petrol and diesel price hike - The Sakala

ଜିଏସ୍‌ଟି ପରିସରଭୁକ୍ତ ହୋଇପାରିଲାନି ପେଟ୍ରୋଲ ଓ ଡିଜେଲ୍‌: ରାଜିହେଲେନି ରାଜ୍ୟ, ତେଲ ଲିଟର ୩୫ ଟଙ୍କା କମିଥା’ନ୍ତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ହାରରେ ବଡ଼ ସଂସ୍କାର ଘୋଷଣା ପରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀଗୁଡିକର ଦର ମହୁ ମାତ୍ରାରେ ହ୍ରାସ ଘଟିବ ବୋଲି କୁହାଯାଉଛି। ହେଲେ ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦର ସହ ଯୁଝୁଥିବା ସାଧାରଣ ଖାଉଟିଙ୍କୁ ଏଥିରୁ କୌଣସି ପ୍ରକାର ଅାଶ୍ବସ୍ତି ମିଳିପାରିନାହିଁ। କାରଣ ପେଟ୍ରୋଲ ଏବଂ ଡିଜେଲ ଏ ପର୍ଯ୍ୟନ୍ତ ଜିଏସ୍‌ଟି ପରିସରଭୁକ୍ତ ହୋଇପାରିନାହିଁ। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ଏ ପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ଯଦି ପେଟ୍ରୋଲ ଏବଂ ଡିଜେଲ ଜିଏସ୍‌ଟି ପରିସରକୁ ଆସିଯାଏ ତେବେ ଲିଟର ପିଛା ୧୦୦ ଟଙ୍କା ମୂଲ୍ୟରେ ପେଟ୍ରୋଲ ଏବଂ ଡିଜେଲ କିଣୁଥିବା ଗ୍ରାହକ ତାହାକୁ ଲିଟର ୬୮ ଟଙ୍କାରେ ପାଇବେ।

ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କାହିଁକି କରାଯାଉନାହିଁ ସେ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସରକାର ଆଜି ମଧ୍ୟ ଏହାକୁ ଜିଏସ୍‌ଟି ପରିସରରେ ରଖିପାରିବେ, କିନ୍ତୁ ଏହା ଜିଏସ୍‌ଟି ପ୍ରସ୍ତାବରେ ନ ଥିଲା। ସେ କହିଛନ୍ତି ଯେ ଜିଏସ୍‌ଟି ଆଣିବା ସମୟରେ ମଧ୍ୟ ଆମେ ପେଟ୍ରୋଲ ଏବଂ ଡିଜେଲକୁ ଏହି ବର୍ଗରେ ରଖିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ରାଜ୍ୟଗୁଡ଼ିକ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ବର୍ତ୍ତମାନ ଜିଏସ୍‌ଟି ପରିସରଭୁକ୍ତ କରାଯିବନାହିଁ। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଦାବି ବହୁତ ଦିନ ଧରି ଚାଲିଛି।

