Naba Kisore Das - The Sakala

ନବ ଦାସଙ୍କ ଅକାଳ ବିୟୋଗ ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି, ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅକାଳ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବ ଦାସଙ୍କ ଅସ୍ବାଭାବିକ ମୃତ୍ୟୁ ନେଇ ଗଭୀର ମର୍ମାହତ ହୋଇଛନ୍ତି। ସ୍ବର୍ଗତ ଶ୍ରୀ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବ ଦାସ ଉଭୟ ସରକାର ଓ ଦଳ ପାଇଁ ମୂଲ୍ୟବାନ ଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରବଳ ଉଦ୍ୟମ କରିଥିଲେ। କିନ୍ତୁ ପ୍ରଗାଢ଼ ଚେଷ୍ଟା ସତ୍ତ୍ବେ ମେଡିକାଲ ବିଶେଷଜ୍ଞ ଟିମ୍‌ ବଞ୍ଚାଇ ପାରି ନଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଥିବା କାଳରେ ନବ ଦାସ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବିଜେଡିକୁ ମଜବୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଦଳମତ ନିର୍ବିଶେଷରେ ତାଙ୍କୁ ସମସ୍ତେ ଭଲ ପାଉଥିଲେ।

ସମଗ୍ର ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି। ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ।ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗରେ ସେ ଅନେକ ଅଭିନବ କାର୍ଯ୍ୟ କରିଛନ୍ତି। ଏଥିସହ ଜଣେ ନେତା ଭାବେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବାରେ ତାଙ୍କର ବିରାଟ ଯୋଗଦାନ ରହିଛି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
ଭୁବନେଶ୍ବର : ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଜୀବନ ଓ ମୃତ୍ୟୁ ସହିତ କେଇ ଘଣ୍ଟା ପର୍ଯ୍ୟନ୍ତ ଲଢ଼େଇ କରିବା ପରେ ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନାହାନ୍ତି।

ଆଜି ମଧ୍ୟାହ୍ଣରେ ସେ ଏକ କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା ବେଳେ ସ୍ଥାନୀୟ ଗାନ୍ଧୀଛକ ଫାଣ୍ଡିର ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା ଓ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଗୁରୁତର ନବ ଦାସଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଡାକ୍ତରୀ ଟିମ୍‌ ବହୁ ଉଦ୍ୟମ କରି ଶେଷରେ ବିଫଳ ହୋଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହେଉଥିଲା। ଏହି ଘଟଣାରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ନବ କିଶୋର ଦାସ ୧୯୬୨ ମସିହା ଜାନୁଆରି ୭ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ନବ ଦାସ ସମ୍ବଲପୁର ଜିଏମ୍ କଲେଜର ଛାତ୍ର ସଂସଦ ସଭାପତି ଥିଲେ। ପରେ କଂଗ୍ରେସର ସକ୍ରିୟ ନେତା ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ୨୦୦୪ ରେ ସେ ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଟିକଟରେ ଲଢି ପରାଜିତ ହୋଇଥିଲେ। ହେଲେ ୨୦୦୯ ଏବଂ ୨୦୧୪ରେ କଂଗ୍ରେସ ଟିକଟରେ ଜିତି ବିଧାୟକ ହୋଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେଡି ଟିକେଟରେ ବିପୁଳ ଭୋଟରେ ବିଜୟ ଲାଭ କରି ବର୍ତ୍ତମାନ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଥିଲେ। ତାଙ୍କ ନେତୃତ୍ୱରେ ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିକୁ ବୃହତ ସଫଳତା ମିଳିଥିଲା। ରାଜ୍ୟରେ କୋଭିଡର ସଫଳ ମୁକାବିଲା ସାଙ୍ଗକୁ ବିରାଟ ସ୍ବାସ୍ଥ୍ୟ ଭିତ୍ତିଭୂମି ଛିଡା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

ସୂଚନାଯୋଗ୍ୟ ଆଜି ମଧ୍ୟାହ୍ନରେ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାହାରିଥିଲେ। କାର୍ୟ୍ୟକ୍ରମସ୍ଥଳରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଅତର୍କିତ ଭାବେ ପୁଲିସ କର୍ମଚାରୀ ଗୋପାଳ ଦାସ ଗୁଳିମାଡ଼ କରିଥିଲେ। ହଜାର ହଜାର ଲୋକ ଉପସ୍ଥିତ ଥିଲେ ମଧ୍ୟ ହଠାତ୍ କେହି କିଛି ଜାଣି ପାରି ନଥିଲେ। ଗୁଳି ଛାତିରେ ବାଜିବା ପରେ ସେ ଗାଡିଭିତରେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ଉଠାଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ  ଭୁ‌ବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା।ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏୟାର ଆମ୍ବୁଲାନ୍ସ ପହଞ୍ଚିଲା ପରେ ନବ ଦାସଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଗ୍ରିନ୍‌ କରିଡର କରାଯାଇଥିଲା। ବିମାନବନ୍ଦରରୁ ଅଳ୍ପ ସମୟ ମଧ୍ୟରେ ଆପଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ନବ ଦାସଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଶତ ଚେଷ୍ଟା କରିଥିଲେ । ନବ ଦାସଙ୍କ ବାମ ଛାତିରେ ଗୁଳି ବାଜିଥିଲା। ଗୁଳି ମାଡ଼ରେ ତାଙ୍କ ହୃତପିଣ୍ଡ ଓ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆପୋଲୋ ହସ୍‌ପିଟାଲ୍‌ରେ ଡାକ୍ତର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଏସସିବି ମେଡିକାଲ କଲେଜ, ଆପୋଲୋ ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲର ଖ୍ୟାତନାମା ସ୍ପେଶାଲିଷ୍ଟ ନବ ଦାସଙ୍କ ଚିକିତ୍ସାରେ ନିୟୋଜିତ ରହିଥିଲେ। ଶରୀରର କ୍ଷତିଗ୍ରସ୍ତ ଅଙ୍ଗଗୁଡ଼ିକୁ ଅସ୍ତ୍ରୋପଚାର ଦ୍ୱାରା ଠିକ୍ କରାଯାଇଥିଲା ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ନବ ଦାସ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।

ଆପୋଲୋରେ ମୁଖ୍ୟମନ୍ତ୍ରୀ : ନବ ଦାସଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ, ପୁଅକୁ ଦେଲେ ସାନ୍ତ୍ଵନା
ଭୁବନେଶ୍ୱର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍‌ଆଇ ରବିବାର ଗୁଳିମାଡ଼ କରିଛନ୍ତି। ଝାରସୁଗୁଡ଼ାର ଏକ ସାଧାରଣ ସଭାରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା। ଆକ୍ରମଣକାରୀ ଜଣଙ୍କ ଗାନ୍ଧିଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ବୋଲି ଜଣାପଡ଼ିଛି। ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରାଯିବା ସମୟରେ ଏଏସ୍‌ଆଇ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଝାରସୁଗୁଡ଼ା ଡିଏଚ୍‌ଏଚ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ବିମାନବନ୍ଦରରେ ପହଞ୍ଚିବା ପରେ ଗ୍ରୀନ୍‌ କରିଡର ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ଉପସ୍ଥିତ ରହି ତଦାରଖ କରୁଛନ୍ତି। ଏହି ସମୟରେ ନବଙ୍କ ପୁଅ ମଧ୍ୟ ଆପୋଲୋ ଆସିଛନ୍ତି। ବାପାଙ୍କ ଉପରକୁ ଗୁଳିମାଡ଼ ନେଇ ସେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପୁଅଙ୍କ ପିଠି ଥାପୁଡ଼ାଇ ସାନ୍ତ୍ୱନା ଦେଇଛନ୍ତି।

କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ସ୍ଥିତି ଉପରେ ନଜର ରଖାଯାଇଛି, ଫୋକସରେ ଟେଷ୍ଟିଂ ଓ ଭ୍ୟାକ୍ସିନେସନ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ଓ ଭ୍ୟାକ୍ସିନେସନ ବଢ଼ାଇବାକୁ ଦିଆଯାଉଛି ଫୋକସ । ଆବଶ୍ୟକସ୍ଥଳେ ହସ୍ପିଟାଲରେ ବେଡ୍‌ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ପ୍ରଥମ ଓ ଦ୍ବିତୀୟ ଲହରର ଯେପରି ସଫଳ ମୁକାବିଲା କରାଯାଇଥିଲା, ଏବେ ସେହିଭଳି ପଦକ୍ଷେପ ନିଆଯାଉଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ତଦାରଖ କରୁଛନ୍ତି। ଓଏମସିଏଲକୁ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତେ କୋଭିଡ୍‌ ନିୟମ ମାନିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପରାମର୍ଶ ଦେଇଛନ୍ତି।

ଦଲାଲଙ୍କ କବ୍‌ଜାରେ ଏମ୍‌ସ ଟିକଟ୍‌ କାଉଣ୍ଟର୍‌: ହତାସ ହେଉଛନ୍ତି ରୋଗୀ, ଭୋର ୪ ଟାରୁ ଗଲେ ମଧ୍ଯ ମିଳୁନି ଟିକଟ
ଖଣ୍ଡଗିରି: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ମାତିଛନ୍ତି ଟିକଟ ଦଲାଲ୍। ସେମାନେ ମାତ୍ର ୧୦ ଟଙ୍କାରେ ମିଳୁଥିବା ଟିକଟକୁ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ବିଶେଷକରି ଅଣଓଡ଼ିଆ ରୋଗୀମାନଙ୍କୁ ଟାର୍ଗେଟ କରି ଏପରି ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ଏମ୍‌ସ ଭୁବନେଶ୍ୱରରେ ରୋଗୀସେବା ପାଇଁ ମୋଟ ୩୪ ଟି ବିଭାଗ ରହିଛି। ଡାକ୍ତରଙ୍କ ପରାମର୍ଶ କରାଇବା ନିମନ୍ତେ ୧୦ ଟଙ୍କା ଦେଇ ଓପିଡି ଟିକଟ କରିବାର ନିୟମ ରହିଛି। ତେବେ ଯଥେଷ୍ଟ ପରିମାଣର ଟିକଟ ଉପଲବ୍ଧ ହେଉ ନ ଥିବାରୁ ଅନେକ ରୋଗୀମାନଙ୍କୁ ଡାକ୍ତରଙ୍କ ପରାମର୍ଶରୁ ବଞ୍ଚିତ ହେବାକୁ ପଡୁଛି। ଏମିତିକି ରାତି ୩ଟାରୁ ଧାଡ଼ି ଲଗାଇ ମଧ୍ୟ ଟିକଟ ନ ପାଇ ଅନେକ ରୋଗୀଙ୍କୁ ନିରାଶ ହେବାକୁ ପଡୁଛି। ଅପରପକ୍ଷରେ ଓପିଡି ଟିକଟକୁ ଏକ ରୋଜଗାରର ପନ୍ଥା ଭାବେ ବାଛି ନେଇଛନ୍ତି କେତେକ ଦଲାଲ୍। ଟଙ୍କା ଦେଲେ ଟିକଟ କରିବା ଠାରୁ ଆରମ୍ଭ କରି ଡ଼ାକ୍ତରଙ୍କ ପରାମର୍ଶ କରାଇବା ପର୍ଯ୍ୟନ୍ତ ସବୁକିଛି ବ୍ୟବସ୍ଥା କରାଇ ଦେଉଛନ୍ତି। ଦଲାଲମାନେ ନ୍ୟୁରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ନେଫରୋଲୋଜି ବିଭାଗର ଟିକଟ ପାଇଁ ଦେଢ଼ ହଜାରରୁ ଅଢ଼େଇ ହଜାର ଟଙ୍କା ନେଉଥିବା ବେଳେ ଅର୍ଥୋପେଡିକ, ମେଡିସିନ, ଇଏନଟି ବିଭାଗର ଟିକଟ ପାଇଁ ୩ ଶହରୁ ୫ ଶହ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ ଟିକଟ ପାଇଁ ଧାଡ଼ି କରିବା ପୂର୍ବରୁ ଇଟା ଥୋଇବାକୁ ପଡୁଛି ଓ ଏକ କାଗଜରେ ନିଜ ନାମ ଓ ଫୋନ ନମ୍ବର ଲେଖି ଇଟା ତଳେ ରଖିବାକୁ ପଡୁଛି। ତେବେ ଲାଇନର ପ୍ରଥମ ୧୦ ଟି ଇଟାକୁ ମଧ୍ୟ ଏକ ହଜାରରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଧାଡ଼ିରେ ୧୦ ଜଣଙ୍କ ମଧ୍ୟରେ ରହିଲେ ଯେ କୌଣସି ବିଭାଗର ଟିକଟ ପାଇବା ଏକ ପ୍ରକାର ପକ୍କା ହୋଇଥିବାରୁ ରୋଗୀମାନେ ବାଧ୍ୟ ହୋଇ ଦଲାଲମାନେ ଲାଇନରେ ରଖିଥିବା ଇଟାକୁ କିଣୁଛନ୍ତି।

ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଣ୍ଡଳ ତାଙ୍କ ସମ୍ପର୍କୀୟଙ୍କୁ ନେଫରୋଲୋଜି ବିଭାଗର ଡାକ୍ତରଙ୍କ ପରାମର୍ଶ କରାଇବାକୁ ଆସିଥିଲେ। ଟିକଟ ପାଇଁ ରାତି ୪ଟାରୁ ଧାଡ଼ି ଲଗାଇଥିଲେ କିନ୍ତୁ ସେ ଟିକଟ ପାଇ ପାରି ନ ଥିଲେ। ନିରାଶ ହୋଇ ଫେରି ଯାଉଥିବା ବେଳେ ଏକ ଦଲାଲ ତାଙ୍କୁ ଭେଟ ହୋଇଥିଲା ଓ ଦେଢ଼ ହଜାର ଟଙ୍କା ଦେଲେ ସାଙ୍ଗେ ସାଙ୍ଗେ ଟିକଟ କରିଦେବ ବୋଲି କହିଥିଲା। ଶ୍ରୀ ମଣ୍ଡଳ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ସହିତ ଏକ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ହଜାର ଟଙ୍କା ଦେବାର ୧୫ ମିନିଟ ମଧ୍ୟରେ ଦଲାଲ୍ ଜଣଙ୍କ ତାଙ୍କୁ ଆଣି ନେଫରୋଲୋଜି ବିଭାଗର ଟିକେଟ ଦେଇଥିଲା।

ସେହିପରି ଝାଡ଼ଖଣ୍ଡ ରାଞ୍ଚିର ଅଞ୍ଜଳି ଉପାଧ୍ୟାୟ ନିଜ ମା’ଙ୍କୁ ଗ୍ୟାଷ୍ଟ୍ରୋଲୋଜି ବିଭାଗରେ ଦେଖାଇବାକୁ ଆସିଥିଲେ। ଭୋର ୪ ଟାରୁ ଦୀର୍ଘ ୬ ଘଣ୍ଟା ଲାଇନରେ ଛିଡ଼ା ହେବା ପରେ ମଧ୍ୟ ତାଙ୍କୁ ଟିକଟ ମିଳି ପାରି ନ ଥିଲା। ତେବେ ଜଣେ ଦଲାଲ ତାଙ୍କ ଠାରୁ ୫ ଶହ ଟଙ୍କା ନେଇ ଟିକଟ କରାଇ ଦେଇଥିଲା ଓ ସେ ତାଙ୍କ ମା’ଙ୍କୁ ଗ୍ୟାଷ୍ଟ୍ରୋଲୋଜି ବିଭାଗରେ ଦେଖାଇଥିଲେ। ଗୋଟିଏ ପଟେ ଜଣେ ସାଧାରଣ ଲୋକ ଧାଡ଼ିରେ ଠିଆହୋଇ ଟିକଟ ପାଉ ନ ଥିବା ବେଳେ ଅନ୍ୟପଟେ ଜଣେ ଦଲାଲ ଟଙ୍କା ନେବାର ୧୫/୨୦ ମିନିଟ ପରେ ଟିକଟ କରାଇଦେବା ଘଟଣା ଦଲାଲ ଓ ଟିକଟ କାଉଣ୍ଟର କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି।

ତେବେ କେବଳ ଦଲାଲ୍ ନୁହନ୍ତି ବରଂ ଏମ୍‌ସର ଟିକଟ କାଉଣ୍ଟରର କର୍ମଚାରୀ ମଧ୍ୟ ଦଲାଲଙ୍କ ସହିତ ହାତ ମିଳାଇଥିବା ଏଭଳି ଘଟଣାରୁ ସ୍ପଷ୍ଟ ହୋଇଛି। କେବଳ ଟିକଟ ନୁହେଁ ବରଂ ବିଭିନ୍ନ ପରୀକ୍ଷାକୁ ଜଲଦି କରାଇବାକୁ ମଧ୍ୟ ଦଲାଲମାନେ ଟଙ୍କା ନେଉଥିବା ଜଣାପଡିଛି। ସିଟି ସ୍କାନ ଓ ଏମ୍‌ଆରଆଇ ପରୀକ୍ଷା ପାଇଁ ରୋଗୀମାନଙ୍କୁ ୩ ମାସ ପରର ତାରିଖ ଦିଆଯାଉଥିବା ବେଳେ ଦଲାଲମାନେ ହାତଗୁଞ୍ଜା ନେଇ ଦୁଇରୁ ତିନି ଦିନ ମଧ୍ୟରେ ପରୀକ୍ଷା କରାଇ ଦେଉଛନ୍ତି। ସିଟିସ୍କାନ ଓ ଏମଆରଆଇ ପରୀକ୍ଷା ପାଇଁ ଦଲାଲମାନେ ୫ ଶହରୁ ହଜାରେ ଟଙ୍କା ନେଉଥିବା ବେଳେ ବାୟୋପସି ଓ ଆଞ୍ଜିଓଗ୍ରାଫି ପରୀକ୍ଷା ପାଇଁ ୩ ହଜାରରୁ ୫ ହଜାର ଟଙ୍କା ନେଉଥିବା ଅଭିଯୋଗ ହେଉଛି।

ବିଶେଷକରି ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ତଥା ଅନ୍ୟ ରାଜ୍ୟରୁ ଆସୁଥିବା ଅଣଓଡିଆ ରୋଗୀମାନଙ୍କୁ ଟାର୍ଗେଟ କରି ଦଲାଲମାନେ ଏହିଭଳି ଭାବେ ଟିକଟ ବ୍ୟବସାୟ ଚଳାଇଛନ୍ତି। ତେବେ କମ୍ ଟଙ୍କାରେ ଉନ୍ନତ ଚିକିତ୍ସା ପାଇବା ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ରୋଗୀ ଦଲାଲଙ୍କ ଦ୍ବାରା ଶୋଷଣର ଶିକାର ହେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା
ଭୁବନେଶ୍ବର: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା। ଏ ନେଇ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ  ଟ୍ବିଟ କରି ସୂଚନା ଦେଇଛନ୍ତି।

I was tested asymptomatic Covid positive yesterday and now in home isolation. I request all those who have come in physical contact with me in last 3 days to get themselves tested.#nabadasjsg

— Naba Kisore Das (@nabadasjsg) January 7, 2022

ସୂଚନା ଅନୁଯାୟୀ, ସେ ଗତକାଲି କୋଭିଡ ପରୀକ୍ଷା କରାଇଥିଲେ। ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଛି। ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି। ଯେଉଁମାନେ ଗତ ୩ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ଟ୍ବିଟ ମାଧ୍ଯମରେ କହିଛନ୍ତି।