Lata Mangeshkar positive for COVID-19 - The Sakala

କରୋନାରେ ଆକ୍ରାନ୍ତ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର, ହସ୍ପିଟାଲ ଆଇସିୟୁରେ ଭର୍ତ୍ତି
ମୁମ୍ବଇ : ଦେଶରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶର ଜନତାଙ୍କଠୁ ଆରମ୍ଭ କରି ରାଜନେତା ଓ ଅଭିନେତା କାହାକୁ ବି ଛାଡୁନି ମହାମାରୀ କରୋନା। ଏହାରି ମଧ୍ୟରେ ବଲିଉଡର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର କରୋନା ପଜିଟିଭ୍ ଜଣାପଡିବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୯୨ ବର୍ଷୀୟା ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା  କରାଯାଉଛି। ଏନେଇ ତାଙ୍କ ଝିଆରୀ ରଚନା ସୂଚନା ଦେଇଛନ୍ତି।

"She is doing fine; has been kept in ICU only for precautionary reasons considering her age. Please respect our privacy and keep Didi in your prayers," singer Lata Mangeshkar's niece Rachna to ANI

— ANI (@ANI) January 11, 2022

ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ଲତା ମଙ୍ଗେସକରଙ୍କ ସାମାନ୍ୟ କୋଭିଡ ଲକ୍ଷଣ ରହିଛି କିନ୍ତୁ ଅଧିକ ବୟସ କାରଣରୁ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା  କରାଯାଉଛି। ଏହାପୂର୍ବରୁ ମଧ୍ୟ ନଭେମ୍ବର ୨୦୧୯ରେ ଲତା ମଙ୍ଗେସକର ଛାତି ଜନିତ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଅନ୍ୟପଟେ ଲତା ମଙ୍ଗେସକରଙ୍କୁ କରୋନା ହେବା ଖବର ସାମ୍ନାକୁ ଆସିବା ପରେ ବଲିଉଡରେ ହଲଚଲ ସୃଷ୍ଟି ହୋଇଯାଇଛି। ସେଲେବ୍ରିଟିଙ୍କ ସମେତ ଫ୍ୟାନ୍‌ମାନେ ମଧ୍ୟ କୋକିଳ କଣ୍ଠୀଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି। ଲତା ମଙ୍ଗେଶକରଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରାର୍ଥନା କରୁଛନ୍ତି ତାଙ୍କ ପ୍ରସଂସକ । ସାତ ଦଶନ୍ଧି ଧରି ଚାଲିଥିବା ତାଙ୍କ କ୍ୟାରିଅରରେ ଲତା ମଙ୍ଗେଶକର ବିଭିନ୍ନ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ୨୦୦୧ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ତାଙ୍କୁ ୧୯୮୯ ରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି ।