career - The Sakala
ଫ୍ରିଲାନ୍ସିଂରେ କ୍ୟାରିୟର କରିବାର ଅନେକ ବିକଳ୍ପ ଅଛି। ଏଥିରେ ସ୍ବାଧୀନ ଭାବେ କାମ କରାଯାଏ। ଫ୍ରିଲାନ୍ସିଂ ମାଧ୍ୟମରେ ଚାକିରି ସହିତ ଅତିରିକ୍ତ ଆୟ କରିବା ସମ୍ଭବପର। ତେବେ ଫ୍ରିଲାନ୍ସିଂ କରିବା ପୂର୍ବରୁ କେଉଁ ସବୁ ଦିଗ ଉପରେ ଧ୍ୟାନ ଦେବା ଦରକାର, ସେ ସମ୍ପର୍କରେ ଜାଣିବା।
ଯେଉଁ କ୍ଷେତ୍ରରେ ରୁଚି ଅଛି ତାହାକୁ ପ୍ରଥମେ ଜାଣନ୍ତୁ।
-ରୁଚି ଥିବା କାମରେ ଫ୍ରିଲାନ୍ସିଂ କରିବା ଭଲ।
-ଅନଲାଇନ୍‌ ମାଧ୍ୟମରେ କିଛି କାମ ଶିଖି, ଫ୍ରିଲାନ୍ସିଂ କରିପାରିବେ।
-ଫ୍ରିଲାନ୍ସିଂ ଯେଉଁ କ୍ଷେତ୍ରରେ କରିବାକୁ ଚାହୁଁଛନ୍ତି, ତା’ସହିତ ଜଡ଼ିତ ୱେବ୍‌ସାଇଟ୍‌ରେ ଆକାଉଣ୍ଟ ତିଆରି କରନ୍ତୁ। ଏହା ଦ୍ବାରା କାମ ଖୋଜିବା ସହଜ ହୁଏ।
-ଫ୍ରିଲାନ୍ସିଂ କରିବା ପୂର୍ବରୁ ମାର୍କେଟ୍ ରିସର୍ଚ୍ଚ କରିବା ଜରୁରି।
-ଫ୍ରିଲାନ୍ସିଂରେ କାମ କରିବାକୁ ହେଲେ ତାହାକୁ ସମୟ ମଧ୍ୟରେ ପୂରା କରିବାକୁ ହୋଇଥାଏ।
ଆଜିକାଲି ମନୁଷ୍ୟର କାର୍ଯ୍ୟକୁ ସହଜ କରୁଛି ମେସିନ୍‌। ଆଉ ଏବେ ରୋବୋଟ୍‌ ସ୍ବଳ୍ପସମୟରେ ଅନେକ କାର୍ଯ୍ୟକୁ ସହଜରେ କରିପାରୁଛି। ଏହି କାରଣରୁ ସ୍ବାସ୍ଥ୍ୟ, ଉଦ୍ୟୋଗ କମ୍ପାନୀ, ଶିଳ୍ପ କାରଖାନା, ଶିକ୍ଷା କ୍ଷେତ୍ରରେ ରୋବୋଟ୍‌ ସାଇନ୍ସର ଆବଶ୍ୟକତା ବଢ଼ିବାରେ ଲାଗିଛି। ଏ କ୍ଷେତ୍ରରେ ଅଧିକ ସୁଯୋଗ ରହିଥିବାରୁ ବର୍ତ୍ତମାନ ଯୁବପିଢ଼ି ରୋବୋଟିକ୍ସ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ମନ ବଳାଉଛନ୍ତି।
ରୋବୋଟିକ୍ସ ଇଞ୍ଜିନିୟରିଂ ସହିତ କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଏବଂ ମେକାନିକାଲ ଇଞ୍ଜିନିୟରିଂ ଆଦି ମିଳିତ ଭାବେ ରୋବୋଟ୍‌ର ଡିଜାଇନ୍‌, ଗଠନ, ପାୱାର ସପ୍ଲାଇ, ଇନ୍‌ଫରମେଶନ ପ୍ରୋସେସିଂ ଏବଂ ସଫ୍ଟୱେର ଆଦି କାମ କରିଥାଏ। ଏହା ଏକପ୍ରକାର ସ୍ବୟଂଚାଳିତ ଯାନ୍ତ୍ରିକ ଯନ୍ତ୍ର। ଯାହା କମ୍ପ୍ୟୁଟର ପ୍ରୋଗ୍ରାମିଂ କିମ୍ବା ମେସିନ୍‌ ପ୍ରୋଗ୍ରାମିଂ ଭାଷାର ସହାୟତାରେ କାମ କରିଥାଏ। ତେଣୁ ଜଣେ ବ୍ୟକ୍ତି ନିଜ ଇଚ୍ଛା ମୁତାବକ ଏହାକୁ ନିୟନ୍ତ୍ରଣ କରିପାରନ୍ତି। ଏହି ପ୍ରଣାଳୀରେ ସେନ୍ସର, କଣ୍ଟ୍ରୋଲ ସେନ୍ସର, ମ୍ୟାନିପୁଲେଟ୍‌ସ ପାୱାର ସପ୍ଲାଇ ଏବଂ ସଫ୍ଟୱେର ଆଦି ସଂଯୋଗ ରହିଥÒବାରୁ କାର୍ଯ୍ୟ କରିବାକୁ ସହଜ ହୁଏ। ଇଣ୍ଡଷ୍ଟ୍ରିଆଲ ରୋବୋଟ୍‌, ହୋମ୍‌ ୟୁଜ୍‌ ରୋବୋଟ୍‌, ମେଡିକାଲ ରୋବୋଟ୍‌, ମିଲିଟାରୀ ରୋବୋଟ୍‌, ସ୍ପେଶ୍‌ ରୋବୋଟ୍‌ ଆଦି ଅନେକ ପ୍ରକାର ରୋବୋଟ୍‌ର ବ୍ୟବହାର ଭିନ୍ନ ଭିନ୍ନ ।
ଯୋଗ୍ୟତା
ଏ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ, (ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତ)ରେ ଦ୍ବାଦଶ ପାସ୍‌ କରିଥିବା ଦରକାର। ଏହାବାଦ୍‌ ମେକାନିକାଲ, ଇଲେକ୍ଟ୍ରିକାଲ, ବି.ଇ (କମ୍ପ୍ୟୁଟର ସାଇନ୍ସ ଆଦି କୋର୍ସରେ ନାଁ ଲେଖାଇ ପାରିବେ। ଡିପ୍ଲୋମା, ଡିଗ୍ରୀ ଓ ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ ରହିଛି। ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍‌, ଆଡଭାନ୍ସ ରୋବୋଟିକ୍ସ କୋର୍ସ କରି କରିପାରିବେ।
କାମ କ’ଣ
ରୋବୋଟିକ୍ସ ଆଣ୍ଡ୍‌ ଅଟୋମେଶନ ଇଞ୍ଜିନିୟିଂରରେ ଉତ୍ତମ କ୍ୟାରିୟର ପାଇଁ ସୁଯୋଗ ରହିଛି। ପଢ଼ା ପରେ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ, ରୋବୋଟ୍‌ ମ୍ୟାନୁଫ୍ୟାକଚରିଂ ଆଣ୍ଡ ଟେଷ୍ଟିଂ, କ୍ବାଲିଟି କଣ୍ଟ୍ରୋଲ ସେଣ୍ଟରରେ କାମ କରିବାକୁ ସୁଯୋଗ ରହିଛି। ଏ କ୍ଷେତ୍ରରେ କାମ କରିବା ବ୍ୟକ୍ତି ରୋବୋଟିକ୍ସ ଇଞ୍ଜିନିୟର, ରୋବୋଟିକ୍ସ ସାଇଣ୍ଟିଷ୍ଟ, ରୋବୋଟିକ୍ସ ଟେକ୍‌ନିସିଆନ ଭାବେ କାମ କରିଥା’ନ୍ତି। ସେହିପରି ରୋବୋଟିକ୍ସରେ ସ୍ନାତକୋତ୍ତର ପାସ୍‌ କରିଥିବା ବ୍ୟକ୍ତିଙ୍କୁ ନାସା ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନରେ କାମ କରିବାର ସୁଯୋଗ ରହିଛି।
