SAVE TREES - The Sakala

ବୃକ୍ଷମାନଙ୍କ ପ୍ରତି ସମ୍ବେଦନଶୀଳତା ପ୍ରକାଶ ପାଉ: ଡ଼. ଜୟକୃଷ୍ଣ ପାଣିଗ୍ରାହୀ
ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ବିଭିନ୍ନ ପରିବେଶଜନିତ ସମସ୍ୟା କ୍ରମେ ଅଧିକ ଗମ୍ଭୀର ରୂପ ଧାରଣ କରୁଥିବା ପରିପ୍ରେକ୍ଷୀରେ ପରିବେଶ ଓ ପ୍ରକୃତିର ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ସରକାରଙ୍କ ଠାରୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ସବୁ ସ୍ତରରେ ଏଥି ନିମନ୍ତେ ପ୍ରତିବଦ୍ଧତାର ପ୍ରକାଶ ଏକାନ୍ତ ଆବଶ୍ୟକ । ପରିବେଶ ସଂରକ୍ଷଣ ନିମନ୍ତେ ଏବେ ଅନ୍ୟ ବହୁ କାର୍ଯ୍ୟକ୍ରମ ମଧ୍ୟରେ ଚାରାରୋପଣ ଏକ ପ୍ରମୁଖ କାର୍ଯ୍ୟ ରୂପେ ସମାଜରେ ସର୍ବଜନ ଗ୍ରହଣୀୟ ପ୍ରକ୍ରିୟା ହୋଇଛି । ବିଶେଷ ରୂପେ ବର୍ଷା ଋତୁରେ ଜଙ୍ଗଲ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟରେ ଜଡି଼ତ ହୋଇ ନିଜନିଜର ଅବଦାନ ରଖନ୍ତି । ସହରାଞ୍ଚଳମାନେ ଅଧିକ ପରିବେଶ ସମସ୍ୟାରେ ପ୍ରପୀଡ଼ିତ ହେଉଥିବାରୁ ଏବଂ ଏଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ବୃକ୍ଷ ଛେଦନ ବୃଦ୍ଧି ପାଉଥିବାରୁ ପରବର୍ତ୍ତୀ ସମୟରେ ଏଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପଥପାର୍ଶ୍ୱରେ ଏବଂ ଫାଙ୍କା ସ୍ଥାନମାନଙ୍କରେ ଚାରାରୋପଣ କରି ସହର ପରିବେଶରେ ସବୁଜିମା ବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯାଏ । କିନ୍ତୁ, ରୋପଣ ପରବର୍ତ୍ତୀ ସମୟରେ ଆବଶ୍ୟକ ଯତ୍ନ ଓ ସୁରକ୍ଷାର ଅଭାବରୁ ଅନେକ ଚାରା ବୃକ୍ଷରେ ରୂପାନ୍ତରିତ ହେବାରୁ ବଞ୍ଚିତ ହୁଅନ୍ତି । ଗଣମାଧ୍ୟମରେ ଗଛଲଗା ଚିତ୍ର ପ୍ରଦର୍ଶିତ ହେବା ପରେ ଲଗାଇଥିବା ଚାରା ବିଷୟରେ ଆମେ ପ୍ରାୟତଃ ଭୁଲିଯାଉ ଯେ ଗଛ ହେଉଛି ଜୀବନ୍ତ ଏବଂ ଏହା ରୋପଣ ପରବର୍ତ୍ତୀ ଯତ୍ନର ଆବଶ୍ୟକ କରେ ।

ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ବୃକ୍ଷ କଟାଯିବାକୁ ଏଡ଼ାଇବାକୁ ଏବଂ ବୃକ୍ଷର ମୂଳ ଚତୁଃପାର୍ଶ୍ୱରେ ସେମାନଙ୍କ ବଞ୍ଚିବା ଏବଂ ଦୀର୍ଘାୟୁ ହେବାକୁ ଦୃଷ୍ଟିରେ ରଖି ଆବଶ୍ୟକ ଫାଙ୍କା ସ୍ଥାନ ନିଶ୍ଚିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଜାତୀୟ ସବୁଜ ଟ୍ରିବ୍ୟୁନାଲ ପୂର୍ବରୁ ନିର୍ଦେଶାନାମାମାନ ଜାରି କରିଛନ୍ତି । ପ୍ରତ୍ୟେକ ଗଛ ଚାରିପଟେ ଖୁବ୍ କମ୍‌ରେ ଏକ ମିଟର ବ୍ୟାସାର୍ଦ୍ଧର ମୃତ୍ତିକା ଥିବା ଖୋଲାସ୍ଥାନ ରହିବା ଜରୁରୀ, ଯାହା ଦ୍ୱାରା ଏହାର ଚେର ଠିକ୍ ଭାବରେ ବିସ୍ତାରିତ ହେବ ଏବଂ ବର୍ଷାଜଳ ମାଟିରେ ପ୍ରବେଶ କରିବ ।

ଭୁବନେଶ୍ୱରର ବୁଦ୍ଧ ପାର୍କକୁ ଲାଗି ରହିଥିବା ଗଛର ମୂଳକୁ ସମ୍ପୂର୍ଣ୍ଣ ରୂପେ କଂକ୍ରିଟ କରାଯାଇ ଥିବାରୁ ବର୍ଷାଦିନରେ ମଧ୍ୟ ଜଳାଭାବରେ ଏହା ମୃତ୍ୟୁବରଣ କରି ମୂକ ଭାବରେ ଛିଡ଼ା ହୋଇ ରହିଛି । ଏପରି ଦୁରାବସ୍ଥାରେ ରହିଛନ୍ତି ଭୁବନେଶ୍ୱର, କଟକ ଏବଂ ଅନ୍ୟ ସହରାଞ୍ଚଳର ଅନେକ ଗଛମାନେ, ଯେହେତୁ ଏଠାରେ କଂକ୍ରିଟ ବା ପେଭର୍ ବ୍ଲକ ବିହୀନ ସ୍ଥାନ କ୍ରମଶଃ ହ୍ରାସ ପାଇ ଚାଲିଛି I ନିଃସ୍ୱାର୍ଥପର ଭାବରେ ବହୁବିଧ ସେବା ପ୍ରଦାନ କରୁଥିବା ଗଛମାନଙ୍କର ବଞ୍ଚିବା ପାଇଁ ଜଳର ଆବଶ୍ୟକତା ରହିଛି, ଯାହା ମୁଖ୍ୟତଃ ବର୍ଷା ଦ୍ୱାରା ଘଟିଥାଏ । କଂକ୍ରିଟମୟ ସହରରେ ବର୍ଷାଜଳ ମୃତ୍ତିକାରେ ପ୍ରବେଶ କରିପାରୁ ନାହିଁ, ଯାହା ବୃକ୍ଷମାନଙ୍କ ନିମନ୍ତେ ସମସ୍ୟାର କାରଣ ପାଲଟିଛି ଏବଂ ଭୂତଳଜଳ ପୁନର୍ଭରଣା ମଧ୍ୟ ହ୍ରାସ ପାଉଛି । ଏହାକୁ ହୃଦୟଙ୍ଗମ କରି ରାଜ୍ୟର ସମସ୍ତ ପୌରପାଳିକା ବୃକ୍ଷରୋପଣକୁ ଗୁରୁତ୍ୱ ଦେବା ସହ ବୃକ୍ଷମାନଙ୍କର ସୁରକ୍ଷା ଓ ସୁସ୍ଥତା ନିମନ୍ତେ ସମ୍ବେଦନଶୀଳତାର ସହ ବିହିତ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ବିଧେୟ ବୋଲି ଓଡ଼ିଶା ପରିବେଶ ସମିତିର କାର୍ଯ୍ୟକାରୀ ସଭାପତି ଡ଼. ଜୟକୃଷ୍ଣ ପାଣିଗ୍ରାହୀ ମତ ପ୍ରକାଶ କରିଛନ୍ତି ।

ବିଶ୍ୱାସରେ ବନ୍ଧା ପରିବେଶ, ଗଛ ପାଇଁ ଯୋଜନା ସହ ବଦଳୁଛି ରାସ୍ତା ମୋଡ଼
ଭୁବନେଶ୍ୱର: ଉନ୍ନତୀକରଣ ନାମରେ ରାଜଧାନୀରେ ଶିଳ୍ପ ପ୍ରତିଷ୍ଠା, ଗୃହ ଓ ବିଶାଳ ଅଟ୍ଟାଳିକା ନିର୍ମାଣ ଏବଂ ରାସ୍ତା ଚଉଡ଼ା ହେଲେ ପ୍ରଥମେ ଗଛକୁ କଟି ଦିଆଯାଉଛି। ଏପରି କି ପାଣି ପାଇପ୍‌‌ ସଂଯୋଗ, ବିଦ୍ୟୁତ୍‌‌ ବିଛାଇବା, ଗ୍ୟାସ ଲାଇନ୍‌‌ ସଂଯୋଗ ବେଳେ ବଡ଼ ବଡ଼ ଗଛକୁ କାଟି ଦିଆଯିବା ଘଟଣା ସବୁଦିନିଆ ହୋଇଗଲାଣି। ଗଛକଟାକୁ କିଛିଲୋକ ବିରୋଧ କଲେ ବି ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଏପରିସ୍ଥଳେ ଧର୍ମୀୟ ବିଶ୍ୱାସକୁ ଆଧାର କରି ଗଛରେ ନାଲିସୁତା ବନ୍ଧା ଯାଇଥିବା ରାଜଧାନୀରେ ଅନେକ ପୁରୁଣା ଗଛକୁ କଟାଯାଇପାରି ନାହିଁ।

ବଡଗଡ଼ ଥାନା ନିକଟରେ ରାସ୍ତା ଚଉଡ଼ା ନାମରେ ଗଛ କଟାଯାଉଥିଲା। ବହୁସଂଖ୍ୟାରେ ବିଶାଳ ବରଗଛ କଟିଦିଆଗଲା। ହେଲେ ନାଲିସୁତା ଏବଂ କପଡ଼ା ବନ୍ଧାଯାଇଥିବା ଏକ ବରଗଛକୁ ଛାଡ଼ିଦିଆଗଲା। ଆସ୍ଥା ଦ୍ୱାରା ଆଚ୍ଛାଦିତ ଥିବାରୁ ଏହାକୁ କେହି କାଟିଲେ ନାହିଁ। ସେହିପରି ବଡ଼ଗଡ଼ ବ୍ରିଟ୍‌‌ କଲୋନୀରେ ଶନିମନ୍ଦିରକୁ ଲାଗିରହିଥିବା ଏକ ବିଶାଳ ଓସ୍ତ ଗଛକୁ ଲୋକେ ପୂଜା କରୁଛନ୍ତି। ନିଜର ମନସ୍କାମନା ପୂରଣ ପାଇଁ ନାଲିଫିତା ବାନ୍ଧୁଛନ୍ତି। ଦିନେ ଏହି ବାଟ ଦେଇ କଂକ୍ରିଟ ରାସ୍ତା ଗଲା। ଆଖପାଖରେ ଥିବା ଅଧିକାଂଶ ଗଛକୁ କଟି ମୂଳପୋଛ କରିଦିଆଗଲା। ପୂଜାପାଉଥିବା ଓସ୍ତଗଛର ଡାଳ ଖଣ୍ଡେ କାଟିବାକୁ କେହି ସାହସ କଲେ ନାହିଁ। ସେହିପରି ମାଷ୍ଟରକ୍ୟାଣ୍ଟିନ, ରାମମନ୍ଦିର ସାମ୍ନା ରାସ୍ତାରେ ଫୁଟପାଥ୍‌‌ ଏବଂ ସୌନ୍ଦର୍ଯ୍ୟକରଣ ନାମରେ ଅନେକ ଗଛ କାଟି ଦିଆଗଲା। ହେଲେ ଗଛରେ ବନ୍ଧା ଯାଇଥିବା ନାଲିଫିତା ୨ଟି ଗଛକୁ ଏବେ କଟାଯିବାରୁ ବଞ୍ଚିତ କରିପାରିଛି। ରାଜଧାନୀରେ ରସୁଲଗଡ଼, ପଳାଶୁଣୀ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ନାଲି ଫିତା ଯୋଗୁଁ କଂକ୍ରିଟ ଜଙ୍ଗଲ ମଧ୍ୟରେ ଅନେକ ଗଛ ସଂରକ୍ଷିତ ହୋଇରହିଛି। ଲୋକଙ୍କ ମନର ଆସ୍ଥା ରାଜଧାନୀର ଅନେକ ଗଛକୁ ବଞ୍ଚାଇ ରଖିବାରେ ସକ୍ଷମ ହୋଇଛି। ଏହି ଗଛ ସାମ୍ନାରେ ରାସ୍ତା ଯାଉ କିମ୍ବା ବିଦ୍ୟୁତ ତାର, ବହୁଦିନ ଧରି ଥିବା ଗଛଗୁଡ଼ିକ ନିଜସ୍ଥାନରୁ କିନ୍ତୁ ହଟୁ ନାହିଁ। ବରଂ ରାସ୍ତା ନିଜର ଦିଗ ପରିବର୍ତ୍ତନ କରି ଦେଉଛି। ବିଦ୍ୟୁତ୍‌‌ ତାରକୁ ବୁଲାଇ ବୁଲାଇ ନିଆଯାଉଛି। ବିଭିନ୍ନ ସରକାରୀ ଯୋଜନା ପରିବର୍ତ୍ତନ ହୋଇଯାଉଛି। ଗଛଗୁଡ଼ିକରେ ବନ୍ଧାଯାଇଥିବା ନାଲିଫିତାକୁ ଦେଖି ଗଛକଟାଳି ଗଛକାଟିବାକୁ ମନା କରି ଦେଉଛି। ରାସ୍ତା ଚଉଡ଼ା କରୁଥିବା ଠିକାଦାର ଏହିଗଛଗୁଡ଼ିକ କାଟିବାକୁ କୌଣସି ମତେ ଲୋକ ସମର୍ଥନ ହାସଲ କରି ପାରୁ ନାହାନ୍ତି। ପ୍ରଶାସନ ଲୋକଙ୍କ ଆସ୍ଥାକୁ ଦେଖି ପଛ ଘୁଞ୍ଚ ଦେଇ ବିକଳ୍ପ ଯୋଜନା ପ୍ରସ୍ତୁତ କରୁଛି। ଅନେକ କ୍ଷେତ୍ରରେ ଗଛଗୁଡ଼ିକ ଲୋକଙ୍କ ଆସ୍ଥା ଯୋଡ଼ି ହୋଇ ରହିଥିବାରୁ କୋର୍ଟ ମଧ୍ୟ ଗଛ ନ କାଟିବାକୁ ରାୟ ପ୍ରଦାନ କରୁଛନ୍ତି।

ଏହିଭଳି ଗଛପାଖରେ ରାସ୍ତା ଏବଂ କଂକ୍ରିଟ ନିର୍ମାଣ ନିଜର ଦିଗ ପରିବର୍ତ୍ତନ କରିଦେଉଛି। ଏହି ବିଶାଳକାୟ ଗଛଗୁଡ଼ିକ ଏଠାରେ ରହି ଏବେବି ଲୋକଙ୍କୁ ଟାଣ ଖରାରେ ଛାଇ ପ୍ରଦାନ କରୁଛି। ଏହାସହ ସହରକୁ ଥଣ୍ଡା ରଖିବାରେ ସାହାର୍ଯ୍ୟ କରୁଛି। ଏହି ଉପାୟରେ ଅନେକଗୁଡ଼ିଏ ଗଛ କଟିବାରୁ ରୋକା ଯାଇପାରିବ ବୋଲି ବହୁ ଲୋକେ ମତବ୍ୟକ୍ତ କରିଛନ୍ତି। ଏସମ୍ପର୍କରେ ଅର୍ବାନପ୍ଲାନର ଡଃ ପୀୟୂଷ ମହାନ୍ତି କହିଛନ୍ତି, ଏଭଳି ଉପାୟରେ ଅନେକ ଗଛକୁ ସଂରକ୍ଷିତ କରି ରଖାଯାଇ ପାରିବ।

ଧର୍ମ ସହ ବହୁ ପୁରାଣ ସମ୍ପର୍କ

ହିନ୍ଦୁ ଧର୍ମ ସହ ଗଛର ସମ୍ପର୍କ ବହୁ ପୁରୁଣା। ଧାର୍ମିକ କାର୍ଯ୍ୟରେ ବିଭିନ୍ନ ଗଛର ମହତ୍ୱ ଅନେକ। ତୁଳସୀକୁ ପ୍ରତ୍ୟେକ ଦିନ ଲୋକେ ଘରେ ପୂଜା କରନ୍ତି। ତେଣୁ ଆଜି ବି ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳୁଛି। ସେହିପରି ଗାଁ ଗଣ୍ଡାରେ ବର, ଓସ୍ତ, ଲିମ୍ବ, ବେଳ ଗଛକୁ ପୂଜା କରାଯାଏ। ଏଣୁ ଏହି ଗଛଗୁଡ଼ିକୁ ହଣାଯାଏ ନାହିଁ। କେବଳ ଗଛ ନୁହେଁ ଛୋଟ ଛୋଟ ଜଙ୍ଗଲକୁ ମଧ୍ୟ ଲୋକେ ପୂଜାକରି ସଂରକ୍ଷଣ କରନ୍ତି। ଆଦୀବାସୀମାନେ ଛୋଟ ଜଙ୍ଗଲକୁ ପୂଜା କରିବା ସହ ଏହାକୁ ସଂରକ୍ଷଣ କରିଥାନ୍ତି। ଅସ୍ଥା ଦ୍ୱାରା ଆଚ୍ଛାଦିନ ରାଜ୍ୟରେ ୩୨୨ ଜଙ୍ଗଳକୁ ଏଭଳି ସଂରକ୍ଷଣ କରି ରଖାଯାଇଛି। ଯାହା ୮୪ ହେକଟର ଜମିରେ ପରିବ୍ୟାପ୍ତ ବୋଲି ଏକ ଆକଳନରୁ ଜଣାପଡ଼ିଛି।

ସହଭାଗିତା ଶିଖାଉଛି ମୟୂରଭଞ୍ଜର ‘ମାଣ୍ଡାମ’ ଗାଁ: ଠେଙ୍ଗାପାଳି କରି ଜଗୁଛନ୍ତି ୪୨୩ ଏକର ଜଙ୍ଗଲ, ଗୋଟିଏ ଗଛ କଟିଲେ ଲାଗୁଛି ୪ ଗଛ
ଜଙ୍ଗଲ ତାଙ୍କର। ଜଙ୍ଗଲଜାତ ଦ୍ରବ୍ୟ ବି ତାଙ୍କର। ସେମାନେ ହିଁ ଚାହିଁଲେ ଜଙ୍ଗଲ ବଞ୍ଚିବ। ଗତ ବର୍ଷ ଶିମିଳିପାଳ ଜୈବମଣ୍ଡଳ ସମେତ ସାରା ରାଜ୍ୟ ବନାଗ୍ନିରେ ଅସ୍ତବ୍ୟସ୍ତ ହେବା ପରେ ଜନସହଭାଗିତାର ଗୁରୁତ୍ୱକୁ ହୃଦୟଙ୍ଗମ କରିଛନ୍ତି ସରକାର। ଜନତା ହିଁ ଯେ; ବନାଗ୍ନି ପ୍ରଶମନର ମୁଖ୍ୟ ଅସ୍ତ୍ର, ତାକୁ ସ୍ୱୀକାର ବି କରିଛନ୍ତି। ଆଗକୁ ବନାଗ୍ନି ଋତୁ ଆସୁଥିବା ବେଳେ ଜଙ୍ଗଲ ସୁରକ୍ଷା ପାଇଁ ସ୍ଥାନୀୟ ଜନତାଙ୍କ ପ୍ରୟାସକୁ ଆହୁରି ବଳିଷ୍ଠ କରିବାକୁ ‘ସକାଳ’ ପକ୍ଷରୁ ଆରମ୍ଭ କରାଯାଇଛି

ଭୁବନେଶ୍ୱର:ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ବାଉଁଶନାଳି ପଞ୍ଚାୟତ ଅଧୀନରେ ଥିବା ମଣ୍ଡାମ ଗାଁ ର ଏ କାହାଣୀ। ୮୧ ଟି ପରିବାରକୁ ନିଜ ଭିତରେ ଜାଗା ଦେଇଥିବା ଏହି ଗାଁ ଯଦିଓ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଅଧୀନରେ ଆସୁନି ହେଲେବି ଶିମିଳିପାଳର ପାଦ ଦେଶରେ କାହିଁ କେଉଁ କାଳରୁ ଠିଆ ହୋଇଛି। ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଆଶା ଭରସା ପାଖରେ ଥିବା ୪୨୩ ଏକରର ଗୋଷ୍ଠୀ ଜଙ୍ଗଲ। ଯାହା ଉପରେ ନିର୍ଭର କରେ ସେମାନଙ୍କ ପେଟ ପାଟଣା। ଜଙ୍ଗଲରୁ ମହୁଲ, ଚାର, ଟୋଲ, ଶାଳ ମଞ୍ଜି, ଶାଳ ପତ୍ର ତୋଳି ପେଟ ପାଟଣା କରିଥାନ୍ତି। ଆଉ ଏବେ ସରକାରଙ୍କ ସହାୟତାରେ ଗାଁରେ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା କୁକୁଡା ଓ ଛେଳି ପାଳନ ସାଙ୍ଗକୁ ଛତୁ ଚାଷ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଗତ ବର୍ଷ ଜଙ୍ଗଲ ନିଆଁରେ ଯେତେବେଳେ ସାରା ଶିଳିମିପାଳ ଜୈବମଣ୍ଡଳ ହୁତୁ ହୁତୁ ହୋଇ ଜଳୁଥିଲା ସେତେବେଳେ ଗାଁ ଲୋକଙ୍କ ସହାୟତାରେ କିନ୍ତୁ ବର୍ତ୍ତିଯାଇଥିଲା ଏହି ଗୋଷ୍ଠୀ ଜଙ୍ଗଲ। ଏମିତି ନୁହେଁ ଯେ ଜଙ୍ଗଲରେ ନିଆଁ ଲାଗି ନଥିଲା। ହେଲେ ଯେଉଁ ୧୦ରୁ ୧୨ଟି ଜାଗାରେ ନିଆଁ ଲାଗିଥିଲା ତାହାକୁ ଗାଁ ଲୋକଙ୍କ ସହାୟତାରେ ମା’ ବୁଢ଼ିପାଟ ଜଙ୍ଗଲ ସୁରକ୍ଷା କମିଟି ସଙ୍ଗେ ସଙ୍ଗେ ଲିଭାଇବାରେ ସକ୍ଷମ ହୋଇଥିଲା।

ଗାଁ କମିଟିର ଉପଦେଷ୍ଟା ମହାନ୍ତି ଗୋରାଇ କହନ୍ତି ଗୋଷ୍ଠୀ ଜଙ୍ଗଲକୁ ସୁରକ୍ଷା ଦେବା ଆଜିର କଥା ନୁହେଁ। ୧୯୭୫ ମସିହାରୁ ବାପା, ଜେଜେମାନେ ଏହାକୁ ଠେଙ୍ଗାପାଳି କରି ସୁରକ୍ଷା ଦେଇ ଆସୁଥିଲେ। ୨୦୧୩ ମସିହାରେ ସରକାରଙ୍କ ସ୍ୱୀକୃତି ପରେ ଆମେ ଏହାକୁ ବ୍ୟବସ୍ଥିତ ଢ଼ଙ୍ଗରେ ପରିଚାଳନା କରୁଛୁ। ସପ୍ତାହ ଯାକ ପାଳି ହିସାବରେ ଗାଁ ଲୋକ ଜଙ୍ଗଲ ଜଗନ୍ତି। ଯେଉଁଠି କାଠ ମାଫିଆଙ୍କ ଦ୍ୱାରା ଗଛ କଟାର ଖବର ଆସେ ସେଠି ଦଳଗତ ଭାବେ ଛିଡା ହୁଅନ୍ତି ଗାଁ ଲୋକେ। ହେଲେ ଯଦି ଗାଁ ଲୋକର ଆବଶ୍ୟକତା ପଡେ ତେବେ ୨୦ ଟଙ୍କା ଦାଖଲ କରି ସମ୍ପୃକ୍ତ ବନବାସୀଙ୍କୁ ଗାଁ କମିଟିରେ ଏଥିପାଇଁ ଆବେଦନ କରିବାକୁ ପଡେ। ପରେ ଗାଁ କମିଟି ବିଚାର କରି ଏଥିପାଇଁ ମଞ୍ଜୁରି ଦେଲା ପରେ ଗଛ କଟେ। ହେଲେ ଏଥିରେ ବି ସର୍ତ୍ତ। ସମ୍ପୃକ୍ତ ବ୍ୟକ୍ତିକୁ ଗୋଟିଏ ଗଛ ବଦଳରେ ୪ଟି ଗଛ ଲଗାଇ ତାକୁ ବଡ କରିବାର ଦାୟିତ୍ୱ ନେବାକୁ ପଡ଼େ।

୪୨୩ ଏକର ପରିମିତ ଏହି ଜଙ୍ଗଲରୁ ପ୍ରତିବର୍ଷ ଗାଁ ଲୋକେ ପରିବାର ପିଛା ୪୦ କିଲୋ ଚାର ମଞ୍ଜି, ୨୫ କିଲୋ ଲେଖାଏଁ ଟୋଲ, ୨୦ କିଲୋ ଲେଖାଏଁ କୁସୁମ, ୩ କୁଇଣ୍ଟାଲ ଲେଖାଏଁ ମହୁଲ ସଂଗ୍ରହ କରିଥାନ୍ତି। ଏହାବାଦ ଅନ୍ୟନ୍ୟ ଚେରମୁଳି ପାଇଁ ବି ଲୋକେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ତେଣୁ ଜଙ୍ଗଲକୁ ସୁରକ୍ଷା ଦେବା ସେମାନଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ସେମାନେ ଅନୁଭବ କରିଛନ୍ତି। ଜଙ୍ଗଲ ସୁରକ୍ଷା ଦିଗରେ ଭଲ କାମ କରିଥିବା ଗାଁ ଲୋକଙ୍କ ପ୍ରତି ବର୍ଷ ସମ୍ବର୍ଦ୍ଧିତ କରି ଜନସହଭାଗିତାର ଆଉ ଏକ ଉଦାହରଣ ସୃଷ୍ଟି କରି ପାରିଛି ମାଣ୍ଡାମ ଗାଁ। ଜଙ୍ଗଲ ନିଆଁ ବାବଦରେ ଖବର ଦେଉଥିବା ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ଯିଏ ଅଧିକ ଗଛ ଲଗାଇଛି, ଯେଉଁ ପରିବାର ଅଧିକ ଠେଙ୍ଗାପାଳି କରି ଜଙ୍ଗଲକୁ ସୁରକ୍ଷା ଦେବାଠାରୁ ଯିଏ ସଚେତନତା କାର୍ଯ୍ୟକ୍ରମ କରି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଇଛି ସେମାନଙ୍କୁ ଗାଁ କମିଟି ଦ୍ୱାରା ସମ୍ବର୍ଦ୍ଧିତ କରାଯିବାର ନିଆରା ପରମ୍ପରା ଗାଁରେ ଆଜି ଯାଏଁ ଜୀବିତ। ଏ ବାବଦରେ ମହାନ୍ତି ଗୋରାଇ ଆହୁରି କହନ୍ତି ଯେ ଜଙ୍ଗଲ ଉପରେ କେବଳ ମାଣ୍ଡାମ ନୁହେଁ ୩ଟି ପଞ୍ଚାୟତ ବାଉଁଶନାଳି, ମାଣ୍ଡା ଓ ଝିପାବନ୍ଧର ୭ଟି ଗାଁ ଲୋକେ ନିର୍ଭର କରିଥାନ୍ତି। ପ୍ରତିବର୍ଷ ଜଙ୍ଗଲ ନିଆଁ ଋତୁ ପୂର୍ବରୁ ଗାଁରେ କମିଟି ବସେ। ଗାଁ ଲୋକଙ୍କୁ ଏକାଠି କରାହୁଏ। ଜଙ୍ଗଲ ଭିତର ଜଳାଶୟର ଅବସ୍ଥା ପରଖାଯାଏ। ଜଙ୍ଗଲ ସାଥୀମାନଙ୍କୁ ସଜାଗ କରାଯାଏ। ବାଉଁଶନାଳି ସରପଞ୍ଚ ଆଗକୁ ଆସି ଗୋଷ୍ଠୀ ଜଙ୍ଗଲ ପରିଚାଳନା ପାଇଁ ଯେଉଁମାନେ କାମ କରନ୍ତି ତାଙ୍କ ସହ ଯୋଗାଯୋଗ କରି ମହୁଲ ଗଛ ତଳେ ନିଆଁ ନ ଲଗାଇବାକୁ ପ୍ରବର୍ତ୍ତାଇଥାନ୍ତି। ଏଥିପାଇଁ ଗାଁ କମିଟିକୁ ନେଟ୍‍ ସାହାଯ୍ୟରେ ଅଳ୍ପ ପରିଶ୍ରମରେ କିପରି ମହୁଲ ସଂଗ୍ରହ ସମ୍ଭବ ତାହା ବତାଯାଇଥାଏ। ବନ ବିଭାଗ ଏଥିରେ ଆମକୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେଇଥାନ୍ତି।