Odisha Fire Service - The Sakala

ଅଗ୍ନିଶମ ବିଭାଗରେ ଯୋଡ଼ିହେଲା ଅତ୍ୟାଧୁନିକ ଉଦ୍ଧାରକାରୀ ଗାଡ଼ି, ଗୋଟିଏ ଗାଡ଼ିରେ ସବୁ ସୁବିଧା ଉପଲବ୍ଧ ରହିବ
ଭୁବନେଶ୍ୱର : ବହୁ ସମୟରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡ଼ିକୁ ଡାକିବାକୁ ପଡେ। ହେଲେ ଘର ଭିତରେ ଫିସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଏକ ଗାଡ଼ିକୁ ଆସିବାକୁ ପଡ଼ିଥାଏ। ଯାହାଫଳରେ ଉଭୟ ଗାଡ଼ି ଆସିବାରେ ଅନେକ ସମୟ ନଷ୍ଟ ହୋଇଥାଏ। ଏହାକୁ ଦୁଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଉଦ୍ଧାର ଗାଡ଼ି କ୍ରୟ କରିଛି। ଓଡ଼ିଶା ପାଇଁ ଗୋଟିଏ ଗାଡ଼ିକୁ ୩୫ଲକ୍ଷ ଟଙ୍କା ଦେଇ କିଣାଯାଇଥିବା ସୂଚନା ମିଳିଛି। ଏହା ମୁଖ୍ୟତଃ ଭୁବନେଶ୍ୱର ବରମୁଣ୍ଡା ଫାୟାର ଟ୍ରେନିଂ ଷ୍ଟେସନ ନିକଟରେ ରହିବ ବୋଲି ଜଣାପଡ଼ିଛି। କଟକ-ଭୁବନେଶ୍ୱରର କେଉଁଠି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବ ସେଠାକୁ ଉକ୍ତ ଗାଡ଼ି ଯିବ।

ବହୁ ସମୟରେ ବଡ଼ ବଡ଼ ଦୁର୍ଘଟଣାରେ ଲୋକମାନେ ଗାଡ଼ି ଭିତରେ ଫସି ରହିଯାଇଥାନ୍ତି। ଖବର ପାଇ ଫାୟାର ଗାଡ଼ି ସେଠାରେ ପହଞ୍ଚିଲେ ମଧ୍ୟ ଗାଡିର ପ୍ଲେଟ୍‍କୁ କାଟି ଉଦ୍ଧାର କରିପାରେ ନାହିଁ। ଅଗ୍ନିଶମ କର୍ମଚାରୀ ଲୁହା କଟର ସାହାର୍ଯ୍ୟରେ ତାହାକୁ କାଟି ଉଦ୍ଧାର କରିଥାନ୍ତି। ହେଲେ ଏବେ ଏହି ଅତ୍ୟାଧୁନି ଉଦ୍ଧାର କାର କମ୍‍ ସମୟ ମଧ୍ୟରେ ଲୁହାକୁ କାଟି ଆହତଙ୍କୁ ଉଦ୍ଧାର କରିବ। ଯାହାଫଳରେ କମ୍‍ ସମୟ ମଧ୍ୟରେ ଉଦ୍ଧାର କରାଯାଉଥିରୁ ଅନେକଙ୍କ ଜୀବନ ବର୍ତ୍ତି ଯିବ।ଏଭଳି ଅତ୍ୟାଧୁନିକ ଉଦ୍ଧାର ଗାଡ଼ି ଓଡ଼ିଶା ଅଗ୍ନିଶମ ବିଭାଗ ପାଇଁ ଆବଶ୍ୟକ ରହିଥିଲା। ତେଣୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କାର୍ଯ୍ୟରେ ଯୋଗଦେବା ପରେ ସେ ଉକ୍ତ ଗାଡ଼ି କ୍ରୟ କରିବାରେ ଲାଗି ସଫଳ ହୋଇଛନ୍ତି। ଶନିବାର ଦିନ ୧୧ଟା ସମୟରେ ବରମୁଣ୍ଡା ଫାୟାର ଟ୍ରେନିଂ ସେଣ୍ଟରରେ ଏହି ଗାଡ଼ି ପ୍ରଦର୍ଶିତ ହେବ। ଏହାକୁ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ଲୋକାର୍ପିତ କରିବେ।

