Pregnancy - The Sakala
'ଗର୍ଭାବସ୍ଥାରେ ଦେବୀ, ମା' ହେବା ପରେ ମୋଟୀ ଡାକୁଛନ୍ତି': ପ୍ରସବ ପରେ ମହିଳାଙ୍କ ପ୍ରତି ସମାଜର ଦୃଷ୍ଟିକୋଣକୁ ନେଇ କିଆରା ଆଡଭାନୀଙ୍କ ବଡ଼ ବୟାନ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡଭାନୀ ନିକଟରେ ମାତୃତ୍ୱ ଏବଂ ପ୍ରସବ ପରେ ମହିଳାମାନେ ସମ୍ମୁଖୀନ ହେଉଥିବା ସାମାଜିକ ଚାପ ସମ୍ପର୍କରେ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ଜୁଲାଇ ୨୦୨୫ ରେ ସ୍ୱାମୀ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନିଜର ପ୍ରଥମ ସନ୍ତାନ କନ୍ୟା ସାରାୟା ମାଲହୋତ୍ରାଙ୍କୁ ଜନ୍ମ ଦେବା ପରେ କିଆରା ନିଜର ବ୍ୟକ୍ତିଗତ ଅନୁଭୂତି ବାଣ୍ଟିଛନ୍ତି। ପ୍ରସବ ପରେ ଶରୀରର ଓଜନ ବୃଦ୍ଧିକୁ ନେଇ ଲୋକମାନଙ୍କର ତାତ୍ସଲ୍ୟ ତଥା ସମାଜର ଦ୍ୱୈତ ମନୋଭାବ ଉପରେ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଗର୍ଭାବସ୍ଥାରେ 'ଦେବୀ', ପ୍ରସବ ପରେ ମିଳେ ତାତ୍ସଲ୍ୟ
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କିଆରା କହିଛନ୍ତି ଯେ, ଗର୍ଭାବସ୍ଥାରେ ଥିବା ବେଳେ ମହିଳାମାନଙ୍କୁ ସମାଜରେ ଖୁବ୍ ସମ୍ମାନ ମିଳିଥାଏ। ଲୋକମାନେ ଗର୍ଭବତୀ ମହିଳାଙ୍କୁ 'ଦେବୀ' ସହ ତୁଳନା କରନ୍ତି ଏବଂ ତାଙ୍କ ଚେହେରାର ଚମକକୁ ନେଇ ପ୍ରଶଂସା କରନ୍ତି। ମାତ୍ର ସନ୍ତାନ ଜନ୍ମ ହେବାର ତୁରନ୍ତ ପରେ ଲୋକମାନଙ୍କର ଏହି ମନୋଭାବ ବଦଳିଯାଏ। ପ୍ରସବ ପରେ ମହିଳାମାନେ ପୂର୍ବ ଭଳି ନିଜ ଆକାରକୁ ଫେରିଆସନ୍ତୁ ବୋଲି ସମାଜ ଆଶା କରେ। ଏହି ସମୟରେ ମହିଳାଙ୍କୁ "ବର୍ତ୍ତମାନ ସେ ମୋଟୀ ଲାଗୁଛନ୍ତି" ଭଳି କଟୁ ମନ୍ତବ୍ୟ ଶୁଣିବାକୁ ମିଳିଥାଏ ବୋଲି କିଆରା ପ୍ରକାଶ କରିଛନ୍ତି।
ପ୍ରସବ ପରେ ମା'ମାନଙ୍କୁ ସମର୍ଥନର ଆବଶ୍ୟକତା
ପୋଷ୍ଟପାର୍ଟମ (ପ୍ରସବ ପରବର୍ତ୍ତୀ) ସମୟଟି ଜଣେ ମହିଳାଙ୍କ ପାଇଁ ସବୁଠାରୁ କଷ୍ଟକର ସମୟ ହୋଇଥାଏ ବୋଲି କିଆରା ଗୁରୁତ୍ୱାରୋପ କରିଛନ୍ତି। ଏହି ପର୍ଯ୍ୟାୟରେ ମା'ମାନଙ୍କୁ ଅଧିକ ଭାବନାତ୍ମକ ସମର୍ଥନ ଆବଶ୍ୟକ ଥାଏ। "ଗୋଟିଏ ପିଲାକୁ ବଡ଼ କରିବା ପାଇଁ ଯେପରି ସମସ୍ତଙ୍କର ସାହାଯ୍ୟ ଲୋଡ଼ା, ଠିକ୍ ସେହିପରି ଜଣେ ମା'କୁ ମଧ୍ୟ ସମ୍ଭାଳିବା ପାଇଁ ସମସ୍ତଙ୍କର ସମର୍ଥନ ଆବଶ୍ୟକ" ବୋଲି ସେ କହିଛନ୍ତି। ଏହି କଷ୍ଟକର ସମୟରେ ନିଜ ସ୍ୱାମୀ ସିଦ୍ଧାର୍ଥ ମାଲହୋତ୍ରା ତାଙ୍କ ପାଇଁ ସବୁଠାରୁ ବଡ଼ ସାହାରା ପାଲଟିଥିଲେ ବୋଲି ସେ ପ୍ରକାଶ କରିଛନ୍ତି। କିଆରାଙ୍କ ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଅନେକ ମହିଳା ତାଙ୍କ କଥାକୁ ସମର୍ଥନ କରୁଛନ୍ତି।
ବିବାହିତା କିମ୍ବା ଅବିବାହିତା ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି : ସୁପ୍ରିମ୍‌ କୋର୍ଟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଦିନ ମହିଳାଙ୍କ ହକ ସମ୍ପର୍କିତ ଏକ ବଡ଼ ରାୟ ଦେଇଛନ୍ତି । ଯେଉଁଥିରେ ସର୍ବୋଚ୍ଚ ଅଦାଲତ ଅବିବାହିତାଙ୍କୁ ଗର୍ଭପାତ କରାଇବାର ଅଧିକାର ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଭାରତର ସବୁ ମହିଳା ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ସମସ୍ତଙ୍କର ସୁରକ୍ଷିତ ଓ ଆଇନଗତ ଗର୍ଭପାତର ଅଧିକାର ରହିଛି । ସୁପ୍ରିମକୋର୍ଟ ଏମଟିପି ଆଇନ ଓ ଏହା ସମ୍ବନ୍ଧିତ ନିୟମରେ ପରିବର୍ତ୍ତନକୁ ନେଇ ଏହି ରାୟ ଦେଇଛନ୍ତି ।
ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ, ଅବିବାହିତ ମହିଳାଙ୍କୁ ଇଛାବିରୁଧ ଗର୍ଭର ଶିକାର ହେବା ଦେବା ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗେନ୍ସି ଅଧିନିୟମର ଉଦ୍ଦେଷ୍ୟ ଓ ଭାବନାର ବିରୋଧାଚରଣ ହେବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ୨୦୨୧ର ସଂଶୋଧନ ପରେ ଏମଟିପି ଆଇନର ଧାରା-୩ରେ ପତି ବଦଳରେ ପାର୍ଟନର ଶବ୍ଦର ବ୍ୟବହାର କରାଯାଇଛି । ଯାହାକି ଅଧିନିୟମରେ ଅବିବାହିତ ମହିଳାଙ୍କୁ ଏଥିରେ ସାମିଲ କରିବା ଲାଗି ଆଇନର ଉଦ୍ଦେଶ୍ୟକୁ ଦର୍ଶାଉଛି । ଏହା ସହିତ ନ୍ୟାୟାଳୟ ଏମସ୍ ନିର୍ଦ୍ଦେଶକଙ୍କୁ ଏକ ମେଡିକାଲ ବୋର୍ଡ୍ ଗଠନ କରିବାକୁ କାହିଛନ୍ତି । ଏହି ବୋର୍ଡ୍ ମହିଳାଙ୍କ ଉପରେ ଗର୍ଭପାତର ପ୍ରଭାବ ବାବଦରେ ତର୍ଜମା କରିବ । ଗର୍ଭପାତ ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ପଡୁଛି ନା ନାହିଁ ତାହା ବୋର୍ଡ୍ ଦେଖିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଜଣେ ମହିଳା ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗେନ୍ସି-ଏମଟିପିର ନିୟମ ୩-ବିକୁ ଅଦାଲତରେ ଚ୍ୟାଲେଂଜ୍ କରିଥିଲେ । ଏହି ଧାରା କିଛି ବର୍ଗର ମହିଳାଙ୍କୁ ୨୦ରୁ ୨୪ ସପ୍ତାହର ଗର୍ଭକୁ ସମାପ୍ତ କରିବା ଅଧିକାର ଦେଇଥାଏ । ଅଦାଲତ କହିଛନ୍ତି ଯେ, ଆବେଦନକାରୀ କେବଳ ଅବିବାହିତା ବୋଲି ତାଙ୍କୁ ଏହି ଲାଭରୁ ବାଦ ଦିଆଯାଇ ପାରିବ ନାହିଁ ।
ଗର୍ଭସ୍ଥ ଶିଶୁର ଶରୀର ଗଠନରେ ଫୋଲିକ୍‌ ଏସିଡ୍‌ର ଆବଶ୍ୟକତା ପଡ଼ିଥାଏ। ଏହାର ଅଭାବରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ମଧ୍ୟ ହୋଇପାରେ। ସେଥିପାଇଁ ପ୍ରତ୍ୟେକ ମହିଳା ପ୍ରଜନନ ବୟସରେ ଗର୍ଭଧାରଣର ତିନିମାସ ପୂର୍ବରୁ ଓ ଗର୍ଭଧାରଣର ତିନିମାସ ପର୍ଯ୍ୟନ୍ତ ଦୈନିକ ୪୦୦ ମାଇକ୍ରୋଗ୍ରାମ୍‌ ଫଲିକ୍‌ ଏସିଡ୍‌ ସେବନ କରିବା ଆବଶ୍ୟକ। ତେଣୁ ଏ ସମ୍ପର୍କିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସ ୩ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ୍‌ ଫୋଲିକ୍‌ ଏସିଡ୍‌ ସପ୍ତାହ ପାଳନ କରାଯାଉଛି।
ଫଲିକ୍‌ ଏସିଡ୍‌ ଭିଟାମିନ୍ ଜୀବସାର ଖ(ଭିଟାମିନ୍ ବି) ଦଳର ସଦସ୍ୟ। ଏହାକୁ ମଧ୍ୟ ଭିଟାମିନ୍ ୯ ବା ଫୋଲିକ୍‌ କୁହାଯାଏ। ହେମାଟୋଲୋଜିଷ୍ଟ ଲୁସି ଭବାଲିସ୍‌ ଦ୍ବାରା ଆବିଷ୍କୃତ ଏହି ଭିଟାମିନ୍‌ର ନାମକରଣ ୧୯୪୧ ମସିହାରେ କରାଯାଇଥିଲା। ଫଲିକ୍‌ ଏକ ଅତ୍ୟାବଶ୍ୟକୀୟ ପୋଷକତତ୍ତ୍ବ, ଯାହା ଡିଏନ୍‌ଏ ଓ ଆର୍‌ଏନ୍‌ଏ ଗଠନରେ ସାହାଯ୍ୟ କରିଥାଏ। ଜୀବକୋଷଗୁଡ଼ିକର ବୃଦ୍ଧି ତଥା ବିଭାଜନ ପ୍ରକ୍ରିୟାରେ ବ୍ୟବହୃତ ହେଉଥÒବା ଆମିନୋ ଏସିଡ୍‌ ଗୁଡ଼ିକର ମେଟାବୋଲିଜମ୍‌ ଏହି ଭିଟାମିନ୍‌ ଦ୍ବାରା ହୋଇଥାଏ। ଏହାର ଅଭାବରେ ରକ୍ତହୀନତା, ବନ୍ଧ୍ୟା ଦୋଷ, କ୍ୟାନସର୍‌ ଓ ହୃଦରୋଗ ଆଦି ସୃଷ୍ଟି ହୋଇଥାଏ।
ଗର୍ଭଧାରଣ ପାଇଁ ଶୁକ୍ରାଣୁ ଓ ଡିମ୍ବାଣୁର ବୃଦ୍ଧି ତଥା ଗର୍ଭସ୍ଥ ଶିଶୁର ଶରୀର ଗଠନରେ ଫଲିକ୍‌ ଏସିଡ୍‌ର ଆବଶ୍ୟକତା ପଡ଼ିଥାଏ। ଏହାର ଅଭାବରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ମଧ୍ୟ ହୋଇପାରେ। ଶିଶୁର ମସ୍ତିଷ୍କ ତଥା ସୁଷୁମ୍ନା କାଣ୍ଡର ବୃଦ୍ଧି ଜନିତ ରୋଗକୁ ନିଉରାଲ୍‌ ଟ୍ୟୁବ୍‌ ଡିଫେକ୍ଟ କୁହାଯାଏ। ସେଥିପାଇଁ ପ୍ରତ୍ୟେକ ମହିଳା ପ୍ରଜନନ ବୟସରେ ଗର୍ଭଧାରଣର ତିନିମାସ ପୂର୍ବରୁ ଓ ଗର୍ଭଧାରଣର ତିନିମାସ ପର୍ଯ୍ୟନ୍ତ ଦୈନିକ ଫଲିକ୍‌ ଏସିଡ୍‌ ୪୦୦ ମାଇକ୍ରୋଗ୍ରାମ୍‌ ସେବନ କରିବା ନିତାନ୍ତ ଆବଶ୍ୟକ। ଯେଉଁ ଦେଶଗୁଡ଼ିକରେ ଏହି ରୋଗର ମାତ୍ରା ଅଧିକ, ସେଠାରେ ଖାଦ୍ୟ ସହିତ ଫଲିକ୍ ମିଶାଇ (ଫଟିଫିକେସନ୍‌ ସେବନ ପାଇଁ ପରାମର୍ଶ ଦିଆଯାଇଥାଏ।
ଫଲିକ୍‌ ଅଭାବରେ ଲୋହିତ ରକ୍ତ କଣିକା ଗୁଡ଼ିକର ବୃଦ୍ଧି ତଥା ବିଭାଜନ ପ୍ରକ୍ରିୟାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ। ଏହାଦ୍ବାରା ମେଗାଲୋବ୍ଲାଷ୍ଟିକ୍‌ ଏନିମିଆ ରୋଗ ହୋଇଥାଏ। ଶାରୀରିକ ଦୁର୍ବଳତା ସହିତ ପାଟି ଓ ଜିଭରେ ଘାଆ ତଥା ଚର୍ମ ଓ ଲୋମର ରଙ୍ଗ ବଦଳି ଯାଇଥାଏ। ଏହାର ଅଭାବରେ ଅନ୍ତନଳୀ, ସ୍ତନ, ଅଗ୍ନାଶୟ, ଡିମ୍ବାଶୟ, ଓ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ହୋଇଥାଏ। ଦୃଦ୍‌ରୋଗ (ଷ୍ଟ୍ରୋକ୍‌), ମାନସିକ ବିଷାଦ, ବିସ୍ମରଣ ଓ ଆଲ୍‌ଜିମର୍‌ ଆଦି ରୋଗ ଏହାର ଅଭାବ ଦ୍ବାରା ହୋଇଥାଏ। ଫଲେଟ୍‌ ମନୁଷ୍ୟ ଶରୀରରେ ତିଆରି ହୋଇନଥାଏ। ଏହା ଖାଦ୍ୟରୁ ମିଳିଥାଏ। ସବୁଜ ପନିପରିବା, ଗଜାମୁଗ, ଶାଗ, ଫଳ, କୋବି, ବିନ୍‌, ବାଦାମ, ଡାଲି, ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ମାଂସ (କଲିଜା) ଓ କ୍ଷୀର ଜାତୀୟ ଖାଦ୍ୟରେ ଏହି ଭିଟାମିନ୍‌ ପ୍ରଚୁର ପରିମାଣରେ ଥାଏ। ଫଲିକ୍‌ ସହିତ ଭିଟାମିନ୍‌ ୧୨ ଓ ଆଇରନ୍‌ ମିଶାଇ ସେବନ କଲେ ଲୋହିତ ରକ୍ତ କଣିକାଗୁଡ଼ିକର ସର୍ବାଙ୍ଗିନ ବୃଦ୍ଧି ହୋଇଥାଏ। ଏହି ବଟିକା ବଜାରରେ ଉପଲବ୍ଧ ହୋଇଥାଏ। ହୃଦ୍‌ରୋଗରେ ପୀଡ଼ିତ ଲୋକମାନଙ୍କୁ ଏହି ଭିଟାମିନ୍‌ ପ୍ରତିଷେଧକ ଭାବରେ ଦିଆଯାଇଯାଏ।
(ଡାକ୍ତର ଗୋପାଳଚନ୍ଦ୍ର ଦାଶ ,ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ, ଭାରତୀୟ ରେଲୱେ)