ନିଯୁକ୍ତି ସୁଯୋଗ
ଦେଶ ଓ ବିଦେଶରେ ଚାକିରି ପାଇଁ ଭଲ ସୁଯୋଗ ରହିଛି। ଦକ୍ଷତା ଅନୁଯାୟୀ ଏହି କ୍ଷେତ୍ରରେ ବିଭିନ୍ନ ସରକାରୀ ଓ ବେସରକାରୀ ଉଦ୍ୟୋଗରେ କାମ କରିବାର ସୁଯୋଗ ପାଇବେ। ଘରୋଇ ଶିଳ୍ପ ପ୍ରତିଷ୍ଠାନ, ଅଟୋମୋବାଇଲସ୍‌ ଇଣ୍ଡଷ୍ଟ୍ରୀ ଟୁଲ୍‌ସରେ ସହଜରେ ଆପଣ ଚାକିରି ଚୟନ କରିପାରିବେ। ଏହା ବ୍ୟତୀତ ରୋବୋଟିକ୍ସ ସାଇଣ୍ଟିଷ୍ଟ, ରୋବୋଟିକ୍ସ ଇଞ୍ଜିନିୟରିଂ,ରୋବୋଟିକ୍ସ ଟେକ୍ନିକାଲ ପରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସମ୍ମାନଜନକ ପଦରେ ଚାକିରି କରିପାରିବେ।
ରୋଜଗାର
କାମ ଆରମ୍ଭରୁ ମାସିକ ୫୦ ହଜାରରୁ ୧ ଲକ୍ଷ ଟଙ୍କା ଦରମା ମିଳିଥାଏ। ଦକ୍ଷତା ଅନୁସାରେ ଦରମା ବଢ଼ିଥାଏ। ଯାହାକି, ଜଣେ ବ୍ୟକ୍ତି ୨ ରୁ ୩ ଲକ୍ଷ ଟଙ୍କା ମାସିକ େରାଜଗାର କରିପାରିବେ।
ଦିନକୁ ଦିନ ବନ୍ୟସମ୍ପଦ ହ୍ରାସ ପାଇବାରେ ଲାଗିଛି। ଜଙ୍ଗଲ କ୍ଷୟ ଯୋଗୁ ଜଳବାୟୁ ଉପରେ ବ୍ୟାପକ ପ୍ରଭାବ ପଡ଼ୁଛି। ବିଶ୍ବତାପନ ବୃଦ୍ଧି ପାଉଛି। ସେହିପରି ଅବାଧ ଶିକାର ଯୋଗୁଁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଉଦ୍‌ବେଗଜନକଭାବେ କମି ଯାଉଛି। ଏହି ବିପର୍ଯ୍ୟୟ କେବେଳ ଗୋଟିଏ ରାଜ୍ୟ କିମ୍ବା ଦେଶରେ ସୀମିତ ହୋଇ ରହିନାହିଁ। ଏହା ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ସହ ବନ୍ୟ ସମ୍ପଦର ସଂରକ୍ଷଣ କରାଯିବାକୁ ପ୍ରୟାସ କରାଯାଉଛି। ଯେଉଁଥିପାଇଁ ପର୍ଯ୍ୟପ୍ତ ମାନବ ସମ୍ବଳର ଆବଶ୍ୟକତା ପଡ଼ୁଛି। ଏହି ପ୍ରେକ୍ଷାପଟ୍ଟରେ ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫ୍‌ କ୍ଷେତ୍ରରେ ନିଯୁକ୍ତିର ବ୍ୟାପକ ସମ୍ଭାବନା ରହିଛି।
ଶିକ୍ଷାଗତା ଯୋଗ୍ୟତା
