West Bengal Sports Minister - The Sakala

କ୍ରିକେଟ ଖେଳିବେ କ୍ରୀଡ଼ାମନ୍ତ୍ରୀ; ରଣଜୀ ଟ୍ରଫି ଦଳରେ ସ୍ଥାନ ପାଇଲେ ମମତାଙ୍କ ମନ୍ତ୍ରୀ ମନୋଜ ତିୱାରୀ
କୋଲକାତା: କ୍ରିକେଟ ଖେଳିବେ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ । ଚଳିତବର୍ଷ ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ୨୧ ଜଣିଆ ଟିମ୍ ଘୋଷଣା କରିଛି । ଆଉ ଏହାସହ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଥିବା ମନୋଜ ତିଓ୍ୱାରୀ ପୁଣିଥରେ କ୍ରିକେଟ ମୈଦାନକୁ ଓହ୍ଲାଇବେ । ଏହି ଟିମରେ ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଓ ବେଙ୍ଗଲ ଟିମର ପୂର୍ବତନ ଅଧିନାୟକ ମନୋଜ ତିଓ୍ୱାରୀଙ୍କୁ ସ୍ଥାନ ମିଳିଛି । ୩୬ ବର୍ଷିୟ ମନୋଜ ତିଓ୍ୱାରୀ ଗତ ବର୍ଷ ରାଜନୀତିରେ ଯୋଗ ଦେଇଥିଲେ । ତୃଣମୂଳ କଂଗ୍ରେସ ଟିକେଟରୁ ସେ ପଶ୍ଚିମବଙ୍ଗର ଶିବପୁର ଆସନରୁ ପ୍ରାର୍ଥି ହୋଇଥିଲେ ଏବଂ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲେ । ବିଧାୟକ ଭାବରେ ନିର୍ବାଚିତ ହେବା ସହ ପଶ୍ଚିମବଙ୍ଗର ଖେଳମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ରାଜନୀତିରେ ସଫଳ ହେବା ପରେ ଏବେ ପୁଣିଥରେ କ୍ରିକେଟ ପଡିଆରେ ନିଜର ଜଲୱା ଦେଖାଇବାକୁ କମବ୍ୟାକ୍ କରିଛନ୍ତି କ୍ରୀଡାମନ୍ତ୍ରୀ ।

ଭାରତ ପାଇଁ ୧୨ଟି ଦିନିକିଆ ଓ ୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ମନୋଜ । ମନୋଜ ତିଓ୍ୱାରୀ ୨୦୨୦ ମାର୍ଚ୍ଚରେ ବେଙ୍ଗଲ ପାଇଁ ଶେଷ ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିଲେ । ଚଳିତ ରଣଜୀ ସିଜିନ୍ ପାଇଁ ଘୋଷଣା ହୋଇଥିବା ବେଙ୍ଗଲ ଦଳର ନେତୃତ୍ୱ ନେବେ ଓପନିଂ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଇଶ୍ୱରନ । ତେବେ ଏହି ଟିମରେ ମନୋଜ ତିଓ୍ୱାରୀଙ୍କ ବ୍ୟତୀତ ଅନୁସ୍ତୁପ୍ ମଜୁମଦାର, ଇଶାନ ପୋରେଲ, ସୁଦୀପ ଚାଟାର୍ଜୀଙ୍କ ମଧ୍ୟ ଦଳରେ ସ୍ଥାନ ମିଳିଛି ।

ରଣଜୀ ଟ୍ରଫିର ଗ୍ରୁପ ‘ବି’ ରେ ରହିଛି ବେଙ୍ଗଲ ଟିମ୍ । ଏହି ଗ୍ରୁପରେ ବେଙ୍ଗଲ ବ୍ୟତୀତ ହରିଆଣା, କେରଳ, ରାଜସ୍ଥାନ, ତ୍ରିପୁରା ଓ ବିଦର୍ଭ ଦଳ ସାମିଲ ରହିଛି । ଏହି ସିଜିନରେ ବେଙ୍ଗଲ ପ୍ରଥମ ମ୍ୟାଚ ଜାନୁଆରୀ ୧୩ରେ ତ୍ରିପୁରା ବିପକ୍ଷରେ ଖେଳିବ । ମନୋଜ ତିଓ୍ୱାରୀ ୨୦୦୪ରେ ଡେବ୍ୟୁ କରିଥିଲେ । ପ୍ରାୟ ୧୮ ବର୍ଷର କ୍ରିକେଟ କ୍ୟାରିୟରରେ ମନୋଜ ବେଙ୍ଗଲ ପାଇଁ ୧୨୫ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ମନୋଜ ତିଓ୍ୱାରୀ ୮ ହଜାର ୯୬୫ ରନ ମଧ୍ୟ କରିଛନ୍ତି ।