Vani Vihar - The Sakala
ଭୁବନେଶ୍ବର: ରାଜଧାନୀରେ ଶିଶୁ ଶ୍ରମିକ କାମ କରିବା ବେଳେ ଚଢ଼ାଉ। ରୁଚିକା ଚାଇଲଡ ଲାଇନ ପକ୍ଷରୁ ଚଢ଼ାଉ। ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଚଢ଼ାଉ। ଗୋବିନ୍ଦ ସାହୁ ମାର୍କେଟ ଭିତରେ ଥିବା ଦୁଇଟି ହୋଟେଲରେ ଚଢ଼ାଉ। ନାବାଳକ ମାନଙ୍କୁ କାମ କରାଉଥିବା ନେଇ ଅଭିଯୋଗ ହେଉଥିଲା। ୧୦ ବର୍ଷରୁ କମ ପିଲାଙ୍କୁ ବାସନ ମଜା, ପ୍ଲେଟ ସଫା କାମରେ ନିୟୋଜିତ କରାଯିବା ନେଇ ଅଭିଯୋଗ ହୋଇଥିଲା  ଅଭିଯୋଗ ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ରୁଚିକା ଚାଇଲଡ ଲାଇନ କର୍ମକର୍ତ୍ତା। ଶିଶୁ ଶ୍ରମିକ ପ୍ରଥା ଲୋପ କରିବା ପାଇଁ ବିଭିନ୍ନ ମହଲରୁ ସଚେତନ କରାଯାଉଛି। ତଥାପି ଯିଏ ନିୟମ ଅବମାନନା କରୁଛି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ରୁଚିକା ଚାଇଲଡ ଲାଇନ ପକ୍ଷରୁ କୁହାଯାଇଛି।
ଭୁବନେଶ୍ୱର: ନିକଟରେ କ୍ୟାମ୍ପସ୍‌‌ ପରିସରରୁ ସୌରଭ ଟୁଡୁ ଓ ଭବାନୀ ଶଙ୍କର ଗୋଚ୍ଛାୟତ ନାମକ ଦୁଇଜଣ ବ୍ରାଉନସୁଗାର ବେପାରୀ ଧରାପଡ଼ିବା ଓ ଜଣେ କ୍ୟାମ୍ପସ୍‌‌ରେ ରହୁଥିବା ଜଣାପଡ଼ିବା ପରେ ଉତ୍କଳ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଏସବୁରେ ରୋକ୍‌‌ ଲଗାଇବା ପାଇଁ ଜବରଦଖଲ ଉଚ୍ଛେଦ କରିବାକୁ ପୁଲିସ୍‌‌ ସହାୟତା ଲୋଡ଼ିଛନ୍ତି।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ୍‌‌ ମହାନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ କିଛି ବର୍ଷ ହେଲା ବିଶ୍ୱବିଦ୍ୟାଳୟ ପରିସରରେ କିଛି ବାହାର ଲୋକ ଅନଧିକୃତ ଭାବେ ଜବରଦଖଲ କରିଛନ୍ତି। ଯାହା ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଦଖଲକାରୀମାନେ ବିଭିନ୍ନ ସମୟରେ ଗୁରୁତ୍ୱହୀନ ପ୍ରସଙ୍ଗରେ କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସେମାନଙ୍କ ଉପସ୍ଥିତି ଯୋଗୁଁଁ କ୍ୟାମ୍ପସ ଭିତରେ ଏବଂ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଥିପାଇଁ ଜବରଦଖଲ ଉଚ୍ଛେଦ ଅନିବାର୍ଯ୍ୟ ହୋଇପଡ଼ିଛି। ଉଚ୍ଛେଦ ସମୟରେ ଅସାମାଜିକ ବ୍ୟକ୍ତିମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ଯାହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ। ଏଣୁ ପୁଲିସ୍‌‌ ସହାୟତା କରିବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ବ୍ରାଉନ୍‌‌ସୁଗାର ବେପାରୀ କ୍ୟାମ୍ପସ୍‌‌ରେ ରହୁଥିବା ପଦାକୁ ଆସିବା ପରେ କୁଳପତିଙ୍କୁ ଗଣମାଧ୍ୟର ପରତିନିଧିମାନେ ପ୍ରଶ୍ନ କରିଥିଲେ। ହେଲେ କୁଳପତି ନିଜର ଅସହାୟତା ପ୍ରକାଶ କରି ଏତେବଡ଼ କ୍ୟାମ୍ପସ୍‌‌ରେ କେଉଁଠି କଣ ହେଉଛି ସେ କେମିତି ଜାଣିବେ ବୋଲି କହିଥିଲେ। ଯାହା ବିବାଦ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀମାନେ ନିଜର ସୁରକ୍ଷା ବିପନ୍ନ ହୋଇପଡ଼ିଥିବା ଅଭିଯୋଗ କରିଥିଲେ। ଆନ୍ଦୋଳନ ପାଇଁ ବିଭିନ୍ନ ଛାତ୍ରସଂଗଠନ ପ୍ରସ୍ତୁତ ହେଉଥିବାବେଳେ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି।
ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା: ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି।  ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଭର୍ଚୁଆଲ ପ୍ଲାଟଫର୍ମରେ ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଇଛି।
ଏହି ୱେବସାଇଟ ହେଉଛି https://vtputkal.odisha.gov.in ।
ଘରେ ବସି ସେମିଷ୍ଟର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ। କେବଳ ଏହି ଲିଙ୍କରେ ଗୋଟେ କ୍ଲିକ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ। ଫିଜିକ୍ସ, କେମେଷ୍ଟ୍ରି, ବୋଟନି, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, ବାଣିଜ୍ୟ ଓ ଇକୋନୋମିକ୍ସ ପରି୧୧ ଟି କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ ହୋଇଛି। ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା  ସୃଷ୍ଟି କରିବା ।
‘ଏ++’ ମାନ୍ୟତା ଦୌଡ଼ରେ ଉତ୍କଳ ବିଶ୍ୱବିଦ୍ୟାଳୟ: ଅସଜଡ଼ା ଭିତ୍ତିଭୂମି, ଖାଲିପଡ଼ିଛି ଶିକ୍ଷକ ପଦବୀ
ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‌‌)ର ଏ++ ମାନ୍ୟତା ଦୌଡ଼ରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ମୂଲ୍ୟାଙ୍କନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ। ଦଳର ଗସ୍ତ ପୂର୍ବରୁ ଉତ୍ତମ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ ସଜେଇ ହେଉଛି। ବିଶ୍ୱବିଦ୍ୟାଳୟ ଏବେ ନାକ୍‌‌ର ‘ଏ ପ୍ଲସ୍‌‌’ ମାନ୍ୟତା ପାଇଥିବାବେଳେ ପରବର୍ତ୍ତୀ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ ସହିତ ଏ++ ମାନ୍ୟତା ପାଇବା ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରୟାସ ଜାରି ରଖିଛି। ହେଲେ ବିଶ୍ୱବିଦ୍ୟାଳୟର ଅସଜଡ଼ା ଭିତ୍ତିଭୂମି ସାଙ୍ଗକୁ ଖାଲିଥିବା ଶିକ୍ଷକ ପଦ ନାକ୍‌‌ ମାନ୍ୟତାରେ ଉନ୍ନତି ବଦଳରେ ଅବନତି ଆଣିବ ବୋଲି ଶିକ୍ଷାବିତ୍‌‌ମାନେ ମତ ଦେଇଛନ୍ତି।
