Ollywood - The Sakala
ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ: ୭୧ ବର୍ଷ ବୟସରେ ଆଖି ବୁଜିଲେ 'ଯାଯାବର' ଗାୟିକା
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଦୁଃଖଦ ଖବର। ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ୍‌ ତଥା ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କାଘାତର ଶିକାର ହୋଇଛନ୍ତି। ଗତ କିଛି ଦିନ ଧରି ସେ ଆଇସିୟୁ(ICU)ରେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କ ସ୍ୱାମୀ ଗୋପାଳ ବାତ୍ରା ପୂର୍ବରୁ ତାଙ୍କ ମୃତ୍ୟୁ ଗୁଜବକୁ ଖଣ୍ଡନ କରିଥିଲେ ମଧ୍ୟ ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି।
ଗୀତା ପଟ୍ଟନାୟକ ସତୁରୀ ଦଶକର ଜଣେ ଆଗଧାଡ଼ିର ଗାୟିକା ଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ଗାୟକ ଅକ୍ଷୟ ମହାନ୍ତିଙ୍କ ସହ ଅନେକ ହିଟ୍‌ ଗୀତ ଗାଇଛନ୍ତି। ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଯାଯାବର'ର ଲୋକପ୍ରିୟ ଗୀତ 'ଫୁର୍‌ କିନା ଉଡିଗଲା ବଣି' ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏହାବ୍ୟତୀତ 'ବଡ଼ ବେଦରଦୀ ମୋ ନାଲି ପାନ ରଜା', 'ଏଇ ତାରାଭରା ଜହ୍ନ ରାତି', ଏବଂ 'ଦନେଇ ଦାସ କହେରେ ଭାଇ' ଭଳି ଅନେକ କାଳଜୟୀ ଗୀତରେ ସେ କଣ୍ଠଦାନ କରିଯାଇଛନ୍ତି।
ମୁକ୍ତିଲାଭ କଲା 'ବିନ୍ଦୁସାଗର' ଟିଜର: ମୁଖ୍ୟ ଭୂମିକାରେ ପ୍ରକୃତି ଓ ଦିପନ୍ୱିତ, ଏପ୍ରିଲ ୧୦ରେ ହେବ ରିଲିଜ୍
ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଖବର। ବହୁପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ବିନ୍ଦୁସାଗର'ର ଅଫିସିଆଲ ଟିଜର ମୁକ୍ତିଲାଭ କରିଛି। ଦର୍ଶକଙ୍କ ମନ ଜିଣିବା ପାଇଁ ପ୍ରସ୍ତୁତ ଏହି ସିନେମାର ଟିଜରକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ 'ଦମନ' ଫେମ୍ ଦିପନ୍ୱିତ ଦାଶମହାପାତ୍ରଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।
ଦମଦାର ଷ୍ଟାରକାଷ୍ଟ
ଏହି ଚଳଚ୍ଚିତ୍ରରେ ପ୍ରକୃତି ମିଶ୍ର ଏବଂ ଦିପନ୍ୱିତଙ୍କ ବ୍ୟତୀତ ଅଭିନେତା ରବିନ ଦାସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଟିଜରରେ ଦେଖାଯାଇଥିବା ଦୃଶ୍ୟ ଏବଂ କାହାଣୀର ଝଲକ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି କରିଛି। ଦିପନ୍ୱିତ ଏବଂ ପ୍ରକୃତିଙ୍କ ଅଭିନୟର ନୂଆ ଯୁଗଳବନ୍ଦୀକୁ ଦେଖିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ସିନେମାର ବିଷୟବସ୍ତୁ କିଛି ନିଆରା ହେବ ବୋଲି ଟିଜରରୁ ଅନୁମାନ କରାଯାଉଛି।
ଏପ୍ରିଲ ୧୦ରେ ଶୁଭମୁକ୍ତି
ଚଳଚ୍ଚିତ୍ର ନିର୍ମାତାଙ୍କ ସୂଚନା ଅନୁଯାୟୀ, 'ବିନ୍ଦୁସାଗର' ଆସନ୍ତା ଏପ୍ରିଲ ୧୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଟିଜର ରିଲିଜ୍ ହେବା ପରେ ଏହାକୁ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି।
ଡିସିପି ଅଫିସ ଆଗରେ ଅଭିନେତାଙ୍କ ହାଇଡ୍ରାମା; ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ
ଭୁବନେଶ୍ୱର: ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି । ଡିସିପି ଅଫିସ ଆଗରେ ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ । ଅଶ୍ରାବ୍ୟ ଭାଷାରେ କଳି କଲେ ୨ ଅଭିନେତା । ମାରିବା ପାଇଁ ଚିହିଁକି ଆସିଲେ ଅଭିନେତା । ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ଗତ କିଛି ଦିନ ଧରି ଏକ ଫିଲ୍ମର ଟାଇଟେଲକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବା ପରେ ଏହାର ଆପୋଷ ବୁଝାମଣା ପାଇଁ ଆଜି ଉଭୟଙ୍କୁ ଡିସିପିଙ୍କ ଅଫିସକୁ ଡକାଯାଇଥିଲା। ମାତ୍ର ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷଙ୍କୁ ଏବେ କମିଶନରଙ୍କ କାର୍ଯ୍ୟାଳୟକୁ ଡାକି ବୈଠକ ଆରମ୍ଭ ହୋଇଛି। ତେବେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ମିଳାମିଶା ନହେଲେ ଆଇନ ଅନୁଯାଇ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବ ପୋଲିସ।
ସୂଚନା ଅନୁସାରେ, ମନୋଜଙ୍କୁ ରାଣ୍ଡୀ ପୁଅ ଅନନ୍ତା କହିବା ପରେ, ଥାନାରେ ଅଭିଯୋଗ କରିଥିଲେ ମନୋଜ। ଆପୋଷ ବୁଝାମଣା ପାଇଁ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଆସିବାକୁ କହିଥିଲା। ଆଜି ଡିସିପି ଅଫିସ ସାମ୍ନାରେ ବବି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଆକ୍ଷେପ କରିବାରୁ ସେ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ବୋଲି କହିଛନ୍ତି ମନୋଜ ମିଶ୍ର। ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା। ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷକୁ ନେଇ ପୁଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା। ଆଜିର ଘଟଣା ପାଇଁ ମନୋଜ ମିଶ୍ର କ୍ଷମା ମାଗିଥିଲେ ମଧ୍ୟ ଏ ନେଇ ଆଉ ଏକ ମାମଲା ସହିଦନଗର ଥାନାରେ ହେବ ବୋଲି କହିଛନ୍ତି ବବି ଇସଲାମ ।
ଭୁବନେଶ୍ବର: ‘ଭୋଟ’ ବେଳ ପାଖେଇ ଆସୁଥିବାରୁ ଦର୍ଶକଙ୍କ ମନରେ ଆଗ୍ରହ ବଢ଼ିବାରେ ଲାଗିଛି। ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ରିତୁପ୍ରିୟା ପ୍ରଡ଼କସନ୍ସ ବ୍ୟାନରରେ ଅତୀଶ କୁମାର ରାଉତଙ୍କ ପ୍ରଯୋଜନାରେ ଭୋଟ ନିର୍ମିତ ହୋଇଛି। ଆସନ୍ତା ୨୩ ଫେବ୍ରୁଆରୀରେ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଥିବା ବେଳେ ଆଜି ଭୁବନେଶ୍ୱର ସ୍ଥିତ ଶୀତଲ ହୋଟେଲରେ ଏହାର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲର ରିଲିଜ୍ ଅବସରରେ ପ୍ରଯୋଜକ ଅତୀଶ କୁମାର ରାଉତ, ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର, କାହାଣୀକାର ଅଜୟ ମହାପାତ୍ର, ସଂଗୀତ ନିର୍ଦ୍ଦେଶକ ବିକାଶ ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଣୟ ଜେଠୀ ଙ୍କ ସମେତ ସମସ୍ତ କଳାକାର ଯୋଗଦେଇଥିଲେ। ରୁପାଲୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
https://www.youtube.com/watch?v=FVjAXDbpo8U&t=1s
