Kolkata - The Sakala
ଭୂକମ୍ପ ଝଟକାରେ ଥରିଲା କୋଲକାତା: ରିକ୍ଟର ସ୍କେଲରେ ତୀବ୍ରତା ୫.୪
କୋଲକାତା: ଭୂକମ୍ପ ଝଟକାରେ ଥରିଲା କୋଲକାତା । ରିକ୍ଟର ସ୍କେଲରେ ତୀବ୍ରତା ୫.୪ । ଶୁକ୍ରବାର ଅପରାହ୍ନରେ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୧:୨୨ ମିନିଟ୍ ସମୟରେ ହଠାତ୍ ସହରର ବିଭିନ୍ନ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଭୟଭୀତ ହୋଇ ଲୋକମାନେ ନିଜ ଘର ଓ କାର୍ଯ୍ୟାଳୟ ଛାଡ଼ି ବାହାରକୁ ଦୌଡ଼ି ଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ।
ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି କମ୍ପନ ସୃଷ୍ଟି ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ-ପଶ୍ଚିମ ବାଂଲାଦେଶ ଅଞ୍ଚଳରେ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, US Geological Survey (USGS) ଏହାର ତୀବ୍ରତା ୫.୩ ବୋଲି ଆକଳନ କରିଛି ଏବଂ କେନ୍ଦ୍ରସ୍ଥଳ ପଶ୍ଚିମବଙ୍ଗର ଟାକି ଠାରୁ ୨୬ କିଲୋମିଟର ଦକ୍ଷିଣ-ପୂର୍ବରେ ଥିବା ଦର୍ଶାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କମ୍ପନ ଯୋଗୁଁ ଘରର ସିଲିଂ ଫ୍ୟାନ୍, ଝରକା କାଚ ଏବଂ ଆସବାବପତ୍ର ଜୋରରେ ହଲିବାକୁ ଲାଗିଥିଲା। ବିଶେଷକରି ବହୁତଳ ଅଟ୍ଟାଳିକାରେ ରହୁଥିବା ଲୋକମାନେ ଏହାର ପ୍ରଭାବ ଅଧିକ ଅନୁଭବ କରିଥିଲେ।
ଲିଓନେଲ ମେସିଙ୍କୁ ଦେଖିବାକୁ କୋଲକାତାରେ ହଙ୍ଗାମା, ସଲ୍‌ଟ ଲେକ୍‌ ଷ୍ଟାଡିୟମରେ ସମର୍ଥକଙ୍କ ଫିଙ୍ଗା ଫୋପଡ଼ା
କୋଲକାତା: ଭାରତରେ ପହଞ୍ଚିଛନ୍ତି ଫୁଟବଲ୍‌ର ତଥା ବିଶ୍ବର ଶ୍ରେଷ୍ଠ ଫୁଟବଲର ଜାଦୁଗର ଲିଓନେଲ୍ ମେସି । କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ମେସିଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା । ମାତ୍ର କୋଲକାତା ଗସ୍ତ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମେସିଙ୍କ ସହ ସାକ୍ଷାତ ସେଲ୍‌ଫି ନେଇ ନ ହେବାରୁ ତାତିଲେ ସମର୍ଥକ । ମେସି ମାତ୍ର ଅଳ୍ପ ସମୟ ପାଇଁ ପଡ଼ିଆରେ ରହି ଶୀଘ୍ର ଚାଲିଯିବା ପରେ ଷ୍ଟାଡିୟମରେ ବୋତଲ ମାଡ଼ ଓ ଭଙ୍ଗାରୁଜା କରିଛନ୍ତି ପ୍ରଶଂସକ ।
ସୂଚନା ଅନୁସାରେ, ଶନିବାର ଦିନ କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଏକାଠି ହୋଇଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ଷ୍ଟାଡିୟମରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ନିରାଶ ପ୍ରଶଂସକମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ। ମେସି ଷ୍ଟାଡିୟମରେ ପହଞ୍ଚିବା ମାତ୍ରେ ତାଙ୍କୁ ଚାରିପାଖରୁ ବହୁ ରାଜନେତା, ମନ୍ତ୍ରୀ ଏବଂ ସେଲିବ୍ରିଟିମାନେ ଘେରି ଯାଇଥିଲେ। ସାଧାରଣ ଦର୍ଶକ ଅଭିଯୋଗ କରିଛନ୍ତି ଯେ, ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଟିକେଟ୍ କିଣିଥିଲେ ମଧ୍ୟ ମେସିଙ୍କୁ ଭଲଭାବେ ଦେଖିପାରି ନଥିଲେ। ଜଣେ କ୍ରୋଧିତ ପ୍ରଶଂସକ କହିଛନ୍ତି, "କେବଳ ନେତା ଏବଂ ଅଭିନେତାମାନେ ମେସିଙ୍କୁ ଘେରି ରହିଥିଲେ, ଆମେ କିଛି ଦେଖିପାରିଲୁ ନାହିଁ।"
ମେସି ମାତ୍ର ଅଳ୍ପ ସମୟ ପାଇଁ ପଡ଼ିଆରେ ରହି ଶୀଘ୍ର ଚାଲିଯିବା ପରେ ଦର୍ଶକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା। କ୍ରୋଧିତ ଦର୍ଶକମାନେ ପଡ଼ିଆ ଭିତରକୁ ପାଣି ବୋତଲ ଏବଂ ଚେୟାର ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଆୟୋଜକଙ୍କ କୁପରିଚାଳନା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଦର୍ଶକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣା ପରେ ବିରୋଧୀ ଦଳ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ଏହାକୁ "ଅନ୍ତର୍ଜାତୀୟ ସ୍ତରରେ ଅପମାନ" ବୋଲି କହି ଶାସକ ତୃଣମୂଳ କଂଗ୍ରେସ (TMC)କୁ ଟାର୍ଗେଟ୍ କରିଛି।
କୋଲକାତାରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ଼...
କୋଲକାତା: କୋଲକାତାରେ ଭୂକମ୍ପର ଝଟକା।  ସକାଳ ୧୦ଟା ୧୦ ମିନିଟରେ ଦୋହଲିଗଲା କୋଲକାତା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ରହିଥିବା ସୂଚନା।  ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି। ତେବେ ଭୂମିକମ୍ପ ପରେ ଭୟଭୀତ ହୋଇ କୋଲାକାତାର ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ ।କୋଲକାତା, ଆଖପାଖ ଜିଲ୍ଲା ଏବଂ ଉତ୍ତର ବଙ୍ଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। କୁଚବିହାର ଏବଂ ଦିନାଜପୁରରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।
କୁହୁଡ଼ି ପାଇଁ ବାତିଲ ହେଲା ରାଉରକେଲାରୁ କୋଲକାତା ବିମାନ ସେବା
ରାଉରକେଲା: ରାଉରକେଲାରୁ କୋଲକାତା ବିମାନ ସେବା ଆଜି ବାତିଲ ହୋଇଛି। କୁହୁଡି ପାଗ ଥିବାରୁ ବିମାନ ସେବା ବାତିଲ ହୋଇଛି। ରାଉରକେଲା ବିମାନବନ୍ଦରରେ ILS ମେସିନ ଲଗାଯାଉ ନ ଥିବାରୁ କୁହୁଡି ପାଗ ରହିଲେ ବିମାନ ସେବା ବାତିଲ ହେଉଛି। ILS ମେସିନ ଲଗାଇବା ପାଇଁ ବାରମ୍ବାର ଦାବି ହେବା ସ୍ବତ୍ତେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ରକାରଙ୍କ ସହଯୋଗରେ ରାଉରକେଲାରୁ କୋଲକାତା ବିମାନ ସେବା ଆରମ୍ଭ ହେବାକୁ ଥିଲା। ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ୩ ଦିନ ବିମାନ ଉଡିବ ବୋଲି ନିଷ୍ପତ୍ତି ହୋଇଛି। ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି। ରାଉରକେଲାରୁ କୋଲକାତା ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି।
ଆଇସିସି ବିଶ୍ୱକପ୍‌ : ବାଂଲାଦେଶକୁ ୮୭ ରନରେ ହରାଇଲା ନେଦରଲାଣ୍ଡ
କୋଲକାତା : ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚରେ ନେଦରଲାଣ୍ଡ ବାଂଲାଦେଶକୁ ୮୭ ରନରେ ପରାଜିତ କରିଛି। ଧାର୍ଯ୍ୟ ୨୩୦ ରନର ପିଛା କରି ବାଂଲାଦେଶ ୪୨.୨ ଓଭରରେ ୧୦ ଓ୍ବିକେଟ ହରାଇ ୧୪୨ ରନ କରିଥିଲା।
ନେଦରଲାଣ୍ଡ ଅଧିନାୟକ ସ୍କଟ ଏଡଓ୍ବାର୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକଶାକିବ ଅଲ ହାସନଙ୍କ ନେତୃତ୍ୱରେ ବାଂଲାଦେଶ ବୋଲିଂ ଆରମ୍ଭ କରିଥିଲା। ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା। ଫଳରେ ବାଂଲାଦେଶ ପାଇଁ ୨୩୦ ରନର ବିଜୟ ଲକ୍ଷ୍ୟ ରହିଥିଲା।
ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରା ଶୁଣି ରାଗରେ ମଞ୍ଚକୁ ଗଲେ ନାହିଁ ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଶୁକ୍ରବାର ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ନାରା ଲାଗିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇ ସଭା ମଞ୍ଚକୁ ଉଠି ନାହାନ୍ତି। ରାଗରେ ଚିଡ଼ି ଯିବାପରେ ମଞ୍ଚକୁ ନଯାଇ ମଞ୍ଚ ତଳେ ଏକ ଚେୟାରରେ ବସିଥିଲେ ମମତା ବାନାର୍ଜୀ । ତେବେ ତାଙ୍କୁ ଶାନ୍ତ କରାଇବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ସି. ଭି. ଆନନ୍ଦ ବୋଷଙ୍କ ଉଦ୍ୟମ ମଧ୍ୟ ନିଷ୍ଫଳ ହୋଇଥିଲା। ଏପରିକି ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ହାତ ଯୋଡି ମମତାଙ୍କୁ ଅନୁରୋଧ କରିଥିଲେ ବି ସେ ସଭାମଞ୍ଚକୁ ଯାଇ ନଥିଲେ।
ମମତା ଷ୍ଟେଜ ଉପରକୁ ନ ଯାଇ ଏହାର ସାଇଡ୍‌ରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ମା’ଙ୍କ ଦେହାନ୍ତ ପାଇଁ ଶୋକ ପ୍ରକାଶ କରିଥିଲେ। ଶୋକବ୍ୟକ୍ତ କରି ମମତା ବାନାର୍ଜୀ କ‌ହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆ ମଧ୍ୟ ଆମ ମାଆ। ପ୍ରଧାନମନ୍ତ୍ରୀଙ୍କୁ ସେ କହିଲେ, ଆପଣଙ୍କୁ ଓ ଆପଣଙ୍କ ପରିବାରବର୍ଗଙ୍କୁ କେମିତି ଶାନ୍ତ୍ବନା ଦେବି ଜାଣିପାରୁନି। ଏଭଳି ଦୁଃଖଦାୟକ ଦିନରେ ବି ଆପଣ ଭର୍ଚ୍ୟୁଆଲ୍‌ ଜରିଆରେ ଉଦ୍‌ବୋଧନ ଦେଉଛନ୍ତି। ଏହା ସମ୍ମାନର କଥା। କର୍ତ୍ତବ୍ୟ ଜରିଆରେ ଆପଣ ଆପଣଙ୍କ ମାଆଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି।
ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ୭ହଜାର ୮୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜ୍ୟର ପ୍ରଥମ ତଥା ଦେଶର ସପ୍ତମ ‘ବନ୍ଦେ ଭାରତ ଏକ୍ସପ୍ରେସ୍’କୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନ ହୱଡା ଓ ନ୍ୟୁ ଜଲପାଇଗୁଡିକୁ ସଂଯୁକ୍ତ କରିବ।
ଫିଫା ବିଶ୍ୱକପ୍‍ ଦେଖିବାକୁ କତାରରେ କୋଲକାତାର ୯,୦୦୦ ଫୁଟବଲ ସମର୍ଥକ
କୋଲକାତା: କତାରରେ ଚାଲିଥିବା ଫିଫା ବିଶ୍ୱକପ୍‍ ଫୁଟବଲର ପ୍ରଭାବ ଏବେ ବିଶ୍ୱର ସମସ୍ତ ଫୁଟବଲ ପ୍ରେମୀଙ୍କ ଉପରେ ପଡ଼ିଛି। ଫୁଟବଲ ଲାଗି ପାଗଳ ହୋଇଯାଉଥିବା କୋଲକାତାର ସମର୍ଥକ ମାନେ ଏଥିରୁ ବାଦ୍‍ ଯାଆନ୍ତେ କିପରି ? ଫିଫାର ଏହି ସିନିୟର ପୁରୁଷ ବିଶ୍ୱକପ୍‍ ଖେଳ ଦେଖିବାକୁ କୋଲକାତାରୁ କେବଳ ୯,୦୦୦ ସମର୍ଥକ ଏବେ କତାରରେ ଅଛନ୍ତି। ଏମାନେ ଡିସେମ୍ବର ୧୮ ତାରିଖ ଯାଏ ଖେଳ ଦେଖିବା ପରେ ସ୍ୱଦେଶ ଫେରିବେ ବୋଲି ପ୍ରକାଶ କରିଛନ୍ତି ଟ୍ରାଭେଲ ଏଜେଣ୍ଟ ଫେଡେରେସନ ଅଫ୍‍ ଇଣ୍ଡିଆର ସଭାପତି ଅନୀଲ ପଞ୍ଜାବୀ। ଏମାନଙ୍କ ସହ ପୂର୍ବ ଭାରତରୁ ପାଖାପାଖି ୧୨,୦୦୦ ଫୁଟବଲ ସମର୍ଥକ ଏବେ କତାରରେ ବିଶ୍ୱକପ୍‍କୁ ଉପଭୋଗ କରୁଛନ୍ତି। ଏହା ମଧ୍ୟରେ ଖେଳ ସେମିଫାଇନାଲ ଓ ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲାଣି। ଏହି ପର୍ଯ୍ୟାୟକୁ ଦେଖିବା ଲାଗି କୋଲକାତାରୁ ଆଉ ୧୫୦୦ ଦର୍ଶକ କତାର ଯିବେ ବୋଲି ଆଶା କରାଯାଉଛି।
ଏଠାରେ ପ୍ରଶ୍ନଉଠେ ଭାରତରେ କ୍ରିକେଟ ଖେଳର ଲୋକପ୍ରିୟତା ଥିଲାବେଳେ ଫୁଟବଲ ପ୍ରତି ଏତେ ଆଗ୍ରହ କାହିଁକି। ଏହାର କାରଣ ହେଲା ପୂର୍ବ ଭାରତରେ ଫୁଟବଲ ଖେଳ ପ୍ରତି ଅତ୍ୟନ୍ତ ଆଗ୍ରହ। ଏହି ଆଗ୍ରହ ଯୋଗୁ ସମର୍ଥକମାନେ ଫୁଟବଲ ମ୍ୟାଚ୍‍କୁ ଅଧିକ ଉପଭୋଗ କରିଥାନ୍ତି। ଏହା ବ୍ୟତୀତ କରୋନା ଯୋଗୁ ଗତ କିଛି ବର୍ଷ ହେଲା ଫୁଟବଲ ସମର୍ଥକମାନେ ଘରୁ ବାହାରି ପାରି ନାହାନ୍ତି। ଭାରତରେ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇ ନାହିଁ। ଏହା ମଧ୍ୟ ଏକ ବଡ଼ କାରଣ ବୋଲି ପଞ୍ଜାବୀ କହନ୍ତି।
ଆଉ ଏକ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ଆର୍ଥିକ ସ୍ଥିତି ଓ ଯୋଗାଯୋଗ ସୁବିଧାର ଉପଲବ୍ଧ। ଏବେ ଭାରତୀୟ ଅର୍ଥନୀତିରେ ଢ଼େର ଉନ୍ନତି ହୋଇଛି। ସାଧରଣ ଜନତାଙ୍କ ଜୀବନ ଧାରଣ ମାନରେ ଉନ୍ନତି ହୋଇଥିଲା ବେଳେ ଆୟ ବୃଦ୍ଧି ହୋଇଛି। ଏହା ବ୍ୟତୀତ କୋଲକାତାରୁ କତାରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଛି। ଏଠାରୁ ଯିବାଆସିବା ଲାଗି ୫୫,୦୦୦ରୁ ୬୦,୦୦୦ ଟଙ୍କା ଲାଗୁଛି। ଏଣୁ ଏହି ସବୁ କାରଣ ଯୋଗୁ କତାରକୁ ଏତେ ସଂଖ୍ୟାରେ ସମର୍ଥକ ଯାଇଛନ୍ତି।
ଫୁଟବଲରେ ଦକ୍ଷ ଓ ଲୋକପ୍ରିୟ ଟିମ୍‍ ବ୍ରାଜିଲ ଓ ପର୍ତ୍ତୁଗାଲ ବିଦା ହେବା ସତ୍ତ୍ବେ ଏହି ସମର୍ଥକ ଆର୍ଜେଣ୍ଟିନାର ବଡ଼ ସମର୍ଥକ ପାଲଟିଛନ୍ତି। ମେସୀଙ୍କ ପରି ଖେଳାଳିଙ୍କୁ ଖେଳ ନିଜ ଆଖିରେ ଦେଖିବା ସୌଭାଗ୍ୟର କଥା। ଏହାକୁ ମୁଁ ଆଦୌ ହାତଛଡ଼ା କରିବି ନାହିଁ ବୋଲି ଲେକ୍‍ ଟାଉନ ବାସିନ୍ଦା ଶୁଭମ ମିତ୍ର ପ୍ରକାଶ କରିଛନ୍ତି। ସେ ସୋମବାର କତାର ଅଭିମୁଖେ ଯିବେ ଓ ମଙ୍ଗଳବାର ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ ମୁକାବିଲାକୁ ଦେଖିବେ ବୋଲି କହିଛନ୍ତି।
ପଶ୍ଚିମବଙ୍ଗ ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ, ୩ ମୃତ
କୋଲକାତା: ଗତକାଲି ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ସ୍ତିତ ଅର୍ଜୁନ ନଗର ଅଞ୍ଚଳରେ ରହୁଥିବା ତ୍ରୁଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ଅଚାନକ ବୋମା ବିସ୍ଫୋରଣ ହୋଇ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସର ସୂଚନା ମୁତାବକ ଟିଏମସିର ବୁଥ୍ ସଭାପତିଙ୍କ ନେରିବିଲା ଗାଁରେ ଥିବା ରାଜକୁମାର ମାନ୍ନାଙ୍କ ବାସଭବନରେ ଶୁକ୍ରବାର ରାତି ୧୧.୧୫ମିନିଟର ବିସ୍ଫୋରଣ ହୋଇଥିଲା । ଏଥିରେ ବାସଭବନଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ହେଲେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଛାତ ପୂରା ଉଡି ଯାଇଛି। ଏଥିସହ ଘରଟି ସମ୍ପୂର୍ଣ୍ଣ ନଷ୍ଟ ମଧ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟପଟେ ବିଜେପି ଅଭିଯୋଗ କରିଛି ଯେ ଟିଏମସି ନେତାଙ୍କ ଘରେ ବୋମା ତିଆରି କରାଯାଉଥିଲା । ସେଥିପାଇଁ ଏହି ବିସ୍ଫୋରଣ ଘଟିଛି ।
କୋଲକାତା: ପୁଅ ସହ ମିଶି ସ୍ବାମୀକୁ ମାରି ୬ରୁ ୮ଖଣ୍ଡ କରି କାଟି ଦେଲା ମା’ । ପଶ୍ଚିମବଙ୍ଗର ଦକ୍ଷିଣ ପରଗାନାର ବାରୁପୁର ଅଞ୍ଚଳରୁ ଏପରି ଏକ ଭୟାନକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଅ ନୌସେନାରୁ ଅବସରପ୍ରାପ୍ତ ବାପଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତରେ ସମ୍ପୃକ୍ତ ପୋଲିସ ମୃତଦେହକୁ ଉଦ୍ଧାର କରିଛି। ଯେତେବେଳେ ପୋଲିସ ଏହି ଘଟଣାର ଅଧିକ ତନାଘନା କରିବାକୁ ଲାଗିଲା ସେତେବେଳେ ଜଣାପଡିଥିଲା ​​ଯେ ମା ପୁଅ ମିଶି ବାପାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଆରିରେ କାଟି ପାଞ୍ଚ ଖଣ୍ଡ କରି ଫୋପାଡ଼ି ଦେଇଥିଲେ । ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନଲିଭୁଣୁ ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ କୋଲକାତାରେ ଚର୍ଚ୍ଚା । ପଶ୍ଚିମବଙ୍ଗ ଉତ୍ତର ୨୪ ପରଗଣା ମଲ୍ଲିକପୁର ଡିହିପଡ଼ାରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।
ପୂର୍ବତନ ନୌସେନା ଅଧିକାରୀ ଉଜ୍ବଳ ୧୮ ତାରିଖରୁ ନିଖୋଜ ଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସ୍ତ୍ରୀ ଓ ପୁଅକୁ ପଚରାଉଚରା କରିବା ବେଳେ ବାପାକୁ ମାରି ଖଣ୍ଡ ଖଣ୍ଡ କରିଦେଇଥିବା ସ୍ବୀକାର କରିଛି ପୁଅ । ମୃତ ଉଜ୍ବଳ ନୌସେନାର ପୂର୍ବତନ ଅଧିକାରୀ ଥିଲେ । ନିକଟରେ ଏକ କମ୍ପାନୀର ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରିଥିଲେ । ମଦ ପିଇ ପ୍ରତିଦିନ ସ୍ତ୍ରୀ ଓ ପିଲା ସହ ଝଗଡ଼ା କରୁଥିଲେ । ଯାହାକୁ ନେଇ ଉଭୟ ମାଆ ଓ ପୁଅଙ୍କ ମଧ୍ୟରେ କ୍ରୋଧ ଦେଖା ଦେଇଥିଲା । ୧୮ ତାରିଖ ଦିନ ପୁଣି ମଦ ପିଇ ଉଜ୍ବଳ ଝଗଡ଼ା କରିବାରୁ ମାଆ ପୁଅ ମିଳିମିଶି ଉଜ୍ବଳଙ୍କୁ ଶ୍ବାସରୁଦ୍ଧ କରି ମାରିବା ସହ ମୃତଦେହକୁ ଏକ ଧାରୁଆ ଅସ୍ତ୍ରରେ ୬ରୁ ୮ ଖଣ୍ଡ କରି ପୋଖରୀରେ ଫିଙ୍ଗି ଦେଇଥିଲେ । ପୋଲିସ ଉଜ୍ବଳଙ୍କ ମୃତଦେହର ଏକ କଟା ଅଂଶ ପାଇଥିବା ବେଳେ, ଶରୀରର ଆଉ କୌଣସି ଅଂଶ ମିଳିନାହିଁ ।
ସ୍ମାର୍ଟ ଫୋନ୍‌ କିଣିବା ନିଶା; ଟଙ୍କା ପାଇଁ ରକ୍ତ ବିକିବାକୁ ୩୦ କି.ମି ବସ୍‌ରେ ଯାତ୍ରା କରି ହସ୍ପିଟାଲରେ ପହଞ୍ଚିଲା ନାବାଳିକା
କୋଲକାତା: ଆଜିକାଲି ସବୁକିଛି ମୋବାଇଲ ଫୋନ ଦ୍ବାରା କରିବା ସମ୍ଭବ। ଏଥିପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। କିନ୍ତୁ ସ୍ମାର୍ଟଫୋନ ନିଶାରେ ପଶ୍ଚିମବଙ୍ଗର ଜଣେ ନାବାଳିକା ଯାହା କରିଛନ୍ତି ତାହା ଶୁଣିଲେ ଅନେକ ହୁଏତ ଆଶ୍ଚର୍ଯ୍ୟ ହୋଇପଡ଼ିବେ। ପଶ୍ଚିମବଙ୍ଗର ଦିନାଜପୁରର ଜଣେ ନାବାଳିକା ସ୍ମାର୍ଟଫୋନ କିଣିବାକୁ ଅର୍ଥ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ନିଜର ରକ୍ତ ବିକ୍ରି କରିବା ଲାଗି ଦୀର୍ଘ ୩୦ କିମି ବସ୍‌ରେ ଯାତ୍ରା କରି ହସ୍ପିଟାଲରେ ପହଞ୍ଚିଥିବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।
ମିଳିଥିବା ଖବର ଅନୁସାରେ ଦିନାଜପୁର ଜିଲ୍ଲା ତପନ ଅଞ୍ଚଳର ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଅଚାନକ ଭାବେ ବାଲୁରଘାଟ ଜିଲ୍ଲା ହସ୍ପିଟାଲ୍‌ର ବ୍ଲଡ୍‌ବ୍ୟାଙ୍କରେ ପହଞ୍ଚି ନିଜର ରକ୍ତ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତେବେ ରକ୍ତ ବିକିବା ପଛର କାରଣ ପଚାରିବାରୁ ପ୍ରଥମେ ସ୍ମାର୍ଟ ଫୋନ କଥା ଲୁଚାଇଥିଲେ ନାବାଳିକା। ନାବାଳିକା ଜଣକ ନିଜ ବାପା-ମା’ ନଥିବା ମିଛ କହିଥିଲେ। ପରେ ସବୁକଥା କହିଥିଲେ। ଗରିବ ଘର ହୋଇଥିଲେ ମଧ୍ୟ ସ୍ମାର୍ଟ ଫୋନ୍ ବ୍ୟବହାର କରିବାକୁ ଇଚ୍ଛା ଥିଲା। ଏଥିପାଇଁ ସେ ଏକ ସ୍ମାର୍ଟ ଫୋନ୍‌ ଅର୍ଡ଼ର କରିଥିଲେ। କିନ୍ତୁ ଫୋନର ଦାମ ୯୦୦୦ ଟଙ୍କା ଯୋଗାଡ଼ କରିପାରି ନଥିବାରୁ ରକ୍ତ ବିକିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ନାବାଳିକା ଜଣକ କହିଥିଲେ। ଏଭଳି ବିଷୟ ଜାଣିବା ପରେ ରକ୍ତ ଭଣ୍ଡାର କର୍ମଚାରୀମାନେ ସମ୍ଭୀଭୂତ ହୋଇଯାଇଥିଲେ। ହେଲେ ରକ୍ତ ଭଣ୍ଡାରରେ ରକ୍ତ କିଣାଯାଏ ନାହିଁ ବୋଲି ସେମାନେ କହିବା ସହିତ ନାବାଳିକାକୁ ହସ୍ପିଟାଲ କର୍ମଚାରୀମାନେ ଶିଶୁ ଯତ୍ନ ବିଭାଗକୁ ସୂଚନା ଦେଇଥିଲେ। ପରେ ପରେ ସଂପୃକ୍ତ ନାବାଳିକାକୁ ଏକ ଏନଜିଓକୁ ହସ୍ତାନ୍ତର କରାଯିବା ପରେ ତାଙ୍କ ପରିବାରକୁ ଖବର ଦିଆଯାଇଥିଲା। ନାବାଳିକାଙ୍କ ପିତା ଜଣେ ପନିପରିବା ବିକ୍ରେତା ହୋଇଥିଲା ବେଳେ ଝିଅର ଏଭଳି କାର୍ଯ୍ୟକୁ ନେଇ କିଛି ଜାଣି ନଥିବା କହିଛନ୍ତି।
କୋଲକାତା: କୋଲକତାର ଜଲପାଇଗୁଡ଼ିରେ ମା’ ଦୁର୍ଗାଙ୍କ ଭସାଣି ସମୟରେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ସମୟରେ ଜଲପାଇଗୁଡ଼ିର ମାଲ ନଦୀ କୂଳରେ ଶହ ଶହ ଲୋକ ଏକାଠି ହୋଇଥିଲେ। ନଦୀରେ ହଠାତ୍ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୪ ମହିଳା ରହିଛନ୍ତି । ଭାସିଯାଇଥିବା ଭକ୍ତଙ୍କ ମଧ୍ୟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୩୦ରୁ ୪୦ ଜଣ ଏବେବି ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର ଲାଗି ଚାଲିଛି ସର୍ଚ୍ଚ ଅପରେସନ୍ ।
ଗତକାଲି ରାତିରେ ଏହି ଅଘଟଣ ଘଟିଛି । ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କୁ ବିସର୍ଜନ କରିବାକୁ ଶ୍ରଦ୍ଧାଳୁମାନେ ଯାଇଥିଲେ । ଏହି ସମୟରେ ମାଲ୍ ନଦୀରେ ହଠାତ ବନ୍ୟା ଜଳ ଆସିଯିବାରୁ ବହୁ ଲୋକ ଭାସି ଯାଇଥିଲେ । NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଲ ନଦୀରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବାବେଳେ ଲଘୁଚାପ ବର୍ଷା ଯୋଗୁ ମାଲ ନଦୀରେ ବନ୍ୟା ଜଳ ଆସିଥିଲା। ନଦୀରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମୂର୍ତ୍ତି ଭସାଣ କରୁଥିଲେ। ଏଥିରେ ଶହେରୁ ଅଧିକ ଭକ୍ତ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “ପଶ୍ଚିମବଙ୍ଗର ଜାଲପାଇଗୁଡିରେ ଦୁର୍ଗା ପୂଜା ଉତ୍ସବରେ ଘଟିଥିବା ଦୁର୍ଘଟଣାରେ ଦୁଃଖିତ। ଯେଉଁମାନେ ଆତ୍ମୀୟଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା।”
ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ଓ କୋଲକାତା
ନୂଆଦିଲ୍ଲୀ : ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୮ ସହର ରହିଛି। ତେବେ ଦିଲ୍ଲୀ ଏବଂ କୋଲକାତା ଭଳି ଦୁଇ ସହରର ପ୍ରଦୂଷଣ ହାର ସବୁଠୁ ଅଧିକ। ବିଶେଷକରି ଦିଲ୍ଲୀର ସ୍ଥିତି ସବୁଠୁ ଉଦବେଗଜନକ ବୋଲି ଆମେରିକାର‘ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ(ଏଚଇଆଇ)’ ପକ୍ଷରୁ କରାଯାଇଥିବା ଏକ ସର୍ବଶେଷ ଅନୁଧ୍ୟାନରୁ ଜଣାପଡ଼ିଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସଂସ୍ଥା ପକ୍ଷରୁ କରାଯାଇଥିବା ଅନୁଧ୍ୟାନ ଅନୁଯାୟୀ, ଭାରତର ଦୁଇ ପ୍ରମୁଖ ସହର ଦିଲ୍ଲୀ ଓ କୋଲକାତା ପ୍ରଦୂଷଣ ତାଲିକାର ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଏହିସବୁ ସହରରେ ପ୍ରଦୂଷଣ ବୃଦ୍ଧି କରୁଥିବା ବିପଦପୂର୍ଣ୍ଣ  ‘ଫାଇନ୍‌  ପାର୍ଟିକିଲ ପଲ୍ୟୁଟାଣ୍ଟ  (ପିଏମ୨.୫)ର ମାତ୍ରା ସବୁଠୁ ଅଧିକ ରହିଛି। ୨୦୧୦ ରୁ ୨୦୧୯ ମଧ୍ୟରେ ବିଶ୍ବର ବିଭିନ୍ନ ପ୍ରଦୁଷିତ ସହରଗୁଡିକରେ ରହୁଥିବା ଏହି କଣିକାକୁ ନେଇ ଅନୁଧ୍ୟାନ କରାଯାଇଥିଲା। ହେଲେ ଦିଲ୍ଲୀରେ ଏହି କଣିକା ହାର ସବୁଠୁ ଅଧିକ ରହିଥିବା କୁହାଯାଇଛି।  ପିଏମ୨.୫ ସହ ବାୟୁମଣ୍ଡଳରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ (ଏନଓ୨)ର ସ୍ତର ମଧ୍ୟ ଦିଲ୍ଲୀରେ ଉଦବେଗଜନକ ରହିଛି। ବାୟୁମଣ୍ଡଳକୁ ଏନଓ୨ ନିର୍ଗତ କରୁଥିବା ସହର ତାଲିକାରେ ଚୀନ୍‌ର ସାଂଘାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ମସ୍କୋ ଦ୍ବିତୀୟ ସ୍ଥାନରେ ରହିଛି। ବୁଧବାର ଏଚଇଆଇ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ୨୦୧୦ରୁ ୨୦୧୯ ମଧ୍ୟରେ ସହରଗୁଡ଼ିକର ବାୟୁର ଗୁଣବତ୍ତା ଓ ସ୍ୱାସ୍ଥ୍ୟଜନିତ ତଥ୍ୟକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି।
ତଥ୍ୟରୁ ଜଣାପଡ଼ିଛି ଯେ, ଦୁଇ ପ୍ରକାରର ପ୍ରଦୂଷଣ ବାୟୁମଣ୍ଡଳରେ ବଢ଼ିବାରେ ଲାଗିଛି। ସ୍ୱଳ୍ପ ଓ ମଧ୍ୟମ ଆୟ କରୁଥିବା ଦେଶଗୁଡ଼ିକର ବିଭିନ୍ନ ସହରରେ ପିଏମ ୨.୫ ପ୍ରଦୂଷଣ ଅଧିକ ରହୁଛି। ସେହିପରି ବିକଶିତ ରାଷ୍ଟ୍ରଗୁଡ଼ିକରେ ଥିବା ସହରଗୁଡ଼ିରେ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌(ଏନଓ୨) ଜନିତ ପ୍ରଦୂଷଣ ଅଧିକ ଦେଖିବାକୁ ମିଳୁଛି। କିଛି ସ୍ୱଳ୍ପ ଓ ମଧ୍ୟମ ଧରଣର ଆୟକାରୀ ଦେଶର ସହରଗୁଡ଼ିକରେ ମଧ୍ୟ ନାଇଟ୍ରୋଜେନ ଡାଇଅକ୍ସାଇଡ୍‌ଜନିତ ପ୍ରଦୂଷଣ ବୃଦ୍ଧି ପାଉଛି। ଏହି ରିପୋର୍ଟ ପ୍ରସ୍ତୁତ କରାଯିବା ପୂର୍ବରୁ ବଶ୍ୱର ୭୦୦ରୁ ଅଧିକ ସହରର ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ପ୍ରଭାବ ସମ୍ପର୍କିତ ତଥ୍ୟକୁ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲା। ଜୀବଜଗତ ପାଇଁ ଘାତକ ସାଜୁଥିବା ପିଏମ ୨.୫ ଓ ଏନ୍‌ଓ୨ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।
୨୦୧୯ରେ ୧.୭ ନିୟୁତ ଲୋକ ପିଏମ ୨.୫ ଜନିତ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଥିଲେ।୭,୨୩୯ଟି ସହରରେ ଏହି ସଂଖ୍ୟକ ଲୋକ ବାୟୁରେ ଥିବା ପିଏମ ୨.୫ ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡ଼ିଥିବା କୁହାଯାଇଛି। ଏସିଆ, ଆଫ୍ରିକା, ପୂର୍ବ ଓ କେନ୍ଦ୍ରୀୟ ୟୁରୋପରେ ପ୍ରଦୂଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି। ଏହାପୂର୍ବରୁ ଏଚ୍‌ଇଆଇ କହିଥିଲା ଯେ ୨୦୧୯ରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ୬.୭ ନିୟୁତ ଲୋକଙ୍କ ଜୀବନ ନେଇଥିଲା। ବାୟୁ ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ଯୁବବର୍ଗ, ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଉପରେ ପଡ଼ୁଛି।
ଏହି ରିପୋର୍ଟରେ କୁହାଯାଇଛି ଯେ ପିଏମ ୨.୫କୁ ନେଇ ବିଶ୍ୱର ସବୁଠୁ ଅଧିକ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ, କୋଲକାତା, କାନୋ (ନାଇଜେରିଆ), ଲିଆମ (ପେରୁ), ଢାକା (ବାଂଲାଦେଶ), ଜାକର୍ତ୍ତା (ଇଣ୍ଡୋନେସିଆ), ଲାଗୋସ (ନାଇଜେରିଆ), କରାଚି (ପାକିସ୍ତାନ), ବେଜିଂ(ଚାଇନା) ଓ ଆଙ୍କାରା(ଘାନା) ରହିଛି। ସେହିପରି ନାଇଟ୍ରୋଜେନ ଡାଇଅକ୍ସାଇଡଜନିତ  ସବୁଠୁ ଅଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ସାଂଘାଇ, ମସ୍କୋ, ତେହରାନ, ସେଣ୍ଟ ପିଟର୍ସବର୍ଗ, ବେଜିଂ, କାଇରୋ, ଅଶଗାବଟ (ତୁର୍କୀସ୍ତାନ), ମିନସ୍କ (ବେଲାରୁଷ), ଇସ୍ତାନବୁଲ (ତୁର୍କୀ) ଓ ହୋ ଚି ମିନ ସିଟି (ଭିଏତନାମ) ରହିଛି।