ମାର୍ଚ୍ଚ ଶେଷ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନ ପାଇଁ ଆସିବେ ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ ବା ନାକ୍‌‌ ଟିମ୍‌‌। ନାକ୍‌‌ ଟିମ୍‌‌ ଆସିଲେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି କ’ଣ ଦେଖିବେ? ବିଭିନ୍ନ ବିଭାଗର ଶିକ୍ଷକ ପଦ ଖାଲିଥିବାବେଳେ ଗବେଷଣା, ପାଠପଢ଼଼ା ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି, ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମି ଆଦିରେ ଅନେକ ପଛରେ ପଡ଼ିଛି ଉତ୍କଳ। ନାକ୍‌‌ ଟିମ୍‌‌ ଆସିବା ପୂର୍ବରୁ ଉତ୍କଳର ସ୍ଥିତି ସୁଧୁରିବ କି ନା, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ। ଏନେଇ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟରେ ପାଖାପାଖି ୨୭ଟି ନିୟମିତ ବିଭାଗ ଥିବାବେଳେ ଏହି ବିଭାଗଗୁଡ଼ିକ ପାଇଁ ୨୫୭ ଅନୁମୋଦିତ ଅଧ୍ୟାପକ ପଦ ରହିଛି। ହେଲେ ସେଥିମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ପଦ ଖାଲି ପଡ଼ିଛି। ସେହିଭଳି ୪୭ଟି ପ୍ରଫେସର ପଦରୁ ପ୍ରାୟ ୭୦% ଖାଲିପଡ଼ିଥିବା ବେଳେ ବିଶ୍ୱବିଦ୍ୟାଳୟର ୭୬ଟି ଆସୋସିଏଟ୍‌‌ ପ୍ରଫେସର ପଦରୁ ୪୪ଟି ଖାଲିପଡ଼ିଛି। ୧୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ଅଧାରୁ ଅଧିକ ପଦରେ ନୂଆ ନିଯୁକ୍ତି ହୋଇନାହିଁ। ବିଶ୍ୱବିଦ୍ୟାଳୟରେ କେବଳ ଶିକ୍ଷକ ପଦ ଖାଲି ପଡ଼ିନି; ପାଖାପାଖି ୭ଶହଟି ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ଦୀର୍ଘଦିନ ହେବ ପଦଗୁଡ଼ିକ ଖାଲି ପଡ଼ିଥିବାବେଳେ ଏଥିରେ ସ୍ଥାୟୀ ନିଯୁକ୍ତି କେବେ ସେ ନେଇ ନିଦ୍ଦିଷ୍ଟ ସୂଚନା ନାହିଁ। ତେବେ ବିଶ୍ୱବିଦ୍ୟାଳୟର ଏପରି ସ୍ଥିତି କିଛି ବରିଷ୍ଠ କର୍ମଚାରୀଙ୍କୁ ସୁହାଇଛି। ସମ୍ପୃକ୍ତ କର୍ମଚାରୀ ଆଉଟ୍‌‌ସୋର୍ସିଂ ବ୍ୟବସ୍ଥାରେ ଅନେକ କର୍ମଚାରୀଙ୍କୁ ଥାଇଥାନ କରାଇଛନ୍ତି।
ଅନ୍ୟପକ୍ଷରେ ମାର୍ଚ୍ଚ ସୁଦ୍ଧା ବିଶ୍ୱବିଦ୍ୟାଳୟର ଅନେକ ବରିଷ୍ଠ ପ୍ରଫେସର ପଦ ଖାଲି ପଡ଼ିବ। ବିଶିଷ୍ଟ ତଥା ବରିଷ୍ଠ ପ୍ରଫେସରମାନଙ୍କ କାର୍ଯ୍ୟକାଳ ସରୁଥିବାବେଳେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରାଧ୍ୟାପକ ପଦ ଖାଲି ହେବ। ଶିକ୍ଷକ ପଦ ଖାଲି ରହିବା କାରଣରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ କମୁଛି। ଅଧ୍ୟାପକ ଅଭାବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଉଭୟ ଶିକ୍ଷାଦାନ ଓ ଗବେଷଣାରେ ପଛରେ ପଡ଼ିଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସଂଖ୍ୟା କମିବା ସହିତ ସେମାନଙ୍କ ଉପରେ ଅଧିକ ଦାୟିତ୍ୱ ଓ ଚାପ ଲଦି ଦିଆଯାଉଛି। ଯାହାକୁ ନେଇ ବିଶ୍ୱବିଦ୍ୟାଳୟର କିଛି ପ୍ରାଧ୍ୟାପକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ତେଣୁ ଏହାର ସମାଧାନ ଦିଗରେ ପଦକ୍ଷେପ କରାଯିବା ନିତ୍ୟାନ୍ତ ଜରୁରୀ ବୋଲି ଶିକ୍ଷାବିତ୍‌‌ ଡ. ଚିତ୍ତ ରଞ୍ଜନ ପଣ୍ଡା