Nirmala Sitharaman - The Sakala
ଭାରତ ଭୟର ବାତାବରଣକୁ ବରଦାସ୍ତ କରିପାରିବ ନାହିଁ: ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ '୩ଏଫ୍' (3Fs) ଉପରେ ଜୋର ଦେଲେ ନିର୍ମଳା ସୀତାରମଣ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ କହିଛନ୍ତି ଯେ ପଶ୍ଚିମ ଏସିଆରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଭାରତ ସରକାର ଅର୍ଥନୀତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବିଶେଷ କରି ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ସେ '୩ଏଫ୍' (3Fs) ଅର୍ଥାତ୍ ଇନ୍ଧନ (Fuel), ସାର (Fertiliser) ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର (Forex) ଉପରେ ଗୁରୁତ୍ୱାରୋପ କରିଛନ୍ତି।
'୩ଏଫ୍' (3Fs) ଏବଂ ବାହ୍ୟ ଆହ୍ୱାନ
ମୁମ୍ବାଇଠାରେ ଆୟୋଜିତ ସ୍ମଲ ଇଣ୍ଡଷ୍ଟ୍ରିଜ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SIDBI) ର ୩୭ତମ ପ୍ରତିଷ୍ଠା ଦିବସ ଅବସରରେ ଉଦବୋଧନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ଆହ୍ୱାନଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ପରିସ୍ଥିତି ଦ୍ୱାରା ନିୟନ୍ତ୍ରିତ। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ଦର ଏବଂ ସାରର ଆକାଶଛୁଆଁ ମୂଲ୍ୟ ଦେଶ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହା ସହିତ ସୁନାର ଉଚ୍ଚ ମୂଲ୍ୟ ମଧ୍ୟ ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି କରୁଛି। ତେଣୁ ଏହି ସମୟରେ ଇନ୍ଧନ, ସାର ଏବଂ ବୈଦେଶିକ ମୁଦ୍ରା ପରିଚାଳନା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଅର୍ଥନୀତିକୁ ନେଇ ଭୟ ସୃଷ୍ଟି କରିବା ଅନୁଚିତ
ଦେଶର ଅର୍ଥନୈତିକ ସ୍ଥିତି ବିଗିଡ଼ି ଯାଉଛି ବୋଲି ହେଉଥିବା ଚର୍ଚ୍ଚାକୁ ସମାଲୋଚନା କରି ସୀତାରମଣ କହିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ଅର୍ଥନୀତି ବର୍ତ୍ତମାନ ମଧ୍ୟ ସକାରାତ୍ମକ, ସ୍ଥିର ଏବଂ ଅତ୍ୟନ୍ତ ମଜବୁତ ରହିଛି। "କିଛି ଲୋକ ସବୁକିଛି ଭୁଶୁଡ଼ି ପଡୁଛି ବୋଲି ଦାବି କରି ପରିସ୍ଥିତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଆଦୌ ସତ୍ୟ ନୁହେଁ। ଭାରତରେ ଏଭଳି ଭୟର ବାତାବରଣ ସୃଷ୍ଟି କରିବାକୁ ଆମେ ବରଦାସ୍ତ କରିପାରିବୁ ନାହିଁ। ଆମକୁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବାକୁ ପଡ଼ିବ," ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଟିକସ ହ୍ରାସ ଓ ରାଜସ୍ୱ ଉପରେ ପ୍ରଭାବ
ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିବା ଏବଂ ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ମୂଲ୍ୟବୃଦ୍ଧିରୁ ରକ୍ଷା କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ଫଳରେ ସରକାରୀ ରାଜସ୍ୱ ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବୋଝ ପଡ଼ିବ। ତଥାପି, ଦେଶର ବିକାଶକୁ ସୁରକ୍ଷିତ ରଖିବା ପାଇଁ ସରକାର ଏହି ସବୁ ପଦକ୍ଷେପକୁ ସୁଚିନ୍ତିତ ଭାବରେ ଗ୍ରହଣ କରିଛନ୍ତି।
ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ
ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେନ୍ଦୁଝର ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଚିଠିରେ ନିବେଦନ କରିଛନ୍ତି ନବୀନ । ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ନିଜ ଚିଠିରେ ଗଭୀର ଉଦବେଗ ପ୍ରକାଶ କରି ସେ ଲେଖିଛନ୍ତି ଯେ, ଗତ ଏପ୍ରିଲ ୨୭ ତାରିଖରେ କେନ୍ଦୁଝର ମଲ୍ଲିପୋସି ଓଡି଼ଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନିଜ ଅର୍ଥ ଉଠାଣ ପାଇଁ ବ୍ୟାଙ୍କକୁ ପ୍ରମାଣ ଦେବା ଲାଗି ଆଦିବାସୀ ଜିତୁ ମୁଣ୍ଡା ନିଜ ଭଉଣୀଙ୍କ କଙ୍କାଳ ମଶାଣିରୁ ଖୋଳି ବ୍ୟାଙ୍କରେ ରଖିଥିଲେ । ପୂର୍ବରୁ ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜିତୁ ବାରମ୍ବାର ଗୁହାରି ପରେ ବି ଶୁଣି ନଥିଲେ କର୍ତ୍ତୃପକ୍ଷ । ଏପରିକି RBI ଗାଇଡଲାଇନ ଉଲ୍ଲଂଘନ କରି ଅମାନବିକ କାର୍ଯ୍ୟ କରିଛନ୍ତି । ଗଣତନ୍ତ୍ରରେ ନାଗରିକଙ୍କୁ ସଶକ୍ତ କରିବା ପାଇଁ ନିୟମ ଅଛି । କାହାରିକୁ ଅପମାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏହିଭଳି ଘଟଣଆ ସାରା ଓଡି଼ଶାବାସୀଙ୍କୁ ଆନ୍ଦୋଳିତ କରିଛି । ଏହା ନ୍ୟୁୟର୍କ ପୋଷ୍ଟ ଓ ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଏଭଳି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ଦାବି କରିଛନ୍ତି । ଯାହା ନାଗରିକକୈନ୍ଦ୍ରିକ ସେବା କ୍ଷେତ୍ରରେ ବହୁ ପରିମାଣରେ ସହାୟକ ହେବ । ଯେଭଳି ଏଭଳି ଘଟଣାର ଦେଶର ଆଉ କୌଣସି ସ୍ଥାନରେ ପୁନରାବୃତ୍ତି ନହେବ ।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା । ମୃତ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୯ ହଜାର ଟଙ୍କା ଉଠାଇବା ପାଇଁ ପାଟଣା ମଲ୍ଲିପଶିରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କକୁ ଯାଇଥିଲେ ଜିତୁ ମୁଣ୍ଡା । ହେଲେ ବ୍ୟାଙ୍କ ଅଧିକାରୀ ପ୍ରମାଣ ମାଗିବାରୁ ଜିତୁ ମୁଣ୍ଡା ମଶାଣିରୁ ଭଉଣୀଙ୍କ ଶବ ଖୋଳି କଙ୍କାଳ କାନ୍ଧେଇ ବ୍ୟାଙ୍କରେ ପହଞ୍ଚିଥିଲେ । ଏହି ଘଟଣାକୁ ନେଇ କେବଳ ଆମ ରାଜ୍ୟ ନୁହେଁ, ସାରା ଦେଶ ଓ ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆରଡିସି ଘଟଣାର ତଦନ୍ତ କରି ଏଥିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ଦାୟୀ କରିଥିଲେ ।
ସାବଧାନ! ‘କ୍ୱାଣ୍ଟମ ଏଆଇ’ ନାମରେ ଚାଲିଛି ବଡ଼ ଠକେଇ: ସଚିନ ତେନ୍ଦୁଲକର, ଅର୍ଥମନ୍ତ୍ରୀ ଓ ନାରାୟଣ ମୂର୍ତ୍ତିଙ୍କ ଡିପଫେକ୍ ଭିଡିଓ ବ୍ୟବହାର କରି ଲୁଟୁଛନ୍ତି ସାଇବର ଅପରାଧୀ
ଭୁବନେଶ୍ୱର: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏବେ ଏକ ବିପଜ୍ଜନକ ସାଇବର ଠକେଇ ସକ୍ରିୟ ହୋଇଛି। ଦେଶର ସାଧାରଣ ନିବେଶକଙ୍କୁ ଲୁଟିବା ପାଇଁ ସାଇବର ଅପରାଧୀମାନେ ଏକ ନୂଆ ଏବଂ ଭୟଙ୍କର ଉପାୟ ଆପଣାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ପକ୍ଷରୁ କ୍ୱାଣ୍ଟମ ଏଆଇ ନାମକ ଏକ ବିନିଯୋଗ ସ୍କାମ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି। ଏହି ଜାଲିଆତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଚିନ ତେନ୍ଦୁଲକର ଏବଂ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଏଆଇ ଦ୍ୱାରା ନିର୍ମିତ ଡିପଫେକ୍ ଭିଡିଓ ବ୍ୟବହାର କରାଯାଉଥିବା ଜଣାପଡିଛି।
ଅପରାଧୀମାନେ ସୋସିଆଲ ମିଡିଆରେ ବିଜ୍ଞାପନ ଜରିଆରେ ଲୋକଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ମାତ୍ର ୨୧,୦୦୦ ଟଙ୍କା ବିନିଯୋଗ କଲେ ମାସିକ ପ୍ରାୟ ୧୯.୫ ଲକ୍ଷ ଟଙ୍କାର ନିଶ୍ଚିତ ଆୟ ହେବ ବୋଲି ଏଥିରେ ଦାବି କରାଯାଉଛି। ଏହାକୁ ଅଧିକ ବିଶ୍ୱାସଯୋଗ୍ୟ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର ଲୋଗୋ ଏବଂ ସରକାରୀ ସମର୍ଥନ ଥିବା ମିଥ୍ୟା ସୂଚନା ମଧ୍ୟ ପ୍ରଦାନ କରାଯାଉଛି। ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ, ଅପରାଧୀମାନେ ଅତ୍ୟାଧୁନିକ ଏଆଇ ମଡେଲ ବ୍ୟବହାର କରି ବିଶିଷ୍ଟ ବ୍ୟକ୍ତିଙ୍କ ସ୍ୱର ଏବଂ ଚେହେରାକୁ ଜାଲ କରୁଛନ୍ତି।
ଜାଲିଆତି ପାଇଁ ବ୍ୟବହୃତ ହେଉଥିବା ୱେବସାଇଟଗୁଡିକ ଦେଖିବାକୁ ଅନେକ ସମୟରେ ପ୍ରତିଷ୍ଠିତ ନ୍ୟୁଜ୍ ପୋର୍ଟାଲ ଭଳି ହୋଇଥାଏ, ଯାହାଫଳରେ ସାଧାରଣ ଲୋକ ସହଜରେ ବିଭ୍ରାନ୍ତ ହୁଅନ୍ତି। ଥରେ ଜଣେ ବ୍ୟକ୍ତି ଏହି ସାଇଟରେ ପଞ୍ଜୀକରଣ କଲେ, ତାଙ୍କୁ ବ୍ୟକ୍ତିଗତ ପରାମର୍ଶଦାତା ନାମରେ କଲ୍ କରାଯାଇ ମାନସିକ ଚାପ ପ୍ରୟୋଗ କରାଯାଏ ଏବଂ ବିଭିନ୍ନ ଶୁଳ୍କ ବାହାନାରେ ସମସ୍ତ ଜମା ପୁଞ୍ଜି ଲୁଟି ନିଆଯାଏ।
ସୁରକ୍ଷିତ ରହିବା ପାଇଁ କଣ କରିବେ?
ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି କି, କୌଣସି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ଏବଂ ୱେବସାଇଟର ୟୁଆରଏଲ ବା ଡୋମେନ ନାମ ଭଲଭାବେ ଯାଞ୍ଚ କରନ୍ତୁ। ଯଦି କୌଣସି ନିବେଶ ଯୋଜନା ଅଳ୍ପ ସମୟରେ ଅତି ଅବାସ୍ତବ ଲାଭ ଦେବାର ପ୍ରତିଶ୍ରୁତି ଦେଉଛି, ତେବେ ତାହା ସମ୍ପୂର୍ଣ୍ଣ ରୂପେ ଜାଲିଆତି ବୋଲି ବୁଝିବାକୁ ହେବ।
ଯଦି ଆପଣ କିମ୍ବା ଆପଣଙ୍କ ପରିଚିତ କେହି ଏଭଳି ସ୍କାମର ଶିକାର ହୁଅନ୍ତି, ତେବେ ତୁରନ୍ତ ଜାତୀୟ ହେଲ୍ପଲାଇନ ନମ୍ବର ୧୯୩୦ କୁ କଲ୍ କରନ୍ତୁ କିମ୍ବା cybercrime.gov.in ପୋର୍ଟାଲରେ ଅଭିଯୋଗ କରନ୍ତୁ। ଭାରତର ବୃଦ୍ଧି ପାଉଥିବା ଡିଜିଟାଲ ଅର୍ଥନୀତି ମଧ୍ୟରେ ସାଧାରଣ ନିବେଶକମାନେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
Union Budget 2026: ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ୫୩,୪୭,୩୧୫ କୋଟିର ବଜେଟ
ନୂଆଦିଲ୍ଲୀ: ବୈଶ୍ୱିକ ଅସ୍ଥିରତା, ରପ୍ତାନୀ ହ୍ରାସ, ଦରଦାମ ବୃଦ୍ଧି, ନିଯୁକ୍ତି ଅନିଶ୍ଚିତତା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।  ଭାରତକୁ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ସହିତ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ମଳା  ତାଙ୍କ ନୂଆ ବଜେଟରେ ୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବ୍ୟୟ ଅଟକଳ ରଖିଛନ୍ତି। ବଜେଟରେ ରାଜସ୍ବ ଆୟ ୩୫ ଲକ୍ଷ ୩୩ ହଜାର ୧୫୦ କୋଟି ରହିଥିବା ବେଳେ ବିତ୍ତୀୟ ନିଅଣ୍ଟ ପରିମାଣ ୧୬ ଲକ୍ଷ ୯୫ ହଜାର ୭୬୮ କୋଟି ଥିବା ଦର୍ଶାଯାଇଛି।
ଏନ୍‌ଡିଏ ସରକାରଙ୍କ ତୃତୀୟ ତଥା ନିର୍ମଳାଙ୍କ ଏହି ୯ମ  ବଜେଟ୍‌ ଉପରେ ସାରା ବିଶ୍ୱର ଧ୍ୟାନ ନିବଦ୍ଧ ରହିଥିଲା। ଆମେରିକା ସହ ବାଣିଜ୍ୟିକ ଉତ୍ତେଜନାଜନିତ ଚାପ ଓ ୟୁରୋପୀୟ ୟୁନିୟନ ସହ ବାଣିଜ୍ୟ ବୁଝାମଣା ଜନିତ ଆଶ୍ୱସ୍ତି ମଧ୍ୟରେ ଉପସ୍ଥାପନ ହୋଇଥିବା ଏହି ବଜେଟ ଉପରେ ଭାରତୀୟ ରପ୍ତାନୀକାରୀ, ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବା ବ୍ୟବସାୟୀ ଗୋଷ୍ଠୀ, ଦେଶର ଟିକସଦାତା ମଧ୍ୟବିତ୍ତ ଏବଂ  ଆର୍ଥିକ ଚାପଗ୍ରସ୍ତ ସାଧାରଣଜନତା ଅନେକ କିଛି ଆଶା ରଖିଥିଲେ। ମାତ୍ର ଏହି ବଜେଟ ପ୍ରାୟ ସବୁ ବର୍ଗକୁ ନିରାଶ କରିଛି। ଆୟକର ରିଆତି, ନିଯୁକ୍ତି ସୃଷ୍ଟି, ଦରଦାମ ହ୍ରାସ ସମ୍ପର୍କରେ ବଜେଟ୍‌ରେ ସେପରି କିଛି ଯୋଜନା ନାହିଁ। ଅର୍ଥମନ୍ତ୍ରୀ ତାଙ୍କର ୮୫ ମିନିଟର ବଜେଟ୍‌ ଅଭିଭାଷଣରେ ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ବିଶେଷକରି ଦେଶ ଚଳାଇବା ପାଇଁ ସରକାର ଋଣ ଉପରେ ବେଶି ନିର୍ଭରଶୀଳ ହୋଇଛନ୍ତି। ବଜେଟ ୨୦୨୬-୨୭ ଅନୁଯାୟୀ ସରକାର ଚଳିତ ବର୍ଷ ଦେଶ ଚଳାଇବା ପାଇଁ ଆବଶ୍ୟକ ଅର୍ଥର ୨୪% ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଆୟକରରୁ ୨୧%, କର୍ପୋରେଟ ଟିକସରୁ ୧୮% ଓ ଅନ୍ୟାନ୍ୟ ଟିକସରୁ ୧୫ ପଇସା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଅନ୍ୟପକ୍ଷରେ ବ୍ୟୟ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ନିମନ୍ତେ ଟିକସ ଅଂଶ ବାବଦରେ ୨୨% ବ୍ୟୟ କରିବେ। ଋଣ ଓ ସୁଧ ବାବଦରେ ୨୦%, କେନ୍ଦ୍ରୀୟ ଯୋଜନା ବାବଦରେ ୧୭%, ପ୍ରତିରକ୍ଷା ନିମନ୍ତେ ୧୧%, କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୮%, ଅର୍ଥ କମିଶନ ଅନୁଦାନ ବାବଦରେ ୭%, ବିିଭିନ୍ନ ଯୋଜନାରେ ରିଆତି ବାବଦରେ ୬%, ସାମାଜିକ କଲ୍ୟାଣ ଯୋଜନାରେ ୨% ବ୍ୟୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ଅନ୍ୟପକ୍ଷରେ  ପ୍ରତିରକ୍ଷା ବଜେଟ ବୃଦ୍ଧି ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗତବର୍ଷ ତୁଳନାରେ ପ୍ରତିରକ୍ଷା ବରାଦ ୧୫.