Inv vs SA - The Sakala

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଶେଷ ଦିନିକିଆ: କ୍ଲିନ୍‍ସୁଇପ୍‍ ଏଡ଼ାଇବା ଭାରତ ଲାଗି ହୋଇପାରେ କଷ୍ଟକର
କେପ୍‍ଟାଉନ୍‍: ଦକ୍ଷିଣ ଆଫ୍ରିକାରେ ଭାରତ ଯେପରି ଖେଳିବ ବୋଲି ଆଶା କରାଯାଉଥିଲା ତାହା ସମ୍ଭବ ହେଲା ନାହିଁ। ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ସିରିଜ୍‍ରେ ଭାରତ ପରାଜୟ ବରଣ କରିଛି। ଏହିକ୍ରମରେ ରବିବାର ଦୁଇ ଦଳ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ। ପ୍ରଥମ ଦୁଇଟି ଦିନିକିଆରେ ସହଜରେ ପରାଜିତ ହୋଇଥିବା ଭାରତୀୟ ଦଳ ବ୍ୟାଟିଂ, ବୋଲିଂ ଓ ନେତୃତ୍ୱ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଲେ ଆଦୌ ଭୁଲ ହେବ ନାହିଁ। ବ୍ୟାଟିଂରେ ଟପ୍‍ ଓ ମିଡଲ ଅର୍ଡର ଫେଲ୍‍ ମାରିବା, ବୋଲିଂରେ ଭୁବନେଶ୍ୱର କୁମାରଙ୍କ ୟର୍କର କିମ୍ବା ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‍ ଟର୍ଣ୍ଣ ନହେବା ଭାରତକୁ ଚିନ୍ତାରେ ପକାଇଛି।

ଲୋକେଶ ରାହୁଲଙ୍କୁ ଭବିଷ୍ୟତରେ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତି କରାଯାଉଛି ବୋଲି ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା କହିଥିଲେ। ଏହି ସିରିଜ୍‍ ରେ ସେ ଏଯାଏ ଗୋଟିଏ ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ୍‍ର ନେତୃତ୍ୱ ନେଇ ସାରିଲେଣି। ଏଥିରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ନେତୃତ୍ୱ ନେବାକୁ ଦକ୍ଷ ବୋଲି କାହାରି ଅନୁଭବ ହେଉନାହିଁ। ସେ ଦଳର ଇନିଂସ ଓପନ କରୁଛନ୍ତି। ପ୍ରଥମ ଟେଷ୍ଟରେ ଶତକକୁ ଛାଡିଦେଲେ ଏଯାଏ ତାଙ୍କ ବ୍ୟାଟିଂକୁ ଏକ ଦୁଃସ୍ୱପ୍ନ ଛଡ଼ା ଆଉ କିଛି କହିହେବ ନାହିଁ। ପ୍ରତିଭାସମ୍ପନ୍ନ, ଉଦୀୟମାନ ଓ ଆଉ କେତେ ଏହି ଯୁବ ଖେଳାଳିମାନଙ୍କୁ ଉପାଧି ଦିଆଯାଉଥିଲେ ମଧ୍ୟ ଅତିକମ୍‍ ରେ ଦିନିକିଆ ସିରିଜ୍‍ ରେ ସେମାନେ କରିଥିବା ପ୍ରଦର୍ଶନ ଏହି କଥାର ଆଦୌ ଗୁରୁତ୍ୱ ରଖୁନାହିଁ। ଏଭଳି ସ୍ଥଳେ ଅଧିକ ପେସ୍‍ ବୋଲିଂକୁ ସହାୟତା କରୁଥିବା କେପ୍‍ଟାଉନ୍‍ର ନ୍ୟୁଲାଣ୍ଡ୍‍ସ ପିଚ୍‍ ରେ ଭାରତ କ୍ଲିନ୍‍ ସୁଇପ୍‍ ଏଡ଼ାଇବା କଷ୍ଟକର ମନେହୁଏ। କୋଚିଂ କ୍ୟାରିୟର ଆରମ୍ଭରୁ ପରାଜୟର ସାମ୍ନା କରିଥିବା କୋଚ୍‍ ରାହୁଲ ଦ୍ରାବିଡ ଏବେ ସମସ୍ତ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ତାଙ୍କ ଯୋଜନା ଭାରତର ସମ୍ମାନ ରଖିବ ନା ଭଗ୍ନ ମନୋରଥ ନେଇ ଖେଳାଳିମାନେ ସ୍ୱଦେଶ ଫେରିବେ ତାହା ରବିବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ପରେ ସ୍ପଷ୍ଟ ହୋଇଯିବ।

ନୂଆ ଖେଳାଳିଙ୍କୁ ସୁଯୋଗ ମିଳିପାରେ

ଏହି ଟୁର୍‍ ରେ ସମସ୍ତ ମ୍ୟାଚ୍‍ ଖେଳିଥିବା ଯଶ୍‍ପ୍ରୀତ୍‍ ବୁମ୍‍ରା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଏହି ମ୍ୟାଚ୍‍ ରେ ବିଶ୍ରାମ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ସମାନ କାରଣରୁ ବାଦ୍‍ ଦିଆଯାଇପାରେ। ଦୀପକ ଚହର, ମହମ୍ମଦ୍‍ ସିରାଜ ଓ ଜୟନ୍ତ ଯାଦବ ଏମାନଙ୍କ ସ୍ଥାନରେ ଖେଳିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ବ୍ୟାଟିଂରେ କାହାକୁ ବାଦ୍‍ ଦିଆଯିବ ଜଣାଯାଇ ନାହିଁ। ତଥାପି ସୂର୍ଯ୍ୟକୁମାର ଯାଦବ ଓ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ମିଳିବାର ସମ୍ଭାବନାକୁ ଆଦୌ ଏଡ଼ାଇଦେଇ ହେବ ନାହିଁ।

ଅଧିନାୟକ ପଦରୁ ବିତାଡ଼ିତ ହେବା ପରେ ବିରାଟ କୋହଲି ପ୍ରଥମ ଦୁଇଟି ଦିନିକିଆ ପରିଚାଳନାରେ ଆଦୌ ଆଗ୍ରହ ଦେଖାଉନାହାନ୍ତି। ତାଙ୍କ ବ୍ୟାଟିଂ ମଧ୍ୟ କ୍ଲିକ୍‍ କରୁନାହିଁ। କ୍ରମାଗତ ୬୪ଟି ଅନ୍ତର୍ଜାତୀୟ ଇନିଂସରେ ଶତକ ହାସଲ କରି ନଥିବା ବିରାଟଙ୍କ ବ୍ୟାଟିଂକୁ ନେଇ ମଧ୍ୟ ଦଳ ଅଡ଼ୁଆରେ ରହୁଛି। ସେ ଯଦି କେପ୍‍ଟାଉନ୍‍ରେ ଫର୍ମକୁ ଆସିବେ ତେବେ ଭାରତ ନିଶ୍ଚିତ କ୍ଲିନ୍‍ ସୁଇପ୍‍ ଏଡ଼ାଇଯାଇ ପାରିବ। ଉଲ୍ଲେଖଯୋଗ୍ୟ ପ୍ରଥମ ଓ ଦ୍ବିତୀୟ ଦିନିକିଆକୁ ଯଥାକ୍ରମେ ୩୧ ରନ୍‌ ଓ ୭ ଵିକେଟରେ ଜିତି ଦକ୍ଷିଣ ଆଫ୍ରିକା ଆଗୁଆ ୨-୦ ରେ ସିରିଜ କବ୍‌ଜା କରିଛି।

ଦ୍ବିତୀୟ ଟେଷ୍ଟରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ । ଦ୍ବିତୀୟ ଇନିଂସରେ ଫେଲ ମାରିଲେ ପେସ୍‌ ବାହିନୀ । ଅଧିନାୟକ ଡିନ୍‌ ଏଲଗାରଙ୍କ ଚମତ୍କାର ବ୍ୟାଟିଂ ବଳରେ ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦ୍ବିତୀୟ ଇନିଂସରେ ବିଜୟ ପାଇଁ ଘରୋଇ ଦଳକୁ ୨୪୦ରନର ଆବଶ୍ୟକତା ଥିବା ବେଳେ ସହଜରେ ହାସଲ କରିନେଇଛି । ଦଳ ପକ୍ଷରୁ ଆଇଡେନ୍‌ ମାର୍କରମ୍‌ ୩୧ ରନ କରିଥିବା ବେଳେ ଅଧିନାୟକ ଡିନ୍‌ ଏଲ୍‌ଗାର ଅପରାଜିତ ୯୬ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସେଞ୍ଚୁରିଅନ୍ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଆସନ୍ତା ୧୧ ତାରିଖରୁ ଖେଳାଯିବାକୁଥିବା ତୃତୀୟ ଟେଷ୍ଟ ସିରିଜ୍ ଫଳାଫଳ ନିର୍ଦ୍ଧାରଣ କରିବ।

ସୂଚନାଯୋଗ୍ୟ, ଉକ୍ତ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୦୨ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୨୨୯ ରନ୍ କରି ୨୭ ରନର ଅଗ୍ରଣୀ ହାସଲ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନରେ ଅଲଆଉଟ୍ ହୋଇ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ଟାର୍ଗେଟ୍ ରଖିଥିଲା।