କହିଛନ୍ତି। ସେହିପରି ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଖାଲିଥିବା ଶିକ୍ଷକ ପଦ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ଓପିଏସସି ଦ୍ୱାରା ଚୟନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ ନିଯୁକ୍ତି ହୋଇ ପାରିନି। ମାତ୍ର ନାକ୍‌‌ରେ ଉତ୍ତମ ପ୍ରଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ କହିଛନ୍ତି। ତାରିଖ ନିର୍ଦ୍ଧାରଣ ହୋଇ ନ ଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ଆସିବା ନିଶ୍ଚିତ ହୋଇଥିବା ସେ କହିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା: ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର ବିଜେଡ଼ି
ଭୁବନେଶ୍ବର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ପିଜି କାଉନସିଲ କନଫରେନ୍ସ ହଲରେ ସେମିନାର ଚାଲିଥିଲା । ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ଦେଉଥିଲେ। ଏହି ସମୟରେ ତାଙ୍କୁ ଏବିଭିପିର କାର୍ଯ୍ୟକର୍ତ୍ତା ମାନେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମାରିଛନ୍ତି। ତେବେ ଏହି ଘଟଣା ନୂଆ ନୁହେଁ ଆଗରୁ ମଧ୍ୟ ଅନେକ ଥର ଏବିଭିପିର କାର୍ଯ୍ୟକର୍ତ୍ତା ବିଶ୍ୱବିଦ୍ୟାଳୟର ବିଭିନ୍ନ ସଭାରେ ପାଟିତୁଣ୍ଡ କରିବା ସହ ଅପ୍ରୀତିକର ପରିବେଶ ସୃଷ୍ଟି କରିଛନ୍ତି। ଆଜିର ଏହି ଘଟଣା ପରେ ବିଶ୍ଵବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବାରମ୍ବାର ଏହିପରି ଘଟଣା ହେଉଥିବାରୁ ଏଠାରେ ଶିକ୍ଷାର ବାତାବରଣ ନଷ୍ଟ ହୋଇଯାଉଛି ।
ତେବେ ଆଜିର ଏହି ଘଟଣାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରିବା ସହ ବାରମ୍ବାର ଏଭଳି ଉନ୍ମତ୍ତ କାଣ୍ଡ ଭିଆଉଥିବା ଛାତ୍ର ଏବଂ ଅଣଛାତ୍ର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ। ଏହି ପରିପ୍ରେକ୍ଷୀରେ ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଣୁ ବିଜୁ ଛାତ୍ର ଜନତା ଦଳ କେବେବି କୌଣସି ହିଂସାକୁ ପ୍ରଶୟ ଦିଏନାହିଁ। ଆଜିର ଘଟଣା ନିଶ୍ଚିତ ଭାବେ ଏକ ନିନ୍ଦନୀୟ ଘଟଣା। ଏକ ନିର୍ଦିଷ୍ଟ ରାଜନୈତିକ ଦଳର କିଛି ବ୍ୟକ୍ତବିଶେଷ ଏପରି ଘଟଣା ସୃଷ୍ଟି କରିବା ସହ କ୍ୟାମ୍ପସ ର ବାତାବରଣକୁ ନଷ୍ଟ କରିବା ଉଦ୍ଦେଶ୍ୟକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ତତ୍ ସହିତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛି ଛାତ୍ର ବିଜେଡ଼ି ।
ବାଣୀବିହାର ବିଶ୍ବବିଦ୍ୟାଳୟରେ ଛାତ୍ର ଅସନ୍ତୋଷ: ଜେଏନୟୁର ଜଣେ ପ୍ରଫେସରଙ୍କ ମନ୍ତବ୍ୟକୁ ନେଇ ବିରୋଧ, ୨ ଆହତ
