Odisha Govt’s BLUIS Project - The Sakala

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓଡ଼ିଶାର ‘ବ୍ଲୁଇସ୍’ ଆପ୍ ପାଇଲା ଜାତୀୟ ପୁରସ୍କାର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ମସିହା ଜୁଲାଇ ମାସରେ ଉଦଘାଟିତ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ, ଭୁବନେଶ୍ୱର ପୌର ପରିଷଦ ଏବଂ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର  ORSAC (ଓରସାକ୍)ଙ୍କ ଦ୍ୱାରା ମିଳିତ ଭାବେ କାର୍ଯ୍ୟାନ୍ୱୟ କରାଯାଉଥିବା ୫-ଟି ସନନ୍ଦ ଅନ୍ତର୍ଗତ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ୍ ସିଷ୍ଟମ୍ (ବ୍ଲୁଇସ୍) ଜାତୀୟ ଇ-ଗଭର୍ନାନ୍ସ୍ ସ୍ୱର୍ଣ୍ଣ ପୁରସ୍କାର ପାଇଛି ।

Bhubaneswar Land Use Intelligence System implemented by @gapg_dept in collaboration with BDA, BMC and ORSAC was awarded the Gold category award by Dr Jitendra Singh, Union Minister of Personnel in the 24th National Conference on e-Governance organized by Govt of India. pic.twitter.com/aYF3nS9LoB

— I & PR Department, Odisha (@IPR_Odisha) January 7, 2022

ଆଜି ହାଇଦ୍ରାବାଦଠାରେ ଅନୁଷ୍ଠିତ ୨୪ ତମ ଜାତୀୟ ଇ-ଗଭର୍ନାନ୍ସ୍ ସମ୍ମେଳନରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରାଙ୍କ ସହିତ ଓରସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ମଲ୍ଲିକ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୂରୀ ଓ ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ସରକାରୀ ଜମିର ସଠିକ୍ ଚିହ୍ନଟ ଓ ସୁରକ୍ଷା ନିମନ୍ତେ ଏହି ପ୍ରକଳ୍ପରେ ସାଟେଲାଇଟ୍ ଚିତ୍ର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଓ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ୮୯ଟି ଅଭିନବ ବୈଷୟିକ ପ୍ରକଳ୍ପ ମଧ୍ୟରେ ବ୍ଲୁଇସ୍ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଏତାଦୃଶ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସାଧାରଣ ପ୍ରଶାସନ ବିଭାଗ ଏବଂ ଓରସାକ୍ଙ୍କୁ ସାଧୁବାଦ ଜଣାଇବା ସହ ଉତ୍ତମ ପ୍ରଶାସନ ଓ ସେବା ଯୋଗାଣରେ ଅଧିକରୁ ଅଧିକ ଅଭିନବ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

BLUIS was launched by CM Sri Naveen Patnaik, on 8 July 2020. While complementing the Dept and ORSAC for the accomplishment, @SecyChief Sri Suresh Ch Mahapatra advised to have more of the innovative technological applications for supporting the quick and informed decision making. pic.twitter.com/5F2Iq1NrVn

— I & PR Department, Odisha (@IPR_Odisha) January 7, 2022

ବ୍ଲୁଇସ୍ ଆପ୍ ବ୍ୟବସ୍ଥାକୁ ରାଜ୍ୟର ଅନ୍ୟ ପୌରନଗର ନିଗମମାନଙ୍କରେ ପ୍ରୟୋଗ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା କହିଥିଲେ ଯେ ବ୍ଲୁଇସ୍ ଆପ୍କୁ ଉଭୟ ନାଗରିକ ଓ ଅଧିକାରୀମାନେ ବ୍ୟବହାର କରିପାରିବେ । ବ୍ୟବହାର ମଧ୍ୟ ସହଜ ଓ ସରଳ । ବିଭିନ୍ନ ସ୍ଥାନରେ ଏହାକୁ ପ୍ରୟୋଗ କରିହେବ । ଶ୍ରୀ ଚୋପ୍ରା ଆହୁରି ମଧ୍ୟ କହିଥିଲେ ଯେ ଏହି ଆପ୍ ବ୍ୟବହାର କରି ନାଗରିକମାନେ ସରକାରୀ ଜମିର ସନ୍ଦେହଜନକ ଜବର ଦଖଲ ଓ ଅପବ୍ୟବହାର ଆଦି ବିଷୟରେ କର୍ତ୍ତୁପକ୍ଷଙ୍କୁ ସୂଚନା ଦେଇପାରିବେ ।

ଓରସାକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ୍ ବ୍ଲୁଇସ୍ ସଫଟ୍ ଓୟାରର ବିଭିନ୍ନ ବୈଷୟିକ ବିଶେଷତ୍ୱ ଓ ପ୍ରୟୋଜନୀୟତା ବିଷୟରେ ସୂଚନା ଦେଇଥିଲେ ।ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଏହି ଆପ୍ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ ଅନ୍ତର୍ଗତ ୮୨୬ ଟି ଜବର ଦଖଲ ମାମଲା ଚିହ୍ନିତ ହୋଇଛି ଏବଂ ୪୮୪ ଟି ମାମଲାର ଫଇସଲା ହୋଇ ସରକାରୀ ଜମି ସୁରକ୍ଷିତ ରଖାଯାଇ ପାରିଛି ।ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଜଣାଇଥିଲେ ଯେ ଝାଡ଼ଖଣ୍ଡ ଏବଂ ଆସାମ ରାଜ୍ୟର ପ୍ରଶାସନ ରାଞ୍ଚି ଓ ଗୌହ୍ୱାଟି ରେ ଏହିପରି ସଫଟ୍ଓୟାରର ପ୍ରୟୋଗ ନିମନ୍ତେ ଓଡ଼ିଶାର ସହଯୋଗ ଚାହିଁଛନ୍ତି ।