Bhitarkanika National Park - The Sakala
ମେ’ ୧ ରୁ ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡା: ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀରମାନେ ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସମ୍ଭାବନା ରହିଥାଏ । ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଥାଏ ।
କୁମ୍ଭୀର ମାନଙ୍କ ମିଳନ ପ୍ରକିୟା ପରେ ମା’ କୁମ୍ଭୀର ନଦୀ ଜୁଆର ମାଡୁ ନ ଥିବା ଉଚ୍ଚ ସ୍ଥାନ ଦେଖି ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧି ଅଣ୍ଡାଦାନ କରିଥାଏ । ଅଣ୍ଡାରୁ ଛୁଆ ଫୁଟିବା ପରେ ମା’ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ । ଏହି ସମୟରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ।
ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଜି ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ୫୧ ହଜାର ୬୧୪ ପକ୍ଷୀ ଆସିଛନ୍ତି । ଅର୍ଥାତ ଗତବର୍ଷ ଠାରୁ ଚଳିତବର୍ଷ ଭିତରକନିକାକୁ ୧୯୩ ପକ୍ଷୀ ଅଧିକ ଆସିଥିବା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧୨୧ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୧୮ ,ଲାର୍ଜ ହୁଇସିଲିଂ ଡକ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ ୪୪୮୨୫ ଆସିଛନ୍ତି ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଗ୍ରେବସ, ପେଲିକାନସ, କରମୋରାନ୍‌ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍‌ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି । ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତ ଦାୟରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତର ଗୋଲାର୍ଦ୍ଧରୁ ଏହି ପକ୍ଷୀମାନେ ଆସିଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତମାସ ୧୮ ତାରିଖ ଦିନ ୧୮ଟି ଟିମ ଭିତରକନିକା ଅଭୟାରଣ୍ୟର ମହାନଦୀ ଡେଲଟା ସମେତ ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମୀ, ଜମ୍ବୁ, ବତୀଘର, ବରୁଣେଇ ମୁହାଁଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁରମୁହାଁଣ, ଲକ୍ଷ୍ମୀପ୍ରସାଦଡିଅିଁ, କାଳିଭଂଜଡିଆଁ, ମଗରକନ୍ଦା, ଚିଂଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକାମାଉଥ, ଏକମାଣିଆ, ରାଜଗଡ ପ୍ରଭୃତି ସ୍ଥାନ ମାନଙ୍କରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ରାଜନଗର ବନ ବିଭାଗ ପକ୍ଷରୁ ୫ଟି ରେଞ୍ଜ ଅଂଚଳରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା । ସାଧାରଣତଃ ଖୋଲାଜାଗା, ଧାନବିଲ, ନଦୀପଠା ଓ ଜଳାଶୟ ଗୁଡିକରେ ଅଧିକ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଛି
କୁମ୍ଭୀର ଗଣନା ପାଇଁ ଜାନୁୟାରୀ ୧୪ରୁ ୨୨ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦରହିବ ଭିତରକନିକା
ରାଜନଗର: କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ଜାନୁଆରୀ ୧୪ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି। । ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।
ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଛି । ତେବେ ଭିତରକନିକାରେ ଥିବା ନଦୀ ଓ ନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯିବ । ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟ ରେ କୁମ୍ଭୀର ଗଣନା କରାଯିବ। ଗତବର୍ଷ ଭିତରକନିକାରେ ୧୮୧୧ ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛି ବନବିଭାଗ ।
ଭିତରକନିକା ହେନ୍ତାଳ ବଣରେ ବାତ୍ୟା ଲ୍ୟାଣ୍ଡଫଲ୍‌ କଲେ, ପୋଖରୀ ଓ ନାଳକୁ ବ୍ୟବହାର କରନ୍ତୁ ନାହିଁ: ପିସିସିଏଫ୍‌
ଭୁବନେଶ୍ବର: ବାତ୍ୟା ସମୟରେ ଓଡ଼ିଶା ପାଇଁ ସୁରକ୍ଷା କବଚ ସାଜିଛି ହେନ୍ତାଳ ବଣ। ବାତ୍ୟାର ଗତିରୋଧ ଓ ସାମୁଦ୍ରିକ ଜୁଆର କ୍ଷୟକ୍ଷତି ରୋକିବାରେ ହେନ୍ତାଳ ବଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବାତ୍ୟା ‘ଦାନା’ ଭିତରକନିକାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି।
ବାତ୍ୟାକୁ ନେଇ ପିସିସିଏଫ୍‌ କହିଛନ୍ତି, ଭିତରକନିକାରେ ପ୍ରାୟ ୨୦୦ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ହେନ୍ତାଳ ବଣ ହେଉଛି ବାତ୍ୟା ବା ଜୁଆର ପାଇଁ କବଜ। ସମ୍ଭାବ୍ୟ ବାତ୍ୟା ସେଠାରେ ଲ୍ୟାଣ୍ଡଫଲ କଲେ ରାଜନଗର, ରାଜକନିଆକା ଆଦି ଅଞ୍ଚଳରେ ବେଶୀ କ୍ଷତିଗ୍ରସ୍ତ ହେବନାହିଁ। ଉଚ୍ଚ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସକ୍ଷମ ହେବ। ହେନ୍ତାଳ ବଣରେ ଥିବା ଭିତକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର, ହରିଣ ଓ ପକ୍ଷୀଙ୍କ ସମାଗମ ରହିଛି। ସେମାନଙ୍କ ସୁରକ୍ଷା ପାଇଁ ଡିଏଫ୍‌ଓ ଦୁଇଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରିଛନ୍ତି। ଜିଲ୍ଲା ପ୍ରଶାସନ ସହାୟତାରେ ଆଉ ୫ଟି ଟିମ୍‌ ରାସ୍ତାଘାଟ ସଫା କରିବା ପାଇଁ ଗଠନ କରାଯାଇଛି ବୋଲି ପିସିସିଏଫ୍‌ କହିଛନ୍ତି।
ପିସିସିଏଫ୍‌ ଆହୁରି କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ କଲେ ଯଦି ଉଚ୍ଚ ଜୁଆର ଆସେ, ତାହାହେଲେ କିଛି କୁମ୍ଭୀର ଗାଁ ଗୁଡ଼ିକୁ ଯାଇପାରନ୍ତି। ଠିକ୍‌ ସେତିକି ବେଳେ ରାପିଡ୍‌ ରେସ୍‌ପନ୍ସ ଟିମ୍‌ କୁମ୍ଭୀର ଉଦ୍ଧାର କରି ଭିତରକନିକାରେ ଛାଡ଼ିବେ। ତେବେ ବାତ୍ୟା ବେଳେ ହରିଣ ବା ପକ୍ଷୀଙ୍କର କିଛି କ୍ଷତି ହେବନାହିଁ। ହରିଣମାନେ ଉଚ୍ଚା ସ୍ଥାନକୁ ପଳାଇଯିବେ। ଆଉ ପକ୍ଷୀମାନେ ବାତ୍ୟା ପୂର୍ବରୁ ଉଡି ପଳାଇବେ। ଯଦି କୌଣସି ଚଢ଼େଇ ବସା ବାନ୍ଧି ଛୁଅ ଦେଇଥିବ, ସେମାନଙ୍କ ପ୍ରତି ବିପଦ ରହିଛି। କିନ୍ତୁ ସେଥିପ୍ରତି ବନ ବିଭାଗ ସଜାଗ ରହିଛି। ଯଦି କୌଣସି ପ୍ରାଣୀ ବା ପକ୍ଷ ଆହତ ହୁଅନ୍ତି ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ୍‌ କହିଛନ୍ତି।
ସେ ଆହୁରି କହିଛନ୍ତି, କୁମ୍ଭୀରମାନେ ସାଧାରଣତଃ ତ୍ରିକୋଣ ଭୂମି (ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ)ରେ ରୁହନ୍ତି। ସେହି ତ୍ରିକୋଣ ଭୂମିଟି ହେନ୍ତାଳ ବଣ ଦ୍ୱାରା ଆଚ୍ଛାଦିତ ହୋଇଛି। ତେଣୁ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସଫଳ ହେବ। ତା’ପରେ ଯଦି କୁମ୍ଭୀରମାନେ ପଳାଇ ଆସନ୍ତି, ତାହାହେଲେ ସେମାନେ ଗାଁ ପୋଖରୀ ବା ନାଳରେ ରହିପାରନ୍ତି। ସେହି କୁମ୍ଭୀରମାନଙ୍କୁ ଧରିବା ପାଇଁ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ରେଡ୍ଡି ହୋଇ ରହିବ। ବାତ୍ୟା ଛାଡ଼ିବା ପରେ ଗାଁ ଲୋକେ ପୋଖରୀ ବା ନାଳକୁ ବ୍ୟବହାର କରନ୍ତୁ ନାହିଁ। କିଛି ଦିନ ଅପେକ୍ଷା କରନ୍ତୁ। କୁମ୍ଭୀର ଆସିନଥିବା ବୋଲି କନ୍‌ଫର୍ମ ହେଲା ପରେ ପୋଖରୀକୁ ଯାଆନ୍ତୁ ବୋଲି ପିସିସିଏଫ୍‌ କହିଛନ୍ତି।
ସୂଚନା ଅନୁଯାୟୀ, ପିଏନ୍‍ଏଏସରେ ପ୍ରକାଶ ପାଇଥିବା ଏହି ସର୍ବେକ୍ଷଣକୁ ପାଣିପାଗ ବିଜ୍ଞାନୀମାନେ ସମର୍ଥନ କରିଛନ୍ତି ଓ ବାତ୍ୟା ସମୟରେ ହେନ୍ତାଳବଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି ବୋଲି ମତ ଦେଇଛନ୍ତି। ବାତ୍ୟା ସମୟରେ ହେନ୍ତାଳ ବଣ ଘର୍ଷଣଯୁକ୍ତ ପ୍ରଭାବ ପକାଇ ଏହାକୁ ଦୁର୍ବଳ କରିଥାଏ। ଅର୍ଥାତ ସମୁଦ୍ର ଉପରେ ପବନ ଅବାଧରେ ଚଳାଚଳ କରିଥାଏ; କିନ୍ତୁ ଯେଉଁସ୍ଥାନରେ ହେନ୍ତାଳ ବଣ ରହିଥାଏ, ସେଠାରେ ପବନ ଅଟକିବ ଓ ବିପରୀତ ପ୍ରଭାବ ସୃଷ୍ଟି ହେବ। ଏହା ସହିତ ବାତ୍ୟା ହେନ୍ତାଳବଣ ସଂସ୍ପର୍ଶରେ ଆସିବା ପରେ ଜଳୀୟବାଷ୍ପ ମଧ୍ୟ ଅଧିକ ପାଇ ନ ଥାଏ, ଯାହାଦ୍ୱାରା ଏହାର ଶକ୍ତି କମିଥାଏ। ସାଧାରଣତଃ ବାତ୍ୟାଗୁଡ଼ିକ ଏହାର କେନ୍ଦ୍ରଠାରୁ ୫୦୦-୬୦୦ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥା’ନ୍ତି। ତେଣୁ ବାତ୍ୟା ସ୍ଥଳଭାଗଠାରୁ ଦୂରରେ ଥିଲେ ମଧ୍ୟ ହେନ୍ତାଳ ବଣ ସଂସ୍ପର୍ଶରେ ଆସି ଦୁର୍ବଳ ହେବା ଆରମ୍ଭ କରେ। ଯାହା ବାତ୍ୟା ‘ୟସ୍‍’ରେ ଦେଖାଯାଇଥିଲା। ଏହା ଅତିଭୀଷଣ ବାତ୍ୟାରେ ପରିଣତ ହୋଇଥିଲେ ମଧ୍ୟ ଏକ ଦୁର୍ବଳ ହୋଇ ଭଦ୍ରକ- ବାଲେଶ୍ୱର ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା।
ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ବନ୍ଦ ଥିଲା ଭିତରକନିକା
ରାଜନଗର: ଆଜିଠୁ ଖୋଲିଲା ଭିତରକନିକା । ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜନଗର ବନଖଣ୍ଡ ଅଧିକାରୀ ଗୋପୀନାଥ ଯାଦବ ଏନେଇ ସୂଚନା ଦେଇଛନ୍ତି ।
ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା ଚାଲିଥିଲା । ବଉଳାକୁମ୍ଭୀରଙ୍କ ଭୂସ୍ୱର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତ ବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୯୩ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ଅର୍ଥାତ୍ ଗତବର୍ଷ ଠାରୁ ଚଳିତ ବର୍ଷ ୧୮ କୁମ୍ଭୀର ଅଧିକ ଥିବା ଚଳିତ ବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି। ଚଳିତ ବର୍ଷ ଭିତରକନିକାରେ କନିକା ରଂଜେର ପାଟ୍ଟଶାଳାମାଉଥରୁ ଏଫଆରଏଚଜେଠି ମଧ୍ୟରେ ୨ଟି, ଏଫଆରଏଚ ଜେଠିରୁ ଖୋଳାମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍‌ ଗଣନା ସମୟରେ ଠାବ କରିଛି।
ଜୈବ ବିବିଧତାର ହଟ୍‌ସ୍ପଟ ଭିତରକନିକା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି
କେନ୍ଦ୍ରାପଡ଼ା(ଦେବଦତ୍ତ ଦାଶ): କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ରହିଛି ଜାତୀୟ ଉଦ୍ୟାନ ଭିତରକନିକା ଓ ଗହୀରମଥା। ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀର ତ୍ରିକୋଣ ଭୂମିରେ ରହିଛି ୬୭୨ ବର୍ଗ କିଲୋମିଟରର ଏହି ଜାତୀୟ ଉଦ୍ୟାନ। ଜୈବ ବିବିଧତାର ହଟ୍‌ସ୍ପଟ ଭାବେ ପରିଚିତ ଭିତରକନିକା ଉଦ୍ୟାନରେ ଦେଶର ୭୦ ପ୍ରତିଶତ ଲୁଣିପାଣି କୁମ୍ଭୀର ରହୁଥିବା ବେଳେ ମାଛରଙ୍କା, କାଠହଣା, ବଗ ଭଳି ୧୭୦ରୁ ଅଧିକ ପ୍ରକାରର ପକ୍ଷୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ପ୍ରକୃତିର ଭୂସ୍ବର୍ଗ
ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରକାର ପକ୍ଷୀ (ମାଛରଙ୍କା, ଗେନ୍ଦାଖିଆ, ବଣି, ବଗ, କାଠହଣା) ସରୀସୃପ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭୀର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଈଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଚୁର ମିଳେ । ଏହା ବ୍ୟତୀତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଦେଖିବାକୁ ମିଳେ। ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ବୀର, ଭାରତୀୟ ଅଜଗର, କଳା ଆଇବିସ ଓ ଡାର୍ଟରମାନଙ୍କ ବାସସ୍ଥଳୀ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ଏଠାରେ ଇରୱାଡି ଡଲ୍‌ଫିନ ମଧ୍ୟ ଦେଖିବାକୁ ମିଳନ୍ତି ।
ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ତ୍ରିକୋଣଭୂମିରେ ଗଢ଼ି ଉଠିଥିବା ନୈସର୍ଗିକ ଶୋଭା ସମ୍ପଦରେ ପରିପୂର୍ଣ୍ଣ  ଭିତରକନିକାର ବଉଳାକୁମ୍ଭୀର, ଓଡ଼ିଶାର ସର୍ବାଧିକ ଦେଖାଯାଉଥିବା ଇରାୱାଡି, ବଟଲ୍‌ନୋଜ୍‌, ହକ୍‌ବ୍ୟାକ୍‌, ପାନ୍‌ଟ୍ରୋପିସିଆଲ୍‌, ପିନ୍‌ଲେସ୍‌, ପରିପଏସ୍‌, ପ୍ରଭୃତି ୫ ପ୍ରଜାତିର ଡଲ୍‌ଫିନ୍‌, ଅଲିଭ୍‌ରିଡ୍‌ଲେ କଇଁଛ, ସଂଖ୍ୟାଧିକ ହରିଣ, ବାର୍‌ହା, ସମ୍ବର, ଫିସିଙ୍ଗ୍ କ୍ୟାଟ୍‌, ଗଧିଆ, ଝିଙ୍କଙ୍କ ସମେତ ପାଣିଗୋଧି, ଅଜଗର, ଅହିରାଜ ଆଦି ସରୀସୃପ ପ୍ରାଣୀ ରହିଛନ୍ତି। ହେନ୍ତାଳ, ସୁନ୍ଦରୀ, ଶିଶୁମାର, କେରୁଆଁ, ରାଇ, ବଣି, ଗରଣୀ, ଖରସୀ, ବନ୍ଦରୀ, ପାଣିଆମ୍ବ, ସିଙ୍ଗଡ଼ା, ପିତାମ୍ବରୀ, ପିତକୋରୁଆଁ ଆଦି ବିରଳ ଉଦ୍ଭିଦ ଭିତରକନିକାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଛି। ପପୁଆ ନିଉଗିନିଆ ପରେ ଭିତରକନିକା ହେଉଛି ପୃଥିବୀର ଦ୍ୱିତୀୟ ବିସ୍ତାରିତ ବୃହତମ ଲୁଣାଜଙ୍ଗଲ। ପ୍ରତିବର୍ଷ ଶୀତଋତୁରେ ଲକ୍ଷାଧିକ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ଭିତରକନିକାରେ ଦେଖିବାକୁ ମିଳିଥାଏ।
ଉଦ୍ୟାନର ନବକଳେବର
ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା। ୧୯୭୫ରେ ୬୭୨ ବର୍ଗ କିଲୋମିଟର ଅଞ୍ଚଳକୁ ଭିତରକନିକା ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିବା ବେଳେ ୧୯୯୮ରେ ୧୪୫ ବର୍ଗ କିଲୋମିଟର ଅଞ୍ଚଳ ଭିତରକନିକା ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ପାଇଛି। ୨୦୦୨ରେ ଭିତରକନିକାକୁ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ରାମସାର ସାଇଡ୍ ରୂପେ ଘୋଷିତ ହୋଇଛି। ଭିତରକନିକା ଅଞ୍ଚଳରେ ୫ଟି ଫରେଷ୍ଟବ୍ଲକ ଅଞ୍ଚଳରେ ୧୫୯୦.୧୮ ହେକ୍ଟର ଜଙ୍ଗଲ ରହିଛି। ସେଥିମଧ୍ୟରୁ ହୁକିଟୋଲାରେ ୫୫୫ ହେକ୍ଟର, ଭିତରଖରନାସି-ଏ ରେ ୫୮୩.୮୪ ହେକ୍ଟର, ଭିତରଖରନାସୀ-ବି ରେ ୧୮୭.୮୦ ହେକ୍ଟର, କଣ୍ଟିଲୋରେ ୧୩୯.୨୮ ହେକ୍ଟର, ଜଟାଧାରରେ ୧୨୪.୨୬ ହେକ୍ଟର ଜଙ୍ଗଲ, ୧୯୭୭ ମସିହାରୁ ୧୯୯୦ ମସିହା ମଧ୍ୟରେ ନୋଟିଫିକେସନ ସମୟରେ ଏହି ଜଙ୍ଗଲ ଥିଲା ।
ସେହିପରି ରାଜନଗର ହେନ୍ତାଳବନ ଫରେଷ୍ଟ ଡିଭିଜନ ଅଞ୍ଚଳ ମଧ୍ୟରେ ଥିବା ୪୭ଟି ପ୍ରୋଟେକ୍‌ଟେଡ୍ ଫରେଷ୍ଟବ୍ଲକରେ ୧୫୬୨୦.୨୫ ହେକ୍ଟର ଲୁଣା ଜଙ୍ଗଲ ରହିଛି। ୧୯୬୧ ରୁ ୧୯୬୭ ମସିହା ମଧ୍ୟରେ ପ୍ରୋଟେକ୍ଟେଡ୍ ଫରେଷ୍ଟବ୍ଲକ ନୋଟିଫିକେସନ୍  ସମୟରେ ୧୫,୬୨୦.୨୫ ହେକ୍ଟର ଜଙ୍ଗଲ ଥିଲା । ଏବେ ଏ ନେଇ କୌଣସି ବିଧିବଦ୍ଧ ତଥ୍ୟ ନ ଥିଲେ ମଧ୍ୟ ଦିନକୁ ଦିନ ଅଧିକ ଆକର୍ଷଣୀୟ ଓ କଳେବର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।
ଆକର୍ଷଣରେ ଦେଶୀ ଓ ବିଦେଶୀ ପକ୍ଷୀ
ଅନୁକୂଳ ପରିବେଶ ଥିବାରୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଓ ହଜାର ହଜାର କିଲୋମିଟର ଅତିକ୍ରମ କରି ପ୍ରତିବର୍ଷ ଲକ୍ଷାଧିକ ପକ୍ଷୀ ସୁଦୂର ମାଲେସିଆ, ଆମେରିକା, ଶ୍ରୀଲଙ୍କା, ପାକିସ୍ଥାନ, ଜାପାନ, ଆଫ୍‌ଗାନିସ୍ଥାନ, ବାଂଲାଦେଶ ଆଦି ଦେଶରୁ ଭିତରକନିକାକୁ ଆସିଥାନ୍ତି। ଭିତରକନିକାରେ ପକ୍ଷୀମାନେ ଜୁନ୍ ପ୍ରଥମ ସପ୍ତାହରୁ ଡିସେମ୍ବର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ପାଣିପାଗର ବ୍ୟତିକ୍ରମ ହେଲେ କିଛି ପକ୍ଷୀ ଜାନୁୟାରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରହିବାର ଦେଖାଯାଏ।  କିନ୍ତୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କୁ ବର୍ଷ ତମାମ ଦେଖିବାକୁ ମିଳିଥାଏ। ବର୍ଷାଦିନେ ଦେଶୀୟ ପକ୍ଷୀ ବସାକରି ଅଣ୍ଡା ଦେଇଥାନ୍ତି। ମାତ୍ର ଜଳବାୟୁ ପରିବର୍ତ୍ତନ ଯୋଗୁଁ ୨୦୧୭ ମସିହାରୁ ବଗଗହନକୁ ଦେଶୀୟ ପକ୍ଷୀମାନେ ଆସିବା ବନ୍ଦ କରିଦେଇଛନ୍ତି।
ଠିକଣା ବଦଳାଉଛନ୍ତି ଦେଶୀ ପକ୍ଷୀ
୧୯୭୨ରେ କାଳିଭଞ୍ଜଡିଆରେ ଭିଡ଼ ଜମାଉଥିବା ଦେଶୀୟ ପକ୍ଷୀ ୧୯୮୧ରୁ ଶୁଆଯୋରରେ ବସା ବାନ୍ଧିଥିଲେ। ୧୯୮୮ରେ ଶୁଆଯୋରରୁ ଠିକଣା ବଦଳାଇ ବଗଗହନକୁ ସ୍ଥାୟୀ ଠିକଣା କରିଥିଲେ ଦେଶୀୟ ପକ୍ଷୀ। ୧୯୮୮ରୁ ୨୦୧୬ ମସିହା ଯାଏଁ ଦୀର୍ଘ ୨୮ ବର୍ଷ ଧରି ଦେଶୀୟ ପକ୍ଷୀଙ୍କ ସ୍ଥାୟୀ ଠିକଣା ହୋଇଥିଲା ବଗଗହନ। ୩ ହେକ୍ଟର ପରିମିତ ବଗଗହନ ପକ୍ଷୀଙ୍କ ତୀର୍ଥସ୍ଥଳ ପାଲଟି ଯାଇଥିଲା। ଦେଶୀୟ ପକ୍ଷୀଙ୍କ କାକଳି ସହିତ ବସା ବାନ୍ଧିବା, କାଠିକୁଟା ଧରି ଉଡ଼ିବାର ଅପୂର୍ବ ଦୃଶ୍ୟକୁ  ଦେଖିବା ପାଇଁ ପର୍ଯ୍ୟଟକମାନଙ୍କର ସୁବିଧା ନିମନ୍ତେ ସେଠାରେ ୧୯୯୫ରେ ୱାଚ୍‌ ଟାୱାର ନିର୍ମାଣ ହୋଇଛି। ୨୦୧୫ରେ ବଗଗହନରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା କମିଥିଲା। ୨୦୧୬ରେ କେବଳ ଗେଣ୍ଡାଳିଆ ବସା ବାନ୍ଧିଥିଲେ। ୨୦୧୬ ପରଠୁଁ ବଗଗହନରେ ଆଉ ଦେଶୀୟ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଶୁଭୁନାହିଁ। ୨୦୧୬ ମସିହାରୁ ମଠଆଡ଼ିଆରେ ଦେଶୀୟ ପକ୍ଷୀ ଭିଡ଼ ଦେଖିବାକୁ ମିଳିଥିଲା। ଗତ ୩ବର୍ଷ ହେଲା ମଠଆଡ଼ିଆ ସହିତ ଲକ୍ଷ୍ମୀପ୍ରସାଦଡ଼ିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ବସା ବାନ୍ଧୁଛନ୍ତି ।
ମାତ୍ର ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରୁ ବାହାରେ ପ୍ରଥମଥର ପାଇଁ ଦେଶୀୟ ପକ୍ଷୀଙ୍କ ନୂଆ ଠିକଣା ଠାବ କରାଯାଇଛି। ରାଜନଗର ବ୍ଲକ୍‌ ଓ ଆଳି ବ୍ଲକର ମଧ୍ୟସ୍ଥଳ ବ୍ରାହ୍ମଣୀନଦୀର ଏକମାଣିଆ ଠାରେ ନଦୀ ଭିତରେ ଥିବା ବାଲିଡିଆ ଦ୍ବିପାଞ୍ଚଳରେ ଏବେ ଦେଶୀୟ ପକ୍ଷୀଙ୍କ କାକଳି ଶୁଣିବାକୁ ମିଳୁଛି। ଏକହଜାର ମିଟର ଲମ୍ବା ଓ ୪ଶହ ମିଟର ଚଉଡ଼ାର ଏହି ଡିଆରେ ଆପେ ଆପେ ଲୁଣା ଜଙ୍ଗଲ ସୃଷ୍ଟି ହୋଇଛି। ଏହି ଦ୍ବିପାଞ୍ଚଳରେ ବଣରୁଆ, କେରୁଆଁ, ବନି ପ୍ରଭୃତି ଗଛ ରହିଛି। ଚଳିତବର୍ଷ ଏହି ଦ୍ବିପାଞ୍ଚଳରେ ୨ ହଜାରରୁ ଅଧିକ ବସା ଦେଶୀୟ ପକ୍ଷୀମାନେ କରିଥିବା ଦେଖିବାକୁ ମିଳିଛି। ଏହି ଆଇଲ୍ୟାଣ୍ଡରେ ଅଧିକ ସଂଖ୍ୟାରେ କାପରଖାଇ ପକ୍ଷୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ଗେଣ୍ଡାଳିଆ, ରାଣୀବଗ, ମଝିଆଁ ବଗ, ଛୋଟ ବଗ, ଖଇରା ବଗ, ଅନ୍ଧାରୀ ବଗ, ଦା’ବେଣ୍ଟିଆ ଓ ପାଣିକୁଆ ଆଦି ପକ୍ଷୀ ବସା କରି ଅଣ୍ଡା ଦେଇଥିବା ଦେଖିବାକୁ ମିଳୁଛି। ଜାତୀୟ ଉଦ୍ୟାନ ବାହାରେ ପ୍ରଥମଥର ପାଇଁ ଦେଶୀୟ ପକ୍ଷୀମାନେ ବସା ବାନ୍ଧିଛନ୍ତି। ୨୮ ବର୍ଷ ଧରି ଦେଶୀୟ ପକ୍ଷୀମାନେ ଗୋଟିଏ ସ୍ଥାନରେ ଅର୍ଥାତ୍ ବଗଗହନରେ ଭିଡ଼ ଜମାଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ ୭ବର୍ଷରେ ଦେଶୀୟ ପକ୍ଷୀ ଚାରି ଚାରିଟି ସ୍ଥାନକୁ ସେମାନଙ୍କ ଆବାସସ୍ଥଳ ଭାବେ ବାଛିଥିବା ପରିବେଶବିତମାନେ ମତ ରଖିଛନ୍ତି।
ଡଲଫିନଙ୍କ ନୂଆ ଅନ୍ତୁଡ଼ିଶାଳ
ସେହିଭଳି ଓଡ଼ିଶାରେ ସବୁଠୁ ଅଧିକ ସଂଖ୍ୟକ ଓ ଅଧିକ ପ୍ରଜାତିର ଡଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳିଛି। କେବଳ ସବୁଠୁ ଅଧିକ ପ୍ରଜାତିର ନୁହେଁ, ଅଧିକ ସଂଖ୍ୟାରେ ଡଲ୍‌ଫିନ ଶାବକଙ୍କୁ ଦେଖିବାକୁ ମିଳିଥିବାରୁ ଗହୀରମଥା ଡଲଫିନଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ୨୦୨୩ ଡଲଫିନ ଗଣନା ସମୟରେ ବଡ଼ ଡଲଫିନ୍‌ଙ୍କ ସହିତ ଡଲ୍‌ଫିନ ଶାବକ ଦେଖିବାକୁ ମିଳୁଛି। ଚଳିତବର୍ଷ ସାରା ଓଡ଼ିଶାରେ ୭୩୩ଟି ଡଲଫିନ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲଫିନ ଚିହ୍ନଟ କରାଯାଇଛି। ଅର୍ଥାତ୍ ସାରା ଓଡ଼ିଶାର ୭୫ ପ୍ରତିଶତ ଡଲଫିନ ଗହୀରମଥା ଓ ଭିତରକନିକାରେ ଅଛନ୍ତି। ଚଳିତବର୍ଷ କେବଳ ଗହୀରମଥା ରେଞ୍ଜରେ ୫୪୪ଟି ଡଲଫିନ ଚିହ୍ନଟ କରାଯାଇଥିବା ବେଳେ କନିକା ରେଞ୍ଜ୍‌ରେ ୪ଟି ଓ ରାଜନଗର ରେଞ୍ଜ୍‌ରେ ୨ଟି ଡଲଫିନ ଗଣନା ବେଳେ ଦେଖିବାକୁ ମିଳିଥିଲା । ଗହୀରମଥାରେ ହମ୍ପବ୍ୟାକ୍‌ର ସଉସା ପ୍ଲମ୍ବିଆ ପ୍ରଜାତିର ୨୦୮ଟି, ହମ୍ପବ୍ୟାକ୍‌ର ସଉସା ଚାଇନିଜ ପ୍ରଜାତିର ୨୮୧ଟି, ବଟଲନୋଜ ପ୍ରଜାତିର  ୫୨ଟି , ସ୍ପିନର ପ୍ରଜାତିର ୩ଟି ଡଲଫିନ ଗଣନା ବେଳେ ଦେଖିବାକୁ ମିଳିଛି। ସେହିପରି କନିକା ରେଞ୍ଜ୍‌ର ଖୋଳାରୁ କଣ୍ଟିଆଖାଇ ମଧ୍ୟରେ ୪ଟି ଇରାୱାଡି ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥିବା ବେଳେ ରାଜନଗର ରେଞ୍ଜ୍‌ରେ ୨ଟି ଡଲଫିନ ଠାବ କରାଯାଇଛି।
