Lata Mangeshkar - The Sakala

ସଂଘର୍ଷ, ସାଧନା ଓ ସଫଳତାର ଅନ୍ୟ ନାମ ଲତା ମଙ୍ଗେସକର
ନୂଆଦିଲ୍ଲୀ : ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଉ ଶୁଣିବାକୁ ମିଳିବନି ଦିଦିଙ୍କ ସେହି କୋକିଳ କଣ୍ଠ । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ୯୨ ବର୍ଷ ବୟସରେ ପ୍ରସିଦ୍ଧ ଗାୟିକା ଲତା ମେଙ୍ଗସକରଙ୍କ ପରଲୋକ ହୋଇଛି । ଚଳଚ୍ଚିତ୍ର ପାଶ୍ୱର୍ଗାୟନର ଅପ୍ରତିଦ୍ୱନ୍ଦୀ ସାମ୍ରାଜ୍ଞୀ, ଯାହାଙ୍କ ସୁଲଳିତ ସ୍ୱର ଦଶକ ଦଶକ ଧରି ଶ୍ରୋତାଙ୍କୁ ମତୁଆଲା କରିଆସିଛି, ବଶୀଭୂତ କରିଛି । ସେହି ସ୍ୱର ଲୋକଙ୍କୁ ହସାଇଛି, ଆଖିରେ ଲୁହ ଦେଇଛି ଓ ପ୍ରେରଣା ବି ଦେଇଛି।

୧୦୦୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ଏବଂ ୩୬ଟି ଭାରତୀୟ ଭାଷାରେ ଗୀତ ଗାଇଥିବା ଲତା ବାଈ ମଙ୍ଗେସ୍‌କର୍‌ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମରାଠୀ ଏବଂ କୋଙ୍କଣୀ ସଙ୍ଗୀତ ବିଶାରଦ ପଣ୍ଡିତ ଦୀନନାଥ ମଙ୍ଗେସ୍କର୍‌ ଏବଂ ତାଙ୍କ ପତ୍ନୀ ଶେବନ୍ତୀଙ୍କ କୋଳମଣ୍ଡନ କରି ଜନ୍ମ ହୋଇଥିଲେ। ୫ ପିଲାଙ୍କ ମଧ୍ୟରେ ଜ୍ୟେଷ୍ଠା ଲତାଙ୍କର ମୂଳ ବା ପ୍ରକୃତ ନାମ ଥିଲା ‘ହେମା। ରଙ୍ଗମଂଚର ଜଣେ ପ୍ରବୀଣ ଗାୟକ ଭାବେ ଲତା ଦିଦିଙ୍କ ବାପା ଦୀନାନାଥଙ୍କ ବେଶ୍ ପ୍ରସିଦ୍ଧି ଥିଲା । ଲତାଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିବା ବେଳେ ପିତା ଦୀନାନାଥ ତାଙ୍କୁ ସଂଗୀତ ଶିଖାଇବା ଆରମ୍ଭ କରିଥିଲେ । ଲତାଙ୍କ ସହ ଭଉଣୀ ଆଶା, ଉଷା ଓ ମୀନା ମଧ୍ୟ ପିତା ଦୀନାନାଥଙ୍କ ଠାରୁ ଛୋଟ ବୟସରେ ସଂଗୀତ ଶିଖିବା ଆରମ୍ଭ କରିଥିଲେ ।

