Jaga Darshan is not allowed - The Sakala

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସାଜିଲା କରୋନା : ବନ୍ଦ ହେଲା ଶ୍ରୀମନ୍ଦିର, ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ
ପୁରୀ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତ୍ତି ନେଇଛି। ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ  । ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ଲାଗିଲା ରୋକ  ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର  । ସଂଧ୍ୟାରେ ଛତିଶାନିଯୋଗ ବୈଠକ ବସିଥିବାବେଳେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି  ।

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ଭରଚୁଆଲ ବୈଠକ ବସିଥିଲା। ରାଜ୍ୟରେ ବଢୁଥିବା ସଂକ୍ରମଣ ଏବଂ ଶ୍ରୀମନ୍ଦିର କେତେକ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର କେତେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା କାରଣରୁ  ସେବାୟତଙ୍କ ପ୍ରସ୍ତାବ କ୍ରମେ ଆଜି ପରିଚାଳନା ଓ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାା ଜଣାପଡ଼ିଛି।ସେବାୟତଙ୍କ ପ୍ରସ୍ତାବକ୍ରମେ ଜାନୁୟାରୀ ୩୧ ଯାଏ ଜଗା ଦର୍ଶନ ବନ୍ଦ ରହିବ ।ତେବେ ବିଧି ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ ବୋଲି ଜଣାପଡ଼ିଛି।

ସେପଟେ ପ୍ରତିଦିନ ଶ୍ରୀମନ୍ଦିରକୁ ଅନ୍ୟ ରାଜ୍ୟରୁ ଶ୍ରଦ୍ଧାଳୁ ଆସୁଥିବା ବେଳେ କୌଣସି ନିର୍ଦ୍ଦେଶାବଳୀ ନଥିଲା  । ତେବେ ଏପରି ସ୍ଥିତିରେ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ଘଟୁଛି  । ତେଣୁ ସମସ୍ତ କଥାକୁ ବିଚାରକୁ ନେଇ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି  ।

ସୂଚନାଯୋଗ୍ୟ କରୋନା କଟକଣା ବୃଦ୍ଧି ଯୋଗୁଁ ଗତବର୍ଷ ଓ ୨୦୨୦ରେ ମଧ୍ୟ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ କରୋନା ସଂକ୍ରମଣ ଧୀରେ ଧୀରେ କମିବା ପରେ ଶ୍ରୀମନ୍ଦିର ଉପରେ ଲାଗୁ ହୋଇଥିବା କୋଭିଡ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଥିଲା। ରବିବାର ଛାଡ଼ି ଅନ୍ୟ ୬ ଦିନ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁଥିଲେ ଭକ୍ତ।କେବଳ ଟୀକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳୁଥିଲା ।ସେଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଆସୁଥିଲେ। କିନ୍ତୁ ଟୀକା ନେଇଥିବା ବ୍ୟକ୍ତି ମଧ୍ୟ କରୋନାରେ ପୁଣିଥରେ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି । ତେଣୁ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।