crocodiles - The Sakala
ଭୁବନେଶ୍ବର: କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର । ଆଜି ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଆଜି କିଛି ଲୋକ ଗାଧୋଇଥିବା ସମୟରେ କୁମ୍ଭୀର ନଦୀପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହି ଖବର ବିଜୁଳି ବେଗରେ ଚାରିଆଡେ ଖେଳିଯିବା ପରେ କମ୍ଭୀର ନଦୀପଠାରେ ଶୋଇଥିବାର ଦୃଶ୍ୟକୁ ନିଜ ମୋବାଇଲେ ରେକର୍ଡ କରିଥିଲେ ସ୍ଥାନୀୟବାସିନ୍ଦା । ଏହାପରେ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
ଭୋଗରାଇ ସମୁଦ୍ର କୂଳରୁ ୧୩ ଫୁଟର ଘଡିଆଳ କୁମ୍ଭୀର ଉଦ୍ଧାର
ଭୋଗରାଇ: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସମୁଦ୍ର କୂଳରୁ ଏକ ବିଶାଳକାୟ ଘଡିଆଳ କୁମ୍ଭୀର ଉଦ୍ଧାର ହୋଇଛି। ଗୁରୁବାର ଭୋର ପ୍ରାୟ ୩ ଟା ସମୟରେ ୧୩ ଫୁଟ ଲମ୍ବର ଏହି କୁମ୍ଭୀରକୁ ଦେଖି ମତ୍ସ୍ୟଜୀବୀ ମାନେ ଫାଶ ଲଗାଇ ବାନ୍ଧିବା ସହ ବନ ବିଭାଗକୁ ଖବର ଦେଇଥିଲେ। ଶୁକ୍ରବାର ସକାଳେ ବନ ବିଭାଗ କର୍ମଚାରୀ ମାନେ ଡଙ୍ଗାରେ ଯାଇ କୁମ୍ଭୀରଟିକୁ ଉଦ୍ଧାର କରି ବିଚିତ୍ରପୁର ଇକୋ ଟୁରିଜିମ (ଖଡିବିଲ)କୁ ନେଇଥିଲେ। ସେଠାରୁ ପିକଅପ ଭେନ ଯୋଗେ ଜଳେଶ୍ଵର ବନ୍ୟପ୍ରାଣୀ ବନାଞ୍ଚଳ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କିମ୍ବା ଟିକରପଡା ସାତକୋଶିଆ କୁମ୍ଭୀର ସଂରକ୍ଷଣ କେନ୍ଦ୍ରକୁ ନିଆଯିବ ବୋଲି ସୂଚନା ମିଳିଛି।
କୁମ୍ଭୀଟିର ଲମ୍ବ ୧୩ ଫୁଟ ହୋଇଥିଲା ବେଳେ ଓଜନ ୧ କୁଇଣ୍ଟାଲରୁ ଅଧିକ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଏହି କୁମ୍ଭୀରଟି ଘଡିଆଳ ପ୍ରଜାତିର ହୋଇଥିଲା ବେଳେ ଏମାନଙ୍କୁ ଅନୁଗୁଳ ଜିଲ୍ଲାର ଟିକରପଡା ସାତକୋଶିଆ କୁମ୍ଭୀର ସଂରକ୍ଷଣ କେନ୍ଦ୍ରରେ ପାଳନ କରାଯାଉଛି। ଏମାନେ କେବଳ ମାଛ ଓ ଛୋଟ ଛୋଟ ଜଳଜୀବକୁ ଖାଇ ଥାଆନ୍ତି। ଏହି ଘଡିଆଳ କୁମ୍ଭୀରଟି ବନ୍ୟା ପାଣିରେ ଭାସି ଆସିଥିବା ଅନୁମାନ କରାଯାଉଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭିତରକନିକାରେ ଶେଷ ହେଲା କୁମ୍ଭୀର ଗଣନା, ଠାବ ହେଲା ୧୨୦ ବର୍ଷୀୟ ୨୦ ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀର
ରାଜନଗର : ସରୀଶୃପଙ୍କ ନନ୍ଦନକାନନ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ୧୬ଟି ଅଧିକ କୁମ୍ଭୀର ଥିବା ରିପୋର୍ଟରୁ ଜଣାପଡିଛି ।  ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୬୮ ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୮୪କୁ ବୃଦ୍ଧିପାଇଛିି । ଚଳିତବର୍ଷ ଭିତରକନିକାରେ କନିକା ରେଂଜର ପଟ୍ଟାପାରିଆ, ଖୋଳା ମୁହଁ, ବାଲିଯୋର, ମହିଁଷାମଡା, ଗୁପ୍ତି, ବାଉଁଶଗଡ ନଈ, ଅଙ୍ଗାରୀ କ୍ରିକ୍ ନିକଟରେ ୨୦ଫୁଟରୁ ଅଧିକ ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଗଣନା ସମୟରେ ଠାବ କରିଛି । ଏହି କୁମ୍ଭୀର ମାନଙ୍କର ବୟସ ୧୦୦ ରୁ ୧୨୦ ବର୍ଷ ହେବ ବୋଲି ଜଣାପଡିଛି ।