ସର୍ବଭାରତୀୟ ସ୍ତରରେ ୨୦୨୧ ମସିହା ପାଇଁ ‘ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା’ ଭାବେ ପୁରସ୍କୃତ ହେଲା ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା
ଭୁବନେଶ୍ବର : ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ୨୦୨୧ ମସିହା ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ । ସର୍ବ ଶ୍ରେଷ୍ଠ ଅଗ୍ୱିଶମ ସେବା ସଂସ୍ଥା ଭାବେ ବିବେଚନା କରାଯାଇଛି ।ଦିଲ୍ଲୀର ନୋଇଡାରେ ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ Institution Of Fire Engineers ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ -୨୦୨୧ ମେଳାରେ ଏହି ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶା ପଛକୁ ତାମିଲନାଡୁ ଅଗ୍ନିଶମ ସେବା ଦ୍ବିତୀୟ ଓ ଗୁଜରାଟ ଅଗ୍ନିଶମ ସେବାକୁ ତୃତୀୟ ସ୍ଥାନ ମିଳିଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ବିପର୍ଯ୍ୟୟ ମୁକାବିଲା ଦକ୍ଷତାକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ରାଜ୍ୟରେ ନୁହେଁ, ବରଂ ଅନ୍ୟ ରାଜ୍ୟରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ରାଜ୍ୟ ପାଇଁ ସୁନାମ ଆଣିବାରେ ସଫଳ ହୋଇଛି । ୨୦୧୪ରେ ହୁଡ୍ ହୁଡ୍ ସମୟରେ ଆନ୍ଧ୍ରପ୍ରଦେଶ, ୨୦୧୮ରେ ମେଘାଳୟରେ ମାଇନିଂ ରେସକ୍ୟୁ, କେରଳ ବନ୍ୟା, ପଶ୍ଚିମବଙ୍ଗରେ ଅମ୍ଫାନ୍ ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହାସହ ରାଜ୍ୟରେ ତିତିଲି, ବୁଲବୁଲ ଓ ଫନି କରି ବାତ୍ୟା ସମୟରେ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା ।

ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଲୋକସଂଖ୍ୟା ଅନୁସାରେ ଅଗ୍ନିଶମ ଗାଡି ଯୋଗାଇ ଦିଆଯାଇଛି ଏବଂ ସାରା ଭାରତରେ ସବୁଠୁ ଅଧିକ ୩୪୨ଟି ଅଗ୍ନିଶମ କେନ୍ଦ୍ର ଓଡ଼ିଶାରେ ରହିଛି । ସେହିପରି ରାଜ୍ୟରେ ୫ଟି ISO Certified Fire Station ଓ ଗୋଟିଏ ପଶିକ୍ଷଣ କେନ୍ଦ୍ର ଥିବା ବେଳେ, ଏହା ସମସ୍ତ କେନ୍ଦ୍ରକୁ Multi-Disaster Response Centre ଭାବରେ ରୂପାନ୍ତରିତ କରାଯାଇଛି । ଦେଶର ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବରେ ପୁରସ୍କୃତ ହୋଇଥିବାରୁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ଏପରି ପ୍ରଶଂସା ଓ ପୁରସ୍କାର ପ୍ରତିଟି କର୍ମଚାରୀଙ୍କ ପ୍ରତି ପ୍ରେରଣା ସାଜିଛି  । ନିରନ୍ତର କାର୍ଯ୍ୟ ଓ ସଫଳ ମୁକାବିଲା ଦିଗରେ ଆହୁରି ସାହାସ ଯୋଗାଇଛି  । ସେପଟେ ଏହି ପୁରସ୍କାର ପାଇବା ପରେ ଅଗ୍ନିଶମ ବିଭାଗରେ ଖୁସିର ଲହରୀ ଖେଳିଯାଇଛି  । ଉତ୍ସାହ ଓ ଆଗ୍ରହର ସହ ଆଗାମୀ କାର୍ଯ୍ୟ କରିବା ନିମନ୍ତେ ଏହି ପୁରସ୍କାର ଅଗ୍ନିଶମ କର୍ମଚାକରୀଙ୍କୁ ପ୍ରେରଣା ଯୋଗାଇବ  ।