇଥାଏ। ପିଲାମାନଙ୍କର ରେସ୍ପିରେଟରୀ ରେଟ୍‌ ବୟସ୍କଙ୍କ ତୁଳନାରେ ଅଧିକ ଥାଏ, ଯାହା ସେମାନଙ୍କୁ ବାୟୁରେ ଥିବା ରୋଗବାହକଙ୍କ ପ୍ରତି ଅଧିକ ଅସୁରକ୍ଷିତ କରି ଦେଇଥାଏ। ନୂଆଦିଲ୍ଲୀର ଏକ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, ବୟସ୍କଙ୍କ ତୁଳନାରେ ପିଲାଙ୍କ ରେସ୍ପିରେଟରୀ ଟ୍ରାକ୍ଟ ଛୋଟ ଥାଏ ଏବଂ ଓମିକ୍ରନ୍‌ ଉପର ରେସ୍ପିରେଟରୀ ଉପରେ ଅଧିକ ପ୍ରଭାବ ପକାଉଛି। ଏଥିପାଇଁ ପିଲାଙ୍କ ଠାରେ ଓମିକ୍ରନ୍‌ ଘାତକ ହେବା ସମ୍ଭାବନା ଅଧିକ ରହିଛି।ଓମିକ୍ରନ୍‌ରେ ସଂକ୍ରମିତ ହୋଇଥିବା ପିଲାଙ୍କ ଠାରେ ବୟସ୍କଙ୍କ ଭଳି ଲକ୍ଷଣ ଯେପରିକି କାଶ, ଥଣ୍ଡା, ଜ୍ୱର ଦେଖିବାକୁ ମିଳୁଛି। ତେଣୁ ନିଜ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ଆଗୁଆ ସତର୍କ ହେବାକୁ ପଡିବ।
ତେବେ ବର୍ତ୍ତମାନ ସମୟରେ ଡାକ୍ତରଙ୍କ ଆଗରେ ଦୁଇଟି ଚିନ୍ତା ରହିଛି। ପ୍ରଥମ ପିଲାମାନଙ୍କରେ ମଲ୍ଟି-ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ (MISC) ର ବୃଦ୍ଧି ମାମଲା । କୋଭିଡ ସଂକ୍ରମଣର ଚାରିରୁ ଛଅ ସପ୍ତାହ ପରେ ଏହି ସମସ୍ୟା ଦେଖାଦେଇପାରେ । ଦ୍ୱିତୀୟତ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତରୀମାନେ ବିଶ୍ବାସ କରନ୍ତି ଯେ ବର୍ତ୍ତମାନ ଆଇସିୟୁ ଏବଂ ପିଲାମାନଙ୍କ ପାଇଁ ଇଣ୍ଟେନ୍ସିଭ୍ କେୟାର ଭିତ୍ତିଭୂମି ଉପରେ କୌଣସି ଚାପ ନାହିଁ, କିନ୍ତୁ ମାମଲା ବଢିଲେ ଆଇସିୟୁ ଓ ଇଣ୍ଟେନ୍ସିଭ୍ କେୟାର ଭିତ୍ତିଭୂମି ଉପରେ ଚାପ ପଡିବ। ସେହି ସମୟରେ ବିଶେଷକରି ଶିଶୁ ଯତ୍ନ ପାଇଁ ଉଚ୍ଚପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀଙ୍କ ଅଭାବ ଦେଖାଦେଇପାରେ।
ସେପ୍ଟେମ୍ବରରୁ ପିଲାମାନଙ୍କର ଶଯ୍ୟା ପ୍ରସ୍ତୁତ ହେଉଛି
କିଛି ମାସ ପୂର୍ବେ କେନ୍ଦ୍ର ସରକାର ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ମଜବୁତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନିକଟରେ କହିଛନ୍ତି ଯେ ଅଗଷ୍ଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ୨୩,୧୨୩ କୋଟି ଟଙ୍କା ଜରୁରୀକାଳୀନ COVID  ପ୍ୟାକେଜ୍ -2 ର ପ୍ରାୟ ଅଧା ଅଂଶ ରାଜ୍ୟଗୁଡିକୁ ଦିଆ ସରିଛି। ଏହି ପାଣ୍ଠିର ସାହାଯ୍ୟରେ ପିଲାମାନଙ୍କ ପାଇଁ ପ୍ରାୟ ୯,୫୭୪ ଆଇସିୟୁ ବେଡ୍ ପ୍ରସ୍ତୁତ ହେବ। ଏଥିସହିତ ସେପ୍ଟେମ୍ବରରୁ ଦେଶର ବଡ ଘରୋଇ ଡାକ୍ତରଖାନାଗୁଡ଼ିକରେ ପିଲାମାନଙ୍କ ଶଯ୍ୟା ସଂଖ୍ୟାରେ ଉନ୍ନତି ଆଣିବା ପ୍ରକ୍ରିୟା ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ କୋଭିଡଙ୍କ ଚିକିତ୍ସା ପାଇଁ ୧,୩୯,୩୦୦ ଆଇସିୟୁ ଶଯ୍ୟା ଉପଲବ୍ଧ । ଏଥିମଧ୍ୟରୁ ପ୍ରାୟ ପାଞ୍ଚ ପ୍ରତିଶତ ଅର୍ଥାତ୍ ପ୍ରାୟ ୨୪,୦୫୭ ଶଯ୍ୟା ପିଲାମାନଙ୍କ ପାଇଁ ରହିଛି। ଏଥି ସହିତଦ୍ଶେରେ ମୋଟ ୧୮ ଲକ୍ଷ କୋଭିଡ ବେଡ ମଧ୍ୟରୁ ପ୍ରାୟ ଚାରି ପ୍ରତିଶତ ପିଲାଙ୍କ ପାଇଁ  ରହିଛି।
ନୂଆଦିଲ୍ଲୀ AIIMS ର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ କହିଛନ୍ତି ଯେ ପୂର୍ବ ଲହରରେ ଯେଉଁଠାରେ ପ୍ରତିଦିନ ୧୦ ରୁ କମ୍ ସଂକ୍ରମିତ ଶିଶୁ ସେମାନଙ୍କ ପାଖକୁ ଆସୁଥିଲେ, ଏଥର ସେମାନେ ଦିନକୁ ୪୦ ସଂକ୍ରମିତ ଶିଶୁଙ୍କୁ ଆସୁଥିବା ଦେଖୁଛନ୍ତି। ଅନେକ ପିଲା ପ୍ରଥମ ଏବଂ ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଥିଲେ କିନ୍ତୁ ଲକ୍ଷଣ ନଥିଲା। ତୃତୀୟ ଲହରରେ ପିଲାମାନଙ୍କ ପାଖରେ ଲକ୍ଷଣ ଅଧିକ ଦେଖାଯାଉଛି। ବର୍ତ୍ତମାନ ଆମେ ଯେତିକି ଶିଶୁ କୋଭିଡ ପଜିଟିଭ୍ ବୋଲି ସଂଖ୍ୟା ସାମ୍ନାକୁ ଆସୁଛନ୍ତି ତା’ଠୁ ଅଧିକ ସଂକ୍ରମିତ ହେଉଛନ୍ତି। କିନ୍ତୁ ଶିଶୁମାନଙ୍କୁ ଅଧିକ ଟେଷ୍ଟ କରାଯାଉନଥିବାରୁ ତାହା ସାମ୍ନାକୁ ଆସିପାରୁନାହିଁ। ବର୍ତ୍ତମାନ ଅନେକ ଶିଶୁ ଜ୍ୱର, ପେଟ ଜନିତ ସମସ୍ୟା ଭଳି ସାମାନ୍ୟ ଲକ୍ଷଣ ସହିତ ଆସୁଛନ୍ତି । ଲକ୍ଷଣଗୁଡ଼ିକର ତୀବ୍ରତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରହିଥାଏ।
ସେ କହିଛନ୍ତି ଯେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି ଏବଂ ଏହା ଆମେରିକାର ଆକଳନରୁ ମଧ୍ୟ ଆସିଛି। ଦ୍ବିତୀୟ ଲହରରେ ଗୋଟିଏ ଲକ୍ଷରେ ୨.୫ ପ୍ରତିଶତ ପିଲା ସଂକ୍ରମିତ ହୋଇଥିବାବେଳେ ଏଥର ଏହି ସଂଖ୍ୟା ଚାରିକୁ ବୃଦ୍ଧି ପାଇଛି। ପ୍ରଥମ ଲହର ସମୟରେ, ଏକରୁ ୧୦ ବର୍ଷ ବୟସର ପ୍ରାୟ ଚାରି ପ୍ରତିଶତ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ୧୧ ରୁ୨୦ ବର୍ଷ ବୟସର ୮-୧୦ ପ୍ରତିଶତ ଶିଶୁଙ୍କୁ ଭର୍ତ୍ତି କରିବାକୁ ପଡିବ। ତୃତୀୟ ଲହରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିପାରେ ।
ଦୁଇ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶ୍ୱାସକ୍ରିୟାରେ ସମସ୍ୟା ହୋଇପାରେ
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ସରକାରଙ୍କ ଉଦ୍ୟମର ଫଳାଫଳ ମଧ୍ୟ ଦୃଶ୍ୟମାନ ହେଉଛି। ସହରଗୁଡିକରେ ପିଲାମାନଙ୍କର ଚିକିତ୍ସା କରିବାରେ କୌଣସି ଭିତ୍ତିଭୂମି ସମସ୍ୟା ହେବ ବୋଲି ଆମେ ଭାବୁନାହୁଁ | ପିଲାମାନଙ୍କର ଚିକିତ୍ସା ପାଇଁ ବଡଲୋକମାନଙ୍କ ଶଯ୍ୟା ମଧ୍ୟ ବ୍ୟବହାର କରାଯାଇପାରେ । ନବଜାତ ଶିଶୁ ଏବଂ ଶିଶୁମାନଙ୍କ ପାଇଁ ମେଡିକାଲ ଉପକରଣ ଅଲଗା, ଯେତେବେଳେ ଟକେ ବଡ ପିଲାମାନେ ବୟସ୍କଙ୍କ ଶଯ୍ୟାରେ ଚିକିତ୍ସିତ ହୋଇପାରନ୍ତି ।ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା କଥା ସଂକ୍ରମିତ ହେଲେ ପିଲାମାନେ ବିଶେଷ ଯତ୍ନ ଆବଶ୍ୟକ କରନ୍ତି । ଆଉ ସେହି ସମୟରେ ଦକ୍ଷ ଏବଂ ବିଶେଷଜ୍ଞ କର୍ମଚାରୀ, ଡାକ୍ତରମାନେ ସେମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ । ସଂକ୍ରମଣ ବୃଦ୍ଧି ପରିସ୍ଥିତିରେ  ଉଭୟ ବୟସ୍କ ଓ ଶିଶୁମାନଙ୍କୁ ଚିକିତ୍ସା ଦରକାର।   ବୟସ୍କମାନଙ୍କ କ୍ଷେତ୍ରରେ ଏହି ରୋଗର ପ୍ରଭାବ ଦୁଇ-ତିନି ଦିନ ମଧ୍ୟରେ କମିବାକୁ ଲାଗେ କିନ୍ତୁ ଦୁଇ ବର୍ଷରୁ କମ୍ ପିଲାମାନଙ୍କଠାରେ ଶ୍ୱାସକ୍ରିୟାର ସମସ୍ୟା ଗୁରୁତର ହୋଇପାରେ ।
ପିଲାମାନଙ୍କୁ ଶୀଘ୍ର ଟୀକାକରଣ କରାଯିବା ଉଚିତ୍
ପିଲାମାନଙ୍କୁ ଯଥାସମ୍ଭବ ଟୀକାକରଣ କରିବାକୁ ଶିଶୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ବିଶ୍ବ ସ୍ବାଭାବିକ ଅବସ୍ଥାକୁ ଫେରିବ, ତେବେ ଗୋଟିଏ ଉପାୟ ହେଉଛି ଟୀକାକରଣ ନିଶ୍ଚିତ କରିବା। ପିଲାମାନଙ୍କୁ ଟୀକାକରଣ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କ ଠାରେ ଓମିକ୍ରନର ଲକ୍ଷଣ ବୟସ୍କମାନଙ୍କଠାରୁ ଅଧିକ ଭିନ୍ନ ନୁହେଁ। ଯଥାସମ୍ଭବ ନିଜ ପିଲାମାନଙ୍କୁ ଘରେ ହିଁ ରଖନ୍ତୁ। ସେମାନଙ୍କ ଶରୀର ପାଇଁ ଆବଶ୍ୟକ ପୁଷ୍ଟିକରର ଯତ୍ନ ନିଅନ୍ତୁ ଫଳରେ ଯଦି ସେମାନେ ସଂକ୍ରମିତ ହୁଅନ୍ତି, ତେବେ ସେମାନଙ୍କ ଶରୀର ସଂକ୍ରମଣର ମୁକାବିଲା ପାଇଁ ଶକ୍ତି ପାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।