ଭୁବନେଶ୍ବର: ବାଣୀବିହାରରେ ପୁଣି ଥରେ ଅଶାନ୍ତି ପରିସ୍ଥିତି ଦେଖିବାକୁ ମିଳିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍‌ରେ ରବିବାର ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଜେଏନୟୁର ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଜେଏନୟୁର ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ୍ ମଜୁମଦାର ବାଣୀବିହାର ପରିସରସ୍ଥିତ ପିଜି କାଉନସିଲ ହଲ୍‌ରେ ଅନୁଷ୍ଠିତ ସେମିନାରରେ ଯୋଗ ଦେବାକୁ ଆସିଥିଲେ। ଭାରତୀୟ ସମ୍ବିଧାନ ଉପରେ ସେଠାରେ ସେମିନାର ଆୟୋଜିତ ହୋଇଥିଲା । ଆଲୋଚନାଚକ୍ରରେ ଜେଏନୟୁର ଜଣେ ପ୍ରଫେସରଙ୍କ ମନ୍ତବ୍ୟକୁ ବିରୋଧ ଦେଖିବାକୁ ମିଳିଥିଲା ।  ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ରମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ସହ ଯୁକ୍ତିତର୍କ କରିବାରୁ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସହିଦନଗର ପୁଲିସ ଥାନାରେ ୨ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ନାକ୍‍ ଟିମ୍‍ ଆସିବା ପୂର୍ବରୁ ‘ଉତ୍କଳ’ ଅସଜଡ଼ା, ଭିତ୍ତିଭୂମି ଓ ଶିକ୍ଷକ ଅଭାବ ସାଜିବ ପ୍ରମୁଖ ସମସ୍ୟା
ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‍)ର ଏ++ ମାନ୍ୟତା ଦୌଡ଼ରେ ଉତ୍କଳ ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟର ୭୯ ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏଦିଗରେ ଗୁରୁତ୍ୱ ଦେଇଥିଲେ। ବିଶ୍ୱବିଦ୍ୟାଳୟ ଏବେ ନାକ୍‍ର ଏ ପ୍ଲସ୍‍ ମାନ୍ୟତା ପାଇଛି। ପରବର୍ତ୍ତୀ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ ସହିତ ଏ++ ମାନ୍ୟତା ପାଇବା ଲାଗି ‘ଉତ୍କଳ’ ପ୍ରୟାସ ଜାରି ରଖୁ ବୋଲି ସେ କହିଥିଲେ। ତେବେ ଆସନ୍ତା ଜୁନ୍‍ ମାସ ନାକ୍‍ ଟିମ୍‍ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବାକୁ ଥିବାବେଳେ ବିଶ୍ୱବିଦ୍ୟାଳୟର ଅସଜଡ଼ା ଭିତ୍ତିଭୂମି ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ଅବ୍ୟବସ୍ଥା ନାକ୍‍ ମାନ୍ୟତାରେ ଉନ୍ନତି ବଦଳରେ ଅବନତି ଆଣିବ ବୋଲି ଆଶଙ୍କା ଦେଖା ଦେଇଛି।
ନାକ ‘ଏ+’ର ମାନ୍ୟତା ହାସଲ କରିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ଚଳିତବର୍ଷ ବିଶ୍ୱବିଦ୍ୟାଳୟ ଏହି ମାନ୍ୟତା ବଜାୟ ରଖିବ ନା ଏଥିରେ ଉନ୍ନତି ହୋଇ ନାକ୍‍ ଏ ++ମାନ୍ୟତା ହାସଲ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ, ଭିତ୍ତିଭୂମି ଓ ବିଭାଗଗୁଡ଼ିକର ରୂପରେଖ ଏବଂ ଶୈକ୍ଷକ ବାତାବରଣ ଦେଖି ଶିକ୍ଷାବିତମାନେ ଚଳିତବର୍ଷ ନାକ୍‍ ମାନ୍ୟତାରେ ଅବନତି ଘଟିବ ବୋଲି ମତପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ସର୍ବପ୍ରଥମ ବିଶ୍ୱବିଦ୍ୟାଳୟଭାବେ ଅନେକ ଖ୍ୟାତି ସାଉଁଟିଛି। ରାଜ୍ୟ ତଥା ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ବିଶ୍ୱବିଦ୍ୟାଳୟର ଛାତ୍ର। ଏକଦା ପ୍ରଶାସନିକ ସେବାର ସଫଳତା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ସୁଖ୍ୟାତି ଅର୍ଜନ କରିଥିଲା ବେଳେ ବିଗତ ଦଶନ୍ଧୀ ଧରି ବିଦ୍ୟାଳୟରୁ କୌଣସି ବି ଛାତ୍ରଛାତ୍ରୀ ଭାରତୀୟ ପ୍ରାଶାସନିକ ସେବାରେ କୃତକାର୍ଯ୍ୟ ହୋଇ ନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି ପ୍ରଶାସନିକ ସେବା ପାଇଁ ପିଲା କିପରି ପ୍ରଶିକ୍ଷଣ ପାଇପାରିବେ ସେ ନେଇ ୨୦୧୭ ମସିହାରେ ସ୍ୱତନ୍ତ୍ର ଯୋଜନା ପରେବି ଏହା ଲକ୍ଷ୍ୟହୀନ।
ସେହିପରି ନାକ ମାନ୍ୟତା ପାଇବା ଲାଗି ଗବେଷଣାର ପ୍ରମୁଖ ଭୂମିକା ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷଣା ସମ୍ପର୍କରେ ସିଏଜିଙ୍କ ରିପୋର୍ଟ ଅନୁଯାୟୀ ୨୦୧୪-୧୫ ଶିକ୍ଷାବର୍ଷରୁ ୨୦୧୮-୧୯ ପର୍ଯ୍ୟନ୍ତ ମୋଟ ୪୯ଟି ଗବେଷଣାତ୍ମକ ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ୨୦୨୦ ଜାନୁଆରୀ ମାସ ପର୍ଯ୍ୟନ୍ତ ସେଥିରୁ ମାତ୍ର ୮ଟି ରିସର୍ଚ୍ଚ ପେପର ଶେଷ ହୋଇଛି। ସିଏଜିଙ୍କ ତଥ୍ୟ ମୁତାବକ ଉତ୍କଳରେ ଗବେଷଣା କାର୍ଯ୍ୟ ୧୬% ମଧ୍ୟରେ ସୀମିତ ରହିଛି। ତେବେ ନାକ୍‍ ଟିମ ଅତିକମରେ ୨୦%ରୁ କମ ହେଲେ କୌଣସି ବିଶ୍ୱବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରନ୍ତି ନାହିଁ। ଏହି ମାପଦଣ୍ଡକୁ ବିଚାରକୁ ନେଲେ ନାକ୍‍ ମାନ୍ୟତା ମିଳିବା ମଧ୍ୟ କଷ୍ଟକର ହେବ। ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ସେଲ୍‌ଫ ସରକାରଙ୍କ ଠାରୁ ଆସିଥିବା ଗବେଷଣା ଅନୁଦାନ ଉପରେ ଦୃଷ୍ଟି ଦେଇ ନ ଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଇଥିଲେ।
ସେହିପରି ବିଗତ ୫ବର୍ଷ ମଧ୍ୟରେ କେବଳ ବିଶ୍ୱବିଦ୍ୟାଳୟ ଗୋଟିଏ ପେଟେଣ୍ଟ ରାଇଟ୍ସ ହାସଲ କରିବାକୁ ସକ୍ଷମ ହୋଇଛି। ଏଥିରୁ ବିଶ୍ୱବିଦ୍ୟାଳୟର ଗବେଷଣା ଭିତ୍ତିଭୂମି କେତେ ସୁଦଢ଼ ସହଜରେ ଅନୁମେୟ। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟରେ ୨୭ଟି ନିୟମିତ ବିଭାଗ ଥିବାବେଳେ ଏହି ବିଭାଗଗୁଡ଼ିକ ପାଇଁ ୨୫୭ ଅନୁମୋଦିତ ଅଧ୍ୟାପକ ପଦ ରହିଛି। ହେଲେ ସେଥିମଧ୍ୟରୁ ଅଧାରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ସେହିପରି ୪୭ଟି ପ୍ରଫେସର ପଦରୁ ୩୦ରୁ ଅଧିକ ପଦ ଖାଲିପଡ଼ିଥିବାବେଳେ ବିଶ୍ୱବିଦ୍ୟାଳୟର ୭୬ଟି ଆସୋସିଏଟ୍‍ ପ୍ରଫେସର ପଦରୁ ୪୦ ପ୍ରତିଶତ ଖାଲିପଡ଼ିଛି। ୧୩୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ବିଶ୍ୱବିଦ୍ୟାଳୟରେ କେବଳ ଶିକ୍ଷକ ପଦ ଖାଲି ପଡ଼ିନି। ଶିକ୍ଷକ ପଦ ସାଙ୍ଗକୁ ୬୭୯ଟି ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ଦୀର୍ଘଦିନ ହେବ ପଦଗୁଡ଼ିକ ଖାଲି ପଡ଼ିଥିବାବେଳେ ଏଥିରେ ସ୍ଥାୟୀ ନିଯୁକ୍ତି କେବେ ସେ ନେଇ ନିଦ୍ଦିଷ୍ଟ ସୂଚନା ନାହିଁ। ତେବେ ଏପରି ସ୍ଥିତିରେ ବିଶ୍ୱବିଦ୍ୟାଳୟକୁ ନାକ୍‍ ଏ++ ମାନ୍ୟତା ମିଳିବାରେ ଅନେକ ସମସ୍ୟା ହେବ ବୋଲି ଶିକ୍ଷାବିତ୍‍ମାନେ ମତ ପୋଷଣ କରିଛନ୍ତି।
ୟୁନିଭର୍ସିଟି ହାଇସ୍କୁଲର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ, ସ୍କୁଲ ପରିଚାଳନା ଦାୟିତ୍ୱରୁ ହଟିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରୟାସ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ୟୁନିଭର୍ସିଟି ହାଇସ୍କୁଲର ଭାଗ୍ୟ ଓ ଭବିଷ୍ୟତକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଉଚ୍ଚ ବିଦ୍ୟାଳୟରେ ୬ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନରତ। ବର୍ତ୍ତମାନ ଏହି ହାଇସ୍କୁଲ ବିଶ୍ୱବିଦ୍ୟାଳୟର ପରିଚାଳନା ଅର୍ଥାତ ଉଚ୍ଚଶିକ୍ଷା ବିଭାଗ ହାତରେ ରହିବା ନା ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଯିବ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗିଛି।
୧୯୬୨ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହୋଇଥିଲା ୟୁନଭର୍ସିଟି ହାଇସ୍କୁଲ। ଏହି ଉଚ୍ଚ ବିଦ୍ୟାଳୟର ସମସ୍ତ ପରିଚାଳନା ଦାୟିତ୍ୱ ବିଶ୍ୱବିଦ୍ୟାଳୟକୁ ନ୍ୟସ୍ତ କରାଯାଇ ଥିବାବେଳେ ନିଯୁକ୍ତି ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଦାୟିତ୍ୱ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନ୍ୟସ୍ତ କରାଯାଇଥିଲା। ମାତ୍ର ପରୀକ୍ଷା ପରିଚାଳନା ଦାୟିତ୍ୱ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଦିଆଯାଇଥିଲା। ଏକି କ୍ରମରେ ବେଶ୍‍ ସୁରୁଖୁରୁରେ ପରିଚାଳିତ ହେଉଥିଲା ୟୁନିଭର୍ସିଟି ହାଇସ୍କୁଲ। ଓଡ଼ିଶାର ବହୁ ପ୍ରତିଷ୍ଠିତ ଓ ଖ୍ୟାତିସମ୍ପର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ଉଚ୍ଚ ବିଦ୍ୟାଳୟ ଜନ୍ମ ଦେଇଛି। ହେଲେ ଖ୍ୟାତିସମ୍ପର୍ଣ୍ଣ ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଆନ୍ତରିକତା ନଥିବା ପରିଲକ୍ଷିତ ହେଉଛି। ଦୀର୍ଘ ଦିନ ହେବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦ ଖାଲି ଥିବାବେଳେ ଏହାକୁ ପୂରଣ ପାଇଁ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନଥିବା ଦେଖିବାକୁ ମିଳିଛି।