ଆଗରୁ ଦର୍ଶକଙ୍କ ଅଭିଯୋଗ ଥିଲା ପାରିବାରିକ ସିନେମା ହେଉନଥିବାରୁ ଦର୍ଶକ ହଲ୍ ରୁ ମୁହଁ ଫେରେଇନେଉଛନ୍ତି। ହେଲେ ଏବେ ପ୍ରତିଟି ପରିବାରର ନିଚ୍ଛକ ମୌଳିକ କାହାଣୀକୁ ନେଇ ସିନେମା ତିଆରି ହେଉଛି ଯାହା ଫଳରେ ସପରିବାର ହଲ୍ ମୁହାଁ ହେଉଛନ୍ତି। ଅଜୟ ମହାପାତ୍ର ଙ୍କ ସୁ-ପ୍ରସିଦ୍ଧ ମଞ୍ଚ ନାଟକର କାହାଣୀକୁ ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ଯୁବ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର। ଚିତ୍ରତ୍ତୋଳନ ଦାୟିତ୍ୱ ତୁଲାଇଛନ୍ତି କେରଲା ଷ୍ଟୋରୀ ର କ୍ୟାମେରାମାନ ପ୍ରଶାନ୍ତନୁ ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ । ସମ୍ପାଦନା କରିଥିଲେ ସ୍ବର୍ଗତ ରବି ପଟ୍ଟନାୟକ ।
ମଞ୍ଚ ଦୁନିଆର ଅନେକ ବିଶିଷ୍ଟ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ଭୋଟ । ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ଦିଲ୍ଲୀ ରୁ ପାଠ ପଢି ଆସିଥିବା ବରିଷ୍ଠ ମଞ୍ଚ ଅଭିନେତା ସୂର୍ଯ୍ୟ ମହାନ୍ତି, ସ୍ବର୍ଗତ ଚକ୍ରଧର ଜେନା ଙ୍କ ସମେତ ଅନେକ ନାଟକର ସଫଳ ମଞ୍ଚ ଅଭିନେତା ସୁଶାନ୍ତ, ହର ରଥ, ଉଷସୀ ମିଶ୍ର, ରାନୁ ପାଢ଼ୀ, ବନମାଳୀ ପାଣ୍ଡିଆ, ହାଡୁ, ଦେବୀ ବାରିକ, ସତ୍ୟ ପାଣିଗ୍ରାହୀ, ମନୋରଞ୍ଜନ ଦାସ, ରଞ୍ଜନ ରାଉତ, ସୀତାଂଶୁ, ସୌମ୍ୟ, ଶ୍ରେୟା, ପିଙ୍କି ପ୍ରିୟଦର୍ଶିନୀ ପ୍ରମୁଖ ଅଭିନୟ କରିଛନ୍ତି ।
ମୋହିତ ଚକ୍ରବର୍ତ୍ତୀ ଏବଂ ବାପୁ ଗୋସ୍ୱାମୀ ଗୀତ ଗୁଡିକୁ ରଚନା କରିଛନ୍ତି। ଓଲିଉଡ଼ର ଆଗଧାଡିର କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ଶିବାଶିଷ ମିଶ୍ର, ଲିପ୍ସା ମହାପାତ୍ର, ବିଷ୍ଣୁ ମୋହନ କବି ଏବଂ ସତ୍ୟଜିତ ପ୍ରଧାନ କଣ୍ଠଦାନ କରିଛନ୍ତି । ଭୋଟ ସିନେମାର ଦର୍ଶକଙ୍କ ମନକୁ ନିଶ୍ଚିତ ଭାବେ ଛୁଇଁବା ଏକଥା ପ୍ରଚାର ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର । ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି। ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଅଭିନେତାଙ୍କ ସମେତ ଏଥିସହ ଜଡ଼ିତ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ।
ବାପା-ପୁଅ ସମ୍ପର୍କ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପୋନ୍ସ ମିଳିଥିଲା। ପ୍ରତୀକ୍ଷାର ନିର୍ମାତା ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ହୋଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଦୀପନ୍ୱିତ ଦାସମହାପାତ୍ର ଓ ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର । ଏହି ଫିଲ୍ମରେ ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶାକୁ ନିଖୁଣ ଭାବରେ ଦର୍ଶାଯାଇଛି। ମଧ୍ୟବିତ ପରିବାରର ଯୁବକର ଚାକିରି ପାଇଁ କେମିତି ସଂଘର୍ଷ । ଏଥିସହିତ ଜଣେ ବାପା ଓ ପୁଅର ଏକ ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଥିଲା।
ହଲ୍ ନ ମିଳିବାରୁ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ଫିଲ୍ମ
ନୟାଗଡ଼: କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା। ଶେଷରେ ଓଲିଉଡର ସ୍ଥିତି ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ପ୍ରଯୋଜକଙ୍କୁ ହଲ୍‌ ମିଳୁନି। ହଲ୍ ନ ମିଳିବାରୁ ଶେଷରେ ପ୍ରଯୋଜକ ବାଧ୍ୟ ହୋଇ ନୂଆ ଫିଲ୍ମକୁ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ । ନୟାଗଡ଼ରୁ ଆସିଛି ଏଭଳି ଏକ ନିଆରା ଚିତ୍ର। ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମଥର ପାଇଁ ରିଲିଜ୍ ହୋଇଛି ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’। କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା ।
ସିନେମା ଦେଖିବାକୁ ଜମିଥିଲା ଦର୍ଶକଙ୍କ ଭିଡ଼। କଲ୍ୟାଣ ମଣ୍ଡପରେ ସିନେମା ରିଲିଜ୍ କରିବାକୁ ନେଇ ପ୍ରଯୋଜକଙ୍କ ଏଭଳି ଉଦ୍ୟମକୁ ନେଇ ଚର୍ଚ୍ଚା ହୋଇଛି । ପ୍ରିମିୟରରେ ଚଳଚ୍ଚିତ୍ରର ସମସ୍ତ ଷ୍ଟାର କାଷ୍ଟ ସାମିଲ ହୋଇଥିଲେ। ତେବେ ଓଡ଼ିଆ ସିନେମା ରିଲିଜ୍ ପାଇଁ ହଲ୍ ନମିଳିବାକୁ ନେଇ ଉଦବେଗ ପ୍ରକାଶ ପାଇଛି।
ଆଜି ଷ୍ଟାର୍‍ କିରଣରେ ‘ବିଦ୍ୟାରାଣ’ର ପ୍ରିମିୟର
ଭୁବନେଶ୍ୱର: ନୂତନ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‍ କିରଣ ଦର୍ଶକଙ୍କୁ ପ୍ରତି ସପ୍ତାହ ଶେଷରେ ବ୍ଲକ୍‍ ବଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ସନ୍ଧ୍ୟାରେ ଏକତ୍ରିତ କରିପାରୁଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଷ୍ଟାର୍‍ କିରଣରେ ବିଦ୍ୟାରାଣ ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର୍‍ ପ୍ରସାରିତ ହେବ। ଏହି ଚଳଚ୍ଚିତ୍ରରେ ନାୟକ ଓ ନାୟିକା ଭୂମିକାରେ ସୁପରଷ୍ଟାର ବାବୁସାନ ମହାନ୍ତି ଏବଂ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି। ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର ଅଟେ। ବିଦ୍ୟାରାଣ ଏକ ଛୋଟ ବାଳକ ସିଦ୍ଧ ମହାବୀରର କାହାଣୀ। ଯିଏ କି ତାଙ୍କ ପିତାଙ୍କ ଦ୍ୱାରା ଅସ୍ୱୀକାର ହୋଇ ପଳାତକ ହିସାବରେ ବଢିଥିଲା। ପରିଶେଷରେ ସେ ଏକ ଝିଅ ମିଠିଙ୍କୁ ପ୍ରେମ କରନ୍ତି ଯିଏ ତାଙ୍କର ପ୍ରକୃତ ପରିଚୟ ବିଷୟରେ ଅବଗତ ନୁହଁନ୍ତି। ବିଦ୍ୟାରାଣର ଶକ୍ତିଶାଳୀ କାହାଣୀ ଏକାଧିକ ମୋଡ଼ ନେଇଛି। ଚଳଚ୍ଚିତ୍ରଟି ଏକ ଆକ୍ସନ୍‍ ଥ୍ରୀଲର ଅଟେ। ଯାହା ଦର୍ଶକଙ୍କୁ ସେମାନଙ୍କର ଟିଭି ପରଦାରେ ବାନ୍ଧି ରଖିବ। ସିଦ୍‍ର ଭୂମିକାରେ ସୁପରଷ୍ଟାର୍‍ ବାବୁସାନ ମହାନ୍ତି ଓ ମିଠି ଭୂମିକାରେ ସୁନ୍ଦରୀ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି।
ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ଯା
ଭୁବନେଶ୍ବର: ଆତ୍ମହତ୍ୟା କଲେ ବରିଷ୍ଠ ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା । ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟାର କାରଣ କଣ ତାହା ଅସ୍ପଷ୍ଟ ରହିଛି । ନିଜ ବାସଭାନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚିଛି ।
ସୂଚନା ଅନୁଯାୟୀ, ରାଇମୋହନଙ୍କର ପତ୍ନୀ ଓ ୨ ଝିଅ ଥିଲେ। ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ। ସେ ଦୀର୍ଘ ବର୍ଷ ଧରି ଫିଲ୍ମ ଜଗତ ସହ ଜଡ଼ିତ ଥିଲେ। କେତେବେଳେ ଖଳନାୟକ ରୋଲ୍‌ରେ ତାଙ୍କ ଡାଏଲଗ ଦର୍ଶକଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଥିବା ବେଳେ କେତେବେଳେ ଇମୋସନାଲ ରୋଲରେ ଆଖିରେ ଲୁହ ନେଇ ଆସୁଥିଲେ। ଫିଲ୍ମ ସହ ଯାତ୍ରାରେ ବି ଅଭିନୟ କରି ନିଜ ସ୍ୱତନ୍ତ୍ର ଛାପ ସେ ଛାଡ଼ି ଯାଇଛନ୍ତି।
