Punjab - The Sakala
ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ରହିଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା
ପୁରୀ: ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ହୋଇଥିବା ନେଇ ଘୋଷଣା କରାଯାଇଛି। ଫିରୋଜପୁର କ୍ୟାଣ୍ଟନମେଣ୍ଟ ଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ଥଗିତ ରଖିବାକୁ ସହମତି ମିଳିଛି। ମେ’ ୨୩ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ନେଇ ଘୋଷଣା କରାଯାଇଛି। ଧାର୍ଯ୍ୟ ତିଥି ଜୁଲାଇ ୧୬ରେ ରଥଯାତ୍ରା କରିବା ନେଇ ସହମତି ଦେଇଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ଫିରୋଜପୁର ଜିଲ୍ଲାପାଳ। ମାତ୍ର ୟୁପି ହାପୁର ରଥଯାତ୍ରା ସ୍ଥଗିତ ନେଇ କୌଣସି ସୂଚନା ମିଳି ନାହିଁ।
ମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ ଏକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସରକାରୀ ଭାବରେ ନିର୍ଦ୍ଧାରିତ ତାରିଖର ପ୍ରାୟ ଦୁଇ ମାସ ପୂର୍ବରୁ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଥିଲା।
ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ ଏହି ପବିତ୍ର ପର୍ବ ପ୍ରଭୁ ଜଗନ୍ନାଥଙ୍କ ସହିତ ଜଡିତ ପାରମ୍ପରିକ ତିଥି ଏବଂ ଶାସ୍ତ୍ରୀୟ କ୍ୟାଲେଣ୍ଡର ଅନୁସରଣ କରିବା ଉଚିତ। ଶ୍ରୀଜଗନ୍ନାଥ ମନ୍ଦିରର ସରକାରୀ ରୀତିନୀତି ସୂଚୀ ଅନୁଯାୟୀ, ୨୦୨୬ ମସିହାରେ ରଥଯାତ୍ରା ୧୬ ଜୁଲାଇରେ ପାଳନ କରାଯିବ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫିରୋଜପୁରର ଏକ ଜଗନ୍ନାଥ ମନ୍ଦିର ଦ୍ୱାରା ପ୍ରସ୍ତାବିତ ଅଦିନିଆ ରଥଯାତ୍ରା ପାଳନକୁ କଡ଼ା ବିରୋଧ କରିବା ସହ ପଞ୍ଜାବ ପ୍ରଶାସନକୁ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢୀ ଫିରୋଜପୁରର ଡେପୁଟି କମିଶନର-କମ-ଜିଲ୍ଲା ମାଜିଷ୍ଟ୍ରେଟ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ୨୩ ମଇ, ୨୦୨୬ରେ ମହୋତ୍ସବ ଆୟୋଜନ ନକରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଡକ୍ଟର ପାଢୀ ତାଙ୍କ ଚିଠିରେ ଉଲ୍ଳେଖ କରିଥିଲେ ଯେ ଯେକୌଣସି ଅନଧିକୃତ ତାରିଖରେ ଉତ୍ସବ ପାଳନ କରିବା ଭାରତ ଏବଂ ବିଦେଶରେ ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ।
ରାଘବ ଚଢ଼ାଙ୍କ ସ୍ଥାନ ନେବା ପରେ ଆପ୍ ସାଂସଦ ଅଶୋକ କୁମାର ମିତ୍ତଲଙ୍କ ଉପରେ ଇଡିର ନଜର, ଏଲପିୟୁ (LPU) କ୍ୟାମ୍ପସ ସମେତ ଅନେକ ସ୍ଥାନରେ ଚଢ଼ାଉ
ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ଅଶୋକ କୁମାର ମିତ୍ତଲଙ୍କ ଘର ଏବଂ ତାଙ୍କ ମାଲିକାନାରେ ଥିବା ଲଭଲି ପ୍ରଫେସନାଲ ୟୁନିଭରସିଟି (LPU) କ୍ୟାମ୍ପସରେ ବୁଧବାର ସକାଳେ ଏନଫୋର୍ସମେଣ୍ଟ ଡିରେକ୍ଟୋରେଟ (ଇଡି) ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ତାଙ୍କୁ ଦଳ ପକ୍ଷରୁ ନିକଟରେ ରାଜ୍ୟସଭାର ଉପନେତା ଭାବେ ନିଯୁକ୍ତ କରାଯାଇଥିବା ବେଳେ ଏହି ଆକ୍ସନ୍ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଫେମା (FEMA) ଉଲ୍ଲଂଘନ ଅଭିଯୋଗରେ ଚଢ଼ାଉ
ମିଳିଥିବା ସୂଚନା ଅନୁଯାୟୀ, ବିଦେଶୀ ମୁଦ୍ରା ପରିଚାଳନା ଆଇନ ବା ଫେମା (FEMA) ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡିର ଜଳନ୍ଧର ଏବଂ ଚଣ୍ଡିଗଡ଼ ଟିମ୍ ମିଳିତ ଭାବେ ଏହି ଅପରେସନ୍ ଆରମ୍ଭ କରିଛନ୍ତି। ଫଗୱାଡ଼ା ସ୍ଥିତ ଏଲପିୟୁ କ୍ୟାମ୍ପସ୍ ବ୍ୟତୀତ ଲଭଲି ଗ୍ରୁପ୍ ଦ୍ୱାରା ପରିଚାଳିତ ବିଭିନ୍ନ ମିଠା ଦୋକାନ, ଲଭଲି ଅଟୋସ୍, ଦୂର ନିରନ୍ତର ଶିକ୍ଷା କେନ୍ଦ୍ର ଏବଂ ମାଲିକମାନଙ୍କ ବାସଭବନରେ ଏକକାଳୀନ ରେଡ୍ କରାଯାଇଛି।
ଏହି ଯାଞ୍ଚ ପ୍ରକ୍ରିୟାରେ ସ୍ଥାନୀୟ ପୋଲିସର କୌଣସି ସହାୟତା ନିଆଯାଇନଥିବା ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଅଶୋକ ମିତ୍ତଲ ଏବଂ ତାଙ୍କ ଭାଇ ରମେଶ ମିତ୍ତଲ ଓ ନରେଶ ମିତ୍ତଲ ଏଲପିୟୁର ପ୍ରତିଷ୍ଠାତା ଏବଂ ସହ-ମାଲିକ ଅଟନ୍ତି।
ରାଜନୈତିକ ଉତ୍ତେଜନା ମଧ୍ୟରେ ଇଡିର ଆକ୍ସନ୍
ଆପ୍ ନେତା ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇବା ପରେ ଅଶୋକ ମିତ୍ତଲଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା। ପଦଭାର ଗ୍ରହଣ କରିବାର ମାତ୍ର କିଛି ଦିନ ପରେ ତାଙ୍କ ଘରେ ଇଡିର ଚଢ଼ାଉ ହେବା ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅବଶ୍ୟ, ଏହା ପୂର୍ବରୁ ପଦବୀ ପରିବର୍ତ୍ତନକୁ ଏକ "ନିରନ୍ତର ପ୍ରକ୍ରିୟା" ବୋଲି ଅଶୋକ ମିତ୍ତଲ କହିଥିଲେ ଏବଂ ରାଘବ ଚଢ଼ାଙ୍କୁ ଦଳର ବରିଷ୍ଠ ନେତା ଭାବେ ସମ୍ମାନ ଜଣାଇଥିଲେ।
ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ତଥା ପେସାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ଅଶୋକ କୁମାର ମିତ୍ତଲ ୨୦୨୨ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଏହି ଚଢ଼ାଉକୁ ନେଇ ଆମ ଆଦମୀ ପାର୍ଟିର ନେତା ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କେନ୍ଦ୍ର ସରକାରଙ୍କ ଉପରେ ରାଜନୈତିକ ଉଦ୍ଦେଶ୍ୟମୂଳକ ଆକ୍ରମଣ ଅଭିଯୋଗ ଆଣିଛନ୍ତି। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଆର୍ଥିକ କାରବାର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉଦ୍ଧାର ହେବାର ସମ୍ଭାବନା ରହିଛି ।
ଇନ୍‌ଷ୍ଟାଗ୍ରାମରେ ସେକ୍ସ ରାକେଟ: ୧୦ ହଜାର ଯୁବତୀ ସାମିଲ
ଲୁଧିୟାନା: ମନୋରଞ୍ଜନର ମାଧ୍ୟମ ସାଜିଥିବା ସାମାଜିକ ଗଣମାଧ୍ୟମ ଏବେ କଳା କାରବାରର ପ୍ରମୁଖ କେନ୍ଦ୍ର ହୋଇଯାଇଛି। ମିଥ୍ୟା ଖବର ପ୍ରସାର ପରେ ନିନ୍ଦିତ ସାମାଜିକ ଗଣମାଧ୍ୟମକୁ ଦେହ ବେପାର ପାଇଁ ବ୍ୟବହାର କରାଯାଉଛି। ପଞ୍ଜାବ ଲୁଧିୟାନାରୁ ଏଭଳି ଚାଞ୍ଚଲ୍ୟକର ମାମଲା ସାମ୍‌ନାକୁ ଆସିଛି। ଇନ୍‌ଷ୍ଟାଗ୍ରାମରେ ପେଜ୍‌ କ୍ରିଏଟ କରି ମହିଳା ଏବଂ ଯୁବତୀଙ୍କୁ ଏଥିରେ ସାମିଲ କରାଯାଉଛି। ଅଶ୍ଳୀଳ ରିଲ୍‌ ପୋଷ୍ଟ କରିବା ପାଇଁ ଏମାନଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଉଛି। ଏହି ଲୋଭରେ ପଡ଼ି ଯୁବତୀ ନିଜର ଅଶ୍ଳୀଳ ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି। ଏଥିପାଇଁ ତାଙ୍କୁ ଗୋଟିଏ ପୋଷ୍ଟ ପିଛା ୨ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଛି। ଏ ସବୁକୁ ଦେଖି ଅଧିକ ସଂଖ୍ୟକ ଲୋକ ପେଜ୍‌ରେ ସାମିଲ ହେଉଛନ୍ତି। ଏହି ପୃଷ୍ଠାର ପ୍ରୋଫାଇଲରେ ଠିକଣା ମଧ୍ୟ ରହୁଛି। ପରେ ବ୍ୟକ୍ତିଙ୍କୁ ମେସେଜ କରି ଦେହ ବ୍ୟବସାୟକୁ ଠେଲା ଯାଉଛି। କେବଳ ଲୁଧିୟାନାର ୧୦ ହଜାର ଯୁବତୀ ଏଭଳି ପେଜ୍‌ ସହ ଜଡ଼ିତ ଅଛନ୍ତି ବୋଲି ସୂଚନା ମିଳିଛି। ଏଥିରେ ଦେହ ବ୍ୟବସାୟ ହେଉଥିବା ଠିକଣାରେ ଭିଡିଓ ମଧ୍ୟ ଅପଲୋଡ କରାଯାଇଛି। ଏହି ଭିଡିଓରେ ସ୍ଥାନର ଠିକଣା ଦେଖାଯାଉଛି। ତେଣୁ ଗ୍ରାହକ ସହଜରେ ଏଠାରେ ପହଞ୍ଚି ପାରୁଛନ୍ତି। ଭିଡିଓରେ ଶୟନ କକ୍ଷ ମଧ୍ୟ ଦେଖାଯାଉଛି। ୨୦୨୬ ମାର୍ଚ୍ଚରୁ ଏହି ପେଜ୍‌ ଚାଲିଥିବାବେଳେ ଲୁଧିୟାନା ପୁଲିସ ଏସଂପର୍କରେ ସୂଚନା ନପାଇବା ସମସ୍ତଙ୍କୁ ବିସ୍ମିତ କରିଛି ।
ସୂଚନା ଅନୁଯାୟୀ, ଇନଷ୍ଟାରେ ସିମରନ ଲୁବାନିଙ୍କ ନାମରେ ଏକ ପେଜ ରହିଛି। ଏଠାରେ ପଞ୍ଜାବର ଦୁଗରି ଚୌକ କୋଠାର ଠିକଣା ରହିଛି। ଏଥିରେ ସବୁ ଭିଡିଓ ପୋଷ୍ଟ କରାଯାଉଛି। ଏହି ପେଜ୍‌ରେ ଅନେକ ଯୁବତୀ ନିଜର ଅଶ୍ଳୀଳ ଭିଡିଓ କରି ଅପଲୋଡ କରିଛନ୍ତି। ଗ୍ରାହକଙ୍କୁ ଟାଣିବା ପାଇଁ ଏନଆରଆଇ ଭାବି ନାମରେ ମଧ୍ୟ ରିଲ୍‌ ରହିଛି। ଆଉ କିଛି ପୋଷ୍ଟରେ ଆପତ୍ତିଜନକ ଭାଷା ବ୍ୟବହାର କରାଯାଇଛି। ରିଲ୍‌ ମାଧ୍ୟମରେ ଦର ମଧ୍ୟ ଜଣାଇ ଦିଆଯାଉଛି। ୫ ହଜାର ଟଙ୍କା ପର୍ଯ୍ୟନ୍ତ ଆଣି କୋଠାକୁ ଆସିବାକୁ କୁହାଯାଉଛି। ଆଗ୍ରହୀ ବ୍ୟକ୍ତିଙ୍କୁ ମେସେଜ କରି କେଉଁ ଅଞ୍ଚଳରେ ଯୁବତୀ ଦରକାର ବୋଲି ପଚରା ଯାଉଛି। ପରେ ଏକ ଲିଙ୍କ ଦିଆଯାଉଛି। ଏଥିରେ ୩୦ ହଜାର ଭିଡିଓ ଏବଂ ୨୨ ହଜାର ଫଟୋ ଥିବା ଦାବି କରାଯାଇଛି।
ଦେଶର ୮ ସ୍ଥାନରେ ଚାଲିଛି ଉପନିର୍ବାଚନର ଭୋଟ ଗଣତି: ୬ଟିରେ ଆଗୁଆ ଅନ୍ୟଦଳ, ବିଜେପି ୨....
ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ବହୁ ଆଗରେ ଏନଡିଏ ରହିଥିବା ବେଳେ ମହାଗଠବନ୍ଧନ ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି। ଏହାରି ମଧ୍ଯରେ ଦେଶର ୮ଟି ସ୍ଥାନରେ ହୋଇଥିବା ଉପନିର୍ବାଚନର ଭଟ ଗଣତି ମଧ୍ଯ ଚାଲିଛି। ଏହି ଭୋଟ ଗଣତିରେ ବିଜେପି ଓଡ଼ିଶାର ନୂଆପଡ଼ା ଓ  ଜାମ୍ମୁ-କାଶ୍ମୀରର ନାଗ୍ରୋତାରେ ଆଗରେ ରହିଥିବା ବେଳେ କଂଗ୍ରେସ ତେଲେଙ୍ଗାନାର ଯୁବେଲଲି ହିଲ୍ସ ଓ ରାଜସ୍ଥାନର ଅନନ୍ତା ଆସନରେ ଆଗରେ ରହିଛି। ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ଜାମ୍ମୁ-କାଶ୍ମୀରର ଆଉ ଗୋଟିଏ ଆସନରେ ପିପୁଲ ଡେମୋକ୍ରାଟିକ ପାର୍ଟି , ମିଜୋରାମରେ ମିିଜୋ ନ୍ୟାସନାଲ ଫ୍ରଣ୍ଟ ଆଗରେ ରହିଥିବା ବେଳେ ପଞ୍ଜାବରେ ଆମ ଆଦମି ପାର୍ଟି ଆଗରେ ରହିଛି।
ଅହମ୍ମଦାବାଦ୍‌: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲ୍‌-୧୮ର ଗ୍ରାଣ୍ଡ ଫାଇନାଲ ସ୍ଥାନୀୟ ମୋଟେରା ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଆରମ୍ଭରୁ ଖେଳି ଆସୁଥିଲେ ମଧ୍ୟ କେହି ଟାଇଟଲ ଜିତିବାରେ ସମର୍ଥ ହୋଇ ନାହାନ୍ତି। ଏଣୁ ଏଠାରେ ଆଜି ଯେଉଁ ଦଳ ବିଜୟୀ ହେବ ଆଇପିଏଲ୍‌ରେ ସେହି ଦଳ ନୂଆ ଚାମ୍ପିଅନ ହେବ। ଆଇପିଏଲ୍‌ ଇତିହାସରେ ବେଙ୍ଗାଲୁରୁ ସର୍ବଦା ତାରକା ଖେଳାଳିଙ୍କୁ ସାମିଲ କରିଆସିଛି। ଦଳ ଏହା ପୂର୍ବରୁ ୩ଥର ମଧ୍ୟ ଫାଇନାଲ ଖେଳିସାରିଛି। କିନ୍ତୁ ଥରେ ହେଲେ ଟାଇଟଲ ଜିତିବାକୁ ସମର୍ଥ ହୋଇନାହିଁ। ଏହି ଟିମ୍‌ର ଶ୍ରେଷ୍ଠ ତାରକା ବିରାଟ କୋହଲି ଆରମ୍ଭରୁ ଖେଳିଆସିଛନ୍ତି। ଖାସ୍‌ ତାଙ୍କ ଲାଗି ବେଙ୍ଗାଲୁରୁ ଏଠାରେ ଟାଇଟଲ ଜିତିବାକୁ କୌଣସି ପ୍ରଚେଷ୍ଟା ଛାଡିବ ନାହିଁ ବୋଲି ଅଧିନାୟକ ରଜତ ପାଟିଦାର କହିଛନ୍ତି। ଏହାର ଅର୍ଥ ଖେଳାଳିମାନେ ଯେପରି ହେଉ ବେଙ୍ଗାଲୁରୁକୁ ଚାମ୍ପିଅନ କରିବାକୁ ଜୋରଦାର ଉଦ୍ୟମ କରିବେ। ଅନ୍ୟ ପକ୍ଷରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ନେଇ ପଞ୍ଜାବ କିଙ୍ଗ୍‌ସ ଏହି ଟୁର୍ଣ୍ଣାମେଣ୍ଟରେ ଦମ୍‌ଦାର ଖେଳିଛି। ଟାଇଟଲ ଜିତିବାକୁ ଏହି ଦଳର ସମସ୍ତ ପ୍ରକାର ଯୋଗ୍ୟତା ରହିଛି। ଏଣୁ ଆସନ୍ତାକାଲିର ଫାଇନାଲ ବେଙ୍ଗାଲୁରୁର ଭାବପ୍ରବଣତା ଓ ପଞ୍ଜାବର ଯୁବ ଉଦ୍ଦାମତା। ଏଣୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ନିଃସନ୍ଦେହରେ କୁହାଯାଇପାରେ।
ବେଙ୍ଗାଲୁରୁ ବିପକ୍ଷରେ ପଞ୍ଜାବ ଟପ୍‌ ଅର୍ଡର ବ୍ୟାଟିଂ ଫେଲ୍‌
ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳି ୯ ବିଜୟ ଓ ଗୋଟିଏ ବାତିଲ ମ୍ୟାଚ୍‌ରୁ ସମାନ ୧୯ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ। କିନ୍ତୁ ଉନ୍ନତ ରନ୍‌ ହାରରେ ପଞ୍ଜାବ ପଏଣ୍ଟ ଟେବଲରେ ପ୍ରଥମ ଓ ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏମାନଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟରକୁ ସହଜରେ ଜିତି ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ପକ୍ଷରେ ରୋମାଞ୍ଚକ ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୮୭ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ଚଳିତ ଟୁର୍ଣ୍ଣାମେଣ୍ଟର ଫାଇନାଲ ଉଭୟଙ୍କ ମଧ୍ୟରେ ଚତୁର୍ଥ ମୁକାବିଲା ହେବ। ଏଣୁ ଉଭୟ ଦଳ ପରସ୍ପରର ଦକ୍ଷତା ଓ ଦୁର୍ବଳତା ସମ୍ପର୍କରେ ବେଶ ଅବଗତ। ଉଲ୍ଲେଖନୀୟ କଥା ହେଲା, ପଞ୍ଜାବ ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍‌ରେ ହାରିଥିଲାବେଳେ ଏହା ମଧ୍ୟରୁ ୨ଥର କେବଳ ବେଙ୍ଗାଲୁରୁଠାରୁ ହାରିଛି। ପଞ୍ଜାବର ଟପ୍‌ ଅର୍ଡରରେ ୩ଜଣ ବ୍ୟାଟର ଓ ଶେଷଭାଗରେ ପ୍ରବେଶ କରିଥିବା ଜୋଶ ଇଂଲିଶ ୧୦୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ ସଂଗ୍ରହ କରିଥିଲେ ମଧ୍ୟ ବେଙ୍ଗାଲୁରୁ ବିପକ୍ଷରେ ଏମାନେ ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି। ବେଙ୍ଗାଲୁରୁ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ୫୩ ରନ୍‌ରେ ୪ଟି, ଦ୍ୱିତୀୟ ମ୍ୟାଚ୍‌ରେ ୭୬ ରନ୍‌ରେ ୪ଟି ଓ କ୍ୱାଲିଫାୟରରେ ୩୮ ରନ୍‌ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। ଏଣୁ ଜୋଶ ହାଜ୍‌ଲେଉଡ୍‌, ଭୁବନେଶ୍ୱର କୁମାର, ୟଶ ଦୟାଲଙ୍କ ପେସ୍‌ ବିପକ୍ଷରେ ପଞ୍ଜାବ ଟପ୍‌ ଅର୍ଡର ଫେଲ ମାରିଛି। ଏମାନେ ଆସନ୍ତାକାଲି ମ୍ୟାଚ୍‌ରେ ସମାନ ପ୍ରଦର୍ଶନ କଲେ ବେଙ୍ଗାଲୁରୁ ଟାଇଟଲ ଜିତିବା ନିଶ୍ଚିତ।
ଫାଇନାଲ ବାତିଲ ହେଲେ ପଞ୍ଜାବ ଜିତିବ ଟାଇଟଲ
ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅହମ୍ମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଏହା ଅଳ୍ପ ସମୟ ଲାଗି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେଲେ ୨ ଘଣ୍ଟା ଯାଏ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହା ପରେ ଖେଳ ଆରମ୍ଭ ହେଲେ ଓଭର ସଂଖ୍ୟା କମିବ ନାହିଁ। କିନ୍ତୁ ବର୍ଷା ନ ଛାଡିଲେ ଫାଇନାଲ ଖେଳ ରିଜର୍ଭ ଦିବସରେ ଖେଳାଯିବ। ରିଜର୍ଭ ଦିବସରେ ଯଦି ବର୍ଷା ଯୋଗୁ ଖେଳ ସ୍ଥଗିତ ରୁହେ, ତେବେ ପଏଣ୍ଟ ଟେବଲରେ ଆଗୁଆ ଥିବା ବା ପ୍ରଥମ ସ୍ଥାନରେ ଥିବା ପଞ୍ଜାବ ଚାମ୍ପିଅନ ହେବ।
ସମ୍ଭାବ୍ୟ ଦଳ
ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ : ଫିଲ୍‌ ସଲ୍ଟ, ବିରାଟ କୋହଲି, ମୟଙ୍କ ଅଗରୱାଲ୍‌, ରଜତ ପାଟିଦାର (ଅଧିନାୟକ), ଲିଆମ ଲିଭିଂଷ୍ଟୋନ, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ରୋମାରିଓ ସେଫର୍ଡ, କ୍ରୁନାଲ ପାଣ୍ଡ୍ୟା, ଜୋଶ ହାଜଲେଉଡ୍‌, ଭୁବନେଶ୍ୱର କୁମାର, ୟଶ ଦୟାଲ, ସୂୟାଶ ଶର୍ମା।
ପଞ୍ଜାବ କିଙ୍ଗ୍‌ସ : ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଜୋଶ୍‌ ଇଂଲିଶ (ୱିକେଟରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ନେହାଲ ୱାଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟୋଇନିସ, ଆଜମାତୁଲ୍ଲା ଓମାରଜାଇ, କାଏଲ୍‌ ଜାମିସନ, ବିଜୟ ବୈଶ୍ୟକ, ଅର୍ଶଦୀପ୍‌ ସିଂହ, ୟୁଜବେନ୍ଦ୍ର ଚହଲ/ହର୍‌ପ୍ରୀତ୍‌ ବ୍ରାର।
ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ମୋଦୀ । ଆଜି ସକାଳେ ସକାଳେ ଆଦମପୁର ଗସ୍ତ କରି ସେଠାରେ ଥିବା ବୀର ଯବାନମାନଙ୍କ ସହ ବୀରତ୍ବର ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ପ୍ରଥର ଥର ପାଇଁ ଆମ ବୀର ଯବାନଙ୍କ ସହ ସାକ୍ଷାତ କରିଛନ୍ତି । ମୋଦୀଙ୍କ ସହ କଥା ହୋଇ ଯବାନମାନେ ମଧ୍ୟ ଖୁସି ଥିବା ଦେଖିବାକୁ ମିଳିଛି । ଯବାନଙ୍କ ସହ ଫଟୋ ସାମ୍ନାକୁ ଆସିଥିବା ବେଳେ ଏ ଗର୍ବର ମୁହୂର୍ତ୍ତ ଦେଖିଛି ଦେଶ ।
ତେବେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଅପରେସନ ସିନ୍ଦୂର ଜରିଆରେ ଆମ ବୀର ଯବାନମାନେ ନିଜର ଅଦମ୍ୟ ସାହସ ଦେଖାଇଥିଲେ । ୩ ସେନା ନିଜର ସାହସ ବଳରେ ପାକିସ୍ତାନକୁ ଧୂଳି ଚଟାଇଲା, ଆତଙ୍କୀଙ୍କୁ ସଫା କଲା ।
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ‘ଇଣ୍ଡିଆ’ ମେଣ୍ଟକୁ ଲାଗିଛି ପୁଣି ଏକ ଝଟକା । ନିର୍ବାଚନ ଯେତେ ପାଖେଇ ଆସୁଛି, ମେଣ୍ଟରେ ଥିବା ଦଳମାନେ ସେତେ ଦୂରେଇ ଯାଉଛନ୍ତି। ଏହାରି ମଧ୍ୟରେ ପଞ୍ଜାବର ସମସ୍ତ ଲୋକସଭା ଆସନରେ ‘ଆପ୍’ ପ୍ରାର୍ଥୀ ଦେବା ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଏଭଳି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ଆବାହକ କେଜ୍ରିୱାଲ କହିଛନ୍ତି, “ଆଜି ମୁଁ ପୁଣି ଥରେ ହାତଯୋଡ଼ି ଆପଣଙ୍କର (ଲୋକଙ୍କ) ଆଶୀର୍ବାଦ ଲୋଡିଛି। ଦୁଇ ମାସ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ୧୩ଟି (ଲୋକସଭା) ଆସନ ଅଛି, ଚଣ୍ଡିଗଡ଼ରେ ଗୋଟିଏ | ଆପ୍ ଏହି ୧୪ଟି ଆସନ ପାଇଁ ଆସନ୍ତା ୧୦-୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ‘ଇଣ୍ଡିଆ’ ମେଣ୍ଟର ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଥିଲେ ଯେ ତାଙ୍କ ଦଳ ପଶ୍ଚିମବଙ୍ଗରେ ଏକା ଲଢ଼ିବ । ଏହାପରେ ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାର ‘ଇଣ୍ଡିଆ’ ମେଣ୍ଟ ଛାଡ଼ି ଏନଡିଏକୁ ଫେରିଥିଲେ । ଏବେ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣାରୁ ସ୍ପଷ୍ଟ ଯେ ‘ଇଣ୍ଡିଆ’ ମେଣ୍ଟ ଭାଙ୍ଗିବା ଦ୍ୱାରଦେଶରେ ପହଞ୍ଚିଛି ।
ଟ୍ରଙ୍କ ଭିତରୁ ମିଳିଲା ତିନି ଭଉଣୀଙ୍କ ମୃତଦେହ
ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଟ୍ରଙ୍କ ଭିତରୁ ଠାବ ହୋଇଛି ତିନି ଭଉଣୀଙ୍କ ମୃତଦେହ।  ଗତକାଲିଠୁ ନିଖୋଜ ଥିବା ତିନି ଭଉଣୀଙ୍କ ମୃତଦେହ ସେମାନଙ୍କ ଘରେ ଥିବା ଏକ ଟ୍ରଙ୍କ ଭିତରୁ ଉଦ୍ଧାର ହୋଇଛି। ବାପା-ମାଆ ଘରେ ନ ଥିବାବେଳେ ଝିଅମାନଙ୍କୁ କିଏ ହତ୍ୟା କରି ଟ୍ରଙ୍କରେ ଭର୍ତ୍ତି କରିଛି, ନା ଘଟଣା ପଛରେ ଆଉ କିଛି କାରଣ ଅଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ। ପୁଲି ତଦନ୍ତ ଜାରି ରଖିଛି।
ପୁଲିସ ସୂଚନା ଅନୁଯାୟୀ, ମୃତ ନାବାଳିକାଙ୍କ ବାପା-ମାଆ ସ୍ଥାନୀୟ ଅଞ୍ଚଳରେ ପ୍ରାବାସୀ ଶ୍ରମିକ ଭାବେ କାମ କରନ୍ତି। ସେମାନଙ୍କର ୫ଟି ସନ୍ତାନ। ପ୍ରତିଦିନ ପରି ରବିବାର ବି ସେମାନେ କାମକୁ ଯାଇଥିଲେ। କିନ୍ତୁ କାମରୁ ଫେରିବା ପରେ ଦୁଇ ଜଣ ପିଲା ଥିବାବେଳେ ଅନ୍ୟ ତିନି ଜଣ ଝିଅଙ୍କୁ ପାଇନଥିଲେ। ପରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ଲୁଧିଆନାରେ ବିଷାକ୍ତ ଗ୍ୟାସ୍ ଲିକ୍; ୯ ମୃତ, ୧୧ ଗରୁତର
ଲୁଧିଆନା: ଆଜି ସକାଳେ ପଞ୍ଜାବର ଲୁଧିଆନାରେ ଘଟିଛି ଏକ ବଡ ଅଘଟଣ । ଗ୍ୟାସପୁରାରେ ଗ୍ୟାସ ଲିକ୍ ଯୋଗୁଁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଗୁରୁତର ହୋଇଛନ୍ତି । ଚେତାଶୂନ୍ୟ ହୋଇଥିବା ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିବା ସହ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ଗ୍ୟାସ୍ ଲିକର କାରଣ ଜଣାପଡ଼ିନାହିଁ ।
ସୂଚନା ଅନୁସାରେ, ଲୁଧିଆନାର ସୁଆ ରୋଡ ନିକଟରେ ଥିବା ଶେରପୁର ଛକରେ ଥିବା ଏକ ଫ୍ୟାକ୍ଟ୍ରିରେ ଏହି ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଛି । ସକାଳ ୭.୧୫ ମିନିଟରେ ଗ୍ୟାସ ଲିକ୍ ହେବାର ପ୍ରଥମ ଖବର ମିଳିଥିଲା । ଘଟଣାରେ ୯ ମୃତଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅନେକ ରହିଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ । ତେବେ ଗ୍ୟାସ୍ କିପରି ଲିକ୍ ହେଲା ସେନେଇ କିଛି ତଥ୍ୟ ସାମ୍ନାକୁ ଆସିନି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି । ନିଶ୍ୱାସ ନେବାକୁ ଅସୁବିଧା ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ କୁହାଯାଇଛି ।
ଅମୃତସର: ପଞ୍ଜାବରେ ଖାଲିସ୍ତାନ ସମର୍ଥକ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ହଜାର ହଜାର ଲୋକ ଅମୃତସରର ଅଜନାଲା ପୋଲିସ ଷ୍ଟେସନ ଉପରେ ଗୁରୁବାର ଆକ୍ରମଣ କରିଛନ୍ତି। ‘ ୱାରିସ ପଞ୍ଜାବ ଦେ’ର ମୁଖିଆ ଅମୃତପାଳ ସିଂଙ୍କ ସମର୍ଥକମାନେ ଏହି ହିଂସ ଘଟାଇଛନ୍ତି । ଅମୃତପାଲଙ୍କ ଘନିଷ୍ଠ ସହଯୋଗୀର ଗିରଫଦାରୀକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ରହିଥିଲା । ଏହି ଆକ୍ରମଣରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଅମୃତସରର ଅଜନାଲା ଥାନା ବାହାରେ ହଜାର ହଜାର ସଂଖ୍ୟାରେ ଲୋକେ ହତିଆର ଏବଂ ବିନ୍ଧୁକ ଧରି ପହଞ୍ଚିଥିଲେ । କୁହାଯାଉଛି ଯେ ଅମୃତପାଲ ସିଂ ଆତ୍ମସମର୍ପଣ କରିବାକୁ ଥାନାରେ ପହଞ୍ଚିଥିଲା । ଯାହାକୁ ବିରୋଧ କରି ହଜାର ହଜାର ସମର୍ଥକ ଥାନା ଉପରେ ଆକ୍ରମଣ କରିଥିଲେ ।
ଖବର ଅନୁଯାୟୀ, ଅଜନାଲା ଥାନା ପୁଲିସ ଅଞ୍ଚଳରେ ଜଣେ ଯୁବକର ଅପହରଣ ଏବଂ ଆକ୍ରମଣ ମାମଲାରେ ୱାରିସ ପଞ୍ଜାବ ଡେ ସଂଗଠନର ମୁଖ୍ୟ ଅମୃତପାଲ ସିଂ ଖାଲସା ଏବଂ ତାର ସହଯୋଗୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ପୀଡିତ ବରିନ୍ଦର ପୁଲିସକୁ ଦେଇଥିବା ବୟାନରେ କହିଛି ଯେ ସେ ଦରବାର ସାହିବ ଦର୍ଶନ ପାଇଁ ଆସିଥିଲା । ଏହାପରେ ନିଜ ଭାଇ ସହ ଅଜନାଲା କ୍ୟାମ୍ପରେ ଏକ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲା । ଏଠାରେ ଅମୃତପାଲ ସିଂର ସହଯୋଗୀ ତାଙ୍କୁ ନେଇ ମାଡ ମାରିଥିଲେ ।
ଠିକଣା ପଚାରିବା ବାହାନାରେ ଯୁବକଙ୍କୁ ଅପହରଣ କରି ଗଣଦୁଷ୍କର୍ମ କଲେ ୪ ଯୁବତୀ
ପଞ୍ଜାବ: ଦୁଷ୍କର୍ମର ଶିକାର ହେଲେ ଯୁବକ । ଜଣେ ଯୁବକଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବତୀ । ଠିକଣା ପଚାରିବା ବାହାନାରେ ଜଣେ ଯୁବକଙ୍କୁ ଅପହରଣ କରିବା ପରେ ୪ ଜଣ ଯୁବତୀ ମିଶି ଗଣଦୁଷ୍କର୍ମ କରିଛନ୍ତି । ପଞ୍ଜାବର ଜଳନ୍ଧରରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବକଙ୍କୁ ୪ ଜଣ ଯୁବତୀ ଆଖିରେ ରସାୟନିକ ସ୍ପ୍ରେ କରି ଅପହରଣ କଲେ, ତାପରେ ନିଶା ଦେଇ ଜଙ୍ଗଲରେ କରିଲେ ଦୁଷ୍କର୍ମ। ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଇଛନ୍ତି ଯୁବତୀମାନେ ।
ସୂଚନା ଅନୁସାରେ, ପୁରୁଷ ଜଣଙ୍କ ଗୋଟିଏ ଚମଡା କାରଖାନାରେ କାମ କରନ୍ତି । କାରଖାନାରୁ କାମ ସାରି ସନ୍ଧ୍ୟା ସମୟରେ ଯୁବକ ଜଣକ ଘରକୁ ଫେରୁଥିବାବେଳେ ବାଟରେ ହଠାତ୍ ଚାରି ଜଣ ଝିଅ ତାଙ୍କ ଗାଡିକୁ ଅଟକାଇଥିଲେ । କାଗଜରେ ଲେଖାଥିବା ଠିକଣା ଦେଖାଇ ତାଙ୍କୁ ଅଟକାଇଥିଲେ । ହଠାତ୍ ଆଖିରେ ରସାୟନିକ ପଦାର୍ଥ ସ୍ପ୍ରେ କରି ତାଙ୍କୁ ଟାଣି ନେଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ସେ ମୁର୍ଚ୍ଛା ହୋଇଯାଇଥିଲା । ଏହାପରେ ଯୁବତୀମାନେ ତାଙ୍କୁ କାର୍‌ରେ ଅପହରଣ କରିଥିଲେ । ଜଙ୍ଗଲ ଭିତରକୁ ନେଇ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ବାନ୍ଧି ଯୁବତୀମାନେ ଦୁଷ୍କର୍ମ କରିଥିଲେ । ଏପିରିକି ଜଣଙ୍କ ପରେ ଜଣେ ଯୁବତୀ ତାଙ୍କ ସହ ଯୌନ ସଂପର୍କ ରଖିଥିଲେ । ଏହି ସମୟରେ ତାଙ୍କୁ ଜୋର ଜବରଦସ୍ତ ମଦ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ । ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଥିଲେ ୪ ଯୁବତୀ । ଅପହରଣକାରୀ ଯୁବତୀ ମାନେ ଉଚ୍ଚ ଶିକ୍ଷିତା ଏବଂ ସମ୍ଭ୍ରାନ୍ତ ପରିବାରର ବୋଲି ଯୁବକ ଜଣକ କହିଛନ୍ତି । ସହରରେ ହୋଇଥିବା ଏଭଳି ଅଜବ ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ଅଛନ୍ତି।
ମାନବ ଚାଲାଣ ମାମଲାରେ ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ମିଳିଲା ଜାମିନ
ଚଣ୍ଡିଗଡ: ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ବଡ ଅଶ୍ଵସ୍ତି । ୨୦୦୩ ବେଆଇନ୍‌ ମାନବ ଚାଲାଣ ମାମଲାରେ ଜାମିନ ପାଇଛନ୍ତି ପ୍ରିସଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଗୁରୁବାର ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଚଳିତ ବର୍ଷ ଜୁଲାଇ ୧୪ରେ ୨୦୦୩ରେ କରିଥିବା ମାନବ ଚାଲାଣ ମାମଲାରେ ପଞ୍ଜାବର ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ପଞ୍ଜାବ ପୁଲିସ ଲୋକପ୍ରିୟ ପଞ୍ଜାବୀ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ଦଲେର ମେହେନ୍ଦି ଏବଂ ତାଙ୍କ ଭାଇ ଶମଶେର ସିଂହଙ୍କ ବିରୋଧରେ ମାନବ ଚାଲାଣର ଅଭିଯୋଗ ହୋଇଥିଲା। ଦଲେର ମେହେନ୍ଦି ଏବଂ ତାଙ୍କ ଭାଇ ଓ ଆଉ କିଛି ବ୍ୟକ୍ତି ମିଶି ନିଜ ଗ୍ରୁପର ସଦସ୍ୟ ଭାବେ ଲୋକଙ୍କୁ ବେଆଇନ ଭାବେ ବିଦେଶ ପଠାଇ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଥିଲା। ମୁଖ୍ୟ ଅଭିଯୋଗକାରୀ ବକ୍ସିସ ସିଂହ ଅଭିଯୋଗ କରିଥିଲେ ଯେ, ତାଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ମାତ୍ର ଡିଲ୍ ୧୨ ଲକ୍ଷ ଟଙ୍କାରେ ଚୂଡାନ୍ତ ହୋଇଥିଲା ଏବଂ ଟଙ୍କା ମଧ୍ୟ ଦିଆଯାଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହେବା ପରେ ଦଲେର ଗିରଫ ହୋଇଥିଲେ।
ମାମଲା ପଞ୍ଜିକରଣ ପରେ ଉଭୟ ଭାଇଙ୍କ ବିରୋଧରେ ପ୍ରାୟ ୩୫ଟି ଅଭିଯୋଗ ଆସିଥିଲା। ମାନବ ଚାଲାଣ ନେଇ ତାଙ୍କ ବିରୋଧରେ ଏତଲା ରୁଜୁ ହେବା ପରେ ୨୦୧୮ରେ ଏହାର ଶୁଣାଣି କରିଥିଲେ ପଟିଆଲା କୋର୍ଟ। ଶୁଣାଣି ସମୟରେ କଣ୍ଠଶିଳ୍ପୀଙ୍କୁ ୨ବର୍ଷ ଜେଲ ଦଣ୍ଡ ଦେଇଥିଲେ କୋର୍ଟ ।
ଏହି ନିଷ୍ପତ୍ତି ବିରୋଧରେ ଦଲେର ପଟିଆଲାର ଅତିରିକ୍ତ ସେସନ ଜଜଙ୍କ ସମ୍ମୁଖରେ ଆବେଦନ କରିଥିଲେ। ଚାରି ବର୍ଷର ଲମ୍ବା ଶୁଣାଣି ପରେ କୋର୍ଟ ୨୦୨୨  ଜୁଲାଇ ୧୪ରେ ଦଲେର ମେହେନ୍ଦିଙ୍କ ଆବେଦନକୁ ଖାରଜ କରି ନିମ୍ନ ଅଦାଲତର ସଜାକୁ କାଏମ ରଖିଥିଲେ। ଆବେଦନ ଖାରଜ ହେବା ପରେ ଦଲେର ମେହେନ୍ଦି ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଥିଲେ। ଆଉ ଏବେ ହାଇକୋର୍ଟ ତାଙ୍କ ସଜାକୁ ବାତିଲ୍ କରିଛନ୍ତି।