Government of India - The Sakala

କେନ୍ଦ୍ରରେ ଡିଜି ପାହ୍ୟା ପଦବୀ ପାଇଁ ଓଡ଼ିଶା କ୍ୟାଡରର ୨ ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ୍ ମନୋନୀତ
ଭୁବନେଶ୍ୱର: ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ଆଇପିଏସ। ୧୯୯୦ ବ୍ୟାଚ ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୫ ବ୍ୟାଚର ଆଇପିଏସ ଅଫିସର ପଦ୍ମାକର ଏସଙ୍କୁ କେନ୍ଦ୍ର ସରକାରଙ୍କ ଡିଜି କିମ୍ବା ଡିଜି-ସମକକ୍ଷ ପଦବୀ ପାଇଁ ଏମ୍ପାନେଲ୍ କରାଯାଇଛି । କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ଏନେଇ ଦିଆଯାଇଛି ମଞ୍ଜୁରୀ। କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ୍’ (ଏସିସି) ଦେଶର ୩୩ ଜଣ ବରିଷ୍ଠ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ (ଡିଜି) ଓ ଡିଜି ସମକକ୍ଷ ପଦବୀ ପାଇଁ ଏମ୍ପାନେଲ୍ କରିଛନ୍ତି। ଏଥିରେ ଓଡ଼ିଶା କ୍ୟାଡରର ଏହି ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି।

ଏହି ଏମ୍ପାନେଲମେଣ୍ଟ ପରେ ଉଭୟ ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧୀନରେ ଡିଜି ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ। କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ଏହି ଏମ୍ପାନେଲମେଣ୍ଟକୁ ଜଣେ ଆଇପିଏସ୍ ଅଧିକାରୀଙ୍କ କ୍ୟାରିୟରର ଏକ ବଡ଼ ମାଇଲଖୁଣ୍ଟ ବୋଲି ଧରାଯାଏ।

ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍, ଜାନୁଆରୀ ୧୧ରୁ ଲାଗୁ ହେବ ନିୟମ
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ନିୟମ ଅନୁସାରେ, ଏବେ ଭାରତ ଆସିବା ପରେ ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି ।

ଦେଶରେ ବଢି ଚାଲିଛି ଓମିକ୍ରନ ଭାରିଆଣ୍ଟ ସଂଖ୍ୟା। ଏନେଇ କେନ୍ଦ୍ର ସରକାର ମଧ୍ୟ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ଆଜି ଜାରି ହୋଇଥିବା ନୂଆ ଗାଇଡଲାିନ ଜାନୁଆରୀ ୧୧ ରୁ ଲାଗୁ ହେବ । ଏହି ଗାଇଡଲାଇନ ଅନୁସାରେ ବିଦେଶ ଫେରନ୍ତାରଙ୍କ ରିପୋର୍ଟ ନେଗେଟିଭ ଥିଲେ ମଧ୍ୟ ସେମାନଙ୍କୁ ୭ ଦିନ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟିନରେ ରହିବା ପଡ଼ିବ। ରିପୋର୍ଟ ପଜିଟିଭ ଆସିଲେ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯିବ । ନେଗେଟିଭ ଥିଲେ କ୍ୱାରେଣ୍ଟାଇନ ସରିବାର ୮ମ ଦିନରେ ଆରଟି-ପିସିଆର ଟେଷ୍ଟ କରାଇବେ ବିଦେଶ ଫେରନ୍ତା ।

COVID19 | All international arrivals to undergo 7-day mandatory home quarantine: Government of India pic.twitter.com/XR7nHcmr9T

— ANI (@ANI) January 7, 2022

୮ମ ଦିନ ସେମାନେ କରିଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ଭାରତ ସରକାରଙ୍କ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏହାକୁ ସଂପୃକ୍ତ ରାଜ୍ୟ ସରକାର ତଦାରଖ କରିବେ। ୮ମ ଦିନରେ ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଆଉ ୭ ଦିନ ବିଦେଶରୁ ଆସିଥିବା ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ହେବ। ଆଇସୋଲେସନ ପାଇଁ ଘରେ ସୁବିଧା ରହିଥିବା ଦରକାର। ଆଇସୋଲେସନ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ସମସ୍ତ ପ୍ରୋଟକଲକୁ ଅନୁପାଳନ କରିବାକୁ ପଡ଼ିବ।  କେନ୍ଦ୍ରର ଏହି ନୂଆ ଗାଇଡଲାଇନ୍ ୧୧ ଜାନୁଆରୀରୁ ଲାଗୁ ହେବ ।

କୌଣସି ଯାତ୍ରୀ ବିଦେଶରୁ ଫେରିବା ସମୟରେ ବିମାନରେ ବସିବା ପୂର୍ବରୁ ଗୋଟିଏ ଘୋଷଣାନାମା ଫର୍ମ ଓ ଆରଟିପିସିଆର ନେଗେଟିଭ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏଥିସହ ଏୟାରପୋର୍ଟରେ ଟେଷ୍ଟ କରିବା ପାଇଁ ସେମାନଙ୍କୁ ଆଗୁଆ ବୁକିଂ କରିବାକୁ ପଡ଼ିବ। ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟକର୍ମୀମାନେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ବେଳେ ଲକ୍ଷଣ ଯୁକ୍ତ ଲୋକମାନଙ୍କୁ ତୁରନ୍ତ ଆଇସୋଲେସନ କରାଯିବ। ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ଯଦି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲା, ତା’ହେଲେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହେବ ଓ ଅନ୍ୟ ପ୍ରୋଟକଲର ପାଳନ କରାଯିବ। ଆଟ ରିସ୍କ ଦେଶରୁ ଆସୁଥିବା ଲୋକମାନେ ଟେଷ୍ଟ ରିପୋର୍ଟ ଆସିବା ଯାଏ ଏୟାରପୋର୍ଟରେ ଅପେକ୍ଷା କରିବେ ବୋଲି ଗାଇଡଲାଇନରେ କୁହାଯାଇଛି।

ଏଥିସହ କେନ୍ଦ୍ର ସରକାର ବିପଦପୂର୍ଣ୍ଣ ଦେଶ ତାଲିକାରେ ଆଉ କିଛି ରାଷ୍ଟ୍ର ନାଁ ଯୋଡ଼ିଛନ୍ତି । ସମସ୍ତ ୟୁରୋପ ଦେଶ ସହ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍, ବୋତ୍ସୱାନା, ଚୀନ, ଘାନା, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାୱେ, ତାଞ୍ଜାନିଆ, ହଂକଂ, ଇସ୍ରାଏଲ୍, କଙ୍ଗୋ, ଇଥୋପିଆ, କାଜାଖାସ୍ତାନ, କେନିଆ, ନାଇଜେରିଆ, ତୁନିସିଆ ଓ ଜାମ୍ବିଆକୁ ସାମିଲ୍ କରାଯାଇଛି ।