up election 2022 - The Sakala

ପଞ୍ଜାବ ଓ ୟୁପିରେ ଚାଲିଛି ମତଦାନ
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଯାିଛି। ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ବିଭିନ୍ନ ଦଳର ପ୍ରାୟ ୧୩୦୪ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨.୧୪ ଭୋଟର ଆଜି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାସକ କଂଗ୍ରେସ ଦଳ ପୁଣିଥରେ କ୍ଷମତାକୁ ଫେରିବାକୁ ଜୋରଦାର ପ୍ରସ୍ତୁତି କରିଥିବା ବେଳେ କଂଗ୍ରେସକୁ ଟକ୍କର ଦେବାକୁ ଆମ ଆଦମୀ ପାର୍ଟି ମଧ୍ୟ ରଣନୀତି ପ୍ରସ୍ତୁତ କରିଛି। ଏହାବ୍ୟତୀତ ଶିରୋମଣୀ ଅକାଳୀ ଦଳ ଏବଂ ବିଏସପି ମେଣ୍ଟ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛି। ସବୁଠୁ ବଡ଼ କଥା ହେଲା ଏହି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନୂଆ ପାର୍ଟି ପଞ୍ଜାବ ଲୋକ କଂଗ୍ରେସ ବିଜେପି ସହ ମେଣ୍ଟ କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛି। ଏହାବ୍ୟତୀତ ପଞ୍ଜାବ ଚାଷୀ ନେତାଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ସଂଯୁକ୍ତ ସମାଜ ମୋର୍ଚ୍ଚା ପ୍ରଥମଥର ପାଇଁ ନିର୍ବାଚନ ଲଢୁଛି।

ପଞ୍ଜାବ ବ୍ୟତୀତ ଉତ୍ତର ପ୍ରଦେଶରେ ମଧ୍ଯ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ରାଜ୍ୟର ପଶ୍ଚିମାଞ୍ଚଳର ୫ ଜିଲ୍ଲା ସମେତ ଅବଧ ଅଞ୍ଚଳର ୬ ଏବଂ ବୁନ୍ଦେଲଖଣ୍ଡର ୫ଟି ଜିଲ୍ଲାରେ ମୋଟ ୫୯ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ମତଦାନ ଚାଲିଛି। ବିଭିନ୍ନ ଦଳର ୬୨୭ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ପ୍ରାୟ ୨.୧୫ କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଆସନ୍ତାକାଲି ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ଯାୟ ନିର୍ବାଚନ: ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ
ଉତ୍ତରପ୍ରଦେଶ: ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ତୃତୀୟ ପର୍ୟ୍ୟାୟ ନିର୍ବାଚନ। ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ। ସବୁଠାରୁ ଚର୍ଚ୍ଚିତ ଆସନ କରହାଲରେ ହେବ ଭୋଟ । ଏହି ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ମଧ୍ୟ ଲଢୁଛନ୍ତି ଅଖିଳେଶଙ୍କ କାକା ଶିବପାଲ ଯାଦବ । ୧୬ ଜିଲ୍ଲାର ୫୯ଟି ଆସନରେ ହେବ ଭୋଟ। ମଇଦାନରେ ଅଛନ୍ତି ୬୨୭ ଜଣ ପ୍ରାର୍ଥୀ । ଫିରୋଜାବାଦ, ମଇନପୁରୀ, ଇଟାହ, କାସଗଞ୍ଜ, ହାଥରସ, କାନପୁର, କାନପୁର ଦେହାତ, ଔରେୟା, ଫରକ୍କାବାଦ, କନୌଜ, ଝାନସୀ, ଜଲାଉନ, ଲଳିତପୁର, ହମିରପୁର, ମାହୋବା ଜିଲ୍ଲାରେ ହେବ ଭୋଟ।