ଫରେଷ୍ଟ ଆଣ୍ଡ ୱାଇଲ୍ଡଲାଇଫ୍‌ରେ କ୍ୟାରିୟର କରିବାକୁ ହେଲେ ଯୁକ୍ତ ଦୁଇ ବିଜ୍ଞାନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ ବିଷୟବସ୍ତୁ ଥିବା ଅନିବାର୍ଯ୍ୟ। ଏଥିସହ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ଜରୁରି। କେତେକ ଶିକ୍ଷାନୁଷ୍ଠାନରେ ପ୍ରବେଶିକା ପରୀକ୍ଷା ଓ କାଉସେଲିଂ ମଧ୍ୟ କରାଯାଏ। ଏହାପରେ ବିଏସ୍‌ସି ଫରେଷ୍ଟ୍ରି, ଫରେଷ୍ଟ ମ୍ୟାନେଜ୍‌ମେଣ୍ଟ, ଫରେଷ୍ଟ ଇକୋନୋମିକ୍ସ, ୱାଇଲ୍ଡଲାଇଫ୍‌ ସାଇନ୍ସ ଆଦି କୋର୍ସ କରିପାରିବେ। ଏ କ୍ଷେତ୍ରରେ ଅଧÒକ ପାଠ ପଢ଼ିବାକୁ ଚାହୁଁଥିଲେ, ଏମ୍‌ଫିଲ୍‌ କିମ୍ବା ପିଏଚ୍‌ଡି କରିପାରିବେ।
ନିଯୁକ୍ତି ସୁଯୋଗ
ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ରହିଛି। ୱାଇଲ୍ଡଲାଇଫ୍ ରେଞ୍ଜ, ପ୍ରାଣୀ ଉଦ୍ୟାନ, ନ୍ୟାସ୍‌ନାଲ୍‌ ବନ୍ୟପ୍ରାଣୀ ଅନୁସନ୍ଧାନ ପ୍ରତିଷ୍ଠାନ, ଭାତୀୟ ବନ ବିଭାଗ ଅନୁସନ୍ଧାନ ଏବଂ ଶିକ୍ଷା ପରିଷଦ, ବନ୍ୟଜନ୍ତୁ ବିଭାଗ, ଜଙ୍ଗଲ ବିଭାଗ ଇତ୍ୟାଦିରେ ଚାକିରି କରି ପାରିବେ। ଏହି କ୍ଷେତ୍ରର ଭାରତୀୟ ବନ ସେବା ଅର୍ଥାତ୍‌ ଆଇଏଫ୍‌ଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ଉଚ୍ଚ ପଦବୀରେ ଅଧÒଷ୍ଠିତ ହୋଇପାରିବେ।
କାର୍ଯ୍ୟ
ପଦବୀ ଓ ବିଭାଗକୁ ନେଇ ଏ କ୍ଷେତ୍ରରେ କାର୍ଯ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଯେପରିକି ଜଣେ ଫରେଷ୍ଟର୍‌ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା ସହିତ ଲ୍ୟାଣ୍ଡସ୍କେପ୍ ପରିଚାଳନା, ଜଙ୍ଗଲ ଏବଂ ପ୍ରକୃତି ସହିତ ଜଡ଼ିତ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିଥା’ନ୍ତି। ସେହିଭଳି ଜଣେ ଫରେଷ୍ଟ ରେଞ୍ଜର ଜଙ୍ଗଲରେ ଗଛ କାଟିବା ଏବଂ ପଶୁ ଶିକାରକୁ ଆଦିକୁ ରୋକିଥା’ନ୍ତି। ଜଣେ ପରିବେଶ ଅନୁସନ୍ଧାନକାରୀ ଜଙ୍ଗଲରେ ଆସୁଥିବା ପରିବର୍ତ୍ତନ, ପଶୁମାନଙ୍କର ପରିବର୍ତ୍ତନ ଏବଂ ନୂତନ ଉଦ୍ଭିଦ ପ୍ରଜାତିର ସନ୍ଧାନ କରିଥା’ନ୍ତି। ସେହିଭଳି ପ୍ରାଣୀ ଉଦ୍ୟାନରେ କାର୍ଯ୍ୟ କରୁଥÒବା କ୍ୟୁରେଟରମାନେ ପଶୁମାନଙ୍କର ଦିନଚର୍ଯ୍ୟା ଅନୁଧ୍ୟାନ କରିଥା’ନ୍ତି।
ପ୍ରମୁଖ ଅନୁଷ୍ଠାନ
ଓୟୁଏଟି, ଭୁବନେଶ୍ବର
ପଞ୍ଜାବ ଏଗ୍ରିକଲଚର୍‌ ୟୁନିଭର୍‌ସିଟି, ପଞ୍ଜାବ
ମାୟା କଲେଜ୍‌ ଅଫ୍‌ ଏଗ୍ରିକଲ୍‌ଚର୍‌ ଆଣ୍ଡ ଟେକ୍ନୋଲୋଜି, ଡେରାଡୁନ୍‌
କଲେଜ୍‌ ଅଫ୍‌ ହର୍ଟିକଲ୍‌ଚର ଆଣ୍ଡ ଫରେଷ୍ଟ୍ରି, ଅରୁଣାଚଳ ପ୍ରଦେଶ
ୱାଇଲ୍ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଡେରାଡୁନ୍‌
ଆନନ୍ଦ ନିକେତନ କଲେଜ୍‌ ଅଫ୍‌ ଏଗ୍ରିକଲ୍‌ଚର୍‌, ମହାରାଷ୍ଟ୍ର
ରୋଜଗାର
ଅଭିଜ୍ଞତା ଓ ପଦବୀକୁ ନେଇ ଏ କ୍ଷେତ୍ରରେ ରୋଜଗାର ନିର୍ଭର କରେ । ଜଣେ ମାସିକ ୪୦/୫୦ ହଜାରରୁ ଅଧÒକ ଟଙ୍କା ରୋଜଗାର କରିପାରିବେ। ସରକାରୀ କ୍ଷେତ୍ରରେ ପ୍ରାରମ୍ଭିକ ଦରମା ୫୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଅନ୍ୟପକ୍ଷରେ, ବେସରକାରୀ କ୍ଷେତ୍ରରେ ଦକ୍ଷତା ଏବଂ କମ୍ପାନୀ ଅନୁଯାୟୀ ମାସକୁ ୨୫ ହଜାରରୁ ୩ ଲକ୍ଷ ଟଙ୍କା ରୋଜଗାର କରିପାରିବେ।
କ୍ୟାରିୟରକୁ ନେଇ ଭିନ୍ନ ଭିନ୍ନ ମତାମତ ବିଭିନ୍ନ ବ୍ୟକ୍ତି ଠାରୁ ଶୁଣିବାକୁ ମିଳିଥାଏ। ହେଲେ ନିଜର ଆତ୍ମବିଶ୍ବାସ ଓ ଆଗ୍ରହକୁ ନେଇ କ୍ୟାରିୟର୍ ଚୟନ କରିବାରେ ଅଧିକ ଲାଭ ମିଳେ। କ୍ୟାରିୟର୍‌ରେ ସଫଳତା ଚାହୁଁଥିଲେ, ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ ।
ଯେକୌଣସି କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ନିଜେ ଏହାକୁ କରିପାରିବ କି ନାହିଁ ପ୍ରଥମେ ଚିନ୍ତା କରନ୍ତୁ। କାରଣ ଚାକିରିରେ ସ୍ଥିରତା ବଜାୟ ରଖିବାକୁ ହୁଏ। ତେଣୁ ଆପଣଙ୍କ ବ୍ୟକ୍ତିତ୍ବ ଏବଂ ବୁଦ୍ଧିମତାକୁ ସୁହାଉଥିବା କାମକୁ ସର୍ବଦା ପ୍ରାଧାନ୍ୟ ଦିଅନ୍ତୁ ।