ବର୍ତ୍ତମାନ, ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ (କେନ୍ଦ୍ର ସରକାର) ଏବଂ ଭାଟ୍ (ରାଜ୍ୟ ସରକାର) ଲାଗୁ କରାଯାଏ। ବିଭିନ୍ନ ରାଜ୍ୟରେ ଟିକସ ହାର ଭିନ୍ନ, ଯାହା କାରଣରୁ ମୂଲ୍ୟ ମଧ୍ୟ ଭିନ୍ନ ରହିଛି। ଯଦି ଏହାକୁ ଜିଏସ୍‌ଟି ରେ ସାମିଲ କରାଯାଏ ତେବେ ସାରା ଦେଶରେ ଜିଏସ୍‌ଟି ହାର ସମାନ ହେବ। ବର୍ତ୍ତମାନ, ପେଟ୍ରୋଲ ଏବଂ ଡିଜେଲ ଉପରେ ମୋଟ ଟିକସ ୫୦ ପ୍ରତିଶତରେ ପହଞ୍ଚିଛି, କିନ୍ତୁ ଜିଏସ୍‌ଟିର ସର୍ବୋଚ୍ଚ ହାର ୧୮ ପ୍ରତିଶତ (ସେପ୍ଟେମ୍ବର ୨୨ ରୁ)। ଏପରି ପରିସ୍ଥିତିରେ, ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରି ଗ୍ରାହକମାନେ ଅତି କମରେ ୩୨ ପ୍ରତିଶତ ଅର୍ଥ ସଞ୍ଚୟ କରିପାରିବେ। ସରଳ ଭାଷାରେ, ଯଦି ପେଟ୍ରୋଲ ଏବଂ ଡିଜେଲ ଉପରେ ୧୮ ପ୍ରତିଶତ ହାରରେ ଜିଏସ୍‌ଟି ଲଗାଯାଏ, ତେବେ ଗ୍ରାହକ ୧୦୦ ଟଙ୍କା ମୂଲ୍ୟର ପେଟ୍ରୋଲ ଏବଂ ଡିଜେଲକୁ ଲିଟର ପିଛା ୬୮ ଟଙ୍କାରେ ପାଇପାରିବେ। ଯାହା ଫଳରେ ତେଲ ଲିଟର ପିଛା ପ୍ରାୟ ୩୫ ଟଙ୍କା କମିପାରିଥାଆନ୍ତା।

ଅପରପକ୍ଷେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ଅଧୀନରେ ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ସମ୍ମତି ଆବଶ୍ୟକ। ପେଟ୍ରୋଲ ଏବଂ ଡିଜେଲ ଉପରେ ଆଦାୟ କରାଯାଉଥିବା ଭାଟ୍‌ ରାଜ୍ୟଗୁଡ଼ିକ ପାଇଁ ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଜିଏସ୍‌ଟି ଲାଗୁ ହେଲେ ଭାଯ୍‌ ହଟାଇ ଦିଆଯିବ, ଯାହା ରାଜ୍ୟଗୁଡ଼ିକୁ ରାଜସ୍ୱ କ୍ଷତି ପହଞ୍ଚାଇବ। ସେଥିପାଇଁ ଅନେକ ରାଜ୍ୟ ଏଥିପାଇଁ ପ୍ରସ୍ତୁତ ନାହାଁନ୍ତି।

ଯେତେବେଳେ ରାଜ୍ୟଗୁଡ଼ି ଟିକସ ହାର ସହିତ ପ୍ରସ୍ତୁତ ହେବେ , ସେତେବେଳେ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍‌ଟି ପରିସର ମଧ୍ୟକୁ ଅଣାଯାଇପାରିବ। ତଥାପି, ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ ଏହାବାଦ୍‌ ଜିଏସ୍‌ଟି ସଂସ୍କାର ଘୋଷଣା ପରେ ମଧ୍ୟ ଷ୍ଟକ୍ ବଜାର କାହିଁକି ଉପରମୁହଁା ହେଉନାହିଁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜାର କେବେବି ଗୋଟିଏ କାରଣ ଉପରେ କାମ କରେ ନାହିଁ। ଏହା କାମ ନ କରିବାର ବିଭିନ୍ନ କାରଣ ହୋଇପାରେ। ଜିଏସ୍‌ଟି ହାରରେ ହ୍ରାସ ସାଧାରଣ କମ୍ପାନୀଗୁଡ଼ିକ ପାଇଁ ନୁହେଁ, ଜନସାଧାରଣଙ୍କ ପାଇଁ ଟିକସ ହ୍ରାସ କରାଯାଇଛି।