ନିଜର ଈଶ୍ୱର ପ୍ରଦତ୍ତ ଯାଦୁକରୀ ସ୍ୱର, ଜୀବନ୍ତ ଅଭିବ୍ୟକ୍ତି ସଂପର୍କରେ ସର୍ବଦା ଅବଗତ ଥିଲେ ଲତା । ସବୁ କଥା ଶୀଘ୍ର ବୁଝିବା ଓ ଶିଖିବା ଭଳି ଅବିଶ୍ୱସନୀୟ କ୍ଷମତାର ଅଧିକାରୀ ଥିଲେ ଲତା । ଏଥିପାଇଁ ତ ସଂଗୀତ କ୍ଷେତ୍ରରେ ନିଜକୁ ସାବ୍ୟସ୍ତ କରିବା ପାଇଁ ଲତାଙ୍କୁ ବେଶୀ ଦିନ ଲାଗି ନ ଥିଲା । ଅବଶ୍ୟ କ୍ୟାରିଅର ଆରମ୍ଭ ହୋଇଥିଲା ଅଭିନୟରୁ । ୫ ବର୍ଷ ବୟସରେ ହିଁ ପ୍ରଥମ ଥର ପାଇଁ ଏକ ନାଟକରେ ଅଭିନୟ କରିଥିଲେ ଲତା । କିନ୍ତୁ ଅଭିନୟ ପରିବର୍ତ୍ତେ ସଂଗୀତ ପ୍ରତି ଥିଲା ଆଗ୍ରହ ।

୧୯୪୨ ମସିହାରେ ପିତା ଦୀନାନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା। ସେତେବେଳେ ଲତାଙ୍କା ମାତ୍ର ୧୩ ବର୍ଷ ହୋଇଥିଲା।  ପିତାଙ୍କ ମୃତ୍ୟୁ ପରେ ନବଯୁଗ ଚିତ୍ରପଟ ନାମକ ଫିଲ୍ମ କଂପାନିର ମାଲିକ ତଥା ଦୀନାନାଥଙ୍କ ବନ୍ଧୁ ମାଷ୍ଟର ବିନାୟକ ମଙ୍ଗେସକର ପରିବାରର ଦାୟିତ୍ୱ ନେଲେ । ମାଷ୍ଟର ବିନାୟକ ହିଁ ଲତାଙ୍କୁ ଏକ ଗାୟିକା ଓ ଅଭିନେତ୍ରୀ କରିବାରେ ସହାୟକ ହୋଇଥିଲେ । ସେତେବେଳେ ଅର୍ଥାତ୍‌ ୧୯୪୨ ମସିହ‌ରେ ସେ ମରାଠୀ ଚଳଚ୍ଚିତ୍ର ‘କିଟି ହସାଲ୍‌’ରେ ତାଙ୍କର ଅନ୍ୟତମ ପ୍ରଥମ ଗୀତ ଗାଇଥିଲେ। ଗୀତର ଟାଇଟଲ ଥିଲା- ନାଚୁ ୟା ଗଡେଟ୍ଟ. । ତେବେ ଫିଲ୍ମ ମୁକ୍ତିଲାଭ ହେଲା ପରେ ଏହି ଗୀତ ନ ଥିଲା । ଏହାପରେ ସେ ଅଳ୍ପ କେତୋଟି ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇଥିଲେ।