ବିଦ୍ୟାଳୟର ୫ ଜଣ ରେଗୁଲାର ଓ ଚୁକ୍ତିଭିତ୍ତିକ ୩ ଜଣଙ୍କୁ ମିଶାଇ ମୋଟ୍‍ ୮ ଜଣ ଶିକ୍ଷକ ଅଛନ୍ତି। ହେଲେ ବିଶ୍ୱବିଦ୍ୟାଳୟର ଅନୁମୋଦିତ ପଦ ଶିକ୍ଷକ ୨୯ ରହିଛି। ୬୩୦ ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ସ୍ଥିତିରେ ମାତ୍ର ୮ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି। ସେହିପରି ଅନ୍ୟାନ୍ୟ ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ତେଣୁ ଶିକ୍ଷାନୁଷ୍ଠାନର ସମସ୍ତ ପଦ ପଦବୀ ପୂରଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ପ୍ରକାଶ ପାଇଛି।
ଅପରପକ୍ଷେ ୟୁନିଭର୍ସିଟି ହାଇସ୍କୁଲ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟ କୁଳ ସଚିବଙ୍କୁ ଚିଠି ଲେଖିଛି। ବିଭାଗୀୟ ସ୍ୱତନ୍ତ୍ର ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୟୁନିଭର୍ସିଟି ହାଇସ୍କୁଲର ପରିଚାଳନା ପାଇଁ ଉଚ୍ଚ ଶିକ୍ଷା ବିଭାଗର କୌଣସି ଦାୟିତ୍ୱ ନାହିଁ, ମାତ୍ର ଉକ୍ତ ବିଦ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ଦିଗରେ ବିଭାଗ ବିଚାରବିମର୍ଶ କରିପାରେ। ତେଣୁ ୟୁନିଭର୍ସିଟି ହାଇସ୍କୁଲରେ କେତେ ସଂଖ୍ୟକ ପଦ ଖାଲି ରହିଛି ଓ ବିଗତ ୫ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ କେତେ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସେ ନେଇ ତଥ୍ୟ ରଖିବାକୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଚିଠିରେ ଲିଖିତ ହୋଇଥିବା ବାକ୍ୟ ‘ୟୁନିଭର୍ସିଟି ହାଇସ୍କୁଲର ପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗର କୌଣସି ଦାୟିତ୍ୱ ନାହିଁ’ ବୁଦ୍ଧୀଜୀବୀଙ୍କୁ ଚକିତ କରିଛି। ତେଣୁ ୟୁନିଭର୍ସିଟି ହାଇସ୍କୁଲର ଭାଗ୍ୟ ଓ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଏ ସମ୍ପର୍କରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ କହିଛନ୍ତି ଯେ, ୟୁନିଭର୍ସିଟି ହାଇସ୍କୁଲ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ କି ନାହିଁ ସେନେଇ ନିକଟରେ ଏକ ବୈଠକ ବସିଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଉଚ୍ଚଶିକ୍ଷା ବିଭାଗର ଅଧୀକାରୀ ଓ ସିଣ୍ଡିକେଟ୍‍ କମିଟି ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସ୍କୁଲ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ ବୋଲି ମଧ୍ୟ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଶିକ୍ଷାନୁଷ୍ଠାନର କର୍ମଚାରୀ ପଦ ପୂରଣ କରିବା ପାଇଁ ବିଭାଗ ଏପରି ନିର୍ଦ୍ଦେଶନାମା ଜାରି କରିଥାଇପାରେ ବୋଲି ସେ କହିଛନ୍ତି। ମାତ୍ର ଏପରି କୌଣସି ନିର୍ଦ୍ଦେଶନାମା ତାଙ୍କ ନିକଟରେ ପହଞ୍ଚି ନଥିବା ସେ କହିଛନ୍ତି।