risk of infection - The Sakala

ଓମିକ୍ରନକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ : ଏହି ସବୁ ତ୍ରୁଟି ଏବଂ ଭୁଲ ବୁଝାମଣା ଯୋଗୁଁ ବଢୁଛି ସଂକ୍ରମଣ
ନୂଆଦିଲ୍ଲୀ : ଓମିକ୍ରନ୍ ଭାରିଆଣ୍ଟ ଭାରତ ସମେତ ବିଶ୍ବରର ସମସ୍ତ ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଯେଉଁ ଲୋକମାନେ ଉଭୟ ଡୋଜ ଟୀକା ପାଇଛନ୍ତି, ସେମାନେ ମଧ୍ୟ ଏହି ପ୍ରକାରରେ ସଂକ୍ରମିତ ହେଉଛନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ ଓମିକ୍ରନ୍ ପ୍ରକାରରେ ୩୫ ରୁ ଅଧିକ ପରିବର୍ତ୍ତନ ଘଟିଛି, ଯାହା ଏହାକୁ କରୋନାର ସବୁଠାରୁ ଅଧିକ ସଂକ୍ରାମକ ପ୍ରକାର(ଭାରଆଣ୍ଟ) କରିଛି।  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହାକୁ ରୋକିବା ପାଇଁ ସମସ୍ତ ଲୋକ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବା ଉଚିତ୍, ଏଥିରେ କୌଣସି ଅବହେଳା ଆପଣଙ୍କଠାରେ ସଂକ୍ରମଣର ଆଶଙ୍କା ବଢାଇ ଦେଇପାରେ ।

ଓମିକ୍ରନ୍‌ର ବୃଦ୍ଧି ମାମଲା ଦେଶରେ ତୃତୀୟ ଲହର ଆଣିସାରିଛି। ବର୍ତ୍ତମାନ ସମଗ୍ର ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧି ଘଟିଛି।  ରିପୋର୍ଟ ଅନୁଯାୟୀ, ଯଦିଓ ଏହି ପ୍ରକାରରେ ସଂକ୍ରମଣ ମାମଲା ସାମାନ୍ୟ, ତଥାପି ଲୋକମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଆମର କେତେକ ସାଧାରଣ ତ୍ରୁଟି ଏବଂ ଭୁଲ ବୁଝାମଣା ସଂକ୍ରମଣର ଆଶଙ୍କାକୁ ବଢାଇ ଦେଇଥାଏ। ଗତ କିଛି ଦିନର ଦୈନିକ ସଂକ୍ରମଣ ମାମଲାରେ ବହୁ ମାତ୍ରାରେ ବୃଦ୍ଧି ଘଟିଛି। ତେବେ ଏହି ସଂଖ୍ୟା ମଧ୍ୟ ଆଗକୁ ବୃଦ୍ଧି ପାଇବ। ଏଣୁ ଆମକୁ ସତର୍କ ରହିବା ସହ କୋଭିଡ ନିୟମର ପାଳନ କରିବା ଉଚିତ।

ଯଦି ପୂର୍ବରୁ ସଂକ୍ରମଣ ହୋଇଥିଲା, ତେବେ ବର୍ତ୍ତମାନ ଆଉ ବିପଦ ନାହିଁ

ଲୋକଙ୍କ ମଧ୍ୟରେ ଅନେକ ସମୟରେ ଏକ ଭୁଲ ଧାରଣା ରହିଛି ଯେ ଯଦି ସେମାନେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ, ତା’ହେଲେ ସେମାନଙ୍କୁ ଆଉ ସଂକ୍ରମଣ ହେବାର ଆଶଙ୍କା ନାହିଁ। ଯାହା ସମ୍ପୁର୍ଣ୍ଣ ରୂପେ ଭୂଲ। କାରଣ  ପୂର୍ବ ସଂକ୍ରମଣ ସମୟରେ ନିଶ୍ଚିତ ଭାବରେ ଆପଣଙ୍କ ଶରୀରରେ  ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା ନାହିଁ ।

ଏଥି ସହିତ, ବିଶ୍ବ ସ୍ବାସ୍ଥ୍ୟା ସଂଗଠନ (WHO) ର ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନଙ୍କର ପୂର୍ବରୁ କୋଭିଡ ସଂକ୍ରମିତ ହୋଇଥିଲେ ସେମାନେ ଓମିକ୍ରନ୍ ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିପାରେ। ଅଧିକନ୍ତୁ, ଅଧ୍ୟୟନଗୁଡିକ ଦର୍ଶାଏ ଯେ ପ୍ରଥମ ସଂକ୍ରମଣ ପରେ ଆପଣଙ୍କ ଦେହରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧନ ଶକ୍ତି (ପ୍ରାକୃତିକ ପ୍ରତିରକ୍ଷା ପ୍ରାୟ ୩-୪ ମାସ ପର୍ଯ୍ୟନ୍ତ ରହିପାରେ) ।

ଓମିକ୍ରନ୍ ଲକ୍ଷଣଗୁଡ଼ିକ ସାମାନ୍ୟ, ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ

ଅଧ୍ୟୟନରୁ ଜଣାପଡିଛି ଯେ ଓମିକ୍ରନ୍ ପ୍ରକାରର ଅଧିକାଂଶ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ଦେଖାଯାଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପ୍ରତିରୋଧର ଆବଶ୍ୟକତା ନାହିଁ । WHO ନିକଟରେ  କହିଛି ଯେ ଓମିକ୍ରନ୍ ପ୍ରକାର ଏକ ‘ଅତ୍ୟଧିକ ଉଚ୍ଚ’ ବିପଦ ସୃଷ୍ଟି କରିପାରେ ଏବଂ ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପକାଇପାରେ । WHO ଏପିଡେମୋଲୋଜିଷ୍ଟ ଡ. ମାରିଆ ୱାନ୍ କେରେଖୋଭ ଏକ ଟୁଇଟ୍‌ରେ କହିଛନ୍ତି ଯେ ଡେଲଟା ଅପେକ୍ଷା ଓମିକ୍ରନ୍‌ ହେତୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା କମ୍ ଥିବାବେଳେ କେତେକ ସଂକ୍ରମିତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ପଡିଥାଏ। କେତେକ ଷ୪ତ୍ରରେ ଓମିକ୍ରନ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇପାରେ। ଆମ ଦେଶ ଭାରତରେ ମଧ୍ୟ ଓମିକ୍ରନ ଜନିତ ମୃତ୍ୟୁ ସାମ୍ନାକୁ ଆସିସାରିଛି। ଏଣୁ ଓମିକ୍ରନ ଲକ୍ଷଣ ସାମନ୍ୟ ଥିଲେ ବି ଆପଣ ଉଚିତ ନିୟମ ପାଳନ କରିବା ସହ ସଂକ୍ରମଣ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁନ୍ତୁ।

ଯେଉଁ ଲୋକମାନେ ଟୀକାକରଣର ଉଭୟ ମାତ୍ରା ନେଇଛନ୍ତି, ସେମାନଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ

ଓମିକ୍ରନ୍ ବିପଦରୁ ରକ୍ଷା ପାଇବା ପାଇଁ ଟୀକାକରଣର ଉଭୟ ଡୋଜ ନେବା ଅତ୍ୟନ୍ତ ଜରୁରୀ ଅଟେ। ତଥାପି, ଟିକା ପାଇବା ଅର୍ଥ ନୁହେଁ ଯେ ଆପଣ ସଂକ୍ରମିତ ହେବେ ନାହିଁ। ଉଭୟ ଡୋଜ ଟିକା ନେଇଥିଲେ ଆପଣ ସଂକ୍ରମିତ ହେଲେବି ଟିକାକରଣ ସଂକ୍ରମଣର ଗମ୍ଭୀରତା ଏବଂ ଆପଣଙ୍କର ମୃତ୍ୟୁ ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ । ଯେଉଁମାନଙ୍କୁ ଟୀକାକରଣ କରାଯାଇଛି ସେମାନେ ମଧ୍ୟ ନିରନ୍ତର ସତର୍କ ରହିବା ଆବଶ୍ୟକ । ଏଥି ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ନେଇଥିବା ଟିକା ପ୍ରଥମ ଲହରରେ ଆସିଥିବା କରୋନାର ମୂଳ ରୂପକୁ ଦେଖି ତିଆରି ହୋଇଥିଲା। ହେଲେ ବର୍ତ୍ତମାନ କରୋନା ତାର ରୂପ ପରିବର୍ତ୍ତନ କରିବା କାରଣରୁ ଟୀକାକରଣ ପରେ ମଧ୍ୟ ଲୋକମାନେ ସଂକ୍ରମିତ ହେଉଛନ୍ତି । କିନ୍ତୁ ଭଲ ଖବର ହେଉଛି ଯେ ସଂକ୍ରମଣ କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହେବାର ଗୁରୁତର ରୋଗ ହେବାର ଆଶଙ୍କା କମ୍ ଥାଏ ।