ପୁଣି ବଢ଼ିବ ତେଲ ଦର: ପେଟ୍ରୋଲ ୩ ଓ ଡିଜେଲ ୪ ଟଙ୍କା ମହଙ୍ଗା ହୋଇପାରେ
ନୂଆଦିଲ୍ଲୀ: ପୁଣି ବଢ଼ିବ ପେଟ୍ରୋଲ ଓ ଡିଜେଲ ଦର। ଏଥର ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଅପେକ୍ଷା ଡିଜେଲ ମୂଲ୍ୟରେ ଅଧିକ ବୃଦ୍ଧି ଘଟାଇବା ସମ୍ଭାବନା ରହିଛି। ଏହି ଅନୁଯାୟୀ, ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୨ରୁ ୩ ଟଙ୍କା ଏବଂ ଡିଜେଲ ୩-୪ ଟଙ୍କା ମହଙ୍ଗା ହୋଇପାରେ। ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକର କ୍ଷତି ବଢ଼ୁଥିବାରୁ ସରକାର ପୁନର୍ବାର ତେଲ ଦର ବୃଦ୍ଧ ଘଟାଇବାକୁ ଯାଉଥିବା ଏକ ସୂତ୍ରରୁ ଜଣାଯାଇଛି। ତୈଳ କମ୍ପାନୀଗୁଡିକର ରାଜସ୍ବ କ୍ଷତି ପେଟ୍ରୋଲ ଲିଟର ପିଛା ୯-୧୦ ଟଙ୍କା ଏବଂ ଡିଜେଲ ୨୫-୩୦ ଟଙ୍କା ହେଉଛି। ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୧୪ ଥର ବୃଦ୍ଧି ଘଟିଛି।

ଅତିଷ୍ଠ ହେଲେଣି ସାଧାରଣ ଲୋକେ: ଆଜି ପୁଣି ବଢିଲା ତୈଳ ଦର
ନୂଆଦିଲ୍ଲୀ :ଆଜି ପୁଣି  ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି। ୧୬ ଦିନରେ ୧୪ ଥର ବଢ଼ି ୧୦ ଟଙ୍କା ଟପିଲାଣି ତୈଳ ଦର । ପେଟ୍ରୋଲ ଦର ୧୦ ଟଙ୍କା ୭୧ ପଇସା ବଢ଼ିଥିବାବେଳେ ଡିଜେଲ ଦର ୧୬ ଦିନରେ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇଛି ।

ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେର ଦର ଲିଟର ପିଛା ୮୦ ପଇସା ବଢ଼ିଛି । ପେଟ୍ରୋଲ ଦର ୧୦୫ ଟଙ୍କା ୬୭ ପଇସା ହୋଇଥିବାବେଳେ ଡିଜେଲ ଦର ୯୬ ଟଙ୍କା ୬୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୮୪ ପଇସା ବଢ଼ି ୧୨୦ ଟଙ୍କା ୫୧ ପଇସା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୮୫ ପଇସା ବଢ଼ି ୧୦୪ ଟଙ୍କା ୭୭ ପଇସାରେ ପହଞ୍ଚିଛି ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ବଢି ୧୧୨ ଟଙ୍କା ୬୮ ପଇସାରେ ପହଞ୍ଚିଛି ।  ଡିଜେଲ ଦର ୮୫ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୩୫ ପଇସା ହୋଇଛି । ମାଲକାନଗିରି ପେଟ୍ରୋଲ ଦର ୧୧୮ ଟଙ୍କା ୦୪ ପଇସା ହୋଇଥିବାବେଳେ ଡିଜେଲ ଦର ୧୦୭ ଟଙ୍କା ୬୦ ପଇସା ହୋଇଛି ।

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କ୍ରମାଗତ ୧୫ ଦିନରେ ୧୩ ଥର ହେଲାଣି ଦାମ୍ ବୃଦ୍ଧି
ଭୁବନେଶ୍ୱର: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୫ ଦିନରେ ୧୩ ଥର ବୃଦ୍ଧି ହେଲାଣି ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଉଭୟର ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି। ୧୩ ଥରରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୮୪ ପଇସା ବୃଦ୍ଧି ପାଇ ୧୧୧ଟଙ୍କା ୬୪ପଇସା ଓ ଡିଜେଲ ୯ଟଙ୍କା ୭୬ ପଇସା ବଢ଼ି ୧୦୧ ଟଙ୍କା ୩୯ ପଇସାରେ ପହଁଚିଛି । ନୂତନ ଦର ସକାଳ ୬ଟାରୁ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଲାଗୁ ହୋଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଥିଲେ ବି ଭାରତୀୟ ବଜାରରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ଜାରି ରହିଛି । ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ ଯୋଗୁଁ ତୈଳ ବଜାର‌ ଅସ୍ଥିର ରହିଛି। ସେଥିପାଇଁ ବିଶ୍ବର ବିଭିନ୍ନ ଦେଶରେ ତେଲ ମହଙ୍ଗା ହେଉଛି। ଏହି ଯୁଦ୍ଧ ବହୁ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ ଭାରତରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ଓ ସରକାର ଗଠନ ହୋଇଯିବା ପରେ ହିଁ ତେଲ ଦାମ୍ ବଢ଼ିଛି।

ତୈଳ ଦରରେ ଲାଗୁନି ବ୍ରେକ: ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ । ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୧୪ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮.୪୦ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତ୍ତମାନ ଲିଟର ପିଛା ଯଥାକ୍ରମେ ୧୦୩.୮୧ ଟଙ୍କା ଏବଂ ୯୫.୦୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ୮୪ ପଇସା ବଢି ୧୧୮ଟଙ୍କା ୮୩ ପଇସା ହୋଇଥିବା ବେଳେ, ଡିଜେଲ ଦର ୪୩ ପଇସା ବଢି ୧୦୩ଟଙ୍କା ୭ ପଇସାରେ ପହଞ୍ଚିଛି । କୋଲକାତରେ ଡିଜେଲ ଲିଟର ପିଛା ୯୮.୨୨ ଟଙ୍କା ରହିଥିବା ବେଳେ ପେଟ୍ରୋଲ ୧୧୩.୪୫ ଟଙ୍କା ରହିଛି। ଚେନ୍ନାଇରେ ଡିଜେଲ ଲିଟର ପିଛା ୯୯.୪୨ ଟଙ୍କା ରହିଥିବା ବେଳେ ପେଟ୍ରୋଲ ଲିଟର ପିଛା ୧୦୯.୩୪ ଟଙ୍କା ରହିଛି।

ସେହିପରି ଗତ ୧୪ ଦିନ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୮ ଟଙ୍କା ୯୮ ପଇସା ଏବଂ ଡିଜେଲ ଦର ୮ ଟଙ୍କା ୯୨ ପଇସା ବଢ଼ିଛି। ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୭୯ ଏବଂ ଡିଜେଲ ୧୦୦ ଟଙ୍କା ୫୪ ପଇସାରେ ପହଞ୍ଚି ଯାଇଛି।

ହୁ ହୁ ହୋଇ ବଢୁଛି ତୈଳ ଦର: ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ୱର: ଆଜି ବି ପୁଣି ବଢିଲା ତେଲ ଦର । ୧୦ ଦିନରେ ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦର ୮୪ ପଇସା ଲେଖାଏଁ ବଢିଛି । ଫଳରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୬.୭୨ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୧୦୦ ଟଙ୍କା ୯୪ ପଇସାରେ ପହଞ୍ଚିଛି । ଚେନ୍ନାଇରେ ୭୬ ପଇସା ଲେଖାଏ ବୃଦ୍ଧି ପାଇଛି ତୈଳ ଦର । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୪୫ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୭ ଟଙ୍କା ୫୨ ପଇସା ହୋଇଛି ।

ସେହିପରି କୋଲକାତାରେ ୮୦ ପଇସା ଲେଖାଏଁ ବଢି ପେଟ୍ରୋଲ ଦର ୧୧୧ ଟଙ୍କା ୩୫ ପଇସା ଓ ଡିଜେଲର ଦର ୯୬.୨୨ ପଇସାରେ ପହଞ୍ଚିଛି ।

ଏପଟେ ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପାଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୨ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୯୮ ଟଙ୍କା ୫୩ ପଇସାରେ ପହଞ୍ଚିଛି ।

ବିଶ୍ୱବଜାରରେ ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫେବ୍ରୁଆରୀରେ ଅଶୋଧିତ ତୈଳଦର ୧୩୦ ଡଲାର ପ୍ରତି ବ୍ୟାରେଲ ଥିଲା ତାହା ଏବେ ହ୍ରାସ ପାଇ ୧୦୩ ଡଲାରରେ ପହଞ୍ଚିଛି । ତଥାପି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ବିଶେଷଜ୍ଞ ଅନୁସାରେ ତୈଳ ଦର ଏମଧ୍ୟରେ କମିବାର କୌଣସି ସମ୍ଭାବନା ନାହିଁ ।