ସେହିପରି, ଆସନ୍ତାକାଲି ପଞ୍ଜାବରେ ମଧ୍ୟ ମତଦାନ ହେବ। ୧୧୭ଟି ଆସନ ଲାଗି ହେବ ନିର୍ବାଚନ । ମୋଟ ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକାଉର ସାହିବ ଓ ଭଦାଉର ଆସନରୁ ଲଢୁଥିବା ବେଳେ, ଅମୃତସର ପୂର୍ବ ଆସନରୁ ଲଢୁଛନ୍ତି ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବ ଲୋକ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂ ପଟିଆଲା ଅର୍ବାନ ଆସନରୁ ଲଢୁଥିବା ବେଳେ, ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବତ ମନ୍ ଧୁରି ଆସନରୁ ଲଢୁଛନ୍ତି । ସେହିପରି ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ ଲାମ୍ବି ଆସନରୁ ଲଢୁଥିବା ବେଳେ, ତାଙ୍କ ପୁଅ ସୁଖବୀର ସିଂ ବାଦଲ ଜଲାଲାବାଦ ଆସନରୁ ଲଢୁଛନ୍ତି । ଏହାସହ କଂଗ୍ରେସ ପକ୍ଷରୁ ମୋଗା ଆସନରେ ଲଢୁଛନ୍ତି ମାଳବିକା ସୁଦ୍ । ରାଜ୍ୟର ବହୁ ମନ୍ତ୍ରୀଙ୍କର ବି ହେବ ଭାଗ୍ୟ ପରୀକ୍ଷା ।

ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୮% ମତଦାନ, ଇଭିଏମରେ ସିଲ୍ ହେଲା ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ
ଲକ୍ଷ୍ନୌ: ୭ ପର୍ଯ୍ୟାୟରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ନିର୍ବାଚନ ଫଳାଫଳ ପାଇଁ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଏହି ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୫୮ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଶାମଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମେରଟ୍, ବାଗପାଟ, ଗାଜିଆବାଦ, ବୁଲନ୍ଦସହର, ଅଲିଗଡ, ମଥୁରା ଏବଂ ଆଗ୍ରା ଜିଲ୍ଲାର ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା। ଏହି ୫୮ ଆସନରେ ମୋଟ ୬୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେଥିମଧ୍ୟରୁ ୭୩ ଜଣ ମହିଳା ପ୍ରାର୍ଥୀ । ଇଭିଏମରେ ଏହି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଯାଇଛି ​​| କାହାର ଜିତାପଟ ହେବ ଏବଂ କାହାକୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ମାର୍ଚ୍ଚ ୧୦ରେ ଜଣାପଡ଼ିବ |

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ୫୮ଟି ବିଧାନସଭା ଆସନରେ ୫୭.୭୯ ପ୍ରତିଶତରୁ ଅଧିକ ମତଦାନ ହୋଇଛି। କାଇରାନାଠାରେ ସର୍ବାଧିକ ମତଦାନ ହୋଇଥିଲା | ଏଠାରେ ୬୫.୩% ମତଦାନ ରେକର୍ଡ ହୋଇଛି | ସାହିବାବାଦରେ ସର୍ବନିମ୍ନ ୩୮% ମତଦାନ ହୋଇଥିଲା |

ପ୍ରଥମ ପର୍ଯ୍ୟାୟରେ ଯେଉଁ ୫୮ଟି ଆସନରେ ମତଦାନ ହୋଇଛି, ସେଥିମଧ୍ୟରୁ ୨୦୧୭ରେ ବିଜେପି ୫୩ଟି ଜିତିଥିବାବେଳେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଦୁଇଟି ଆସନ ପାଇଥିଲା। ଏହା ବ୍ୟତୀତ ଗୋଟିଏ ସିଟ୍ ଆରଏଲଡିକୁ ଯାଇଥିଲା |

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୧୧ଟି ଜିଲ୍ଲାରେ ୫୮ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ
ଲକ୍ଷ୍ନୌ: ୭ ପର୍ଯ୍ୟାୟରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ନିର୍ବାଚନ ଫଳାଫଳ ପାଇଁ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଏହି ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୫୮ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସାମଲି, ମୁଜାଫରନଗର, ଗୌତମ ବୁଦ୍ଧ ନଗର, ଗାଜିଆବାଦ, ହାପୁର, ମିରଟ ଭଳି ବହୁ ସ୍ପର୍ଶକାତର ଇଲାକାରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାୟ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବା ସହିତ ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ପ୍ରକାଶ କରାଯିବ।

