COVID Review Meeting - The Sakala

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ଯମନ୍ତ୍ରୀ: ବୁଷ୍ଟର ଡୋଜକୁ ଗୁରୁତ୍ୱ, ସଙ୍ଗରୋଧରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ସଠିକ ତଦାରଖ କରିବାକୁ ପରାମର୍ଶ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତା ସହିତ ବରିଷ୍ଠ ନାଗରିକ ଓ ସମ୍ମୁଖ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦେବା ଉପରେ ମଧ୍ୟ  ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋଭିଡ ରୋଗୀ ସଂଖ୍ୟା ସ୍ଥିର ରହିଥିବା ବେଳେ ନୂଆ ପଜିଟିଭ କେସ୍‌ରେ ମଧ୍ୟ ହ୍ରାସ ଘଟିଛି । ତୃତୀୟ ଲହରରେ ଡାକ୍ତରଖାନା ଉପରେ ବିଶେଷ ଚାପ ପଡିନାହିଁ । କିନ୍ତୁ ଏଥିରେ ଆତ୍ମସନ୍ତୋଷର ସ୍ଥାନ ନାହିଁ । ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ।

ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍‌ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ପୋଲିସକୁ ପରାମର୍ଶ ପ୍ରଦାନ କରିଛନ୍ତି । ସେହିପରି ପୃଥକ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ Rapid Response Team ଓ କର୍ମଚାରୀ ମାନେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।

ବର୍ତ୍ତମାନ ପରିସ୍ଥିତିରେ ଆତଙ୍କିତ ନ ହୋଇ କୋଭିଡ ସୁରକ୍ଷା ନିୟମାବଳୀକୁ ସଠିକ୍‌ ଭାବରେ ପାଳନ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କୋଭିଡ ନିୟମାବଳୀର ପରିପାଳନ ନିମନ୍ତେ ପ୍ରଶାସନ ନେଇଥିବା ବିଭିନ୍ନ ପଦକଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଏକ ବିସ୍ତୃତ ଚିତ୍ର ଉପସ୍ଥାପନା କରିଛନ୍ତି  ।

ରାଜ୍ୟରେ ଦୈନିକ ଟେଷ୍ଟିଂ ୬୫ ହଜାରରୁ ୭୦ ହଜାର ରହିଥିବା ବେଳେ, ପଜିଟିଭିଟି ହାର ୧୧.୪ ପ୍ରତିଶତ ରହିଛି । ଯାହାକି ଜାତୀୟ ହାର ଠାରୁ କମ୍‌ ଅଟେ। ଯାଜପୁର, ବାଲେଶ୍ୱର, କଟକ, ସୁନ୍ଦରଗଡ ଓ ଖୋର୍ଦ୍ଧାରେ ପଜିଟିଭିଟି ହାର ତୁଳନାତ୍ମକ ଭାବେ ଅଧିକ ରହିଛି । ସେହିପରି ଟିକାକରଣ ସ୍ଥିତି ମଧ୍ୟ ସନ୍ତୋଷଜନର ରହିଛି ବୋଲି ଆର. କେ ଶର୍ମା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: କହିଲେ ସତର୍କ ଓ ସାବଧାନ ରହିବା, କରୋନା ବିରୋଧୀ ଲଢେଇରେ ନିଶ୍ଚିତ ବିଜୟୀ ହେବା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ କରିଛନ୍ତି।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ସମୟ ମଧ୍ୟରେ ରାଜ୍ୟରେ କରୋନା ବୃଦ୍ଧି, ଟୀକାକରଣ ଏବଂ ମୌଳିକ ସ୍ୱାସ୍ଥ୍ୟ ସୁବିଧା ଉପରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ, କରୋନାର ବଢୁଥିବା ବେଗକୁ ନିୟନ୍ତ୍ରଣ କରିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଉଛି ଏବଂ ଆଗକୁ କିପରି ଭାବେ ସତର୍କତାରେ ସହ କାର୍ଯ୍ୟ କରାଯିବ ତାହା ଉପରେ ଆଲୋଚନା କରାଯାଇଛି।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ରଖିଛନ୍ତି । ପୂର୍ବ ଭ୍ୟାରିଆଣ୍ଟ ଅପେକ୍ଷା ଓମିକ୍ରନ ତୀବ୍ର ଗତିରେ ମାଡ଼ି ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଭ୍ୟାରିଆଣ୍ଟ ଆମେରିକାରେ ଦିନକରେ ୧୪ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ଆମକୁ ସତର୍କ, ସାବଧାନ ରହିବାକୁ ପଡ଼ିବା ସହ ଭୟଭୀତ ନହୋଇ ଏହାର ସାମ୍ନା କରିବାକୁ ସେ ପରାମର୍ଶ ଦେଇଛନ୍ତି । ପୂଜା, ପାର୍ବଣ ଋତୁରେ ଗାଇଡ୍‌ଲାଇନ୍‌କୁ ହେଳା ନକରି ଆମକୁ ସତର୍କ ରହିବାକୁ ପଡ଼ିବ । ଏଥି ସହତ ପ୍ରତି ରାଜ୍ୟରେ ମେଡିକାଲ୍‌ ଭିତ୍ତିଭୂମି ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Speaking at meeting with the Chief Ministers. https://t.co/VDA7WeB7UA