୨% ବୃଦ୍ଧି ବଜେଟର ପ୍ରମୁଖ ଉପଲବ୍ଧି ବୋଲି କୁହାଯାଉଛି। ତେବେ ବଜେଟରେ ଉତ୍ସର୍ଗୀକୃତ ବିରଳ ଖଣିଜ (ରେୟାର ଆର୍ଥ)କରିଡର, ହାଇ-ସ୍ପିଡ୍‌ ରେଳ କରିଡର, ନଡ଼ିଆ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଉଲ୍ଲେଖ ଓ ଅର୍ଥମନ୍ତ୍ରୀଙ୍କ କାଞ୍ଜିଭରମ୍‌ ଶାଢ଼ୀକୁ ଅର୍ଥନୀତିଜ୍ଞ ଓ ଆର୍ଥିକ ସମୀକ୍ଷକମାନେ ନିର୍ବାଚନ ହେବାକୁ ଥିବା ରାଜ୍ୟ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆସାମ ନିର୍ବାଚନ ସହ ସଂଯୋଗ କରିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ବର୍ଷ ମଧ୍ୟରେ ଜୈବ ଔଷଧ ପାଇଁ ୧୦,୦୦୦ କୋଟି ଟଙ୍କାର ଆବଣ୍ଟନ ସହିତ ଜୈବ ଔଷଧ ଉପରେ ଏକ ନୀତି ପ୍ରଣୟନ କରିବାର ଯୋଜନା ଅଛି। ସେହିପରି ସରକାର ଏକ ସେମିକଣ୍ଡକ୍ଟର ମିଶନ୍‌ ଆରମ୍ଭ କରିବେ ଓ ଏକ ବିଶ୍ୱ-ମାନକ ଔଷଧ ନିୟାମକ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି। ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ତିନୋଟି ରାସାୟନିକ ପାର୍କ ଓ ଏକ ବଡ଼ ଟେକ୍ସଟାଇଲ୍‌ ପାର୍କ ପ୍ରତିଷ୍ଠା କରିବେ। ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ଉତ୍ପାଦନ ପାଇଁ ୪୦,୦୦୦ କୋଟି ଖର୍ଚ୍ଚ କରିବେ। ଦେଶର ଅଭିବୃଦ୍ଧିର ଲାଭ ପ୍ରତ୍ୟେକ ଚାଷୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଯୁବପିଢ଼ିଙ୍କ ପାଖରେ ବୋଲି ଉଲ୍ଲେଖ କରିବା ସହ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ସୁଦୃଢ଼  କରିବା ପାଇଁ  ଆତ୍ମନିର୍ଭର ଭାରତ ପାଣ୍ଠିକୁ ଅତିରିକ୍ତ ୪,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଆଗାମୀ ଆର୍ଥିକ ବର୍ଷରେ ୨୦୦ ପୁରୁଣା ଶିଳ୍ପ କ୍ଲଷ୍ଟରକୁ ପୁନରୁଦ୍ଧାର କରିବା ପାଇଁ ଏକ ଯୋଜନା ପ୍ରସ୍ତାବ ଦେଇଛନ୍ତି। ଖଦି ହସ୍ତତନ୍ତକୁ ସୁଦୃଢ଼ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ବିକାଶ କରାଯିବ, ଅନ୍ୟପକ୍ଷରେ ବୈଷୟିକ ବୟନଶିଳ୍ପରେ ନିବେଶ ସହ ବଡ଼ ମେଗା ଟେକ୍ସଟାଇଲ୍‌ ପାର୍କ ସ୍ଥାପନ କରାଯିବ।ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍‌ୟୋଗଗୁଡ଼ିକ ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକରୁ କରାଯାଉଥିବା ସମସ୍ତ କ୍ରୟ ପାଇଁ ଏକ ପ୍ଲାଟଫର୍ମ ସ୍ଥାପନ କରାଯିବ। ଆଗାମୀ ବର୍ଷଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଭାରତର ଅଭିବୃଦ୍ଧିର ପ୍ରକୃତ ଶକ୍ତି ହେବ । ଭାରତ ଆଉ କେବଳ ପ୍ରଯୁକ୍ତିବିଦ୍ୟା ଗ୍ରହଣକାରୀ ରହିବ ନାହିଁ,ଭବିଷ୍ୟତରେ ଭାରତ ଏହାର ନେତୃତ୍ୱ ନେବ।  ଦେଶର ଉତ୍ପାଦନ କ୍ଷମତା ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ବଜାରରେ ଭାରତକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଛଅଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରିବେ।
ବିଜେପି ନେତୃତ୍ୱାଧୀନ ଶାସକ ଏନ୍‌ଡିଏ ନେତାମାନେ ବଜେଟ୍‌କୁ ଏକ ଶକ୍ତିଶାଳୀ ଓ ବିକଶିତ ଭାରତ ନିମନ୍ତେ ରୋଡ଼ମ୍ୟାପ ବୋଲି ବର୍ଣ୍ଣନା କରୁଥିବାବେଳେ ବିରୋଧୀ ଏହାକୁ ନିରାଶାଜନକ, ସବୁବର୍ଗକୁ ନିରାଶ କରିବା ପରି ବଜେଟ୍‌ ବୋଲି ଅଭିହିତ କରିଛନ୍ତି । ଦେଶର ବିକାଶ ପାଇଁ ସରକାରଙ୍କ ଧ୍ୟାନ ୩ଟି ପ୍ରସଙ୍ଗ  ‘ଗତି’, ‘କ୍ଷମତା’ ଓ ‘ସମୂହ’ ଉପରେ କେନ୍ଦ୍ରୀତ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉତ୍ପାଦକତା ବୃଦ୍ଧି କରି ଆର୍ଥିକ ଅଭିବୃଦ୍ଧିର ଗତିକୁ ତ୍ୱରାନ୍ୱିତ କରିବା, ଦେଶର ବିକାଶରେ ଅଂଶୀଦାର ହେବା ପାଇଁ ଲୋକଙ୍କ କ୍ଷମତା ବିକାଶ କରିବା,  ଦେଶର ପ୍ରତ୍ୟେକ ପରିବାର ଓ ଅଞ୍ଚଳର ପର୍ଯ୍ୟାପ୍ତ ସମ୍ବଳ ଏବଂ ରୋଜଗାର ପାଇଁ ସୁଯୋଗ ସୃଷ୍ଟି ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି;  ମାତ୍ର ଏହା ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।
ଆଜି ଆସିବ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬: ମଧ୍ୟବିତ୍ତଙ୍କ ପାଇଁ ରହିବ କି ବଡ଼ ସଙ୍କେତ?
ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ (Economic Survey) ଉପସ୍ଥାପନ କରିବାକୁ ଯାଉଛନ୍ତି। ଆସନ୍ତା ଫେବୃଆରୀ ୧ ତାରିଖରେ ହେବାକୁ ଥିବା କେନ୍ଦ୍ର ବଜେଟ୍ ୨୦୨୬ ପୂର୍ବରୁ, ଏହି ସର୍ଭେ ଦେଶର ଆର୍ଥିକ ସ୍ଥିତି ଏବଂ ଭବିଷ୍ୟତର ରୂପରେଖ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ। ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଭାରତ ନିଜର ସ୍ଥିତି ମଜବୁତ କରିଥିବା ବେଳେ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ଏହି ରିପୋର୍ଟ ଉପରେ ନଜର ରଖିଛନ୍ତି।
ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା (CEA) ଭି. ଅନନ୍ତ ନାଗେଶ୍ୱରନ୍‌ଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ଦଲିଲରେ ୨୦୨୬ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୭.୩%ରୁ ୭.୫% ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇପାରେ। ସରକାରଙ୍କ ପ୍ରାରମ୍ଭିକ ଆକଳନ ଏବଂ IMFର ରିପୋର୍ଟ ଅନୁଯାୟୀ, ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତୀୟ ଅର୍ଥନୀତି ଏକ ସୁଦୃଢ଼ ସ୍ଥିତି ବଜାୟ ରଖିଛି। ଉଚ୍ଚ ସୁଧ ହାର ପରିବେଶ ମଧ୍ୟରେ ମଧ୍ୟ ଭାରତ ଅଭିବୃଦ୍ଧିର ଧାରା ବଜାୟ ରଖିବାରେ ସଫଳ ହୋଇଛି।
ଚଳିତ ବର୍ଷର ଅର୍ଥନୀତିକ ସର୍ଭେରେ ''ଗୋଲ୍ଡିଲକ୍ସ'' (Goldilocks) ପରିସ୍ଥିତି ଉପରେ ଆଲୋକପାତ କରାଯିବାର ସମ୍ଭାବନା ରହିଛି, ଯେଉଁଠାରେ ଦ୍ରୁତ ଅଭିବୃଦ୍ଧି ସହ ଦରଦାମ୍ ନିୟନ୍ତ୍ରଣରେ ରହିଛି। ୨୦୨୫ ଶେଷ ଭାଗରେ ଖୁଚୁରା ମୁଦ୍ରାସ୍ଫୀତି କେନ୍ଦ୍ରୀୟ ବ୍ୟାଙ୍କର ୪% ଲକ୍ଷ୍ୟଠାରୁ ତଳକୁ ଖସିଥିଲା, ଯାହା ଅର୍ଥନୀତି ପାଇଁ ଏକ ବଡ଼ ଆଶ୍ୱସ୍ତି। ଏହା ସହିତ ଘରୋଇ ଉପଭୋଗ (Domestic Consumption) ବୃଦ୍ଧି ପାଇବା ଦେଶର ଆର୍ଥିକ ମେରୁଦଣ୍ଡକୁ ଅଧିକ ଶକ୍ତିଶାଳୀ କରିଛି।
ଅର୍ଥନୀତିକ ସର୍ଭେ କୌଣସି ନୀତିଗତ ଦଲିଲ ନହେଲେ ମଧ୍ୟ, ଏହା ବଜେଟର ଆଭିମୁଖ୍ୟ ସ୍ପଷ୍ଟ କରିଥାଏ। ସରକାରଙ୍କ ପାଖରେ ମଧ୍ୟବିତ୍ତଙ୍କୁ ଟିକସ ରିହାତି (Tax Relief) ଦେବା ପାଇଁ ଯଥେଷ୍ଟ ଆର୍ଥିକ ସୁଯୋଗ ବା ''ଫିସ୍କାଲ ସ୍ପେସ୍'' ଅଛି କି ନାହିଁ, କିମ୍ବା ସରକାର ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବେ, ସେନେଇ ଏଥିରୁ ସଙ୍କେତ ମିଳିବ।
ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୫-୨୬ ।  ବଜେଟ ଅଭିଭାଷଣ ବେଳେ ବଡ ଖବର ସାମ୍ନାକୁ ଆସିଛି । ବଜେଟରେ ଆୟକରକୁ ନେଇ ଏକ ବଡ ଘୋଷଣା କରିଛନ୍ତି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରଯାଇଛି। ଫଳରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ମିଳିଛି। କ୍ୟାପିଟାଲ ଗେନ୍ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ କରାଯାଇଛି।
କ୍ୟାପିଟାଲ ଗେନ୍‌ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ । ସେହିପରି ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ୟ୍ୟନ୍ତ ଆୟ ପାଇଁ ୨୦ %, ୨୦ରୁ ୨୪ ଲକ୍ଷ ପର୍ୟ୍ୟନ୍ତ ଆୟ ପାଇଁ ୨୫%, ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ ।
ଅନ୍ୟପକ୍ଷରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ । ସେହିପରି ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଓ ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୨୫ ଲକ୍ଷ ଟଙ୍କା ବଞ୍ଚିବ ।
ନୂଆଦିଲ୍ଲୀ: ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ । ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ସଂସଦରେ ପେପର୍‌ ଲେସ୍‌ ବଜେଟ୍‌ ଉପସ୍ଥାପନ ହୋଇଛି। ବଜେଟ୍‌ ଉପସ୍ଥାପିତ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଟିମ୍‌ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି ଖୁଆଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରେ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବଜେଟ୍‌କୁ ଅନୁମୋଦନ ମିଲିଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା।