ଦୀର୍ଘବର୍ଷ ଧରି ଡଲଫିନଙ୍କ ଏନ୍ତୁଡ଼ିଶାଳ ଓଡ଼ିଶାରେ ଚିଲିକାକୁ ବିବେଚନା କରାଯାଉଥିଲା। ୨୦୧୫ ମସିହାରେ ରାଜ୍ୟର ୭ଟି ସ୍ଥାନରେ ୭ ପ୍ରଜାତିର ସମୁଦାୟ ୪୫୦ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ କେବଳ ଭିତରକନିକାରେ ୬ପ୍ରଜାତିର ୨୭୦ଟି ଡଲଫିନ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୬ରେ ମାତ୍ର ୧୯ଟି ୨୦୧୭ରେ ୮୨ଟି, ୨୦୧୮ରେ ୩୦୭ଟି, ୨୦୧୯ରେ ୧୧୨ଟି, ୨୦୨୦ରେ ୬୨ଟି ଓ ୨୦୨୧ରେ ୩୪୨ଟି ଡଲଫିନ ଚିହ୍ନଟ ହୋଇଥିଲା। ପ୍ରତିବର୍ଷ ଜାନୁୟାରୀରେ ଡଲଫିନ ଗଣନା କରାଯାଇଥାଏ । ପାଗର ପ୍ରତିକୂଳ ଓ ଅତ୍ୟଧିକ କୁହୁଡ଼ି ଯୋଗୁଁ ୨୦୨୨ରୁ  ଡିସେମ୍ବରରେ ଡଲଫିନ ଗଣନା କରାଯାଉଛି।  ୨୦୨୨ରେ ସାରା ଓଡ଼ିଶାରେ ୭୨୬ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୪୦ଟି ଡଲଫିନ ଚିହ୍ନଟ ହୋଇଥିଲା। ଚଳିତବର୍ଷ ସାରା ଓଡ଼ିଶାରେ ୭୩୩ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲ୍‌ଫିନ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଅପେକ୍ଷା ସାରା ଓଡ଼ିଶାରେ ୩ଟି  କମିଥିବା ବେଳେ ଭିତରକନିକା ଓ ଗହୀରମଥାରେ ଗତବର୍ଷ ଅପେକ୍ଷା ୧୦ଟି ଡଲ୍‌ଫିନ ଅଧିକ ଚିହ୍ନଟ ହୋଇଛନ୍ତି।  ସେହିଭଳି ଡାଙ୍ଗମାଳ ଠାରେ ବଉଳାକୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ରହିଥିବା ବେଳେ ଏଠାରେ ଭାରତର ସର୍ବାଧିକ ବଉଳାକୁମ୍ଭୀର ଦେଖିବାକୁ ମିଳେ। ଏହାସହ ପ୍ରାକୃତିକ ପରିବେଶରେ ସବୁଠୁ ଅଧିକ ଧଳା କୁମ୍ଭୀର ଭିତରକନିକାରେ ଅଛନ୍ତି। ଏଥିସହ ଗହୀରମଥା ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଆରିବାଡ଼ା ଭାବେ ପରିଚିତ। ସାରା ବିଶ୍ୱରେ ଉପଲବ୍ଧ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଅଲିଭରିଡଲେ ଗହୀରମଥାରେ ସମୂହଅଣ୍ଡା ଦାନ କରିଥାନ୍ତି । ବଉଳାକୁମ୍ଭୀର ଓ ଅଲିଭରିଡ୍‌ଲେଙ୍କ ପାଇଁ ଭିତରକନିକା ବିଶ୍ୱ ପ୍ରାକୃତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୂର୍ବରୁ ବଉଳାକୁମ୍ଭୀର ଓ ଅଲିଭରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ରୂପେ ପରିଚିତ ଭିତରକନିକା ଏବେ ଡଲଫିନଙ୍କ ଏନ୍ତୁଡିଶାଳ ପାଲଟିବାକୁ ଯାଉଛି।
ବଉଳାଙ୍କ ଶ୍ରେଷ୍ଠ ପ୍ରଜନନ କେନ୍ଦ୍ର
୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍‌.ଆର୍‌. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ। ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ିଉଠିଥିଲା। ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୧୭୯୨ରେ ପହଞ୍ଚିଛି।
ଅଲିଭ୍‌ରିଡ୍‌ଲେଙ୍କ ଠିକଣା ଗହୀରମଥା
୧୯୭୪ ମସିହାରେ ଆମେରିକାର ବିଶିଷ୍ଟ ପ୍ରାଣୀବିଜ୍ଞାନୀ ଡଃ. ଏଚ୍‌.ଆର୍‌.ବଷ୍ଟାର୍ଡ ଭିତରକନିକାର ବଉଳା କୁମ୍ଭୀରମାନଙ୍କ ଉପରେ ଗବେଷଣା କରିବାକୁ ଆସି ଗହୀରମଥାର ଏହି ବିରଳ କଇଁଛ ସମାଗମସ୍ଥଳ ଦେଖି, ଏହା ଅଲିଭ୍‌ରିଡ୍‌ଲେ ପ୍ରଜାତିର ବୋଲି ଚିହ୍ନଟ କରିଥିଲେ। ଏହାପରେ ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ରାଜ୍ୟର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କଲେ। ୧୯୯୩ରେ ଓଡ଼ିଶା ମାରାଇନ୍ ଫିସ୍ ରେଜୁଲେସନ୍ ଆକ୍ଟ ୧୯୮୧ ଅନୁସାରେ ଗହୀରମଥାକୁ ନୋ ଫିସିଙ୍ଗ୍ ଜୋନ୍ ଘୋଷଣା, ସମୁଦ୍ରକୂଳ ଠାରୁ ୨୦ କିଲୋମିଟର ଯାଏଁ ମେସିନ୍ ଡଙ୍ଗା ବା ଟ୍ରଲରରେ ମାଛଧରା ନିଷେଧ, କଇଁଛଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ୧୯୭୨, ପରିବେଶ ସୁରକ୍ଷା ଆଇନ୍ ୧୯୮୬, କୋଷ୍ଟାଲ୍ ରେଜୁଲେସନ୍ ଜନ୍ ୧, ୨, ୩, ଓ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଇନ୍ ୧୯୮୨ ମଧ୍ୟ ପ୍ରଣୟନ କରାଗଲା।
ପରିବେଶ ସୁହାଉଥିବାରୁ ହଜାର ହଜାର ମାଇଲ୍ ଅତିକ୍ରମ କରି ଅକ୍ଟୋବର ପ୍ରଥମ ସପ୍ତାହରୁ ଗହୀରମଥାକୁ କଇଁଛ ଆସିଥାନ୍ତି ଓ ଅଣ୍ଡାଦେଇ ଛୁଆ ଫୁଟାଇବା ପରେ ମଇ ମାସ ଶେଷ ସୁଦ୍ଧା ଚାଲିଯାଇଥାନ୍ତି। ବିଶ୍ୱରେ ଉପଲବ୍ଧ ହେଉଥିବା ଏହି ପ୍ରଜାତିର କଇଁଛ ସଂଖ୍ୟାରୁ ପ୍ରାୟ ୫୦ ପ୍ରତିଶତ କଇଁଛଙ୍କ ସମାଗମ ଗହୀରମଥାରେ ହୋଇଥାଏ।  ସବୁଠାରୁ ଛୋଟ ବିରଳ ସାମୁଦ୍ରିକ କଇଁଛ ଦଳ ଦଳ ହୋଇ ବାଲୁକା ରାଶିରେ ୪୦ ରୁ ୪୫ ସେଣ୍ଟିମିଟର ଗଭୀରତାର ଗାତ ଖୋଳି ୧୦୦ ରୁ ୧୨୦ଟି ଲେଖାଏଁ ଅଣ୍ଡା ଦେଇଥାନ୍ତି। ଏହି କଇଁଛ ଅଣ୍ଡାରୁ ସାଧାରଣତଃ ୪୫ ରୁ ୬୦ ଦିନ ମଧ୍ୟରେ ଛୁଆ ବାହାରିଥାନ୍ତି ।
ନାଶି-୨ ସ୍ଥାନଟି ମାତ୍ର ୨୨ ହେକ୍ଟର ବାଲିପଠାରେ ସୀମିତ। ଏତେ ଛୋଟ ଜାଗାରେ ଗୋଟିଏ କଇଁଛ ଅଣ୍ଡାଦେଇଯିବା ପରେ ପୁଣି ଆଉ ଗୋଟେ କଇଁଛ ସେହି ସ୍ଥାନରେ ଗାତ ଖୋଳି ଅଣ୍ଡା ଦେଉଛନ୍ତି। ଫଳରେ ଅଣ୍ଡା ଅଣ୍ଡାଦାନ ପକ୍ରିୟା ସମୟରୁ ହିଁ ଅଧିକାଂଶ ଅଣ୍ଡା ନଷ୍ଟ ହୋଇଯାଉଛି।   ୧୯୭୪ରେ କଇଁଛମାନେ ଗଣଅଣ୍ଡାଦାନ କରୁଥିବା  ଗହୀରମଥାର ନାଶି-୨ ଦୀପ ପୁଞ୍ଜଟିର ଲମ୍ବ ୧୫ କିଲୋମିଟର ୬ ଶହ ମିଟର ଥିଲା । ମାତ୍ର ପରବର୍ତ୍ତୀ ଅବସ୍ଥାରେ ସମୁଦ୍ରର ପଟ୍ଟ ପରିବର୍ତ୍ତନ, ଟ୍ରେକିଂ ୱାଟର ସିଷ୍ଟମର ପ୍ରଭାବ ଓ ବଙ୍ଗୋପସାଗରରେ ଆଶାତୀତ ଭାବେ ଜଳପତ୍ତନ ବୃଦ୍ଧି ଯୋଗୁଁ ଏହି ସ୍ଥାନଟି ଏବେ ୨୨ ହେକ୍ଟରକୁ ଖସି ଆସିଛି।
ସଂରକ୍ଷିତ ଜଙ୍ଗଲ ମାନ୍ୟତା
ସଂରକ୍ଷିତ ଜଙ୍ଗଲ ଆଇନ୍ – ୪ ଅକ୍ଟୋବର ୧୯୬୧ରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକାକୁ ପ୍ରୋଟେକ୍ଟେଡ୍ ଫରେଷ୍ଟ ( ସଂରକ୍ଷିତ ଜଙ୍ଗଲ) ଭାବେ ଘୋଷଣା କରାଗଲା।  ଏହାର ପରିସୀମା କନିକା ଜଙ୍ଗଲକୁ ଚିହ୍ନଟ ନ କରି ରାଜନଗର, ରାଜକନିକା, ଆଳି, ମହାକାଳପଡ଼ା, ଚାନ୍ଦବାଲି, ବାଂଶଡ଼ା, ତିହିଡ଼ି ପ୍ରଭୃତି ପୂର୍ବତନ କନିକା ଜମିଦାରୀ ଅଞ୍ଚଳକୁ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଗଲା।
ଭିତରକନିକା ଅଭୟାରଣ୍ୟ- ୨୨ ଅପ୍ରେଲ ୧୯୭୫ରେ ଭିତରକନିକାର ୬୭୨ ବର୍ଗ ବର୍ଗକିଲୋମିଟର ଅଞ୍ଚଳକୁ ରାଜ୍ୟ ସରକାର ଅଭୟାରଣ୍ୟ ରୂପେ ଘୋଷଣା କଲେ। ଏକ ନିର୍ଦ୍ଦିଷ୍ଟ ଜଙ୍ଗଲ ଅଞ୍ଚଳକୁ ବାଦ୍‌ଦେଲେ ଜାତୀୟ ଉଦ୍ୟାନ ମଧ୍ୟରେ କିଛି ଜନବସତି ଏବଂ ଏ ଅଞ୍ଚଳର ସୁରକ୍ଷା କବଚ ଲୁଣା ଘେରିବନ୍ଧକୁ ସୀମା ସରହଦ ଘୋଷଣା କରାଗଲା ।
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ- ଭିତରକନିକା ସଂଲଗ୍ନ ବିସ୍ତୀର୍ଣ୍ଣ ବେଳାଭୂମିର ସମୁଦ୍ର ଭିତରକୁ ୨୦ କିମି ଅଞ୍ଚଳକୁ ୨୭ ସେପ୍ଟେମ୍ବର ୧୯୯୭ରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଗଲା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ବର୍ଷ ତମାମ ନୋ’ଫିସିଙ୍ଗ୍ ଜୋନ୍ ଭାବେ ଘୋଷଣା କରାଗଲା। ଏହା ଭାରତର ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟର ମାନ୍ୟତା ପାଇଛି। ରାମସାର ସାଇଟ୍‌- ୨୦୦୨ ମସିହାରେ ଭିତରକନିକାକୁ ଅନ୍ତର୍ଜାତୀୟ ରାମସାର ସାଇଟ୍‌ର ମାନ୍ୟତା ମିଳିଛି। ଭିତରକନିକାକୁ ରାମସାର ସାଇଟ୍ ରୂପେ ଘୋଷଣା କରାଯାଇଥିବା ବେଳେ ଅନ୍ତର୍ଜାତୀୟ ଆର୍ଦ୍ରଭୂମିର ମାନ୍ୟତା ମିଳିସାରିଛି ।
ଇକୋ ସେନ୍‌ସେଟିଭ୍ ଜୋନ୍
୨୦୧୫ ଜୁନ୍‌ ୧୬ ତାରିଖରେ ଭିତରକନିକା ମ୍ୟାନ୍‌ଗ୍ରୁପ ଡିଭିଜନ୍ ( ୱାଇଲ୍‌ଡ୍ ଲାଇଫ୍‌)ର ୨ କିମି ଯାଏଁ ପରିଧିକୁ ପରିବେଶ ସ୍ପର୍ଶକାତର ଅଞ୍ଚଳ ବା ଇକୋ ସେନ୍‌ସିଟିଭ୍ ଜୋନ୍ ଭାବେ ଘୋଷଣା କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଗେଜେଟ୍ ଅନୁଯାୟୀ ହେନ୍ତାଳବନ ଫରେଷ୍ଟ ଡିଭିଜନ୍‌, ୱାଇଲ୍‌ଡ ଲାଇଫ୍‌ର ୩ ଟି ପ୍ରୋଟେକ୍‌ଟେଡ୍ ଏରିଆ ଭିତରକନିକା ୱାଇଲ୍‌ଡ୍ ଲାଇଫ୍ ସାନ୍‌ଚୁରୀ (୧୯୭୫), ଗଭୀରମଥା ସାମୁଦ୍ରିକ ଅଭୟାରଣ୍ୟ (୧୯୯୭), ଭିତରକନିକା ନ୍ୟାସ୍‌ନାଲ ପାର୍କ (୧୯୯୮)ର ବାଉଣ୍ଡାରୀ ରୁ ୨ କିମି ଯାଏଁ ପରିଧିକୁ ପରିବେଶ ସ୍ପର୍ଶକାତର ଅଂଚଳ (ଇକୋ ସେନ୍‌ସିଟିଭ୍ ଜୋନ୍‌) ଭାବେ ଘୋଷଣା କରାଯାଇଛି। ୩ଟି ପ୍ରୋଟେକ୍ଟେଡ ଅଞ୍ଚଳର ୫୬୦ ମିଟରରୁ ୨ କିମି ଯାଏଁ ଓସାରରେ ଏହି ଆଇନ୍ ଲାଗୁ ହୋଇଛି । ୪୪୬.୪୦ ବର୍ଗ କିମି ଅଞ୍ଚଳରେ ଏହି ଆଇନ୍ ଲାଗୁ କରାଯାଇଛି। ଭିତରକନିକାରେ ୭୧ ପ୍ରକାରର ବିରଳ ଲୁଣା ଗଛ, କ୍ରୋକଡାଇଲ୍ ପ୍ରୋଜେକ୍ଟ, ଏସିଆର ସବୁଠୁ ବଡ଼ ବଗଗହନ ରହିଛି।
ଦୀର୍ଘ ୩ ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା: ଆଜି ଠାରୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ତିନି ମାସ ଧରି ବନ୍ଦ ରହି ଥିଲା ଭିତରକନିକା ଜାତୀୟ ଉଦ୍ୟାନ। ଏପ୍ରିଲ ୩୦ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା। ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ରାଜନଗର ବନ ବିଭାଗ ପକ୍ଷରୁ ୩ ମାସ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥିଲା।