ମହଙ୍ଗା ଛାଟ; କିଛିଦିନର ବ୍ୟବଧାନରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ନିର୍ବାଚନ ପରେ ତେଲ ଦରରେ ଲାଗିଲା ନିଆଁ । ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରୁ ବାହାରୁ ଦେଶବାସୀଙ୍କ ଉପରେ ମହଙ୍ଗା ମାଡ଼ । ୧୩୭ ଦିନ ପରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଉଭୟ ତେଲ ଲିଟର ପିଛା ସର୍ବଭାରତୀୟ ସ୍ତରରେ ୮୦ ପଇସା ବଢ଼ିଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଦର ଲିଟର ପିଛା ୧୦୨ ଟଙ୍କା ୬୬ ପଇସା ଓ ଡିଜେଲ୍ ୯୨ ଟଙ୍କା ୪୮ ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ ପାଖାପାଖି ୮୫ ପଇସା ବଢ଼ିଛି । ଅଶୌଧିତ ତୈଳଦର ବଢ଼ିବା ପରେ ଡିଜେଲ୍ ମୂଲ୍ୟ ବୃଦ୍ଧି କରିଛନ୍ତି ତୈଳ ମାର୍କେଟିଂ କରୁଥିବା ବିଭିନ୍ନ କମ୍ପାନୀ ।

ୟୁକ୍ରେନ୍ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ୪୦ ପ୍ରତିଶତ ଯାଏ ବୃଦ୍ଧି ପାଇଛି । ଅନ୍ଯପଟେ ଆମ ଦେଶରେ ୨୦୨୧ ନଭେମ୍ବର ୪ରୁ ପେଟ୍ରୋଲ ଓ ଡିଜେଲ୍ ଦାମ ଅପରିବର୍ତ୍ତିତ ରହିଛି । ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୪୦ ଡଲାର ଅତିକ୍ରମ କରିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଇନଥି‌ଲେ। ‌ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। ଏପରିକି ନିର୍ବାଚନ ଫଳ ଚଳିତମାସ ୧୦ ତାରିଖରେ ପ୍ରକାଶ ପାଇବା ପରେ ବି ଦରକୁ ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇ ନଥିଲା। ଗତକାଲି ହଠାତ୍ ତେଲ କଂପାନିଗୁଡ଼ିକ ବଡ଼ ଗ୍ରାହକ ଯେଭଳିକି ସପିଙ୍ଗ ମଲ୍, ରେଳବାଇ, ପରିବହନକାରୀ ସଂସ୍ଥା ଆଦି କିଣୁଥିବା ଡିଜେଲ୍‌ର ମୂଲ୍ୟରେ ଏକସଙ୍ଗେ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ।

ଦେଢ଼ଶହ ଛୁଇଁବ ପେଟ୍ରୋଲ !
ନୂଆଦିଲ୍ଲୀ: ଥମୁନି ତେଲ ତାତି। କମୁନି ଦର। ଦୈନିକ ବଢ଼ୁଛି ପେଟ୍ରୋଲ ଏବଂ ଡିଜେଲ ଦର। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଦର ଏଭଳି ସ୍ତରରେ ପହଞ୍ଚିଛି ଯେଉଁଠି ପେଟ୍ରୋଲ ଏବେ ଲିଟର ପିଛା ୧୨୧ ଟଙ୍କା ଟପିଯାଇଛି। ଆହୁରିମଧ୍ୟ ଆଗକୁ ଦର କମିବାର ସମ୍ଭାବନା କମ୍‌। ବ୍ରୋକରେଜ୍‌ ହାଉସ୍‌ଗୁଡିକ ପକ୍ଷରୁ କରାଯାଇଥିବା ପୂର୍ବନୁମାନ ଅନୁଯାୟୀ, ଆଗାମୀ ଦିନରେ ଭାରତରେ ପେଟ୍ରୋଲ ଲିଟର ପିଛା ୧୫୦ ଟଙ୍କା ଛୁଇଁବା ସମ୍ଭାବନା ରହିଛି। ଏଜେନ୍ସିର ଏଭଳି ରିପୋର୍ଟ ଖାଉଟିଙ୍କ ନିଦ ହଜାଇ ଦେଇଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, କେବଳ ଅକ୍ଟୋବର ମାସରେ ଦେଶରେ ତେଲ ଦର ୮ ଟଙ୍କା ମହଙ୍ଗା ହୋଇଛି। ଅକ୍ଟୋବରରେ ପେଟ୍ରୋଲ ଦର ୨୪ ଥର ବୃଦ୍ଧି ପାଇଛି। ଏହି ସମୟରେ ଘରୋଇ ବଜାରରେ ପେଟ୍ରୋଲ ୭ ଟଙ୍କା ୭୦ ପଇସା ଏବଂ ଡିଜେଲ ୮ ଟଙ୍କା ୨୦ ପଇସା ବଢ଼ିଛି।

ସୋମବାପ ପୁଣି  ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୬୯ପଇସା ଏବଂ ଡିଜେଲ ଲିଟର ପିଛା ୯୮ ଟଙ୍କା ୪୨ ପଇସା ରହିଛି। କେବଳ ଅକ୍ଟୋବରରେ ପେଟ୍ରୋଲ ଏବଂ ଡିଜେଲ ୨୪ ଥର ମହଙ୍ଗା ହୋଇଛି, ଯାହାକି କୌଣସି ମାସରେ ସର୍ବାଧିକ। ଚଳିତ ମାସରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୭ଟଙ୍କା ୭୦ ପଇସା ଏବଂ ଡିଜେଲ ୮ ଟଙ୍କା ୨୦ ପଇସା ବୃଦ୍ଧି ଘଟିଛି । ୨୦୨୧କୁ ବିଚାରକୁ ନେଲେ ଚଳିତବର୍ଷ ଜାନୁଆରୀ ପହିଲାରେ ଦେଶରେ ପେଟ୍ରୋଲ ୮୩ ଟଙ୍କା ୯୭ ପଇସା ଏବଂ ଡିଜେଲ ଲିଟର ପିଛା ୭୪ ଟଙ୍କା ୧୨ ପଇସା ରହିଥିଲା। ବର୍ତ୍ତମାନ ଏହା ଲିଟର ପିଛା ୧୦୯ ଟଙ୍କା ୩୪ ପଇସା ଏବଂ ଡିଜେଲ ଲିଟର ପିଛା ୯୮ ଟଙ୍କା ୦୭ ପଇସା ରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ମାତ୍ର ୧୦ ମାସ ମଧ୍ୟରେ ଘରୋଇ ବଜାରରେ ପେଟ୍ରୋଲ ୨୫ ଟଙ୍କା ୩୭ ପଇସା ଏବଂ ଡିଜେଲ ୨୩ ଟଙ୍କା ୯୭ ପଇସା ବ୍ୟୟବହୁଳ ହୋଇଛି। ଆସନ୍ତା ବର୍ଷ ସୁଦ୍ଧା ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାର ଛୁଇଁପାରେ ବୋଲି ବ୍ରୋକରେଜ୍‌ ଫାର୍ମ ଗୋଲ୍ଡମ୍ୟାନ୍ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା ୧୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ। ଅର୍ଥାତ୍ ଅଶୋଧିତ ତୈଳର ମୂଲ୍ୟ ଆଗାମୀ ଦିନରେ ୩୦ ପ୍ରତିଶତ ବୃଦ୍ଧି ହୋଇପାରେ। ଏହାହେଲେ ଭାରତରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୫୦ ଟଙ୍କା ହୋଇପାରେ। ସେହିଭଳି ଡିଜେଲ ମୂଲ୍ୟ ଲିଟର ୧୪୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ବର୍ତ୍ତମାନ ୩୩ ଟି ରାଜ୍ୟରେ ପେଟ୍ରୋଲ ଏବଂ ୧୮ ଟି ରାଜ୍ୟରେ ଡିଜେଲ ୧୦୦ ଟଙ୍କା ଅତିକ୍ରମ କରିଛି। ଦେଶର ୩୩ ଟି ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଡାମନ ଏବଂ ଡିୟୁ, ଛତିଶଗଡ, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ମଣିପୁର, ନାଗାଲାଣ୍ଡ, ପୁଡୁଚେରୀ, ତେଲେଙ୍ଗାନା, ପଞ୍ଜାବ, ସିକ୍କିମ, ଓଡିଶା, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ , ଅରୁଣାଚଳ ପ୍ରଦେଶ, ମିଜୋରାମ, ଝାଡଖଣ୍ଡ, ଗୋଆ, ଆସାମ, ଗୁଜୁରାଟ, ହରିୟାଣା, ହିମାଚଳ, ଉତ୍ତରପ୍ରଦେଶ, ମେଘାଳୟ, ଦାଦ୍ରା ଏବଂ ନାଗର ହାଭେଲି ଏବଂ ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ। ଅନ୍ୟପକ୍ଷରେ ଡିଜେଲ ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା, ବିହାର, ଗୁଜୁରାଟ, ନାଗାଲାଣ୍ଡ, ମହାରାଷ୍ଟ୍ର, ଦାମନ ଏବଂ ଡିୟୁ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, କେରଳ, କର୍ଣ୍ଣାଟକ, ଗୋଆ, ଦାଦ୍ରା ଏବଂ ନାଗର ହାଭେଲି, ତାମିଲନାଡୁ ଏବଂ ରାଜସ୍ଥାନ ଅନେକ ସ୍ଥାନରେ ଏହା ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇଛି। ଆଜି ଭୁବନେଶ୍ୱରଠାରେ ପେଟ୍ରୋଲ ଲିଟର ପିଛା ୩୬ ପଇସା ଏବଂ ଡିଜେଲ ୩୮ ପଇସା ବୃଦ୍ଧି ଘଟିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୩୨ ପଇସାରେ ପହଞ୍ଚିଥÒବାବେଳେ ଡିଜେଲ ଦର ଲିଟର ପିଛା ୧୦୭ ଟଙ୍କା ଛୁଇଁଛି।