ପରାଜୟ ଭୟରେ ନିଷ୍ପତ୍ତି ବଦଳାଇଲେ ଯୋଗୀ: ଅଯୋଧ୍ୟା ନୁହେଁ; ଗୋରଖପୁରରୁ ଲଢ଼ିବେ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ହୋଇଥିବା ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁରରୁ ପ୍ରାର୍ଥୀ କରାଯାଇଛି। ସେ ଅଯୋଧ୍ୟାରୁ ନିର୍ବାଚନ ଲଢିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଦଳର ହାଇକମାଣ୍ଡ ମଧ୍ୟ ଏହା ଚାହୁଁଥିଲେ। ଯୋଗୀଙ୍କ ଭଳି କଟ୍ଟର ହିନ୍ଦୁତ୍ବ ଚେହେରାକୁ ଅଯୋଧ୍ୟାରୁ ପ୍ରାର୍ଥୀ କରି ସମ୍ପୂର୍ଣ୍ଣ ପ୍ରଦେଶରେ ଭୋଟ ଧ୍ରୁବୀକରଣ କରିବାକୁ ଆଶା ରଖାଯାଇଥିଲା। ତେବେ ପରାଜୟ ଭୟରେ ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢିବାକୁ ମନା କରିଥିବା କୁହାଯାଉଛି। ସେ ଗୋରଖପୁର ସହର ବିଧାନସଭା ଆସନରୁ ନିର୍ବାଚନ ଲଢିବେ। ଏଠାରେ ନାଥ ସମ୍ପ୍ରଦାୟର ମଠ ରହିଛି। ଯୋଗୀ ଏହାର ମହନ୍ତ ଅଛନ୍ତି। ବିଜେପି ଶନିବାର ୧୦୭ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢିବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଏପରି ହୋଇନାହିଁ। ଯୋଗୀ ଅଯୋଧ୍ୟାରୁ ଲଢ଼ିଲେ ଲାଭ ହୋଇଥାନ୍ତା ବୋଲି ଦଳ ଆଶା ରଖିଥିଲା। ଶ୍ରୀରାମ ମନ୍ଦିର ନାମରେ ୟୁପିରେ ମାହୋଲ ସୃଷ୍ଟି ହୋଇପାରିବ। ବୋଧେ ବିଜେପି ଛାଡି ଏସ୍‌ପିରେ ସାମିଲ ହୋଇଥିବା ମନ୍ତ୍ରୀ ଏବଂ ବିଧାୟକଙ୍କ ଯୋଗୁଁ ଯୋଗୀ ଏହି ନିଷ୍ପତ୍ତି ନେଇଥାଇପାରନ୍ତି। ପରାଜୟବରଣ କରିଥିଲେ ନିନ୍ଦିତ ହୋଇଥାନ୍ତେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ଯୋଗୀ ଅଯୋଧ୍ୟାକୁ ୪୪ ଥର ଯାଇ ସଭାକୁ ସମ୍ବୋଧନ କରିଛନ୍ତି। ସୂତ୍ର ଅନୁଯାୟୀ ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢିଥିଲେ ତାହାର ଫାଇଦା ଉତ୍ତରାଖଣ୍ଡରେ ମିଳିଥାନ୍ତା ବୋଲି ବିଜେପି ଆଶା ରଖିଥିଲା। କିନ୍ତୁ ଯୋଗୀ ନିଜ ଗଡ଼ ଗୋରଖପୁରରୁ ଲଢି ବିଜୟ ସୁନିଶ୍ଚିତ କରିବାକୁ ଚାହୁଁଥିଲେ। ଅଯୋଧ୍ୟାରେ ୯୩.୨୩ ପ୍ରତିଶତ ହିନ୍ଦୁ ଅଛନ୍ତି। ଏହା ସତ୍ତ୍ବେ ବିଜେପିର ବିଜୟ ସୁନିଶ୍ଚିତ ନାହିଁ। ୨୦୧୨ରେ ଏସ୍‌ପି ଏହି ଆସନ ଜିତିଥିଲା। ୨୦୧୭ ମୋଦୀ-ଯୋଗୀ ଲହର ଯୋଗୁଁ ଏହା ବିଜେପି ହାତକୁ ଫେରିଥିଲା। ଚଳିତ ଧର କ’ଣ ସମୀକରଣ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

