Chenna Murki Odisha special -Sweet - The Sakala

ଘରେ ପ୍ରସ୍ତୁତ କରନ୍ତୁ ଛେନା ମୁଡୁକି
ଆବଶ୍ୟକ ସାମଗ୍ରୀ

୧କେଜି ଖାଣ୍ଟି ଛେନା, ୨କେଜି ଚିନି, ଆବଶ୍ୟକ ଅନୁସାରେ ଅଳେଇଚ ଓ ଗୁଜୁରାତି ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ

ଖାଣ୍ଟି ଛେନାକୁ ଏକ କପଡ଼ାରେ ଚାପି ଏଥିରୁ ପାଣିକୁ ସମ୍ପୂର୍ଣ୍ଣ ଭାବେ ନିଗାଡି ଦେବା ପରେ ଏହାକୁ ଖଣ୍ଡ ଖଣ୍ଡ କରି କଟା ଯାଇଥାଏ। ଏଥିରେ ସାମାନ୍ୟ ଅଳେଇଚ ଓ ରୁଚି ଅନୁସାରେ ଗୁଜୁରାତି ଗୁଣ୍ଡ ମିଶାଇ ପାରିବେ। ଦୁଇକିଲୋ ଚିନିକୁ ବଡ଼ କଡ଼େଇରେ ସିରା ପ୍ରସ୍ତୁତ କରିବେ। ଚିନି ସିରା ଗରମ ହେବା ପରେ ଏଥିରେ ଖଣ୍ଡ ଖଣ୍ଡ କରି କଟାଯାଇଥିବା ଛେନାକୁ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ରଖି ଫୁଟାଯାଇଥାଏ। ଏହାପରେ ଚୁଲିରୁ କଡ଼େଇକୁ ଓହ୍ଲାଇ ଛେନା ମୁଡୁକିକୁ ଥଣ୍ଡାକରି ଖାଇବାକୁ ଦିଆଯାଏ ।

ସାଧାରଣତଃ କେଜିଏ ଖାଣ୍ଟିଛେନାରୁ ୮୦୦ ଗ୍ରାମ୍‌ ଓଜନର ଛେନାମୁଡ଼ୁକି ପ୍ରସ୍ତୁତି ହୋଇଥାଏ। ଏବେ ଭଦ୍ରକରେ ଛେନା ମୁଡ଼ୁକି କିଲୋ ୨୫୦ ରୁ ୩୫୦ ଟଙ୍କା ରହିଛି । ଏହି ମିଠାରେ ଆଦୌ ତେଲର ବ୍ୟବହାର କରାଯାଉନଥିବାରୁ ଏହା ଶରୀର ପାଇଁ ସୁସ୍ଥକର ଓ ରୁଚିକର। ଛେନା ମୁଡୁକି ପ୍ରସ୍ତୁତି ହେବା ଦିନରୁ ୭/୮ ଦିନ ଯାଏଁ ରଖାଯାଇପାରୁଥିବାରୁ ଏହା ଦୂରଦୂରାନ୍ତ ତଥା ବିଦେଶକୁ ମଧ୍ୟ ଏହା ନେଇ ହୁଏ ବୋଲି କୁହନ୍ତି ଘଣ୍ଟେଶ୍ୱର ଅଞ୍ଚଳର ପ୍ରସିଦ୍ଧ କଳାକାହ୍ନୁ ମିଷ୍ଟାନ ଭଣ୍ଡାରର ମାଲିକ ତଥା କାରିଗର ରାମଚନ୍ଦ୍ର ରାଉତ।