କରୋନା ସଙ୍କଟବେଳେ ଉପରମୁଁହା ତୈଳଦର, ୪ ଦିନରେ ଡିଜେଲ ଏକ ଟଙ୍କା ମହଙ୍ଗା
କରୋନା ସଂକ୍ରମଣ ଦିନକୁ ଦିନ ବଢିବା ସହିତ ତୈଳଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି ।

ଓଡ଼ିଶାରେ ମଧ୍ୟ ତୈଳଦର ବଢ଼ିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ଥିବାବେଳେ ୪ ଜିଲ୍ଲାରେ ପେଟ୍ରୋଲ ଦର ୯୫ ଟଙ୍କା ଉପରେ ରହିଛି । ରାଜ୍ୟରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୯୭ ଟଙ୍କା ୩ ପଇସା ମାଲକାନଗିରିରେ ରହିଛି । ନବରଙ୍ଗପୁର ଓ କୋରାପୁଟରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । ରାୟଗଡ଼ାରେ ୯୫ ଟଙ୍କା ୭୩ ପଇସା ରହିଛି ପେଟ୍ରୋଲ ।

ପେଟ୍ରୋଲ ଭଳି ଡିଜେଲ ଦରରେ ନିଆଁ ଲାଗିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ମୂଲ୍ୟ ଲିଟର ପିଛା ୯୩ ଟଙ୍କା ୯୪ ପଇସା ରହିଛି । ନବରଙ୍ଗପୁର ଓ କୋରାପୁଟରେ ଡିଜେଲ୍ ଲିଟର ପିଛା ୯୩ ଟଙ୍କା ୯ ପଇସାରେ ବିକ୍ରି ହେଉଥିବା ବେଳେ ରାୟଗଡ଼ାରେ ୯୨ ଟଙ୍କା ୬୬ ପଇସା ରହିଛି । ୪ ଦିନ ଭିତରେ ପଟ୍ରୋଲ ଲିଟର ପିଛା ୯୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧ ଟଙ୍କା ବଢ଼ିଛି ।