ସୂଚନା ଅନୁଯାୟୀ, ପ୍ରଜନନ ଋତୁ ସମୟରେ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧିଥାନ୍ତି। ନଦୀ କୂଳଠାରୁ ଜୁଆର ଛୁଇଁ ପାରୁ ନ ଥିବା ନିରାପଦ ସ୍ଥାନରେ ଏମାନେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି। ଏହି ସମୟରେ କୁମ୍ଭୀର ହିଂସ୍ର ହୋଇଥାନ୍ତି। ସେମାନଙ୍କୁ ବାଧା ଦେଖାଦେଲେ ଆକ୍ରମଣ କରିବାକୁ ପଛାଇ ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୩ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପ୍ରବେଶ ଓ ଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା।
ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ, କୋଣାର୍କକୁ ମିଳିଲା ଶ୍ରେଷ୍ଠ ଆଇକନିକ୍‌ ସ୍ଥଳ ପୁରସ୍କାର
ରାଜନଗର: ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ ହୋଇଛି। ଶ୍ରେଷ୍ଠ ପାର୍ବଣ ସ୍ଥଳ ଭାବେ ପୁରୀ ରଥଯାତ୍ରା, ଶ୍ରେଷ୍ଠ ଆଇକନିକ ସ୍ଥଳ ଭାବେ କୋଣାର୍କ ଏବଂ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଭିତରକନିକାକୁ ପୁରସ୍କାର ମିଳିଛି। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଜାତୀୟ ସ୍ତରରେ ଚୟନ ହେବା ପରେ ବିଭିନ୍ନ ମହଲରେ ଖୁସିର ଲହରି ଖେଳିଯାଇଛି।
ପ୍ରକୃତିର ବିସ୍ମୟ ଭିତରକନିକା। ୬୭୨ବର୍ଗ କିମି ବ୍ୟାପ୍ତ ଭିତରକନିକା ଅଭୟାର୍ୟଣ ଓ ୧୪୫ ବର୍ଗ କିମି ବିଶିଷ୍ଟ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରକୃତିପ୍ରେମୀ, ପରିବେଶବିତ୍‌‌, ଜୀବ ବିଜ୍ଞାନୀ, ପକ୍ଷୀ ବିଷାରଦଙ୍କୁ ଆକୃଷ୍ଟ କରିଆସିଛି। ଜୈବ ବିବିଧତା ପାଇଁ ଭିତରକନିକାକୁ ଆନ୍ତର୍ଜାତିକ ରାମସାର ସାଇଟର ମାନ୍ୟତା ମିଳିଛି। ଭାରତରେ ଥିବା ପ୍ରାକୃତିକ ପରିବେଶ ସ୍ଥଳ ମଧ୍ୟରେ ଭିତରକନିକା ଜାତୀୟ ସ୍ତରରେ ଶ୍ରେଷ୍ଠ ଭାବେ ବିବେଚିତ ହୋଇଛି। ବଙ୍ଗୋପସାଗର ତଟବତ୍ତୀ ବ୍ରାହ୍ମଣୀ, ବୈତରଣୀ ଏବଂ ଖରସ୍ରୋତା ତ୍ରିକୋଣ ଭୂମିରେ ପ୍ରକୃତିର ଗନ୍ତାଘର ବିଶ୍ୱପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତା ଏବଂ ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ସାଙ୍ଗକୁ ଏହାର ପ୍ରାକୃତିକ ବିଭବ ସବୁବେଳେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଆସିଛି। ଏହାସହିତ ଭିତରକନିକାରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଭାବେ ବସବାସ କରୁଥିବା ବଉଳା କୁମ୍ଭୀର, ବିଶେଷକରି ଏଥିରେ ବସବାସ କରୁଥିବା ଶଙ୍ଖୁଆ ଧଳା କୁମ୍ଭୀର ପର୍ଯ୍ୟଟକ ଓ ଗବେଷକଙ୍କୁ ଆନମନା କରେ। ଏହାସହ ଗହୀରମଥାର ଅଲିଭ ରିଡଲେ କଇଁଛଙ୍କ ଲୀଳାଖେଳା ଓ ସମୂହ ଅଣ୍ଡାଦାନ ପକ୍ରିୟା ସମଗ୍ର ବିଶ୍ୱରେ ବିରଳ।
ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି ପକ୍ଷୀ ଗଣନା, ୧୭ଟି ଟିମ୍‌ ସାମିଲ
କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିରେ ମୋଟ ୧୭ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ। ରାଜନଗର, କନିକା, ଗହୀରମଥା , ମହାକାଳପଡ଼ା ଓ କୁଜଙ୍ଗର ୫ ଟି ରେଞ୍ଜରେ ହେବ ପକ୍ଷୀ ଗଣନା । ପ୍ରାଣୀ ବିଜ୍ଞାନର ୨୧ ଜଣ ଛାତ୍ରଛାତ୍ରୀଙ୍କ ସମେତ ବନବିଭାଗର କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୧୭ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୪ରୁ ୫ ଜଣ ସଦସ୍ୟ ଅଛନ୍ତି । ରାଜନଗର, କନିକା, ଗହୀରମଥା, ମହାକାଳପଡା, କୁଜଙ୍ଗ ଗଣନା ଜାରି ରହିଛି ।
ବିଦେଶାଗତ ପକ୍ଷୀ ମାନଙ୍କ କାକଳିରେ ଅଞ୍ଚଳ ଫାଟି ପଡ଼ୁଛି ଭିତରକନିକା ଜାତୀୟ ଉଦ୍ୟାନ । ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବାକୁ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ରଙ୍ଗବେରଙ୍ଗର ପକ୍ଷୀମାନେ ଉଦ୍ୟାନ ସଂଲଗ୍ନ ଆର୍ଦ୍ରଭୂମି ଓ ଅନ୍ୟାନ୍ୟ ଜଳାଶ୍ରୟରେ ଖାଦ୍ୟ ସଂଗ୍ରହ କରିବା, ନୀଳ ଆକାଶରେ ଦଳ ଦଳ ହୋଇ ଉଡ଼ିବା ଲକ୍ଷ୍ୟ କରାଯାଉଛି । ଏହି ଅବସରରେ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କର ଗଣନା କାର୍ଯ୍ୟ କରାଯିବ ।
ପର୍ଯ୍ଯଟକଙ୍କ ପାଇଁ ଜାନୁଆରୀ ୪ରୁ ୧୪ ଯାଏଁ ବନ୍ଦ ରହିବ ଭିତରକନିକା
କେନ୍ଦ୍ରାପଡା: ଜାନୁଆରୀ ୪ରୁ ପର୍ଯ୍ଯଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ଜାନୁଆରୀ ୪ ରୁ ୧୪ ତାରିଖ ପର୍ଯ୍ଯନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଗତବର୍ଷ ଭିତରକନିକାରେ କୁମ୍ଭୀର ଗଣନା ବେଳେ ୧୭ ଶହ ୮୪ କୁମ୍ଭୀର ଚିହ୍ନଟ କରାଯାଇଥିଲା । ଚଳିତର୍ଷ କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ କୁମ୍ଭୀର ଗଣନା କରାଯିବ। ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍, ମିଳିବ ‘ଆମାଜନ’ର ଅନୁଭୂତି
ଭୁବନେଶ୍ୱର: ଗୋଟିଏ ଦିନ ପରେ ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେବ ‘ଇକୋ -ରିଟ୍ରିଟ୍‍’। ଚଳିତବର୍ଷ ଆକର୍ଷଣ ସାଜିବ ଭିତରକନିକା ଇକୋ ରିଟ୍ରିଟ୍‍ ସେଣ୍ଟର। ଏଠାରେ ଆମାଜନର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ। ପେଣ୍ଠ ବେଳାଭୂମିରେ ଆରମ୍ଭ ହେବାକୁ ଥିବା ‘ଇକୋ-ରିଟ୍ରିଟ୍‍’ର ପ୍ରବେଶ ପଥକୁ ଆକର୍ଷଣୀୟ ଭାବେ ସଜ୍ଜାଯାଇଛି। କୃତ୍ରିମ ଝରଣା ସହ କଇଁଛ, ହରିଣ, ଦେଶୀ ବିଦେଶୀ ପକ୍ଷୀ, ମୟୂର ଓ ବଉଳା କୁମ୍ଭୀର ଦେଖିବାକୁ ପାଇବେ ପର୍ଯ୍ୟଟକ। ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକା ଜାତୀୟ ଉଦ୍ୟାନ ସ୍ୱତନ୍ତ୍ରତା ନିଆରା। ଜୈବ ବିବିଧତାରେ ଭରପୁର ଭିତରକନିକାରେ ଏଥର ନିଆରା ଅନୁଭୂତି ସାଉଁଟବେ ପର୍ଯ୍ୟଟକ। ପର୍ଯ୍ୟଟନ ଋତୁରେ ପ୍ରକୃତିପ୍ରେମୀ ଭିତରକନିକା ପରିଭ୍ରମଣ ଓ ଜଳଯାତ୍ରା କରିବାର ନିଆରା ମଜ୍ଜା ନେବେ। ଚଳିତ ଥର ଇକୋ ରିଟ୍ରିଟ୍‍ରେ ପର୍ଯ୍ୟଟକଙ୍କ ପାଇଁ ୨୫ଟି ବିଳାସପୂର୍ଣ୍ଣ କଟେଜ୍‍ ସହିତ ଷ୍ଟାର ହୋଟେଲ ମଧ୍ୟ ରହିଛି। ଭିତରକନିକାର ପ୍ରାକୃତିକ ଶୋଭାରଜିର ମଜ୍ଜା ସାଙ୍ଗକୁ ରାତିରେ ବିଳାସପୂର୍ଣ୍ଣ କଟେଜ୍‍ରେ ରହିବା ଓ ନାଚଗୀତରେ ମଜିବା ସହ ବୈତରଣୀ ନଦୀ କୂଳରେ ସେଲ୍‌ଫି ଜୋନ୍‍ରେ ଫଠୋ ଉଠାଇବାର ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଜଳପଥ ଓ ସ୍ଥଳପଥରେ ପରିଭ୍ରମଣ କରିବାର ସୁଯୋଗ ରହିଛି। ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମେନ୍ୟୁରେ ରହିଛି ସୁସ୍ୱାଦୁ ଖାଦ୍ୟର ତାଲିକା ରହିଛି।ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ କଟେଜ୍‍ ବୁକିଂ ହୋଇଥିବା ବେଳେ ଆଗକୁ ଆହୁରି ବଢ଼ିବାର ଆଶା ରହିଛି। ପ୍ରିମୟମ୍‍ କଟେଜ୍‍ରେ ଅଧିକ ବୁକିଂ ଆସୁଛି।
କୁମ୍ଭୀର, ଚଢ଼େଇ ସାଜିବେ ମୁଖ୍ୟ ଆକର୍ଷଣ: ଇକୋ ରିଟ୍ରିଟ୍‍ରେ ପର୍ଯ୍ୟଟକଙ୍କ ପାଇଁ କ୍ରୋକୋଡାଇଲ ସ୍ପଟିଂ ସହିତ ନେଚର୍‍ ଟ୍ରେଲ ମଧ୍ୟ ରହିଛି। ସାଧାରଣତଃ ଲୋକମାନେ ଚିଡ଼ିଆଖାନାରେ କମ୍‍ ସଂଖ୍ୟାରେ କୁମ୍ଭୀର ଦେଖିଥାନ୍ତି। କିନ୍ତୁ ଏଠାରେ ବୋଟ୍‍ରେ ପାଣି ଭିତରକୁ ଯାଇ ଚାରିପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଏକା ସାଙ୍ଗକରେ ବହୁ ସଂଖ୍ୟାରେ କୁମ୍ଭୀର ଦେଖିବାର ନିଆରା ଅନୂଭୁତି ମିଳିବ। ଜଙ୍ଗଲ ଭିତରେ ନ୍ୟାସନାଲ ପାର୍କର କୋର୍‍ ଏରିଆ ଭିତରକୁ ମଧ୍ୟ ପ୍ରବେଶ କରିବାର ସୁଯୋଗ ରହିଛି। ସେଠାରେ ୬ରୁ ୬.୫ କିମି ଚଲାପଥ ରହିଛି। ହେନ୍ତାଳ ବଣ, ହରିଣ, ଗୋଧି ସାଙ୍ଗକୁ ୮ପ୍ରକାର କିଙ୍ଗ୍‍ ଫିସର ଦେଖିôବା ପାଉଛନ୍ତି ପର୍ଯ୍ୟଟକ। ତେବେ ପୃଥିବୀରେ ୩୦ ପ୍ରକାର କିଙ୍ଗଫିସର ରହିଥିବାବେଳେ ସେଥିରୁ ୧୨ଟି ଇଣ୍ଡିଆରେ ଦେଖାଯାଏ ଏବଂ ୧୨ ମଧ୍ୟରୁ ୮ଟି କିଙ୍ଗଫିସର ଭିତରକନିକାରେ ଦେଖାଯାଏ।
ବେଳାଭୂମିରେ ହଟ୍‍ ଏୟାର ବେଲୁନ୍‍ ଏବଂ ଜିପ୍‍ ପାରାସେଲିଂ: ଭିତରକନିକା ଇକୋ ରିଟ୍ରିଟ୍‍କୁ ଅଧିକ ଆକର୍ଷଣୀୟ କରିବା ପାଇଁ ବେଳାଭୂମିରେ ବିଚ୍‍ ଭଲି ବଲ୍‍ ଓ ଏଟିଭି ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି। ଏହାସାଙ୍ଗକୁ ହଟ୍‍ ଏୟାର ବଲେୁନ୍‍ ଓ ପାରାସେଲିଂର ମଜ୍ଜା ନେ଼ଇପାରିବେ ପର୍ଯ୍ୟଟକ। ଏଥିପାଇଁ ମଧ୍ୟ ଯୋଜନା ରହିଛି।
ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ। ଅଗଷ୍ଟ ୧ ତାରିଖରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅଗଷ୍ଟ ୧ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକ ପଲିଥିନ ଭିତରକୁ ନେଇ ଏଣେତେଣେ ଫୋପାଡିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ। ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ଜୈବ ବିବିଧତା ସନ୍ତୁଳନ ରକ୍ଷା କରିବାରେ ବ୍ୟାଘାତ ସୃଷ୍ଟି କରୁଛି। ଏ ନେଇ ପର୍ଯ୍ୟଟକଙ୍କୁ ବନବିଭାଗ ପକ୍ଷରୁ ସଚେତନ କରାଯିବ।
ଏଥିସହ ପର୍ଯ୍ୟଟକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ସୁସ୍ଥ ପରିବେଶ ଓ ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ପର୍ଯ୍ୟଟକମାନେ ଏହି ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଭିତରକନିକା ଗଢିବାରେ ସହଯୋଗର ହାତ ବଢେଇବାକୁ କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି। ପଲିଥିନ ବଦଳରେ କପଡ଼ା, କାଗଜ ଓ ଝୋଟରେ ପ୍ରସ୍ତୁତ ବ୍ୟାଗରେ ବ୍ୟବହାର୍ଯ୍ୟ ସାମଗ୍ରୀ ଭିତରକନିକା ମଧ୍ୟକୁ ନେବାକୁ ଅନୁରୋଧ କରାଯାଇଛି।