ନିଜ ଅଭିଭାଷରେ ସେ କହିଛନ୍ତି ଯେ,  ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି । ଗତ ୧୦ ବର୍ଷରେ ଅନେକ ସଂସ୍କାର କରାଯାଇଛି । ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳାଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଫୋକସରେ ରହିଛି। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ମିଳିଛି। କୃଷି ଉତ୍ପାଦନ ବୃଦ୍ଧି ଉପରେ ରହିଛି ଗୁରୁତ୍ବ । ଏହା ଦ୍ବାରା ୧.୭ କୋଟି କୃଷକ ଉପକୃତ ହେବେ ।
ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ  । ଏଥିପାଇଁ ୬ ବର୍ଷିଆ ସ୍କିମ୍‌ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ। ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ।
କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍
ବଜେଟରେ ଚାଷୀଙ୍କ ପାଇଁ ଅର୍ଥମନ୍ତ୍ରୀ, ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଶି ଏହି ଯୋଜନା ଚଲାଇବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ବଜେଟ୍ ଅନ୍ତର୍ଭୁକ୍ତ କୃଷକଙ୍କ ପାଇଁ। ଏହା ଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ। ୧୦୦ଟି ଜିଲ୍ଲାରେ ଧନଧାନ୍ୟ ଯୋଜନା ଆରମ୍ଭ ହେଉଛି। ଏହା ସହିତ, କିଷାନ କ୍ରେଡିଟ୍ କାର୍ଡର ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଦେଶକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ଆମକୁ ରାଜ୍ୟମାନଙ୍କ ସହ ମିଶି କାମ କରିବାକୁ ପଡିବ । ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆମର ଫୋକସ ରହିଛି । ବଜେଟରେ ରପ୍ତାନି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍ ।
MSME ବିକାଶର ଦ୍ବିତୀୟ ଇଞ୍ଜିନ
MSME ବିକାଶର ଦ୍ବିତୀୟ ଇଞ୍ଜିନ । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍‌ । MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ । ଯୁବକଙ୍କୁ MSME ଦ୍ବରା ଅଧିକ ନିଯକ୍ତି ଦେଇ ହେବ ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍‌ । ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ ବୋଲି ସେ କହିଛନ୍ତି।
ପୁଞ୍ଜି ନିବେଶ ୩ୟ ଇଞ୍ଜିନ
ପୁଞ୍ଜି ନିବେଶ ବିକାଶର ୩ୟ ଇଞ୍ଜିନ ବୋଲି  ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ।
ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ। ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ୧୦ ବର୍ଷରେ ମେଡିକାଲ ସିଟ୍‌ ୧.୧ ଲକ୍ଷ ବୃଦ୍ଧି ଘଟିଛି। ସବୁ ଜିଲ୍ଲା ହସ୍ପିଟାଲ୍‌ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି ସେ କହିଛନ୍ତି।
ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।  ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ ଆମେ ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବୁ। ଏଥିପାଇଁ ଏକ ଯୋଜନା ଆରମ୍ଭ କରାଯିବ। ଏ ସଂପର୍କିତ ଇକୋସିଷ୍ଟମର ବିକାଶ ଉପରେ ଗୁରୁତ୍ୱ ଦିଆଯିବ, ଯାହା ଦ୍ୱାରା ଉଚ୍ଚମାନର ପରିବେଶ ଅନୁକୂଳ ଖେଳନା ଉତ୍ପାଦନ ହେବ ।
ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି
ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶ ହେବ
ପାରମାଣବିକ ଶକ୍ତି ଉତ୍ପାଦନକୁ ବଜେଟରେ ଗୁରୁତ୍ବାରୋପ । ତିଷ୍ଠା କରାଯିବ ନ୍ୟୁକ୍ଲିୟର ଏନର୍ଜି ମିଶନ। ୧୧ ଗିଗା ଓ୍ୱାଟ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ । ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶ ହେବ। କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉତ୍ପାଦନ କରାଯିବ।
ମଡିଫାଏଡ୍‌ ଉଡାଣ ସ୍କିମ୍‌ ଲାଗୁ ହେବ
ମଡିଫାଏଡ୍‌ ଉଡାଣ ସ୍କିମ୍‌ ଲାଗୁ ହେବ । ଏଥିରେ ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟ୍‌ନାରେ ହେବ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର ।
ଏମଏସଏମଇ କ୍ରେଡିଟ୍ ଗ୍ୟାରେଣ୍ଟି ବୃଦ୍ଧି
୧ କୋଟିରୁ ଅଧିକ ପଞ୍ଜିକୃତ ଏମଏସଏମଇ ଉଦ୍ୟୋଗ ଅଛନ୍ତି। କୋଟି କୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ସେମାନେ ଯେପରି ଅଧିକ ଟଙ୍କା ପାଇପାରିବେ, ସେଥିପାଇଁ ଏହାକୁ ଅଢ଼େଇ ଗୁଣ ବୃଦ୍ଧି କରାଯାଉଛି। ଏହା ଯୁବପିଢ଼ିକୁ ନିଯୁକ୍ତି ପ୍ରଦାନ କରିବ। ଆମେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯଇଛି।
ନିର୍ମଳାଙ୍କ ଅଷ୍ଟମ ବଜେଟ: ମଧ୍ୟବିତ୍ତଙ୍କୁ ଫୋକସ୍‌ , ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ
ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିବେ। ପୂର୍ବାହ୍ନ ୧୧ଟାରେ ଗୃହରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ରହିଛି। ଦରଦମ୍‌ ବୃଦ୍ଧି ବର୍ଷରେ ଏହି ବଜେଟକୁ ନେଇ ସାଧାରଣ ଲୋକଙ୍କ ଭିତରେ ବଢ଼ିଛି ଉତ୍କଣ୍ଠା। ସାମ୍ପ୍ରତିକ ପରିସ୍ଥିତିରେ ଚଳିଥର ବଜେଟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଗୁରୁତ୍ବ ଦେବା ଅନୁମାନ କରାଯାଉଛି। ବଜେଟରେ ବିଶେଷକରି ମଧ୍ୟବିତ୍ତ ବର୍ଗ ଆୟକର ସୀମା ବଢ଼ିବା ନେଇ ଆଶା ରଖିଥିବାବେଳେ ବିଭିନ୍ନ କ୍ଷେତ୍ରରେ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ହାର କୋହଳ ପାଇ ଅପେକ୍ଷା ରହିଛି। ଅନ୍ୟପଟେ କାରଦାତା ଟିକସ କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ଆଶା ରଖିଛନ୍ତି। ଯେପରିକି ଆୟକର ସ୍ଲାବ୍‌ ୧୦ ଲକ୍ଷକୁ ଟଙ୍କା ବୃଦ୍ଧି ଏବଂ ଷ୍ଟାଣ୍ଡାର୍ଡ ଡିଡକ୍‌ସନ୍‌ ୧.୨୦ ଲକ୍ଷକୁ ବଢ଼ିବା ଅାଶା କରାଯାଉଛି।
କ୍ରମାଗତ ଭାବେ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା । ଏହି ବଜେଟକୁ ନେଇ ଲୋକଙ୍କ ଅନେକ ଆଶା ରହିଛି। ସବୁ ରାଜ୍ୟର ନଜର କେନ୍ଦ୍ର ସରକାରଙ୍କ ଏହି ବଜେଟ ଉପରେ ରହିଛି। ସେହିଭଳି  ଦିନକୁ ଦିନ ବଜାର ଦରବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅପରପକ୍ଷେ ବଜାର ଚାହିଦା ହ୍ରାସ ଘଟିବାରେ ଲାଗିଛି। ଲୋକେ ଆୟକର  ଏବଂ ଉଚ୍ଚ ଜିଏସଟି ହାର ଭିତରେ ଛନ୍ଧି ହୋଇଯାଇଛନ୍ତି। ବିଶେଷ ଭାବେ ମଧ୍ୟବିତ୍ତ ପରିବାର ଆୟକର ସ୍ଲାବରେ ପରିବର୍ତ୍ତନ ପାଇଁ ଅାଶା ବାନ୍ଧିଛନ୍ତି। କେନ୍ଦ୍ର ସରକାର ନୂଆ ପୁରୁଣା  ଆୟକର ବ୍ୟବସ୍ଥା ବନ୍ଦ କରି ନୂଆ ଆୟକର ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ସେଥିପାଇଁ ନୂଆ ଆୟକର ପଦ୍ଧତିରେ ଆୟକର ସ୍ଲାବକୁ  ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଅଶା ରଖିଛନ୍ତି  ମଧ୍ୟବିତ୍ତ ବର୍ଗ। ଏହା ସହିତ ମଧ୍ୟବିତ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ ଯୋଜନା ଘୋଷଣା କରିପାରନ୍ତି ସରକାର। ଏଥିରେ ଆୟୁଷ୍ମାନ ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ପାଇଁ ମଧ୍ୟ ଘୋଷଣା ହୋଇପାରେ।
ଏହାଛଡା ଶିକ୍ଷା ଋଣ କ୍ଷେତ୍ରରେ ବଡ ସରକାର ଘୋଷଣା କରିପାରନ୍ତି। ଷ୍ଟକ ବଜାର କ୍ଷେତ୍ରରେ ମଧ୍ୟ କିଛି ଟିକସ ରିଆତି ଦେଇପାରନ୍ତି କେନ୍ଦ୍ର ସରକାର। ଏଥିରେ ପୁଞ୍ଜି ଆୟ ଟିକସ କମାଇବା ଉପରେ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର।  ଏହାସହିତ ଯୁବକଙ୍କୁ  ନିଯୁକ୍ତି ଦେବା ପାଇଁ ଏମଏସଏମଇ  କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବେ। ଗାମାଞ୍ଚଳର ଲୋକଙ୍କ ହାତକୁ ଅଧିକ କାମ ଦେଇ ସେମାନଙ୍କର ଆୟ ବଢ଼ାଇବା କ୍ଷେତ୍ରରେ ସରକାର ପଦକ୍ଷେପ ନେଇପାରନ୍ତି। ଏହାସହିତ ବିଭିନ୍ନ  କୃଷି ଉତ୍ପାଦ ଉପରୁ ଜିଏସ୍‌ଟି ହାର ପ୍ରତାହାର କରିପାରନ୍ତି।
ପାଖରେ ଟଙ୍କା ନଥିବାରୁ ଲୋକସଭା ନିର୍ବାଚନ ଲଢିବେନି କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: ୨୦୧୬ରୁ ରାଜ୍ୟସଭା ସାଂସଦ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ଲୋକସଭା ଆସନ ପାଇଁ ଟିକେଟ ପାଇଛନ୍ତି। କିନ୍ତୁ ତାଙ୍କ ପାଖରେ ପଇସାର ଅଭାବ ରହିଥିବାରୁ ସେ ଦଳର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଯେଉଁ ଭଳି ପାଣ୍ଠି ଦରକାର ତାହା ନଥିବାରୁ ସେ ଦଳର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଆନ୍ଧ୍ର ପ୍ରଦେଶ କିମ୍ବା ତାମିଲନାଡୁରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ନିର୍ମଳା କହିଛନ୍ତି। ସେ କହିଛନ୍ତି, “ପ୍ରସ୍ତାବ ମିଳିବା ପରେ ମୁଁ ପ୍ରାୟ ୭ରୁ ୧୦ ଦିନ ଚିନ୍ତା କରିଥିଲି। ଏହାପରେ ମୋ ଉତ୍ତର ଥିଲା ସମ୍ଭବତଃ ନା। ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଟଙ୍କା ମୋ ପାଖରେ ନାହିଁ। ଆନ୍ଧ୍ର ପ୍ରଦେଶ ହେଉ କିମ୍ବା ତାମିଲନାଡୁରେ ମୋର ମଧ୍ୟ ଗୋଟିଏ ସମସ୍ୟା ରହିଛି। ବିଜୟୀ ହେବା ପାଇଁ ସେଠାରେ ଅନେକ ପ୍ରକାରର ପ୍ରଶ୍ନ ରହିଛି। ସେମାନେ ଅନେକ କାରଣ ଖୋଜନ୍ତି। ଆପଣ କେଉଁ ସଂପ୍ରଦାୟର କିମ୍ବା ଆପଣଙ୍କ ଧର୍ମ କ’ଣ? ଆପଣ ସେଠାରୁ ଆସିଛନ୍ତି କି? ଏମିତି କେତେ କ’ଣ ପ୍ରଶ୍ନ ରହିଛି। ତେଣୁ ମୁଁ ମନା କରି ଦେଇଛି। କାରଣ ମୁଁ ଏସବୁ କରିପାରିବି ନାହିଁ। ସେମାନେ ମୋ ଯୁକ୍ତିକୁ ଗ୍ରହଣ କରିଥିବା ମୁଁ ବେଶ କୃତଜ୍ଞ। ତେଣୁ ମୁଁ ନିର୍ବାଚନ ଲଢ଼ୁ ନାହିଁ।”
ଦେଶର ଅର୍ଥ ମନ୍ତ୍ରୀଙ୍କ ପାଖରେ କ’ଣ ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ ବୋଲି ପ୍ରଶ୍ନରେ ସେ କହିଛନ୍ତି, “ମୋ ଦରମା ମୋ ଆୟ। ମୋ ସେଭିଂଗ ମୋ ଟଙ୍କା। ଭାରତର ଟଙ୍କା ମୋର ନୁହେଁ।” ତେବେ ସୀତାରମଣ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସମେତ ବିଜେପିର ଏକାଧିକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି।
ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସୀତାରମଣ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନି‌ଆଯାଇଥିଲା । ସୀତାରମଣ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରି ବେହରଣ ଦ୍ୱାର ଦେଇ ଫେରି ଥିଲେ । ପରେ ମୁକ୍ତିମଣ୍ଡପରେ ପ୍ରଣାମ କରି ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପାଟଅଗଣା ଦେଇ ବାହାରକୁ ଆସିଥିଲେ । ଶ୍ରୀଜିଉଙ୍କୁ ଦର୍ଶନ କରି ବିମୋହିତ ହୋଇଯାଇଛନ୍ତି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ଏହା ପରେ ସେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟାରେ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ପରେ ସେ ଭୁବନେଶ୍ୱର ଫେରିଆସିବେ।
ଅପରାହ୍ନରେ ହୋଟେଲ ମେ’ ଫେୟାରରେ ଆୟୋଜିତ କାର୍ଯ୍ୟକ୍ରମରେ କୁଇ ଓ ଦେଶୀୟ ଭାଷା ଉପରେ ଏକ ପୁସ୍ତକ ଉନ୍ମୋଚନ କରିବେ। ଅପରାହ୍ନ ୫ଟାରେ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହରେ ଆୟୋଜିତ ବିଂଶତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଗୁରୁବାର ରାତିରେ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀ ଫେରିଯିବେ।
ଦିଲ୍ଲୀ ଏମ୍ସରେ ଭର୍ତ୍ତିହେଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ପ୍ରାଇଭେଟ୍ ୱାର୍ଡରେ ଅର୍ଥମନ୍ତ୍ରୀଙ୍କୁ ଆଡମିଟ୍ କରାଯାଇଛି । ତେବେ ହଠାତ୍ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେ ନେଇ କିଛି ସୂଚନା ମିଳିନାହିଁ। ତେବେ ରୁଟିନ ଚେକଅପ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ।
ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏ ନେଇ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ  ପାଇଛି। ଫେବୃଆରୀ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ଯାଏ ଏହି  ଅଧିବେଶନ ଚାଲିବ । ପ୍ରଥମ ଦିନ ଜାନୁଆରୀ ୩୧ ତାରିଖରେ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ।
ସୂଚନା ଅନୁଯାୟୀ, ଚଳିତ ଥର ବଜେଟ ଅଧିବେଶନକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଅଧିବେଶନ ୩୧ ଜାନୁଆରୀରୁ ୧୧ ଫେବୃଆରୀ ଯାଏ ଚାଲିବ। ଫେବୃଆରୀ ୧୨ରୁ ଏକ ମାସର ଛୁଟି ରହିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ ରୁ ଆରମ୍ଭ ହୋଇ  ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ୪ର୍ଥ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ନିର୍ମଳା ସୀତାରମଣ।
ସୂଚନା ଅନୁଯାୟୀ, ଏବେ ସଂସଦର ଉଭୟ ଗୃହର ପ୍ରାୟ ୭ଶହରୁ ଉର୍ଦ୍ଧ୍ବ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମିତ ହୋଇଥିଲେ । ଜାନୁଆରୀ ୯  ପର୍ଯ୍ୟନ୍ତ  ପ୍ରାୟ ୪୦୦ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ ।  କିନ୍ତୁ ବୁଧବାର ଦିନ ଏହି ସଂଖ୍ୟା ୭୦୦ ଅତିକ୍ରମ କରିଥିଲା ​​। କେବଳ ଗତ ତିନି ଦିନ ମଧ୍ୟରେ ଏହି ସଂଖ୍ୟାରେ ପ୍ରାୟ ୩ ପ୍ରତିଶତ ବୃଦ୍ଧି ଘଟିଛି।