All colleges and universities in the state will be closed - The Sakala

ବଢୁଛି ସଂକ୍ରମଣ : ଆସନ୍ତା ୧୦ ତାରିଖରୁ ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ, ଜାରି ହେଲା ଗାଇଡଲାଇନ
ଭୁବନେଶ୍ବର : ରାଜ୍ୟରେ ହୁ ହୁ ବଢିଚାଲିଛି କରୋନା ସଂକ୍ରମଣ । ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର କଟକଣା ମଧ୍ୟ ଲଗାଇଛନ୍ତି। ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲଗାଯାଉଛି। ଏହାରି ମଧ୍ୟରେ ରାଜ୍ୟ ସରକାର ଆଉ ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧୦ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏସଆରସି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏସଆରସିଙ୍କ ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ। ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ତେବେ ମେଡିକାଲ ଓ ନିର୍ସଂ କଲେଜ ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି।

Pl see the following orders on closure of colleges and universities @CMO_Odisha @IPR_Odisha @SRC_Odisha @osdmaodisha @SecyChief pic.twitter.com/1JU9ET4No5

— Pradeep Jena IAS (@PradeepJenaIAS) January 7, 2022

ସମସ୍ତ ଅଫଲାଇନ କ୍ଲାସକୁ ବାରଣ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅନଲାଇନ କ୍ଲାସରେ ପାଠ ପଢାଇପାରିବେ। ଅନ୍‌ଲାଇନ୍ କ୍ଲାସ୍ ଜାରି ରହିବ।କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେଉଥିଲେ ମଧ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ଡ୍ୟୁଟି କରିବେ ବୋଲି କୁହାଯାଇଛି।  ଅର୍ଥାତ୍ ସେମାନେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ।ଅନ୍ୟପକ୍ଷରେ ଏବେ ଚାଲିଥିବା ସମସ୍ତ ଅଫ୍‌ଲାଇନ୍ ପରୀକ୍ଷା ଗୁଡ଼ିକୁ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଚାଲି ପାରିବ ବୋଲି ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି। କରୋନା ଗାଇଡଲାଇନ ସହ ଅଫଲାଇନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷାନୁଷ୍ଠାନ ବନ୍ଦ ସହ ସମସ୍ତ ହଷ୍ଟେଲକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯେଉଁମାନେ ଯେଉଁମାନେ ଗବେଷଣା / ପ୍ରୋଜେକ୍ଟ କାର୍ଯ୍ୟ କିମ୍ବା ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ ହଷ୍ଟେଲରେ ରହିବାକୁ ଇଚ୍ଛା କରନ୍ତି, ତେବେ ଅଣ୍ଡରଟେକିଂ ଦେଇ ରହିପାରିବେ ।  ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟ ସୀମା ଭିତରେ କୌଣସି କୋଚିଂ କ୍ଲାସରେ ଅଫଲାଇନ ଶିକ୍ଷାଦାନ ହୋଇପାରିବ ନାହିଁ ବୋଲି କୁହାଯାଇଛି । କେବଳ ଅନଲାଇନ ମାଧ୍ୟମରେ କୋଚିଂ କ୍ଲାସ ଜାରି ରହିପାରିବ । ତେବେ କରୋନା ଗାଇଡଲାଇନ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଆରସି ।

ସୂଚନାଯୋଗ୍ୟ ଆସନ୍ତା ୮ ତାରିଖ ପରେ ରାଜ୍ୟରେ ୬ଷ୍ଠରୁ ଦ୍ବାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ଏନେଇ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି।  ତେବେ ସ୍କୁଲ ବନ୍ଦ ସମୟରେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଆଜି ସକାଳ ୫ଟାରୁ ‌ନୂଆ କୋଭିଡ କଟକଣା ଲାଗୁହୋଇଯାଇଛି। ଏଥି ସହିତ ରାତ୍ରିକାଳୀନ କର୍ଫ୍ୟୁରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିବା ବେଳେ ଆଜିଠାରୁ ରାତି ୯ଟାରୁ ଆରମ୍ଭ ହେଉଛି। ଏହା କେବଳ ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇ ଉଦ୍ଦିଷ୍ଟ ବୋଲି ବୁଧବାର ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଚଳିତ ମାସ ୭ ତାରିଖ ସକାଳ ୫ଟାରୁ ଆସନ୍ତା ଫେବ୍ରୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।