୨୦୧୭ ନିର୍ବାଚନରେ ଏସ୍‌ପିର ପବନ ପାଣ୍ଡେ ଅଯୋଧ୍ୟାରୁ ବିଜୟୀ ହୋଇଥିଲେ। ବିଜେପିର ଲଲ୍ଲୁ ସିଂହ ଏବଂ ବିଏସ୍‌ପିର ବେଦପ୍ରକାଶ ଗୁପ୍ତା ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଥିଲେ। ଅନ୍ୟ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ୍‌ ସେୟାର ମଧ୍ୟ ଠିକ୍‌ଠାକ୍‌ ରହିଥିଲା। ୨୦୧୭ ନିର୍ବାଚନରେ ଏସ୍‌ପିର ଭୋଟ ବ୍ୟାଙ୍କ ଅଧିକ ହ୍ରାସ ପାଇନଥିଲା। ବିଏସ୍‌ପିର ଭୋଟ ସେୟାର ସାମାନ୍ୟ ବୃଦ୍ଧି ହୋଇଥିଲା। କିନ୍ତୁ ମୋଦୀ-ଯୋଗୀ ଲହର ଅନ୍ୟ ସବୁ ଦଳ ତଥା ସ୍ବାଧୀନ ପ୍ରାର୍ଥୀଙ୍କ ପତ୍ତା କାଟି ଦେଇଥିଲା। ସେମାନଙ୍କୁ ମାତ୍ର ୫.୯୨ ପ୍ରତିଶତ ଭୋଟ ମିଳିଥିଲା। ଅର୍ଥାତ୍‌ ୨୦୧୨ ତୁଳନାରେ ୨୨ ପ୍ରତିଶତ ଭୋଟ ହ୍ରାସ ପାଇଥିଲା। ଏହା ବିଜେପିକୁ ଯାଇଥିଲା। ଏବେ ଏସ୍‌ପି ମେଣ୍ଟ ସମୀକରଣ ବିଗାଡିପାରେ। ଏହି ଆଶଙ୍କା ଯୋଗୁଁ ଯୋଗୀ ଅଯୋଧ୍ୟାରୁ ଲଢିବାକୁ ଚାହିଁନଥିଲେ। ଅଯୋଧ୍ୟାରେ ବ୍ରାହ୍ମଣ ଖୁସି ଥିଲେ ବିଜେପିର ବିଜୟ ସୁନିଶ୍ଚିତ ହୋଇଥାନ୍ତା। ଅଯୋଧ୍ୟାର ସହର କ୍ଷେତ୍ରରେ ୭୦ ହଜାର ବ୍ରାହ୍ମଣ, ୨୮ ହଜାର କ୍ଷତ୍ରୀୟ, ୨୭ ହଜାର ମୁସଲମାନ, ୫୦ ହଜାର ଦଳିତ ଏବଂ ଯାଦବ ଭୋଟରଙ୍କ ସଂଖ୍ୟା ୪୦ ପ୍ରତିଶତ ରହିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ମିତ୍ରସେନ ଯାଦବ ଏଠାକାର ସାଂସଦ ନିର୍ବାଚିତ ହେଉଥିଲେ। ପରେ ସେ ଏସ୍‌ପିରେ ସାମିଲ ହୋଇଥିଲେ। ଯୋଗୀ ନିର୍ବାଚନ ଲଢ଼ିଥିଲା କଡ଼ା ମୁକାବିଲା ହୋଇଥାନ୍ତା। ତାଙ୍କୁ ଅଧିକ ସମୟ ଦେବାକୁ ପଡିଥାନ୍ତା। କାରଣ ଏଠାରେ ଏସ୍‌ପି ବିଧାୟକ ପବନ ପାଣ୍ଡେଙ୍କ ଦବଦବା ରହିଛି। ଯୋଗୀ ଏଠାରୁ ହଟିବା ପରେ ଅଯୋଧ୍ୟା ସଦର ଆସନ ମଧ୍ୟ ବିଜେପି ହାତରୁ ଚାଲିଯିବା ଭଳି ମନେ ହେଉଛି।