ଚଳଚ୍ଚିତ୍ର ପାଶ୍ୱର୍ଗାୟନ କ୍ଷେତ୍ରରେ ପ୍ରବେଶ କଲା ପରେ ଲତାଙ୍କୁ ଆରମ୍ଭରୁ କିଛି ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନେକ ସଂଗୀତ ନିର୍ଦ୍ଦେଶକ ଲତାଙ୍କ ସ୍ୱରକୁ ଅତି ପତଳା କହି ପ୍ରତ୍ୟାଖ୍ୟାନ କରିଥିଲେ । ତେଣୁ ଫିଲ୍ମରେ ଗାଇବା ଲତାଙ୍କ ପାଇଁ ମୁସ୍କିଲ ହୋଇଥିଲା । ୧୯୪୩ରେ ଲତା ନିଜର ପ୍ରଥମ ହିନ୍ଦି ଫିଲ୍ମ ଗୀତ ଗାଇଥିଲେ । ‘ଗଜଭାଉ’ ଫିଲ୍ମର ‘ମାତା ଏକ ସପୁତ୍ କି ଦୁନିଆ ବଦଲ ଦେ ତୁ’ ହେଉଛି ଲତା ଗାଇଥିବା ପ୍ରଥମ ହିନ୍ଦି ଫିଲ୍ମ ଗୀତ । ସଂଗୀତଜ୍ଞ ଉସ୍ତାଦ ଗୁଲାମ ହାଇଦର, ଲତାଙ୍କ ପ୍ରତିଭା ପ୍ରତି ଆକୃଷ୍ଟ ହୋଇଥିଲେ । ପାଶ୍ୱର୍ଗାୟନ ପ୍ରତି ସେ ଲତାଙ୍କୁ ଉତ୍ସାହିତ କରିଥିଲେ । ଉସ୍ତାଦଙ୍କ ତତ୍ତବଧନାରେ ଲତାଙ୍କ ପ୍ରତିଭା ବିକଶିତ ହୋଇଥିଲା । ୧୯୪୫ ମସିହାରେ ଉସ୍ତାଦ ଗୁଲାମ ହାଇଦର ନିଜର ପରବର୍ତ୍ତୀ ହିନ୍ଦି ଫିଲ୍ମ ପାଇଁ ଲତାଙ୍କୁ ଜଣେ ନିର୍ମାତାଙ୍କ ଷ୍ଟୁଡିଓକୁ ନେଇଯାଇଥିଲେ । ସେହି ଫିଲ୍ମରେ କାମିନୀ କୌଶଳ ମୁଖ୍ୟ ଭୂମିକାରେ ଥିଲେ । ଉସ୍ତାଦ ଗୁଲାମ ହାଇଦର କାମିନୀଙ୍କ କୌଶଳଙ୍କ ପାଇଁ ଲତା ଗୀତ ଗାଆନ୍ତୁ ବୋଲି ନିର୍ମାତାଙ୍କୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ନିରାଶ ହୋଇଥିଲେ ।

୧୯୪୩ରେ ଲତା ନିଜର ପ୍ରଥମ ହିନ୍ଦି ଫିଲ୍ମ ଗୀତ ଗାଇଥିଲେ । ‘ଗଜଭାଉ’ ଫିଲ୍ମର ‘ମାତା ଏକ ସପୁତ୍ କି ଦୁନିଆ ବଦଲ ଦେ ତୁ’ ହେଉଛି ଲତା ଗାଇଥିବା ପ୍ରଥମ ହିନ୍ଦି ଫିଲ୍ମ ଗୀତ । ୧୯୪୭ରେ ବସନ୍ତ ଯୋଗଲେକର ନିଜର ଫିଲ୍ମ ‘ଆପକୀ ସେବା ମେ’ରେ ଲତାଙ୍କୁ ସୁଯୋଗ ଦେଇଥିଲେ । ଏହି ଫିଲ୍ମରେ ଗୀତ ଗାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଲତା । ଏହାପରେ ୧୯୪୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମଜବୁର’ର ‘ଦିଲ୍ ମେରା ତୋଡା, ମୁଝେ କହିଁ କା ନା ଛୋଡା’ ଓ ‘ଅଂଗ୍ରେଜୀ ଛୋରା ଚଲା ଗୟା’ ଗୀତ ଲତାଙ୍କ ପାଇଁ ଆଣି ଦେଇଥିଲା ପ୍ରଥମ ସ୍ୱୀକୃତି । ଲୋକେ ତ ଚିହ୍ନିଲେ, କିନ୍ତୁ ଲୋକପ୍ରିୟତା ପାଇଁ ପ୍ରତୀକ୍ଷା କରିବାକୁ ପଡିଲା । ସେହି ସୁଯୋଗ ଆସିଥିଲା ୧୯୪୯ ମସିହାରେ । ରିଲିଜ ହୋଇଥିଲା ଫିଲ୍ମ ‘ମହଲ’ । ଏହି ଫିଲ୍ମର ନାୟିକା ମଧୁବାଲାଙ୍କ ଉପରେ ଚିତ୍ରଣ କରାଯାଇଥିଲା ଗୀତ ‘ଆୟେଗା ଆନେବାଲା’। ଗାୟିକା ଥିଲେ ଲତା । ଏହି ଗୀତ ହିଁ ଲତାଙ୍କୁ ଆଣିଦେଇଥିଲା ଅପାର ଲୋକପ୍ରିୟତା । ଏହି ଗୀତ ଥିଲା ତାଙ୍କ କ୍ୟାରିଅରର ପ୍ରଥମ ସୁପରହିଟ୍ ଗୀତ । ସଂଗୀତ ନିର୍ଦ୍ଦେଶକ ଥିଲେ ଖେମଚାନ୍ଦ । ଏହାପରେ ସଫଳତାର ଗୋଟିଏ ପରେ ଗୋଟିଏ ସିଢି ଚଢିବାରେ ଲାଗିଲେ ଲତା ମଙ୍ଗେସକର । ଆଉ ପଛକୁ ଫେରି ଚାହିଁ ନ ଥିଲେ ଲତା ।