ନିଜେ ବାଛନ୍ତୁ କ୍ୟାରିୟର
ଚାକିରି ଚୟନକୁ ନେଇ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ବିଭିନ୍ନ ପରାମର୍ଶ ମିଳିଥାଏ ତେବେ ଏଭଳି ପରାମର୍ଶଦାତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ଅନ୍ୟ କେହି ଏକ ସଫଳ କ୍ୟାରିୟର ହାସଲ କରିଥିବା ବେଳେ ଆପଣ ସମାନ କ୍ୟାରିୟରରେ ସମାନ ସଫଳତା ପାଇବେ, ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ୍। କ୍ୟାରିୟର ଚୟନ ସର୍ବଦା ବ୍ୟକ୍ତିଗତ ନିଷ୍ପତ୍ତି ହେବା ଉଚିତ, ଯାହାଦ୍ବାରା ଆପଣଙ୍କୁ ଆତ୍ମସନ୍ତୁଷ୍ଟି ମଧ୍ୟ ମିଳିପାରିବ ।
ନିଜ ସଫଳତାକୁ ମାପନ୍ତୁ
ଆପଣ ଗୋଟିଏ ଦିନର କାମକୁ ସଫଳତା ବୋଲି ବିବେଚନା କରନ୍ତୁନାହିଁ । ଲଗାତାର ଆପଣ ସଫଳ ହେବା ପରେ ମଧ୍ୟ ନିଜର କାର୍ଯ୍ୟକୁ ଅବହେଳା କରନ୍ତୁ ନାହିଁ । ସମୟ କ୍ରମେ ନିଜର ସଫଳତାକୁ ମାପନ୍ତୁ ଏବଂ ନିଜର ଲକ୍ଷ୍ୟସ୍ଥଳ ଆଡ଼କୁ ଗତି କରନ୍ତୁ।
ସହାୟତା ମାଗିବାରେ ସଙ୍କୋଚ କରନ୍ତୁ ନାହିଁ
ଆପଣ ସବୁକିଛି ଜାଣିଛନ୍ତି ବୋଲି ଭାବନ୍ତୁ ନାହିଁ । ନିଜଠାରୁ ଅଭିଜ୍ଞ ଲୋକଙ୍କୁ ସହାୟତା ମାଗିବାରେ ସଙ୍କୋଚ କରନ୍ତୁ ନାହିଁ । ଏହା ଆପଣଙ୍କ କ୍ୟାରିୟର ପ୍ରତି ସହାୟକ ହେବ। ଏହା ସହିତ କର୍ମକ୍ଷେତ୍ରରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଦୃଢ଼ତର ହେବ।
ଧନ୍ୟବାଦ ଦିଅନ୍ତୁ
ପ୍ରଥମେ ଧନ୍ୟବାଦ ଜ୍ଞାପନ କରିବା ଶିଖନ୍ତୁ । ଯଦି କୌଣସି ଉପରିସ୍ଥ ଅଧିକାରୀ ଆପଣଙ୍କୁ ସହାୟତା କରୁଛନ୍ତି, ତାଙ୍କୁ ଧନ୍ୟବାଦ ଜଣାନ୍ତୁ । ନିଜର ଭୁଲ୍‌କୁ ସ୍ବୀକାର କରନ୍ତୁ ଏବଂ ଠିକଣା ରାସ୍ତା ଖୋଜନ୍ତୁ । ସଠିକ୍ ରାସ୍ତା ଦେଖାଉଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଧନ୍ୟବାଦ ଦିଅନ୍ତୁ ।