which country has the most powerful passports - The Sakala

ଜାଣନ୍ତୁ କେଉଁ ଦେଶର ପାସପୋର୍ଟ ସବୁଠୁ ଶକ୍ତିଶାଳୀ, ଯାହା ପାଖରେ ଥିଲେ ବିଶ୍ବର ୧୯୨ଟି ଦେଶକୁ ଗଲେ ଦରକାର ପଡିବନି ଭିସା
ନୂଆଦିଲ୍ଲୀ : ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଗଲେ ଆପଣଙ୍କୁ ଦରକାର ପଡେ ପାସପୋର୍ଟ। ଯାହା ଏକ ସରକାରୀ ପ୍ରମାଣ ପତ୍ର। ଯେଉଁଥିରେ ଆପଣଙ୍କର ସମସ୍ତ ତଥ୍ୟ ରହିଥାଏ। ଆମେ ଭାରତରୁ ଅନ୍ୟ କେଉଁ ଦେଶକୁ ଭ୍ରମଣ ହେଉ କି ଚାକିରି ଯେଉଁଥି ପାଇଁ ଗଲେ ମଧ୍ୟ ଆମକୁ ଭାରତର ପାସପୋର୍ଟ ଆବଶ୍ୟକ ପଡେ। ଯାହା କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦାନ କରାଯାଏ। ତେବେ ଭାରତୀୟ ପାସପୋର୍ଟ ଧାରକଙ୍କ ପାଇଁ ଖୁସି ଖବର ଆସିଛି। କାରଣ ଭାରତୀୟ ପାସପୋର୍ଟର ମାନ୍ୟତା ୨୦୨୧ ତୁଳନାରେ ସାତଟି ସ୍ଥାନ ଉପରକୁ ଉଠିଛି । ୨୦୨୨ରେ ହେନଲି ପାସପୋର୍ଟ ସୂଚୀରେ ପ୍ରକାଶିତ ତାଲିକାରେ ଭାରତୀୟ ପାସପୋର୍ଟ ୮୩ତମ ସ୍ଥାନରେ ରହିଛି । ହେନଲି ପାସପୋର୍ଟ ସୂଚୀରେ ଭାରତୀୟ ପାସପୋର୍ଟ ଗତବର୍ଷ ୯୦ତମ ସ୍ଥାନରେ ରହିଥିଲା।

୨୦୨୨ରେ ଭାରତୀୟ ପାସପୋର୍ଟର ମାନ୍ୟତା ବୃଦ୍ଧି ଭାରତୀୟ ପାସପୋର୍ଟ ଧାରକଙ୍କୁ ଏଣିକି ବିଶ୍ବର ୬୦ଟି ଦେଶକୁ ବିନା ଭିସାରେ ଯିବାର ସୁବିଧା ମିଳିବ। ୨୦୨୧ରେ ଭାରତୀୟ ପାସପୋର୍ଟର ମାନ୍ୟତା ୯୦ ରହିଥିବା ବେଳେ ବିନା ଭିସାରେ ୫୮ଟି ଦେଶକୁ ଯାଇ ହେଉଥିଲା। ୨୦୨୨ରେ ଭାରତୀୟ ପାସପୋର୍ଟ ରାଙ୍କିଂରେ ସୁଧାର ଆସିବା କାରଣରୁ ଆଉ ଦୁଇଟି ଅଧିକ ରାଷ୍ଟ୍ର ସହ ମୋଟ ୬୦ଟି ଦେଶକୁ ବିନା ଭିସାରେ ଭାରତୀୟ ପାସପୋର୍ଟ ଧାରକ ବ୍ୟକ୍ତି ଯାଇପାରିବେ।

ଅନ୍ୟପଟେ ଭାରତୀୟ ପାସପୋର୍ଟ ବିଶ୍ବରେ ୮୩ତମ ସ୍ଥାନରେ ରହିଥିବା ବେଳେ ଜାପାନ ଏବଂ ସିଙ୍ଗାପୁର ଶୀର୍ଷରେ ଅଛି । ହେନଲି ପାସପୋର୍ଟ ସୂଚୀରେ ଲଗାତର ଚତୁର୍ଥ ଥର ପାଇଁ ଜାପାନ ଟପ ପୋଜିସନ ହାସଲ କରିଛି । ହେନେଲ ପାସପୋର୍ଟ ଇନଡେକ୍ସ ପ୍ରତି ବର୍ଷ ଏହି ଲିଷ୍ଟ ଜାରି କରିଥାଏ। ଏହି ତାଲିକାରେ ଉଭୟ ଜାପାନ ଏବଂ ସିଙ୍ଗାପୁର ପୁନର୍ବାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦେଶଗୁଡିକର ପାସପୋର୍ଟଧାରୀମାନେ ଭିସା ବିନା ୧୯୨ଟି ଦେଶକୁ ଯାତ୍ରା କରିପାରିବେ। ଏହି ତାଲିକାରେ ଜର୍ମାନୀ ଓ ଦକ୍ଷିଣ କୋରିଆ ପାସପୋର୍ଟ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଏହାର ପାସପୋର୍ଟଧାରୀ ବିନା ଭିସାରେ ବିଶ୍ବର ୧୯୦ଟି ରାଷ୍ଟ୍ରକୁ ଗସ୍ତ କରିପାରିବେ ।

ସେହିଭଳି ଫିନଲାଣ୍ଡ, ଇଟାଲି, ଲକ୍ସେମ୍ବର୍ଗ ଏବଂ ସ୍ପେନ ମିଳିତ ଭାବରେ ୩ୟ ସ୍ଥାନରେ ରହିଛନ୍ତି ଏବଂ ଏହାର ପାସପୋର୍ଟ ଧାରକମାନେ ବିଶ୍ବର ୧୮୯ ରାଷ୍ଟ୍ରକୁ ବିନା ଭିସାରେ  ଗସ୍ତ କରିପାରିବେ । ଫ୍ରାନ୍ସ ,ଅଷ୍ଟ୍ରିଆ, ଡେନମାର୍କ ଫ୍ରାନ୍ସ, ଆୟର୍ଲାଣ୍ଡ, ନେଦରଲାଣ୍ଡ, ସ୍ୱଡେନ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେମାନେ ବିନା ଭିସାରେ ୧୮୮ ଦେଶକୁ ଯାଇ ପାରିବେ । ଆୟର୍ଲାଣ୍ଡ ଏବଂ ପର୍ତ୍ତୁଗାଲ୍ ପାଞ୍ଚ ନମ୍ବରରେ ଅଛନ୍ତି ଯେଉଁମାନେ ଭିସା ବିନା ୧୮୭ ଟି ଦେଶକୁ ଯାତ୍ରା କରିପାରିବେ । ଏହି ତାଲିକାରେ ଷଷ୍ଠ ସ୍ଥାନରେ ଥିବା ବେଲଜିୟମ, ନ୍ୟୁଜିଲ୍ୟାଣ୍ଡ, ନରୱେ, ସ୍ୱିଜରଲ୍ୟାଣ୍ଡ, ବ୍ରିଟେନ ଏବଂ ଆମେରିକା ରହିଛି। ଏହି ଦେଶର ନାଗରିକମାନେ  ଭିସା ବିନା ୧୮୬ ଟି ଦେଶ ପରିଦର୍ଶନ କରିପାରିବେ। ଅଷ୍ଟ୍ରେଲିଆ ଏବଂ କାନାଡା ସମେତ ଚେକ ରିପବ୍ଲିକ୍, ଗ୍ରୀସ୍ ଏବଂ ମାଲ୍ଟା  ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି। ଏହି ପାଞ୍ଚଟି ଦେଶର ଲୋକମାନେ ଭିସା ବିନା ୧୮୫ ଟି ଦେଶକୁ ଯାତ୍ରା କରିପାରିବେ ।

ହଙ୍ଗେରୀ ଏବଂ ପୋଲାଣ୍ଡ ଏଥର ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି।  ଏହି ଦୁଇ ଦେଶର ଲୋକମାନେ ଭିସା ବିନା ୧୮୪ ଟି ଦେଶରେ ପ୍ରବେଶ କରିପାରିବେ । ଲିଥୁଆ ଏବଂ ସ୍ଲୋଭାକିଆର ପାସପୋର୍ଟଗୁଡିକ ନବମ ସ୍ଥାନରେ ରହିଛି ଏବଂ ଏଠାରେ ନାଗରିକମାନେ ଭିସା ବିନା ୧୮୨ ଦେଶ ଭ୍ରମଣ କରିବାର ଅଧିକାର ପାଇଛନ୍ତି । ଶକ୍ତିଶାଳୀ ପାସପୋର୍ଟ ଦେଶ ତାଲିକାରେ ଇଷ୍ଟୋନିଆ, ଲାଟଭିଆ ଏବଂ ସ୍ଲୋଭାକିଆ ଦଶମ ସ୍ଥାନରେ ରହିଛନ୍ତି।  ଏହି ଦେଶର ପାସପୋର୍ଟଧାରୀମାନେ ୧୮୧ ଟି ଦେଶକୁ ଭିସା ମୁକ୍ତ ଯାତ୍ରା ଉପଭୋଗ କରିପାରିବେ ।