RIP - The Sakala

ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‍ର ବର୍ଷୀୟାନ ଅଭିନେତା ମିହିର ଦାସ
ଭୁବନେଶ୍ବର: କଟକ ସତୀଚଉରା ଶ୍ମଶାନରେ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯଇଛି। ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବର୍ଷାକୁ ଖାତିର ନକରି ଜନସମୁଦ୍ର ଲାଗିରହିଥିଲା। ମିହିରଙ୍କ ପୁଅ ଅମ୍ଳାନ ମୁଖାଗ୍ନି ଦେଇଥିଲେ । ସକାଳୁ ସିଡିଏସ୍ଥିତ ତାଙ୍କ ବାସଭବନରୁ ମିହିରଙ୍କ ମର ଶରୀରକୁ ମୁକ୍ତିରଥରେ ତାଙ୍କର ପୂର୍ବ ବାସସ୍ଥାନ କନିକା ଛକ ନିକଟ ରାମଗଡକୁ ଅଣାଯାଇଥିଲା । ବର୍ଷା ଓ ପ୍ରତିକୂଳ ପାଗ ପରିସ୍ଥିତି ସତ୍ୱେ ଏହି ଦିବଂଗତ ଅଭିନେତାଙ୍କୁ ଶେଷ ବିଦାୟ ଜଣାଇବାକୁ ବୁହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ. କିଡନି ଜନିତ ରୋଗରେ ଆକ୍ରାନ୍ତ ଥିବା ଅଭିନେତା ମିହିର ଦାସଙ୍କର ସୋମବାର ଦିନ କଟକସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଥିଲା । ଏଥିସହିତ ଜଣେ ବହୁମୁଖୀ ଅଭିନେତାଙ୍କୁ ଓଲିଉଡ ଜଗତ ହାରାଇଛି। ହାସ୍ୟ ଅଭିନୟଠାରୁ ଆରମ୍ଭ କରି ନାୟକ, ଖଳନାୟକ ଚରିତ୍ରରେ ରୁପେଲିପରଦାରେ କରିଛନ୍ତି ନିଖୁଣ ଅଭିନୟ। ଚାରି ଦଶନ୍ଧି ଧରି ତାଙ୍କ ବଳିଷ୍ଠ ଅଭିନୟ ପ୍ରତିଟି ଓଡ଼ିଆ ସିନେପ୍ରେମୀଙ୍କୁ ମୁଗ୍ଧ କରିଥିଲେ। ତାଙ୍କ ବିୟୋଗ ଓଡ଼ିଆ ମନୋରଞ୍ଜନ ଦୁନିଆକୁ ସ୍ତବ୍ଧ କରି ଦେଇଛି। ଆଜି ସତୀଚଉରା ଶ୍ମଶାନରେ ଗାର୍ଡ ଅଫ ଅନର୍‍ ଦିଆଯାଇ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।