heavy fog - The Sakala

କୁହୁଡ଼ି ପାଇଁ ବାତିଲ ହେଲା ରାଉରକେଲାରୁ କୋଲକାତା ବିମାନ ସେବା
ରାଉରକେଲା: ରାଉରକେଲାରୁ କୋଲକାତା ବିମାନ ସେବା ଆଜି ବାତିଲ ହୋଇଛି। କୁହୁଡି ପାଗ ଥିବାରୁ ବିମାନ ସେବା ବାତିଲ ହୋଇଛି। ରାଉରକେଲା ବିମାନବନ୍ଦରରେ ILS ମେସିନ ଲଗାଯାଉ ନ ଥିବାରୁ କୁହୁଡି ପାଗ ରହିଲେ ବିମାନ ସେବା ବାତିଲ ହେଉଛି। ILS ମେସିନ ଲଗାଇବା ପାଇଁ ବାରମ୍ବାର ଦାବି ହେବା ସ୍ବତ୍ତେ କେନ୍ଦ୍ର ସରକାର ଅବହେଳା କରୁଥିବା ଅଭିଯୋଗ ହେଉଛି। ରାଜ୍ୟ ରକାରଙ୍କ ସହଯୋଗରେ ରାଉରକେଲାରୁ କୋଲକାତା ବିମାନ ସେବା ଆରମ୍ଭ ହେବାକୁ ଥିଲା। ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ୩ ଦିନ ବିମାନ ଉଡିବ ବୋଲି ନିଷ୍ପତ୍ତି ହୋଇଛି। ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର- ବିମାନ ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି। ରାଉରକେଲାରୁ କୋଲକାତା ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ୩୫ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି।

ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା, ଆଜିଠାରୁ ୩ ଦିନ ଯାଏଁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ହୋଇଛି ପାରଦ । ପାହାଡିଆ ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀରେ ପହଞ୍ଚିଥିବା ବେଳେ ସମତଳ ଅଞ୍ଚଳରେ ସର୍ବନିମ୍ନ ୬ ଡିଗ୍ରୀ ରହିଛି ତାପମାତ୍ରା । ଅନ୍ୟପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। କୁହୁଡ଼ିର ପ୍ରକୋପ ଯୋଗୁଁ ଦୃଶ୍ୟମାନ କ୍ଷମତା ଯଥେଷ୍ଟ ହ୍ରାସ ପାଇବ। କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ । ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ରାଜ୍ୟ ଉପରେ ଗୋଟିଏ ଗୁରୁଚାପ ବଳୟର ପ୍ରଭାବ ହେତୁ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟ ବା‌ଷ୍ପପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଏଥିପାଇଁ ତାପମାତ୍ରା ବଢ଼଼ିବା ସହିତ କୁହୁଡ଼ି ପ୍ରକୋପ ଅଧିକ ରହିବ।

କୁହୁଡ଼ି ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଶନିବାର ରାତିରୁ ରବିବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌‌ପିମାନଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌‌ଆର୍‌‌ସି) ସତର୍କ କରାଇଛନ୍ତି। ଏକ ଚିଠି ମାଧ୍ୟମରେ ଘନକୁହୁଡ଼ି ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ପରିବହନ ବିଭାଗର ଅଧିକାରୀମାନେ ଜାତୀୟ ରାଜପଥରେ ଦୁର୍ଘଟଣା ଏଡ଼ାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ହେବ। ରାଜ୍ୟ ଉପରେ ଏକ ଗୁରୁଚାପ-ବଳୟ ପ୍ରଭାବ ରହିଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଜାରି ରହିଛି। ଏଥିପାଇଁ ରାଜ୍ୟରେ ଶୀତର ପ୍ରକୋପ କମିଥିବା ବେଳେ କୁହୁଡ଼ି ପାଇଁ ପାଗ ଅନୁକୂଳ ରହୁଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ କୁହୁଡ଼ିର ଘନତ୍ୱ ଅଧିକ ରହୁଛି। ଯହାଦ୍ୱାରା ମଧ୍ୟରାତିରୁ ସକାଳ ପ୍ରାୟ ୯ ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳରେ ସମସ୍ୟା ହେଉଛି। ଆହୁରି ୩ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାକୁ ଥିବା ବେଳେ ଶୁକ୍ରବାର ସକାଳ ସୁଦ୍ଧା ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ ଓ କଟକ ଆଦିରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ସେହିପରି ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଆଦିରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏସ୍‌‌ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଯାନବାହନ ଚଳାଚଳ ବେଳେ କିପରି ଦୁର୍ଘଟଣାକୁ ଏଡ଼ାଯିବ ତାହା ସୁନିଶ୍ଚିତ କରିବାକୁ ପରିବହନ ବିଭାଗ ଓ ପୁଲିସ ବିଭାଗ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପଟେ ରାଜ୍ୟକ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେଣୁ ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ଶୀତର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ
ଭୁବନେଶ୍ବର: ଘନ କୁହୁଡ଼ିର ଆସ୍ତରଣରେ ଘୋଡାଇ ହୋଇଛି ଟ୍ଵିନ୍‌ସିଟି। ଆଜି ସାକଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ୫୦ ମିଟର ପର୍ଯ୍ଯନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । ଶୀତର ପ୍ରକୋପ ମଧ୍ଯ ସମାନ୍ୟ ବଢିଛି। ତାପମାତ୍ରା ତଳକୁ ଖସୁଥିବା ବେଳେ ଆଜି ଲୋକଙ୍କୁ କୁହୁଡି ହଇରାଣ କରିଦେଇଛି । ସେହପରି ପୁରୀରେ ମଧ୍ୟ ଘନ କୁହୁଡି ଦେଖାଦେଇଛି। ଫଳରେ କୁହୁଡିରେ ଶ୍ରୀମନ୍ଦିର ଲୁଚିଯାଇଛି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ସକ୍ରିୟ ରହିବା କାରଣରୁ କୁହୁଡ଼ି ହେବା ପାଇଁ ପାଗ ଅନୁକୁଳ ରହିଛି। ସେହିପରି ଆଜି ଓ ଆସନ୍ତାକାଲି ପାଇଁ କୁହୁଡି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ , ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୧୬ ତାରିଖ ପାଇଁ ସତର୍କ ସୂଚନା କରାଯାଇଛି।  ଏଥିପାଇଁ ଏହି ଜିଲ୍ଲାଗୁଡ଼ିକରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ରାଜ୍ୟରେ ଆଉ ଦୁଇ ଦିନ ଘନ କୁହୁଡି, ୨୦ରୁ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଦିନ ଘନ କୁହୁଡି ହେବ। କୁହୁଡି ଯୋଗୁଁ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରୁ କମ ରହିବାର ସମ୍ଭାବନା ଥିବାରୁ ମଧ୍ୟରାତ୍ରରୁ ସକାଳ ଯାଏଁ ଯାତାୟାତର ସମସ୍ୟା ଉପୁଜିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ କଟକରେ ଘନକୁହୁଡି ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ବୁଧବାର ମଧ୍ୟ ଅନେକ ଜିଲ୍ଲାରେ କୁହୁଡି ଜାରି ରହିବ ବୋଲି କେନ୍ଦ୍ର କହିଛି।

ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରନ୍ଦ୍ରନାଥ ପଶୁପାଳ କହିଛନ୍ତି ଯେ ଉପକୂଳରେ ୨୦ଠାରୁ ଆଭ୍ୟନ୍ତରୀଣରେ ୨୧ଠାରୁ ସର୍ବନିମ୍ନ ତପାମାତ୍ରା ବଢ଼଼ିବ। ୨୩ ସୁଦ୍ଧା ଉପକୂଳରେ ରାତିର ତାପମାତ୍ରା ପ୍ରାୟ ୬ ଡିଗ୍ରୀ ସେଲସିୟସ ବଢ଼଼ିବା ବେଳେ ଆଭ୍ୟନ୍ତରୀଣରେ ୩-୪ ଡିଗ୍ରୀ ସେଲସିୟସ ବଢ଼଼ିବାର ସମ୍ଭାବନା ରହିଛି। ୨୩ରୁ ପାଗ ମେଘୁଆ ହେବ। ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୩ ଓ ୨୪ରେ ସ୍ୱଳ୍ପ ବର୍ଷା ହେବା ବେଳେ ୨୪ ଓ ୨୫ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷାର ସମ୍ଭବନା ରହିଛି। ୨୩ରୁ ବଙ୍ଗୋପସାଗରୀୟ ପବନ ରାଜ୍ୟକୁ ବହିବ। କୁହୁଡି ବଢ଼଼ିବ।

ଜାଡ଼ ଥରାଉ ଥିବାବେଳେ କୁହୁଡି ମାଡ, ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଜାଡ଼ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ଜାରି ରହିବ । ୨ ଦିନ ମଧ୍ୟରେ ରାଜ୍ୟରେ ସ୍ୱଭାବିକ ଠାରୁ ୨ରୁ ୩ ଡିଗ୍ରୀ କମିବ ପାରଦ । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ପୁଣି ଜାଡ଼ ବଢ଼ିବା ଆରମ୍ଭ କରିଛି।

ସେପଟେ ହାଡ ଭଙ୍ଗା ଜାଡ ଥରାଉଥିବା ବେଳେ କୁହୁଡି ବି ମାଡି ଆସିଛି। ଆସନ୍ତା ୩ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।ଏନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି ଏବଂ ଗଞ୍ଜାମ ଜିଲ୍ଲା ଉପରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି,ମାଲକାନଗିରି ଏବଂ କନ୍ଧମାଳରେ ଘନ କିହୁଡିର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଜାନୁଆରୀ ୫ରୁ ୬ତାରିଖ ମଧ୍ୟରେ ସକାଳୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜାନୁଆରୀ ୬ ରୁ ୭ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ । ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ଦିନମାନଙ୍କରେ ତାପମାତ୍ରା ୩ଡ଼ିଗ୍ରୀରୁ ୪ ଡ଼ିଗ୍ରୀ ସେଲିସିୟସ ବୃଦ୍ଧି ପାଇବ । ଆସନ୍ତା ୫ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।