ଯୋଗୀ ନିର୍ବାଚନ ଲଢିବା ଆଶଙ୍କା ମଧ୍ୟରେ ସାଧୁସନ୍ଥ, ମଠ, ମନ୍ଦିରରେ ଜଡ଼ିତ ଥିବା ଲୋକମାନେ ବିଜେପି କର୍ମୀଙ୍କ ସହ ସମ୍ପର୍କ ଯୋଡିବା ଆରମ୍ଭ କରିଦେଇଥିଲେ। ୮ରୁ ୧୨ ଲୋକଙ୍କ ଟିମ୍‌ ଗଠନ କରାଯାଇ ଘରେ ଘରେ ଯାଇ ନିର୍ବାଚନ ପ୍ରଚାର କରୁଥିଲେ। ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ସାଧୁସନ୍ଥ କହୁଥିଲେ। ବ୍ୟବସାୟୀ ମଧ୍ୟ ଯୋଗୀଙ୍କ ପ୍ରଚାର କରୁଥିଲେ। ୱାର୍ଡସ୍ତରରେ ବିଜେପିର ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରୁ ପ୍ରତ୍ୟେକ ୱାର୍ଡର ଲୋକଙ୍କୁ ବିଜେପି ସହ ଯୋଡିବା ପାଇଁ ପ୍ରୟାସ କରାଯାଉଥିଲା। ତେବେ ଯୋଗୀ ନିଜେ ଗୋରଖପୁରରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ଗୋରଖପୁର ଛାଡିଲେ ୧୭ ବିଧାନସଭା ଆସନରେ ତାହାର ପ୍ରଭାବ ପଡିବ ବୋଲି ସେ କହୁଥିଲେ। ଏହି କ୍ଷେତ୍ରରେ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଦବାଦବା ଥିବା କୁହାଯାଉଛି। ଅଯୋଧ୍ୟାର ଜାତି ଗଣିତ ସବୁବେଳେ କାମରେ ଆସିନଥାଏ ବୋଲି ଯୋଗୀ ଭୟ କରୁଥିଲେ। ୧୯୬୭ରେ ପ୍ରଥମ ଥର ପାଇଁ ବୈସ୍ୟ ସମାଜର ବୃଜକିଶୋର ଅଗ୍ରୱାଲ ଭାରତୀୟ ଜନସଂଘରୁ ନିର୍ବାଚନ ଜିତିଥିଲେ। ସେତେବେଳ ସହରରେ ବୈଶ୍ୟ ସମାଜର ଜନସଂଖ୍ୟା ବହୁତ କମ୍‌ ଥିଲା। ଏହା ପରେ ବିଶ୍ବନାଥ କପୁର ବିକେଡିର ବ୍ରାହ୍ମଣ ପ୍ରାର୍ଥୀଙ୍କୁ ହରାଇଥିଲେ। ୧୯୭୪ ନିର୍ବାଚନରେ ଜନସଂଘର ବେଦ ପ୍ରକାଶ ଅଗ୍ରୱାଲ ବିକେଡିର ସନ୍ଥ ଶ୍ରୀରାମ ଦ୍ବିବେଦୀଙ୍କୁ ବହୁତ କମ୍‌ ଭୋଟରେ ହରାଇଥିଲେ। ୧୯୭୭ରେ ଜୟଶଙ୍କର ପାଣ୍ଡେ ଏସପି ଟିକେଟରୁ ନିର୍ବାଚନ ଲଢିଥିଲେ। ସେତେବେଳ ବ୍ରାହ୍ମଣମାନେ କଂଗ୍ରେସର ଭୋଟବ୍ୟାଙ୍କ ଥିଲେ। କିନ୍ତୁ ଜନତା ଲହରରେ ଜାତି ସମକରଣରୁ ଊର୍ଦ୍ଧ୍ବରୁ ଉଠି ସେ ବିଜୟୀ ହୋଇଥିଲେ। କିନ୍ତୁ ଆଗାମୀ ବିଧାନସଭା ନିର୍ବାଚନରେ ସେ ନିର୍ମଳ ଖତ୍ରିଙ୍କଠାରୁ ପରାଜିତ ହୋଇଥିଲେ। ସେ ସମୟରେ ଅଯୋଧ୍ୟାରେ ବହୁତ କମ ଖତ୍ରି ସମ୍ପ୍ରଦାୟର ଲୋକ ଥିଲେ।

ୟୁପି ପଦ୍ମ ପୋଖରୀରୁ ମୁହଁ ଫେରାଉଛନ୍ତି ଜଣଙ୍କ ପରେ ଜଣେ ହେଭିଓ୍ବେଟ୍‌ : ପୁଣି ଜଣେ କ୍ୟାବିନେଟ ମନ୍ତ୍ରୀ ଓ ୩ ବିଧାୟକ ଦେଲେ ଇସ୍ତଫା
ଲକ୍ଷ୍ନୌ : ଚିନ୍ତାରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଲଗାତର ଲାଗିବାରେ ଲାଗିଛି ଶକ୍ତ ଝଟକା। କାରଣ ଯୋଗୀଙ୍କ ହାତ ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ସହଯୋଗୀ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉତ୍ତରପ୍ରଦେଶ ବିଜେପିରେ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ପର୍ବ ଶେଷ ହେବାର ନାଁ ନେଉନାହିଁ । ଯୋଗୀଙ୍କ କ୍ୟାବିନେଟ୍‌ରେ ହେଭିଓ୍ବେଟ୍ ମନ୍ତ୍ରୀ କୁହାଯାଉଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଦାରା ସିଂହ ଚୌହାନ ଇସ୍ତଫା ଦେବାପରେ ଗୁରୁବାର ପୁଣି ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ୟୁପି ସରକାରରେ ଆୟୁଷ ମନ୍ତ୍ରୀ ଥିବା ଧର୍ମ ସିଂହ ସୈନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ବିଧୁନା ବିଧାୟକ ବିନୟ ଶାକ୍ୟ, ଶିକୋହାବାଦ ବିଧାୟନ ମୁକେଶ ବର୍ମା ଏବଂ ଲଖୀମପୁର ଖିରୀ ବିଧାୟକ ବାଲା ପ୍ରସାଦ ଅବସ୍ତୀ ଗୁରୁବାର ଇସ୍ତଫା ଦେଇଛନ୍ତି ।

ତିନି ଦିନ ଭିତରେ ୧୦ ବିଧାୟକଙ୍କ ଇସ୍ତଫା ୟୁପି ପଦ୍ମ ପୋଖରୀକୁ ପୂରା ଗୋଳିଆ କରି ଦେଇଛି । ଏମିତି ସ୍ଥିତିରେ ୟୁପିରେ ବିଭିନ୍ନ ପ୍ରସଙ୍ଗକୁ ନେଇ କାଠଗଡ଼ାରେ ଥିବା ବିଜେପି ନିଜ ସ୍ଥିତି ବଞ୍ଚାଇ ପାରିବ କି ନିର୍ବାଚନ ପୂର୍ବରୁ ଇସ୍ତଫା ଇସ୍ତଫାରେ ସଫା ହୋଇଯିବା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ପୂର୍ବରୁ ୭ଜଣ ୟୁପି ବିଧାୟକ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ଏବେ ମନ୍ତ୍ରୀଙ୍କ ଇସ୍ତଫା ବିଜେପିର ଚିନ୍ତା ବଢ଼ାଇଛି। ଆଜି ଧରମ ସିଂହଙ୍କ ସମେତ ଔରାୟାରୁ ବିଧୁନା ବିଧାୟକ ବିନୟ ଶାକ୍ୟ, ଶିଖୋହାବାଦ ବିଧାୟକ ମୁକେଶ ବର୍ମା ଏବଂ ଲଖିମପୁର ଖେରୀ ବିଧାୟକ ବାଲା ପ୍ରସାଦ ଅବସ୍ତି ଇସ୍ତଫା ଦେଇଛନ୍ତି। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଏପର୍ଯ୍ୟନ୍ତ ୧୦ଜଣ ବିଜେପି ନେତା ଓ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି।

ବିଜେପି ଛାଡ଼ ପର୍ବ ଭିତରେ ସ୍ବାମୀ ପ୍ରସାଦଙ୍କ ଟ୍ବିଟ୍ ଏବେ ବିଜେପିର ଗୋଷ୍ଠୀ କନ୍ଦଳକୁ ଆହୁରି ଗୋଳିଆ କରିଛି । ସ୍ବାମୀ ପ୍ରସାଦ କହିଛନ୍ତି, ‘ନାଗ ରୂପୀ ଆରଏସଏସ, ସାପ ରୂପୀ ବିଜେପିକୁ ସ୍ବାମୀ ରୂପୀ ନେଉଳ ୟୁପିରେ ଶେଷ କରି ଦମ ନେବ ।ଅନ୍ୟପକ୍ଷରେ ଇସ୍ତଫା‌ ଦେବା ପରେ ବିଧାୟକ ମୁକେଶ ବର୍ମା କହିଛନ୍ତି ଯେ, ଆମ ସହିତ ୧୦୦ଜଣ ବିଧାୟକ ଅଛନ୍ତି। ଆଗକୁ ବିଜେପିକୁ ପ୍ରତିଦିନ ଝଟକା ମିଳିବ। ବିଜେପିରେ ଦଳିତ ତଥା ପଛୁଆ ବର୍ଗଙ୍କୁ ସମ୍ମାନ ନାହିଁ। ପଛୁଆ ବର୍ଗଙ୍କୁ ଟାର୍ଗେଟ କରି ଚାକିରି ଦିଆଯାଉ ନାହିଁ ବୋଲି ସେ ଦାବି କରିଛନ୍ତି।