ଏଥିସହ  ଜୟନଗର-ଖୋଳା ମଝି ବାଲିପଠା, ଥାନପତି ମାଉଥ୍‌, ଗଞ୍ଜେଇଖିଆ, ଶୁଆଯୋର, ଗୋଧରାପାଳ, ଗୁମୁରା ଗାଁ ନିକଟରେ ୧୫ଫୁଟର କୁମ୍ଭୀର ଠାବ କରାଯାଇଛି ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଏଥିସହ ଚଳିତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକା ନଦୀ ନାଳରେ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଗୋପାଳଜୀଉପାଟଣା, କାଳିଭଂଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ଧଳା ବଡ କୁମ୍ଭୀର ସହିତ ଛୁଆ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା । ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ସବୁଠୁ ଅଧିକ ବୋଲି କୁହାଯାଉଛି ।
ଚଳିତ ମାସ ୬ ତାରିଖରୁ ୧୦ ତାରିଖ ଯାଏଁ ୫ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା । ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡଃ.ସୁଧାକର କରଙ୍କ ନେତୃତ୍ୱରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ ।  ଏହି ଗଣନା ସମୟରେ ୫୬୪ଟି କୁମ୍ଭୀର ଶାବକ (ଛୁଆ) ଅର୍ଥାତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର, ୩୭୮ଟି ବର୍ଷିକିଆ ଛୁଆ ଅର୍ଥାତ୍ ୨ ରୁ ୩ ଫୁଟିଆ କୁମ୍ଭୀର, ୩୩୮ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍ ୩ ରୁ ୬ ଫୁଟିଆ କୁମ୍ଭୀର, ୧୫୮ଟି ୪ ରୁ ୫ ବର୍ଷର ଅର୍ଥାତ୍ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା । ଏଥିସହ  ବଡକୁମ୍ଭୀର ଅର୍ଥାତ ୮ ଫୁଟରୁ ଅଧିକ ଲମ୍ବର ୩୪୬ଟି ଗଣନାବେଳେ ଠାବ କରାଯାଇଛି ବୋଲି ରାଜନଗର ଡିଏଫଓ ଡଃ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି ।
ଭିତରକନିକା ବାହାରେ ଥିବା ନଦୀ, ନାଳ ଗୁଡିକରେ ଚଳିତବର୍ଷ ପ୍ରାୟ ୧୨୦ଟି କୁମ୍ଭୀର ଥିବା ଜଣାପଡିଛି । ଗଣନା ସମୟରେ କନିକା ରେଂଜ ଅଂଚଳରେ ସର୍ବାଧିକ ୧୪୦୯ଟି, ରାଜନଗର ରେଂଜ ଅଂଚଳରେ ୨୬୫ଟି, ମହାକାଳପଡା ରେଂଜ ଅଂଚଳରେ ୭୬ଟି, ଗହୀରମଥା ରେଂଜ ଅଂଚଳରେ ୩୪ଟି ବଉଳା କୁମ୍ଭୀର ଥିବା ଜଣାପଡିଛି । ଗତ ବର୍ଷ ଠାରୁ କନିକା, ରାଜନଗର, ଗହୀରମଥା ରେଂଜରେ କୁମ୍ଭୀର ସଂଖ୍ୟା ବଢିଥିବା ବେଳେ ମହାକାଳପଡା ରେଂଜରେ କୁମ୍ଭୀର ସଂଖ୍ୟା ସମାନ ରହିଥିବା ଜଣାପଡିଛି ।  ସକାଳେ ଓ ସଂଧ୍ୟାରେ ଏହି କୁମ୍ଭୀର ମାନଙ୍କ ଗଣନା କରାଯାଇଥିଲା । ସକାଳେ କୁମ୍ଭୀରମାନେ ଖରା ପୋଇଁବା ଅବସ୍ଥାରେ ଓ ସଂଧ୍ୟାରେ ସ୍ପଟ୍ ଲାଇଟ୍ ମାଧ୍ୟମରେ ଗଣାନା କରାଯାଇଥିଲା ।  ୧୯୭୬ ମସିହା ଠାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି । ହୁଲି ଡଙ୍ଗା ସାହାର୍ଯ୍ୟରେ  କୁମ୍ଭୀର ଗଣନା କରାଯାଉଛି । ଚଳିତବର୍ଷ ପ୍ରଥମଥର ପାଇଁ ପାରମ୍ପାରିକ ପଦ୍ଧତି ସହିତ ପଲିଗନ ସର୍ଚ୍ଚ ଆପ୍ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଆନ୍ତର୍ୟ୍ୟାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍‌.ଆର୍‌. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ ।  ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତମାନ ଏହି ସଂଖ୍ୟା ୧୭୮୪ରେ ପହଁଚିଛି । କୁମ୍ଭୀର ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।