— Narendra Modi (@narendramodi) January 13, 2022

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚାଲିଥିବା ଏହି ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଶହେ ବର୍ଷର ସବୁଠାରୁ ବଡ ମହାମାରୀ ବିରୋଧରେ ଭାରତର ସଂଗ୍ରାମ ବର୍ତ୍ତମାନ ତୃତୀୟ ବର୍ଷରେ ପ୍ରବେଶ କରିଛି । କଠିନ ପରିଶ୍ରମ ହେଉଛି ଆମର ଏକମାତ୍ର ପଥ ଏବଂ ବିଜୟ ହେଉଛି ଏକମାତ୍ର ବିକଳ୍ପ। ଆମେ ୧୩୦ କୋଟି ଭାରତୀୟ ନିଶ୍ଚିତ ଭାବରେ ଆମର ଉଦ୍ୟମ ବଳରେ କରୋନାଠାରୁ ବିଜୟୀ ହେବା । ସେ କହିଛନ୍ତି ଯେ ଓମିକ୍ରନ୍ ବିଷୟରେ ପୂର୍ବ ସନ୍ଦେହ ଏବେ ଧୀରେ ଧୀରେ ସ୍ପଷ୍ଟ ହୋଇଯାଉଛି । ଓମିକ୍ରନ୍ ଭାରିଆଣ୍ଟ ସାଧାରଣ ଜନତାଙ୍କୁ ପୂର୍ବ ପ୍ରକାର ଅପେକ୍ଷା ଅଧିକ ଶୀଘ୍ର ସଂକ୍ରମିତ କରୁଛି।

ସେ କହିଛନ୍ତି ଯେ ପୂର୍ବ ପ୍ରକାର ତୁଳନାରେ ଓମିକ୍ରନ୍ ଦ୍ରୁତ ଗତିରେ ବିସ୍ତାର କରୁଛି।  ଆମର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି । ଆଉ ଏହି ସମୟରେ  ଆମକୁ ସତର୍କ ରହିବାକୁ ପଡିବ । ଟୀକାକରଣ ବିଷୟରେ ସେ କହିଛନ୍ତି ଯେ ଆଜି ଭାରତ ପ୍ରାୟ ୯୨ ପ୍ରତିଶତ ବୟସ୍କ ଲୋକଙ୍କୁ କୋଭିଡ ଟିକା ପ୍ରଦାନ କରିଛି। ଦ୍ୱିତୀୟ ଡୋଜର କଭରେଜରେ ମଧ୍ୟ ଦେଶ ପ୍ରାୟ ୭୦ ପ୍ରତିଶତରେ ପହଞ୍ଚିଛି। ୧୦ ଦିନ ମଧ୍ୟରେ ଭାରତ ପ୍ରାୟ ୩୦ ନିୟୁତ କିଶୋରଙ୍କୁ ଟିକା ଦେଇଛି। ରାଜ୍ୟମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି। ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ଯେତେ ଶୀଘ୍ର ‘ବୁଷ୍ଟର ଡୋଜ୍’ ଦିଆଯାଏ ତାହା ଉପରେ ଫୋକସ ରହିଛି।ଶତ ପ୍ରତିଶତ ଟିକାକରଣ ପାଇଁ ଆମକୁ ହର ଘର ଦସ୍ତାକ ଅଭିଯାନକୁ ଅଧିକ  ତୀବ୍ରତର କରିବାକୁ ପଡିବ।

ଜୀବନ ଜୀବିକା ପାଇଁ ଲୋକାଲ କଣ୍ଟେନମେଣ୍ଟ ଉପରେ ଜରୁରୀ ଫୋକସ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୋଦୀ କହିଛନ୍ତି ଅନେକ ରାଜ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି, ଓମିକ୍ରନ ସହ ସମ୍ଭାବ୍ୟ ଭାରିଆଣ୍ଟକୁ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ପାରମ୍ପରିକ କାଢ଼ା ପିଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।