up election - The Sakala

ସମାଜବାଦୀ ପାର୍ଟି ସହ କୌଣସି ମେଣ୍ଟ କରିବନି ଭୀମ ସେନା
ଲକ୍ଷ୍ନୌ: ସରଗରମ ହେଉଛି ଉତ୍ତର ପ୍ରଦେଶ ନିର୍ବାଚନ । ଗୁରୁବାର ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏହା ପରେ ଭୀମ ସେନା ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବନି ଭୀମ ସେନା । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ କହିଛନ୍ତି କି ତାଙ୍କ ଦଳ ଆଜାଦ ସମାଜ ପାର୍ଟି ଆସନ୍ତା ନିର୍ବାଚନରେ ଏସପି ସହ ମେଣ୍ଟ କରିବ ନାହିଁ । ସମାଜବାଦୀ ପାର୍ଟି ଦଳିତ ଭୋଟ ହାସଲ କରିବାକୁ ଚାହୁଁନି ବୋଲି କହିଛନ୍ତି ଚନ୍ଦ୍ରଶେଖର ।

ଚନ୍ଦ୍ରଶେଖର କହିଛନ୍ତି କି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହା ବିଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁହେଲଦେବ ଭାରତୀୟ ସମାଜ ପାର୍ଟି, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ରାଷ୍ଟ୍ରୀୟ ଲୋକଦଳ, ଜନବାଦୀ ପାର୍ଟି, ସମାଜବାଦୀ, ଆପନା ଦଳ- କ୍ରିଷ୍ଣା ପଟେଲ, ପ୍ରଗତିଶୀଳ ସମାଜବାଦୀ ପାର୍ଟି- ଲୋହିୟା ଓ ମହାନ ଦଳ ସହ ସମାଜବାଦୀ ପାର୍ଟି ମେଣ୍ଟ କରିସାରିଛି । ଆସନ୍ତା ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ଉତ୍ତରପ୍ରଦେଶରେ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ଦାରା ସିଂହଙ୍କ ଇସ୍ତଫା, ୨୪ ଘଣ୍ଟା ମଧ୍ୟରେ ପଦ ଛାଡିଲେଣି ୨ମନ୍ତ୍ରୀ ଓ ୫ ବିଧାୟକ
ଲକ୍ଷ୍ନୌ : ଚିନ୍ତାରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର। ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଲାଗିଛି ଶକ୍ତ ଝଟକା। କାରଣ ଯୋଗୀଙ୍କ ହାତ ଛାଡିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ସହଯୋଗୀ। ମଙ୍ଗଳବାର ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଥିଲେ। ଏହାକୁ ୨୪ ଘଣ୍ଟା ନ ପୁରୁଣୁ ଆଜି ଯୋଗୀଙ୍କ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ଦାରା ସିଂ ଚୌହାନ ଇସ୍ତଫା ଦେଇଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ ରାଜ୍ୟରେ ଦଳିତ, କୃଷକ ଏବଂ ବେକାରଙ୍କ ପ୍ରତି ଅବହେଳା ଯୋଗୁଁ ସେ ମର୍ମାହତ ହୋଇଛନ୍ତି। ପଛୁଆ ଏବଂ ଦଳିତଙ୍କ ସଂରକ୍ଷଣ ସହ ଖେଳୁଛନ୍ତି ସରକାର । ଏହା ମଧ୍ୟ ତାଙ୍କୁ ଆଘାତ ଦେଇଛି ବୋଲି ସେ କହିଛନ୍ତି। ସେ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ସେପଟେ ନିଜ ଇସ୍ତଫାର ପୁନର୍ବିଚାର କରିବାକୁ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦାରା ସିଂ ଚୌହାନଙ୍କୁ ନିବେଦନ କରିଛନ୍ତି ।

ବିଧାନସଭା ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ମନ୍ତ୍ରୀ ଓ ବିଧାୟକ ଦଳ ଛାଡିବା ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଅଡୁଆରେ ପକାଇଛି। ମଙ୍ଗଳବାର ଯୋଗୀ କ୍ୟାବିନେଟ ଶ୍ରମମନ୍ତ୍ରୀ  ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଥିଲେ।ମନ୍ତ୍ରୀ ପଦ ଛାଡ଼ିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶି ସାରିଥିବା ବେଳେ ଅନ୍ୟମାନେ ଶାହାଜାହନପୁର ବିଧାୟକ ରୋଶନ ଲାଲ ବର୍ମା, ବନ୍ଦା ବିଧାୟକ ବ୍ରିଜେଶ ପ୍ରଜାପତି, କାନପୁର ବିଧାୟକ ଭଗବତୀ ସାଗର ମଧ୍ୟ ବିଜେପି ଛାଡି  ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ବିଧାୟକ ମାଧୁରୀ ବର୍ମା, ରାଧାକୃଷ୍ଣ ଶର୍ମା ଓ ଦିଗବିଜୟ ନାରାୟଣ ଚୌବେ ମଧ୍ୟ ଦଳଛାଡ଼ି ସପାରେ ମିଶିଥିଲେ ।