୧୯୫୦ ଦଶକ ବେଳକୁ ଲତା ସଙ୍ଗୀତରସିକମାନଙ୍କ ହୃଦୟରେ ରାଜୁତି କରିବା ଆରମ୍ଭ କରି ଦେଇଥିଲେ। ସେ ଦଶନ୍ଧି ତମାମ ଲତା ଶଙ୍କର ଜୟକିଷନ୍‌, ନୌଶାଦ ଅଲି, ଏସ୍‌. ଡି. ବର୍ମନ୍‌, ସଲିଲ୍ ଚୌଧୁରୀ, ରବି, କଲ୍ୟାଣଜୀ-ଆନନ୍ଦଜୀ ଏବଂ ମଦନ ମୋହନ ଆଦି ସଙ୍ଗୀତ ନିର୍ଦେଶକମାନଙ୍କ ନିର୍ଦେଶନା ଗୀତ ଗାଇ ଚହଳ ପକାଇ ଦେଇଥିଲେ।ଏହା ପରେ ୧୯୬୦ରେ ଲତା ‘ମୁଗଲ୍‌-ଏ-ଆଜମ୍‌’ରେ ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’ ଗୀତଟି ଗାଇ ଅପୂର୍ବ ସଫଳତା ହାସଲ କରିଥିଲେ। ମଧୁବାଲାଙ୍କ ଉପରେ ଚିତ୍ରାୟିତ ହୋଇଥିବା ଏହି ଗୀତଟି ସମଗ୍ର ଦେଶରେ ସେତେବେଳ ‘ରୋମାଣ୍ଟିକ୍‌ ସ୍ତବ’ ଭାବେ ପରିଗଣିତ ହୋଇଯାଇଥିଲା ଏବଂ ଏବେ ମଧ୍ୟ ତା’ର ସେହି ଭାବ ଅକ୍ଷୁଣ୍ଣ ରହିଛି। ଏହା ବ୍ୟତିରେକେ, ଲତା ତାଙ୍କ ଜମାନାର କିଶୋର କୁମାର, ମାନ୍ନା ଦେ ଏବଂ ମହମ୍ମଦ୍‌ ରିଫିଙ୍କ ଭଳି ମହାନ୍‌ ଗାୟକଙ୍କ ସହିତ ଅନେକ ଡୁଏଟ୍‌ ଗାଇ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୦, ୮୦, ୯୦ ଦଶକରେ ମଧ୍ୟ ଲତା ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌, ଆର୍‌.ଡି. ବର୍ମନ୍‌, ଶିବ-ହରି, ଏଆର୍‌-ରହମନ୍‌, ନଦୀମ-ଶ୍ରବଣ, ଅନୁ ମଲିକ୍‌ ଏବଂ ଅଦେଶ ଶ୍ରୀବାସ୍ତବଙ୍କ ସଙ୍ଗୀତ ନିର୍ଦେଶନାରେ ଅନେକ ଅବିସ୍ମରଣୀୟ ଲୋକପ୍ରିୟ ଗୀତ ଗାଇଥିଲେ।

ଲତା ମଙ୍ଗେସକର ୨୦ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ । ଫିଲ୍ମ ଗୀତ ସହ ଅଣଫିଲ୍ମ ଗୀତ ଓ ଭଜନ ବି ନିଃସୃତ ହୋଇଛି ଲତାଙ୍କ କଣ୍ଠରୁ । ଶ୍ରୋତାଙ୍କ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଓ ଅସଂଖ୍ୟ ପୁରସ୍କାର । କ୍ୟାରିଅରରରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର । ଶ୍ରେଷ୍ଠ ଗାୟିକା ଭାବେ ଏକାଧିକ ଥର ଫିଲ୍ମଫେୟରା ଓ ଜାତୀୟ ପୁରସ୍କାର । ୧୯୮୯ରେ ଦାଦାସାହେବ ଫାଲକେ ଓ ୨୦୦୧ରେ ଭାରତରତ୍ନ ।

ଶେଷ ନିଦ୍ରାରେ ଲତା ମଙ୍ଗେସକର
ଶେଷ ନିଦ୍ରାରେ ଲତା ମଙ୍ଗେସକର । ୯୩ ବର୍ଷ ବୟସରେ ଆଖି ବୁଜିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । କରୋନାରୁ ସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ପୁଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ମେଡିକାଲ କର୍ତ୍ତୁପକ୍ଷ ସ୍ପଷ୍ଟ କରିଛନ୍ତି । ସେପଟେ ଲତା ଦିଦିଙ୍କ ଦେହାନ୍ତ ସମଗ୍ର ଦେଶବାସୀଙ୍କୁ ମ୍ରିୟମାଣ କରିଛି । ତାଙ୍କ ସ୍ୱରରୁ ଫୁଟୁଥିବା ଯାଦୁକରୀ ଗୀତ ଆଉ କାନରେ ବାଜିବ ନାହିଁ । ଆଜିଠାରୁ କୋକିଳକଣ୍ଠୀ ସଙ୍ଗୀତ ଗାନ କରିବେ ନାହିଁ ।

ଲତା ମଙ୍ଗେସକରଙ୍କ ବିଷୟରେ ଖବର ପାଇଁ  ପ୍ରଥମେ ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ୍ ଠାକେର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀକର ସମବେଦନା  ଜ୍ଞାପନ କରିଛନ୍ତି । ଦେଶ ଆଜି ଗୋଟେ ଉଜ୍ୱଳ ତାରକା ହରାଇଛି । ଗତ ଜାନୁଆରୀ ୧୧ ତାରିଖରେ ୯୨ ବର୍ଷ ବର୍ଷୀୟ ଲତା ଦିଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୨୭ ଦିନ ଧରି ସେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲେ । ପରେ ପୁଣି ଥରେ ବିଗିଡିଯାଇଥିଲା ଲତାଙ୍କ ସ୍ୱାସ୍ଥ୍ୟ  ।

ଭାରତୀୟ ସଙ୍ଗୀତ ଜଗତରେ ଦିଦିଙ୍କ ଅବଦାନ ସର୍ବାଗ୍ରେ । ଏକ ନୂତନ ଅଧ୍ୟାର ଅୟରାମ୍ଭ ସେ ହିଁ କରିଥିଲେ । ତାଙ୍କର ଯାଦୁଗରୀ ସ୍ୱର ଭାରତ ବାସୀଙ୍କୁ ବିମୋହୀତ କରୁଥିଲା । ଆଉ ସେଥିପାଇଁ ତାଙ୍କ ସମ୍ମାନର ତାଲିକା ମଧ୍ୟ ବେଶ ଲମ୍ବା ।  ଦାଦା ସାହେବ ଫାଲକେ, ପଦ୍ମ ଭୂଷଣ, ପଦ୍ମଭୂଷଣ ଓ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ମଧ୍ୟ ବିଭୂଷିତା ହୋଇଥିଲେ ଲତା ମଙ୍ଗେସକର ।  କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି ସୁର ସାମାଜ୍ଞ୍ରୀ । ଲତା ହିନ୍ଦି, ମରାଠୀ, ବଙ୍ଗଳା, ଓଡ଼ିଆ ସମେତ ଅନେକ ଭାଷାରେ ଗୀତ ଗାଇ କୋଟି କୋଟି ଦର୍ଶଙ୍କ ହୃଦୟ ମଣ୍ଡିତ କରିଛନ୍ତି ।

ଗରିବ ପରିବାରରେ ଜନ୍ମିତ ଲତା ମଙ୍ଗେସକର ଗୀତ ଗାଇ ପରିବାର ଚଳାଉଥିଲେ । ଲତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିବା ବେଳେ  ପିତା ଦିନାନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା । ୫ବର୍ଷ ବୟସରୁ ଲତା ଯେଉଁ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ସେ ଶେଷରେ ଆଖି ବୁଜିଲେ  । ଏହାପରେ ପରିବାରର ପ୍ରତିପୋଷଣର ବୋଝ ତାଙ୍କ ଉପରେ ପଡିଗଲା । ଶେଷରେ ଗୀତ ଗାଇ ଗୁଜୁରାଣ ଚଳାଇବାର ରାସ୍ତାକୁ ବାଛିନେଲେ ଲତା ଦିଦି । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।

କରୋନାରେ ଆକ୍ରାନ୍ତ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର, ହସ୍ପିଟାଲ ଆଇସିୟୁରେ ଭର୍ତ୍ତି
ମୁମ୍ବଇ : ଦେଶରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶର ଜନତାଙ୍କଠୁ ଆରମ୍ଭ କରି ରାଜନେତା ଓ ଅଭିନେତା କାହାକୁ ବି ଛାଡୁନି ମହାମାରୀ କରୋନା। ଏହାରି ମଧ୍ୟରେ ବଲିଉଡର ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର କରୋନା ପଜିଟିଭ୍ ଜଣାପଡିବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୯୨ ବର୍ଷୀୟା ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା  କରାଯାଉଛି। ଏନେଇ ତାଙ୍କ ଝିଆରୀ ରଚନା ସୂଚନା ଦେଇଛନ୍ତି।

"She is doing fine; has been kept in ICU only for precautionary reasons considering her age. Please respect our privacy and keep Didi in your prayers," singer Lata Mangeshkar's niece Rachna to ANI

— ANI (@ANI) January 11, 2022

ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ଲତା ମଙ୍ଗେସକରଙ୍କ ସାମାନ୍ୟ କୋଭିଡ ଲକ୍ଷଣ ରହିଛି କିନ୍ତୁ ଅଧିକ ବୟସ କାରଣରୁ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା  କରାଯାଉଛି। ଏହାପୂର୍ବରୁ ମଧ୍ୟ ନଭେମ୍ବର ୨୦୧୯ରେ ଲତା ମଙ୍ଗେସକର ଛାତି ଜନିତ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

ଅନ୍ୟପଟେ ଲତା ମଙ୍ଗେସକରଙ୍କୁ କରୋନା ହେବା ଖବର ସାମ୍ନାକୁ ଆସିବା ପରେ ବଲିଉଡରେ ହଲଚଲ ସୃଷ୍ଟି ହୋଇଯାଇଛି। ସେଲେବ୍ରିଟିଙ୍କ ସମେତ ଫ୍ୟାନ୍‌ମାନେ ମଧ୍ୟ କୋକିଳ କଣ୍ଠୀଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି। ଲତା ମଙ୍ଗେଶକରଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରାର୍ଥନା କରୁଛନ୍ତି ତାଙ୍କ ପ୍ରସଂସକ । ସାତ ଦଶନ୍ଧି ଧରି ଚାଲିଥିବା ତାଙ୍କ କ୍ୟାରିଅରରେ ଲତା ମଙ୍ଗେଶକର ବିଭିନ୍ନ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ୨୦୦୧ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ତାଙ୍କୁ ୧୯୮୯ ରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି ।