Railway - The Sakala

ବଜେଟ୍‌ ୨୦୨୩-୨୪: ୫୦୦ ବନ୍ଦେ ଭାରତ, ୩୫ ହାଇଡ୍ରୋଜେନ୍ ଟ୍ରେନ୍‌ର ହେବ ଘୋଷଣା !
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲାରେ ୨୦୨୩-୨୪ ଆର୍ଥିକବର୍ଷ ନିମନ୍ତେ ବଜେଟ୍ ଆଗତ କରିବେ। ନିର୍ମଳାଙ୍କ ଏହି ବଜେଟ୍‌ରୁ ଅନେକ କିଛି ମିଳିବା ନେଇ ଶିଳ୍ପ, ବ୍ୟବସାୟୀ ଏବଂ ଟିକସଦାତା ସମସ୍ତେ ଆଶାବାଦୀ। ଆହୁରିମଧ୍ୟ ଏହି ବଜେଟରୁ ଭାରତୀୟ ରେଳବାଇ ବହୁତ ଆଶା ରଖିଛି । ବନ୍ଦେ ଭାରତ ଟ୍ରେନ୍ ଏବଂ ହାଇଡ୍ରୋଜେନ୍ ଟ୍ରେନ୍ ସମ୍ପର୍କରେ ଏଥର ବଜେଟରେ କେନ୍ଦ୍ର ସରକାର କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ ଏଥର ବଜେଟ୍‌ରେ ୩୫ଟି ହାଇଡ୍ରୋଜେନ୍ ଇନ୍ଧନ ପ୍ରାପ୍ତ ଟ୍ରେନ୍ ଏବଂ ୪୦୦ ରୁ ୫୦୦ ବନ୍ଦେ ଭାରତ ଟ୍ରେନ୍‌ର ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇପାରେ। ଏହାବ୍ୟତୀତ ବଜେଟ୍‌ରେ ୪୦୦୦ ନୂତନ ଅଟୋ ମୋବାଇଲ୍ ବହନକାରୀ କୋଚ୍ ଏବଂ ୫୮୦୦୦ ୱାଗନ୍ ନେଇ ବଜେଟରେ ଘୋଷଣା କରାଯିବା ଆଶା କରାଯାଉଛି।

ରିପୋର୍ଟ ଅନୁଯାୟୀ, ରେଳବାଇ ପାଇଁ ଅର୍ଥମନ୍ତ୍ରୀ ୧.୯ ଲକ୍ଷ କୋଟି ଟଙ୍କାର ବଜେଟ୍ ବଣ୍ଟନ କରିପାରିବେ। ଏହା ମାଧ୍ୟମରେ ଭାରତ ସରକାର ଏହାର ଗାଡ଼ି ଷ୍ଟକ୍ (ଟ୍ରେନ୍, କୋଚ୍ ଏବଂ ୱାଗନ୍)ର ଆଧୁନିକୀକରଣ, ରେଳ ଟ୍ରାକ୍ ଏବଂ ୨୦୩୦ ସୁଦ୍ଧା ନେଟ ଶୂନ୍ୟ କାର୍ବନ ନିର୍ଗମନର ଉନ୍ନତି ତଥା ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ବଜେଟରେ ରୋଲିଂ ଷ୍ଟକ୍ ପ୍ରୋଗ୍ରାମ୍ ପାଇଁ ଯେଉଁ ଘୋଷଣା କରାଯିବାର ଅଛି ତାହା ୩ ବର୍ଷରେ ସମାପ୍ତ କରାଯିବା ଆଶା କରାଯାଉଛି। ଏଥିପାଇଁ ପ୍ରାୟ ୨.୭ ଲକ୍ଷ କୋଟି ଟଙ୍କା ଦିଆଯିବ, ଯାହା ଏ ପର୍ଯ୍ୟନ୍ତ ବଜେଟରେ ସର୍ବାଧିକ ହେବ। ନୂତନ ଯୁଗ ରୋଲ୍ ଷ୍ଟକ୍ ବ୍ୟତୀତ, ୧୦୦ ଭିସ୍ତାଡୋମ୍ କୋଚ୍ ଉତ୍ପାଦନ କରିବାକୁ ଯୋଜନା କରାଯାଇଛି ଏବଂ ପ୍ରିମିୟର୍ ଟ୍ରେନର ୧୦୦୦ ଟି କୋଚ୍‌ର ନବୀକରଣ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇପାରେ।

ଏଠାରେ ସୂଚନାଯୋଗ୍ୟ ଯେ, ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବ। ସେଥିରେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧିତ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିକଟରେ ଏହି ସୂଚନା ଦେଇଛନ୍ତି। ଯୋଶୀ କହିଥିଲେ ଯେ ଅଧିବେଶନରେ ୨୭ଟି ବୈଠକ ହେବ ଏବଂ ଏହା ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ହେବ। ପ୍ରାୟ ଏକ ମାସର ବିରତି ପରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ଏପ୍ରିଲ୍ ୬ ପର୍ଯ୍ୟନ୍ତ ଚାଲିବ।

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି, ମିଳିବ ୭୮ ଦିନର ବୋନସ
ନୂଆଦିଲ୍ଲୀ : ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା କରାଯାଇଛି । ବୋନସ ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ନେଇ ନିଷ୍ପତ୍ତି ହୋଇଛି। ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ । ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ପାଇବେ ୧୮୩୨ କୋଟି ଟଙ୍କା।

ସୂଚନା ମୁତାବକ, ରେଳ କର୍ମଚାରୀଙ୍କୁ ବୋନସ୍ ପାଇଁ ୧୮୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ଏନେଇ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ତେବେ ଯୋଗ୍ୟ ରେଳ କର୍ମଚାରୀଙ୍କୁ ପିଏଲବି ପେମେଣ୍ଟ ଭାବେ ୭୦୦୦ ଟଙ୍କା ପ୍ରତିମାସରେ ଦିଆଯାଉଛି । ୭୮ ଦିନ ହିସାବରେ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ୍ ମିଳିବ । ରେଳୱେ ଗତବର୍ଷ ନିଜ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଦେଇଥିଲା । ଜଣେ ରେଳ କର୍ମଚାରୀଙ୍କୁ ୩୦ ଦିନ ହିସାବରେ ୭୦୦୦ ଟଙ୍କା ବୋନସ୍ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ୭୮ ଦିନ ପାଇଁ କର୍ମଚାରୀଙ୍କୁ ପ୍ରାଖାପାଖି ୧୮,୦୦୦ ଟଙ୍କା ବୋନସ୍ ଦିଆଯାଇଥିଲା।

ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ
ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି, ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ ।

ଇଚ୍ଛୁକ ପ୍ରାର୍ଥୀ irctc.comରେ ଆବେଦନ କରିପାରିବେ । କମ୍ପ୍ୟୁଟର୍ସ ଅପରେଟର ଓ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ଲାଗି ୮୦ଟି ପଦରେ ନିଯୁକ୍ତି ଦିଆଯିବ । ସମସ୍ତଙ୍କୁ ଦିଲ୍ଲୀରେ ନିଯୁକ୍ତି ମିଳିବ । ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନର ଶେଷ ତାରିଖ ହେଉଛି ୨୫ ଅକ୍ଟୋବର ।

ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଆବଶ୍ୟକ । ଏହାଛଡ଼ା NCVT/SCVT ମାନ୍ୟତା ପ୍ରାପ୍ତ ସଂସ୍ଥାରୁ କୋପା (COPA) ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ଆବେଦନକାରୀଙ୍କ ବୟସ ୨୦୨୨ ଏପ୍ରିଲ୍ ୧ ସୁଦ୍ଧା ସର୍ବନିମ୍ନ ୧୫ ଓ ସର୍ବାଧିକ ୨୫ ବର୍ଷ ହୋଇଥିବ ।

ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ, ଓବିସି ଆଶାୟୀଙ୍କୁ ବୟସରେ ୩ ବର୍ଷ ରିହାତି ମିଳିବ । ତେବେ ଏହି ନିଯୁକ୍ତି ଲାଗି କୌଣିସ ଲିଖିତ ପରୀକ୍ଷା ହେବ ନାହିଁ । ଆଶାୟୀଙ୍କ ନିଯୁକ୍ତି ଦଶମ ଶ୍ରେଣୀରେ ରଖିଥିବା ମାର୍କ ଆଧାରରେ କରାଯିବ । ଯଦି କୌଣସି ଆଶାୟୀଙ୍କ ମାର୍କ ସମ୍ମାନ ଥିବ ତେବେ ବୟସକୁ ବିଚାରକୁ ନିଆଯିବ । ଏବଂ ମାର୍କ ଓ ବୟସ ସମାନ ଥିଲେ ପ୍ରଥମେ ଦଶମ ପାସ୍ କରିଥିବା ଆଶାୟୀଙ୍କୁ ଅଗ୍ରାଧିକାର ମିଳିବ ।

ରେଳ ଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଟିକଟ୍ ବୁକିଂ ନିୟମ ରେ କୌଣସି ପରିବର୍ତ୍ତନ ହୋଇନାହିଁ : ରେଳବାଇ
ନୂଆଦିଲ୍ଲୀ : ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରିଦେଇଛି। ଏହି ରିପୋର୍ଟଗୁଡିକରେ ଦାବି କରାଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକଟ୍ କରିବାକୁ ପଡିବ। ଏହି ଖବରଗୁଡିକ ଏବଂ ଗଣମାଧ୍ୟମର ରିପୋର୍ଟଗୁଡିକ ବିଭ୍ରାନ୍ତିକର। ଏହା ସୂଚିତ କରାଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣିନାହିଁ। ଯାତ୍ରୀଙ୍କର ଚାହିଦା ଅନୁଯାୟୀ, ଟିକଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲାମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆଯାଇଛି।

ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁନାହାନ୍ତି, ତେବେ ଏହା ମାଗଣା ରହିଛି ଆଉ  ଯେଉଁ ଭଳି ବ୍ୟବସ୍ଥା ପୂର୍ବରୁ ରହିଆସିଛି। ରେଳ ମନ୍ତ୍ରାଳୟର ୨୦୨୦ ମାର୍ଚ୍ଚ ୬ରେ ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକଟ୍ କ୍ରୟ କରିବା ଆବଶ୍ୟକ ନାହିଁ । ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ/ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ।

ମହଙ୍ଗା ହେବ ରେଳ ଯାତ୍ରା, ୫୦ ଟଙ୍କା ଯାଏ ଅଧିକ ବ୍ୟୟ କରିବେ ଯାତ୍ରୀ
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖରାପ ଖବର। କାରଣ ଖୁବ୍‌ ଶୀଘ୍ର ମହଙ୍ଗା ହେବାକୁ ଯାଉଛି ରେଳରେ ଯାତ୍ରା। ଏଣିକି ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ଦେବାକୁ ପଡିବ। କାରଣ ଦେଶରେ ନୂତନ ଭାବେ ବିକଶିତ ରେଳ ଷ୍ଟେସନରେ ରେଳ ମନ୍ତ୍ରାଳୟ ଷ୍ଟେସନଗୁଡିକରୁ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ରେଳବାଇର କହିବାନୁଯାୟୀ, ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଏହି ଶୁଳ୍କ ଭିନ୍ନ ଭିନ୍ନ ରହିବ। ସହରତଳି ବା ସବ୍‌-ଅର୍ବାନ୍‌ ଅଞ୍ଚଳରେ ଚଳାଚଳ କରୁଥିବା ଟ୍ରେନ ଏବଂ ସିଜନ୍‌ ଟିକେଟ୍‌କୁ ଏଥିରୁ ଦୂରେଇ ବାଦ୍‌ ଦିଆଯାଇଛି। ବିକାଶ କରାଯାଇଥିବା ଷ୍ଟେସନରୁ ଟ୍ରେନରେ ଚଢ଼ୁଥିବା ଏବଂ ସେହି ଷ୍ଟେସନରେ ଓହ୍ଲାଇଥିବା ଯାତ୍ରୀମାନଙ୍କଠାରୁ ଏହି ଶୁଳ୍କ ସଂଗ୍ରହ କରାଯିବ। ତଥାପି, କେଉଁ ଷ୍ଟେସନ ପାଇଁ ଏବଂ କେଉଁଠାରୁ ଏହା ପ୍ରଯୁଜ୍ୟ ହେବ ସେ ସମ୍ପର୍କରେ ରେଳବାଇ ପକ୍ଷରୁ ଏପର୍ଯ୍ୟନ୍ତ ସୂଚନା ଦିଆଯାଇନାହିଁ।

ନୂଆ ନିୟମାନୁଯାୟୀ, ରେଳ ଷ୍ଟେସନ ପାଇଁ ଯାତ୍ରୀମାନଙ୍କଠାରୁ ୧୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରାଯିବ। ଯାତ୍ରୀମାନଙ୍କୁ ଉଭୟ ଷ୍ଟେସନରୁ ବୋର୍ଡିଂ କିମ୍ବା ଡେବୋର୍ଡିଂରେ ଏସ୍‌ଡିଏଫ୍‌ ଚାର୍ଜ ଲାଗୁ କରାଯିବ। ଏହା ଟିକେଟ୍ ମହଙ୍ଗା ହୋଇ ଯାତ୍ରା ଟିକେଟ୍ ସହିତ ଯୋଡାଯିବ। ଏହି ପଦକ୍ଷେପ ରେଳବାଇକୁ ଅଧିକ ଷ୍ଟେସନର ପୁନଃବିକାଶ କରାଯିବା ପାଇଁ ଅର୍ଥ ସଂଗ୍ରହରେ ସାହାଯ୍ୟ କରିବା। ରେଳଯାତ୍ରା ନିମନ୍ତେ ସଂରକ୍ଷିତ ଟିକଟ କରୁଥିବା ଯାତ୍ରୀମାନଙ୍କୁ ୧୦ ଟଙ୍କା ଫି’ ଆକାରରେ ଦେୟ ଦେବାକୁ ପଡିବ।

ସେହିଭଳି ଅଣ ସଂରକ୍ଷିତ ଏସି ଯାତ୍ରୀଙ୍କ ପାଇଁ ଏହି ଚାର୍ଜ ୨୫ ଟଙ୍କା ହେବାଉ ଥିବାବେଳେ ସଂରକ୍ଷିତ ଏସି ଯାତ୍ରୀଙ୍କ ପାଇଁ ଚାର୍ଜ ୫୦ ଟଙ୍କା ହେବ। କେବଳ ଏତିକି ନୁହେଁ, ଯେଉଁ ଯାତ୍ରୀମାନେ ପ୍ଲାଟଫର୍ମ ଟିକେଟ କିଣୁଛନ୍ତି ସେମାନଙ୍କୁ ଏଥିପାଇଁ ୧୦ ଟଙ୍କା ମଧ୍ୟ ଦେବାକୁ ପଡିବ। ଯାତ୍ରୀମାନଙ୍କୁ ଷ୍ଟେସନ୍‌ରେ ଓହ୍ଲାଇବା ପାଇଁ ଏହି ଫି’ ପରିମାଣ ଉପରୋକ୍ତ ହାରର ୫୦ ପ୍ରତିଶତ ହେବ। ଯଦି କୌଣସି ଯାତ୍ରୀ ଏହିପରି କୌଣସି ରେଳ ଷ୍ଟେସନରୁ ବୋର୍ଡିଂ କରନ୍ତି ଏବଂ ନିଜେ ସେହି ଷ୍ଟେସନରେ ଡେ ବୋର୍ଡିଂ କରନ୍ତି, ତେବେ ସେହି କ୍ଷେତ୍ରରେ ଏସ୍‌ଡିଏଫ୍ ପ୍ରଯୁଜ୍ୟ ହାରର ୧.୫ ଗୁଣ ହେବ। ଏସ୍‌ଡିଏଫ ଅର୍ଥାତ୍ ୟୁଜର୍ ଫି ଯୋଗୁଁ ଟ୍ରେନ୍ ଭଡା ମହଙ୍ଗା ହେବ। ଉଦାହରଣ ସ୍ୱରୂପ, ଯଦି ଜଣେ ଯାତ୍ରୀ ନୂଆଦିଲ୍ଲୀରୁ ମୁମ୍ବାଇ ଯାଏ ତେବେ ତାଙ୍କୁ ଉଭୟ ଷ୍ଟେସନ ପାଇଁ ୟୁଜର୍ ଫି ଦେବାକୁ ପଡିବ। କିନ୍ତୁ ଯଦି ଜଣେ ଯାତ୍ରୀ ଛୋଟ ଷ୍ଟେସନରୁ ନୂଆଦିଲ୍ଲୀ କିମ୍ବା ମୁମ୍ବାଇକୁ ଟିକେଟ ବୁକ୍ କରନ୍ତି, ତେବେ ତାଙ୍କୁ ସାଧାରଣ ଚାର୍ଜର ମାତ୍ର ୫୦ ପ୍ରତିଶତ ୟୁଜର୍ ଫି ବାବଦରେ ଦେବାକୁ ପଡିବ।

ସୂଚନାନୁସାରେ, ପ୍ରାରମ୍ଭରେ ଏହି ସିଷ୍ଟମ ଦେଶର ୫୦ଟି ଷ୍ଟେସନରେ ଆରମ୍ଭ ହୋଇପାରିବ। ଷ୍ଟେସନଗୁଡିକର ପୁନଃନିର୍ମାଣ ଉପରେ କାର୍ଯ୍ୟ କରୁଥିବା ରେଳବାଇ ଅନେକ ଷ୍ଟେସନର ପୁନଃନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏହି ଷ୍ଟେସନଗୁଡିକରେ ଉପଲବ୍ଧ ସୁବିଧା ପାଇଁ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ଆଦାୟ କରାଯାଉଥିବା ୟୁଜର୍ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ପରି ଅଲଗା ଫି ଦେବାକୁ ପଡିବ।