ଉଲ୍ଲେଖଯୋଗ୍ୟ, ରାଇମୋହନ ପରିଡ଼ା ୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେଉଁଝର ର ଉଦୟପୁର ଗ୍ରାମରେ । ସେ ଚାରି ଝିଅରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା । ସେ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ଯ କରୁଥିଲେ । ମାଆ ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।
୧୯୮୫ ମସିହାରୁ ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିଲେ ରାଇମୋହନ । ୧୯୮୭ରେ ସାଗର ସିନେମାରେ ଖଳନାୟକ ଭୂମିକା ଦେଇଥିଲା ଖ୍ୟାତି । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିଥିଲେ ରାଇମୋହନ । ସେ ପ୍ରାୟ ୧୦୦ ଫିଲ୍ମରେ ଅଭିନୟ କରିଛନ୍ତି । ୧୫ ବେଙ୍ଗଲୀ ଫିଲ୍ମ ଓ ୪୦ ନାଟକରେ ଅଭିନୟ କରିଥିଲେ ରାଇମୋହନ ପରିଡ଼ା । ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗୋଟି ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ସମେତ ଅନେକ ଓଡ଼ିଆ ସିନେମା ।
ଓଡ଼ିଶା ସିନେ ଜଗତର ବର୍ଷିଆନ୍ ଅଭିନେତା ମିହିର ଦାସଙ୍କ ପରଲୋକ, ଓଡ଼ିଆ ସିନେଜଗତ ସ୍ତବ୍ଧ
କଟକ: ଓଡ଼ିଶା ସିନେ ଜଗତର ବର୍ଷିଆନ୍ ଅଭିନେତା ତଥା ଲୋକପ୍ରିୟ କଳାକାର ମିହିର ଦାସଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ମୃତ୍ଯୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେଠାରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଗତ ଡିସେମ୍ବର ୭ ତାରିଖରୁ ସ୍ବାସ୍ଥ୍ୟ ଖରାପ କାରଣରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବିଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।
ଡାଏଲିସସ ଚାଲିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା ।  ଚିକିତ୍ସା ସମୟରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କାମ କରିବା ବନ୍ଦ କରି ଦେଇଥିଲା । ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ସହ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ଗୋଟିଏ ପଟେ ସ୍ୱାସ୍ଥ୍ୟ ଜଟିଳ ଥିବାବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ସେ ହୃଦଘାତର ଶିକାର ମଧ୍ୟ ହୋଇ ସାରିଥିଲେ ।
ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା। ମିହିରଙ୍କ ପରଲୋକ ସମଗ୍ର ଫିଲ୍ମ ଜଗତର କଳାକାରଙ୍କ ସହିତ ତାଙ୍କର ଲକ୍ଷାଧିକ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି ।
ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ମସିହା ଫେବ୍ରୁଆରି ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କ ନିଶା ଓ ପେଶା । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ । ଚଳଚ୍ଚିତ ବ୍ୟତୀତ୍ ମିହିର ଦାସ ଅନେକ ଟିଭି କାର୍ୟ୍ୟକ୍ରମରେ ନଜର ଆସିଛନ୍ତି । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ବିଧାତା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ । ୨୦୧୦ ମସିହାରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା ।